ହୋମ / କୃଷି / ଶସ୍ୟ ଉତ୍ପାଦନ / ହରଡ ଉତ୍ପାଦନ ଓ ପରିଚାଳନା
ସେଆର କରନ୍ତୁ

ହରଡ ଉତ୍ପାଦନ ଓ ପରିଚାଳନା

ଓଡିଶାରେ ବର୍ଷା ଆଧାରିତ ଉଚ୍ଚ ଜମିରେ ଉନ୍ନତ ହରଡ ଉତ୍ପାଦନ କୌଶଳର ପ୍ରବର୍ତ୍ତନ ଓ ପ୍ରସାରଣ ।

ଅବସ୍ଥିତି

ବିଲଗନ ଦୂରତା

କିସମ ନିମନ୍ତେ ଅତି କମରେ ୫୦୦ମିଟର ଓ ଶଙ୍କର ହରଡ ଚାଷ ପାଇଁ ୩୦୦ମିଟର ବିଲଗନ ଦୁରତ୍ଵ ରହିବା ଆବଶ୍ୟକ ।

ଜମି

ଜମି ଠିକ ଭାବରେ ପ୍ରସ୍ତୁତ ହୋଇଥିବା ଆବଶ୍ୟକ ଏବଂ ଜମିରେ ଯେପରି ପାଣି ଜମୁ ନଥିବ ।

ଜଳସେଚନ

ଫସଲର ସଙ୍କଟକାଳୀନ ସ୍ଥିତିରେ ଜଳସେଚନର ସୁବ୍ୟବସ୍ଥା ପାଇଁ ଜଳର ଉତ୍ସଥିବା ଆବଶ୍ୟକ ।

ପରାଗରେଣୁ ବାହକ

ହରଡ ଫସଲରେ ଫୁଲ ଧରିଥିବା ଅବସ୍ଥାରେ କୀଟମାନଙ୍କ ଦ୍ଵାରା ପରାଗ ରେଣୁ ଛିଞ୍ଚନ ହୋଇଥାଏ । ମହୁମାଛିମାନେ ପରାଗ ସଙ୍ଗମ ଦିଗରେ ଉପଯୁକ୍ତ ତଥା ଅଧିକତମ ସହାୟକ ହୋଇଥାଆନ୍ତି । ବହୁଳ ଭାବେ କୀଟମାନଙ୍କ ଦ୍ଵାରା ପରାଗ ରେଣୁ ଛିଞ୍ଚନ ଯୋଗୁଁ ହରଡ ଫସଲ ଭଲ ହେବା ସାଙ୍ଗକୁ ବିହନ ଉତ୍ପାଦନ ବୃଦ୍ଧି ପାଇଥାଏ, ବିଶେଷ କରି ଶଙ୍କର ବିହନ ଉତ୍ପାଦନରେ ସର୍ବୋତ୍ତମ ଏବଂ ଅଧିକ ବିହନ ଉତ୍ପାଦନ ହୋଇଥାଏ ।

୨ ହରଡ ଚାଷର ପରିଚାଳନା ପଦ୍ଧତି

ଜମି ପ୍ରସ୍ତୁତି

ଦୁଇ-ତିନି ଓଡ ଚାଷ କରି ଜମି ହାଲୁକା ହୋଇ ହୁଡା ଟେକା ହୋଇଥିବ । ଜମିରୁ ଜଳ ନିଷ୍କାସନ ଉତ୍ତମ ରୂପେ ଯେପରି ହୋଇ ଯାଉଥିବ ।

ଉର୍ବରକ

ହେକ୍ଟର ପ୍ରତି ୧୦୦ କିଗ୍ରା ଡାଇଏମୋନିୟମ ଫସପେଟ ପ୍ରୟୋଗ କରିବା ଆବଶ୍ୟକ ।

ବିହନ ଲଗାଇବାର ବ୍ୟବଧାନ

ଧାଡିରେ ବିହନ ଲଗାଇବା ନିତ୍ୟାନ୍ତ ଆବଶ୍ୟକ, ଯେହେତୁ ଏଥିଯୋଗୁ ଅନ୍ତଃକର୍ଷଣ, ଘାସ ବଛା, ଅନଜାତି ବାଛିବା ଏବଂ ଫସଲ `ନିରୀକ୍ଷଣ ସୁବିଧା ହୋଇଥାଏ । ଶଙ୍କର ବିହନ ଉତ୍ପାଦନ ପାଇଁ ୪:୧ ଏବଂ ୩:୧ ଧାଡି ଅନୁପାତ ଏବଂ ଏxବି /ଆର-ଧାଡି କରିବା ଅନୁମୋଦିତ ଅଟେ । ଜୁନ ମାସରେ ହରଡ ବିହନ ଲଗାଇଲେ ଧାଡି କୁ ଧାଡି ବ୍ୟବଧାନ ୭୫ସେ.ମି ଏବଂ ଗଛକୁ ଗଛ ଦୁରତ୍ଵ ୩୦ସେ.ମି ବ୍ୟବଧାନ ରହିବା ଆବଶ୍ୟକ ଏବଂ ଅଗଷ୍ଟ ମାସର ମଧ୍ୟ ଭାଗରେ ଯଦି ହରଡ ଲଗାଯାଏ ତେବେ ଧାଡିକୁ ଧାଡି ୬୦ ସେ.ମି ଏବଂ ଗଛକୁ ଗଛ ଦୁରତ୍ଵ ୩୦ ସେ.ମି ବ୍ୟବଧାନ ରହିବା ଆବଶ୍ୟକ । ବ୍ୟବସାୟୀକ ଉଦେଶ୍ୟରେ ହରଡ ଚାଷ କରାଯାଉଥିଲେ ଧାଡିକୁ ଧାଡି ୭୫ସେ.ମି ଏବଂ ଗଛକୁ ଗଛ ୩୦ସେ.ମି (କିସମ) ଏବଂ ଧାଡିକୁ ଧାଡି ୧୫୦ସେ.ମି ଏବଂ ଗଛକୁ ଗଛ ୩୦ସେ.ମି (ଶଙ୍କର) ।

“ବି ଏବଂ ଆର” ଧାଡି

କେତେଦିନରେ ଫୁଲ ଧରିବାକୁ ନେଇ ବିହନ ଦୁଇଟି ନିର୍ଧାରିତ ଦିନରେ “ବି”କିମ୍ବା “ଆର” ଧାଡି ସବୁକୁ ଲଗାଇବା ଆବଶ୍ୟକ ଯାହାଫଳରେ କିଏ ଧାଡିକୁ ନିରବଛିନ ଭାବେ ପରାଗରେଣୁ ଯୋଗାଇବା ଦିଗରେ ସହାୟକ ହେବ । ବିହନ ଲଗାଇବାର ଦିନ ନିର୍ଧାରଣ ର ବ୍ୟବଧାନ ୧୨ ରୁ ୧୫ଦିନ ମଧ୍ୟରେ ରହିବ । ଏxବି /ଆର ଧାଡି ସବୁର ଅନୁପାତ ସମାନୁପାତ ଯେପରି ଏକ ସଙ୍ଗରେ ବିହନ ଲଗାଯାଇଥିବ ଦ୍ଵିତୀୟ ଥର ବିହନ ବି/ଆର ଧାଡି ଗୁଡିକ ଆଗ,ପଛ, ବାମ ଓ ଡାହାଣରେ ୧୨ ରୁ ୧୫ ଦିନ ପରେ ଆରମ୍ଭ ହେବା ଉଚିତ ।

ବିହନ ମାତ୍ରା

୨ ରୁ ୩ଟି ବିହନ ମନ୍ଦା ପ୍ରତି ।

ବିହନ ବିଶୋଧନ

ବିହନ ଲଗାଇବା ପୂର୍ବରୁ ବିହନକୁ ଯେପରି କବକ ନାଶକ ଦ୍ଵାରା ବିଶୋଧନ କରାଯିବା ଆବଶ୍ୟକ ।

ପତଳା କରିବା

ପ୍ରତି ମନ୍ଦାରେ ଗୋଟିଏ ଲେଖାଏଁ ଗଛ ରହିଲେ ୩ମାସ ପରେ ଅଧିକ ପାର୍ଶ୍ଵ ଓ ଉତ୍ପାଦନ କ୍ଷମ ଶାଖାପ୍ରଶାଖା ହୋଇଥାଏ ।

ଘାସ ଦମନ

ଫସଲକୁ ଅନାବନା ଘାସ ପ୍ରତିଯୋଗିତାରୁ ମୁକ୍ତ ରଖିବା ଆବଶ୍ୟକ ।

ଅଣଜାତି ବାଛିବା

ଗଛ ବଢିବା ଏବଂ ଫୁଲ ଧରିଥିବା ଅବସ୍ଥାରେ ଜାତୀୟା ଠାରୁ ଅଣଜାତୀୟା ଗଛ ଉପାଡି ଦେବା । ରୋଗାକ୍ରାନ୍ତ ଗଛଗୁଡ଼ିକୁ ମଧ୍ୟ ଉପାଡି ଦେବା ଆବଶ୍ୟକ ।

କୀଟ

ସମନ୍ଵିତ ପୋକ ପରିଚାଳନା ଉପାୟ ଗୁଡିକ ଅବଲମ୍ବନ କରିବା ଏବଂ ଆବଶ୍ୟକ ଅନୁଯାୟୀ ରାସାୟନ ପ୍ରୟୋଗ କରାଯାଇପାରେ । ବାରମ୍ବାର ନିରୀକ୍ଷଣ ଦ୍ଵାରା ଚିତ୍ରିତ ସଁବାଳୁଆ ଓ ଛୁଇଁବିନ୍ଧା ପୋକ ଗୁଡିକୁ ଲକ୍ଷ ରଖିବା । ଫୁଲ ଧରିବା ଆରମ୍ଭ ସମୟରେ ରାସାୟନ ସିଂଚନ କଲେ ଚିତ୍ରିତ ସଁବାଳୁଆର ନୂତନ ଭାବେ ସୃଷ୍ଟ ଅଣ୍ଡା ଛୁଇଁ ବିନ୍ଧା ପୋକ ତଥା ଅନ୍ୟ କ୍ଷତିକାରକ ପୋକଙ୍କୁ ବିଭିନ୍ନ ପୋକ ନାଶକ ଔଷଧ ଦ୍ଵାରା ପ୍ରଣାଳିବଦ୍ଧ ଭାବେ ଦମନ କରାଯାଇ ପାରିବ, ଆବଶ୍ୟକ ଅନୁସାରେ ନିୟମିତ ସିଂଚନ କରିବା । ରୋଗ : ରୋଗ ବ୍ୟାପିବାରୁ ରୋକିଆ ପାଇଁ ରୋଗିଣା ଗଛକୁ ଉପାଡିଦେବା ଏବଂ ଆବଶ୍ୟକ ଅନୁସାରେ କବକ ନାଶକ ସିଂଚନ କରାଯାଇପାରେ ।

ଜଳସେଚନ

ବିହନ ଉତ୍ପାଦନ ପାଇଁ ଜଳସେଚନର ବ୍ୟବସ୍ଥା ଜରୁରୀ । ଫସଲରେ ବିଶେଷତଃ ଫୁଲ ଝରିବା ଏବଂ ହରଡ ଫଳର ବିକାଶ ସମୟରେ ଜଳସେଚନର ଆବଶ୍ୟକ ହୋଇଥାଏ । ୨ରୁ ୩ଥର ଜଳସେଚନର ବ୍ୟବସ୍ଥା ହେବା ଆବଶ୍ୟକ ।

ଫସଲ ଅମଳ

ହରଡ ଛୁଇଁର ଫଳ ୭୫ ରୁ ୮୦ ପ୍ରତିଶତ ପାକଳ ହେଲେ ଫସଲ ଅମଳ କରାଯିବା ଆବଶ୍ୟକ ।

ବିହନ ପ୍ରକ୍ରିୟାକରଣ

ଶୁଖିଲା ବିହନକୁ ଗଛର ବିଭିନ୍ନ ଅଂଶରୁ ଅଲଗା କରିବା, ମାଟିର କ୍ଷୁଦ୍ର କଣିକା, ଗୋଡି, ଅନାବନା ଘାସ ମଞ୍ଜି ତଥା ଅନ୍ୟ ଫସଲର ମଞ୍ଜି, ଚୋପା, ଭଙ୍ଗା କିମ୍ବା ନଷ୍ଟ ହୋଇଯାଇଥିବା ବିହନକୁ ଅଲଗା କରିବା ।

ବିହନ ସଂରକ୍ଷଣ

ସ୍ଵଳ୍ପକାଳୀନ (୮ମାସ ପର୍ଯ୍ୟନ୍ତ) ବିହନ ସଂରକ୍ଷଣ ପାଇଁ ବିହନର ଆଦ୍ରତା ୧୦ ରୁ ୧୨ ପ୍ରତିଶତ ମଧ୍ୟରେ ରହିବା ଉଚିତ । ବିହନ ଶୁଖିଲା ପରେ ବିହନକୁ ଜରି ବ୍ୟାଗରେ ପୁରାଇ ଝୋଟ ବସ୍ତାରେ ରଖିବା କିମ୍ବା ନିରାପଦ ମହଜୁଦ ଗଠନ ପ୍ରଣାଳୀ ଧାତୁ ତିଆରି ଡବା କିମ୍ବା ମାଟିରେ ତିଆରି ପାତ୍ରରେ ବିହନକୁ ସଂରକ୍ଷଣ କରି ରଖାଯାଇଥାଏ । ଘୂଣି ପୋକ ନ ଲାଗିବା ପାଇଁ ବିହନକୁ ବଜାରରେ ମିଳୁଥିବା (ଇଥିଲିନ ଡାଇକ୍ରୋମାଇଡ କିମ୍ବା ଫସଫାଇନ) ରାସାୟନ ଦ୍ଵାରା ନିର୍ଦ୍ଧିଷ୍ଟ ସମୟ ବ୍ୟବଧାନରେ ଧୂମାବୃତ କରିବା ଆବଶ୍ୟକ ।

ଆଧାର : ଆର୍ଥିକ ସହାୟତା : କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦେଶାଳୟ , ଓଡିଶା, ଆର କେ ଭି ୱାଇ, ସବ-ପ୍ଲାନ

3.1
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top