ହୋମ / କୃଷି / ଶସ୍ୟ ଉତ୍ପାଦନ / ବିରି ଫସଲର ଚାଷ କୌଶଳ
ସେଆର କରନ୍ତୁ

ବିରି ଫସଲର ଚାଷ କୌଶଳ

ବିରି ଫସଲର ଚାଷ କୌଶଳ ର ସୂଚନା

ମୁଗ ଫସଲର ଉନ୍ନତ ଚାଷ ପଦ୍ଧତି

ଜଳବାୟୁ

ବିରି ଖରିଫ୍, ରବି ଓ ଖରାଦିନେ ଚାଷ କରାଯାଇ ପାରିବ  । ସମୁଦ୍ର ପତ୍ତନ ଠାରୁ ୧୮୦୦ ମିଟର ଉଚ୍ଚ ପର୍ଯ୍ୟନ୍ତ ଏହା ସଫଳ ଭାବେ ଚାଷ କରାଯାଇପାରିବ  । ଗଜାହେବା ଓ ଫୁଲ ଧରିବା ସମୟରେ ପ୍ରବଳ ଓ ଅବିରତ ବର୍ଷା ଫସଲ ପାଇଁ କ୍ଷତିକାରକ  ।

ମୃତ୍ତିକା

ବିଭିନ୍ନ ପ୍ରକାର ଜମି ଯଥା ବାଲିଆ ଦୋରସାରୁ ଭାରି କାଦୁଆ ଜମି ଚାଷ କରାଯାଇଥାଏ  । ଯାହାହେଲେ ଅଧିକ ଜଳ ଧରି ରଖୁଥିବା ଭାରିମାଟି ବିରି ଚାଷ ପାଇଁ ଉପଯୁକ୍ତ  ।ନିରପେକ୍ଷ ପି.ଏଚ୍. ଥିବା ଦୋରସାରୁ କାଦୁଆ ଦୋରସା ମାଟି ବିରି ପାଇଁ ସବୁଠାରୁ ଉପଯୋଗୀ  । ମାଟିରେ ପାଣି ଜମି ରହିଲେ ବିରି ଚାଷ ଭଲ ହୁଏ ନାହିଁ  । ତେଣୁ ବର୍ଷା ଦିନେ ମାଟିକୁ ଭଲଭାବେ ଜଳ ନିଷ୍କାସନ କରିବା ଆବଶ୍ୟକ  । ଲୁଣା, କ୍ଷାରୀ ଓ ଅମ୍ଳମାଟିରେ ଏହା ସଫଳ ଭାବେ ଚାଷ କରାଯାଇପାରିବ  ।

କିସମ

ବିଭିନ୍ନ ଋତୁ ପାଇଁ ଚିହ୍ନଟ / ବିକାଶ କରାଯାଇଥିବା କିସମଗୁଡିକ ଏଠାରେ ପ୍ରଦାନ କରାଯାଇଛି  ।

ଖରିଫ୍ (ଜୁନ୍ – ଜୁଲାଇ)

କିସମ

ଅବଧି (ଦିନ)

ସମ୍ଭାବ୍ୟ ଅମଳ (ହେକ୍ଟର ପ୍ରତି କ୍ଵିଣ୍ଟାଲ)

ହାରାହାରି ଅମଳ (ହେକ୍ଟର ପ୍ରତି କ୍ଵିଣ୍ଟାଲ)

ବିଶେଷ ଗୁଣାବଳୀ

ପ୍ରସାଦ (ବି-୩-୮-୮)

୭୦ – ୭୫

୨୦.୦

୭.୦

ସାହେବୀ ରୋଗ ପ୍ରତିରୋଧୀ

ଉଜାଲା (ଓ.ବି.ଜି. - ୧୭)

୬୫ – ୭୦

୧୭.୦

୮.୦

ସାହେବୀ ରୋଗ ପ୍ରତିରୋଧୀ

ସାରଳା

୬୫ – ୭୦

୧୦.୦

୮.୦

ସାହେବୀ ରୋଗ ସହଣୀ

ପି.ୟୁ – ୧୯

୭୦ – ୮୦

୧୨.୦

୮.୫

ସାହେବୀ ରୋଗ ପ୍ରତିରୋଧୀ

ପି.ୟୁ – ୩୦

୭୦ – ୮୦

୧୩.୦

୯.୦

ସାହେବୀ ରୋଗ ପ୍ରତିରୋଧୀ

ପି.ୟୁ – ୩୫

୭୦ – ୮୦

୧୩.୦

୧୦.୦

ସାହେବୀ ରୋଗ ପ୍ରତିରୋଧୀ

କେ.ୟୁ. – ୩୦୦

୭୫ – ୮୦

୧୨.୦

୮.୦

ସାହେବୀ ରୋଗ ପ୍ରତିରୋଧୀ

କେ.ୟୁ. – ୩୦୧

୭୫ – ୮୦

୧୨.୦

୯.୦

ସାହେବୀ ରୋଗ ପ୍ରତିରୋଧୀ

ରବି ଋତୁ (ଅକ୍ଟୋବର - ନଭେମ୍ବର)

କିସମ

ଅବଧି (ଦିନ)

ସମ୍ଭାବ୍ୟ ଅମଳ (ହେକ୍ଟର ପ୍ରତି କ୍ଵିଣ୍ଟାଲ)

ହାରାହାରି ଅମଳ (ହେକ୍ଟର ପ୍ରତି କ୍ଵିଣ୍ଟାଲ)

ବିଶେଷ ଗୁଣାବଳୀ

ପି.ୟୁ – ୧୯

୭୦ – ୮୦

୧୨.୦

୮.୫

ସାହେବୀ ରୋଗ ପ୍ରତିରୋଧୀ

ପି.ୟୁ – ୩୦

୭୦ – ୮୦

୧୩.୦

୯.୦

ସାହେବୀ ରୋଗ ପ୍ରତିରୋଧୀ

ପି.ୟୁ – ୩୫

୭୦ – ୮୦

୧୩.୦

୧୦.୦

ସାହେବୀ ରୋଗ ପ୍ରତିରୋଧୀ

ଟି.ୟୁ ୯୪ – ୨

୭୦ – ୭୫

୧୫.୦

୮.୦

ସାହେବୀ ରୋଗ ପ୍ରତିରୋଧୀ

ବସନ୍ତ ବାହାର (ପି.ଡି.ୟୁ - ୧)

୭୦ – ୮୦

୧୩.୦

୮.୦

ହୃଷ୍ଟପୁଷ୍ଟ ମଞ୍ଜି

 

 

 

 

ସାହେବୀ ରୋଗ ସହଣୀ

ଏଲ.ବି.ଜି – ୧୭

୭୦ – ୮୦

୧୨.୦

୭.୦୦

ସାହେବୀ ରୋଗ ସହଣୀ

ସାରଳା

୭୦ – ୮୦

୧୦.୦

୮.୦

ସାହେବୀ ରୋଗ ସହଣୀ

ଖରାଦିନିଆ (ଫେବୃୟାରୀ - ମାର୍ଚ୍ଚ)

କିସମ

ଅବଧି (ଦିନ)

ସମ୍ଭାବ୍ୟ ଅମଳ (ହେକ୍ଟର ପ୍ରତି କ୍ଵିଣ୍ଟାଲ)

ହାରାହାରି ଅମଳ (ହେକ୍ଟର ପ୍ରତି କ୍ଵିଣ୍ଟାଲ)

ବିଶେଷ ଗୁଣାବଳୀ

ପି.ୟୁ – ୩୦

୭୦ – ୭୫

୧୩.୦

୯.୦

ସାହେବୀ ରୋଗ ପ୍ରତିରୋଧୀ

ସାରଳା

୭୦ – ୮୦

୧୦.୦୦

୮.୦

ସାହେବୀ ରୋଗ ପ୍ରତିରୋଧୀ

ପ୍ରସାଦ ବି ୩-୮-୮

୬୫ – ୭୦

୧୦.୦

୮.୦

ସାହେବୀ ରୋଗ ପ୍ରତିରୋଧୀ

ଜମି ପ୍ରସ୍ତୁତି

ଥରେ ଗଭୀର କରି ୨-୩ଟି ହାରୋଇଂ ଓ ମଇ ଦେବା ଦ୍ଵାରା ବିରି ଚାଷ ପାଇଁ ମାଟି ଉପଯୁକ୍ତ ଭାବେ ପ୍ରସ୍ତୁତ ହୋଇଥାଏ  । ଜମି ଭଲଭାବେ ସମତୁଲ ହେବା ଓ ସମ୍ପୂର୍ଣ୍ଣ ଭାବେ ଘାସମୁକ୍ତ ହେବା ଆବଶ୍ୟକ  । ହେକ୍ଟର ପ୍ରତି ୫ ଟନ୍ ସଢା ଗୋବର ଖତ ପ୍ରୟୋଗ କରାଯାଏ  ।

ଫସଲ ଚକ୍ରୀକରଣ

ସବୁ ଋତୁରେ ବିରିଚାଷ କରାଯାଇପାରିବ  । ସେଥିପାଇଁ ଏହା ଫସଲର ବିଭିନ୍ନ ଚକ୍ରୀକରଣରେ ଉପଯୋଗ ହୋଇଥାଏ  । ମୁଖ୍ୟ ଫସଲ ଚକ୍ରୀକରଣ ନିମ୍ନରେ ପ୍ରଦାନ କରାଯାଇଛି  ।

*        ବିରି – ଥୋରିଆ – ଗହମ

*        ହରଡ – ବିରି – ଗହମ

*        ମକା – ବିରି – ଗହମ

*        ମକା – ସୋରିଷ – ବିରି

*        ମକା – ଆଳୁ – ବିରି

*        ଧାନ – ବିରି

*        ଧାନ – ଚିନାବାଦାମ – ବିରି

*        ଧାନ ସୂର୍ଯ୍ୟମୁଖୀ – ବିରି

ଅନ୍ତଃଫସଲ

ଅଧିକ ବ୍ୟବଧାନରେ ଚାଷ କରାଯାଇଥିବା ଫସଲ ଯଥା – ହରଡ, ମକା, ଆଖୁ, ବାଜରା ଆଦି ଫସଲରେ ବିରି ଏକ ଲାଭଜନକ ଅନ୍ତଃଫସଲ ଭାବେ ଚାଷ କରାଯାଇପାରିବ  । ଦୁଇଧାଡି ମକା ମଧ୍ୟରେ ଗୋଟିଏ ବା ଦୁଇଧାଡି ବିରି ବୁଣାଯାଇପାରିବ  । ହରଡ ୭.୫ ସେ.ମି. ଧାଡି ବ୍ୟବଧାନର ଲଗାଯାଇଥାଏ  । ଲଗାଇବାର ୭୫ – ୯୦ ଦିନ ପର୍ଯ୍ୟନ୍ତ ଏହାର ମନ୍ଥର ବୃଦ୍ଧି ଅବସ୍ଥା ଯୋଗୁଁ ହରଡ ଫସଲରେ ବହୁ ଜାଗା ଅବ୍ୟବହୃତ ହୋଇ ରହିଥାଏ  । ଏହି ସ୍ଥାନ ଘାସ ଦ୍ଵାରା ଆଚ୍ଛାଦିତ ହେବାର ଆଶଙ୍କା ଥାଏ ଯାହାକି ହରଡ ଫସଲ ପାଇଁ ଅସୁବିଧା ସୃଷ୍ଟି କରେ  । ତେଣୁ ଅଧିକ ଚାଷ ଖର୍ଚ୍ଚ ନକରି ୭୦ – ୭୫ ଦିନିଆ ବିରି ଯଥା ପ୍ରସାଦ, ପି.ୟୁ  - ୧୯, ପି.ୟୁ – ୩୦ ଆଦି ଅମଳ କରାଯାଇପାରିବ  । ହରଡର ମୁଖ୍ୟ ଅନ୍ତଃଫସଲ ନିମ୍ନରେ ପ୍ରଦାନ କରାଯାଇଛି  ।

*        ହରଡ + ବିରି

*        ମକା + ବିରି

*        ଆଖୁ + ବିରି

*        ଯଅ + ବିରି

ବୁଣିବା ସମୟ

ଖରିଫ୍ – ଜୁନ୍ ୩୦ ରୁ ଜୁଲାଇ ୧୫ ମଧ୍ୟରେ ବୁଣିଲେ ଅଧିକ ଅମଳ ଦିଏ  ।

ରବି – ୧୫ ଅକ୍ଟୋବରରୁ ୧୫ ନଭେମ୍ବର

ଖରାଟିଆ – ଫେବୃୟାରୀ ଶେଷ ସପ୍ତାହରୁ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ଉପଯୁକ୍ତ  ।

ଉଭୟ ସହଳ ଓ ବିଳମ୍ବ ବୁଣା ଅମଳ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ  ।

ବିହନ ହାର – ହେକ୍ଟର ପ୍ରତି ୨୫ – ୩୦ କି.ଗ୍ରା

ବ୍ୟବଧାନ – ଆବଶ୍ୟକୀୟ ଗଛ ସଂଖ୍ୟା ରଖିବା ପାଇଁ ଉପଯୁକ୍ତ ବ୍ୟବଧାନ ଆବଶ୍ୟକ ।

ଖରିଫ୍ – ୩୦ ସେ.ମି. X ୧୦ ସେ.ମି.(ପ୍ରତିବର୍ଗ ମିଟରରେ ୩୩ଟି ଗଛ) ।

ରବି - ୨୫ ସେ.ମି. X ୧୦ ସେ.ମି.(ପ୍ରତିବର୍ଗ ମିଟରରେ ୪୦ଟି ଗଛ) ।

ଖରାଟିଆ - ୩୦ ସେ.ମି. X ୧୦ ସେ.ମି.(ପ୍ରତିବର୍ଗ ମିଟରରେ ୩୩ଟି ଗଛ) ।

ବିହନ ବିଶୋଧନ ଓ କଲଚର୍ ଉପଚାର

ବିହନ ବୁଣିବା ପୂର୍ବରୁ ଉପଯୁକ୍ତ ରାଜୋବିୟମ କଲଚର (ବ୍ୟାକ୍ଟେରିଆ କଲଚର)ରେ ବିହନ ଉପଚାର କଲେ ଗଜା ହେବା, ଗଛ ବାହାରିବା ଓ ଗୁଟିକା ଧରିବା ତ୍ୱରାନ୍ୱିତ ହୁଏ  । ଫଳରେ ଜୈବିକ ଉପାୟରେ ଅଧିକ ଯବକ୍ଷାରଜାନ ବିବନ୍ଧିତ ହୋଇଥାଏ  । ସମସ୍ତ ଛୁଇଁ ଜାତୀୟ ଫସଲର ଅମଳ ଗୁଟିକା ସଂଖ୍ୟା ସହିତ ସମାନୁପାତିକ ହୁଏ  । ଅଧିକ ଗୁଟିକା ହେଲେ ଅଧିକ ଅମଳ ମିଳେ  । ଛୁଇଁ ଜାତୀୟ ଫସଲରେ ପ୍ରତ୍ୟକ ଥର ବୁଣିବା ବେଳେ ବିହନକୁ ରାଜୋବିୟମ କଲଚରରେ ଉପଚାର କରି ବୁଣିବା ଆବଶ୍ୟକ  ।

୬୦୦ ମି.ଲି.ପାଣିରେ ୨୦୦ ଗ୍ରାମ୍ ରାଇଜୋବିୟମ କଲଚର ଓ ୨୫୦ ଗ୍ରାମ୍ ଫସଫେଟ୍ ଦ୍ରବଣୀୟ ବ୍ୟାକ୍ଟେରିଆ (ପି.ଏସ୍.ବି) ମିଶାଇ ଭଲଭାବେ ଗୋଳାଇ ଦିଅନ୍ତୁ  । ତା ପରେ ୧୦ କି.ଗ୍ରା ମଞ୍ଜି ଉପରେ ବୁନ୍ଦା ବୁନ୍ଦା କରି ମନ୍ଦ ଢାଳନ୍ତୁ ଓ ଏକ ସମାନୁପାତିକ ଆସ୍ତରଣ ସୃଷ୍ଟି ହେବା ପର୍ଯ୍ୟନ୍ତ ହାତରେ ଗୋଳାଇ ଦିଅନ୍ତୁ  । ବିହନ ଉପଚାର କଲାବେଳେ ଅଧିକ ସଂଖ୍ୟକ ଗୁଟିକା ସୃଷ୍ଟି ହେବା ପାଇଁ ପ୍ରତି ୧୦ କି.ଗ୍ରା. ବିହନରେ ୩ ଗ୍ରାମ୍ ହିସାବରେ ଆମୋନିୟମ କିମ୍ବା ସୋଡିୟମ ମଲିବଡେଟ ଆକାରରେ ମଲିବଡିନମ୍  ମିଶାନ୍ତୁ  । ଏକ ପରିଷ୍କାର ଲୁଗା, କାଗଜ କିମ୍ବା ପଲିଥିନ୍ ଉପରେ ଉପଚାରିତ ବିହନକୁ ଛାଇରେ ଶୁଖାଇ ଦିଅନ୍ତୁ ଓ ଏହାକୁ ସଙ୍ଗେ ସଙ୍ଗେ ବିଶେଷତଃ ଅପରାହ୍ନରେ ବୁଣି ଦିଅନ୍ତୁ  ।

ଉତ୍ତମ ଅମଳ ପାଇବା ପାଇଁ ଓ ଫସଲକୁ ଚାରା ସଢା ରୋଗ, ଚାରା ପୋଡା ଆଦି ରୋଗରୁ ମୁକ୍ତ ରଖିବା ପାଇଁ ପ୍ରତି କି.ଗ୍ରା. ବିହନରେ ଭିଟାମିନ୍ସ ପାୱାର  ୧.୫ ଗ୍ରାମ୍ କିମ୍ବା (କାର୍ବେଣ୍ଡାଜିମ୍ ୧.୦ ଗ୍ରାମ୍ + ଥିରାମ୍ ୧.୫ ଗ୍ରାମ୍) ମିଶାଇ ବିଶୋଧନ କରାଯିବା ଆବଶ୍ୟକ  । ସଘନ ହରଡ ଚାଷ ଅଞ୍ଚଳରେ ଚେରଗଣ୍ଠି ଓ ବୃକକ୍ ସୂତ୍ରଜୀବ ଆକ୍ରମଣରୁ ରକ୍ଷାକରିବା ପାଇଁ ରାଇଜୋବିୟମ କଲଚର ଉପଚାର କରିବା ୧ ସପ୍ତାହ ପୂର୍ବରୁ କାର୍ବୋସଲଫାନ ୨୫ ଇ.ସି. ୦.୨% ହିସାବରେ ମିଶାଇ ବିଶୋଧନ କରିବା ଆବଶ୍ୟକ  ।

ବିହନ ବୁଣା

ଜମି ପ୍ରସ୍ତୁତି ପରେ ପରେ ବିହନ ଧାଡିରେ ବୁଣାଯିବା ଦରକାର  । ମଇ ଦେଇ ମାଟିକୁ ନିଦା କରିବା ଦ୍ଵାରା ମଞ୍ଜିଗୁଡିକ ମାଟିର ଜଳୀୟାଂଶ ନିବିଡ ସଂସ୍ପର୍ଶରେ ଆସିଥାଏ ଯାହାକି ଗଜାରୁ ତ୍ୱରାନ୍ୱିତ କରିଥାଏ  । ଅମଳ ସମୟରେ ଯେଉଁ ଜମି ଶୁଖିଯିବାର ଆଶଙ୍କା ଥାଏ ତାହା ଅମଳ ପୂର୍ବରୁ (ପାଇରା) ବୁଣିବା ଦରକାର  । ମାଟିରୁ ଜଳୀୟାଂଶ କମ୍ ଥିଲେ ପୂର୍ବ ରାତିରେ ମଞ୍ଜିକୁ ଭିଜାଇ ବୁଣିବା ଦ୍ଵାରା ଗଜା ଶୀଘ୍ର ହୁଏ  । ଧାଡିବୁଣା କରିବା ଦ୍ଵାରା କୋଡାଖୁସା ଓ ଘାସ ବଛା ଇତ୍ୟାଦି ଭଲଭାବରେ କରିହୁଏ  ।

ଖାଦ୍ୟସାର ପରିଚାଳନା

ବିରିଚାଷ ସାଧାରଣତଃ ବିନା ସାରରେ ଚାଷ କରାଯାଏ  । ବିଭିନ୍ନ ସ୍ଥାନରେ କରାଯାଇଥିବା ପରୀକ୍ଷାରୁ ଜଣାଯାଇଛି ସାର ପ୍ରୟୋଗ ଦ୍ଵାରା ବିରି ଫସଲର ଉତ୍ପାଦନ ବୃଦ୍ଧି କରାଯାଇ ପାରିବ  । ବିରି ଫସଲ ପାଇଁ ଅନୁମୋଦିତ ସାର ହେଉଛି ହେକ୍ଟର ପ୍ରତି ୨୦ କି.ଗ୍ରା ଯବକ୍ଷାରଜାନ ୪୦ କି.ଗ୍ରା. ଫସଫରସ୍ ୨୦ କି.ଗ୍ରା. ସଲଫର  । ଏହାର ସର୍ବାଧିକ ବିନିଯୋଗ ପାଇଁ ସମସ୍ତ ଫସଫରସ୍ ଓ ସଲଫର ସହିତ ୫୦% ଯବକ୍ଷାରଜାନ ଓ ପଟାସ ମୂଳସାର ଭାବେ ପ୍ରୟୋଗ କରାଯାଏ  । ଅବଶିଷ୍ଟ ୫୦% ଯବକ୍ଷାରଜାନ ଓ ପଟାସ ସାରକୁ ୨-୩ ସପ୍ତାହ ପରେ ଅର୍ଥାତ୍ ଘାସ ବଛା ଓ ହୁଡା ଟେକା ସମୟରେ ପ୍ରୟୋଗ କରାଯାଏ  । ବୁଣିବା ପୂର୍ବରୁ ଜମି ପ୍ରସ୍ତୁତି ଶେଷ ଅବସ୍ଥାରେ ମୂଳସାରକୁ ମାଟିରେ ଭଲଭାବରେ ମିଶାଇବା ଦରକାର  । ନାଳୀରେ ସାର ପ୍ରୟୋଗ କରିବା ଦ୍ଵାରା ଅଧିକ ଲାଭ ମିଳିଥାଏ  ।

ତୃଣକ ପରିଚାଳନା

ବୁଣିବାର ୧୫ ଦିନ ପରେ ୧ମ ଥର ଏବଂ ୩୦ ଦିନ ପରେ ୨ୟ ଥର କୋଡାଖୁସା ଓ ଘାସ ବଛା କରିବା ଯୋଗୁଁ ଘାସଦ୍ଵାରା ମାଟିର ଅପସାରିତ ଖାଦ୍ୟସାରକୁ ପ୍ରତିହତ କରାଯିବା ସଙ୍ଗେ ସଙ୍ଗେ ଏହା ଜଳୀୟାଂଶ ସଂରକ୍ଷିତ ଫସଲର ଉତ୍ତମ ବୃଦ୍ଧି ଘଟାଇଥାଏ  । ତେଣୁ ଧାଡି ବୁଣା କରିବା ଦ୍ଵାରା ଧାଡି ମଝିରେ କୋଡାଖୁସା ଓ ଘାସ ବଛା ସହଜରେ କରିହୁଏ  । ପ୍ରାକ୍ ଗଜା ତୃଣନାଶକ ପେଣ୍ଡିମିଥାଲିନ୍ ହେକ୍ଟର ପ୍ରତି ୦.୭୫ କି.ଗ୍ରା. କିମ୍ବା ସଟର୍ଣ୍ଣ ୧ କି.ଗ୍ରା. କ୍ରିୟାଶୀଳ ଉପାଦାନ ସହିତ ବୁଣିବାର ୩୦ ଦିନର ପରେ ଥରେ ହାତରେ ଘାସ ବାଛିଦେଲେ ଘାସ ନିୟନ୍ତ୍ରଣ କରିହୁଏ  ।

ଜଳ ପରିଚାଳନା

ଖରିଫ୍ ଋତୁରେ ଅଧିକ ଦିନ ପର୍ଯ୍ୟନ୍ତ ମରୁଡି ଅବସ୍ଥା ନ ରହିଲେ ବିରି ଫସଲରେ ଜଳସେଚନ ଆବଶ୍ୟକ ହୋଇନଥାଏ  । ବିରି ଫସଲର ସଫଳ ଚାଷ ନିମନ୍ତେ ବିରି ଜମିରୁ ଜଳ ନିଷ୍କାସନ କରିବା ଆବଶ୍ୟକ  । ରବି ଋତୁ ଏବଂ ପ୍ରାକ୍ ରବି ଋତୁରେ ବିରି ଅବଶିଷ୍ଟ ଜଳୀୟାଂଶରେ ଚାଷ କରାଯାଏ  । ବୃଦ୍ଧିର ସଙ୍କଟକାଳୀନ ଅବସ୍ଥାରେ ବେଳେ ବେଳେ ଜଳାଭାବ ଦେଖାଯାଏ ଏହା ଫଳରେ ଅମଳ ବୃଦ୍ଧିରେ ବାଧା ସୃଷ୍ଟି ହୁଏ  । ଫୁଲ ଧରିବା ଓ ଛୁଇଁ ବଢିବା ଜଳସେଚନ ପାଇଁ ସଙ୍କଟକାଳୀନ ଅବସ୍ଥା  । ପର୍ଯ୍ୟାପ୍ତ ଜଳସେଚନ ବ୍ୟବସ୍ଥା ଥିବା ସ୍ଥାନରେ ରବି ଓ ଖରାଦିନରେ ବିରି ଚାଷ କରାଯିବା ଆବଶ୍ୟକ  । ଖରାଦିନେ ସାଧାରଣତଃ ବିରି ଚାଷ ପାଇଁ ୩-୫ଟି ଜଳସେଚନର ଆବଶ୍ୟକ ହୋଇଥାଏ  ।

ଅମଳ ପରିମାଣ

ଖରିଫ୍ ଫସଲରେ ହେକ୍ଟର ପ୍ରତି ୫-୧୦ କ୍ଵିଣ୍ଟାଲ ମଞ୍ଜି ଅମଳ ମିଳିଥାଏ  । ରବି ଖରାଟିଆ ଫସଲ ହେକ୍ଟର ପ୍ରତି ୧୫ କ୍ଵିଣ୍ଟାଲ ପର୍ଯ୍ୟନ୍ତ ଅମଳ ଦେଇଥାଏ  ।

ଅମଳ ଓ ଅମଳ ପରବର୍ତ୍ତୀ ପରିଚାଳନା

ଅଧିକାଂଶ ଛୁଇଁ କଳାରଙ୍ଗ ହୋଇଗଲେ ଅମଳ କରାଯିବା ଆବଶ୍ୟକ  ।  ଅମଳ ବିଳମ୍ବ କଲେ ଛୁଇଁ ଫାଟିଯାଇପାରେ  । ଖରାରେ ଭଲଭାବେ ଶୁଖାଇବା ପରେ ବିରି ଅମଳ କରାଯାଏ ଓ ମଞ୍ଜିଗୁଡିକୁ ପରିଷ୍କାର କରାଯାଏ  । ବିଭିନ୍ନ ଫସଲ ପାଇଁ ଥିବା ଅମଳ କରିବା ଯନ୍ତ୍ର ଉପଯୁକ୍ତ ଭାବେ ବ୍ୟବହାର କରି ଅମଳ କରାଯାଇପାରିବ  ।  ଖରାଦିନେ ଛୁଇଁ ତୋଳିବା ପରେ ଗଛ ଗୋଖାଦ୍ୟ କିମ୍ବା ସବୁଜସାର ଭାବେ ବ୍ୟବହୃତ ହୋଇପାରିବ  ।

ବିଶେଷ ବାର୍ତ୍ତା

 

*        ଉନ୍ନତ କିସମ ବିହନ ପ୍ରସାଦ (ବି ୩-୮-୮), ଉଜାଲା (ଓ.ବିଜି ୧୭) ସାରଳା, ପି.ୟୁ ୩୦, ପି.ୟୁ – ୩୫, କେ.ୟୁ ୩୦୧, କେୟୁ ୩୦୦ ଖରିଫ୍ ଋତୁରେ ଚାଷ କରିବା ପାଇଁ ଉପଯୋଗୀ  । ରବି ଋତୁ ପାଇଁ ପି.ୟୁ – ୧୯, ଟି.ୟୁ – ୪ – ୨, ପିଡି.ୟୁ – ୧, ଏଲ୍.ବି.ଜି. – ୧୭ ଓ ଖରାଦିନ ପାଇଁ ପି.ୟୁ – ୩୦ପ୍ରସାଦ (ବି ୩-୮-୮) ସାରଳା ଆଦି ଉପଯୁକ୍ତ  । ଏହି କିସମଗୁଡିକ ମଧ୍ୟରୁ ଅଧିକାଂଶରେ ସାହେବୀ ରୋଗ ପ୍ରତିରୋଧି / ସହଣୀ ଶକ୍ତି ରହିଛି  ।

*        ଖରିଫ ଫସଲ ବୁଣିବା ପାଇଁ ୩୦ ଜୁନ୍ ରୁ ୧୫ ଜୁଲାଇ, ରବି ପାଇଁ ୧୫ ଅକ୍ଟୋବରରୁ ୧୫ ନଭେମ୍ବର ଓ ଖରାଦିନ ଚାଷ ପାଇଁ ଫେବୃୟାରୀ ଶେଷ ସପ୍ତାହରୁ ୧୫ ମାର୍ଚ୍ଚ ପର୍ଯ୍ୟନ୍ତ ହେଉଛି ଉପଯୁକ୍ତ ସମୟ  ।

*        ହେକ୍ଟର ପ୍ରତି ୨୫ କି.ଗ୍ରା. ବିହନ ଆବଶ୍ୟକ ହୋଇଥାଏ  ।

*        ଫସଲକୁ ବିହନ ବାହିତ ରୋଗରୁ ରକ୍ଷା କରିବା ପାଇଁ ପ୍ରତି କି.ଗ୍ରା. ବିହନରେ ୧.୫ ଗ୍ରାମ୍ ହିସାବରେ ଭିଟାମିନ୍ସ ଗୋଳାଇ ବିହନ ବିଶୋଧନ କରାଯାଏ  ।

*        ହେକ୍ଟର ପ୍ରତି ଅନୁମୋଦିତ ସାର ମାତ୍ରା ହେଉଛି ୨୦ କି.ଗ୍ରା. ଯବକ୍ଷାରଜାନ, ୪୦ କି.ଗ୍ରା. ଫସଫରସ୍ ଓ ୨୦ କି.ଗ୍ରା. ପଟାସ  ।

*        ହେକ୍ଟର ପ୍ରତି ପେଣ୍ଡିମେଥାଲିନ୍ ର ୦.୭୫ କି.ଗ୍ରା. କ୍ରିୟାଶୀଳ ଉପାଦାନ ପ୍ରୟୋଗ କରି ବୁଣିବାର ୩୦ ଦିନ ପରେ ଥରେ ହାତରେ ଘାସ ବାଛିନେଲେ ସଫଳ ଭାବେ ତୃଣ ନିୟନ୍ତ୍ରିତ ହୋଇଥାଏ  ।

*        ଅମଳ କରାଯାଇଥିବା ମଞ୍ଜିକୁ ଖରାରେ ଉତ୍ତମ ଭାବେ ଶୁଖାଇବା ଆବଶ୍ୟକ  । ଏହା ଦ୍ଵାରା ୧୦ – ୧୨% ଜଳୀୟାଂଶ ସ୍ତର ରକ୍ଷା କରିହୁଏ  ।

ଆଧାର – ଓଡିଶା ଜଳ ବିଭାଜିକା ଉନ୍ନୟନ ମିଶନ

3.05555555556
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top