ହୋମ / କୃଷି / ଶସ୍ୟ ଉତ୍ପାଦନ / ବିରି – ଏହାର କୀଟ ପରିଚାଳନା
ସେଆର କରନ୍ତୁ

ବିରି – ଏହାର କୀଟ ପରିଚାଳନା

ବିରି – ଏହାର କୀଟ ପରିଚାଳନା ର ସୂଚନା

ବିରିରେ କୀଟର ପରିଚାଳନା

ବହୁ ରୋଗ ପୋକ ଦ୍ଵାରା ବିରି ଫସଲ ଆକ୍ରାନ୍ତ ହୁଏ  । ଏମାନଙ୍କ ମଧ୍ୟକୁ କେତେକ କୀଟ ଯଥେଷ୍ଟ କ୍ଷତି କରୁଥିବାରୁ ଏମାନଙ୍କୁ ମୁଖ୍ୟ କୀଟ ଭାବରେ ବିବେଚିତ କରାଯାଏ  । କେତେକ କାଁ ଭାଁ ଦେଖାଯାଉଥିବାରୁ ଏମାନଙ୍କୁ ଗୌଣ ପୋକ ଭାବରେ ଧରାଯାଇଛି  । ସମସ୍ୟାକୁ ଉପଯୁକ୍ତ ଭାବେ ଚିହ୍ନଟ କରାଯାଇ ଠିକ୍ ସମୟରେ ପଦକ୍ଷେପ ନେଳୀ ଏହି କ୍ଷତିର ବହୁଅଂଶକୁ ପ୍ରତିହତ କରାଯାଇପାରିବ  । ବିରି ଫସଲରେ ରହିଥିବା ହିତକାରୀ ଓ କ୍ଷତିକାରକ ପୋକ ସମ୍ବନ୍ଧରେ କୃଷକମାନେ ଅବଗତ ହେବା ଏବଂ ଏ ସମସ୍ୟାର ସମାଧାନ ପାଇଁ ଆବଶ୍ୟକ ପରିଚାଳନା ପଦ୍ଧତି ଦରକାର  ।

ଧୂଆଁପତ୍ର ଶୂକ (ସ୍ପୋଡୋପଟେରା ଲିଟୁରା)

ପ୍ରଜାପତିଗୁଡିକ ସବଳ, ଗାଢ ବାଦାମୀ, ଆଗ ଡେଣା ଧୂସର ବାଦାମୀ, ଢେଉଢେଉକା ଧଳା ଚିହ୍ନ ଥାଏ  । ପଛଡେଣା ଅସ୍ଵଚ୍ଛ ବା ଅର୍ଦ୍ଧ ସ୍ଵଚ୍ଛ ଧଳା ଧାରରେ ଗାଢ ବାଦାମୀ ଗାର ଥାଏ  । ଅଣ୍ଡାଗୁଡିକ ମଳିନ ଧଳା, ଗୋଲାକାର, ପୁଞ୍ଜ ଆକାରରେ ଦେଇଥାଏ, ମଳ କେଶ ଗୁଚ୍ଛ ଦ୍ଵାରା ଆବୃତ  । ଶୂକଗୁଡିକ ୪୦ ରୁ ୫୦ ମି.ମି. ଲମ୍ବା ସବୁଜ ବାଇଗଣୀ ଛଟାଯୁକ୍ତ ଫିକା ବାଦାମୀ ରଙ୍ଗର ଏବଂ କଡରେ କଳା ଦାଗମାନ ଥାଏ  ।

ସଦ୍ୟ ଜନ୍ମିତ ଶୂକ ପ୍ରବଳ ବେଗରେ ସବୁଜକଣା କୋରି ଖାଇଥାଆନ୍ତି  । ତା’ପରେ ବିଛୁରିତ ହୋଇଯାଆନ୍ତି ଓ ରାତିରେ ଅଧିକ ବେଗରେ ପତ୍ର ଖାଇଥାଆନ୍ତି  । ଏମାନଙ୍କ କ୍ଷତି ଯୋଗୁଁ ପତ୍ରଗୁଡିକ ଶିରାମୟ ହୋଇଯାଏ  ।

ବୁଟ ବିନ୍ଧା ପୋକ (ହେଲିକୋଭରପା ଆର୍ମିଜେରା)

ପ୍ରାପ୍ତ ବୟସ୍କ ପୋକ ମଧ୍ୟମ ଧରଣ ଫିକା ମଳିନ ବାଦାମୀ ହଳଦିଆ ଶାକ୍ତ ଏକ ପ୍ରଜାପତି, ଆଗଡେଣାଗୁଡିକ ଓଲିଭ ସବୁଜରୁ ଫିକା ବାଦାମୀ ରଙ୍ଗର, ମଝିରେ ଗାଢ ବାଦାମୀ ଗୋଲାକାର ଦାଗ ଥାଏ  । ପଛଡେଣା ମଳିନ ଧୂଆଁଳିଆ, ଧଳା ସହିତ ବାହାର ଧାର ହୋଇଥାଏ  । ଶୂକଟି ୩.୫ ସେ.ମି. ଲମ୍ବ, ରଙ୍ଗରେ ପରିବର୍ତ୍ତନୀୟ, କିନ୍ତୁ ସାଧାରଣତଃ ସବୁଜ ଧୂସର, ସାମାନ୍ୟ କେଶ ଯୁକ୍ତ ଏବଂ ଗାଢ ହଳଦିଆ ପଟିଥାଏ  ।

ଅଳ୍ପ ବୟସର ଶୂକ କିଛି ସମୟ ପାଇଁ ସବୁଜ ପେଶୀଗୁଡିକୁ କୋରି ପତ୍ର ଖାଇଥାଏ ଏବଂ ତା ପରେ ଛୁଇଁ ମଧ୍ୟକୁ ପ୍ରବେଶ କଲେ ଏବଂ ଏହା କେବଳ ମୁଣ୍ଡ ଭିତରକୁ ପୁରାଇ ଓ ଅନ୍ୟ ସମସ୍ତ ଅଂଶ ବାହାରକୁ ଥାଇ ମଞ୍ଜି ଖାଇଥାଏ  ।

ନୀଳ ପ୍ରଜାପତି (ଲାମ୍ଫିଡେସ୍ ବୋଇଟିକସ୍)

ନୀଳ ପ୍ରଜାପତିର ଡେଣା ଉପର ପଟରେ ନୀଳରଙ୍ଗ  । ତଳପଟରେ ମଳିନ ବାଦାମି ସହିତ ଅଣଓସାରିଆ ଧଳାପଟି ଥାଏ  । ଏହାର ପଛଡେଣାରେ ଗୋଟିଏ ବା ଦୁଇଟି କଲାଦାଗ ରହିଛି ଏବଂ କେଶ ଭଳି ଉଦ୍ ଗତ ଅଂଶ ରହିଛି । ଗୋଟିକିଆ ନୀଳରଙ୍ଗର ଚିତ୍ରିତ ଅଣ୍ଡା, କଅଁଳିଆ କଢିରେ ଦେଇଥାଏ  । ଶୂକଗୁଡିକ ସବୁଜ, ଡିମ୍ବାକୃତି, ଚଟକା  । କୋଷାବସ୍ଥା ମାଟିରେ କିମ୍ବା ଫସଲର ନଷ୍ଟାବଶେଷରେ ସମ୍ପନ୍ନ ହୋଇଥାଏ  ।

ଜନ୍ମ ହେବାର କିଛି ଘଣ୍ଟା ମଧ୍ୟରେ ଶୂକ କଢ ଫୁଲ ଏବଂ ସବୁଜ ଛୁଇଁ ମଧ୍ୟରେ ପ୍ରବେଶ କରେ ଓ ବଢୁଥିବା ଦାନା ଖାଏ  । ଛୁଇଁଗୁଡିକ ପାକଳ ହେଲା ପରେ ମଧ୍ୟ ଗାତ ଗୁଡିକ ଦେଖିହୁଏ  ।

ଚିତ୍ରିତ ଛୁଇଁ ବିନ୍ଧା ପୋକ (ମାରୁକା ଟେଷ୍ଟୁଲାଲିସ୍)

ପ୍ରାପ୍ତ ବୟସ୍କ ପ୍ରଜାପତିଟି ଏକ ମଧ୍ୟମ ଧରଣର ପୋକ, ଏହାର ଆଗ ଡେଣା ଗାଢ ବାଦାମି ରଙ୍ଗ, ଏହାର ଆଗପଟ ଧାରରେ ଏକ ସ୍ପଷ୍ଟ ଧଳାଗାର ରହିଥାଏ  । ପଛଡେଣାଗୁଡିକ ହେଉଛି ଧଳାରଙ୍ଗ  । ପ୍ରାପ୍ତ ବୟସ୍କ ଶୂକ ହେଉଛି  ୨ ସେ.ମି. ଲମ୍ବ, କଳାଚିହ୍ନ ଥିବା ସବୁଜ ବାଦାମୀ ରଙ୍ଗ ସଦୃଶ  ।

ଶୂକ ପତ୍ରଗୁଡିକ ଜାଲି ଦ୍ଵାରା ବାନ୍ଧିଥାଏ  । ବେଳେବେଳେ ଫୁଲ ଏବଂ ଛୁଇଁଗୁଡିକ ମଧ୍ୟ ଜାଲିଦ୍ଵାରା ବାନ୍ଧି ହୋଇଯାଏ  । ଅଳ୍ପ ବୟସର ଶୂକ କଢ, ଫୁଲ ବା ଛୁଇଁ ମଧ୍ୟରେ ପ୍ରବେଶ କରେ  । ଏହା ଛୁଇଁ ମଧ୍ୟରେ ଥିବା ମଞ୍ଜିକୁ ଖାଇଦିଏ  । ପ୍ରବେଶ ପଥ ମଳଦ୍ଵାରା ମୁଦି ହୋଇଥାଏ  । ଶୂକ ମଧ୍ୟ କୋମଳ ଡାଳ ମଧ୍ୟରେ ପ୍ରବେଶ କରିଥାଏ  ।

ବିହାର ସଂବାଳୁଆ (ଡାଏକ୍ରାଇସିଆ ଓବ୍ଲିକ୍ୱା)

ଏହି ପୋକ ମାର୍ଚ୍ଚରୁ ଏପ୍ରିଲ ଏବଂ ପୁନଶ୍ଚ ଜୁଲାଇରୁ ନଭେମ୍ବର ମଧ୍ୟରେ ପ୍ରଜନନ କ୍ଷମ ହୋଇଥାଏ  । ଏହା ଫସଲର ଆବର୍ଜନାରେ ଉତ୍ତପ୍ତ ଗ୍ରୀଷ୍ମ ଋତୁ ଏବଂ ଶୀତ ଋତୁକୁ କୋଷା ଅବସ୍ଥାରେ ପାରି କରେ  । ପ୍ରାପ୍ତ ବୟସ୍କ ପ୍ରଜାପତିଗୁଡିକ ରାତ୍ରିଚର ହୋଇଥାନ୍ତି  । ଅଣ୍ଡାରୁ ଛୁଆ ଜନ୍ମ ହେଲା ପରେ ଛୋଟ ଶୂକ ସମବେତ ଭାବରେ ଖାଇଥାଆନ୍ତି  । କିନ୍ତୁ ପରବର୍ତ୍ତୀ ସମୟରେ ଖାଦ୍ୟ ଅନ୍ଵେଷଣରେ ସେମାନେ ବିଭିନ୍ନ ଜାଗାକୁ ଖେଳିଯାଆନ୍ତି  । ଫସଲର ଆବର୍ଜନାରେ କିମ୍ବା ମାଟିରେ କୋଷା ଅବସ୍ଥା ପାରି କରନ୍ତି  ।

ଶୂକ ଦ୍ଵାରା ଫସଲ କ୍ଷତିଗ୍ରସ୍ତ ହୋଇଥାଏ  । କେବଳ ମଝି ଶିରାକୁ ଛାଡି ଫସଲର ସମସ୍ତ ସବୁଜଅଂଶ ଖାଇଯାଆନ୍ତି  । ବୃଦ୍ଧି ପାଇଥିବା ଶୂକଗୁଡିକ ପତ୍ର, ନରମ କାଣ୍ଡ, ଶାଖା, ଉପରେ ରହି ପ୍ରବଳ ବେଗରେ ଖାଇଥାଆନ୍ତି ଏବଂ ଅଳ୍ପ ଦିନ ମଧ୍ୟରେ ସବୁ ଫସଲକୁ ନଷ୍ଟ କରିଦିଅନ୍ତି  ।

ଅର୍ଦ୍ଧ କୁଣ୍ଡଳୀ ଘୋଡାପୋକ (ଆନୋମିସ୍ ଫ୍ଲାଭା)

ପ୍ରଜାପତିଟି ମଧ୍ୟ ଧରଣର ଓ ଏହାର ଶରୀର ଫିକା ହଳଦିଆରୁ କମଳା ରଙ୍ଗ ହୋଇଥାଏ  । ସେମାନେ ରାତ୍ରିଚର ଏବଂ ଆଲୋକ ପ୍ରତି ଆକ୍ରୁଷ୍ଟ ହୋଇଥାଆନ୍ତି  । ପଟର ଉପରପଟରେ ସେମାନେ ଗୋଟିକିଆ ଅଣ୍ଡାକିଆ ଅଣ୍ଡା ଦିଅନ୍ତି ଏବଂ ଅନିୟମିତ ଭାବରେ ବିକ୍ଷିପ୍ତ ଅବସ୍ଥାରେ ଅଣ୍ଡା ଦେଇଥାନ୍ତି  । ଶୂକ ଫିକା ସବୁଜ ରଙ୍ଗର ଏବଂ ଛୁଇଁ ଦେଲେ କୁଣ୍ଡଳୀ ଆକାର ଧାରଣ କରେ ଓ ମାଟିରେ ପଡିଯାଏ  । ଗଛରେ କିମ୍ବା ମାଟିରେ ପଡିଥିବା ଆବର୍ଜନାରେ ହାଲୁକା ଭାବେ ପ୍ରସ୍ତୁତ ହୋଇଥିବା ଏକ ଖୋଳରେ ଏହାର କୋଷା ଅବସ୍ଥା ପାରି କରେ  ।

ଶୂକ ଶିରାକୁ ଛାଡି ପତ୍ରର ଅନ୍ୟ ସବୁ ପେଶୀକୁ ଖାଇ ନଷ୍ଟ କରିଦିଏ  । ବେଳେବେଳେ ସେମାନେ କଅଁଳିଆ କାଣ୍ଡ, କଢି, ନଷ୍ଟ କରିଦେଇଥିବାରୁ ସମ୍ପୂର୍ଣ୍ଣ ପତ୍ର ଝଡିଯାଏ ଏବଂ ବୃଦ୍ଧି ବାଧାପ୍ରାପ୍ତ ହୁଏ  । ଅଧିକ ବର୍ଷା ହେଉଥିବା ବର୍ଷରେ ଅର୍ଦ୍ଧକୁଣ୍ଡଳୀ ଘୋଡାପୋକ ଉପଦ୍ରୁତ ପରିସ୍ଥିତି ସୃଷ୍ଟି କରେ  ।

କାଣ୍ଡ ମାଛି (ଓଫିଓମିଆ ଫେଜିଓଲି)

ପ୍ରାପ୍ତ ବୟସ୍କ ପୋକ ଏବଂ ଚିକ୍କଣ କଳା ମାଛି ଏବଂ ଏହା ୨ ମି.ମି. ଲମ୍ବ ହୋଇଥାଏ  । ଅଣ୍ଡା ଦେବା ଉଦ୍ଦେଶ୍ୟରେ ସ୍ଥାନ ନିରୂପଣ କରିବା ପାଇଁ ମାଈପୋକ କଅଁଳିଆ ପତ୍ର ଉପରେ ବୁଲୁଥାଏ  । ଏହା ଲମ୍ବ ଭାବରେ ଡିମ୍ବ ସ୍ଥାପକକୁ ପତ୍ର ମଧ୍ୟରେ ପ୍ରବେଶ କରାଏ ଓ ଏକ ବୃତ୍ତାକାର ଗର୍ତ୍ତ ସୃଷ୍ଟି କରି ଅଧିଚର୍ମ ମଧ୍ୟରେ ଅଣ୍ଡାଗୁଡିକୁ ଖୁନ୍ଦିଦିଏ  । ଅଣ୍ଡାରୁ ଛୁଆ ଜନ୍ମ ହେବାପରେ ଶୂକ ପତ୍ର ଉପରେ ଗତିକରେ ଏବଂ କାଣ୍ଡର ଭିତରକୁ କଣା କରେ  । କୋଷା ହେବା ଆଗରୁ ପ୍ରାପ୍ତ ବୟସ୍କ ପୋକ ବାହାରିଯିବା ପାଇଁ କାଣ୍ଡ ମଧ୍ୟରେ ଏହା ଏକ ଗାତ ସୃଷ୍ଟି କରିଥାଏ  । ମୁଖ୍ୟତଃ କାଣ୍ଡରେ କିମ୍ବା ଶାଖା ଡାଳରେ କୋଷା ଅବସ୍ଥା ସମ୍ପନ୍ନ କରେ  ।

ଅଂଶେଇ ହେଉଛି ଏହାର ନଷ୍ଟ କରିବା ଅବସ୍ଥା ପତ୍ର ମଝି ଶିରାରେ ଉପ ଅଧିଚର୍ମରେ ଏହା ଶୁଦଙ୍ଗ କରେ କିମ୍ବା ପତ୍ରଡେମ୍ଫ  ମଧ୍ୟକୁ କଣା କରେ ଓ କଅଁଳ କାଣ୍ଡ ପାର୍ଶ୍ଵ ଶାଖାରେ ପ୍ରବେଶ କରେ  । ନଷ୍ଟ ହୋଇଥିବା ପ୍ରଥମ ଦୁଇଟି ପତ୍ର ଝୁଲିପଡିବା ଏବଂ ହଳଦିଆ ପଡିବା ଭଳି କଅଁଳିଆ ଗଛରେ ଅତିଶୟ କ୍ଷତି ଲକ୍ଷଣ ଦେଖାଯାଏ  । ତେଣୁ ଗଛଗୁଡିକ ଅସମୟରେ ପତ୍ରଝଡା ଦିଅନ୍ତି  । ଏହା ଶୁଖିଯାଏ ଅତିଶୟ ମାତ୍ରାରେ ରୁଗୁଡିଆ ହୋଇଯାଏ  । ଆକ୍ରମଣର ପ୍ରଥମାବସ୍ଥାରେ ଶୂକ ଓ କୋଷା ଥିବା ସ୍ଥାନ ଫୁଲିଯାଏ ଓ ସଢିବା ଆରମ୍ଭ ହୁଏ  । ପୁରୁଣା ଗଛଗୁଡିକରୁ ମଧ୍ୟ ପତ୍ର ଝଡିଯାଏ  ଓ ଗଛ ରୁଗୁଡିଆ ହୁଏ କିନ୍ତୁ ସାଧାରଣତଃ ଗଛ ମରେ ନାହିଁ  ।

ଫ୍ଲି ଭୃଙ୍ଗ (ମଦୁରାସିଆ ଓବସ୍ କ୍ୟୁରେଲା)

ପ୍ରାପ୍ତ ବୟସ୍କ ପୋକ କ୍ଷୁଦ୍ର (୨ ମି.ମି.) ବାଦାମି ରଙ୍ଗର ଭୃଙ୍ଗ, ଭୃଙ୍ଗ ଶାବକଗୁଡିକ ଧଳା ଚେର ଓ ଚେର ଗୁଟିକା କିମ୍ବା ମାଟିରେ ବିଘଟିତ ବସ୍ତୁ ଖାଇଥାନ୍ତି  । ଗଜା ହୋଇଥିବା କଅଁଳ ବୀଜପତ୍ରକୁ ପ୍ରାପ୍ତ ବୟସ୍କ ଭୃଙ୍ଗମାନେ ଖାଇଥାଆନ୍ତି ଏବଂ ପୁରୁଣା ପତ୍ରରେ କଣା କରିଦିଅନ୍ତି  ।

ଧଳାମାଛି (ବେମିସିଆ ଟାବାସି)

ଏହି ପୋକ ବର୍ଷସାରା ଛୁଆ ଜନ୍ମ କରିଥାଏ ଓ ସମସ୍ତ ବୃଦ୍ଧି ଅବସ୍ଥା ଦେଖିବାକୁ ମିଳୁଥିଲେ ହେଁ ଶୀତ ସମୟରେ ବୟସ୍କଙ୍କ ସଂଖ୍ୟା ଅଧିକ ଥାଏ  । ପ୍ରାପ୍ତ ବୟସ୍କ ପୋକ ଗୁଡିକ କ୍ଷୁଦ୍ର ପ୍ରଜାପତି ଭଳି ଏବଂ ଡେଣାରେ ଧଳା ମହମ ଗୁଣ୍ଡ ଲାଖି ରହିଥାଏ  । ପତ୍ରର ତଳପଟରେ ଛୋଟ ଡେମ୍ଫ ଥିବା ଅଣ୍ଡାଗୁଡିକ ଲାଖି ରହିଥାଏ  । ଅର୍ଭକଗୁଡିକ ବାହାରିଲା ପରେ ବୃତ୍ତାକାର ଦିଶନ୍ତି ଏବଂ ସଙ୍ଗେ ସଙ୍ଗେ ସେମାନେ ପାଟିକୁ ଗଛର ତନ୍ତୁ ସହିତ ଲଗାଇ ସ୍ଥିର ଭାବରେ ରହନ୍ତି  ।

ଫସଲ ବୃଦ୍ଧିର ପ୍ରଥମ ଅବସ୍ଥାରେ ରୋଗ ସଂକ୍ରମଣ ହୋଇଥାଏ  । ପ୍ରଥମ ନିର୍ମୋଚିତ ଅର୍ଭକ ପତ୍ର ଉପରେ ଗୁରୁଣ୍ଡି ଯାଏ ଓ ରସ ଶୋଷଣ କରେ  । ଉଭୟ ଅର୍ଭକ ଓ ପ୍ରାପ୍ତ ବୟସ୍କ ପୋକ ପତ୍ର ତଳୁ ସାଧାରଣତଃ ରସ ଶୋଷଣ କରନ୍ତି  । ସେମାନେ ମଧୁ ଶିଶିର କ୍ଷରଣ କରନ୍ତି ଓ ଏଥିରେ ଫିମ୍ପି ବଢିଥାଏ, ଯାହାକି ଆଲୋକ ସଂଶ୍ଲେଷଣରେ ବାଧା ସୃଷ୍ଟି କରେ  । ଧଳାମାଛି ହଳଦିଆ ମୋଜାଇକ ଭାଇରସ୍ (ୱାଇଏମ୍ ଭି) ର ବାହକ ଏବଂ ଅଧିକାଂଶ ଫସଲର କ୍ଷତି ଏହି ୱାଇ ଏମ୍ ଭି ଯୋଗୁଁ ହୋଇଥାଏ  । କାରଣ ଅଳ୍ପ ସଂଖ୍ୟକ ପୋକ ଏହି ରୋଗ ସଂକ୍ରମଣ କରିଦିଅନ୍ତି  । ୱାଇ.ଏମ୍.ଭି.ର ତୀବ୍ର ସଂକ୍ରମଣ ହେଲେ ଅଳ୍ପ ସଂଖ୍ୟକ ଛୁଇଁ ସୃଷ୍ଟି ହୋଇଥାଏ  । ଛୁଇଁର ଆକାର କମିଯାଏ, ମଞ୍ଜି ଲୋଚାକୋଚା ହୋଇଯାଏ ଏବଂ ଆକାରରେ କ୍ଷୁଦ୍ର ହୁଏ  ।

ପତ୍ରଡିଆଁ ପୋକ (ଏମ୍ ପୋଆସ୍ କା କେରି)

ପ୍ରାପ୍ତ ବୟସ୍କ ପୋକଗୁଡିକ ସବୁଜ, ଆକାରରେ ଛୋଟ, ଦେହ ଉପରେ ଡେଣାଗୁଡିକ ମୋଦୀ ହୋଇ ଛାତ ଆକାରର ଦେଖାଯାଏ  । ମାଈ ପୋକ ପତ୍ର ତଳେ ଅଣ୍ଡା ଦିଏ ଏବଂ ପତ୍ରର ଶିରା ଚାରିପଟେ ତାହା ବେଢି ରହିଥାଏ  । ଅର୍ଭକଗୁଡିକ କିଳା ଆକୃତିର ଏବଂ ପ୍ରାପ୍ତ ବୟସ୍କ ପୋକ ଭଳି ଦେଖାଯାଏ (ଡେଣା ବ୍ୟତୀତ) ଏବଂ ଏହାକୁ ବାଧା ଦେଲେ କଣେଇ କିମ୍ବା ପାର୍ଶ୍ଵ ଗତିରେ ଗମନ କରେ  ।

ଉଭୟ ଅର୍ଭକ ଏବଂ ପ୍ରାପ୍ତ ବୟସ୍କ ପୋକ ପତ୍ରର ତଳପଟରୁ ରସଶୋଷଣ  କରନ୍ତି  । ରସକ୍ଷୟ ଓ ସମ୍ଭବତଃ ବିଷାକ୍ତ ଦ୍ରବ୍ୟ ପ୍ରବେଶ ଯୋଗୁଁ ଗଛର କ୍ଷତି ହୋଇଥାଏ  । ଆକ୍ରାନ୍ତ ପତ୍ର ମଳିନ ପଡେ  । ଧାରରେ ହଳଦିଆ ପଡି କପ ଆକାରର ହୋଇଯାଏ  ।ଅତିଶୟ ଆକ୍ରମଣ ଯୋଗୁଁ ନାଲି ବାଦାମୀ ପତ୍ର ଏବଂ ପରବର୍ତ୍ତୀ ସମୟରେ ପତ୍ର ଝଡିଯାଏ  ।

ଉକୁଣିଆ ପୋକ (ଟେଇନିଓଥ୍ରୀପ୍ସ ସ୍ପିସିସ୍)

ପ୍ରାପ୍ତ ବୟସ୍କ ପୋକଗୁଡିକ ଛୋଟ, ଗାଢ ବାଦାମୀ, ଏବଂ ଝାଲିରୀ ଯୁକ୍ତ ଡେଣା ଥାଏ  । ସେମାନେ କୋମଳ ପତ୍ର, ଫୁଲ ଏବଂ ଛୁଇଁ ଖାଆନ୍ତି  । ଏମାନଙ୍କ ଆକ୍ରମଣ ଯୋଗୁଁ ଫୁଲଗୁଡିକ ଖୋଲିବା ଆଗରୁ ଝଡିପଡେ  । ଆକ୍ରାନ୍ତ ପୁଷ୍ପସ୍ତବକ ଅସ୍ଵାଭାବିକ ଦେଖାଯାଏ ଏବଂ ଫୁଲ ଝଡିବା ଲକ୍ଷଣ ଦେଖାଯାଏ  । ଏପରିକି କୌଣସି ଫୁଲ ଖୋଲି ଛୁଇଁ ହେଳୀ ମଧ୍ୟ ତାହା ଅସ୍ଵାଭାବିକ ହୋଇଯାଏ  । ପାକଲା ହୋଇଥିବା ଛୁଇଁଗୁଡିକର ମଞ୍ଜି ଲୋଚାକୋଚା ଏବଂ ଛୋଟ ଆକାରରେ ହୁଏ  । ଏହା ପତ୍ରମୋଚା ରୋଗର ବାହକ ଭାବେ କାର୍ଯ୍ୟ କରେ  ।

ଜଉପୋକ (ଆଫିସ୍ କ୍ରାସିଭୋରା)

ପ୍ରାପ୍ତବୟସ୍କ ପୋକମାନେ କଳା ଓ ଚିକ୍କଣ, ୨ ମି.ମି. ଲମ୍ବ ଏବଂ ଡେଣାଯୁକ୍ତ  । ବିନା ସଂଗମରେ ସେମାନେ ଛୁଆ ଜନ୍ମ କରିଥାଆନ୍ତି  । ଅର୍ଭକଗୁଡିକ ମହମରେ ଆବୃତ ହୋଇଥାଆନ୍ତି  । ଏହାଯୋଗୁଁ ସେମାନେ ଧୂସର ଓ ମଳିନ ଦେଖାଯାଆନ୍ତି  । ମେଘୁଆ ପାଗ, ଆର୍ଦ୍ର ପରିବେଶରେ ସେମାନଙ୍କର ବଂଶ ବୃଦ୍ଧି ହୁଏ  । ଅର୍ଭକ ଏବଂ ପ୍ରାପ୍ତ ବୟସ୍କ ପୋକଗୁଡିକ କୋମଳ ଅଗ, ପତ୍ର, କଅଁଳିଆ କାଣ୍ଡ, ଛୁଇଁ ଏବଂ ଛୋଟ ଗଛରୁ ରସ ଶୋଷଣ କରନ୍ତି  । ଛୋଟ ଗଛର କଅଁଳିଆ ପତ୍ର ବଙ୍କା ହୋଇଯାଏ  । ସେମାନେ ମଧୁ ଶିଶିର କ୍ଷରଣ କରୁଥିବାରୁ, ଏହା ଉପରେ ଫିମ୍ପି ବଢିଯାଏ  ।

ଅଷ୍ଟପଦୀ (ପୋଲିଫାଗୋଟାର୍ସାନିମସ୍ ଲାଟସ୍)

ପ୍ରାପ୍ତ ବୟସ୍କ ଅଷ୍ଟପଦୀଗୁଡିକ ଦେଖିବାକୁ ସ୍ଵଚ୍ଛ  । ମାଈ ଅଷ୍ଟପଦୀ ପତ୍ର ଉପରେ ଅଣ୍ଡା ଦିଅନ୍ତି  । ମାଈ ଅଷ୍ଟପଦୀ ଅପେକ୍ଷା ଅଣ୍ଡିରାଗୁଡିକ ଶୀଘ୍ର ଅଣ୍ଡାରୁ ବାହାରି ଆସନ୍ତି  ।

ଅଷ୍ଟପଦୀର ଉଭୟ ପ୍ରାପ୍ତ ବୟସ୍କ ଓ ଅର୍ଭକ ପତ୍ରରୁ ରସ ଶୋଷଣ କରନ୍ତି  । ଅତ୍ୟଧିକ ଆକ୍ରାନ୍ତ ହେଲେ ପତ୍ର ତଳକୁ ମୋଡି ହୋଇଯାଏ  । କଅଁଳିଆ ପତ୍ର ଓ ଫୁଲରେ ପୋଡାଳିଆ କ୍ଷତ ଦେଖାଯାଏ  । ପ୍ରଥମ ଅବସ୍ଥାରେ ଆକ୍ରାନ୍ତ ତଳ ଓ ମଝି ପତ୍ର ମଳିନରୁ ଫିକା ବାଦାମୀ ରଙ୍ଗ ହୋଇଥାଏ  । ଅତ୍ୟଧିକ ମାତ୍ରାରେ ଆକ୍ରାନ୍ତ ହୋଇଥିବା ପତ୍ର ପ୍ରଥମେ ଫିକା ବାଦାମୀ ଏବଂ ପରେ ପରେ ଗାଢ ନାଲି ବାଦାମୀ ରଙ୍ଗ ହୋଇଥାଏ  ।

ବିରି ଫସଲର ସମନ୍ଵିତ ରୋଗ ପୋକ ପରିଚାଳନା

*        ଗଭୀର ଓ ଖରାଟିଆ ଚାଷ କରିବା ଦ୍ଵାରା ମାଟିରେ ଥିବା କୋଷାଗୁଡିକ ଖରା ଖାଇଥାଆନ୍ତି ଓ ପକ୍ଷୀମାନଙ୍କ ଦ୍ଵାରା ନଷ୍ଟ ହୋଇଯାଆନ୍ତି  ।

*        ଶୋଷକ ପୋକଦାଉରୁ ରକ୍ଷା କରିବା ପାଇଁ ଥାୟୋମେଥୋସ୍କାମ୍ ୭୦ ସେଚିତ ଗୁଣ୍ଡ ୧ କି.ଗ୍ରା ବିହନ ପ୍ରତି ଗ୍ରାମ୍ ହିସାବରେ ଗୋଳାଇ ବିଶୋଧନ କରନ୍ତୁ  ।

*        ସୁଷମ ସାର ନ୍ୟାୟୋଚିତ ଭାବରେ ପ୍ରୟୋଗ କରିବା  ।

*        ବୁଟ ବିନ୍ଧା ପୋକ ଓ ଧୂଆଁପତ୍ରଗୁଡିକ ପରିଚାଳନା ପାଇଁ ଫସଲ କ୍ଷେତ ଚାରିପଟେ ଯନ୍ତା ଫସଲ ଭାବେ ଗେଣ୍ଡୁ ଫୁଲ ଓ ଜଡା ଚାଷ କରିବା  ।

*        ଆଲୋକ ଯନ୍ତା ବସାଇବ  ।

*        ପକ୍ଷୀ ଆଶ୍ରୟସ୍ଥଳ  ସ୍ଥାପନ କରିବା  ।

*        ପ୍ରତିକାରାତ୍ମକ ଫସଲ ସୁରକ୍ଷା ପଦ୍ଧତି ଭାବେ ପ୍ରାପ୍ତ ବୟସ୍କ ବୁଟ ବିନ୍ଧା ପୋକ ଓ ଧୂଆଁପତ୍ର ଶୂକର ସନ୍ନିରୀକ୍ଷଣ ପାଇଁ ହେକ୍ଟର ପ୍ରତି ୫ – ୧୦ଟି ସଙ୍ଗ ଆକର୍ଷକ ଯନ୍ତା ବ୍ୟବହାର କରନ୍ତୁ  ।

*        ସ୍ଥାନୀୟ ପ୍ରାକୃତିକ ଶତ୍ରୁ ଯଥା – ଇନ୍ଦ୍ରଗୋପୀ ଭୃଙ୍ଗ, କ୍ରାଇସୋପାର୍ଲା, ବୁଢିଆଣୀ, ଟ୍ରାଇକୋଗ୍ରାମା, ଆପୋଣ୍ଟେଲିସ, ସଂରକ୍ଷଣ ଉପରେ ଗୁରୁତ୍ଵ ଦେବା  ।

*        ୫% ନିମ୍ବ ମଞ୍ଜି ଶସ ନିର୍ଯ୍ୟାସ କିମ୍ବା ନିମ୍ବ ଆଧାରିତ କୀଟନାଶକ ସିଞ୍ଚନ କରନ୍ତୁ  ।

*        ଜୈବକୀଟନାଶକ ଯଥା ହେକ୍ଟର ପ୍ରତି ଏଚ୍ ଏଏନ୍ ପିଭି ୨୫୦ ଶୂକ ସମତୁଲ ଗୁଡ ଓ ରାଣିପଲ ସହିତ ନିଶାୟ କିମ୍ବା ହେକ୍ଟର ପ୍ରତି ଏକ କି.ଗ୍ରା. ବିଟିକେ ମିଶାଇ ସିଞ୍ଚନ କରନ୍ତୁ  ।

*        ଛୁଇଁ ବିନ୍ଧା ପୋକ, ଧୂଆଁପତ୍ର ଶୂକର ଅଣ୍ଡାପୁଞ୍ଜ ଓ ଜାଲିପତ୍ର ହାତରେ ସଂଗ୍ରହ କରି ନଷ୍ଟ କରିଦିଅନ୍ତୁ  ।

*        ଆର୍ଥିକ ଦେହଳୀ ସୀମା ଦେଖି ଆବଶ୍ୟକ ସ୍ଥଳେ ଏଣ୍ଡୋସଲଫାନ / କୁଇନାଲଫସ୍ / ପ୍ରୋଫେନୋଫସ୍ ହେକ୍ଟର ପ୍ରତି ୧ ଲିଟର ହିସାବରେ କିମ୍ବା ଏସିଫେଟ ହେକ୍ଟର ୧ କି.ଗ୍ରା. ହିସାବରେ ସିଞ୍ଚନ କରନ୍ତୁ  ।

ବିଶେଷ ବାର୍ତ୍ତା

*        ଅଧିକ ସଂଖ୍ୟାରେ କୀଟ ବିରିକୁ ଆକ୍ରମଣ କରନ୍ତି  ।

*        ଏମାନଙ୍କ ମଧ୍ୟରୁ ଶୋଷକ ପୋକ ଯଥା – ଧଳାମାଛି, ପତ୍ରଡିଆଁ ପୋକ, ଜଉପୋକ, ଅଷ୍ଟପଦୀ, ଫ୍ଲି ଭୃଙ୍ଗ, ଧୂଆଁପତ୍ର ଶୂକ, ବିହାର ସଂବାଳୁଆ, କାଣ୍ଡ ମାଛି, ବୁଟ ଛୁଇଁ ବିନ୍ଧା ପୋକ, ଚିତ୍ରିତ ଛୁଇଁ ବିନ୍ଧା ପୋକ, ନୀଳ ପ୍ରଜାପତି ଇତ୍ୟାଦି  ।

*        ସଅଳଋତୁ ଶୋଷକ ପୋକଙ୍କ ପାଇଁ ଥାୟୋମେଥୋସ୍କୋମରେ ବିହନ ବିଶୋଧନ କରନ୍ତୁ  ।

*        ଯନ୍ତା ଫସଲ ଚାଷ କରିବା ଓ ଆଲୋକ ଯନ୍ତା ଏବଂ ସଙ୍ଗ ଆକର୍ଷକ ଯନ୍ତାମ ବ୍ୟବହାର କରିବା ଦ୍ଵାରା ପୋକ ସଂଖ୍ୟା କମିଯାଏ  ।

*        ରାସାୟନିକ, ବାୟୋରେସନାଲ, ଉଦ୍ଭିଦ ଜାତ ଦ୍ରବ୍ୟର ନ୍ୟାୟୋଚିତ ବ୍ୟବହାର ଦ୍ଵାରା ପରିବେଶର ସର୍ବନିମ୍ନ କୁପ୍ରଭାବ ପକାଇ ମୁଖ୍ୟ ପୋକଗୁଡିକର ନିୟନ୍ତ୍ରଣ କରିଥାଏ  ।

ଆଧାର – ଓଡିଶା ଜଳ ବିଭାଜିକା ଉନ୍ନୟନ ମିଶନ

2.92307692308
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top