ହୋମ / କୃଷି / ଶସ୍ୟ ଉତ୍ପାଦନ / ବିରି -ଏହାର ପୁଷ୍ଟିଗତ ଓ ବ୍ୟବସାୟିକ ଗୁରୁତ୍ଵ
ସେଆର କରନ୍ତୁ

ବିରି -ଏହାର ପୁଷ୍ଟିଗତ ଓ ବ୍ୟବସାୟିକ ଗୁରୁତ୍ଵ

ବିରି :ଏହାର ପୁଷ୍ଟିଗତ ଓ ବ୍ୟବସାୟିକ ଗୁରୁତ୍ଵ ର ସୂଚନା

ବିରିର ପୁଷ୍ଟିଗତ ଓ କୃଷି ସମ୍ବନ୍ଧୀୟ ଗୁରୁତ୍ଵ

ଭାରତରେ ଚାଷ କରାଯାଉଥିବା ଡାଲି ଜାତୀୟ ଫସଲ ମଧ୍ୟରେ ବିରି ଉଭୟ ଆୟତନ ଓ ଉତ୍ପାଦନରେ ବୁଟ, ହରଡ ଓ ମୁଗ ପରେ ଚତୁର୍ଥ ସ୍ଥାନ ଅଧିକାର କରିଛି  । ୨୦୦୪-୦୫ ବର୍ଷରେ ବିରିର ଜାତୀୟ ଆୟତନ ଓ ଉତ୍ପାଦନ ଯଥାକ୍ରମେ ୩.୧୭ ନିୟୁତ ହେକ୍ଟର ଓ ୧.୩୩ ନିୟୁତ ଟନ୍ ଥିଲା  ।

ଓଡିଶାରେ ଆୟତନ (୫୯୭.୩୧ ହଜାର ହେକ୍ଟର) ଓ ଉତ୍ପାଦନ (୨୪୨.୮୩ ହଜାର ଟନ୍) ରେ ମୁଗ ପରେ ବିରି ଦ୍ଵିତୀୟ ସ୍ଥାନ ଅଧିକାର କରିଛି  । ଏହା ଖରିଫ୍, ରବି ଓ ଖରାଦିନେ ଚାଷ କରାଯାଇଥାଏ  । ଗଞ୍ଜାମର ଆୟତନ ସର୍ବାଧିକ (୫୨.୨୬ ହଜାର ହେକ୍ଟର) ହୋଇଥିଲେ ହେଁ କଳାହାଣ୍ଡିରେ ୪୫.୫୪ ହଜାର ହେକ୍ଟର ଜମିରୁ ସର୍ବାଧିକ ଉତ୍ପାଦନ (୨୨.୭୩ ହଜାର ଟନ୍) ଓ ଉତ୍ପାଦକତା (ହେକ୍ଟର ପ୍ରତି ୬୧୦ କି.ଗ୍ରା) ରେ ପ୍ରଥମ  । ତା ପରେ ଅନୁଗୋଳ (ଆୟତନ ୨୫.୫୩ ହଜାର ହେକ୍ଟର, ଉତ୍ପାଦନ ୮.୧୭ ହଜାର ଟନ୍ ଓ ଉତ୍ପାଦକତା ହେକ୍ଟର ପ୍ରତି ୩୨୦ କି.ଗ୍ରା) ଓ ନୂଆପଡା (ଆୟତନ ୨୨.୫୪ ହଜାର ହେକ୍ଟର, ଉତ୍ପାଦନ ୮.୫୭ ହଜାର ଟନ୍ ଓ ଉତ୍ପାଦକତା ହେକ୍ଟର ପ୍ରତି ୩୮୦ କି.ଗ୍ରା) ଜିଲ୍ଲା ରହିଛନ୍ତି  । ବିରିର ମୋଟ ୫୯୭.୩୧ ହଜାର ହେକ୍ଟର ଚାଷ ମଧ୍ୟରୁ ଖରିଫରେ ୪୬.୩% ଇ ରବିରେ ୫୩.୭% ହୋଇଥାଏ  । ମୁଖ୍ୟ ବିରି ଉତ୍ପାଦନ କରାଯାଉଥିବା ଜିଲ୍ଲାର ଆୟତନ ଓ ଉତ୍ପାଦକତା ଓଡିଶା ମାନଚିତ୍ରରେ ପ୍ରଦାନ କରାଯାଇଛି  ।

ଜିଲ୍ଲା

କ୍ଷେତ୍ରଫଳ (୦୦୦, ହେକ୍ଟର)

ଅମଳ (ହେକ୍ଟର ପ୍ରତି କି.ଗ୍ରା)

ଗଞ୍ଜାମ

୫୨.୨୬

୪୪୪

କଟକ

୪୮.୩୨

୪୯୭

କଳାହାଣ୍ଡି

୪୫.୫୪

୬୧୩

କେନ୍ଦ୍ରାପଡା

୩୬.୮୫

୪୮୫

ଯାଜପୁର

୩୫.୮୪

୪୧୫

ଅନୁଗୁଳ

୩୪.୩୨

୩୩୪

ପୁରୀ

୩୭.୦୪

୨୭୪

ନୂଆପଡା

୨୫.୬୫

୩୭୫

ଢେଙ୍କାନାଳ

୨୫.୮୯

୩୩୮

ବଲାଙ୍ଗୀର

୨୩.୭୮

୨୬୩

କେନ୍ଦୁଝର

୨୨.୧୯

୨୩୬

ସମ୍ବଲପୁର

୧୮.୧୧

୩୫୦

ବିରିର ପୁଷ୍ଟିଗତ ମୂଲ୍ୟ

  • ଗୋଟା ମଞ୍ଜିର ହାରାହାରି ରାସାୟନିକ ଉପାଦାନ ସାରଣୀରେ ଦିଆଯାଇଛି  ।
  • ପ୍ରତି ୧୦୦ ଗ୍ରାମ୍ ବିରିରେ ୩୪୪ କ୍ୟାଲୋରୀ ଖାଦ୍ୟ ମୂଲ୍ୟ ରହିଛି  ।
  • ମଞ୍ଜିର ତିନୋଟି ମୁଖ୍ୟ ଉପାଦାନ ରହିଛି ଯଥା – ବିହନ ଆବରଣ, ବୀଜପତ୍ର ଓ ଭ୍ରୁଣ  । ଏଗୁଡିକ ଗୋଟା ମଞ୍ଜିର ଯଥାକ୍ରମେ ୧୨ – ୧୪%, ୮୩ – ୮୫% ଓ ୩%  ।
  • ମଞ୍ଜି ଆବରଣରେ ଅଧିକ ପରିମାଣର ଅଶୋଧିତ ତନ୍ତୁ ଓ କ୍ୟାଲସିୟମ ଥିବାବେଳେ ବୀଜପତ୍ରରେ ପର୍ଯ୍ୟାପ୍ତ ପରିମାଣର ଶ୍ଵେତସାର ଓ ପୁଷ୍ଟିସାର ଥାଏ  ।

ଉପାଦାନ

ପ୍ରତି ୧୦୦ ଗ୍ରାମ୍ ମଞ୍ଜିରେ ଥିବା ପରିମାଣ

ପୁଷ୍ଟିସାର (ଗ୍ରାମ୍)

୨୨.୦

ସ୍ନେହସାର (ଗ୍ରାମ୍)

୧.୬

ମୋଟ ଶ୍ଵେତସାର (ଗ୍ରାମ୍)

୬୩.୪

ଅଶୋଧିତ ତନ୍ତୁ (ଗ୍ରାମ୍)

୪.୪

ପାଉଁଶ (ଗ୍ରାମ୍)

୩.୪

ଖଣିଜ ଲବଣ

 

କ୍ୟାଲସିୟମ (ମି.ଗ୍ରା)

୧୧୦.୦

ଫସଫରସ୍ (ମି.ଗ୍ରା)

୫୨୦.୦

ଲୌହ (ମି.ଗ୍ରା)

୮.୪

ଦସ୍ତା (ମି.ଗ୍ରା)

୩.୫

ଭିଟାମିନ୍ସ

 

ଥାୟାମିନ୍ (ମି.ଗ୍ରା)

୦.୬

ରିବୋଫ୍ଲାବିନ (ମି.ଗ୍ରା)

୦.୨

ନିଆସିନ୍ (ମି.ଗ୍ରା)

୨.୩

ପାଇରିଡିନ୍ (ମି.ଗ୍ରା)

୦.୨

ପୁଷ୍ଟିସାର

ବିଭିନ୍ନ ବଂଶଗତ ଗୁଣାନୁସାରେ ମଞ୍ଜିରେ ପୁଷ୍ଟିସାର ଅଂଶ ୧୮.୧ ରୁ ୨୪.୬% ମଧ୍ୟରେ ରହିଥାଏ  । ପୁଷ୍ଟିସାର ଚାରିଭାଗରେ ବିଭକ୍ତ ହୋଇଥାଏ  । ଯଥା – ଆଲବୁମିନ୍, ଗ୍ଲୋବୁଲିନ୍, ପ୍ରୋଲାମିନ୍ ଓ ଗ୍ଲୁଟେଲିନ୍  । ଏଥିମଧ୍ୟରୁ ଗ୍ଲୋବୁଲିନ୍ ଏକ ମୁଖ ଉପାଦାନ ଓ ମୋଟ ନିଷ୍କାସନ ଯୋଗ୍ୟ ପୁଷ୍ଟିସାରର ୮୧% ହୋଇଥିବା ବେଳେ ଆଲବୁମିନ୍, ପ୍ରୋଲାମିନ୍ ଓ ଗ୍ଲୁଟେଲିନ୍ ଯଥାକ୍ରମେ ୧୩% ୪% ଓ ୨% ରହିଥାଏ  ।

ବିରିର ଆମିନୋ ଏସିଡ୍ ଅଂଶ ଅପେକ୍ଷାକୃତ ଅଧିକ ସୁଷମ ଓ ମୁଗ ସହିତ ପ୍ରାୟ ତୁଳନୀୟ  । ଅତ୍ୟାବଶ୍ୟକ ଆମିନୋ ଏସିଡ୍ ଓ ପୁଷ୍ଟିସାର ଜୀର୍ଣ୍ଣକାରକ ଉପରେ ପୁଷ୍ଟିସାରର ଖାଦ୍ୟସାର ଗୁଣ ବିଶେଷ ଭାବେ ନିର୍ଭରଶୀଳ  ।

ଖଣିଜ ଲବଣ

ବିରି ଫସଫରସ୍, କ୍ୟାଲସିୟମ ଓ ଲୌହର ଏକ ଉତ୍ତମ ଉତ୍ସ  । ମଞ୍ଜିରେ ମୋଟ୍ ଫସଫରସ୍ ର ୭୯% ହେଉଛି ଫାଇଟେଟ୍ ଫସଫରସ୍  । ମଞ୍ଜି ଆବରଣରେ କ୍ୟାଲସିୟମ ଅଧିକ ସାନ୍ଧ୍ରତାରେ ଥାଏ  । ବିରି ମଞ୍ଜି ମଧ୍ୟ ଲୌହର ଏକ ଉତ୍ତମ ଉତ୍ସ

ଭିଟାମିନ୍ସ

ବିରି ଭିଟାମିନ ବିଶେଷତଃ ଜଳ ଦ୍ରବଣୀୟ ଭିଟାମିନର ଏକ ଉତ୍ତମ ଉତ୍ସ  । ଗଜା ହେବ ପରେ ଭିଟାମିନ ବୃଦ୍ଧି ପାଏ  । ପାଚନ ଯୋଗୁଁ ବିରି ଥାୟାମିନ୍ ଓ ରାଇବୋଫ୍ଲାବିନ୍ ବୃଦ୍ଧି ପାଏ  । ପକ୍ଷାନ୍ତରେ ରାନ୍ଧିବା ଭଳି ଗରମ ପ୍ରକ୍ରିୟା ରାଇବୋଫ୍ଲାବିନ ଓ ପାଇରିଡକ୍ସିନ୍ ଭଳି କେତେକ ଭିଟାମିନ୍ ନଷ୍ଟ କରିଦିଏ  ।

କେତେକ ବିରି ଆନୁବଂଶ ଅନୁସାରେ ବିରିରେ ଥିବା ପୁଷ୍ଟିସାର ପରିମାଣ

ଆନୁବଂଶ ପ୍ରକାର (କିସମ)

ପୁଷ୍ଟିସାର (%)

ଟି – ୯

୧୮.୩୮

ୟୁ.ଜି – ୨୧୮

୧୮.୧୩

ପି.ୟୁ – ୧୯

୧୯.୦୦

ଆଇ.ପି.ୟୁ ୯୪ – ୧ (ଉତ୍ତରା)

୧୮.୭୨

ଡି.ପି.ୟୁ ୮୮ – ୩୧

୨୪.୬୦

ପ୍ରକ୍ରିୟାକରଣ ଓ ବ୍ୟବହାର

ବିରି ବିଭିନ୍ନ କାର୍ଯ୍ୟରେ ବ୍ୟବହାର  କରାଯାଏ  ।

  • ଚୋପାଛଡା ଫାଳି ବିରି ମସଲା କିମ୍ବା ବିନା ମସଲାରେ ରନ୍ଧାଯାଇ ଭାତ ସହିତ ଖିଆଯାଏ  ।
  • ଚୋପା ବାହାର କରିବା ଦ୍ଵାରା ଟାଟିନ୍ ପରିମାଣ କମିଯାଏ ଓ ଏହା ଦ୍ଵାରା ଖାଦ୍ୟସାରର ଜୈବଉପଲବ୍ଧତା ବୃଦ୍ଧିପାଏ, ରୂପ ରୁଚି ଓ ଡାଲିର ଜୀର୍ଣ୍ଣ ଶକ୍ତି ବଢାଏ  ।
  • ବିରିର ପାଚନ ଦ୍ରବ୍ୟଗୁଡିକ ଲୋକମାନଙ୍କ ଦ୍ଵାରା ଖୁବ୍ ଆଦୃତ ହୁଏ ଓ ବହୁଳ ବ୍ୟବହାର କରାଯାଏ  ।
  • ଜଙ୍ଗିରୀ (ଇମ୍ରତି) ବିରି ଡାଲିରୁ ପ୍ରସ୍ତୁତ ହେଉଥିବା ଏକ ମିଷ୍ଟ ଖାଦ୍ୟ  ।
  • ଡାଲି, ଇଡ୍ ଲି, ଦୋଷା, ବରା, ପାପଡ, ବଡି, (ମସଲାଯୁକ୍ତ ଫମ୍ପା ଗୋଲାକାର ଦ୍ରବ୍ୟ) ପ୍ରସ୍ତୁତିରେ ବିରି ବ୍ୟବହାର କରାଯାଏ  ।

ବିରି ଚାଷରେ ଥିବା ସୁବିଧା

  • ବର୍ଷର ୩ଟି ଋତୁରେ ଚାଷ କରାଯାଇ ପାରିବ  ।
  • ଏହା ଏକ ସ୍ଵଚ୍ଛ ଅବଧି ଫସଲ ହୋଇଥିବାରୁ ବିଭିନ୍ନ ବହୁ ଫସଲି ଓ ଅନ୍ତଃଫସଲ ପଦ୍ଧତି ପାଇଁ ଏହା ଉପଯୋଗୀ ହୁଏ  ।
  • ବାୟୁମଣ୍ଡଳୀୟ ଯବକ୍ଷାରଜାନକୁ ବିବନ୍ଧନ କରିବାର କ୍ଷମତା ରହିଛି  ।
  • ମୃତ୍ତିକାର ଉର୍ବରତା ସ୍ଥିତି ବୃଦ୍ଧି କରାଏ  ।
  • ଏହା ପାହାଡର ଗଡାଣିଆ ମାଟିରେ ଚାଷ କରାଯାଇପାରିବ, ମୃତ୍ତିକା ଓ ଜଳ ଅବକ୍ଷୟକୁ ସଂରକ୍ଷଣ କରିପାରିବ ।

ବିରି ଚାଷର ଖର୍ଚ୍ଚ ଲାଭ ହିସାବ

ବ୍ୟବସାୟିକ ଚାଷ କରିବା ପୂର୍ବରୁ କୃଷକର ଫସଲ ଖର୍ଚ୍ଚ – ଲାଭ ସମ୍ବନ୍ଧୀୟ ଏକ ସଂକ୍ଷିପ୍ତ ଧାରଣା ରହିବା ଆବଶ୍ୟକ  । ତେଣୁ ପ୍ରକଳ୍ପିତ ଖର୍ଚ୍ଚ ବିଚାର କରି ବିରି ଫସଲ ଚାଷର ବିଭିନ୍ନ ଦିଗ ସମ୍ବନ୍ଧୀୟ ସୂଚନା ଏଠାରେ ପ୍ରଦାନ କରାଯାଇଛି, ଯାହାକି କାର୍ଯ୍ୟକ୍ରମ ଗୁଡିକର ଫଳପ୍ରଦ ଯୋଜନା ଓ କାର୍ଯ୍ୟକାରିତା ସମ୍ବନ୍ଧରେ ଏହା କୃଷକଙ୍କୁ ଯଥେଷ୍ଟ ସାହାଯ୍ୟ କରିବ  ।

ଶ୍ରମ

ୟୁନିଟ / ଶ୍ରମ ଦିବସ

ମୂଲ୍ୟ ହାର (ଟଙ୍କା)

ଖର୍ଚ୍ଚ (ଟଙ୍କା)

ଟ୍ରାକ୍ଟର ଦ୍ଵାରା ହଳ କରିବା, (ମୋଡପତ୍ର ଲଙ୍ଗଳ ଓ ଟାଇନ୍) ସହିତ ଓ ଅମଳ କରିବା

୬ ଘଣ୍ଟା

୩୦୦ / ଘଣ୍ଟା

୧୮୦୦.୦୦

ହିଡ ସଫା କରିବା ଓ ଧାଡି ଠିକ୍ କରିବା

୫ ଶ୍ରମ ଦିବସ

୭୦ / ଦିବସ

୩୫୦.୦୦

କମ୍ପୋଷ୍ଟ ଓ ମୂଳସାର ପ୍ରୟୋଗ

୫ ଶ୍ରମ ଦିବସ

୭୦ / ଦିବସ

୩୫୦.୦୦

ବିହନ ବିଶୋଧନ ଓ ମଞ୍ଜି ବୁଣା

୧୨ ଶ୍ରମ ଦିବସ

୭୦ / ଦିବସ

୮୪୦.୦୦

ଜଳସେଚନ (ଆବଶ୍ୟକତା ଅନୁଯାୟୀ)

୪ ଶ୍ରମ ଦିବସ

୭୦ / ଦିବସ

୨୮୦.୦୦

ଅନ୍ତଃଚାଷ (କୋଡାଖୁସା ଘାସବଛା)

୨୫ ଶ୍ରମ ଦିବସ

୭୦ / ଦିବସ

୧୭୫୦.୦୦

ସାର ପ୍ରୟୋଗ ଓ ଖୁସାଇବା

୮ ଶ୍ରମ ଦିବସ

୭୦ / ଦିବସ

୫୬୦.୦୦

ଫସଲ ସୁରକ୍ଷା ରାସାୟନିକ ପ୍ରୟୋଗ

୯ ଶ୍ରମ ଦିବସ

୭୦/ ଦିବସ

୬୩୦.୦୦

ଅମଳ ଓ ଅମଳ ପରବର୍ତ୍ତୀ କାର୍ଯ୍ୟ

୫୦ ଶ୍ରମ ଦିବସ

୭୦ / ଦିବସ

୩୫୦୦.୦୦

ମୋଟ (କ)

 

 

୧୦୦୬୦.୦୦

ମୋଟ ସାମଗ୍ରୀ

ପରିମାଣ

ମୂଲ୍ୟହାର (ଟଙ୍କା)

ଖର୍ଚ୍ଚ (ଟଙ୍କା)

ବିହନର ମୂଲ୍ୟ

୨୫ କି.ଗ୍ରା

୪୦ / କି.ଗ୍ରା

୧୦୦୦.୦୦

ରାସାୟନିକ ବିହନ ପ୍ରତି କି.ଗ୍ରା ବିହନରେ ୨ ଗ୍ରାମ୍

୫୦ ଗ୍ରାମ୍

୧ଗ୍ରାମ୍

୫୦.୦୦

ଖତ ଓ କମ୍ପୋଷ୍ଟ

୫ ଟନ୍

୩୦୦ / ଟନ୍

୧୫୦୦.୦୦

ଜୈବସାର (ରାଇଜୋବିୟମ କଲଚର)

୫୦୦ ଗ୍ରାମ୍

୨୦ / କି.ଗ୍ରା

୧୦.୦୦

ରାସାୟନିକ ସାର

 

 

 

ଯବକ୍ଷାରଜାନ

୨୦ କି.ଗ୍ରା

୧୦.୯୦ / କି.ଗ୍ରା

୨୧୮.୦୦

ଫସଫରସ୍

୪୦ କି.ଗ୍ରା

୨୨.୮୮ / କି.ଗ୍ରା

୯୧୫.୦୦

ପଟାସ୍

୨୦ କି.ଗ୍ରା

୭.୭୧ / କି.ଗ୍ରା

୧୫୪.୨୦

ସଲଫର୍

୨୦ କି.ଗ୍ରା

୬ / କି.ଗ୍ରା

୧୨୦.୦୦

ବୋରନ୍ / ମଲିବଡିନମ୍ (ଅଣୁସାର )

 

 

୧୮୦.୦୦

ଫସଲ ସୁରକ୍ଷା ରାସାୟନିକ

୩ ପ୍ରୟୋଗ

୪୦୦ / ପ୍ରୟୋଗ

୧୨୦୦.୦୦

ଜଳସେଚନ ଦେୟ

୧୦ ଘଣ୍ଟା

୬୦ / ଘଣ୍ଟା

୬୦୦.୦୦

ମୋଟ (ଖ)

 

 

୫୯୪୭.୪୦

ସର୍ବମୋଟ (ମୋଟାମୋଟି)

 

 

୧୬୦୦୦.୦୦

ଅମଳ (ହେକ୍ଟର ପ୍ରତି କ୍ଵିଣ୍ଟାଲ)

୩୦ / କିଗ୍ରା

୨୪୦୦୦.୦୦

ନିଟ୍ ଆୟ

 

 

୮୦୦୦.୦୦

 

ବିଶେଷ ବାର୍ତ୍ତା

  • ବିରି ଚାଷରେ ହେକ୍ଟର ପ୍ରତି ମୋଟ ଚାଷ ଖରଚ ଟ. ୧୬୦୦୦.୦୦
  • ଫସଲର ନିଟ୍ ଆୟ ଟ.୮୦୦୦.୦୦
  • ଇଡ୍ ଲି, ଦୋଷା, ବରା, ପାପଡ, ବଡି (ମସଲାଯୁକ୍ତ ଫମ୍ପା ଗୋଲାକାର ଦ୍ରବ୍ୟ) ପ୍ରସ୍ତୁତି
  • ଚକୁଳି, ଇଡ୍ ଲି, ଦୋଷା ଓ ବରା ଜଳଖିଆ ଭାବେ ଓ ଚକୁଳି ହାଲୁକା ଜଳଖିଆ ଭାବେ ବ୍ୟବହୃତ ହୁଏ  ।
  • ଭାତ, ପନିପରିବା ଭଳି ଅନ୍ୟାନ୍ୟ ରନ୍ଧାଖାଦ୍ୟ ସହିତ ପାପଡ, ବଡି ଆଦି ଖିଆଯାଇଥାଏ  ।
  • ଜଙ୍ଗିରୀ (ଇମ୍ରାତି) ବିରିରୁ ପ୍ରସ୍ତୁତ ଏକ ସୁସ୍ଵାଦୁ ଖାଦ୍ୟ  ।

ଆଧାର – ଓଡିଶା ଜଳ ବିଭାଜିକା ଉନ୍ନୟନ ମିଶନ

2.61538461538
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top