অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ହରଡ ଫସଲର ଚାଷ କୌଶଳ

ହରଡ ଫସଲର ଉନ୍ନତ ଚାଷ ପଦ୍ଧତି

ଜଳବାୟୁ

ହରଡ ମୁଖ୍ୟତଃ ନିରକ୍ଷୀୟ ଓ ଇଉପିଏନିରକ୍ଷୀୟ ଜଳବାୟୁରେ ଚାଷ କରାଯାଇଥାଏ  । ଜଳ ଜମି ରହୁନଥିଲେ ଏହା ଅଧିକ ବର୍ଷା ସହି ପାରିବ  । ଏହା ଏକ ଗଭୀର ଚେର ବିଶିଷ୍ଟ ଫସଲ ହୋଇଥିବାରୁ ଅତ୍ୟଧିକ ଜଳୀୟାଂଶଅଭାବ ଜନିତ ପରିସ୍ଥିତି ସହ୍ୟ କରିପାରେ  । ଏହା ସାମାନ୍ୟ କରକାପାତକୁ ମଧ୍ୟ ସହିପାରେ ନାହିଁ  ।

ମୃତ୍ତିକା

ଯଦିଓ ହରଡ ବାଲିଆ ମାଟି ଠାରୁ କାଦୁଅ ମାଟି ଯାଏ ଏକ ପ୍ରଶସ୍ତ ମୃତ୍ତିକା ବିବିଧିତାରେ ଚାଷ କରାଯାଏ  । ଏହା ହାଲୁକା ଓ ଉତ୍ତମ ନିଗିଡା ମାଟି ଆବଶ୍ୟକ କରିଥାଏ  ।

ଏହା ଉତ୍ତମ ଭାବେ ଜଳ ନିଷ୍କାସନ ହେଉଥିବା ନିରପେକ୍ଷ ମାଟି ଆବଶ୍ୟକ କରିଥାଏ  । ୬.୫ ରୁ ୭.୫ ପି.ଏଚ.ଥିବା ମାଟିରେ ଏହା ଖୁବ ସଫଳ ଭାବେ ଚାଷ କରାଯାଇପାରିବ  ।

କିସମ

ଖରିଫ ଋତୁ

ସଅଳ (୧୦୦ – ୧୪୦ ଦିନ )

ଆଇ.ସି.ପି.ଏଲ. ୮୭ (ପ୍ରଗତି), ଉପାସ ୧୨୦

ଆଇ.ସି.ପି.ଏଲ. – ୧୫୧

ଆଇ.ସି.ପି.ଏଲ.- ୮୪୦୩୧

ପୁଷା ଆଗେତି

ମାନକ, ପ୍ରଭାତ, ଏ.ଏଲ୍. ୧୫

ମଧ୍ୟମ (୧୩୦ – ୧୬୦ ଦିନ)

ଆଇ.ସି.ପି.ଏଲ. ୮୭୧୧୯

ଆଇ.ସି.ପି.ଏଲ. – ୮୮୬୩

ବିଡିଏନ୍ ୧, ଟି – ୨୧, ଟି.ଟି.ବି.- ୭

ପ୍ରାକ୍ ରବି ଋତୁ

ବିଳମ୍ବ (୧୬୦ ଦିନରୁ ଅଧିକ )

ସି – ୧୧, ପୁଷା – ୯

ବାହାର, ବି.ଡି.ଏନ୍ – ୨

ଜମି ପ୍ରସ୍ତୁତି

ହରଡ ଏକ ଗଭୀର ଚେର ବିଶିଷ୍ଟ ଫସଲ ହୋଇଥିବାରୁ ଜମି ଉପଯୁକ୍ତ ଭାବେ ହଳ କରାଯାଇଥିଲେ ଭଲ ଅମଳ ଦେଇଥାଏ  । ମାଟି ଲେଉଟାଇ ପାରୁଥିବା ଲଙ୍ଗଳରେ ଏକ ଗଭୀର ଚାଷ କରାଯାଏ  । ତା ପରେ ୨-୩ ଥର ଡିସ୍କ ଲଙ୍ଗଳରେ ଚାଷ କରାଯାଏ  । ଏହାପରେ ମଇ ଦେବା ଆବଶ୍ୟକ  । ମାଟିରେ ପାଣି ଜମି ନ ରହିବା ପାଇଁ ମାଟିକୁ ସମତଳ କରିବା ଏକାନ୍ତ ଆବଶ୍ୟକ  । ଭଲଭାବେ ଘାସ ବାହାର କରିଦେବା ଦରକାର  । ମାଟିରେ ଚେର ଭଲଭାବରେ ପ୍ରବେଶ କରିବା ପାଇଁ ଓ ଚେରରେ ଅଧିକ ସଂଖ୍ୟକ ଗୁଟିକା ସୃଷ୍ଟି ହେବା ପାଇଁ ଜମି ଭଲଭାବେ ହଳ ହୋଇଥିବା ଓ ଜମିରୁ ଜଳ ନିଷ୍କାସନ ହୋଇପାରୁଥିବା ଦରକାର  । ଜମିରେ ହେକ୍ଟର ପ୍ରତି ୨ ଟନ୍ ସଢା ଗୋବର ଖତ ପ୍ରୟୋଗ କରାଯାଏ  । ଜମି ପ୍ରସ୍ତୁତିରେ ଶେଷ ଅବସ୍ଥାରେ ଉଇ ପ୍ରବଣ ମାଟିରେ ହେକ୍ଟର ପ୍ରତି ୨୫ କି.ଗ୍ରା କ୍ଲୋରପାଇରିଫସ୍ ୧.୫% ଗୁଣ୍ଡ ପ୍ରୟୋଗ କରନ୍ତୁ  ।

ଫସଲ ଚକ୍ରୀକରଣ

ରବି ଋତୁରେ ୧୨୦ – ୧୪୦ ଦିନରେ ଅମଳ ହୋଇପାରୁଥିବା ସଅଳ କିସମ ହରଡ ଚାଷ କଲେ ପର୍ଯ୍ୟାୟ କ୍ରମେ ଏକ ଦ୍ଵିତୀୟ ଫସଲ ଚାଷ କରିବାର ସମ୍ଭାବନା ରହେ  । ଜୁନ୍ ମାସର ପ୍ରଥମାବସ୍ଥାରେ ହରଡ ଫସଲ ବୁଣାଯାଇଥିଲେ ନଭେମ୍ବର ମାସ ଅମଳ କରାଯାଏ  । ଏହା ଦ୍ଵାରା ହରଡ ପରେ ମୁଗ, ବିରି, ବୁଟ ଆଦି ସଫଳ ଭାବେ ଚାଷ କରାଯାଇପାରିବ  । ହରଡ ସହିତ ବିଭିନ୍ନ ଫସଲ ଚକ୍ରୀକରଣ ପ୍ରଦତ୍ତ ହୋଇଛି  ।

  1. ହରଡ – ମକା / ରାଶି / ବିରି ଇତ୍ୟାଦି
  2. ମକା – ହରଡ (ମୌସୁମୀ ଋତୁ ପରେ)
  3. ହରଡ – ମକା – ମୁଗ
  4. ହରଡ – ଆଖୁ
  5. ମୁଗ (ଖରାଦିନିଆ) – ହରଡ – ଗହମ
  6. ହରଡ (ସଅଳ କିସମ) – ଆଳୁ – ବିରି

ମିଶ୍ରିତ ଫସଲ / ଅନ୍ତଃ ଫସଲ

ପାରମ୍ପରିକ ଭାବେ ବିରି, ମୁଗ, ରାଶି, ଚିନାବାଦାମ, ମକା, ଧାନ ଆଦି ଫସଲ ସହିତ ହରଡକୁ ମିଶ୍ରିତ ଫସଲ ଚାଷ କଲେ ଫସଲ ବହୁ ଅସୁବିଧାର ସମ୍ମୁଖୀନ ହୁଏ ଓ ଏଥିରୁ ଅମଳ ମଧ୍ୟ କମିଯାଏ  । ଅନ୍ତଃଫସଲ ଓ ସମାନ୍ତରାଳ ବହୁଗଣିତ ଫସଲ ମିଶ୍ରିତ ଫସଲ ଅପେକ୍ଷା ଏକ ଉନ୍ନତ ପଦ୍ଧତି  । ଏଠାରେ ବିଭିନ୍ନ କିସମ ଫସଲଗୁଡିକୁ ଏପରି ବୁଣାଯାଏ  ଯେ ସେମାନେ ମୁଖ୍ୟ ଫସଲ ଓ ସମାନ୍ତରାଳ ଫସଲକୁ ପ୍ରଭାବିତ କରନ୍ତି ନାହିଁ  । ହରଡ ମିଶ୍ରିତ ଫସଲର କେତେକ ଦୃଷ୍ଟାନ୍ତ ଦିଆଯାଇଛି  ।

ହରଡ + ବିରି କିମ୍ବା ମୁଗ

ହରଡ + ଶସ୍ୟ (ମିଲେଟ)

ହରଡ + ରାଶି

ହରଡ + ଝୁଡଙ୍ଗ

ହରଡ + ମକା

ହରଡ + ସୋୟାବିନ

ହରଡ +ଧାନ

ବୁଣିବା ସମୟ

  • ଖରିଫ – ଜୁନ୍ ଶେଷ ସପ୍ତାହରୁ ଜୁଲାଇ ପ୍ରଥମ ସପ୍ତାହ
  • ପ୍ରାକ୍ ରବି – ସେପ୍ଟେମ୍ବର ପ୍ରଥମ ପକ୍ଷ

ବ୍ୟବଧାନ

  • ସଅଳ – ୫୦ ସେ.ମି X ୨୦ ସେ.ମି
  • ମଧ୍ୟମ - ୬୦ ସେ.ମି X ୨୦ ସେ.ମି
  • ବିଳମ୍ବ – ୭୫ ସେ.ମି X ୨୫ ସେ.ମି
  • ପ୍ରାକ୍ ରବି - ୪୫ ସେ.ମି X ୧୫ ସେ.ମି

ବିହନ ପରିମାଣ

ହେକ୍ଟର ପ୍ରତି ୨୦ – ୨୫ କି.ଗ୍ରା

ବିହନ ବିଶୋଧନ ଓ କଲଚର ଉପଚାର

ବିହନ ବୁଣିବା ପୂର୍ବରୁ ଉପଯୁକ୍ତ ରାଇଜୋବିୟମ କଲଚର (ବ୍ୟାକ୍ଟେରିଆ କଲଚର) ରେ ବିହନ ଉପଚାର କଲେ ଗଜା ହେବା, ଗଛ ବାହାରିବା ଓ ଗୁଟିକା ଧରିବା ତ୍ୱରାନ୍ୱିତ ହୁଏ  । ଫଳରେ ଜୈବିକ ଉପାୟରେ ଅଧିକ ଯବକ୍ଷାରଜାନ ବିବନ୍ଧିତ ହୋଇଥାଏ  । ସମସ୍ତ ଛୁଇଁ ଜାତୀୟ ଫସଲର ଅମ୍ଳ ଗୁଟିକା ସଂଖ୍ୟା ସହିତ ସମାନୁପାତିକ ହୁଏ  । ଅଧିକ ଗୁଟିକା ହେଲେ ଅଧିକ ଅମଳ ମିଳେ  । ଛୁଇଁ ଜାତୀୟ ଫସଲରେ ପ୍ରତ୍ୟକ ଥର ବୁଣିବା ବେଳେ ବିହନକୁ ରାଇଜୋବିୟମ କଲଚରରେ ଉପଚାର କରି ବୁଣିବା ଆବଶ୍ୟକ  ।

ଉତ୍ତମ ଅମଳ ପାଇବା ପାଇଁ ଓ ଫସଲକୁ ଚାରା ସଢା ରୋଗ, ଚାରା ପୋଡା ଆଦି ରୋଗରୁ ମୁକ୍ତ ରଖିବା ପାଇଁ ପ୍ରତି କି.ଗ୍ରା ବିହନରେ ଭିଟାଭାକ୍ସ ପାୱାର ୧.୫ ଗ୍ରାମ୍ କିମ୍ବା (କର୍ବେଣ୍ଡାଜିମ୍ ୧.୦ ଗ୍ରାମ୍ + ଥିରାମ୍ ୧.୫ ଗ୍ରାମ୍ ) ମିଶାଇ ବିଶୋଧନ କରାଯିବା ଆବଶ୍ୟକ  । ସଘନ ହରଡ ଚାଷ ଅଞ୍ଚଳରେ ଚେରଗଣ୍ଠି ଓ ବୃକକ୍ ସୂତ୍ରଜୀବ ଆକ୍ରମଣରୁ ରକ୍ଷାକରିବା ପାଇଁ ରାଇଜୋବିୟମ କଲଚରରେ ଉପଚାର କରିବାର ୧ ସପ୍ତାହ ପୂର୍ବରୁ କାର୍ବୋସଲଫାନ୍ ୨୫ ଇ.ସି. ୦.୨ % ହିସାବରେ ମିଶାଇ ବିଶୋଧନ କରିବା ଆବଶ୍ୟକ  ।

ବିହନ ବିଶୋଧନ ପଦ୍ଧତି

୬୦୦ ମି.ଲି. ପାଣିରେ ୨୦୦ ଗ୍ରାମ୍ ରାଇଜୋବିୟମ କଲଚର ଓ ୨୫୦ ଗ୍ରାମ୍ ଫସଫେଟ୍ ଦ୍ରବୀଭୂତ କରୁଥିବା ବ୍ୟାକ୍ଟେରିଆ ମିଶାଇ ଭଲଭାବେ ଗୋଳାଇ ଦିଅନ୍ତୁ  । ତା ପରେ ୧୦ କି.ଗ୍ରାମଞ୍ଜି ଉପରେ ବୁନ୍ଦା ବୁନ୍ଦା କରି ମଣ୍ଡ ଢାଳନ୍ତୁ ଓ ଏକ ସମାନୁପାତିକ ଆସ୍ତରଣ ସୃଷ୍ଟି ହେବା ପର୍ଯ୍ୟନ୍ତ ହାତରେ ଗୋଳାଇ ଦିଅନ୍ତୁ  । ବିହନ ଉପଚାର କଲାବେଳେ ଅଧିକ ସଂଖ୍ୟକ ଗୁଟିକା ସୃଷ୍ଟି ହେବା ପାଇଁ ପ୍ରତି ୧୦ କି.ଗ୍ରା  ବିହନରେ ୩ ଗ୍ରାମ୍ ହିସାବରେ ଆମୋନିୟମ କିମ୍ବା ସୋଡିୟମ ମଲିବଡେଟ୍ ଆକାରରେ ମଲିବଡିନମ୍ ମିଶାନ୍ତୁ  । ଏକ ପରିଷ୍କାର ଲୁଗା, କାଗଜ କିମ୍ବା ପଲିଥିନ ଉପରେ ଉପଚାରିତ ବିହନକୁ ଛାଇରେ ଶୁଖାଇ ଦିଅନ୍ତୁ  ଓ ଏହାକୁ ସଙ୍ଗେ ସଙ୍ଗେ ବିଶେଷତଃ ଅପରାହ୍ନରେ ବୁଣି ଦିଅନ୍ତୁ  ।

ବୁଣିବା

  • ଅନ୍ତଃଚାଷ ସୁବିଧା ପାଇଁ ହରଡକୁ ଧାଡିରେ ବୁଣନ୍ତୁ  ।
  • ମଞ୍ଜି ମାଟିର ସଂସ୍ପର୍ଶରେ ଆସି ଶୀଘ୍ର ଗଜା ହେବା ପାଇଁ ମଇଦେଇ ଜମିର ମାଟିକୁ ଚାପିଦେବା ଦରକାର  ।

ଖାଦ୍ୟସାର ପରିଚାଳନା

ହରଡ ପାଇଁ ହେକ୍ଟର ପ୍ରତି ୨୦ କି.ଗ୍ରା. ଯବକ୍ଷାରଜାନ, ୪୦ କି.ଗ୍ରା. ଫସଫରସ୍ () ଓ ୨୦ କି.ଗ୍ରା ପଟାସ୍ () ଅନୁମୋଦିତ ହୋଇଥାଏ  । ଯାହା ହେଲେ ବି ହେକ୍ଟର ପ୍ରତି ୨୦ କି.ଗ୍ରା. ଯବକ୍ଷାରଜାନ, ୬୦ କି.ଗ୍ରା. ଫସଫରସ୍ ଓ ୨୦ କି.ଗ୍ରା. ପଟାସ ପ୍ରୟୋଗ କଲେ ଅଧିକ ଅମଳ ଦିଏ  । ହେକ୍ଟର ପ୍ରତି ୨୦ କି.ଗ୍ରା. ସଲଫର ମୂଳସାର ଭାବେ ପ୍ରୟୋଗ କଲେ ଅମଳ ଅଧିକ ହୁଏ  । ଯବକ୍ଷାରଜାନ ଓ ପଟାସ ବିଭିନ୍ନ ପର୍ଯ୍ୟାୟରେ ପ୍ରୟୋଗ କରାଯାଏ  । ମୂଳସାର ଆକାରରେ ସମ୍ପୂର୍ଣ୍ଣ ଫସଫରସ୍, ୫୦% ଯବକ୍ଷାରଜାନ ଓ ୫୦% ପଟାସ୍ ପ୍ରୟୋଗ କରାଯିବା ଆବଶ୍ୟକ  । ଅବଶିଷ୍ଟ ୫୦% ଯବକ୍ଷାରଜାନ ଓ ୫୦% ପଟାସ୍ ଫସଲର ତୃତୀୟ ସପ୍ତାହରେ ପ୍ରାଗ କରାଯାଏ  । ଫୁଲ ବାହାରିବା ଅବସ୍ଥାରେ ହେକ୍ଟର ପ୍ରତି ୧୦୦୦ ଲିଟର ପାଣିରେ ୪୦୦ ମି.ଲି. ପ୍ଲାନୋଫିକ୍ସ ସିଞ୍ଚନ କଲେ ଅଧିକ ଛୁଇଁ ଧରେ ଓ ଉତ୍ପାଦିକତା ବୃଦ୍ଧି କରାଏ  ।

ତୃଣକ ପରିଚାଳନା

ବୁଣିବାର ୪୫ – ୬୦ ଦିନ ମଧ୍ୟରେ ହରଡର ବୃଦ୍ଧି ଖୁବ ମନ୍ଥର ହୋଇଥାଏ  । ପକ୍ଷାନ୍ତରେ ବାରମ୍ବାର ବର୍ଷା ହେଉଥିବାରୁ ଘାସ ଅଧିକ ପରିମାଣରେ ବଢିଯାଏ  । ଏହି ସମୟରେ ଘାସ ନିୟନ୍ତ୍ରଣ ନ କଲେ ସେମାନେ ହରଡ ଗଛକୁ ଆଚ୍ଛାଦିତ କରିଦିଅନ୍ତି  । ବୁଣିବାର ୨୫ ଓ ୫୦ ଦିନ ପରେ ଦୁଇଥର ଘାସ ବାଛିଦେଲେ ଯଥେଷ୍ଟ ପ୍ରାକ୍ ଗଜା ତୃଣନାଶକ ପେଣ୍ଡିମେଥାଲିନ୍  ହେକ୍ଟର ପ୍ରତି ୦.୭୫ କି.ଗ୍ରା. କ୍ରିୟାଶୀଳ ଉପାଦାନ ପ୍ରୟୋଗ କରି ୫୦ ଦିନ ବେଳକୁ ଥରେ ହାତରେ ଘାସ ବାଛିଦେଲେ ଫଳପ୍ରଦ ଭାବେ ଘାସ ନିୟନ୍ତ୍ରିତ ହୋଇଥାଏ  । ମୁଗ / ବିରି ଭଳି ସ୍ୱଳ୍ପ ଅବଧିର ଛୁଇଁ ଜାତୀୟ ଫସଲକୁ ଅନ୍ତଃଫସଲ ଭାବେ ଚାଷ କଲେ ଜୈବ ପଦ୍ଧତିରେ ହରଡରେ ଘାସ ଦମନ କରାଯାଇପାରିବ  ।

ଜଳ ପରିଚାଳନା

ହରଡ ମୁଖ୍ୟତଃ ମୌସୁମୀ ଋତୁରେ ବର୍ଷାଧାର ଫସଲ ଭାବେ ଚାଷ କରାଯାଇଥାଏ  । ହରଡ ଏକ ଗଭୀର ଚେରଯୁକ୍ତ ଫସଲ ହୋଇଥିବାରୁ ମାଟିର ଗଭୀର ସ୍ତରରୁ ଜଳୀୟାଂଶ ସଂଗ୍ରହ କରିବାର ଦକ୍ଷତା ରହିଛି  । ବହୁଦିନ ଧରି ଜଳୀୟାଂଶ ଅଭାବ ପରେ ଏହା ଜଳସେଚନ ପ୍ରତି ମଧ୍ୟ ପ୍ରତିକ୍ରିୟାଶୀଳ ହୁଏ  । ଜଳୀୟାଂଶ ଅଭାବ ପରିସ୍ଥିତିରେ ଫୁଲ, ଫଳ ହେବାର ପୂର୍ବାବସ୍ଥା ଓ ଫୁଲ ହେବା ଅବସ୍ଥାରେ ଜଳସେଚନ ବ୍ୟବସ୍ଥା କରିବା ପାଇଁ ପରାମର୍ଶ ଦିଆଯାଏ  । ପ୍ରାକ୍ ରବି ହରଡ ସାଧାରଣତଃ ଜଳସେଚିତ ଫସଲ ଭାବେ ଚାଷ କରାଯାଏ  । ଏଥିପାଇଁ ଅନ୍ତଃପକ୍ଷେ ୩-୫ ଟି ଜଳସେଚନ ଆବଶ୍ୟକ ହୋଇଥାଏ  । ଏହି ଫସଲ ଜଳ ଜମି ରହିବା ପରିସ୍ଥିତି ସହ୍ୟ କରିପାରେ ନାହିଁ  । ତେଣୁ ଏହାର ଚାଷ ପାଇଁ ଉପଯୁକ୍ତ ଜଳ ନିଷ୍କାସନ ସୁବିଧା କରାଯାଏ  ।

ଅମଳ ପରିମାଣ

ସାଧାରଣତଃ ହେକ୍ଟର ପ୍ରତି ହରଡର ଅମଳ ୧୫ – ୨୦ କ୍ଵିଣ୍ଟାଲ ହୋଇଥାଏ  । ପରୀକ୍ଷାରୁ ଜଣାଯାଇଛି ଯେ ଉନ୍ନତ କିସମ ଓ ଉତ୍ପାଦନ କୌଶଳ ଉପଯୋଗ କରି ହେକ୍ଟର ପ୍ରତି ୨୫ – ୩୦ କ୍ଵିଣ୍ଟାଲ ପର୍ଯ୍ୟନ୍ତ ଅମଳ କରାଯାଇପାରିବ  । ଅନ୍ତଃଫସଲ ଚାଷ ପଦ୍ଧତିରେ ହରଡର ଅମଳ ପ୍ରଭାବିତ ହୋଇନଥାଏ କିମ୍ବା କମିଯାଇଥାଏ, କିନ୍ତୁ ମୋଟାମୋଟି ଉତ୍ପାଦନ ଅଧିକ ହୁଏ  ।

ଅମଳ ଓ ମଞ୍ଜି ବାହାର କରିବା

ହରଡ ଏକ ଉଭୟ ନିର୍ଦ୍ଧାରିତ (ଡିଟରମିନାଟ୍) ଓ ଅଣ ନିର୍ଦ୍ଧାରିତ (ଇନ୍ ଡିଟରମିନାଟ୍) ଫସଲ  । ନିର୍ଦ୍ଧାରିତ ବୃଦ୍ଧିର ଫସଲ ହୋଇଥିଲେ ଛୁଇଁ ପାକଳ ହେବା ପରେ ଫସଲ ଅମଳ କରାଯାଏ  । ଅଣନିର୍ଦ୍ଧାରିତ ବୃଦ୍ଧି ଫସଲ ହୋଇଥିଲେ ୭୫% ଅଧିକ ଛୁଇଁ ବାଦାମି ପଡିଗଲେ ଫସଲ ଅମଳ କରାଯାଏ  । ଗଛଗୁଡିକ ଶୁଖିବା ପାଇଁ ଛାଇରେ ରଖାଯାଏ  । ଛୁଇଁକୁ ବାଡିରେ ବାଡେଇ କିମ୍ବା କ୍ଷୁଦ୍ର ଅମଳ କରିବା ଯନ୍ତ୍ର ବ୍ୟବହାର କରି ଅମଳ କରାଯାଏ  । ସାଇତି ରଖିବା ପୂର୍ବରୁ ମଞ୍ଜିଗୁଡିକରେ ୧୦ – ୧୨% ଜଳୀୟାଂଶ ଆସିବା ପର୍ଯ୍ୟନ୍ତ ଭଲ ଭାବରେ ଶୁଖାଇ ଦିଆଯାଏ  ।

ବିଶେଷ ବାର୍ତ୍ତା

  • ଆଇ.ସି.ପି.ଏଲ୍. ୮୭, ଉପାସ ୧୨୦, ଆଇ.ସି.ପି.ଏଲ୍. ୧୫୧, ମାନକ, ଏ.ଏଲ୍. ୧୫ ଉନ୍ନତ ସଅଳ କିସମ  । ଆଇ.ସି.ପି.ଏଲ୍.୮୭୧୧୯, ଆଇ.ସି.ପି.ଏଲ୍.୮୮୬୩, ବି.ଡି.ଏନ୍. – ୧, ଟି – ୨୧, ଟିଟିବି ୭ ମଧ୍ୟମ ଅବଧି କିସମ ଏମ ସି – ୧୧, ପୁଷା-୯, ବାହାର, ବିଡିଏନ୍- ୨, ବିଳମ୍ବ ଅବଧି କିସମ
  • ଖରିଫ ଫସଲର ବୁଣିବା ସମୟ ହେଉଛି ଜୁନ୍ ଶେଷ ସପ୍ତାହରୁ ଜୁଲାଇ ପ୍ରଥମ ସପ୍ତାହ  । ପ୍ରାକ୍ – ରବି ଫସଲ ପାଇଁ ସେପ୍ଟେମ୍ବର ପ୍ରଥମ ପକ୍ଷ
  • ବୁଣିବା ପାଇଁ ହେକ୍ଟର ପ୍ରତି ୨୫ କି.ଗ୍ରା. ବିହନ ଦରକାର ହୋଇଥାଏ  ।
  • ଫସଲକୁ ବିହନ ବାହିତ ରୋଗମୁକ୍ତ କରିବା ପାଇଁ ପ୍ରତି କି.ଗ୍ରା. ବିହନରେ ୧.୫ ଗ୍ରାମ୍ ହିସାବରେ ଭିଟାଭାକ୍ସରେ ବିହନ ବିଶୋଧନ କରାଯାଏ  ।
  • ହେକ୍ଟର ପ୍ରତି ୨୦ କି.ଗ୍ରା. ଯବକ୍ଷାରଜାନ, ୪୦ କି.ଗ୍ରା. ଫସଫରସ୍ ଓ ୨୦ କି.ଗ୍ରା. ପଟାସ୍  ଖାଦ୍ୟସାର ଦରକାର ହୁଏ  ।
  • ହେକ୍ଟର ପ୍ରତି ପେଣ୍ଡିମେଥାଲିନ୍ ର ୦.୭୫ କି.ଗ୍ରା. କ୍ରିୟାଶୀଳ ଉପାଦାନ ପ୍ରାକ୍ ଗଜା ତୃଣନାଶକପ୍ରୟୋଗ କରି ୩୦ ଦିନ ବେଳକୁ ଥରେ ହାତରେ ଘାସ ବାଛିଦେଲେ ଫଳପ୍ରଦ ଭାବେ ଘାସ ନିୟନ୍ତ୍ରଣ କରିହୁଏ  ।

ଆଧାର – ଓଡିଶା ଜଳ ବିଭାଜିକା ଉନ୍ନୟନ ମିଶନ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate