ହୋମ / କୃଷି / ଶସ୍ୟ ଉତ୍ପାଦନ / ଧାନ ଫସଲରେ ସମନ୍ଵିତ ପଦ୍ଧତିରେ ଘାସ ପରିଚାଳନା(ଆପଣଙ୍କ ଘାସକୁ ଚିହ୍ନନ୍ତୁ )
ସେଆର କରନ୍ତୁ

ଧାନ ଫସଲରେ ସମନ୍ଵିତ ପଦ୍ଧତିରେ ଘାସ ପରିଚାଳନା(ଆପଣଙ୍କ ଘାସକୁ ଚିହ୍ନନ୍ତୁ )

ଆପଣଙ୍କ ଘାସକୁ ଚିହ୍ନନ୍ତୁ ର ସୂଚନା

ଶିକ୍ଷାଗ୍ରହଣର ଆଭିମୁଖ୍ୟ

ଅଧିବେଆନ ଶେଷରେ ଶିକ୍ଷାର୍ଥୀମାନେ ଏହି ବିଷୟରେ ସମର୍ଥ ହୋଇଥିବେ   :-

  • ଅନାବନା ଘାସ ବିଷୟରେ ସେମାନଙ୍କ ମଧ୍ୟରେ ଆଲୋଚନା କରିପାରୁଥିବେ   ।
  • ଘାସ ଦମନ ଗୁରୁତ୍ଵପୂର୍ଣ୍ଣ ଏ ବିଷୟରେ ଜାଣୁଥିବେ   ।
  • ବିଭିନ୍ନ ପ୍ରକାର ଘାସ ବିଷୟରେ ଜାଣିବା ଗୁରୁତ୍ଵପୂର୍ଣ୍ଣ ଏହା ବୁଝି ପାରୁଥିବେ   ।
  • ଚଉଡା ଓ ପତ୍ର ଘାସ ଓ ମଥାଜାତୀୟ ଘାସ ମଧ୍ୟରେ ପ୍ରଭେଦଜାତି ପାରୁଥିବେ   ।
  • ଧାନ ଫସଲରେ ପ୍ରମୁଖ ଘାସକୁ ଚିହ୍ନି ପାରୁଥିବେ   ।
  • ସୁଆ ଓ ଅନ୍ୟାନ୍ୟ ତୃଣ ଜାତୀୟ ଘାସ ମଧ୍ୟ ଏ ଥିବା ପ୍ରଭେଦଜାଣି ପାରୁଥିବେ   ।

ଏହି ଅଧିବେଶନରେ ପ୍ରଦାନ କରାଯିବାକୁ ଥିବା ପ୍ରମୁଖ ବାର୍ତ୍ତା

  • ଫସଲ ସହିତ ଖାଦ୍ୟସାର , ସାନ , ଆଲୋକ ଓ ଜଳ ପାଇଁ ଅନାବନା ଘାସ ପ୍ରତିଯୋଗୀତା କରେ ଏବଂ ଏଥିଯୋଗୁଁ ଅମଳ ହ୍ରାସ ପାଏ  ।
  • ଅନାବନା ଘାସକୁ ତିନୋଟି ପ୍ରମୁଖ ବିଭାଗରେ ବିଭକ୍ତ କରାଯାଏ   । ଯଥା ତୃଣ ଜାତୀୟ , ଚଉଡାପତ୍ର ଘାସ ଓ ମଥା ଜାତୀୟ ଘାସ   ।
  • କାହିଁକି ନିଜ ଜମିରେ ଦେଖାଯାଉଥିବା ବିଭିନ୍ନ ପ୍ରକାର ଘାସ ବିଷୟରେ ଜାଣିବା ଗୁରୁତ୍ଵପୂର୍ଣ୍ଣ  ।  କାରଣ ବିଭିନ୍ନ ପ୍ରକାର ଘାସ ପାଇଁ ଭିନ୍ନ ଭିନ୍ନ ପ୍ରକାର ପରିଚାଳନା କୌଶଳ ଆବଶ୍ୟକ   ।  ବିଭିନ୍ନ ପ୍ରକାର ଘାସ ନିୟନ୍ତ୍ରଣ ପାଇଁ ଭିନ୍ନ ଭିନ୍ନ ପଦ୍ଧତି ଦରକାର   ।
  • କାଦୁଅ କରି ରୁଆଧାନ ତୁଳନାରେ ବୁଣାଧାନ ଓ ଢିପଜମି ଧାନ ଫସଲରେ ଅଧିକ ଘାସ ଦେଖାଯାଇଥାଏ   ।

ଏହି ଅଧିବେଶନ ପାଇଁ ଆବଶ୍ୟକୀୟ ସାମଗ୍ରୀ :-

  • ତାଲିମ ସ୍ଥଳ ନିକଟରେ ଗୋଟିଏ କିଆରି ବା ପ୍ରଦର୍ଶନ କ୍ଷେତ ଚିହ୍ନଟ କରିବାକୁ ହେବ  ।  ଏଥିରେ ଧାନ ଫସଲରେ ଦେଖାଯାଉଥିବା ପ୍ରମୁଖ ଘାସ ରହିବା ଦରକାର   ।
  • ତୃଣ ଘାସ , ଚଉଡାପତ୍ର , ଘାସ ଓ ମଥା ଜାତୀୟ ଘାସ ଥିବା କୁଣ୍ଡ  । ଏଥିପାଇଁ ପୂର୍ବରୁ ଏସବୁ ଘାସ ମଞ୍ଜିକୁ କୁଣ୍ଡରେ ଲଗାଇ ଗଛ କରାଯାଇପାର ଅଥବା ଏସବୁ ପ୍ରକାର ଘାସକୁ ଜମିର ଉପାଡି ଆଣି କୁଣ୍ଡରେ ରୋପଣ କରାଯାଇପାରେ   । ଶ୍ରେଣୀଗୃହରେ ଏହାକୁ ବ୍ୟବହାର କରି ତୃଣ ଜାତୀୟ ଘାସ , ଚଉଡାପତ୍ର ଘାସ ଓ ମଥା ଜାତୀୟ ଘାସ ମଧ୍ୟରେ ପ୍ରଭେଦବର୍ଣ୍ଣନା କରାଯାଇପାରିବ   ।
  • ଦ୍ଵିତୀୟ ଅଧିବେଶନ  :- ଆପଣଙ୍କ ଘାସକୁ ଚିହ୍ନନ୍ତୁ ଉପର ପାୱାର ପଏଣ୍ଟ ଉପସ୍ଥାପନ
  • ଉପସ୍ଥାପାନର ମଦତ ନକଲ
  • ପ୍ଲପଚାଟ , ମାକର କଲମ
  • ଖବର କାଗଜ,ଛୁରୀ

ତାଲିମ ପରିଚାଳନା ପାଇଁ ସୋପାନ

ସୋପାନ ୧

ଅନାବନା ଘାସ ଉପରେ ଆଲୋଚନା ଆରମ୍ଭ କରନ୍ତୁ (ଦଳଗତ କାର୍ଯ୍ୟ,୩୫ ମିନିଟ)

ଶିକ୍ଷାର୍ଥୀମାନଙ୍କ ୪-୫ ଟି ଦଳରେ ବିଭକ୍ତ କରନ୍ତୁ   । ପ୍ରତି ଦଳରେ  ୪-୫ ଜଣ ରହିବେ   ।  ଏହାପରେ ଶିକ୍ଷାର୍ଥୀଙ୍କ ସହିତ ଅନାବନା ଘାସ ଉପରେ ଆଲୋଚନା ଆରମ୍ଭ କରନ୍ତୁ

ଶିଖାର୍ଥୀମାନଏନକେ ୪-୫ ଟି ଦଳରେ ବିଭକ୍ତ କରନ୍ତୁ   ।  ପ୍ରତି ଦଳରେ  ୪-୫ ଜଣ ରହିବେ ଏହାପରେ ଶିଖାର୍ଥୀଙ୍କ ସହିତ ଅନାବନା ଘାସ ଉପରେ ଆଲୋଚନା ଆରମ୍ଭ କରନ୍ତୁ   । ପ୍ରତ୍ୟେକ ଦଳକୁ ନିମ୍ନ ଦିଗରେ ସେମାନଙ୍କ ମତ ଫ୍ଲପ ଚାଟ ରେ ଲେଖିବା ପାଇଁ କୁହନ୍ତୁ   ।

  • ଅନାବନା ଘାସ କହିଲେ କଣ ବୁଝାଯାଏ   ।
  • କିକି ପ୍ରକାରର ଅନାବନା ଘାସ ରହିଛି   । ଧାନ ଫସଲ ଏ ଦେଖାଯାଉଥିବା  ୫-୧୦ ଟି ପ୍ରମୁଖ ଘାସର ନାମ ଲେଖନ୍ତୁ   ।
  • ଘାସର କି କି ପ୍ରଭାବ ରହିଛି   ।
  • କୃଷି କ୍ଷେତ୍ରକୁ ଘାସ କେଉଁଠି ଆସିଥାଏ   ।
  • କାହିଁକି ଘାସ ବିଷୟରେ ଜାଣିବା ଗୁରୁତ୍ଵପୂର୍ଣ୍ଣ ଅଟେ   ।

ଦଳମାନଙ୍କ ଆଲୋଚନା ପାଇଁ  ୧୫ ମିନିଟ ସମୟ ଦିଅନ୍ତୁ   ।  ଏହାପରେ ସେମାନେ ନିଜର ରିପୋଟକୁ ଉପସ୍ଥାପନ କରନ୍ତୁ  (୧୫ ମିନିଟ)

ସୋପାନ :-୨

ଆପଣଙ୍କ ଘାସକୁ ଜାଣିବା  (୪୫ ମିନିଟ)

ଏହି ସୋପାନରେ ପରିଶିଷ୍ଟ ୩ ରେ (ଅଧିବେଶନ୨,ଆପଣଙ୍କ ଘାସକୁ ଚିହ୍ନନ୍ତୁ) ଦର୍ଶାଯାଇଥିବା ପାୱାର ପଏଣ୍ଟ ଉପସ୍ଥାପନ କରନ୍ତୁ   ।  ଏହା ଉପସ୍ଥାପନାର ମଦତ ନକଲ ଶିକ୍ଷାର୍ଥୀମାନଙ୍କୁ ପ୍ରଦାନ କରନ୍ତୁ   ।  ଏହି ଉପସ୍ଥାପନାରେ ରହିଥିବା ବିଷୟମାନ ହେଲା  :-

  1. ଅନାବନା ଘାସ କଣ
  2. ଅନାବନା ଘାସ ନିୟନ୍ତ୍ରଣ କାହିଁକି ଗୁରୁତ୍ଵପୂର୍ଣ୍ଣ
  3. ଅନାବନା ଘାସ ଦ୍ଵାରା ଧାନ ଫସଲରେ ହେଉଥିବା କ୍ଷତି   ।
  4. ବିଭିନ୍ନ ପ୍ରକାରର ଅନାବନା ଘାସ
  5. ଧାନ ଫସଲରେ ଦେଖାଯାଉଥିବା ପ୍ରମୁଖ ତୃଣ , ଚଉଡା ପତ୍ର ଘାସ ଓ ମଥା ଜାତୀୟ ଘାସ (୬) ଆପଣଙ୍କ ଘାସ ବିଷୟରେ ଜାଣିବା କାହିଁକି ଗୁରୁତ୍ଵପୂର୍ଣ୍ଣ   ।

ଏସବୁ ବିଷୟରେ ବୁଝାଇବା ପାଇଁ ଆବଶ୍ୟକ ମତେ ଧଳା ବୋର୍ଡ ବା ଫପଚାଟ ବ୍ୟବହାର କରନ୍ତୁ   ।

ଏହି ବିଭାଗରେ ତୃଣ ଘାସ , ଚଉଡା ଘାସ ଓ ମଥା ଜାତୀୟ ଘାସ ମଧ୍ୟରେ ପ୍ରବେଦଜାଣିବା ପାଇଁ ପ୍ରୟୋଗାତ୍ମକ କାର୍ଯ୍ୟ କରିବା ନିମନ୍ତେ ପ୍ରତ୍ୟେକ ଦଳକୁ କୁହନ୍ତୁ   ।  ବିଭିନ୍ନ ପ୍ରକାର ଘାସ ଉପରେ ଶ୍ରେଣୀଗୃହ ଶିକ୍ଷା ସମାପ୍ତ ପରେ ଏହି କାର୍ଯ୍ୟ ହେବା ଦରକାର   ।  (ଏହି କାର୍ଯ୍ୟ ବିଷୟରେ ବିଷାଦଭାବେ ଜାଣିବା ପାଇଁ ପାୱାର ପଏଣ୍ଟ ସାଇଡ ୧୫ ଦେଖନ୍ତୁ)  ।

ଯଦି ଅନାବନା ଘାସଗୁଡିକୁ କୁଣ୍ଡରେ ରଖାଯାଇଥାଏ , ତେବେ ଏହି ଶ୍ରେଣୀ କାର୍ଯ୍ୟରେ ଶିଖାର୍ଥୀମାନଙ୍କ ପ୍ରତ୍ୟେକ ଘାସର ଗୁଣାବଳି ବିଷୟରେ ବିଶଦବହବେ ବୁଝାଇ ଦିଆଯାଉ (ଯଦି କୁଣ୍ଡ ନ ଥାଏ , ତେବେ ସେମାନଙ୍କ ଜମିକୁ ନେଇ ପ୍ରୟୋଗାତ୍ମକ ତାଲିମ ପ୍ରଦାନ କରାଯାଉ ) ।

ସୋପାନ ୩

ପ୍ରୟୋଗାତ୍ମକ ତାଲିମ ପାଇଁ କ୍ଷେତ ପରିଦର୍ଶନ (୬୦ ମିନିଟ)

ତାଲିମ ସଂଯୋଜକ କ୍ଷେତ ପରିଦର୍ଶନର ନିୟମାବଳି ବିଷୟରେ ବୁଝାଇଦେବେ   । ଶିକ୍ଷାର୍ଥୀମାନଙ୍କ ଚାରୋଟି ଦଳରେ ବିଭକ୍ତ କରନ୍ତୁ  (ସକାଳେ କରାଯାଇଥିବା ଦଳ ବଜାୟ ରହେ ) ।  ଶିଖାର୍ଥୀମାନଙ୍କ ଚୟନ କରାଯାଇଥିବା ପ୍ରଦର୍ଶନ କ୍ଷେତ ବା ପୂର୍ବରୁ ଚିହ୍ନଟ କରାଯାଇଆଥିବା ଜମି, ଯେଉଁଥିରେ ଧାନ ଫସଲରେ ଦେଖାଯାଉଥିବା ଅଧିକାଂଶ ଘାସ ରହୁଥିବ , ସେଠାକୁ ନିଆଯାଉ  ।  ଏହାପରେ ତାଲିମଦାତା କିଆରିରେ ଥିବା ପ୍ରମୁଖ ଘାସମାନଙ୍କୁ ଦେଖାନ୍ତୁ  ।  ବିଭିନ୍ନ ପ୍ରକାର ର୍ଘାସ  (ତୃଣ ଘାସ, ଚଉଡାଘାସ ଓ ମଥା ଜାତୀୟ ଘାସ’) କୁ କିପରି ଚିହ୍ନଟ କରାଯିବ କୁହନ୍ତୁ  ।  ଶିଖାର୍ଥୀମାନଙ୍କ ଏସବୁ ଘାସର ସ୍ଥାନୀୟ ନାମ ପଚାରନ୍ତୁ   ।  ଏହାପରେ ପ୍ରତ୍ୟେକ ଦଳକୁ ଜମିର ୫-୧୦ ପ୍ରକାର ପ୍ରମୁଖ ଘାସ ଆଣ ସେସବୁକୁ ତୃଣ, ଘାସ , ଚଉଡାପାନ ଘାସ ଓ ମଥାଜାତୀୟ ଘାସ ଭାବରେ ଅଲଗା କରନ୍ତୁ   । ସେସବୁର ସ୍ଥାନୀୟ ନାମ ଲେଖିବା ଅସହିତ ଜମିରେ ଏସବୁର ଉପାସତ (କମ, ମାଧ୍ୟମ ବା ବେଶୀ) ବିଷୟରେ ଲିପିବଦ୍ଧ କରନ୍ତୁ  । ଏହାପରେ ଶିଖାର୍ଥୀମାନେ ତାଲିମ ସ୍ଥାନକୁ ଫେରି ଆସନ୍ତୁ   ।

ସୋପାନ :- ୪

ଶିକ୍ଷାର୍ଥୀମାନେ ସେମାନଙ୍କ କ୍ଷେତ୍ର ରିପୋର୍ଟ ଉପସ୍ଥାପନ କରନ୍ତୁ (୩୦ ମିନିଟ)

ତାଲିମଦାତା ଶିକ୍ଷାର୍ଥୀମାନଙ୍କ ନିମ୍ନ ଫର୍ମ ଅନୁସାରେ ସେମାନଙ୍କ କ୍ଷେତ ରିପୋର୍ଟ ଉପସ୍ଥାପନ କରିବାକୁ କୁହନ୍ତୁ   ।

କ୍ରମିକ ନଂ

ଅନାବନା ଘାସର ପ୍ରକାର (ତୃଣ ଚଉଡାପଣ/ ମଥା ଜାତୀୟ

ଘାସର ସ୍ଥାନୀୟ ନାମ

କ୍ଷେତରେ ଉପସତ             (କମ/ମାଧ୍ୟମ/ଅଧିକ)

୧.

 

 

 

୨.

 

 

 

୩.

 

 

 

୪.

 

 

 

ଏହାପରେ ପ୍ରତ୍ୟେକ ଦଳ ସେମାନଙ୍କ ରିପୋର୍ଟ ଉପସ୍ଥାପନ କରି ସେମାନେ ସଂଗ୍ରହ କରୁଥିବା ଘାସକୁ ଦେଖାଇବା ସହିତ ଏ ସମ୍ବନ୍ଧରେ ଫର୍ମ ଅନୁସାରେ ସଂଗ୍ରହ କରୁଥିବା ଅନ୍ୟାନ୍ୟ ତଥ୍ୟ ପ୍ରଦର୍ଶନ କରନ୍ତୁ   ।

ସୂଚନା  :- ଦୟାକରି ପରିଶିଷ୍ଟ ୩ରେ ଦର୍ଶଯାଇଥିବା ଅଧିବେଶନ ୨: ଆପଣଙ୍କ ଘାସକୁ ଜାଣନ୍ତୁ   ଉପରେ ପାୱାର ପଏଣ୍ଟ ଉପସ୍ଥାପନ ସାଇଡ ଦେଖନ୍ତୁ   ।

ଆଧାର  :ଯାନ୍ତ୍ରିକ ପଦ୍ଧତିରେ ଧାନ ରୋପଣ

2.73333333333
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top