ହୋମ / କୃଷି / ଶସ୍ୟ ଉତ୍ପାଦନ / ଯାନ୍ତ୍ରିକ ପଦ୍ଧତିରେ ଧାନ ରୋପଣ(ଉପକ୍ରମିକା ଓ ତାଲିମର ଆଭିମୁଖ୍ୟ)
ସେଆର କରନ୍ତୁ

ଯାନ୍ତ୍ରିକ ପଦ୍ଧତିରେ ଧାନ ରୋପଣ(ଉପକ୍ରମିକା ଓ ତାଲିମର ଆଭିମୁଖ୍ୟ)

ଉପକ୍ରମିକା ଓ ତାଲିମର ଆଭିମୁଖ୍ୟ ର ସୂଚନା

ଉପକ୍ରମିକା

ପ୍ରଚଳିତ ପଦ୍ଧତି ତଥା ଧାନ ରୋଇବା ତୁଳନାରେ ଯାନ୍ତ୍ରିକ ପଦ୍ଧତି ଅଧିକ ଭଲ ବୋଲି ପ୍ରମାଣିତ ହୋଇଛି ।ଉପଯୁକ୍ତ ସମୟରେ କୃଷି ଶ୍ରମିକ ନ ମିଳିବା ଏବଂ ହାତରେ ରୋଇବା ବ୍ୟୟସାପେକ୍ଷ ହୋଇଥିବାରୁ ଯାନ୍ତ୍ରିକ ପଦ୍ଧତିରେ ଧାନରୁଆ ଅଧିକ ଲୋକପ୍ରିୟ ହେବାରେ ଲାଗିଛି ।ଦକ୍ଷିଣ ଏସିୟା ରେ ଅଧିକ ରୁ ଅଧିକ କୃଷକ ଏହି ପଦ୍ଧତିକୁ ଆପଣାର କରିବା ସହିତ ଯାନ୍ତ୍ରିକ ପଦ୍ଧତିରେ ଧାନ ରୋପଣ କାର୍ଯ୍ୟକୁ କୃଷକମାନଙ୍କ ନିକଟରେ ପହଞ୍ଚାଇବା ନିମନ୍ତେ କାର୍ଯ୍ୟରତ ସେବା ପ୍ରଦାନକାରୀଙ୍କୁ ସହାୟତା କରିବା ନିମନ୍ତେ ପ୍ରମୁଖ ତାଲିମଦାତା ସୃଷ୍ଟି କରିବା ନିହାତି ଆବଶ୍ୟକତା ହୋଇପଡିଛି । ଏହି ତାଲିମଦାତାମାନଙ୍କର ଯାନ୍ତ୍ରିକ ପଦ୍ଧତିରେ ଧାନ ରୋପଣ ଉପରେ ବିଷଦ ଜ୍ଞାନଓ ଦକ୍ଷତା ରହିଥିବା ସହିତ ଏଥି ନିମନ୍ତେ ଚ।ରା ଉତ୍ପପାଦନ ପଦ୍ଧତି ବିଷୟରେ ଜାଣିବା ଦରକାର ।ଏ ସମ୍ପର୍କିତ ଜ୍ଞାନ କୌଶଳକୁ ସହଜରେ କୃଷକ ମାନଙ୍କ ନିକଟରେ ପହଞ୍ଚାଇବାରେ ସହାୟତା କରିବା ନିମନ୍ତେ ଏହି ‘ତାଲିମଦାତାଙ୍କ ପାଇଁ ତାଲିମ ପୁସ୍ତିକା’ ପ୍ରସ୍ତୁତ କରାଯାଇଛି ।

ଦକ୍ଷିଣ ଏସିଆ ରେ କ୍ଷୁଦ୍ର ଚାଷୀଙ୍କ ଅବସ୍ଥାକୁ ନଜରରେ ରାଖି ଏହି ପୁସ୍ତିକାରେ ଯାନ୍ତ୍ରିକ ପଦ୍ଧତିରେ ଧାନ ରୋପନର ନିୟମାବଳୀ ସନ୍ନିବେଶିତ ହୋଇଛି ।ତାଲିମଦାତା ମାନେ କିପରି ଦୁଇ ଦିନ ମଧ୍ୟରେ ଯାନ୍ତ୍ରିକ ଧନରୋପଣ ପଦ୍ଧତି ବିଷୟରେ ସଂପୂର୍ଣ୍ଣବିଷୟରେ ତାଲିମପ୍ରାପ୍ତ କରିପାରିବେ,ସେ ବିଷୟକ ତଥ୍ୟ ଏହି ପୁଷ୍ଟିକରେ ରହିଛି ।ଏହା ଛଡା ତାଲିମ ପାଇଁ ଆବଶ୍ୟକ ତାଲିମ ସାମଗ୍ରୀ ,ତାଲିମ ପୂର୍ବରୁ ଓ ପରେ ପ୍ରଶିକ୍ଷାର୍ଥୀଙ୍କ ଜ୍ଞାନ ଆକଳନ ପଦ୍ଧତି ଆଦି ବିଷୟକ ସୂଚନାଏଥିରେ ପ୍ରଦାନ କରାଯାଇପାରିବ ।ତେଣୁ ଏହି ପୁସ୍ତିକ।ରେ ପ୍ରଦାନ କରାଯାଇଥିବା ଚାରୋଟି ଅଧିବେଶନକୁ ଏକାଦିକ୍ରମେ ଦୁଇ ଦିନରେ ତାଲିମ ପ୍ରଦାନ କରାଯାଇପାରେ ଅଥବା ଫସଲ ଚାଷ ଅବଧି କୃଷକ କ୍ଷେତ୍ର ବିଦ୍ୟାଳୟ ଭାବରେ ଭିନ୍ନ ଭିନ୍ନ ସମୟରେ ଶିକ୍ଷାଦାନ କରାଯାଇପାରେ କିମ୍ବା ନିର୍ଦ୍ଧିଷ୍ଟ ଲକ୍ଷ ଭିତ୍ତିକ ତାଲିମ ଅଧିବେଶନ ମାଧ୍ୟମରେ ଏହା କରାଯାଇପାରେ ।

କାହାପାଇଁ ଏହି ତାଲିମ ଉଦ୍ଧିଷ୍ଟ ?

ସଂପ୍ରସାରଣ କର୍ମୀ ,ଗ୍ରାମାଞ୍ଚଳରେ କୃଷି ସଂକ୍ରାନ୍ତୟ ସେବା ପ୍ରଦାନକାରୀ ଏବଂ ଯାନ୍ତ୍ରିକ ପଦ୍ଧତିରେ ଧାନ ରୋପଣ କରୁଥିବା  ବା ଏଥିପାଇଁ ଆଗ୍ରହୀ ଥିବା କୃଷକ ।

ତାଲିମର ଗଠନ ପ୍ରକ୍ରିୟା

ତାଲିମ ବିଷୟରେ ସାଧାରଣ ସୂଚନା ପ୍ରଦାନ ଓ ଦୁଇଦିନିଆ ତାଲିମ ର ବିଭିନ୍ନ ଆବଶ୍ୟକତା ବିଷୟ ବୁଝାଇବ ପରେ ନିମ୍ନମତେ ଚାରୋଟି ଭିନ୍ନ ଭିନ୍ନ ଅଧିବେଶନ ବର୍ଣନା କରାଯାଇଛି ।

  1. ତାଲିମ ର ଆଭିମୁଖ୍ୟ,ଅଂଶଗ୍ରହଣକାରୀଙ୍କ ପାଇଁ ପ୍ରମୁଖ ଉପଦେଶ ,ଅଂଶଗ୍ରହଣକାରୀମାନେ ତାଲିମ ରୁ କଣ ଆଶା କରନ୍ତି ଓ ପ୍ରାକ ଜ୍ଞାନ ର ମୂଲ୍ୟାୟନ
  2. ମ୍ୟାଟ ବା ମସିଣା ପ୍ରକାରର ତାଲିପାଟ।ଳି
  3. ଯାନ୍ତ୍ରିକ ପଦ୍ଧତିରେ ଧାନ ରୋପଣ
  4. ଧାନ ରୁଆ ଯନ୍ତ୍ର ର ମରାମତି ଓ ରକ୍ଷଣ ବେକ୍ଷଣ ଏବଂ ତାଲିମ ପର ମୂଲ୍ୟାୟନ

ପ୍ରତ୍ୟେକ ଅଧିବେସନ କିପରି ପରିଚାଳନା କରାଯିବ ଏ ବିଷୟରେ ତାଲିମଦାତାଙ୍କୁ ସୂଚନା ପ୍ରଦାନ କରାଯାଉଛି ।ଏଥି ମଧ୍ୟରେ ଶିକ୍ଷା ଗ୍ରହଣର ଆଭିମୁଖ୍ୟ ଉପରେ ପୁନରଲୋଚନା ,ପ୍ରମୁଖ ବାର୍ତ୍ତା ,ଆବଶ୍ୟାକୀୟ ସାମଗ୍ରୀ ଆରମ୍ଭରୁ ଶେଷ ଯାଏ କିପରି ତାଲିମ ପ୍ରଦାନ କରାଯିବ ଶେ ସମ୍ପର୍କିତ ସୂଚନା ଆଦି ଏଥିରେ ରହିଛି ।ଏହା ଛଡା ତାଲିମଦାତା ପ୍ରାକ୍ଟିକାଲ ଜ୍ଞାନ ଆହରଣ ନିମନ୍ତେ ଯଥେଷ୍ଟ ସମୟ ପ୍ରଦାନ କରିବା ଆବଶ୍ୟକ ।ତାଲିମ ରେ ସବୁବେଳେ ଅଳ୍ପ କିଛି ଲୋକ କହୁଥିଲେ ଅନ୍ୟମାନକ ପ୍ରଶ୍ନ ମତମତକୁ  ସ୍ଵାଗତ କରାଯିବା ଉଚିତ ।

ବାଇସେଶିକ ବାୟସ୍ୟାୟିକ ଉପସ୍ଥାପନ ନିମନ୍ତେ ପ୍ରତ୍ୟେକ ଅଧିବେଶନରେ ସୂଚନାମାନ ପ୍ରଦାନ କରାଯାଇଛି ।ଶ୍ରେଣୀ ଗୃହ କାର୍ଯ୍ୟକୁ  ସହଜ କରିବା ନିମନ୍ତେ ସୂଚନାମାନ ପ୍ରଦାନ କରାଯାଇଛି ।ଶ୍ରେଣୀ ଗୃହ କାର୍ଯ୍ୟକୁ ସହଜ କରିବା ନିମାନେ ତାଲିମ ଖସଡା ସହିତ କମ୍ପୁଟର ଉପାଠପଣ ଦ୍ଵାରା ତଥ୍ୟ ମଧ୍ୟ ପ୍ରଦାନ କରାଯାଇପାର।

ପ୍ରଦାନ କରାଯାଇଥିବା ସୂଚନା ଅନୁସାରେ ତାଲିମଦାତା କମ୍ପୁଟର ରେ ଉପସ୍ଥାପନା କରି ଆଲୋଚନା ଆରମ୍ଭ କରିପାରିବେ ।ତେବେ ଦେଖିବା କଥା ଯେପରି ସମସ୍ତ ବୈଷୟିକ ତଥ୍ୟ ଉପରେ ଆଲୋଚନା ହେବ। ସମସ୍ତ ଶିକ୍ଷାର୍ଥୀଙ୍କୁ ଆଲୋଚନାରେ ଭାଗ ନେବା ପାଇଁ ସୁଯୋଗ ଦେବା ଦରକାର। ବିଶେଷ କରି ଚୁପ ଚାପ ରହୁଥିବା ବ୍ୟକ୍ତି ମହିଳା ଏବଂ ଯୁବକ ମାନଙ୍କୁ ପ୍ରଶ୍ନ ପଚାରିବ। ନିମନ୍ତେ ଉତତ୍ସାହିତ କରିବା ଆବଶ୍ୟକ ।ଅଧିବେଶନ ଶେଷରେ ପାଠ୍ୟକ୍ରମ ,ତଥ୍ୟ ସମ୍ଭାଳିତ ପତ୍ରିକା ବା ଏ ସମ୍ପର୍କିତ ଭିଡିଓ ପ୍ରଦାନ କରାଯାଇପାରେ।

ଶେଷରେ ପ୍ରଶିକ୍ଷାର୍ଥୀଙ୍କ ପ୍ରାକ ଜ୍ଞାନ ଆକଳନ କରି ତାଲିମ ଆରମ୍ଭ କରାଯାଇପାରେ।ତାଲିମ ଶେଷରେ ପୁଣି ଠାରେ ସେମାନଙ୍କର ଜ୍ଞାନ ପରୀକ୍ଷା କରାଯିବା ଦରକାର ।ଦୁଇଟି ମୂଲ୍ୟାୟନରେ ଦେଖାଯାଉଥିବା  ପ୍ରଭେଦରୁ ସେମାନଙ୍କ ଶିକ୍ଷା ଗ୍ରହଣ କେତେ ଫଳପ୍ରଦ ହୋଇଛି ,ତାହା ଜଣ। ପଡିବ । ଏହି ପୁସ୍ତିକା ସହିତ ପ୍ରାକ ଜ୍ଞାନ ଓ ତାଲିମ ପର ଜ୍ଞାନ ପରୀକ୍ଷା ପାଇଁ ପୂର୍ବ ପ୍ରସ୍ତୁତ ପ୍ରଶ୍ନାବଳୀ ପ୍ରଦାନ କରାଯାଇଛି ।ଏହାକୁ ସାଧାରଣ କାଗଜରେ ମୁଦ୍ରଣ କରି ବ୍ୟବହାର କରାଯାଇପାରେ।

ତାଲିମ ର ଲକ୍ଷ ଓ ଆଭିମୁଖ୍ୟ :

ଏହି ତାଲିମ କାର୍ଯ୍ୟକ୍ରମ ମାଧ୍ୟମରେ ତାଲିମଦାତାଙ୍କ ଦ୍ଵାରା ସଂପ୍ରସାରଣ କର୍ମୀ ,ଅଗ୍ରଣୀ କୃଷକ ଏବଂ କୃଷି ଯନ୍ତ୍ରପାତି ସମ୍ବନ୍ଧୀୟ ସେବା ପ୍ରଦାନକାରୀଙ୍କ ମାଧରେ ଯାନ୍ତ୍ରିକ ପଦ୍ଧତିରେ ଧ୍ହାନ ରୋଇବା ବିଷୟରେ ସଚେତନତା ସୃଷ୍ଟି କରିବା ସହିତ ସେମାନଙ୍କ ଜ୍ଞାନ ଓ ଦକ୍ଷତା ବିକାଶ ଘଟାଇବା ପାଇଁ ଲକ୍ଷ ରଖାଯାଇଛି  ।ଏହା ଛଡା ଅନ୍ୟାନ୍ୟ କୃଷି ଯନ୍ତ୍ରପାତି ବ୍ୟବାହରେ ସଚେତନତା ସୃଷ୍ଟି କରି କମ ଖର୍ଚ୍ଚରେ କୃଷି କାର୍ଯ୍ୟ ର ପ୍ରସାର କରାଇବା ମଧ୍ୟ ଏହାର ଉଦ୍ଦେଶ୍ୟ ।ଧାନ ରୁଆ ଜନ୍ତ୍ର ବ୍ୟବହାର କରି ଫଳପ୍ରଦ ଓ ସମନ୍ଵିତ ଢଙ୍ଗରେ ଧାନ ଚାଷ କରିବା ପାଇଁ ଆବଶ୍ଯକୀଯ ନିଯମାବଳୀ ଅନୁସରଣ କରିବା ଏହି ତାଲିମ ର ଅନ୍ୟତମ ଲକ୍ଷ ଅଟେ ।

ଅଧିବେଶନ ଶେଷରେ ଅଂଶଗ୍ରହଣକାରୀ/ପ୍ରମୁଖ (ମାଷ୍ଟର)ତାଲିମଦାତା ନିମ୍ନଲିଖିତ କାର୍ଯ୍ୟ କରିପାରୁଥିବେ।

ü    ଧନରୁଆ ଜନ୍ତ୍ର ବ୍ୟବହାର କରି ରୋଇବା ଦ୍ଵାରା ମିଳୁଥିବା ଉପକାର ବିଷୟରେ ବୁଝି ଏହାକୁ ବର୍ଣ୍ଣନା କରିପାରିବା

ü    ଅର୍ଦ୍ଦ ଓ ଶୁଷ୍କ ନର୍ସରୀ ମଧ୍ୟରେ ରହିଥିବା ପାର୍ଥକ୍ୟ ବୁଝାଇ ପାରିବା

ü    ମ୍ୟାଟ ବା ମସିଣା ପ୍ରକାର ର ତଳିଘରା ବା ନର୍ସରୀ ପ୍ରସ୍ତୁତ କରିବା ବିଷୟରେ ବର୍ଣ୍ଣନା କରିପାରିବା ।

ü    ମସିଣା ପ୍ରକାରର ତଳିଘରା ପ୍ରସ୍ତୁତିକୁ ଏକ ବ୍ୟବସାୟ ଭାବରେ ଗ୍ରହଣ କରିବା ପାଇଁ ରହିଥିବା ସମ୍ଭାବନା ବିଷୟ ବୁଝିଥିବା ଦରକାର ।

ü    ଧାନ ରୁଆ ଜନ୍ତ୍ର ରା ବିଭିନ୍ନ ଅସନ୍ସା କୁ ଚିହ୍ନଟ କରି ଏଥି ସହିତ ରହିଥିବା ବୈଷୟିକମାନ ବିଷୟରେ ବୁଝାଇପାରୁଥିବା ଆବଶ୍ୟକ ।

ü    ଧନରୁଆ ଜନ୍ତ୍ର ରା ଉପଯୁକ୍ତ ଭାବେ ମାନ ନିର୍ଦ୍ଧାରଣ କରିପାରୁଥିବେ।

ü    ଧାନରୁଆ ଯନ୍ତ୍ର ର ପରିଚାଳନା ର ବିଭିନ୍ନ ଦିଗ ,ଯଥା ଘାସ ପରିଚାଳନା ,ଜଳ ପରିଚାଳନା ,ଖାଦ୍ଯଶର ପରିଚାଳନା ଓ ଫସଲ ସଂରକ୍ଷଣ ବିଷୟରେ ବୁଝିଥିବା ଦରକାର ।

ü    ଧନରୁଆ ଯନ୍ତ୍ର ପାଇଁ ସେବା ପ୍ରଦାନକୁ ଏକ ବ୍ୟବସାୟ ଭାବେ ଗ୍ରହଣ କରାଯିବାର ସୁଯୋଗ ବିଷୟରେ ଜାଣିବା ଦରକାର।

ତାଲିମ ପାଇଁ ମୁଖ୍ୟ ଆବଶ୍ୟକତା

ତାଲିମ ପାଇଁ ଉପଯୁକ୍ତ ଯୋଜନା ପ୍ରସ୍ତୁତ କରିବା ,ଏଥିପାଇଁ ପୂର୍ବ ପ୍ରସ୍ତୁତି ଏବଂ ତାଲିମ ରା ଆୟୋଜନ ପ୍ରସ୍ତୁତି ଏବଂ ତାଲିମ ର ଆୟୋଜନ ବିଷୟକ ତଥ୍ୟ ନିମ୍ନରେ ପ୍ରଦାନ କରାଯାଇଛି ତାଲିମଦାତାମାନେ ପ୍ରତ୍ୟେକ ବିଭାଗକୁ ଭଲ ଭାବେ ପାଢୀ ଦକ୍ଷ ଓ ଫଳପ୍ରଦ ଭାବରେ ତାଲିମ ପ୍ରଦାନ କରିବା ଆବଶ୍ୟକ ।

ଅଂଶଗ୍ରହଣକାରୀ

ପ୍ରତି ବ୍ୟଚ ରେ ସର୍ବାଧିକ ୨୦ -୩୦ ଜଣ ପ୍ରଶିକ୍ଷାର୍ଥୀ ରହିବା ଆବଶ୍ୟକ ।ଏମାନଙ୍କ ମଧ୍ୟରେ ଉଭୟ ମହିଳା ଓ ପୁରୁଷ ରହିଥିବା ଡ୍ଫାରକର।

ସ୍ଥାନ

ଯାନ୍ତ୍ରିକ ପଦ୍ଧତିରେ ଧ।ନରୁଆ ଉପରେ ଜ୍ଞାନ ଆହରଣ ପାଇଁ ଏବଂ ନିଜେ ଧାରୁଆ କାର୍ଯ୍ୟ ଶିଖିବା ପାଇଁ କ୍ଷେତରେ ହିଁ ତାଲିମ ପ୍ରଦାନ କରାଯିବ ।କିନ୍ତୁ ଏ ବିଷୟରେ ବିଭିନ୍ନ ତଥ୍ୟ ପ୍ରଦାନ ଓ ଆଲୋଚନା ନିମନ୍ତେ କ୍ଷେତ ନିକଟରେ ଥିବା ଏକ ଶ୍ରେଣୀ ଗୃହ ବା ସେହିପରି ସ୍ଥାନରେ ତାଲିମ ପ୍ରଦାନ କରାଯାଇପାରେ।

ଆବଶ୍ୟକୀୟ ସାମଗ୍ରୀ

ତାଲିମ କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ ପ୍ରତି ଅଧିବେଶନ ପ୍ରାରମ୍ଭରେ ସୁଚିତା ସାମଗ୍ରୀ ଉପଯୁକ୍ତ ପରିମାଣରେ ଓ କାର୍ଯ୍ୟକ୍ଷମ ରହିଥିବା ଦରକାର ।

ତାଲିମଦାତା

ଯାନ୍ତ୍ରିକ ପଦ୍ଧତିରେ ଧନରୁଆ ଉପରେ ପୂର୍ବରୁ ତାଲିମ ଗ୍ରହଣ କରିଥିବା ସଂପ୍ରସାରଣ କର୍ମୀ ବା କ୍ଷେତ୍ର କର୍ମଚାରି ଏହି କାର୍ଯ୍ୟ ପାଇଁ ଉପଯୁକ୍ତ ଅଟନ୍ତି।ବିଭିନ୍ନ ରୋପଣ ପଦ୍ଧତି ଉପରେ ସେମାନଙ୍କର ଯଥେଷ୍ଟ ଜ୍ଞାନ ଥିବା ଦରକାର।

ଅଂଶଗ୍ରହଣକାରୀ

ପ୍ରତ୍ୟେକ ଅଂଶଗ୍ରହଣକାରୀ ଜ୍ଞାନର ଆକଳନ ନିମାନେ ପ୍ରତି ତାଲିମ ଅଧିବେଶନ ପୂର୍ବରୁ ଏକ ପରୀକ୍ଷା କରାଯିବା ଆବଶ୍ୟକ ।ତାଲିମ ରା ପ୍ରତ୍ୟେକ ଅଧିବେଶନ ଶେଷରେ ପୁଣି ଠାରେ ସେମାନଙ୍କର ଜ୍ଞାନ ପରୀକ୍ଷା କରାଯାଇ ତାଲିମ ରା ପ୍ରଭାବ ବିଷୟରେ ଜାଣିହେବ ।ପରିଶିଷ୍ଟ ହିସାବରେ ପ୍ରଶ୍ନାବଳୀ ଏଥିସହିତ ସଂଯୁକ୍ତ କରାଯାଇଛି ।

ପାଠ୍ୟକ୍ରମ ପ୍ରସ୍ତୁତି ,ତାଲିମ ଅବଧି, ସାମଗ୍ରୀ ଓ ଆୟୋଜନ

ମଧ୍ୟନ୍ନ ଭୋଜନ ଓ ଅନ୍ୟାନ୍ୟ ବିରତିକୁ ବଡ ଦେଇ କ୍ଷେତ୍ର ପ୍ରଦର୍ଶନ ଓ ପରୀକ୍ଷା ସମେତ ତାଲିମ ପାଇଁ ଦୁଇ ଦିନର (ଦୈନିକ ପ୍ରାୟ ୮ ଘଣ୍ଟା)ପାଠ୍ୟ ଖସଡା ପ୍ରସ୍ତୁତ କରାଯାଇଛି ।ସମଗ୍ର ପାଠ୍ୟକ୍ରମ କୁ ନିମ୍ନାମତେ ୪ ଟି ଅଧିବେଶରେ ବିଭକ୍ତ କରାଯାଇଛି ।

ଅଧିବେଶନ

ପ୍ରଥମ ଦିବସ

 

ବିଷୟବସ୍ତୁ

ହାରାହାରି ଅବଧି (ମିନିରେ)

 

 

ଶ୍ରେଣୀକାର୍ଯ୍ୟ

ପ୍ରାକ୍ଟିକାଲ

୧। ଉପକ୍ରମିକା,ତାଲିମର ଆଭିମୁଖ୍ୟ ଓ ପ୍ରାକ ଜ୍ଞାନ ପରୀକ୍ଷା

୯୦

-

୨। ମ୍ୟାଟ ବା ମସିଣା ନର୍ସରୀ

୧୮୦

୨୧୦

ଦ୍ଵିତୀୟ ଦିବସ

୩। ଯାନ୍ତ୍ରିକ ପଦ୍ଧତିରେ ଧନରୋପଣ

୧୮୦

୨୧୦

୪।ମରାମତି ଓ ରକ୍ଷଣ ବେକ୍ଷଣ ଏବଂ ତାଲିମ ପର ଜ୍ଞାନ ପରୀକ୍ଷା

-

୯୦

 

 

 

ପ୍ରୟୋଗାତ୍ମକ ତାଲିମ ପାଇଁ ଯୋଜନା ଓ ପ୍ରସ୍ତୁତି

ତାଲିମ ଆରମ୍ଭ ପୂର୍ବରୁ କେତେକ କାର୍ଯ୍ୟ କରା ନ ଯିବା ପର୍ଯ୍ୟନ୍ତ ପ୍ରାକ୍ଟିକାଳ ତାଲିମ ପ୍ରଦାନ ସମ୍ଭବ ହୋଇପାରିବ ନାହିଁ। ଯଦିଓ ତାଲିମ ପୂର୍ବରୁ ନିମ୍ନ କାର୍ଯ୍ୟମାନ କରିବା ପାଇଁ ଆମେ ପରାମର୍ଶ ଦେଉଛୁ। ତଥାପି ଏ ବିଷୟରେ ଶ୍ରେଣୀ ଗୃହ ରେ ଅଂଶଗ୍ରହଣକାରୀଙ୍କୁ ଭଲଭାବେ ବୁଝାଇଦେବା ଆବଶ୍ୟକ ।ପ୍ରୟୋଗାତ୍ମକ ତାଲିମ ପାଇଁ ସମ୍ପୂର୍ଣ ପ୍ରସ୍ତୁତ ରହିବା ନିମନ୍ତେ ନିମ୍ନ କାର୍ଯ୍ୟମ।ନ ତାଲିମ ପୂର୍ବରୁ କରାଯାଇଥିବା ଦରକାର।

  1. ମ୍ୟାଟ ବା ମସିଣା ପ୍ରକାରର ତଳି ପ୍ରସ୍ତୁତି :

ତାଲିମ ପାଇଁ ଧାର୍ଯ୍ୟ ତାରିଖର ୧୪ ରୁ ୧୮ ଦିନ ପୂର୍ବରୁ ପୁସ୍ତିକରେ ଦର୍ଶଯାଇଥିବା ପ୍ରଣାଳୀ ଅନୁଯାୟୀ ଆଦ୍ର ବା ଶୁଷ୍କ ତଳି ଘରା (ଏକ ଏକର ଜମିରେ ରୋଇବା ନିମନ୍ତେ)ପ୍ରସ୍ତୁତ କରନ୍ତୁ ।ଯାନ୍ତ୍ରିକ ପଦ୍ଧତିରେ ଧାନ ରୋପଣ ତାଲିମ ନିମନ୍ତେ ଉଦ୍ଧିଷ୍ଟ ଜମି ନିକଟରେ ଏହି ତଳିଘେରା କରିବା ଆବଶ୍ୟକ ।ତଳି ବାହାର କରିବା ଓ ଜନ୍ତ୍ର ସାହାଯ୍ୟରେ ରୋଇବା ବିଷୟରେ ତାଲିମ ପ୍ରଦାନ ପାଇଁ ଏହି ତଳିଘେରା  କୁ ବ୍ୟବହାର କରାଯିବ ।

  1. ତଳିପଟାଳି  ପ୍ରସ୍ତୁତି:

ତାଲିମ ର ତିନି ଦିନ ପୂର୍ବରୁ ଆଦ୍ର ତଳି ଓ ଶୁଷ୍କ ତଳି ପ୍ରସ୍ତୁତ ପାଇଁ ଅଲଗା ଭାବେ ଦୁଇଟି ପଟାଳି ପ୍ରସ୍ତୁତ କରନ୍ତୁ ।ତଳି ପଟାଳି ପ୍ରସ୍ତୁତି ପାଇଁ ନିମ୍ନ ପଦକ୍ଷେପ ଗ୍ରହଣ କରନ୍ତୁ।

  • ଜମିକୁ ହଳ କରନ୍ତୁ ଏହା ପରେ କାଦୁଅ କରି (କେବଳ ଆଦ୍ର ତଳି ପଟାଳି ପାଇଁ)ସମତୁଲ କରନ୍ତୁ ।କାଦୁଅ କରିବା ପରେ ମାଟି ବସିଯିବା ପାଇଁ ୨୪ ଘଣ୍ଟା ଛାଡି ଦିଅନ୍ତୁ ।
  • ମାଟି ବସିଯିବା ପରେ ୨୦ ମିଟର ଲମ୍ବ ,୧.୫ ମିଟର ଓସାର ଏବଂ ୧୫ ସେ.ମି ଉଚ୍ଚତାରା ପଟାଳି ପ୍ରସ୍ତୁତ କରନ୍ତୁ ।ପ୍ରସ୍ତୁତ ହୋଇଥିବା ପଟାଳିକୁ ୩୬-୪୮ ଘଣ୍ଟା ପର୍ଯ୍ୟନ୍ତ ଛାଡି ଦିଅନ୍ତୁ ।ଏହାପରେ ପଟାଳିକୁ କାଠପଟା ଉପରେ ସମତୁଲ କରନ୍ତୁ ।ପଟାଳି ଚାରିପାଖରେ ୪୦ ରୁ ୮୦ ସେଣ୍ଟିମିଟର ଅସରର ନାଳ କରନ୍ତୁ ।
  • ପ୍ରସ୍ତୁତ ହୋଇଥିବା ପଟାଳି କୁ ବ୍ୟବହାର କରି ମ୍ୟାଟ ପ୍ରକାରର ନର୍ସରୀ ବିଷୟରେ ପ୍ରୟୋଗାତ୍ମକ ତାଲିମ ପ୍ରଦାନ କରନ୍ତୁ ।
  1. ବିହନ ବିଶୋଧନ ଓ ଗଜା କରିବା :

ମ୍ୟାଟ ନର୍ସରୀ ଉପରେ ତାଲିମ ପ୍ରଦାନ କରାଯିବା ପୂର୍ବରୁ ଧାନ ରା ଚାଷ ପଦ୍ଧତି ରେ ପ୍ରଦାନ କରାଯାଇଥିବା ନିର୍ଦ୍ଦେଶ ଅନୁସାରେ ବିହନ ବିଶୋଧନ କରି ରଖନ୍ତୁ ।

  1. ଜମି ପ୍ରସ୍ତୁତି :

ଯାନ୍ତ୍ରିକ ପଦ୍ଧତିରେ ଧାନ ରୋଇବା ଉପରେ ପ୍ରୟୋଗାତ୍ମକ ତାଲିମ ପ୍ରଦାନ କରାଯିବାକୁ ଥିବା ପ୍ରାୟ ଏକ ଏକର ଜମି କୁ ତାଲିମ ରା ଦିନେ ପୂର୍ବ ରୁ ପ୍ରସ୍ତୁତ କରନ୍ତୁ ।ଯାନ୍ତ୍ରିକ ପଦ୍ଧତିରେ ଧାନ ରୋଇବାକୁ ଥିବା ଜମି କାଦୁଅ କରିବା ପାଇଁ ନିମ୍ନଲିଖିତ ପଦ୍ଧତି ଅନୁସରଣ କରନ୍ତୁ ।

  • ଲଙ୍ଗଳ ,କାଲଟିଭେଟର ବା ପାୱାର ଲିଟର ସାହାଯ୍ୟରେ ଜମିକୁ ୫-୭ ସେଣ୍ଟିମିଟର ଗଭୀର ପର୍ଯ୍ୟନ୍ତ ଚାଷ କରନ୍ତୁ ।
  • ଜମିକୁ କାଦୁଅ କାରୀ ସମତୁଲ କରନ୍ତୁ ।ମାଟି ବସିଯିବା ପାଇଁ ୧୨-୨୪ ଘଣ୍ଟା ଛାଡି ଦିଅନ୍ତୁ ।

ବିନା କାଦୁଅ ରେ ଯାନ୍ତ୍ରିକ ପଦ୍ଧତିରେ ଧାନ ରୋପଣ ତାଲିମ ପାଇଁ ନିମ୍ନ ଲିଖିତ ପଦକ୍ଷେପ ମାନ ଗ୍ରହଣ କରାଯାଇପାରେ ।

  • ଲଙ୍ଗଳ,ପାୱାରତିଳର ବା କାଲଟିଭେଟର ସାହାଯ୍ୟରେ ଜମିକୁ ଶୁଖିଲା ଚାଷ କରିବା ପରେ ମଇ ଦେଇ ସମତୁଲ କରନ୍ତୁ ।
  • ଧାନ ରୋଇବା ପୂର୍ବରୁ ଅଳ୍ପ ଜଳସେଚନ କରି ବଳକା ପାଣି ନିଗାଡି ଦିଅନ୍ତୁ । (୨-୩ ସେଣ୍ଟିମିଟର)

ଶ୍ରେଣୀଗୃହ ଶିକ୍ଷାଦାନ ପାଇଁ ନିମ୍ନ ଉପକରଣ ରହିଥିବା ଆବଶ୍ୟକ :

  • ଉପସ୍ଥାପନା ପାଇଁ ପ୍ରୋଜେକ୍ଟର ବା ପରଦା
  • କଳାପଟା,ଧଳାପଟା,ଡଷ୍ଟର ଓ ମାର୍କର କଲମ
  • ପ୍ରତ୍ୟେକ ଶିକ୍ଷାର୍ଥୀଙ୍କ ପାଇଁ ଖାତା ଓ କଲମ
  • ପ୍ରତ୍ୟେକ ଶିକ୍ଷାର୍ଥୀଙ୍କ ପାଇଁ ଗୋଟିଏ ଲେଖାଏ ମୁଦ୍ରିତ ପ୍ରକଜ୍ଞାନ ପରୀକ୍ଷା ପ୍ରଶ୍ନପତ୍ର ଓ ତାଲିମ ପର ପ୍ରଶ୍ନପତ୍ର
  • ପ୍ରତ୍ୟେକ ଶିକ୍ଷାର୍ଥୀ ଙ୍କ ପାଇଁ ଉପସ୍ଥାପନ କରାଯାଉଥିବା ତଥ୍ୟ ରା ମୁଦ୍ରିତ କାଗଜ
  • ପ୍ରତ୍ୟେକ ଶିକ୍ଷାର୍ଥୀ ଙ୍କ ପାଇଁ ଗୋଟିଏ ଲେଖାଏଁ ଉପସ୍ଥାପନ ସାମଗ୍ରୀ (ପେନଡ୍ରାଇଭ ବା ସିଡି)

କିପରି ତାଲିମ କାର୍ଯ୍ୟକ୍ରମ ପରିଚାଳନା କରାଯିବ :

ପ୍ରଥମ ଦିବସ (ଅଧିବେଶନ ୧ ଓ ୨)

ଉପକ୍ରମଣିକା

ତାଲିମ ପାଇଁ ଶିକ୍ଷାର୍ଥୀ ମାନଙ୍କୁ ଗୋଟିଏ ଶ୍ରେଣୀ ଗୃହ ବା ସେହିପରି ସ୍ଥାନରେ ଏକଜୁଟ କରନ୍ତୁ ।ସ୍ଵାଗତ ସମ୍ବୋଧନ ସହିତ ଅଧିବେଶନ ଆରମ୍ଭ କରନ୍ତୁ ।ତାଲିମ ଡାଟା ନିଜ ବିଷୟରେ ତଥ୍ୟ ଅନ୍ୟ ତାଲିମଦାତାଙ୍କ ବିଷୟରେ ସଂକ୍ଷିପ୍ତ ପରିଚୟ ପ୍ରଦାନ କରିବା ଆବଶ୍ୟକ ।ଶିକ୍ଷାର୍ଥୀ ମାନଙ୍କୁ ନିଜ ପରିଚୟ ପ୍ରଦାନ ପାଇଁ କୁହନ୍ତୁ ।ନିଜର ମୁଖ୍ୟ କୃଷି କାର୍ଯ୍ୟ ଓ ବୃତ୍ତି ବିଷୟରେ କହିବା ପାଇଁ କୁହନ୍ତୁ ।ପ୍ରତ୍ୟେକ ଶିକ୍ଷାର୍ଥୀ ନିଜ ବିଷୟରେ କୌଣସି ଆକର୍ଷଣୀୟ ତଥ୍ୟ ପ୍ରଦାନ କଲେ ଏହା ଗୋଷ୍ଠୀ ରା ଦଳଗତ ମାନସିକତାକୁ ସୁଦୃଢ କରିଥାଏ।

ଏଥି ସହିତ ତାଲିମ ଦାତା ନିଜ ବିଷୟରେ କହିବା ଉଚିତ ।

  • ଯାନ୍ତ୍ରିକ ପଦ୍ଧତିରେ ଧାନରୋପଣ ଉପରେ ସଂକ୍ଷିପ୍ତ ସୂଚନା କରନ୍ତୁ ।
  • ପ୍ରତିଦିନ ତାଲିମ ର କାର୍ଯ୍ୟସୂଚୀ ବିଷୟରେ ଶିକ୍ଷାର୍ଥୀ ମାନଙ୍କୁ ଜଣ।ନ୍ତୁ ।

ପ୍ରାକ-ଜ୍ଞାନ ଆକଳନ ପରୀକ୍ଷା :

ଶିକ୍ଷାର୍ଥୀମାନଙ୍କୁ ପ୍ରାକ ଜ୍ଞାନ ଆକଳନ ପାଇଁ ପ୍ରଶ୍ନପତ୍ର ପ୍ରଦାନ କରି ଏହାର ଉତ୍ତର ଲେଖିବା ନିମନ୍ତେ ପ୍ରତ୍ଯେକଙ୍କୁ କୁହନ୍ତୁ ।ଏହା ନିଶ୍ଚିତ କରନ୍ତୁ ଯେ ଶିକ୍ଷାର୍ଥୀ ମାନେ ଅନ୍ୟ ସହିତ ଆଲୋଚନା ନ କରି ନିଜେ ଉତ୍ତର ଲେଖୁଛନ୍ତି ।

ମ୍ୟାଟ ପ୍ରକାର ନର୍ସରୀ ଉପରେ ଶ୍ରେଣୀଗୃହ ଶିକ୍ଷାଦାନ:

ମ୍ୟାଟ ନର୍ସରୀ ଉପରେ ସାଧାରଣ ଉପକ୍ରମିକା ସହିତ ଏହାର ଉପକାରିତା ଓ ବ୍ୟବସାୟିକ ସାମର୍ଥ୍ୟ ବିଷୟରେ ସୂଚନା ଦେଇ ତାଲିମ ଆରମ୍ଭ କରନ୍ତୁ ।ଶିକ୍ଷାର୍ଥୀ ମାନଙ୍କୁ ଏହା ଜଣାଇ ଦେବା ଦରକାର ଯେ ଏହି ମ୍ୟାଟ ନର୍ସରୀ ପ୍ରସ୍ତୁତି ବିଷୟରେ ଜାଣିବା ପାଇଁ ଯଥେଷ୍ଟ ସମୟ ଓ ଆଗ୍ରହର ଆବଶ୍ୟକତା ରହିଛି ।ଶିକ୍ଷାର୍ଥୀ ମାନଙ୍କ ମନରେ ତଳି ପ୍ରସ୍ତୁତି ବିଷୟରେ କୌଣସି ପ୍ରଶ୍ନ ବା ସନ୍ଦେହ ଥିଲେ ଏହା ଦୂର କରନ୍ତୁ ।ଏହାପରେ ଶିକ୍ଷାର୍ଥୀ ମାନଙ୍କୁ ଜମିକୁ ନେଇ ପ୍ରୟୋଗାତ୍ମକ ତାଲିମ ପ୍ରଦାନ କରନ୍ତୁ ।

ଫସଲ ପରିଚାଳନା ଉପରେ ଶ୍ରେଣୀଗୃହ ଶିକ୍ଷାଦାନ :

ପ୍ରୟୋଗାତ୍ମକ ତାଲିମ ଶେଷ ହେଲେ ଶିକ୍ଷାର୍ଥୀ ମାନଙ୍କୁ ପୁଣି ଠାରେ ଶ୍ରେଣୀ ଗୃହକୁ ଆଣନ୍ତୁ ।ସାମାନ୍ୟ ବିରତି ପରେ ପରବର୍ତ୍ତୀ ଶ୍ରେଣୀ ଗୃହ ପାଠ୍ୟକ୍ରମ ଆରମ୍ଭ କରି ଉନ୍ନତ ମାନର ତଳି ପ୍ରସ୍ତୁତି ପାଇଁ ଫସଲ ପରିଚାଳନା ବିଷୟରେ ଆଲୋଚନା କରନ୍ତୁ ।

ଦିବସ ୨ (ଅଧିବେଶନ ୩ ଏବଂ ୪ )

ଉପକ୍ରମିକା ଓ ପ୍ରୟୋଗାତ୍ମକ ଶିକ୍ଷା :

ଯାନ୍ତ୍ରିକ ପଦ୍ଧତିରେ ଧାନ ରୋପଣ ଉପରେ ସଖୀପ୍ତ ଉପକ୍ରମିକା ଦେବା ସହିତ ଏହାର ଉପକାରିତା ଓ ଅପକାରିତା ବିଷୟରେ କହି ଅଧିବେଶନ ଆରମ୍ଭ କରନ୍ତୁ ।ଶିକ୍ଷାର୍ଥୀ ମାନେ କିପରି ଧାନରୁଆ ଜନ୍ତ୍ର ରା ସଠିକ ବ୍ୟବହାର ବିଷୟରେ ଶିଖିପାରିବେ ସେ କଥା କୁହନ୍ତୁ ।ଧ।ନରୁଆ ଯନ୍ତ୍ର ଉପରେ ଶିକ୍ଷାର୍ଥୀ ଙ୍କ ମନରେ କିଛି ପ୍ରଶ୍ନ ବା ସନ୍ଦେହ ଥିଲେ ଆଲୋଚନା ମାଧ୍ୟମରେ ତାହା ଦୂର କରନ୍ତୁ।ଏହା ପରେ ଶିକ୍ଷାର୍ଥୀମାନଙ୍କୁ ଜମିକୁ ନେଇ ଅଧିବେଶନ ୩ ରେ ପ୍ରଦତ୍ତ ପ୍ରଣାଳୀ ରେ ପ୍ରୟୋଗାତ୍ମକ  ତାଲିମ ପ୍ରଦାନ କରନ୍ତୁ।

ଫସଲ ପରିଚାଳନା ଉପରେ ଶ୍ରେଣୀଗୃହ ଶିକ୍ଷାଦାନ:

ଶିକ୍ଷାର୍ଥୀମାନେ ଧାନ ରୋଇବା କାର୍ଯ୍ୟ ଶିଖିବା ପରେ ସେମାନଙ୍କୁ ଶ୍ରେଣୀ ଗୃହକୁ ଆଣନ୍ତୁ। ଯାନ୍ତ୍ରିକ ପଦ୍ଧତିରେ ରୁଆଯାଇଥିବା ଧନରୁ ଅଧିକ ଅମଳ ପାଇବା ପାଇଁ ଆବଶ୍ୟକ ଫସଲ ପରିଚାଳନା ପଦ୍ଧତି ବିଷୟରେ ଉପସ୍ଥାପନ ଓ ବକ୍ତୃତା ମଧାମରେ ବୁଝାଇ ଦିଅନ୍ତୁ।

ମରାମତି ଓ ରକ୍ଷଣାବେକ୍ଷଣା ଉପରେ ଅଧିବେଶନ:

ଏହି ଅଧିବେଶନକୁ କୌଣସି ଖୋଲା ସ୍ଥାନ ବା ଯଥେଷ୍ଟ ଆଲୋକ ପଡୁଥିବା ଆବଦ୍ଧ ସ୍ଥାନରେ କରନ୍ତୁ ।ଅଧିବେଶନ ଆରମ୍ଭ ପୂର୍ବରୁ ଧନରୁଆ ଯନ୍ତ୍ରକୁ ପ୍ରଦର୍ଶନ ପାଇଁ ପ୍ରସ୍ତୁତ କରି ରଖନ୍ତୁ । ଅଧିବେଶନ 4 ରେ ପ୍ରଦାନ କରାଯାଇଥିବା ନିର୍ଦ୍ଦେଶ ମୁତାବକ ଗୋଟି ଗୋଟି କରି ମରାମତି ଓ ରକ୍ଷଣାବେକ୍ଷଣା ବିଷୟରେ ବୁଝାଇଦିଅନ୍ତୁ।

ତାଲିମ ପରେ ଜ୍ଞାନ ପରୀକ୍ଷା

ଉପର ବର୍ଣ୍ଣିତ ସମସ୍ତ ତାଲିମ କାର୍ଯ୍ୟ ଶେଷ ହେବା ପରେ ତାଳି ପର ଜ୍ଞାନ ପରୀକ୍ଷା ନିମନ୍ତେ ଶିକ୍ଷାର୍ଥୀ ମାନଙ୍କୁ ପ୍ରଶ୍ନପାତ୍ର ପ୍ରଦାନ କରନ୍ତୁ ।ଉତ୍ତର ଦେବା ପାଇଁ ସେମାନଙ୍କୁ କିଛି ସମୟ ଦିଅନ୍ତୁ ।ସମସ୍ତେ ନିଜେ ନିଜେ ଉତ୍ତର ଲେଖିବା ଦରକାର ।ଉତ୍ତର ଖାତା ର ମୂଲ୍ୟାୟନ କରି ପ୍ରାକ ଜ୍ଞାନ ପରୀକ୍ଷା ସହିତ ମିଳାନ୍ତୁ ।ଏ ବିଷୟ ପରୀକ୍ଷାର୍ଥୀ ମାନଙ୍କୁ ଜଣାଇଦିଅନ୍ତୁ।ଏହା ଦ୍ଵାରା ସେମାନେ କେତେ ଜ୍ଞାନ ଲାଭ କରିଛନ୍ତି ଜଣାପଡିବ।କମ ନମ୍ବର ରଖିଥିବା ଶିକ୍ଷାର୍ଥୀ ମାନେ ସେମାନଙ୍କର ଜ୍ଞାନ ବୃଦ୍ଧି ନିମନ୍ତେ ଅନ୍ୟ ଏକ ତାଲିମ ରେ ଯୋଗ ଦେଇପାରନ୍ତି । ଏହାପରେ ଶିକ୍ଷାର୍ଥୀ ମାନଙ୍କ ମନରେ କୌଣସି ସନ୍ଦେହ ରହିଥିଲେ ତାହା ଦୂର କରି ତାଲିମ ଶେଷ କରନ୍ତୁ ।

ଆଧାର  :ଯାନ୍ତ୍ରିକ ପଦ୍ଧତିରେ ଧାନ ରୋପଣ

2.91666666667
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top