ସେଆର କରନ୍ତୁ

ରାଶି ଚାଷ

ରାଶି ଚାଷ ଆମ ରାଜ୍ୟରେ ଯେକୌଣସି ମୃତ୍ତିକାରେ ଚାଷ କରାଯାଇପାରେ । ଚାଷ ସମ୍ବନ୍ଧରେ ସୂଚନା ।

ଉପକ୍ରମ

ରାଶିରାଶି ଏପରି ଏକ ଫସଲ, ଯାହା ଆମ ରାଜ୍ୟରେ ଯେକୌଣସି ଚାଷ ପରେ ଓ ଯେକୌଣସି ମୃତ୍ତିକାରେ ଚାଷ କରାଯାଇପାରେ । ଏହା ଖୁବ କମ ଜଳରେ ଚାଷ ହୋଇପାରୁଥିବା ଫସଲ । ଚିନାବାଦାମ ପରେ ଚାଷ ହେଉଥିବା ଦ୍ଵିତୀୟ ମୁଖ୍ୟ ତୈଳବିଜର ସ୍ଥାନ ନେଇଛି ରାଶି । ରାଶିରେ ଶତକଡା ୪୫-୫୦ ଭାଗ ତେଲ ଓ ୧୮-୨୦ ଭାଗ ପୃଷ୍ଟିସାର ରହିଛି । ଏହାର ତେଲକୁ ଉଭୟ ଲଗାଇବା ଓ ଖାଇବାରେ ବ୍ୟବହାର କରାଯାଏ ।

ଓଡିଶାରେ ପ୍ରାୟ ୨ଲକ୍ଷ ହେକ୍ଟର ଜମିରେ ରାଶି ଚାଷ ହେଉଥିଲେ ମଧ୍ୟ ହେକ୍ଟର ପ୍ରତି ହାରାହାରି ଅମଳ ପ୍ରାୟ ୫୦୦କିଗ୍ରା ରହିଛି । ଏତେ କମ ଆଦାୟର କାରଣମାନ ହେଲା- ଅତି ନିମ୍ନମାନର ଜମିରେ ଚାଷ , ବିନା ଖତ, ସାର ପ୍ରୟୋଗରେ ଚାଷ , ଅଧିକ ଅମଳକ୍ଷମ କିସମ ବ୍ୟବହାର ନ କରିବା ଇତ୍ୟାଦି । ତେଣୁ ରାଶି ଚାଷରୁ ଅଧିକ ଅମଳ ପାଇବା ପାଇଁ ପ୍ରମାଣିତ ବିହନ ବ୍ୟବହାର କରି ଉପଯୁକ୍ତ ଚାଷ ପ୍ରଣାଳୀ ଅବଲମ୍ବନ କରିବା ଆବଶ୍ୟକ ।

କିସମ, ମୃତ୍ତିକା ଓ ଜଳବାୟୁ : ନିଗିଡା ଢିପ ବା ମଝିଆଳି ବାଲିଆ ଦୋରସା ଓ ହାଲୁକା ମାଟି ରାଶି ଚାଷ ପାଇଁ ଉପଯୁକ୍ତ । ଲୁଣି, କ୍ଷାରୀ, ଅମ୍ଳୀୟ ଓ ଅତି ମଟାଳ ବା ପାଣି ଜମି ରହୁଥିବା ମାଟିରେ ରାଶିଚାଷ ଭଲ ହୋଇ ନଥାଏ । ଏହି ଫସଲ ଓଡିଶାର ଉପକୂଳବର୍ତ୍ତୀ ସମତଳ ଭୂମିଠାରୁ ପାହାଡିଆ ଅତି ଉଚ୍ଚ ଜମିରେ ମଧ୍ୟ ଚାଷ କରାଯାଇଥାଏ । ଅତିକମ ବୃଷ୍ଟିପାତ ଅଞ୍ଚଳରେ ଏହି ଚାଷ କରାଯାଇପାରେ ସବୁବେଳେ ଜଳୀୟାଂସ ରହୁଥିବା ବାଲିଆ ଦୋରସା ମାଟିରେ ରାଶି ଚାଷ ଭଲ ହୁଏ ।

ଖରାଦିନେ ଜଳସେଚିତ ଜମିରେ ରାଶିଚାଷ କରାଯାଏ । ଏବେ ରାଶି ବୁଣାଯାଇପାରିବ । ଏଥିପାଇଁ ଜମିକୁ ୨-୩ ଓଡ ଭଲ ଭାବେ ଚାଷ କରି ମାଟିକୁ ଗୁଣ୍ଡ କରିଦିଅନ୍ତୁ । ଗୁଣ୍ଡଚାଷ ଜମିରେ ଏକର ପ୍ରତି ଶେଷ ଓଡ ଚାଷ ସମୟରେ ୨୦ କୁଇଣ୍ଟାଲ ଖତ ପ୍ରୟୋଗ କରନ୍ତୁ । ଜମିକୁ ସମତଳ ରଖିବା ନିହାତି ଦରକାର ।

କିସମ ମଧ୍ୟରେ ଉମା, ପ୍ରାଚୀ, ଶୁଭ୍ରା, ସମରକ (୭୫ ଦିନିଆ);କଳିକା, କନକ, ଉଷା, ଜି.ଟି -୧ , ନିର୍ମଳା, ଅମ୍ରିତ (୮୦-୮୫ ଦିନିଆ);ବିନାୟକ, କ୍ରୀଷ୍ଣା, ଜି.ଟି -୨ ଜି.ଟି -୧୦ , ପ୍ରଗତି, ସ୍ମାରକ (୯୦ ଦିନିଆ);ଗୌରୀ ଓ ପ୍ରତାପ (୧୦୦ ଦିନିଆ) । ସବୁ କିସମ ବର୍ଷାଦିନେ ଚାଷ ହୋଇଥାଏ । ବିନାୟକ ,କଳିକା , କନକ, ଉମା (ଖରାଟିଆ ଚାଷ ପାଇଁ ଉପଯୁକ୍ତ), କ୍ରୀଷ୍ଣା, ପ୍ରାଚୀ, ଅମ୍ରିତ ଓ ସମରକ କିସମର ମଞ୍ଜି କଳା: ପ୍ରତାପ ଜି.ଟି -୧, ନିର୍ମଳା , ଶୁଭ୍ରା, ଜି.ଟି -୨ଓ ଜି.ଟି-୧୦ କିସମର ମଞ୍ଜି ଧଳା ରଙ୍ଗର ଏବଂ ଅନ୍ୟସବୁ କିସମର ମଞ୍ଜିର ରଙ୍ଗ ଧୂସରିଆ ।

ବିହନ, ବୁଣା ଓ ଖତ, ସାର

ଧାଡି ବୁଣା ପାଇଁ ଗ୍ରୀଷ୍ମ ଋତୁରେ ୨କି.ଗ୍ରା ବିହନ ଦରକାର ପଡିଥାଏ । ଛଟା ବୁଣା କଲେ ଏକର ପ୍ରତି ୪କି.ଗ୍ରା ବିହନ ଦରକାର ହୁଏ । ରାଶି ଗଛର ତଳ ଭାଗରେ ହେଉଥିବା ଫଳରୁ ବିହନ ସଂଗ୍ରହ କଲେ ଭଲ । କାରଣ ଏହି ମଞ୍ଜିର ଗଜା ହେବା ଶକ୍ତି ମଝି ଓ ଉପର ଅଂଶରେ ଥିବା ମଞ୍ଜି ଅପେକ୍ଷା ଅଧିକ ରହିଥାଏ । ପ୍ରତି କିଲୋଗ୍ରାମ ବିହନ ପାଇଁ ୩ ଗ୍ରାମ ଥିରାମ ବା କ୍ୟାପଟାନ ଗୋଳାଇ ବିହନ ବିଶୋଧନ କରିବା ଆବଶ୍ୟକ ।

ଫସଲ ବଢିବା ସମୟରେ ଉଷ୍ମ ଜଳବାୟୁ ରାଶି ଉତ୍ପାଦନ ପାଇଁ ଭଲ । ଗଛର ବୃଦ୍ଧି ଓ ଫୁଲ ଭଲ ହୁଏ । ଉତ୍ତାପ କମ ରହିଲେ ଫୁଲ ପାକଳ ହେଉଣୁ ଝଡିପଡେ, ନଚେତ ଫୁଲ ବନ୍ଧ୍ୟା ହୋଇଯାଏ । ଜମିରେ ପାଣି ଜମି ରହିଲେ ବା କ୍ରମାଗତ ପାଗ ଓଦାଳିଆ ରହିଲେ କିମ୍ବା କୁହୁଡି ହେଲେ ଫସଲ ଭଲ ହୋଇ ନଥାଏ । ଏସବୁ ଦୃଷ୍ଟିରୁ ଉପଯୁକ୍ତ ବିହନ କିସମ ବାଛିବା ଓ ବୁଣିବା ସମୟ ଠିକ କରିବାକୁ ହୋଇଥାଏ । ଆଳୁ ପରେ ସେହି ଜମିରେ ବିନା ଖତ ଓ ସାରରେ ରାଶି ଚାଷ କରାଯାଇପାରେ ଏବଂ ଭଲ ଅମଳ ହୋଇଥାଏ । ମଞ୍ଜିଗୁଡିକ ଛୋଟ ଛୋଟ ଓ ହାଲୁକା ହୋଇଥିବାରୁ ଏହାକୁ ସମପରିମାଣରେ ଶୁଖିଲା ବାଲିରେ ମିଶାଇ ଧାଡିରେ ୨-୩ ସେ.ମି ଗଭୀରରେ ବୁଣିବା ଦରକାର । ଧାଡିକୁ ଧାଡି ୩୦ ସେ.ମି ଓ ଗଛକୁ ଗଛ ୧୫ ସେ.ମି ବ୍ୟବଧାନ ରଖାଯାଏ । ଗଛ ପତଳା ରହିଲେ ଶାଖା ଅଧିକ ଆସିଥାଏ । ଧାଡିବୁଣା, ଅନ୍ତଃଚାଷ ଓ ଅନାବନା ଘାସ ଦମନ ସହଜ ହୋଇଥାଏ । ଜମିରେ ବତର ଥିଲେ ଭଲ ଗଜା ହୁଏ । ତେଣୁ ଖରାଟିଆ ରାଶି ବୁଣିବା ପୂର୍ବରୁ ସାଧାରଣ ଭାବେ ପାଣି ମଡାଇ ଜମିର ବତର ଅଣାଯାଏ । ରାଶି ଫସଲ ଅଧିକ ଖାଦ୍ୟସାର ଦରକାର କରେ । ତେଣୁ ଏକର ପ୍ରତି ୨୦ କୁଇଣ୍ଟାଲ ଖତ ସହ ରାସାୟନିକ ସାର ପ୍ରୟୋଗ କରିବା ଜରୁରୀ । ରାଶି ଫସଲ ଏକର ପ୍ରତି ୧୨ କିଗ୍ରା ଯବକ୍ଷାରଜାନ , ୮କିଗ୍ରା ଫସଫରସ ଓ ୮କିଗ୍ରା ପଟାସ (ଅର୍ଥାତ ଡି.ଏ.ପି ୧୮ କି.ଗ୍ରା , ୟୁରିୟା ୨୦ କି.ଗ୍ରା ଓ ପଟାସ ୧୩ କି.ଗ୍ରା) ସାର ଦରକାର କରେ । ଅଧା (୬କିଗ୍ରା ) ଯବକ୍ଷାରଜାନ ସହ ସମସ୍ତ ୮କିଗ୍ରା ପଟାସ ବିହନ ବୁଣିବା ପୂର୍ବରୁ ଜମିରେ ପ୍ରୟୋଗ କରିବା ଭଲ । ସାରକୁ ସିଆରରେ ପ୍ରୟୋଗ କରି ଭଲ ଭାବରେ ମାଟିରେ ମିଶାଇ ଦେଇ ଧାଡିରେ ବିହନ ବୁଣିବା ଦ୍ଵାରା ସାରର ଭଲ ବିନିଯୋଗ ହୋଇଥାଏ । ଅବଶିଷ୍ଟ ଅର୍ଦ୍ଧେକ ଯବକ୍ଷାରଜାନ (୬କି.ଗ୍ରା) ଅର୍ଥାତ ୟୁରିଆ ୧୩ କି.ଗ୍ରା ଗଛ ୩ସପ୍ତାହର ହୋଇଗଲେ କୋଡାଖୁସା କରି ପ୍ରୟୋଗ କରାଯାଏ ।

ଘାସ ନିୟନ୍ତ୍ରଣ, ଜଳସେଚନ ଓ ରୋଗ, ପୋକ ପରିଚାଳନା

ଗଛ ୧୫-୨୦ ଦିନର ହୋଇଗଲେ ଗଛମୂଳକୁ କୋଡାଖୁସା କରି ଘାସଲଟା ବାଛି ପରିଷ୍କାର କରିବା ପ୍ରୟୋଜନ । ଆବଶ୍ୟକ ଗଛ ସଂଖ୍ୟା ରଖି ଅନାବଶ୍ୟକ ଗଛ ଉପାଡି ପତଳା କରିବା ଦରକାର । ତୃଣନାଶକ ପ୍ରୟୋଗ କରି ଘାସଲଟା ମଧ୍ୟ ଦମନ କରାଯାଇପାରେ । ଆଲୋକ୍ଲୋର ଏକର ପ୍ରତି ୮୦୦ମି.ଲି କିମ୍ବା ଅକ୍ସାଡାୟାଜନ ୮୦୦ ମି.ଲି ବୁଣିବାର ୧ଦିନ ପରେ , ନଚେତ ପେଣ୍ଡିମାଥାଲୀନ ୧୦୦୦ ମି.ଲି ବୁଣିବାର ୩ଦିନ ବେଳକୁ ଅଥବା ଫ୍ଲୁକ୍ଲୋରାଲିନ ୮୦୦ ମି.ଲି ଶେଷ ଓଡ ଚାଷ ସମୟରେ ପ୍ରୟୋଗ କରାଯାଏ । ଜଳସେଚିତ ରାଶି ଚାଷରେ ବୁଣିବା ପୂର୍ବରୁ ପ୍ରଥମ ଜଳସେଚନ ଦେଇ ଜମିକୁ ଠିକ ବତରକୁ ଆଣିବା ଦରକାର । ନଚେତ ବୁଣିବା ପରେ ପରେ ସାମାନ୍ୟ ପାଣି ମଡାଇଲେ ମଞ୍ଜି ଭଲ ଭାବରେ ଗଜା ହେବ ଓ ଗଛ ଉଠିବ । ଗଛର ଡାଳ ହେବା ସମୟରେ (୨୫-୩୦ ଦିନ ବେଳକୁ ) ଫୁଲ ହେବା ସମୟରେ (୪୦-୪୫ ଦିନ ବେଳକୁ ) ଓ ଫଳ ହେବା ସମୟରେ (୬୦-୬୫ ଦିନ ବେଳକୁ ) ଏହିପରି ତିନିଥର ଜଳସେଚନ କରିବା ଦରକାର । ମାତ୍ର ଏହି ଜଳସେଚନ ଅଦିନିଆ ଖରାଟିଆ ବର୍ଷା ଉପରେ ନିର୍ଭର କରେ । ବର୍ଷା ହେଲେ ଜଳସେଚନ ଦରକାର ପଡି ନଥାଏ ।

ପତ୍ରମୋଡା, ଫଳବିନ୍ଧା, ଛ୍ଞ୍ଚାଣ ପୋକ, କାହାଳିଆ ମାଛି, ଫଳ ଶୋଷକ ପୋକ ଶଁବାଳୁଆ ପୋକ ତଥା ପତ୍ରଚିତା ରୋଗ, ପତ୍ରପୋଡା ରୋଗ, ଶୁଖିଲା ମୂଳଶଢା ରୋଗ , ଝାଉଁଳା ରୋଗ ଓ ଫାଇଲୋଡି ରୋଗ ସାଧାରଣତଃ ରାଶି ଫସଲରେ ଦେଖାଯାଏ ।

ରାଶି ଏପରି ଏକ ଫସଲ, ଯାହା ଆମ ରାଜ୍ୟରେ ଯେକୌଣସି ଚାଷ ପରେ ଓ ଯେକୌଣସି ମୃତ୍ତିକାରେ ଚାଷ କରାଯାଇପାରେ । ଏହା ଖୁବ କମ ଜଳରେ ଚାଷ ହୋଇପାରୁଥିବା ଫସଲ । ଚିନାବାଦାମ ପରେ ଚାଷ ହେଉଥିବା ଦ୍ଵିତୀୟ ମୁଖ୍ୟ ତୈଳବିଜର ସ୍ଥାନ ନେଇଛି ରାଶି । ରାଶିରେ ଶତକଡା ୪୫-୫୦ ଭାଗ ତେଲ ଓ ୧୮-୨୦ ଭାଗ ପୃଷ୍ଟିସାର ରହିଛି । ଏହାର ତେଲକୁ ଉଭୟ ଲଗାଇବା ଓ ଖାଇବାରେ ବ୍ୟବହାର କରାଯାଏ । ଓଡିଶାରେ ପ୍ରାୟ ୨ଲକ୍ଷ ହେକ୍ଟର ଜମିରେ ରାଶି ଚାଷ ହେଉଥିଲେ ମଧ୍ୟ ହେକ୍ଟର ପ୍ରତି ହାରାହାରି ଅମଳ ପ୍ରାୟ ୫୦୦କିଗ୍ରା ରହିଛି । ଏତେ କମ ଆଦାୟର କାରଣମାନ ହେଲା- ଅତି ନିମ୍ନମାନର ଜମିରେ ଚାଷ , ବିନା ଖତ, ସାର ପ୍ରୟୋଗରେ ଚାଷ , ଅଧିକ ଅମଳକ୍ଷମ କିସମ ବ୍ୟବହାର ନ କରିବା ଇତ୍ୟାଦି । ତେଣୁ ରାଶି ଚାଷରୁ ଅଧିକ ଅମଳ ପାଇବା ପାଇଁ ପ୍ରମାଣିତ ବିହନ ବ୍ୟବହାର କରି ଉପଯୁକ୍ତ ଚାଷ ପ୍ରଣାଳୀ ଅବଲମ୍ବନ କରିବା ଆବଶ୍ୟକ ।

କିସମ, ମୃତ୍ତିକା ଓ ଜଳବାୟୁ

ନିଗିଡା ଢିପ ବା ମଝିଆଳି ବାଲିଆ ଦୋରସା ଓ ହାଲୁକା ମାଟି ରାଶି ଚାଷ ପାଇଁ ଉପଯୁକ୍ତ । ଲୁଣି, କ୍ଷାରୀ, ଅମ୍ଳୀୟ ଓ ଅତି ମଟାଳ ବା ପାଣି ଜମି ରହୁଥିବା ମାଟିରେ ରାଶିଚାଷ ଭଲ ହୋଇ ନଥାଏ । ଏହି ଫସଲ ଓଡିଶାର ଉପକୂଳବର୍ତ୍ତୀ ସମତଳ ଭୂମିଠାରୁ ପାହାଡିଆ ଅତି ଉଚ୍ଚ ଜମିରେ ମଧ୍ୟ ଚାଷ କରାଯାଇଥାଏ । ଅତିକମ ବୃଷ୍ଟିପାତ ଅଞ୍ଚଳରେ ଏହି ଚାଷ କରାଯାଇପାରେ ସବୁବେଳେ ଜଳୀୟାଂସ ରହୁଥିବା ବାଲିଆ ଦୋରସା ମାଟିରେ ରାଶି ଚାଷ ଭଲ ହୁଏ । ଖରାଦିନେ ଜଳସେଚିତ ଜମିରେ ରାଶିଚାଷ କରାଯାଏ । ଏବେ ରାଶି ବୁଣାଯାଇପାରିବ । ଏଥିପାଇଁ ଜମିକୁ ୨-୩ ଓଡ ଭଲ ଭାବେ ଚାଷ କରି ମାଟିକୁ ଗୁଣ୍ଡ କରିଦିଅନ୍ତୁ । ଗୁଣ୍ଡଚାଷ ଜମିରେ ଏକର ପ୍ରତି ଶେଷ ଓଡ ଚାଷ ସମୟରେ ୨୦ କୁଇଣ୍ଟାଲ ଖତ ପ୍ରୟୋଗ କରନ୍ତୁ । ଜମିକୁ ସମତଳ ରଖିବା ନିହାତି ଦରକାର । କିସମ ମଧ୍ୟରେ ଉମା, ପ୍ରାଚୀ, ଶୁଭ୍ରା, ସମରକ (୭୫ ଦିନିଆ);କଳିକା, କନକ, ଉଷା, ଜି.ଟି -୧ , ନିର୍ମଳା, ଅମ୍ରିତ (୮୦-୮୫ ଦିନିଆ);ବିନାୟକ, କ୍ରୀଷ୍ଣା, ଜି.ଟି -୨ ଜି.ଟି -୧୦ , ପ୍ରଗତି, ସ୍ମାରକ (୯୦ ଦିନିଆ);ଗୌରୀ ଓ ପ୍ରତାପ (୧୦୦ ଦିନିଆ) । ସବୁ କିସମ ବର୍ଷାଦିନେ ଚାଷ ହୋଇଥାଏ । ବିନାୟକ ,କଳିକା , କନକ, ଉମା (ଖରାଟିଆ ଚାଷ ପାଇଁ ଉପଯୁକ୍ତ), କ୍ରୀଷ୍ଣା, ପ୍ରାଚୀ, ଅମ୍ରିତ ଓ ସମରକ କିସମର ମଞ୍ଜି କଳା: ପ୍ରତାପ ଜି.ଟି -୧, ନିର୍ମଳା , ଶୁଭ୍ରା, ଜି.ଟି -୨ଓ ଜି.ଟି-୧୦ କିସମର ମଞ୍ଜି ଧଳା ରଙ୍ଗର ଏବଂ ଅନ୍ୟସବୁ କିସମର ମଞ୍ଜିର ରଙ୍ଗ ଧୂସରିଆ ।

ଖରାଟିଆ ଗଭୀର ଚାଷ, ସଅଳ ରାଶି ବୁଣା , ରାଶି ସହ ମୁଗ/ହରଡ , ଚିନାବାଦାମ, ବାଜରାର ମିଶ୍ରିତ ଚାଷ ଫସଲ ପର୍ଯ୍ୟାୟ ଅବଲମ୍ବନ ଜମିରେ ବାଉଁଶକଣି ବା ଡାଳ ପୋତି ପକ୍ଷୀ ଆଶ୍ରୟ ସ୍ଥଳ ସୃଷ୍ଟି ଓ ପ୍ରାରମ୍ଭିକ ଅବସ୍ଥାରୁ ୫ପ୍ରତିଶତ ନିମ୍ବ ଆଧାରିତ ଜୈବ କୀଟନାଶକ ପ୍ରୟୋଗ କଲେ ରୋଗ ପୋକ ନିୟନ୍ତ୍ରିତ ହୋଇଥାଏ । ପତ୍ରମୋଡା ଫଳବିନ୍ଧା ଓ ଛଞ୍ଚାଣ ପୋକ ନିୟନ୍ତ୍ରଣ ପାଇଁ ଟ୍ରାୟାଜୋଫସ ୨ମିଲି କାର୍ବାରିଲ ୫୦% ର ସେଚିତ ଗୁଣ୍ଡ ୪ଗ୍ରାମ ଲିଟର ପ୍ରତି ସିଞ୍ଚନ କରାଯାଏ । ସେହିପରି କାହାଳିଆ ମାଛି ,ଧଳା ମାଛି ଓ ପତ୍ରଡିଆଁ ପୋକ ନିମନ୍ତେ ଡାଇମେଥୋଏଟ ୨ମିଲି କିମ୍ବା ମିଥାଇଲ ଡିମେଣ୍ଟଣ ୨ମିଲି ଲିଟର ସିଞ୍ଚନ କରାଯାଏ । ପତ୍ରଚିତା, ପତ୍ର ପୋଡା ରୋଗ ପାଇଁ ମାନକୋଜେବର ୪ଗ୍ରାମ ଲିଟର ପ୍ରତି ସିଞ୍ଚନ କରାଯାଏ । ଫାଇଲୋଡି ରୋଗ ନିମନ୍ତ୍ରଣ ନିମନ୍ତେ ପତ୍ରଡିଆଁ ପୋକକୁ ନିୟନ୍ତ୍ରଣ କରାଯାଏ ।

ବିହନ ପ୍ରମାଣନ

ବିହନ ଉତ୍ପାଦନ କ୍ଷେତ୍ରରେ ବିଜ୍ଞପିତ କିସମକୁ ଚାଷ କରାଯାଏ । ମିଶ୍ରିତ ଫସଲରୁ ବିହନ ଉତ୍ପାଦନ କରାଯାଏ ନାହିଁ । ବିହନ କ୍ଷେତ୍ରକୁ ସର୍ବନିମ୍ନ ୩ଟି ପରିଦର୍ଶନ କରାଯାଏ । (ଫୁଲ ଫୁଟିବା ପୂର୍ବ ଅବସ୍ଥା ଫୁଲ ଫୁଟିବା ମଧ୍ୟରେ ଓ ଅମଳ ପୂର୍ବା ଅବସ୍ଥାରେ )ପିଣ୍ଡ ବିହନ ଉତ୍ପାଦନରେ ବିଲଗନ ଦୂରତା ୧୦୦ମିଟର ଓ ପ୍ରାମାଣିକ ବିହନ କ୍ଷେତ୍ରରେ ତାହା ୫୦ମିଟର ରହିବା ଜରୁରୀ । ମିଶା କିସମ ହାର ପିଣ୍ଡ ବିହନ ଓ ପ୍ରାମାଣିକ କ୍ଷେତ୍ରରେ ଯଥାକ୍ରମେ ୧୦୦୦ଗଛରେ ସର୍ବାଧିକ ୧ଟି ଓ୨ଟି ରୁ ଅଧିକ ନହେଉଥିବା ଦରକାର । ରୋଗ ସଂକ୍ରମିତ ବିହନ ଜନିତ ରୋଗ ଗଛ ସଂଖ୍ୟା ସେହିପରି ୫ଟି ଓ ୧୦ଟି ରୁ ଅଧିକ ନହେଉଥିବା ଦରକାର ।

ଅମଳ ସାଇତା ଓ ଆୟବ୍ୟୟ

ପତ୍ର ଓ ଫଳ ହଳଦିଆ ପଡିଗଲେ ଫସଲ କାଟିବା ପାଇଁ ସୂଚନା ମିଳେ । ଯଥାସମୟରେ ଫସଲ ନକାଟିଲେ ଫଳ ଫାଟି ଯାଏଓ ମଞ୍ଜି ବାହାରି ଜମିରେ ପଡି ନଷ୍ଟ ହୁଏ । ସାଧାରଣତଃ ରାଶି ଗଛ ସବୁ କାଟିଲା ପରେ ବିଡାବାନ୍ଧି ଖଳାକୁ ନିଆଯାଏ ଓ ସେଠାରେ ଏକସପ୍ତାହ ଖରାରେ ସୁଖାଯାଏ । ଫଳ ସଂପୂର୍ଣ୍ଣ ସୁଖୀ ଫାଟିଗଲା ପରେ ରାଶି ଆଦାୟ କରାଯାଏ । ମିଶ୍ରିତ ରାଶିକୁ ପାଛୋଡି ଦେଇ ପରିଷ୍କାର ରାଶି ମଞ୍ଜି ସଂଗ୍ରହ କଲାପରେ ୩-୪ଦିନ ଖରାରେ ସୁଖାଯାଏ । ମଞ୍ଜିରୁ ଜଳିୟାଂସ ଶତକଡା ୯ଭାଗ ହେଲେ ଯାଇ ସାଇତି ରଖିବା ଉପଯୋଗୀ ହୁଏ । ଏକର ପ୍ରତି ବର୍ଷା ଋତୁରେ ୩କ୍ୟୁଇଣ୍ଟାଲ ଓ ରବି ବା ଖରାଟିଆ ଚାଷରେ ୪-୫ କ୍ୟୁଇଣ୍ଟାଲ ଅମଳ ମିଳିଥାଏ ।ବିହନ କ୍ଷେତ୍ରରେ ଗଜା ଶକ୍ତି ସର୍ବନିମ୍ନ ୮୦%ସାଧାରଣ ଶୁଦ୍ଧତା ସର୍ବନିମ୍ନ ଓ ଆଦ୍ରତା ସର୍ବାଧିକ ୯%ରହିବା ଦରକାର । ୧ଟଙ୍କା ଖର୍ଚ୍ଚ କରି ଟ୨.୫୦ ଲାଭ ମିଳିଥାଏ ।

ସଂଗୃହିତ - ଡ.ପରେଶ କୁମାର ପଣ୍ଡା

2.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top