অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଉନ୍ନତ ପ୍ରଣାଳୀରେ ମୁଗ ଚାଷ

ଉପକ୍ରମ

ଓଡିଶା ଗୋଟିଏ କୃଷି ପ୍ରଧାନ ଦେଶ   ।  ଏଠାରେ ଶତକଡା ୮୦-୮୫ ଭାଗ ଲୋକ ଚାଷ ବାସ ଉପରେ ନିର୍ଭର କରି ଜୀବିକା ମେଣ୍ଟାଉଥାନ୍ତି   ।  ରାଜ୍ୟର ବିଭିନ୍ନ ଫସଲ ଚାଷ ମଧ୍ୟରୁ ମୁଗ ଏକ ମୁଖ୍ୟ ଫସଲ ଅଟେ  ।  ଏହା ଡାଲି ଜାତୀୟ ଫସଲର ଅନ୍ତର୍ଭୁକ୍ତ   । ଡାଲି ଫସଲରେ ଶ୍ଵେତସାର , ପୃଷ୍ଟିସାର , ଚର୍ବିସାର ଇତ୍ୟାଦି ଖାଦ୍ୟ ରହିଥାଏ   ।   ୧୦୦ ଗ୍ରାମ ମୁଗରେ  ୫୯.୯ ଗ୍ରାମ ଶ୍ଵେତସାର, ୨୪.୫ ଗ୍ରାମ ପୃଷ୍ଟିସାର ,୧.୨ ଗ୍ରାମ ଚର୍ବସାର  ଓ ୩୪୫ କିଲୋ କ୍ୟାଲୋରୀ ଶକ୍ତି ଯୋଗାଇଥାଏ     । ଏହା ବ୍ୟତୀତ ଗଜା ମୁଗରେ ଆକ୍ସାବିକ ଏସିଡ ରାଇବଫ୍ଲାବିନ ଓ ଥାଇୟାବିନ ପ୍ରଭୁତି ଭିଟାମିନ ମିଳିଥାଏ   ।  ଏହା ବ୍ୟତୀତ ମୁଗ ଫସଲରେ ଛୁଇଁ ଖୋଳପାରେ ଓ ଭୁସାରେ ମଧ୍ୟ ପୃଷ୍ଟିସାର  ଯଥେଷ୍ଟ ପରିମାଣରେ ରହିଥାଏ   ।  ଏହା ଗାଈଗୋରୁ ମାନଙ୍କ ପାଇଁ ଉତ୍କୁଷ୍ଟ ଖାଦ୍ୟ ଅଟେ   ।  ମୁଗ ଫସଲ ପ୍ରାଣୀମାନଙ୍କୁ ବିଭିନ୍ନ ପ୍ରକାର ଖାଦ୍ୟସାର ଯୋଗାଇଥାଏ   ।  ସେହିପରି ମୁଗ ଫସଲ କଲେ ମୃତ୍ତିକାକୁ ୩୦ କି ଗ୍ରା ହେକ୍ଟର ପ୍ରତି ଯବକ୍ଷାରଜାନ ଗ୍ୟାସକୁ ସଂଗ୍ରହ କରି ସ୍ଥିର କରିଥାନ୍ତି   । ଏହାଦ୍ଵାରା   ଗୋଟିଏ ଏକର ଜମିକୁ ୬-୧୪ କ୍ଵିଣ୍ଟାଲ ଜୈବିକ ପଦାର୍ଥ  (ଚେର) ମାଟିକୁ ମିଳିଥାଏ   । ମୁଗ ଫସଲ ଖୁବ ଅଳ୍ପଦିନ ମଧ୍ୟରେ ଅମଳ ହୁଏ   । ତେଣୁ ଏହା ଅନ୍ୟାନ୍ୟ ଫସଲ ସହିତ ମିଶ୍ରିତ ଫସଲ , ଅନ୍ତଃଫସଲ ରୂପେ ମଧ୍ୟ ବ୍ୟବହାର କରାଯାଏ   ।

ମୁଗ ଫସଲ ଅଧିକ ଅମଳ

ମୁଗ ଫସଲ ଅଧିକ ଅମଳ ପାଇବା ପାଇଁ ନିମ୍ନଲିଖିତ ପ୍ରତି ଦ୍ରୁଷ୍ଟି ଦେବା ଦରକାର  ।

  1. ଅଧିକ ଅମଳ କ୍ଷମ ବିହନ କିସମ ବ୍ୟବହାର କରନ୍ତୁ  ।
  2. ସୁସ୍ଥସବଳ , ନିରୋଧ ଓ ଅନ୍ୟ କୌଣସି ମଞ୍ଜି ମିଶିନଥିବ   ।
  3. ମଞ୍ଜି ବିଶୋଧନ କରି ଲଗାନ୍ତୁ  ।
  4. ରାଈଜୋବିୟମ , କଲଚର ବିହନରେ ଗୋଳାଇ ବୁଣିଲେ ୧୦-୨୦ ଶତକଡା ଅଧିକ ଅମଳ ମିଳିଥାଏ  ।
  5. ମୁଗଚାଷ କରିବା ସମୟରେ ଯଥେଷ୍ଟ ପରିମାଣର ଖତ ଓ ସାର ବ୍ୟବହାର କରନ୍ତୁ କାରଣ ଏହା ତୃତୀୟ ଫସଲ ରୂପେ ନିଆଯିବ   ।
  6. ଗଛରେ ଫୁଲ ଓ ଛୁଇଁ ଧରିବା ସମାୟରେ ଜଳସେଚନ କରନ୍ତୁ   ।
  7. ପୋକ ଓ ରୋଗ ଠିକ ସମୟରେ ନିୟନ୍ତ୍ରଣ କରନ୍ତୁ   ।
  8. ପ୍ରତିବର୍ଷ ବିଭିନ୍ନ କିସମ ପରିବର୍ତ୍ତନ କରନ୍ତୁ   ।

ଜମି ପ୍ରସ୍ତୁତି

ମୁଗ ଫସଲ ସବୁ ମାଟିରେ ଚାଷ କରାଯାଇପାରିବ   । ସାଧାରଣତଃ ନିଗିଡା, ବାଲିଆ ଦୋରସା କିମ୍ବା ଦୋରସା ମାଟି ହୋଇଥିବା ଆବଶ୍ୟକ   ।  ଧାନ ଅମଳ ପରେ ମୁଗ ଚାଷ କରାଯାଏ   ।  ଖରାଟିଆ ମୁଗ ଜଳସେଚିତ ଜମିରେ ରବି ଫସଲ ପରେ ପରେ ଅର୍ଥାତ ଆଳୁ କିମ୍ବା ଚିନାବାଦାମ ଅମଳ ପରେ ମାଟିକୁ ହଲ କରନ୍ତୁ ନଚେତ ମାଟି ଯଦି ବତର ନଥାଏ ତେବେ ପାଣି ମଡାଇ ଜମିକୁ  ୨-୩ ଥର ହଳକରି ଗୋବର ଖତ ଓ ଅନୁମୋଦିତ ଖାଦ୍ୟସାର ପ୍ରୟୋଗ କରି ବିହନ ବୁଣନ୍ତୁ  ।

ବିହନ କିସମ

ଉନ୍ନତ ଦେଶୀ ବିହନ

  1. ବାଣପୁର,ଲୋକାଲ, ନୟାଗଡ
  2. ନୟାଗଡ , ଲୋକାଲ
  3. ରେଢାକୋଲ ଲୋକାଲ

ଅଧିକ ଅମଳକ୍ଷମ କିସମ

  1. ଧଉଳି- ୬୦ ଦିନରେ ଅମଳ ହୁଏ  ।
  2. କୁପରି ଗାଞଁ – ୬୦ ଦିନରେ ଅମଳ ହୁଏ  ।
  3. ସୁଜାତା – ୬୫ ଦିନରେ ଅମଳ ହୁଏ   ।
  4. ପୁସା  ବୈଶାଖୀ – ୬୫ ଦିନରେ ଅମଳ ହୁଏ  ।
  5. କେ -୮୫୧ -୬୫ ଦିନରେ ଅମଳ ହୁଏ  ।
  6. ପିଡିଏମ :- ୫୪ ଦିନରେ ଅମଳ ହୁଏ  ।
  7. ଜ୍ୟୋତି – ୭୦  ଦିନରେ ଅମଳ ହୁଏ   ।
  8. ଦୁର୍ଗା :- ୬୦-୬୫ ଦିନରେ ଅମଳ ହୁଏ  ।
  9. କାମଦେବ :- ୬୦-୭୦ ଦିନରେ ଅମଳ ହୁଏ  ।
  10. 10. ଟାରମ – ୧:- ୬୫-୭୦ ଦିନରେ ଅମଳ ହୁଏ   ।
  11. 11. ଟାରମ – ୨ :୬୫-୭୦ ଦିନ ରେ ଅମଳ ହୁଏ   ।

ବିହନ ବିଶୋଧନ ଓ ରାଈଜୋବିୟମ କଲଚର ବ୍ୟବହାର

ମଞ୍ଜିରେ ଥିବା ବିଭିନ୍ନ ପ୍ରକାର ଫିମ୍ଫି ଗୁଡିକୁ ମାରିବା ପାଇଁ ବିହନ ବିଶୋଧନ କରାଜେ   । ୨.୫ ଗ୍ରାମ ଭିଟାଭାଥିମ କିମ୍ବା  ୩ ଗ୍ରାମ କ୍ୟାପଟାନ କିମ୍ବା ଥିରାମ  ୨.୫ ଗ୍ରାମ ସହିତ ଏକ କିଲୋଗ୍ରାମ ମଞ୍ଜି ବିଶୋଧନ କରାଯାଏ   ,।  ଯଦି ଜୀବାଣୁ କଲଚର ବ୍ୟବହାର କରଣଟି ତେବେ ମଞ୍ଜିକୁ ସାତଦିନ ପୂର୍ବରୁ ମଞ୍ଜି ବିଶୋଧନ କରନ୍ତୁ   ।   ୧୦ କିଲୋଗ୍ରାମ ମୁଗ ବିହନ ପାଇଁ  ୨୦୦ ଗ୍ରାମ ଜୀବାଣୁ କଲଚର ଦରକାର   ।  ଏହି ଜୀବାଣୁ କଲଚର  ସହିତ ୪୦୦ ମିଲିମିଟର ପାଣିରେ ଗୋଳାଇ ମଣ୍ଡ ପ୍ରସ୍ତୁତ କରି ଏଥିରେ ମଞ୍ଜି ଗୁଡିକ ଭଲ ଭାବରେ ଗୋଳାଇ ୧୦-୧୫ ମିନିଟ ବିହନକୁ ଛାଇରେ ଶୁଖାଇ  ୧୨ ଘଣ୍ଟା ମଧ୍ୟରେ ବୁଣିବା ଦରକାର   ।  ପ୍ରତି  ୧୦ କିଗରା  ବିହନ ସହିତ  ୩ ଗ୍ରାମ ଅମୋନିୟମ ମଳିବାଟେଡ କିମ୍ବା ସୋଡିୟମ ମଲିବଡେଟ ଜୀବାଣୁ କଲଚର ମିଶ୍ରଣରେ ଗଳାଇ ବିହନ ବୁଣିଲେ ଜୀବାଣୁ କଲଚର କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇଥାଏ ଓ ଗଛ ଅଧିକ ଅମଳ ଦିଏ   ।

ଖତ ଓ ସାର ପ୍ରୟୋଗ  :

ଏକର ପ୍ରତି  ୫ ଗାଡି ଗୋବର ଖତ    ।  କାରଣ ଜଳସେଚିତ ଜମିରେ ମୁଗ ତୃତୀୟ ଫସଲ ରୂପେ ବ୍ୟବହାର କରାଯାଏ , ତେଣୁ ମାଟିରେ ଖତ ନ ଦେଲେ ଅମଳ କମିଯାଏ   ।  ୮ କିଗ୍ରା ଏକର ପ୍ରତି ଆବଶ୍ୟକ   ।   ବିହନ ବୁଣିବା ପୂର୍ବରୁ ଖତ ଓ ସାର ମାଟିରେ ଭଲ ଭାବରେ ମିଶାଯିବା ଦରକାର  ।  ସୀୟାରରେ ମଧ୍ୟ ସାର ପ୍ରୟୋଗ କରାଯାଇ ପାରିବ କିନ୍ତୁ ମଞ୍ଜି ପକାଇବା ପୂର୍ବରୁ ସାରକୁ ମାଟିରେ ଘୋଡାଇ ଦେବା ଉଚିତ ନଚେତ ଜୀବାଣୁ କଲଚର ଗୁଡିକ ନଷ୍ଟ ହେବାର ସମ୍ଭାବନା ଥାଏ   ।

ବିହନ ଆବଶ୍ୟକତା ଓ ବୁଣା ସମୟ :- ଏକର ପ୍ରତି  ୧୦ କିଗ୍ରା ବିହନ ଆବଶ୍ୟକ   ।  ମୁଗ ବୁଣିବାର ପ୍ରକୃଷ୍ଟ ସମୟ ହେଉଛି ଅକ୍ଟୋବର , ନଭେମ୍ବର , ଜାନୁଆରୀ ମାସର ଶେଷ ଭାଗରୁ ଫେବୃୟାରି ମାସ ଶେଷ ମଧ୍ୟରେ ସାରିବା ଉଚିତ   ।  ବିହନକୁ ଧାଡିରେ ବୁଣିଲେ କୋଡାଖୁସା କରିବାକୁ ସୁବିଧା ହୁଏ   ।  ଧାଡିକୁ ଧାଡି ୨୫ ସେମି ଓ ଗଛକୁ  ୧୦ ସେମି  ।

ତୃଣ ଦମନ

ଗଜା ହେବାର  ୨ ରୁ ୩ ସପ୍ତାହ ମଧ୍ୟରେ ଗଛ ତୁଳନାରେ ଘାସ ଗୁଡିକ ଅଧିକ ବଢିଥାଏ  ।  ତେଣୁ ଏହି ସମୟରେ ଥରେ କୋଡାଖୁସା  କିମ୍ବା ଘାସ ଗୁଡିକ ବାଛି ଦେଲେ ଗଛ ଆବଶ୍ୟକ ପରିମାଣର ଖାଦ୍ୟସାର ମାଟିରୁ ମିଳିଥାଏ  ।  ଜମିରେ ଅନାବନା ଘାସ ଗୁଡିକ ରହିଲେ ପୋକ ଗୁଡିକ ସେଥିରେ ରହି ନିଜର ବଂଶ ବିସ୍ତାର କରିଥାନ୍ତି   । ଯଦି ଘାସମରା ଔଷଧ ପ୍ରୟୋଗ କରିବେ ତେବେ ମଞ୍ଜି ବୁଣିବାର  ୨୪ ଘଣ୍ଟା ମଧ୍ୟରେ ଜମିରେ ବତର ଥିବା ଅବସ୍ଥାରେ ହେକ୍ଟର ପ୍ରତି ୨.୫ ଲିଟର ପେଣ୍ଡିମେଥାଲିନ (୩୦ ଇସି) ୫୦୦ ଲିଟର ପାଣିରେ ଗୋଳାଇ ମଞ୍ଜି ବୁଣାଯାଇଥିବା ଜମି ଉପରେ ସ୍ପ୍ରେୟର ମେସିନ ଦ୍ଵାରା ସିଂଚନ କଲେ ଘାସ ଦମନ ହୋଇଥାଏ   ।  ଯଦି ଫସଲକୁ  ୨୦ ଦିନ ହୋଇଥାଏ  କୁଇଜାଲଫପ ଇଥାଇଲ  ( ୫ ଶତକଡା  ଏସଏଲ) ହେକ୍ଟର ପ୍ରତି ୧ ଲିଟର ଔଷଧକୁ  ୫୦୦ ଲିଟର ପାଣିରେ ଗୋଳାଇ ଘାସ ଉପରେ ସିଞ୍ଚନ କଲେ ଘାସ ଦମନ ହୋଇଥାଏ   ।  ତେଣୁ ଠିକ ସମୟଏ ବଛାବଛି କରିବା ନିହାତି ଆବଶ୍ୟକ  ।

ଜଳ ସେଚନ

ମାଟିର ପାଗ ଦେଖି ମୁଗ ଫସଲରେ ସିଞ୍ଚନ ପାଣି ଦିଅନ୍ତୁ  । ପ୍ରଥମେ ଛୁଇଁ ଗଛର ବୃଦ୍ଧି ହେବା ସମୟରେ ଅର୍ଥାତ ଯେତେବେଳେ ସଖା ପ୍ରଶାଖା ମେଲିଲା ବେଳେ ଏବଂ ଘାସ ବାଛିବା ପରେ ଥରେ ସିଞ୍ଚନ ପାଣି ଦିଅନ୍ତୁ   ।  ୧୦ ରୁ ୧୫ ଦିନ ଅନ୍ତରରେ ଥରେ ପାଣି ଦିଅନ୍ତୁ  । ଗଛରେ ଫୁଲ ଓ ଛୁଇଁ ବଢିବା ସମୟରେ ପାଣି ଦେଲେ ଛୁଇଁ ଗୁଡିକ ବଡ ବଡ ହେବ ଓ ଦଅଣା ଗୁଡିକ ମଧ୍ୟ ସୁସ୍ଥ ସବଳ ହୁଏ   ।

ଫସଲ ସଂରକ୍ଷଣ

ସାହେବୀ ରୋଗ ଦମନ କରିବା ପାଇଁ ପ୍ରତି ଲିଟର ପାଣିରେ ୨ ମିଲି ଡାଇମିଥୋଏଟ ଗୋଳାଇ  ୨ ଥର ୭ ଦିନ ଅନ୍ତରରେ ପତ୍ର ସିଞ୍ଚନ କରିବା ଆବଶ୍ୟକ   ।  ପାଉଁସିଆ ରୋଗ ପାଇଁ ପ୍ରତି  ଲିଟର ପାଣି ର  ୪ ଗ୍ରାମ ଉଏଟେବୁଲ ସଲଫର  ସେଚିତ ଗୁଣ୍ଡ କିମ୍ବା ରିଡୋମିଲ ୨.୫ ଗ୍ରାମ ସାଫ ୨.୫ ଗ୍ରାମ କିମ୍ବା ସଞ୍ଚାର ୨.୫ ଗ୍ରାମ ସିଞ୍ଚନ କରିବା ଆବଶ୍ୟକ   । ଯଉପୋକ ଧଳାମାଛି , ଉକୁଣିଆ ପୋକ , ଛୁଇଁ ବିନ୍ଧା ପୋକ ଦମନ ପାଇଁ , ଦାଇ ମିଠାଏତ କିମ୍ବା ମନୋକ୍ରୋଟୋଫସ କିମ୍ବା କ୍ଳୋରୋପ୍ରାଇରିଫାସ କିମ୍ବା ପ୍ରୋଫେକ୍ଟ କିମ୍ବା କାରଣା କିମ୍ବା ଫସମାଇଟ  ୨ ମିଳି ଔଷଧ ୧ ଲିଟର ପାଣିରେ ମିଶାଇ ପତ୍ର ସିଞ୍ଚନ କରିବା ଆବଶ୍ୟକ   ।

ଅମଳ

ଶତକଡା ୮୦-୮୫ ଭାଗ ଫଳ ପାକଲ ହୋଇଗଲେ ଗଛକୁ ମୂଳରୁ ସାମାନ୍ୟ ଛାଡି କାଟିନେଇ ଖରାରେ ଶୁଖାଇ ଅମଳ କରନ୍ତୁ  । ମୁଗ ସାଧାରଣତଃ ୮-୧୦ କ୍ଵିଣ୍ଟାଲ ପର୍ଯ୍ୟନ୍ତ ହେକ୍ଟର ପ୍ରତି ଅମଳ ମିଳିଥାଏ  । ଅମଳ କଲାପରେ  ୨-୩ ଥର ତାନ ଖରାରେ ଶୁଖାଇ ପରିଷ୍କାର କରି ବସ୍ତାରେ କିମ୍ବା ଟିଣରେ ସାଇତି ରଖନ୍ତୁ   ।

ଆଧାର- କୃଷି ବିଜ୍ଞାନ କେନ୍ଦ୍ର

Last Modified : 6/23/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate