ସେଆର କରନ୍ତୁ

ରାଶି ଚାଷ

ରାଶି ଚାଷ ଆମ ରାଜ୍ୟରେ ଯେକୌଣସି ଚାଷ ପରେ ଓ ଯେକୌଣସି ମୃତ୍ତିକାରେ ଚାଷ କରାଯାଇପାରେ ।

ଉପକ୍ରମ

ରାଶି ଏପରି ଏକ ଫସଲ, ଯାହା ଆମ ରାଜ୍ୟରେ ଯେକୌଣସି ଚାଷ ପରେ ଓ ଯେକୌଣସି ମୃତ୍ତିକାରେ ଚାଷ କରାଯାଇପାରେ । ଏହା ଖୁବ କମ ଜଳରେ ଚାଷ ହୋଇପାରୁଥିବା ଫସଲ । ଚିନାବାଦାମ ପରେ ଚାଷ ହେଉଥିବା ଦ୍ଵିତୀୟ ମୁଖ୍ୟ ତୈଳବିଜର ସ୍ଥାନ ନେଇଛି ରାଶି । ରାଶିରେ ଶତକଡା ୪୫-୫୦ ଭାଗ ତେଲ ଓ ୧୮-୨୦ ଭାଗ ପୃଷ୍ଟିସାର ରହିଛି । ଏହାର ତେଲକୁ ଉଭୟ ଲଗାଇବା ଓ ଖାଇବାରେ ବ୍ୟବହାର କରାଯାଏ ।

ଓଡିଶାରେ ପ୍ରାୟ ୨ଲକ୍ଷ ହେକ୍ଟର ଜମିରେ ରାଶି ଚାଷ ହେଉଥିଲେ ମଧ୍ୟ ହେକ୍ଟର ପ୍ରତି ହାରାହାରି ଅମଳ ପ୍ରାୟ ୫୦୦କିଗ୍ରା ରହିଛି । ଏତେ କମ ଆଦାୟର କାରଣମାନ ହେଲା- ଅତି ନିମ୍ନମାନର ଜମିରେ ଚାଷ , ବିନା ଖତ, ସାର ପ୍ରୟୋଗରେ ଚାଷ , ଅଧିକ ଅମଳକ୍ଷମ କିସମ ବ୍ୟବହାର ନ କରିବା ଇତ୍ୟାଦି । ତେଣୁ ରାଶି ଚାଷରୁ ଅଧିକ ଅମଳ ପାଇବା ପାଇଁ ପ୍ରମାଣିତ ବିହନ ବ୍ୟବହାର କରି ଉପଯୁକ୍ତ ଚାଷ ପ୍ରଣାଳୀ ଅବଲମ୍ବନ କରିବା ଆବଶ୍ୟକ ।ରାଶି

କିସମ, ମୃତ୍ତିକା ଓ ଜଳବାୟୁ : ନିଗିଡା ଢିପ ବା ମଝିଆଳି ବାଲିଆ ଦୋରସା ଓ ହାଲୁକା ମାଟି ରାଶି ଚାଷ ପାଇଁ ଉପଯୁକ୍ତ । ଲୁଣି, କ୍ଷାରୀ, ଅମ୍ଳୀୟ ଓ ଅତି ମଟାଳ ବା ପାଣି ଜମି ରହୁଥିବା ମାଟିରେ ରାଶିଚାଷ ଭଲ ହୋଇ ନଥାଏ । ଏହି ଫସଲ ଓଡିଶାର ଉପକୂଳବର୍ତ୍ତୀ ସମତଳ ଭୂମିଠାରୁ ପାହାଡିଆ ଅତି ଉଚ୍ଚ ଜମିରେ ମଧ୍ୟ ଚାଷ କରାଯାଇଥାଏ । ଅତିକମ ବୃଷ୍ଟିପାତ ଅଞ୍ଚଳରେ ଏହି ଚାଷ କରାଯାଇପାରେ ସବୁବେଳେ ଜଳୀୟାଂସ ରହୁଥିବା ବାଲିଆ ଦୋରସା ମାଟିରେ ରାଶି ଚାଷ ଭଲ ହୁଏ ।

ଖରାଦିନେ ଜଳସେଚିତ ଜମିରେ ରାଶିଚାଷ କରାଯାଏ । ଏବେ ରାଶି ବୁଣାଯାଇପାରିବ । ଏଥିପାଇଁ ଜମିକୁ ୨-୩ ଓଡ ଭଲ ଭାବେ ଚାଷ କରି ମାଟିକୁ ଗୁଣ୍ଡ କରିଦିଅନ୍ତୁ । ଗୁଣ୍ଡଚାଷ ଜମିରେ ଏକର ପ୍ରତି ଶେଷ ଓଡ ଚାଷ ସମୟରେ ୨୦ କୁଇଣ୍ଟାଲ ଖତ ପ୍ରୟୋଗ କରନ୍ତୁ । ଜମିକୁ ସମତଳ ରଖିବା ନିହାତି ଦରକାର ।

କିସମ ମଧ୍ୟରେ ଉମା, ପ୍ରାଚୀ, ଶୁଭ୍ରା, ସମରକ (୭୫ ଦିନିଆ);କଳିକା, କନକ, ଉଷା, ଜି.ଟି -୧ , ନିର୍ମଳା, ଅମ୍ରିତ (୮୦-୮୫ ଦିନିଆ);ବିନାୟକ, କ୍ରୀଷ୍ଣା, ଜି.ଟି -୨ ଜି.ଟି -୧୦ , ପ୍ରଗତି, ସ୍ମାରକ (୯୦ ଦିନିଆ);ଗୌରୀ ଓ ପ୍ରତାପ (୧୦୦ ଦିନିଆ) । ସବୁ କିସମ ବର୍ଷାଦିନେ ଚାଷ ହୋଇଥାଏ । ବିନାୟକ ,କଳିକା , କନକ, ଉମା (ଖରାଟିଆ ଚାଷ ପାଇଁ ଉପଯୁକ୍ତ), କ୍ରୀଷ୍ଣା, ପ୍ରାଚୀ, ଅମ୍ରିତ ଓ ସମରକ କିସମର ମଞ୍ଜି କଳା: ପ୍ରତାପ ଜି.ଟି -୧, ନିର୍ମଳା , ଶୁଭ୍ରା, ଜି.ଟି -୨ଓ  ଜି.ଟି-୧୦ କିସମର ମଞ୍ଜି ଧଳା ରଙ୍ଗର ଏବଂ ଅନ୍ୟସବୁ କିସମର ମଞ୍ଜିର ରଙ୍ଗ ଧୂସରିଆ ।

ବିହନ, ବୁଣା ଓ ଖତ, ସାର : ଧାଡି ବୁଣା ପାଇଁ ଗ୍ରୀଷ୍ମ ଋତୁରେ ୨କି.ଗ୍ରା ବିହନ ଦରକାର ପଡିଥାଏ । ଛଟା ବୁଣା କଲେ ଏକର ପ୍ରତି ୪କି.ଗ୍ରା ବିହନ ଦରକାର ହୁଏ । ରାଶି ଗଛର ତଳ ଭାଗରେ ହେଉଥିବା ଫଳରୁ ବିହନ ସଂଗ୍ରହ କଲେ ଭଲ । କାରଣ ଏହି ମଞ୍ଜିର ଗଜା ହେବା ଶକ୍ତି ମଝି ଓ ଉପର ଅଂଶରେ ଥିବା ମଞ୍ଜି ଅପେକ୍ଷା ଅଧିକ ରହିଥାଏ । ପ୍ରତି କିଲୋଗ୍ରାମ ବିହନ ପାଇଁ ୩ ଗ୍ରାମ ଥିରାମ ବା କ୍ୟାପଟାନ ଗୋଳାଇ ବିହନ ବିଶୋଧନ କରିବା ଆବଶ୍ୟକ ।

ଫସଲ ବଢିବା ସମୟରେ ଉଷ୍ମ ଜଳବାୟୁ  ରାଶି ଉତ୍ପାଦନ ପାଇଁ ଭଲ । ଗଛର ବୃଦ୍ଧି ଓ ଫୁଲ ଭଲ ହୁଏ । ଉତ୍ତାପ କମ ରହିଲେ ଫୁଲ ପାକଳ ହେଉଣୁ ଝଡିପଡେ, ନଚେତ ଫୁଲ ବନ୍ଧ୍ୟା ହୋଇଯାଏ । ଜମିରେ ପାଣି ଜମି ରହିଲେ ବା କ୍ରମାଗତ ପାଗ ଓଦାଳିଆ ରହିଲେ କିମ୍ବା କୁହୁଡି ହେଲେ ଫସଲ ଭଲ ହୋଇ ନଥାଏ । ଏସବୁ ଦୃଷ୍ଟିରୁ ଉପଯୁକ୍ତ ବିହନ କିସମ ବାଛିବା ଓ ବୁଣିବା ସମୟ ଠିକ କରିବାକୁ ହୋଇଥାଏ । ଆଳୁ ପରେ ସେହି ଜମିରେ ବିନା ଖତ ଓ ସାରରେ ରାଶି ଚାଷ କରାଯାଇପାରେ ଏବଂ ଭଲ ଅମଳ ହୋଇଥାଏ । ମଞ୍ଜିଗୁଡିକ ଛୋଟ ଛୋଟ ଓ ହାଲୁକା ହୋଇଥିବାରୁ ଏହାକୁ ସମପରିମାଣରେ ଶୁଖିଲା ବାଲିରେ ମିଶାଇ ଧାଡିରେ ୨-୩ ସେ.ମି ଗଭୀରରେ ବୁଣିବା ଦରକାର  । ଧାଡିକୁ ଧାଡି ୩୦ ସେ.ମି ଓ ଗଛକୁ ଗଛ ୧୫ ସେ.ମି ବ୍ୟବଧାନ ରଖାଯାଏ । ଗଛ ପତଳା ରହିଲେ ଶାଖା ଅଧିକ ଆସିଥାଏ । ଧାଡିବୁଣା, ଅନ୍ତଃଚାଷ ଓ ଅନାବନା ଘାସ ଦମନ ସହଜ ହୋଇଥାଏ । ଜମିରେ ବତର ଥିଲେ ଭଲ ଗଜା ହୁଏ । ତେଣୁ ଖରାଟିଆ ରାଶି ବୁଣିବା ପୂର୍ବରୁ ସାଧାରଣ ଭାବେ ପାଣି ମଡାଇ ଜମିର ବତର ଅଣାଯାଏ । ରାଶି ଫସଲ ଅଧିକ ଖାଦ୍ୟସାର ଦରକାର କରେ । ତେଣୁ ଏକର ପ୍ରତି ୨୦ କୁଇଣ୍ଟାଲ ଖତ ସହ ରାସାୟନିକ ସାର ପ୍ରୟୋଗ କରିବା ଜରୁରୀ । ରାଶି ଫସଲ ଏକର ପ୍ରତି ୧୨ କିଗ୍ରା ଯବକ୍ଷାରଜାନ , ୮କିଗ୍ରା ଫସଫରସ ଓ ୮କିଗ୍ରା ପଟାସ (ଅର୍ଥାତ ଡି.ଏ.ପି ୧୮ କି.ଗ୍ରା , ୟୁରିୟା ୨୦ କି.ଗ୍ରା ଓ ପଟାସ ୧୩ କି.ଗ୍ରା) ସାର ଦରକାର କରେ । ଅଧା (୬କିଗ୍ରା ) ଯବକ୍ଷାରଜାନ ସହ ସମସ୍ତ ୮କିଗ୍ରା ପଟାସ ବିହନ ବୁଣିବା ପୂର୍ବରୁ ଜମିରେ ପ୍ରୟୋଗ କରିବା ଭଲ । ସାରକୁ ସିଆରରେ ପ୍ରୟୋଗ କରି ଭଲ ଭାବରେ ମାଟିରେ ମିଶାଇ ଦେଇ ଧାଡିରେ ବିହନ ବୁଣିବା ଦ୍ଵାରା ସାରର ଭଲ ବିନିଯୋଗ ହୋଇଥାଏ । ଅବଶିଷ୍ଟ ଅର୍ଦ୍ଧେକ ଯବକ୍ଷାରଜାନ (୬କି.ଗ୍ରା) ଅର୍ଥାତ ୟୁରିଆ ୧୩ କି.ଗ୍ରା ଗଛ ୩ସପ୍ତାହର ହୋଇଗଲେ କୋଡାଖୁସା କରି ପ୍ରୟୋଗ କରାଯାଏ ।

ଘାସ ନିୟନ୍ତ୍ରଣ, ଜଳସେଚନ ଓ ରୋଗ, ପୋକ ପରିଚାଳନା : ଗଛ ୧୫-୨୦ ଦିନର ହୋଇଗଲେ ଗଛମୂଳକୁ କୋଡାଖୁସା କରି ଘାସଲଟା ବାଛି ପରିଷ୍କାର କରିବା ପ୍ରୟୋଜନ । ଆବଶ୍ୟକ ଗଛ ସଂଖ୍ୟା ରଖି ଅନାବଶ୍ୟକ ଗଛ ଉପାଡି ପତଳା କରିବା ଦରକାର । ତୃଣନାଶକ ପ୍ରୟୋଗ କରି ଘାସଲଟା ମଧ୍ୟ ଦମନ କରାଯାଇପାରେ । ଆଲୋକ୍ଲୋର ଏକର ପ୍ରତି ୮୦୦ମି.ଲି କିମ୍ବା ଅକ୍ସାଡାୟାଜନ ୮୦୦ ମି.ଲି ବୁଣିବାର ୧ଦିନ ପରେ , ନଚେତ ପେଣ୍ଡିମାଥାଲୀନ ୧୦୦୦ ମି.ଲି ବୁଣିବାର ୩ଦିନ ବେଳକୁ ଅଥବା ଫ୍ଲୁକ୍ଲୋରାଲିନ ୮୦୦ ମି.ଲି ଶେଷ ଓଡ ଚାଷ ସମୟରେ ପ୍ରୟୋଗ କରାଯାଏ । ଜଳସେଚିତ ରାଶି ଚାଷରେ ବୁଣିବା ପୂର୍ବରୁ ପ୍ରଥମ ଜଳସେଚନ ଦେଇ ଜମିକୁ ଠିକ ବତରକୁ ଆଣିବା ଦରକାର । ନଚେତ ବୁଣିବା ପରେ ପରେ ସାମାନ୍ୟ ପାଣି ମଡାଇଲେ ମଞ୍ଜି ଭଲ ଭାବରେ ଗଜା ହେବ ଓ ଗଛ ଉଠିବ । ଗଛର ଡାଳ ହେବା ସମୟରେ (୨୫-୩୦ ଦିନ ବେଳକୁ ) ଫୁଲ ହେବା ସମୟରେ (୪୦-୪୫ ଦିନ ବେଳକୁ ) ଓ ଫଳ ହେବା ସମୟରେ (୬୦-୬୫ ଦିନ ବେଳକୁ ) ଏହିପରି ତିନିଥର ଜଳସେଚନ କରିବା ଦରକାର । ମାତ୍ର ଏହି ଜଳସେଚନ ଅଦିନିଆ ଖରାଟିଆ ବର୍ଷା ଉପରେ ନିର୍ଭର କରେ । ବର୍ଷା ହେଲେ ଜଳସେଚନ ଦରକାର ପଡି ନଥାଏ ।

ପତ୍ରମୋଡା, ଫଳବିନ୍ଧା, ଛ୍ଞ୍ଚାଣ ପୋକ, କାହାଳିଆ ମାଛି, ଫଳ ଶୋଷକ ପୋକ ଶଁବାଳୁଆ ପୋକ ତଥା ପତ୍ରଚିତା ରୋଗ, ପତ୍ରପୋଡା ରୋଗ, ଶୁଖିଲା ମୂଳଶଢା ରୋଗ , ଝାଉଁଳା ରୋଗ ଓ ଫାଇଲୋଡି ରୋଗ ସାଧାରଣତଃ ରାଶି ଫସଲରେ ଦେଖାଯାଏ ।

ରାଶି ଏପରି ଏକ ଫସଲ, ଯାହା ଆମ ରାଜ୍ୟରେ ଯେକୌଣସି ଚାଷ ପରେ ଓ ଯେକୌଣସି ମୃତ୍ତିକାରେ ଚାଷ କରାଯାଇପାରେ । ଏହା ଖୁବ କମ ଜଳରେ ଚାଷ ହୋଇପାରୁଥିବା ଫସଲ । ଚିନାବାଦାମ ପରେ ଚାଷ ହେଉଥିବା ଦ୍ଵିତୀୟ ମୁଖ୍ୟ ତୈଳବିଜର ସ୍ଥାନ ନେଇଛି ରାଶି । ରାଶିରେ ଶତକଡା ୪୫-୫୦ ଭାଗ ତେଲ ଓ ୧୮-୨୦ ଭାଗ ପୃଷ୍ଟିସାର ରହିଛି । ଏହାର ତେଲକୁ ଉଭୟ ଲଗାଇବା ଓ ଖାଇବାରେ ବ୍ୟବହାର କରାଯାଏ ।  ଓଡିଶାରେ ପ୍ରାୟ ୨ଲକ୍ଷ ହେକ୍ଟର ଜମିରେ ରାଶି ଚାଷ ହେଉଥିଲେ ମଧ୍ୟ ହେକ୍ଟର ପ୍ରତି ହାରାହାରି ଅମଳ ପ୍ରାୟ ୫୦୦କିଗ୍ରା ରହିଛି । ଏତେ କମ ଆଦାୟର କାରଣମାନ ହେଲା- ଅତି ନିମ୍ନମାନର ଜମିରେ ଚାଷ , ବିନା ଖତ, ସାର ପ୍ରୟୋଗରେ ଚାଷ , ଅଧିକ ଅମଳକ୍ଷମ କିସମ ବ୍ୟବହାର ନ କରିବା ଇତ୍ୟାଦି । ତେଣୁ ରାଶି ଚାଷରୁ ଅଧିକ ଅମଳ ପାଇବା ପାଇଁ ପ୍ରମାଣିତ ବିହନ ବ୍ୟବହାର କରି ଉପଯୁକ୍ତ ଚାଷ ପ୍ରଣାଳୀ ଅବଲମ୍ବନ କରିବା ଆବଶ୍ୟକ । କିସମ, ମୃତ୍ତିକା ଓ ଜଳବାୟୁ : ନିଗିଡା ଢିପ ବା ମଝିଆଳି ବାଲିଆ ଦୋରସା ଓ ହାଲୁକା ମାଟି ରାଶି ଚାଷ ପାଇଁ ଉପଯୁକ୍ତ । ଲୁଣି, କ୍ଷାରୀ, ଅମ୍ଳୀୟ ଓ ଅତି ମଟାଳ ବା ପାଣି ଜମି ରହୁଥିବା ମାଟିରେ ରାଶିଚାଷ ଭଲ ହୋଇ ନଥାଏ । ଏହି ଫସଲ ଓଡିଶାର ଉପକୂଳବର୍ତ୍ତୀ ସମତଳ ଭୂମିଠାରୁ ପାହାଡିଆ ଅତି ଉଚ୍ଚ ଜମିରେ ମଧ୍ୟ ଚାଷ କରାଯାଇଥାଏ । ଅତିକମ ବୃଷ୍ଟିପାତ ଅଞ୍ଚଳରେ ଏହି ଚାଷ କରାଯାଇପାରେ ସବୁବେଳେ ଜଳୀୟାଂସ ରହୁଥିବା ବାଲିଆ ଦୋରସା ମାଟିରେ ରାଶି ଚାଷ ଭଲ ହୁଏ ।  ଖରାଦିନେ ଜଳସେଚିତ ଜମିରେ ରାଶିଚାଷ କରାଯାଏ । ଏବେ ରାଶି ବୁଣାଯାଇପାରିବ । ଏଥିପାଇଁ ଜମିକୁ ୨-୩ ଓଡ ଭଲ ଭାବେ ଚାଷ କରି ମାଟିକୁ ଗୁଣ୍ଡ କରିଦିଅନ୍ତୁ । ଗୁଣ୍ଡଚାଷ ଜମିରେ ଏକର ପ୍ରତି ଶେଷ ଓଡ ଚାଷ ସମୟରେ ୨୦ କୁଇଣ୍ଟାଲ ଖତ ପ୍ରୟୋଗ କରନ୍ତୁ । ଜମିକୁ ସମତଳ ରଖିବା ନିହାତି ଦରକାର ।  କିସମ ମଧ୍ୟରେ ଉମା, ପ୍ରାଚୀ, ଶୁଭ୍ରା, ସମରକ (୭୫ ଦିନିଆ);କଳିକା, କନକ, ଉଷା, ଜି.ଟି -୧ , ନିର୍ମଳା, ଅମ୍ରିତ (୮୦-୮୫ ଦିନିଆ);ବିନାୟକ, କ୍ରୀଷ୍ଣା, ଜି.ଟି -୨ ଜି.ଟି -୧୦ , ପ୍ରଗତି, ସ୍ମାରକ (୯୦ ଦିନିଆ);ଗୌରୀ ଓ ପ୍ରତାପ (୧୦୦ ଦିନିଆ) । ସବୁ କିସମ ବର୍ଷାଦିନେ ଚାଷ ହୋଇଥାଏ । ବିନାୟକ ,କଳିକା , କନକ, ଉମା (ଖରାଟିଆ ଚାଷ ପାଇଁ ଉପଯୁକ୍ତ), କ୍ରୀଷ୍ଣା, ପ୍ରାଚୀ, ଅମ୍ରିତ ଓ ସମରକ କିସମର ମଞ୍ଜି କଳା: ପ୍ରତାପ ଜି.ଟି -୧, ନିର୍ମଳା , ଶୁଭ୍ରା, ଜି.ଟି -୨ଓ  ଜି.ଟି-୧୦ କିସମର ମଞ୍ଜି ଧଳା ରଙ୍ଗର ଏବଂ ଅନ୍ୟସବୁ କିସମର ମଞ୍ଜିର ରଙ୍ଗ ଧୂସରିଆ ।  ବିହନ, ବୁଣା ଓ ଖତ, ସାର : ଧାଡି ବୁଣା ପାଇଁ ଗ୍ରୀଷ୍ମ ଋତୁରେ ୨କି.ଗ୍ରା ବିହନ ଦରକାର ପଡିଥାଏ । ଛଟା ବୁଣା କଲେ ଏକର ପ୍ରତି ୪କି.ଗ୍ରା ବିହନ ଦରକାର ହୁଏ । ରାଶି ଗଛର ତଳ ଭାଗରେ ହେଉଥିବା ଫଳରୁ ବିହନ ସଂଗ୍ରହ କଲେ ଭଲ । କାରଣ ଏହି ମଞ୍ଜିର ଗଜା ହେବା ଶକ୍ତି ମଝି ଓ ଉପର ଅଂଶରେ ଥିବା ମଞ୍ଜି ଅପେକ୍ଷା ଅଧିକ ରହିଥାଏ । ପ୍ରତି କିଲୋଗ୍ରାମ ବିହନ ପାଇଁ ୩ ଗ୍ରାମ ଥିରାମ ବା କ୍ୟାପଟାନ ଗୋଳାଇ ବିହନ ବିଶୋଧନ କରିବା ଆବଶ୍ୟକ ।  ଫସଲ ବଢିବା ସମୟରେ ଉଷ୍ମ ଜଳବାୟୁ  ରାଶି ଉତ୍ପାଦନ ପାଇଁ ଭଲ । ଗଛର ବୃଦ୍ଧି ଓ ଫୁଲ ଭଲ ହୁଏ । ଉତ୍ତାପ କମ ରହିଲେ ଫୁଲ ପାକଳ ହେଉଣୁ ଝଡିପଡେ, ନଚେତ ଫୁଲ ବନ୍ଧ୍ୟା ହୋଇଯାଏ । ଜମିରେ ପାଣି ଜମି ରହିଲେ ବା କ୍ରମାଗତ ପାଗ ଓଦାଳିଆ ରହିଲେ କିମ୍ବା କୁହୁଡି ହେଲେ ଫସଲ ଭଲ ହୋଇ ନଥାଏ । ଏସବୁ ଦୃଷ୍ଟିରୁ ଉପଯୁକ୍ତ ବିହନ କିସମ ବାଛିବା ଓ ବୁଣିବା ସମୟ ଠିକ କରିବାକୁ ହୋଇଥାଏ । ଆଳୁ ପରେ ସେହି ଜମିରେ ବିନା ଖତ ଓ ସାରରେ ରାଶି ଚାଷ କରାଯାଇପାରେ ଏବଂ ଭଲ ଅମଳ ହୋଇଥାଏ । ମଞ୍ଜିଗୁଡିକ ଛୋଟ ଛୋଟ ଓ ହାଲୁକା ହୋଇଥିବାରୁ ଏହାକୁ ସମପରିମାଣରେ ଶୁଖିଲା ବାଲିରେ ମିଶାଇ ଧାଡିରେ ୨-୩ ସେ.ମି ଗଭୀରରେ ବୁଣିବା ଦରକାର  । ଧାଡିକୁ ଧାଡି ୩୦ ସେ.ମି ଓ ଗଛକୁ ଗଛ ୧୫ ସେ.ମି ବ୍ୟବଧାନ ରଖାଯାଏ । ଗଛ ପତଳା ରହିଲେ ଶାଖା ଅଧିକ ଆସିଥାଏ । ଧାଡିବୁଣା, ଅନ୍ତଃଚାଷ ଓ ଅନାବନା ଘାସ ଦମନ ସହଜ ହୋଇଥାଏ । ଜମିରେ ବତର ଥିଲେ ଭଲ ଗଜା ହୁଏ । ତେଣୁ ଖରାଟିଆ ରାଶି ବୁଣିବା ପୂର୍ବରୁ ସାଧାରଣ ଭାବେ ପାଣି ମଡାଇ ଜମିର ବତର ଅଣାଯାଏ । ରାଶି ଫସଲ ଅଧିକ ଖାଦ୍ୟସାର ଦରକାର କରେ । ତେଣୁ ଏକର ପ୍ରତି ୨୦ କୁଇଣ୍ଟାଲ ଖତ ସହ ରାସାୟନିକ ସାର ପ୍ରୟୋଗ କରିବା ଜରୁରୀ । ରାଶି ଫସଲ ଏକର ପ୍ରତି ୧୨ କିଗ୍ରା ଯବକ୍ଷାରଜାନ , ୮କିଗ୍ରା ଫସଫରସ ଓ ୮କିଗ୍ରା ପଟାସ (ଅର୍ଥାତ ଡି.ଏ.ପି ୧୮ କି.ଗ୍ରା , ୟୁରିୟା ୨୦ କି.ଗ୍ରା ଓ ପଟାସ ୧୩ କି.ଗ୍ରା) ସାର ଦରକାର କରେ । ଅଧା (୬କିଗ୍ରା ) ଯବକ୍ଷାରଜାନ ସହ ସମସ୍ତ ୮କିଗ୍ରା ପଟାସ ବିହନ ବୁଣିବା ପୂର୍ବରୁ ଜମିରେ ପ୍ରୟୋଗ କରିବା ଭଲ । ସାରକୁ ସିଆରରେ ପ୍ରୟୋଗ କରି ଭଲ ଭାବରେ ମାଟିରେ ମିଶାଇ ଦେଇ ଧାଡିରେ ବିହନ ବୁଣିବା ଦ୍ଵାରା ସାରର ଭଲ ବିନିଯୋଗ ହୋଇଥାଏ । ଅବଶିଷ୍ଟ ଅର୍ଦ୍ଧେକ ଯବକ୍ଷାରଜାନ (୬କି.ଗ୍ରା) ଅର୍ଥାତ ୟୁରିଆ ୧୩ କି.ଗ୍ରା ଗଛ ୩ସପ୍ତାହର ହୋଇଗଲେ କୋଡାଖୁସା କରି ପ୍ରୟୋଗ କରାଯାଏ । ଘାସ ନିୟନ୍ତ୍ରଣ, ଜଳସେଚନ ଓ ରୋଗ, ପୋକ ପରିଚାଳନା : ଗଛ ୧୫-୨୦ ଦିନର ହୋଇଗଲେ ଗଛମୂଳକୁ କୋଡାଖୁସା କରି ଘାସଲଟା ବାଛି ପରିଷ୍କାର କରିବା ପ୍ରୟୋଜନ । ଆବଶ୍ୟକ ଗଛ ସଂଖ୍ୟା ରଖି ଅନାବଶ୍ୟକ ଗଛ ଉପାଡି ପତଳା କରିବା ଦରକାର । ତୃଣନାଶକ ପ୍ରୟୋଗ କରି ଘାସଲଟା ମଧ୍ୟ ଦମନ କରାଯାଇପାରେ । ଆଲୋକ୍ଲୋର ଏକର ପ୍ରତି ୮୦୦ମି.ଲି କିମ୍ବା ଅକ୍ସାଡାୟାଜନ ୮୦୦ ମି.ଲି ବୁଣିବାର ୧ଦିନ ପରେ , ନଚେତ ପେଣ୍ଡିମାଥାଲୀନ ୧୦୦୦ ମି.ଲି ବୁଣିବାର ୩ଦିନ ବେଳକୁ ଅଥବା ଫ୍ଲୁକ୍ଲୋରାଲିନ ୮୦୦ ମି.ଲି ଶେଷ ଓଡ ଚାଷ ସମୟରେ ପ୍ରୟୋଗ କରାଯାଏ । ଜଳସେଚିତ ରାଶି ଚାଷରେ ବୁଣିବା ପୂର୍ବରୁ ପ୍ରଥମ ଜଳସେଚନ ଦେଇ ଜମିକୁ ଠିକ ବତରକୁ ଆଣିବା ଦରକାର । ନଚେତ ବୁଣିବା ପରେ ପରେ ସାମାନ୍ୟ ପାଣି ମଡାଇଲେ ମଞ୍ଜି ଭଲ ଭାବରେ ଗଜା ହେବ ଓ ଗଛ ଉଠିବ । ଗଛର ଡାଳ ହେବା ସମୟରେ (୨୫-୩୦ ଦିନ ବେଳକୁ ) ଫୁଲ ହେବା ସମୟରେ (୪୦-୪୫ ଦିନ ବେଳକୁ ) ଓ ଫଳ ହେବା ସମୟରେ (୬୦-୬୫ ଦିନ ବେଳକୁ ) ଏହିପରି ତିନିଥର ଜଳସେଚନ କରିବା ଦରକାର । ମାତ୍ର ଏହି ଜଳସେଚନ ଅଦିନିଆ ଖରାଟିଆ ବର୍ଷା ଉପରେ ନିର୍ଭର କରେ । ବର୍ଷା ହେଲେ ଜଳସେଚନ ଦରକାର ପଡି ନଥାଏ ।  ପତ୍ରମୋଡା, ଫଳବିନ୍ଧା, ଛ୍ଞ୍ଚାଣ ପୋକ, କାହାଳିଆ ମାଛି, ଫଳ ଶୋଷକ ପୋକ ଶଁବାଳୁଆ ପୋକ ତଥା ପତ୍ରଚିତା ରୋଗ, ପତ୍ରପୋଡା ରୋଗ, ଶୁଖିଲା ମୂଳଶଢା ରୋଗ , ଝାଉଁଳା ରୋଗ ଓ ଫାଇଲୋଡି ରୋଗ ସାଧାରଣତଃ ରାଶି ଫସଲରେ ଦେଖାଯାଏ ।

ରାଶି ଗଛ ୧୫-୨୦ ଦିନର ହୋଇଗଲେ ଗଛମୂଳକୁ କୋଡାଖୋସା କରି ଘାସଲଟା ବାଛି ପରିଷ୍କାର କରିବା ଦରକାର । ଆବଶ୍ୟକ ଗଛ ସଂଖ୍ୟା ରଖି ଅନାବଶ୍ୟକ ଗଛ ଉପାଡି ପତଳା କରିବା ଦରକାର ତୃଣନାଶକ ପ୍ରୟୋଗ କରି ଘାସଲଟା ମଧ୍ୟ ଦମନ କରାଯାଇପାରେ ଆଲୋକ୍ଲୋର ଏକର ପ୍ରତି ୮୦୦ମିଲି କିମ୍ବା ଆକ୍ସାଡାଏଜନ ୮୦୦ମିଲି ବୁଣିବାର ୧ଦିନ ପରେ ନଚେତ ପେଣ୍ଡିମେଥାଲୀନ ୧୦୦୦ମିଲି ବୁଣିବାର ୩ଦିନ ବେଳକୁ ଅଥବା ଫ୍ଲୁକ୍ଳୋରାଲିନ ୮୦୦ମିଲି ଶେଷ ଓଡ ଚାଷ ସମୟରେ ପ୍ରୟୋଗ କରାଯାଏ ଜଳସେଚିତ ରାଶି ଚାଷରେ ବୁଣିବା ପୂର୍ବରୁ ପ୍ରଥମ ଜଳସେଚନ ଦେଇ ଜମିକୁ ଠିକ ବତରକୁ ଆଣିବା ଦରକାର ନଚେତ ବୁଣିବା ପରେ ପରେ ସାମାନ୍ୟ ପାଣି ମଡାଇଲେ ମଞ୍ଜି ଭଲ ଭାବରେ ଗଜା ହେବ ଓ ଗଛ ଉଠିବ । ଗଛର ଡାଳ ହେବା ସମୟରେ ୨୫-୩୦ ଦିନ ବେଳକୁ ଫୁଲ ହେବା ସମୟରେ ୪୦-୪୫ଦିନ ବେଳକୁ ଓ ଫଳ ହେବା ସମୟରେ ୬୦-୬୫ ଦିନ ବେଳକୁ ଏହିପରି ତିନିଥର ଜଳସେଚନ କରିବା ଦରକାର ମାତ୍ର ଏହି ଜଳସେଚନ ଅଦିନିଆ ଖରାଟିଆ ବର୍ଷା ଉପରେ ନିର୍ଭର କରେ ବର୍ଷା ହେଲେ ଜଳସେଚନ ଦରକାର ପଡି ନଥାଏ ପତ୍ର ମୋଡା ଫଳବିନ୍ଧା ଛଞ୍ଚାଣ ପୋକ କାହାଳିଆ ମାଛି ଫଳଶୋଷକ ପୋକ ଶଁବାଳୁଆ ପୋକ ତଥା ପତ୍ରପୋଡା ରୋଗ , ଶୁଖିଲା ମୂଳସଢା ରୋଗ, ଝାଉଂଲା ରୋଗ ଓ ଫାଇଲୋଡି ରୋଗ ସାଧାରଣତଃ ରାଶି ଫସଲରେ ଦେଖାଯାଏ

ଖରାଟିଆ ଗଭୀର ଚାଷ, ସଅଳ ରାଶି ବୁଣା , ରାଶି ସହ ମୁଗ/ହରଡ , ଚିନାବାଦାମ, ବାଜରାର ମିଶ୍ରିତ ଚାଷ ଫସଲ ପର୍ଯ୍ୟାୟ ଅବଲମ୍ବନ ଜମିରେ ବାଉଁଶକଣି ବା ଡାଳ ପୋତି ପକ୍ଷୀ ଆଶ୍ରୟ ସ୍ଥଳ ସୃଷ୍ଟି ଓ ପ୍ରାରମ୍ଭିକ ଅବସ୍ଥାରୁ ୫ପ୍ରତିଶତ ନିମ୍ବ ଆଧାରିତ ଜୈବ କୀଟନାଶକ ପ୍ରୟୋଗ କଲେ ରୋଗ ପୋକ ନିୟନ୍ତ୍ରିତ ହୋଇଥାଏ । ପତ୍ରମୋଡା ଫଳବିନ୍ଧା ଓ ଛଞ୍ଚାଣ ପୋକ ନିୟନ୍ତ୍ରଣ ପାଇଁ ଟ୍ରାୟାଜୋଫସ ୨ମିଲି କାର୍ବାରିଲ ୫୦% ର  ସେଚିତ ଗୁଣ୍ଡ ୪ଗ୍ରାମ ଲିଟର ପ୍ରତି ସିଞ୍ଚନ କରାଯାଏ । ସେହିପରି କାହାଳିଆ ମାଛି ,ଧଳା ମାଛି ଓ ପତ୍ରଡିଆଁ ପୋକ ନିମନ୍ତେ ଡାଇମେଥୋଏଟ ୨ମିଲି କିମ୍ବା ମିଥାଇଲ ଡିମେଣ୍ଟଣ ୨ମିଲି ଲିଟର ସିଞ୍ଚନ କରାଯାଏ । ପତ୍ରଚିତା, ପତ୍ର ପୋଡା ରୋଗ ପାଇଁ ମାନକୋଜେବର ୪ଗ୍ରାମ ଲିଟର ପ୍ରତି ସିଞ୍ଚନ କରାଯାଏ । ଫାଇଲୋଡି ରୋଗ ନିମନ୍ତ୍ରଣ ନିମନ୍ତେ ପତ୍ରଡିଆଁ ପୋକକୁ ନିୟନ୍ତ୍ରଣ କରାଯାଏ ।

ବିହନ ପ୍ରମାଣନ

ବିହନ ଉତ୍ପାଦନ କ୍ଷେତ୍ରରେ ବିଜ୍ଞପିତ କିସମକୁ ଚାଷ କରାଯାଏ । ମିଶ୍ରିତ ଫସଲରୁ ବିହନ ଉତ୍ପାଦନ କରାଯାଏ ନାହିଁ ବିହନ କ୍ଷେତ୍ରକୁ ସର୍ବନିମ୍ନ ୩ଟି ପରିଦର୍ଶନ କରାଯାଏ (ଫୁଲ ଫୁଟିବା ପୂର୍ବ ଅବସ୍ଥା ଫୁଲ ଫୁଟିବା ମଧ୍ୟରେ ଓ ଅମଳ ପୂର୍ବା ଅବସ୍ଥାରେ )ପିଣ୍ଡ ବିହନ ଉତ୍ପାଦନରେ ବିଲଗନ ଦୂରତା ୧୦୦ମିଟର ଓ ପ୍ରାମାଣିକ ବିହନ କ୍ଷେତ୍ରରେ ତାହା ୫୦ମିଟର ରହିବା ଜରୁରୀ ମିଶା କିସମ ହାର ପିଣ୍ଡ ବିହନ ଓ ପ୍ରାମାଣିକ କ୍ଷେତ୍ରରେ ଯଥାକ୍ରମେ ୧୦୦୦ଗଛରେ ସର୍ବାଧିକ ୧ଟି ଓ୨ଟି ରୁ ଅଧିକ ନହେଉଥିବା ଦରକାର ରୋଗ ସଂକ୍ରମିତ ବିହନ ଜନିତ ରୋଗ ଗଛ ସଂଖ୍ୟା ସେହିପରି ୫ଟି ଓ ୧୦ଟି ରୁ ଅଧିକ ନହେଉଥିବା ଦରକାର ।

ଅମଳ ସାଇତା ଓ ଆୟବ୍ୟୟ

ପତ୍ର ଓ ଫଳ ହଳଦିଆ ପଡିଗଲେ ଫସଲ କାଟିବା ପାଇଁ ସୂଚନା ମିଳେ । ଯଥାସମୟରେ ଫସଲ ନକାଟିଲେ ଫଳ ଫାଟି ଯାଏଓ ମଞ୍ଜି ବାହାରି ଜମିରେ ପଡି ନଷ୍ଟ ହୁଏ । ସାଧାରଣତଃ ରାଶି ଗଛ ସବୁ କାଟିଲା ପରେ ବିଡାବାନ୍ଧି ଖଳାକୁ ନିଆଯାଏ ଓ ସେଠାରେ ଏକସପ୍ତାହ ଖରାରେ ସୁଖାଯାଏ । ଫଳ ସଂପୂର୍ଣ୍ଣ ସୁଖୀ ଫାଟିଗଲା ପରେ ରାଶି ଆଦାୟ କରାଯାଏ । ମିଶ୍ରିତ ରାଶିକୁ ପାଛୋଡି ଦେଇ ପରିଷ୍କାର ରାଶି ମଞ୍ଜି ସଂଗ୍ରହ କଲାପରେ ୩-୪ଦିନ ଖରାରେ ସୁଖାଯାଏ । ମଞ୍ଜିରୁ ଜଳିୟାଂସ ଶତକଡା ୯ଭାଗ ହେଲେ ଯାଇ ସାଇତି ରଖିବା ଉପଯୋଗୀ ହୁଏ । ଏକର ପ୍ରତି ବର୍ଷା ଋତୁରେ ୩କ୍ୟୁଇଣ୍ଟାଲ ଓ ରବି ବା ଖରାଟିଆ ଚାଷରେ ୪-୫ କ୍ୟୁଇଣ୍ଟାଲ ଅମଳ ମିଳିଥାଏ ।ବିହନ କ୍ଷେତ୍ରରେ ଗଜା ଶକ୍ତି ସର୍ବନିମ୍ନ ୮୦%ସାଧାରଣ ଶୁଦ୍ଧତା ସର୍ବନିମ୍ନ ଓ ଆଦ୍ରତା ସର୍ବାଧିକ ୯%ରହିବା ଦରକାର । ୧ଟଙ୍କା ଖର୍ଚ୍ଚ କରି ଟ୨.୫୦ ଲାଭ ମିଳିଥାଏ ।

ଆଧାର :ଡ.ପରେଶ କୁମାର ପଣ୍ଡା

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top