ହୋମ / କୃଷି / ଶସ୍ୟ ଉତ୍ପାଦନ / ହରଡ :ଏହାର ପୁଷ୍ଟିଗତ ଓ ବ୍ୟବସାୟିକ ଗୁରୁତ୍ଵ
ସେଆର କରନ୍ତୁ

ହରଡ :ଏହାର ପୁଷ୍ଟିଗତ ଓ ବ୍ୟବସାୟିକ ଗୁରୁତ୍ଵ

ହରଡ :ଏହାର ପୁଷ୍ଟିଗତ ଓ ବ୍ୟବସାୟିକ ଗୁରୁତ୍ଵ ର ସୂଚନା

ହରଡର ପୁଷ୍ଟିଗତ ଓ କୃଷିରେ ଏହାର ଗୁରୁତ୍ଵ

ଆୟତନ ଓ ଉତ୍ପାଦନ ଦୃଷ୍ଟିରୁ ହରଡ ହେଉଛି ଦ୍ଵିତୀୟ ଡାଲି ଜାତୀୟ ମୁଖ୍ୟ ଫସଲ  । ଭାରତ ହେଉଛି ହରଡର ଏକ ମୁଖ୍ୟ ଉତ୍ପାଦନକାରୀ ଦେଶ ଓ ପୃଥିବୀ ହରଡ ଉତ୍ପାଦନର ୯୬% ଭାରତରୁ ଉତ୍ପାଦିତ ହୋଇଥାଏ  । ଏହା ମୁଖ୍ୟତଃ ଡାଲି ଭାବେ ବ୍ୟବହୃତ ହୋଇଥାଏ  ।

ଓଡିଶାରେ ୧୩୨.୫୫ ହଜାର ହେକ୍ଟର ଜମିରେ ହରଡ ଚାଷ କରାଯାଇଥାଏ  । ଏହାର ଉତ୍ପାଦନ ହେଉଛି ୧୦୬.୪୮ ହଜାର ଟନ୍ ଓ ହେକ୍ଟର ପ୍ରତି ଉତ୍ପାଦକତା ହେଉଛି ୮୦୩ କି.ଗ୍ରା.  ।

ରାୟଗଡା ଜିଲ୍ଲା ଆୟତନ (୧୭.୨୨ ହଜାର ହେକ୍ଟର) ଉତ୍ପାଦନ (୧୬.୦୦୦ ହଜାର ଟନ୍) ଓ ଉତ୍ପାଦକତା (ହେକ୍ଟର ପ୍ରତି ୯୨୯ କି.ଗ୍ରା) ରେ ପ୍ରଥମ  । ଏହା ପରେ କଳାହାଣ୍ଡି ଜିଲ୍ଲା (ଆୟତନ – ୧୩.୦୬ ହଜାର ହେକ୍ଟର, ଉତ୍ପାଦନ – ୯.୭୨ ହଜାର ଟନ୍ ଓ ଉତ୍ପାଦକତା ହେକ୍ଟର ପ୍ରତି ୭୪୪ କି.ଗ୍ରା) ଓ ଗଞ୍ଜାମ ଜିଲ୍ଲା (ଆୟତନ ୧୧.୯୮ ହଜାର ହେକ୍ଟର, ଉତ୍ପାଦନ – ୯.୨୨ ହଜାର ଟନ୍ ଓ ଉତ୍ପାଦକତା – ହେକ୍ଟର ପ୍ରତି ୭୭୦ କି.ଗ୍ରା) ରହିଛନ୍ତି  । ହରଡ ଚାଷ କରାଯାଉଥିବା ମୁଖ୍ୟ ଜିଲ୍ଲାର ଆୟତନ ଓ ଉତ୍ପାଦକତା ପରପୃଷ୍ଠାରେ ପ୍ରଦାନ କରାଯାଇଛି  ।

ଖାଦ୍ୟସାର ଉପାଦାନ

ହରଡ ଗୋଟା ମଞ୍ଜିରେ ହାରାହାରି ଖାଦ୍ୟସାର ପରିମାଣ ପରବର୍ତ୍ତୀ ପୃଷ୍ଠାରେ ପ୍ରଦାନ କରାଯାଇଛି  । ହରଡ ମଞ୍ଜି ପୁଷ୍ଟିସାର, ଶ୍ଵେତସାର ଓ କେତେକ ଧାତବ ଲବଣର ଏକ ସମୃଦ୍ଧ ଉତ୍ସ  । ମଞ୍ଜିର ଚୋପା ମୋଟ ମଞ୍ଜି ଓଜନର ୧୦-୧୩ % ହୋଇଥାଏ  । ଏଥିରେ ମୁଖ୍ୟତଃ ଅଣଜୀର୍ଣ୍ଣକାରକ ଶ୍ଵେତସାର ଓ ଅପେକ୍ଷାକୃତ ଅଧିକ ପରିମାଣର କ୍ୟାଲସିୟମ ଓ ଲୌହ ଅଂଶ ରହିଛି  । ବୀଜପତ୍ର ହେଉଛି ବିହନର ମୁଖ୍ୟ ଉପାଦାନ ଓ ଏହା ସମସ୍ତ ମଞ୍ଜିର ୮୪-୮୮% ହୋଇଥାଏ  । ବୀଜପତ୍ରର ସମ୍ପୂର୍ଣ୍ଣ ମଞ୍ଜି  ।

ଓଡିଶାରେ ଜିଲ୍ଲାୱାରୀ ହରଡର ଆୟତନ ଓ ଉତ୍ପାଦକତା

ଜିଲ୍ଲା

କ୍ଷେତ୍ରଫଳ (’୦୦୦ ହେକ୍ଟର)

ଅମଳ (ହେକ୍ଟର ପ୍ରତି କି.ଗ୍ରା)

ରାୟଗଡା

୧୭.୨୨

୯୨୯

କଳାହାଣ୍ଡି

୧୩.୦୬

୭୪୪

ଗଞ୍ଜାମ

୧୧.୯୮

୭୭୦

ଅନୁଗୁଳ

୯.୪୯

୮୫୦

ବଲାଙ୍ଗିର

୯.୦୮

୬୨୮

ମୟୂରଭଞ୍ଜ

୮.୯୯

୮୮୫

କେନ୍ଦୁଝର

୭.୦୫

୯୦୯

ନୂଆପଡା

୫.୬୧

୮୦୦

କୋରାପୁଟ

୫.୫୫

୭୨୫

କନ୍ଧମାଳ

୫.୨୭

୯୨୦

ସୁନ୍ଦରଗଡ

୪.୬୬

୫୭୧

ବୌଦ୍ଧ

୪.୪୧

୬୬୭

ପୁଷ୍ଟିସାରର ୯୦%, ସ୍ନେହସାର ୯୫%, ଶ୍ଵେତସାର୮୬%, ଖଣିଜ ଲବଣର ୮୩% ରହିଥାଏ  । ଡାଲିର ଖାଦ୍ୟସାର ପରିମାଣ (ଚୋପାଛଡା ଫାଳିଡାଲି) ଗୋଟା ଡାଲିଠାରୁ ଭିନ୍ନ ହୋଇଥାଏ  । ସାଧାରଣତଃ ଡାଲିରେ ଗୋଟା ଡାଲି ତୁଳନାରେ ପୁଷ୍ଟିସାର, ସ୍ନେହସାର, ଅଧିକ ଥାଏ ବା ଆଦୌ ତନ୍ତୁ ନଥାଏ  ।

ମଞ୍ଜିର ଷ୍ଟାର୍ଚ ପରିମାଣ ୩୯.୦ ରୁ ୫୮.୯% ମଧ୍ୟରେ ଥାଏ  । ହରଡର ପୁଷ୍ଟିସାର ପରିମାଣ ୧୮.୩୭ ରୁ ୨୧.୪୯% ମଧ୍ୟରେ ଥାଏ  ।

ଗୋଟା ହରଡ ମଞ୍ଜିର ହାରାହାରି ରାସାୟନିକ ଉପାଦାନ

ଉପାଦାନ

ପ୍ରତି ୧୦୦ ଗ୍ରାମ ମଞ୍ଜିରେ ଥିବା ପରିମାଣ

ପୁଷ୍ଟିସାର (ଗ୍ରାମ୍)

୨୦.୯

ସ୍ନେହସାର (ଗ୍ରାମ୍)

୩.୮

ମୋଟ ଶ୍ଵେତସାର (ଗ୍ରାମ୍)

୪.୧

କ୍ରୁଡ ଫାଇବର (ଗ୍ରାମ୍)

୪.୧

ପାଉଁଶ (ଗ୍ରାମ୍)

୪.୧

ଖଣିଜ ଲବଣ

 

କ୍ୟାଲସିୟମ (ମି.ଗ୍ରା)

୨୯୬.୦୦

ଫସଫରସ୍ (ମି.ଗ୍ରା)

୩୬୬.୦

ଲୁହା (ମି.ଗ୍ରା)

୬.୭୪

ପୋଟାସିୟମ (ମି.ଗ୍ରା)

୧୧୦୪.୦

ଭିଟାମିନ୍ସ

 

ଥାୟାମିନ (ମି.ଗ୍ରା)

୦.୬୩

ରାଇବୋଫ୍ଲାବିନ (ମି.ଗ୍ରା)

୦.୧୬

ନିଆସିନ୍ (ମି.ଗ୍ରା)

୩.୧

ଆନୁବଂଶିକ ଗୁଣ ଓ ପରିବେଶଗତ ଉପାଦାନ ହରଡର ପୁଷ୍ଟିସାର ପରିମାଣକୁ ପ୍ରଭାବିତ କରିଥାଏ  । ସଅଳ ଅମଳ ହେଉଥିବା କିସମଗୁଡିକ ମଞ୍ଜିରେ ବିଳମ୍ବ ଅମଳ ହରଡ ଅପେକ୍ଷା ଅଧିକ ପୁଷ୍ଟିସାର ରହିଥାଏ  । ହରଡ ମଞ୍ଜିରେ ଥିବା ପୁଷ୍ଟିସାରକୁ ଆଲବୁମିନ, ଗ୍ଲୋବୁଲିନ (ସାଇତା ପୁଷ୍ଟିସାର) ପ୍ରୋଲାମିନ୍ ଓ ଗ୍ଲୁଟେଲିନ୍ ଆଦିରେ ବିଭକ୍ତ କରାଯାଇଥାଏ  । ଗ୍ଲୋବୁଲିନ ଏବଂ ମୁଖ୍ୟ ସାଇତା ପୁଷ୍ଟିସାର (୫୦ ରୁ ୭୨%) ମୁଖ୍ୟତଃ ବୀଜପତ୍ର ଓ ଭ୍ରୁଣରେ ଅଧିକ ପରିମାଣରେ ରହିଥାଏ  । ହରଡର ପୁଷ୍ଟିସାରରେ ବହୁ ପରିମାଣରେ ଲାଇସିନ୍ ରହିଥାଏ  ।

ହରଡ ମଞ୍ଜି କ୍ୟାଲସିୟମ, ଫସଫରସ୍, ପଟାସ୍, ଲୌହ ଆଦି ଖଣିଜଲବଣର ଏକ ଉତ୍ତମ ଉତ୍ସ  । ମଣିଷ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ସୃଷ୍ଟି ପାଇଁ ଆବଶ୍ୟକ ହେଉଥିବା ଜଳ ଦ୍ରବଣୀୟ ଭିଟାମିନ୍ ବିଶେଷତଃ ଥାୟାମିନ୍, ରାଇବୋଫ୍ଲାବିନ ଓ ନିଆସିନ୍ ଆଦିର ଏହା ମଧ୍ୟ ଏକ ଉତ୍ତମ ଉତ୍ସ  ।

ପ୍ରକ୍ରିୟାକରଣ ଓ ବ୍ୟବହାର

ହରଡ ମଞ୍ଜିର ଚୋପା ବାହାର କରାଯାଇ ମୁଖ୍ୟତଃ ଫାଳି ହରଡ ଭାବେ ବ୍ୟବହାର କରାଯାଏ  । ଡାଲି କଳରେ କିମ୍ବା ପାରମ୍ପରିକ ପଦ୍ଧତିରେ ଏହା ଫାଳ କରାଯାଇଥାଏ  । ପାରମ୍ପରିକ ପଦ୍ଧତିରେ ମଞ୍ଜିଗୁଡିକୁ ଅଳ୍ପ ସମୟ ପାଇଁ ପାଣିରେ ଫୁଟାଇ ଦିଆଯାଏ  । ତା ପରେ ଶୁଖାଇ ସ୍ଥାନୀୟ କଳ / ଚୁରିବା ଯନ୍ତ୍ରରେ ଚୋପାଛଡାଇ ଫାଳ କରାଯାଏ  । ମିଲିଂ କରିବା ଦ୍ଵାରା ହରଡର ପୁଷ୍ଟିଗତ ଗୁଣାତ୍ମକ ମାନ ବୃଦ୍ଧି ପାଇଥାଏ  । ଚୋପା ବାହାର କରିଦେବା ଦ୍ଵାରା ଟାନିନ୍ ଅଂଶ ହ୍ରାସ ପାଏ  । ଏହା ଦ୍ଵାରା ମଞ୍ଜିର ରୂପ, ଗଢଣ, ଖାଦ୍ୟ ରୁଚି ଓ ପାଚନ ଗୁଣ ବୃଦ୍ଧି ପାଏ ଓ ତନ୍ତୁ ପରିମାଣ କମିଯାଇଥାଏ  ।

ହରଡ ଚାଷରୁ ମିଳୁଥିବା ସୁବିଧା

*        ବହୁ ଫସଲି ପଦ୍ଧତିରେ ଅଳ୍ପ ଅବଧି ବିଶିଷ୍ଟ ହରଡ ଚାଷ କରାଯାଇପାରିବ  ।

*        ବାୟୁମଣ୍ଡଳୀୟ ଯବକ୍ଷାରଜାନକୁ ମାଟିରେ ବିବନ୍ଧିତ କରିପାରୁଥିବାରୁ ମୃତ୍ତିକାର ଉର୍ବରତା ବୃଦ୍ଧି କରିଥାଏ  ।

*        ଗଭୀର ଛେରା ବିଶିଷ୍ଟ ଓ ମରୁଡି ସହଣୀ ଶକ୍ତି ଥିବାରୁ ଏହା ହାଲୁକା ମାଟି ଓ ଅନିଶ୍ଚିତ ବୃଷ୍ଟିପାତ ଅଞ୍ଚଳ ପାଇଁ ଖୁବ୍ ଉପଯୋଗୀ ହୋଇଥାଏ  ।

*        ଏହାର କାଠି ଓ ସବୁଜ ପତ୍ର ସୁସ୍ଵାଦୁ ଗୋଖାଦ୍ୟ ଭାବେ ବ୍ୟବହୃତ ହୋଇଥାଏ  ।

*        ହରଡର କାଠି ଘର ଛପର ଓ ପାଛିଆ ବୁଣିବା ଭଳି ବିବିଧ କାର୍ଯ୍ୟରେ ଲାଗିଥାଏ  ।

ମୂଲ୍ୟଯୁକ୍ତ ଦ୍ରବ୍ୟ ପ୍ରସ୍ତୁତିର ସମ୍ଭାବନା ଓ ହରଡର ଖର୍ଚ୍ଚ ଲାଭ ହିସାବ

ବ୍ୟବସାୟିକ ଉତ୍ପାଦନ କରିବା ପୂର୍ବରୁ ହରଡ ଚାଷର ଖର୍ଚ୍ଚଲାଭ ସମ୍ବନ୍ଧରେ ଉତ୍ପାଦନକାରୀମାନଙ୍କର ଏକ ସଂକ୍ଷିପ୍ତ ଧାରଣା ରହିବା ଆବଶ୍ୟକ  । ତେଣୁ ଏହତାରେ ଫସଲ ଚାଷର ବିଭିନ୍ନ ଦିଗ ଓ ଏହାର ପ୍ରକଳ୍ପିତ ବ୍ୟୟ ସମ୍ବନ୍ଧୀୟ ସୂଚନା ପ୍ରଦାନ କରାଯାଇଛି  ।  । ଏହା ଉତ୍ପାଦନକାରୀଙ୍କ ପାଇଁ ଯୋଜନା ପ୍ରସ୍ତୁତି ଓ ସଫଳ ଭାବେ ଏହାକୁ କାର୍ଯ୍ୟକାରୀ କରିବାରେ ସହାୟକ ହେବ  ।

ହରଡ ଚାଷର ଖର୍ଚ୍ଚ – ଲାଭ ଅନୁପାତ

ଶ୍ରମ

ୟୁନିଟ / ଶ୍ରମ ଦିବସ

ମୂଲ୍ୟ ହାର (ଟଙ୍କା)

ଖର୍ଚ୍ଚ (ଟଙ୍କା)

ଟ୍ରାକ୍ଟର ହଳ (ମୋଚପତ୍ର ଲଙ୍ଗଳ ଓ ଟାଇନ୍ ସହିତ) ଓ ଅମଳ କରିବା

୬ ଘଣ୍ଟା

୩୦୦ / ଘଣ୍ଟା

୧୮୦୦.୦୦

ହିଡ ସଫା ଓ ଧାଡି କରିବା

୫ ଶ୍ରମ ଦିବସ

୭୦

୩୫୦.୦୦

କମ୍ପୋଷ୍ଟ ଓ ମୂଳସାର ପ୍ରୟୋଗ

୫ ଶ୍ରମ ଦିବସ

୭୦

୩୫୦.୦୦

ବିହନ ବିଶୋଧନ ଓ ବୁଣିବା

୧୨ ଶ୍ରମ ଦିବସ

୭୦

୮୪୦.୦୦

ଜଳସେଚନ (ଆବଶ୍ୟକତା ଅନୁଯାୟୀ)

୫ ଶ୍ରମ ଦିବସ

୭୦

୩୫୦.୦୦

ଅନ୍ତଃଚାଷ (କୋଡା ଖୁସା କରିବା ଘାସ ବାଛିବା)

୩୦ ଶ୍ରମ ଦିବସ

୭୦

୨୧୦୦.୦୦

ସାର ପ୍ରୟୋଗ ଓ ଖୁସାଇବା

୮ ଶ୍ରମ ଦିବସ

୭୦

୫୬୦.୦୦

ଫସଲ ସୁରକ୍ଷା ରାସାୟନିକ ପ୍ରୟୋଗ

୧୦ ଶ୍ରମ ଦିବସ

୭୦

୭୦୦.୦୦

ଅମଳ କରିବା ଓ ଅମଳ ପରବର୍ତ୍ତୀ କାର୍ଯ୍ୟ

୬୦ ଶ୍ରମ ଦିବସ

୭୦

୪୨୦୦.୦୦

ମୋଟ (କ)

 

 

୧୧୨୫୦.୦୦

ସାମଗ୍ରୀ

ପରିମାଣ

ମୂଲ୍ୟହାର (ଟଙ୍କା)

ଖର୍ଚ୍ଚ (ଟଙ୍କା)

ବିହନ ମୂଲ୍ୟ

୨୫ କି.ଗ୍ରା

୨୦ / କି.ଗ୍ରା

୫୦୦.୦୦

ରାସାୟନିକ ବିହନ ବିଶୋଧନ ପ୍ରତି କି.ଗ୍ରା ବିହନରେ ୨ ଗ୍ରାମ୍ ହାରରେ

୫୦ ଗ୍ରାମ୍

୧ଗ୍ରାମ୍

୫୦.୦୦

ଖତ ଓ କମ୍ପୋଷ୍ଟ

୫ ଟନ୍

୩୦୦ / ଟନ୍

୧୫୦୦.୦୦

ଜୈବସାର (ରାଇଜୋବିୟମ କଲଚର)

୫୦୦ ଗ୍ରାମ୍

୨୦ / କି.ଗ୍ରା

୧୦.୦୦

ରାସାୟନିକ ସାର

 

 

 

ଯବକ୍ଷାରଜାନ

୨୦ କି.ଗ୍ରା

୧୦.୯୦ / କି.ଗ୍ରା

୨୧୮.୦୦

ଫସଫରସ୍

୪୦ କି.ଗ୍ରା

୨୨.୮୮ / କି.ଗ୍ରା

୯୧୫.୦୦

ପଟାସ୍

୨୦ କି.ଗ୍ରା

୭.୭୧ / କି.ଗ୍ରା

୧୫୪.୨୦

ଗନ୍ଧକ (ସଲଫର)

୨୦ କି.ଗ୍ରା

୬ / କି.ଗ୍ରା

୧୨୦.୦୦

ବୋରନ୍ / ମଲିବଡିନମ୍ (ଅଣୁସାର )

 

 

୧୮୦.୦୦

ଫସଲ ସୁରକ୍ଷା ରାସାୟନିକ

୩ ଥର ପ୍ରୟୋଗ

୪୦୦ ପ୍ରତି ପ୍ରୟୋଗ ପାଇଁ

୧୨୦୦.୦୦

ଜଳସେଚନ ଦେୟ

୧୦ ଘଣ୍ଟା

୬୦ / ଘଣ୍ଟା

୬୦୦.୦୦

ମୋଟ (ଖ)

 

 

୫୪୪୭.୦୦

ମିଶ୍ରିତ ଖର୍ଚ୍ଚ

 

 

୩୦୦.୦୦

ସର୍ବମୋଟ ଖର୍ଚ୍ଚ (ମୋଟାମୋଟି)

 

 

୧୭୦୦୦.୦୦

ଅମଳ (କ୍ଵି / ହେ.) (ଆୟ)

୧୨

 

୨୪୦୦୦.୦୦

ନିଟ୍ ଲାଭ

 

 

୭୦୦୦.୦୦

ବିଶେଷ ବାର୍ତ୍ତା

 

*        ହରଡ ଚାଷ ପାଇଁ ହେକ୍ଟର ପ୍ରତି ଖର୍ଚ୍ଚ ଟ.୧୭୦୦୦.୦୦

*        ଫସଲରୁ ନିଟ୍ ଆୟ ଟ. ୭୦୦୦.୦୦

*        ଚୋପାଛଡା ଫାଳି ହରଡକୁ ବ୍ୟବହାର କରାଯାଏ  ।

*        ପାକଳ ହୋଇ ନଥିବା ମଞ୍ଜି ପନିପରିବା ଭାବେ ଓ ସବୁଜପତ୍ର ଗୋଖାଦ୍ୟ ଭାବେ ବ୍ୟବହୃତ ହୁଏ  ।

*        ଏଥିରେ ଯଥେଷ୍ଟ ପୁଷ୍ଟିସାର ରହିଛି  ।

ଆଧାର – ଓଡିଶା ଜଳ ବିଭାଜିକା ଉନ୍ନୟନ ମିଶନ

2.61538461538
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top