ହୋମ / କୃଷି / ଶସ୍ୟ ଉତ୍ପାଦନ / ଧାନ ଫସଲରେ ସମନ୍ଵିତ ପଦ୍ଧତିରେ ଘାସ ପରିଚାଳନା(ସମନ୍ଵିତ ପଦ୍ଧତିରେ ଘାସ ପରିଚାଳନା ପ୍ରଣାଳୀ )
ସେଆର କରନ୍ତୁ

ଧାନ ଫସଲରେ ସମନ୍ଵିତ ପଦ୍ଧତିରେ ଘାସ ପରିଚାଳନା(ସମନ୍ଵିତ ପଦ୍ଧତିରେ ଘାସ ପରିଚାଳନା ପ୍ରଣାଳୀ )

ସମନ୍ଵିତ ପଦ୍ଧତିରେ ଘାସ ପରିଚାଳନା ପ୍ରଣାଳୀ ର ସୂଚନା

ଶିକ୍ଷାଗ୍ରହଣ ଆଭିମୁଖ୍ୟ

ଏହି ଅଧିବେଆନ ପରେ ଶିଖାର୍ଥୀମାନେ ନିମ୍ନ କାର୍ଯ୍ୟରେ ସମର୍ଥ ହୋଇଥିବେ  :-

  • ଧାନବୁଣା ଓ ରୋଇବାର ବିଭିନ୍ନ ପଦ୍ଧତି ବିଷୟରେ ଜାଣିଥିବେ ଏବଂ ବୁଣାଧାନରେ କାହିଁକି ଘାସ ଦମନ ଅଧିକ ଗୁରୁତ୍ଵପୂର୍ଣ୍ଣ ଏହା ବୁଝିଥିବେ   ।
  • ଘାସ  ପରିଚାଳନା ବିଭିନ୍ନ ପଦ୍ଧତି ତଥା ଚାଷ କାର୍ଯ୍ୟ, ଭୌତିକ ( ଯାନ୍ତ୍ରିକ/ ହସ୍ତରେ) ରାସାୟନିକ ବିଧି ବିଷୟରେ ଜାଣିଥିବେ   ।
  • ଗହସ ପରିଚାଳନା ପାଇଁ ସମାନତ ପଦ୍ଧତିରେ ଗୁରୁତ୍ଵ ବିଷୟ ରେ ଜାଣିଥିବେ   ।
  • ଘାସର ପ୍ରକାର ଅନୁସାରେ ଉପଯୁକ୍ତ ଘାସମରା ଔଷଧ ଚୟନ କରି ତାହାର ପ୍ରୟୋଗ ସମୟ ବିଷୟରେ ଜାଣୁଥିବେ   ।
  • ବୁଣାଧାନରେ ବାଳୁଙ୍ଗାର ସମସ୍ୟା ବିଷୟ ଜାଣି ଏହାର ନିରାକରଣ ବିଷୟ ରେ ଜାଣୁଥିବେ   ।
  • ଧାନ ଫସଲରେ ଘାସରେ ପରିବର୍ତ୍ତନ ପାଇଁ ଦାୟୀ ହେଉଥିବା କାରଣ ବିଷୟରେ ଜାଣିଥିବେ  ।
  • ଅନାବନା ଗହସରେ କିପରି ଘାସମରା ଔଷଧ ପ୍ରତିରୋଧ କ୍ଷମତା ସ୍ପଷ୍ଟ ହୁଏ , ଏକଥା ଜାଣୁଥିବେ   ।

ଏହି ଅଧିବେଶନରେ ପ୍ରଦାନ କରାଯିବାକୁ ଥିବା ପ୍ରମୁଖ ବାର୍ତ୍ତା

  • ଧାନ ଚାଷ ପାଇଁ ରୋଇବା (ହାତରେ ବା ଯନ୍ତ୍ର ସାହାଯ୍ୟରେ) ଅଥବା ବୁଣିବା  (ଛଟାବୁଣା ବା ବିହନ ବୁଣାଯନ୍ତ୍ରରେ ଧାଡିବୁଣା) ପଦ୍ଧତି ଅବଲମ୍ବନ କରାଯାଇଥାଏ   ।
  • ଓଡିଶା ପରି ରାଜ୍ୟରେ ଧାନ ବୁଣିବା ପରେ ବେଉଷଣ କରିବା ଏକ ସାଧାରଣ ପଦ୍ଧତି (କେବଳ ଓଡିଶାରେ ତାଲିମ ପ୍ରଦାନ କରାଯିବାବେଳେ ତାଲିମ ଦାତା ଏହି ବାର୍ତ୍ତା ପ୍ରଦାନ କରିବେ   ।  ଅନ୍ୟ ରାଜ୍ୟ ପାଇଁ ଏହା ଗୁରୁତ୍ଵପୂର୍ଣ୍ଣ ନୁହେଁ  ।
  • ଠିକ ସମୟରେ ଶ୍ରମିକ ନ ମିଳିବା ଓ ମଜୁରି ବଦ୍ଧ ହେବା କାରଣରୁ କମ ଶ୍ରମରେ ଓ ଅଳ୍ପ ଖର୍ଚ୍ଚରେ ଧାନ ବୁଣା ବା ଯାନ୍ତ୍ରିକ ପଦ୍ଧତିରେ ଧାନ ରୋଇବା ଉପରେ ଗୁରୁତ୍ଵ ଆରୋପ କରାଯାଉଛି   ।
  • ରୁଆ ଧାନ ଅପେକ୍ଷା ବୁଣା ଧାନରେ ଅନାବନା ଘାସ ଅଧିକ ସମସ୍ୟା କରିଥାଏ   ।  କାରଣ ପ୍ରଥମ କିସ୍ତିରେ ଉଠୁଥିବା ଘାସ ଠିଆ ପାଣି ଦ୍ଵାରା ଦମନ ହୋଇନଥାଏ   ।  କାରଣ ବୁଣାଧାନରେ ଧାନ ଗଯାର କ୍ଷତି ହେବା ଆଶଙ୍କାରେ ବୁଣା ପରେ ପରେ ଜମିରେ ଠିଆ ପାଣି ରଖାଯାଏ  ନାହିଁ  ।   ରୁଆଧାନ ପରି ବୁଣା ଧାନ ଏକାଠାରେ ବଡ ଅବସାର ଆରମ୍ଭ ହୋଇନଥାଏ  । ଫଳରେ ଘାସ ବଢିବା ପାଇଁ ସୁଯୋଗ ମିଳିପାରେ  ।
  • ଧାନ ସହିତ ପ୍ରତିଯୋଗୀତା ଅକରିବା ପୂର୍ବରୁ ଘାସକୁ ଦମନ କରାଯିବ ଉଚିତ   ।
  • ଘାସମଞ୍ଜି ହେବାକୁ ବା ମଞ୍ଜି ଜମିରେ ପଡିବାକୁ ଦିଅନ୍ତୁ ନାହିଁ  । ମଞ୍ଜି ହେବା ପୂର୍ବରୁ ଘାସ ନିୟନ୍ତ୍ରଣ କରିବା ଆବଶ୍ୟକ   ।
  • ଯେକୌଣସି ଫସଲରେ ଅନାବନା ଘାସ ଦମନ ପାଇଁ ଚାରୋଟି ପ୍ରମୁଖ ନିୟମାବଳି ହେଲା
  1. ନିଜେ ଘାସକୁ ଚିହ୍ନନ୍ତୁ
  2. ବୁଣିବା ବା ରୋଇବାର ପ୍ରଥମ  ୩୦-୪୦ ଦିନ ପର୍ଯ୍ୟନ୍ତ ଫସଲକୁ ଘାସମୁକ୍ତ ରଖନ୍ତୁ   ।
  3. ଉପଯୁକ୍ତ ସମୟରେ ଓ ଉପଯୁକ୍ତ ଭାବରେ ଘାସ ନିୟନ୍ତ୍ରଣ କରନ୍ତୁ
  4. ସମ୍ବଳ ଓ ସୁବିଧା ଅନୁସାରେ ବିଭିନ୍ନ ଘାସ ଦମନ ପଦ୍ଧତିର ସମନ୍ଵୟ କରି ଘାସ ନିୟନ୍ତ୍ରଣ କରନ୍ତୁ   ।
  • ସମାନତ ଘାସ ପରିଚାଳନା ପଦ୍ଧତି ଅଧୀନରେ ଚାଷକାର୍ଯ୍ୟ କରିବା  , ଭୌତିକ (ହାତରେ ବାଛିବା ବା ଯନ୍ତ୍ର ବ୍ୟବହାର କରି ଘାସ ଦମନ) ଏବଂ ରାସାୟନିକ ପଦ୍ଧତି (ଉପଯୁକ୍ତ ସମୟରେ , ଉପଯୁକ୍ତ ଘାସମରା ଔଷଧ, ଉପଯୁକ୍ତ ପରିମାଣରେ, ଉପଯୁକ୍ତ ପଦ୍ଧତିରେ ପ୍ରୟୋଗ ରହିଥାଏ   ।
  • ସମାନତ ପଦ୍ଧତିରେ ଘାସ ପରିଚାଳନା କ୍ଷେତ୍ରରେ ଘାସମରା ଔଷଧ ବ୍ୟବହାର କମାଇବା ଯୋଗୁଁ ଅନାବନା ଘାସରେ ଘାସମରା ଔଷଧ ପ୍ରତିରୋଧ କ୍ଷମତା ସ୍ପଷ୍ଟ ହୋଇନଥାଏ   । କୌଣସି ଗୋଟିଏ ଉପାୟ ବଦଳରେ ସମନ୍ଵିତ ପଦ୍ଧତିରେ ଘାସ ପରିଚାଳନା ଅଧିକ ଫଳପ୍ରଦ ଓ ଦୀର୍ଘସାୟୀ ଅଟେ   ।

ଚାଷ କାର୍ଯ୍ୟରେ ଅନ୍ତର୍ଭୁକ୍ତ ଅଟେ   ।

  • ଘାସମଞ୍ଜି ନଥିବା ବିହନ ବ୍ୟବହାର ଓ ଘାସମୁକ୍ତ ତାଳି ବ୍ୟବହାର ଦ୍ଵାରା  ଫସଲ କିଆରିରେ ଅନାବନା ଘାସ ପ୍ରବେଶକୁ ରୋକାଯାଇଥାଏ   ।  କୌଣସି ଜମିରେ ପ୍ରବେଶ ପୂର୍ବରୁ ଯନ୍ତ୍ରପାଟି ବା ଉପକାରଣକୁ ଭଲଭାବେ ସଫା କରିବା ଆବଶ୍ୟକ   । ଭଲଭାବେ ସଢୁଥିବା ଖତ ପ୍ରୟୋଗ କରିବା ଦରକାର (ଅଧା ଶଢା ଖତ ବ୍ୟବହାର କାଲେ ଜମିରେ ନୂଆ ଘାସ ହେବାର ଆଶଙ୍କା ଥାଏ ) ।
  • ଜମି ପଡିଆ ଥିବାବେଳେ ବିହନ ଉତ୍ପାଦନ କରିବା ଅନୁଚିତ  ।
  • ବାସ ତଳି ପଟାଳ କୌଶଳ ଅବଲମ୍ବନ
  • ଧୁଳି ବା ମାଟି ଆଚ୍ଛାଦିତ (ବୁଣାଧାନରେ ବୁଣା ପୂର୍ବ ଜଳସେଚନ, ଏହାପରେ ହାଲୁକା ଚାଷ, ତାପରେ ବୁଣିବା ଓ ଏହାର  ୧୦-୧୫ ଦିନ ପର୍ଯ୍ୟନ୍ତ ଜଳସେସଚନ ନ କରିବା ) ।
  • ବୁଣିବା ପୂର୍ବରୁ ଭଲଭାବେ ଜମିକୁ ହଲ କରି ଘାସ ମୁକ୍ତ କରିବା  ।
  • ଧାନ ରୋଇବା ପରେ ଠିଆ ପାଣି ରଖିବା  (ଧାନ ତାଳି ରୋଇବା ପରେ  ୩-୪ ସପ୍ତାହ ଠିଆପାଣି ରଖିବା ) ।
  • ଘାସ ଅପେକ୍ଷା ଧାନକୁ ଅଧିକ ସାହାଉଥିବା କ୍ଷେତ କାର୍ଯ୍ୟ ଯଥା ଉନ୍ନତି ବିହନ କିସମ/ଶଙ୍କର କିସମ,କମ ବ୍ୟବଧାନରେ ରୋଇବା/ବୁଣିବା , ଉତ୍ତମ ଖାଦ୍ୟସାର ପରିଚାଳନା ଇତ୍ୟାଦି   ।
  • ଫସଲ ପର୍ଯ୍ୟାୟ ଅବଲମ୍ବନ
  • ଘାସମରା ଔଷଧ ଦ୍ଵାରା ଅଦମନ ହେଉ ନଥିବା ଘାସକୁ ହାତରେ ବାଛି ବା କାଟ ନିୟନ୍ତ୍ରଣ କରାଯାଇପାରିବ  । ଯାନ୍ତ୍ରିକ ଉପାୟରେ ଘାସ ଦମନ କାଲେ ସମୟ ବଞ୍ଚିଥାଏ ଓ କମ ଖର୍ଚ୍ଚ ହୁଏ  ।
  • ଘାସ ମରା ଔଷଧ ବ୍ୟବହାର ଦ୍ଵାରା ଅଭଲ ଭାବେ ଘାସ ଦମନ ହେବା ସହିତ କମ ମଜୁରି ଖର୍ଚ୍ଚ ହୁଏ  ।  ବୁଣା ଧାନରେ ଘାସମରା ଔଷଧ ଉପରେ ଅତ୍ୟଧିକ ନିର୍ଭରଶୀଳ ହେଲେ ଅନାବନା ଅଘସର ଔଷଧ ପ୍ରତିରୋଧ କ୍ଷମତା ବଦ୍ଧ ହେବା ସହିତ ପରିବେଶ ଓ ମଣିଷ ସ୍ୱାସ୍ଥ୍ୟ ଉପରେ ଏହାର କୁପ୍ରଭାବ ପଡିଥାଏ   ।
  • ଘାସମରା ଔଷଧ ତିନୋଟି ପ୍ରଧାନ ଭାଗରେ ବିଭକ୍ତ କରାଯାଏ ଯଥା ପ୍ରାକବୁଣା , ପ୍ରାକ ଗଜା ଓ ଗଜା ପରି ଔଷଧ   ।
  • ପ୍ରାକ ବୁଣା ଘାସମରା ଔଷଧ ଋତୁକାଳୀନ ଘାସ ଦମନ କରିଥାଏ  । ବୁଣିବାବେଳେ ରହୁଥିବା ବତରର ସଦୁପଯୋଗ କରିବା ନିମତନେ ଫସଲ ବୁଣିବା ପୂର୍ବରୁ ଏହାକୁ ପ୍ରୟୋଗ କରାଯାଏ  । ବାଷ୍ପ ହୋଇ ଉଡିଯିବାରୁ ରକ୍ଷା ପାଇବା ପାଇଁ ଏହି ଧାନର କେତେକ ଘାସମରା ଔଷଧ ଯଥା ଡାଇନାଇଟୋଆନଲସର ମାଟି ଭୀତରେ ପ୍ରୟୋଗ କରିବାକୁ ପଡିଥାଏ  । ବିହନ ବୁଣିବା ପୂର୍ବରୁ ଘାସ ଗଛ ଉଠୁଥିଲେ ଏହାକୁ ଦମନ କରିବା ନିମନ୍ତେ ଗାଈଫୋସେଟ ଜାତୀୟ ଔଷଧ ବ୍ୟବହାର କରାଯାଏ  । ବିନା ଚାଷରେ ଫସଲ ବୁଣା ବା ସଂରକ୍ଷଣ କକ୍ଷ ବା ଜମି ପ୍ରସ୍ତୁତ ପାଇଁ ସମୟ ଅଭାବ ଥିଲେ  , ଏହି ଘାସମରା ଔଷଧ ବ୍ୟବହାର କରିବା ନିହାତି ଆବଶ୍ୟକ ହୋଇଥାଏ   ।
  • ପ୍ରାକ ଗଜା ଘାସମରା ଔଷଧ ବିହନ ବୁଣିବା ପରେ ଓ ଘାସ ମଞ୍ଜିର ଗଜା ବାହାରିବା ପୂର୍ବରୁ ବ୍ୟବହାର କରାଯାଏ  । ଧାନ ବୁଣିବା ବା ରୋଇବାର ୧-୩ ଦିନ ପରେ ଏହି ଔଷଧ ପ୍ରୟୋଗ କରାଯାଏ  । ଔଷଧ ପ୍ରୟୋଗ ସମୟ କିଆରିରେ ଯଥେଷ୍ଟ ଜଳିଆ ଅଂସ ରହିଥିବା ଆବଶ୍ୟକ   ।
  • ଗଜା ପରି ଘାସମରା ଔଷଧକୁ ଫସଲ ଓ ଘାସ ମଞ୍ଜିର ଗଜା ହେବା ପରେ ପ୍ରୟୋଗ କରାଯାଏ  । ସାଧାରଣତଃ ଘାସ ଗଛ ୩-୪ ପତ୍ରର ହୋଇଥିବାବେଳେ ଏହି ଧରଣର ଘାସମରା ଔଷଧ ପ୍ରୟୋଗ କରାଯାଇଥାଏ  ।
  • ବୁଣାଧାନ ବା ରୁଆଧାନ ଅନୁସାରେ ବିଭିନ୍ନ ପ୍ରକାର ଘାସର ସମସ୍ୟାକୁ ନଜରରେ ରାଖୀ (ତୃଣ,  ଚଉଡା ପତ୍ର ବା ମଥା ଜାତୀୟ) ଉପଯୁକ୍ତ ଘାସମରା ଔଷଧ ଚୟନ କରିବାକୁ ପଡିବ  ।  ପ୍ରୟୋଗ ସମୟ ଅନୁସାରେ  (ପାକ ବୁଣା , ପ୍ରାକ ଗଜା ଓ ବୁଣା ପରି) ଘାସମରା ଔଷଧ ଚୟନ କରାଯିବ  ।  ବୁଣାଧାନ ଓ ରୁଆଧାନ ପାଇଁ ଅଧିକ ବ୍ୟବ ହାର ହେଉଥିବା ଘାସମରା ଔଷଧ ବିଷୟ ଏ ତଥ୍ୟ ପରିଶିଷ୍ଠ ୪ରେ ପ୍ରଦାନ ଅକରାଯାଇଛି  ।

ସୂଚନା :- ବୁଣା ଧାନରେ ଦେଖାଯାଉଥିବା ବାଳୁଙ୍ଗା ଦାମ ପାଇଁ କୌଣସି ଘାସମରା ଔଷଧ ନାହିଁ  । ଏଘାକୁ ବାସ ତଳ ପାତାଳୀ କୌଣସି ଅବଲମ୍ବନ (ଧାନ ବୁଣିବା ପୂର୍ବରୁ ସେସବୁକୁ ଗଜା ହେବାକୁ ଦେଇ ମାରି ଦିଆଯାଏ ),  ପର୍ଯ୍ୟାୟ କ୍ରମେ ବୁଣାଧାନ ଓ ରୁଆଧାନ ଚାଷ(ହାତରେ ଉପାଡି ବା ଯନ୍ତ୍ର ସାହାଯ୍ୟରେ ) ଏବଂ ଦାନା ପୂରଣ ପୂର୍ବରୁ ଏହାକୁ ଦାଆରେ କାଟି ବା ହାତରେ ଛିଣ୍ଡାଇ ମଞ୍ଜି ହେବାକୁ ନ ଦେଇ ବାଳୁଙ୍ଗା ଦମନ କରାଯାଇପାରିବ  ।

ଏହି ଅଧିବେଶନ ପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ ଓ ସମ୍ବଳ :-

  • ପାୱାର ପଏଣ୍ଟ ଉପସ୍ଥାପନ  “ ଅଧିବେଶନ ୩ : ଧାନରେ ସମାନତ ପ୍ରଣାଳୀରେ ଘାସ ଦମନ ପଦ୍ଧତି ଉପରେ
  • ପ୍ରତ୍ୟେକ ଶିକ୍ଷାର୍ଥୀଙ୍କ ପାଇଁ ପାୱାର ପଏଣ୍ଟ ଉପସ୍ଥାନ ମୁଦ୍ରିତ ନକଲ
  • ଧଳାବୋର୍ଡ, ମାକାର , ଫପଚାଟ
  • ତାଲିମ ସ୍ଥାନ ପାଖରେ ଥିବା ତିନିଜଳ ଚାଷୀଙ୍କ ଚିହ୍ନଟ କରି ସେମାନଙ୍କ ଜମିକୁ ଯାଇ ଆଲୋଚନା କରିବା  ।
  • ଖବର କାଗଜ , ଛୁରୀ
  • ବିଭିନ୍ନ ପ୍ରକାର ଘାସ ଦମନ ପାଇଁ ପ୍ରାକ ବୁଣା , ଗଜା ଓ ଗଜା ଘାସମରା ଔଷଧର ନମୁନା ।

ଅଧିବେଶନ ପରିଚାଳନା ପାଇଁ ସୋପାନ

ସୋପାନ ୧

ବିଭିନ୍ନ ଧାନ ଚାଷ ପଦ୍ଧତି ବିଷୟରେ ଆଲୋଚନା ଆରମ୍ଭ କରନ୍ତୁ (୩୦ ମିନିଟ)

ତାଲିମ ସଂଯୋଜକ ଶିକ୍ଷାର୍ଥୀଙ୍କ ତିନୋଟି ଦଳରେ ବିଭକ୍ତ କରି ସେମାନଙ୍କ ଅଞ୍ଚଳରେ ହେଉଥିବା ଧାନଚାଷ ପଦ୍ଧତି ବିଷୟରେ ଆଲୋଚନା କରିବାକୁ କୁହନ୍ତୁ   ।  ତଳ ଲିଖିତ ବିଷୟରେ ଆଲୋଚନା କରିବା ପାଇଁ ଦଳଗୁଡିକୁ ୧୮୫ ମିନିଟ ସମୟ ପ୍ରଦାନ କରନ୍ତୁ   । କେଉଁ ଧାନଚାଷ ପଦ୍ଧତିରେ ଅଧିକ ଘାସ ଦେଖାଯାଏ ଓ କେଉଁ ପଦ୍ଧତିରେ କମ ଘାସ ଦେଖାଯାଏ  । କେଉଁ ଜମିରେ  (ଖାଲ ବା ଢିପ) ଘାରୁ ସମସ୍ୟା ଅଧିକ ବ କମ ଦେଖାଯାଇଥାଏ  ।  ସେମାନଙ୍କ ଅଞ୍ଚଳରେ ସାଧାରଣତଃ କେଉଁ ପଦ୍ଧତିରେ ଚାଷୀମାନେ ଧାନ ଫସଲରେ ଘାସ ଦମନ କରିଥାନ୍ତି । ଉଦାହରଣ ସ୍ୱରୂପ ବୁଣିବା / ରୋଇବା ପୂର୍ବରୁ ଅଥବା ବୁଣିବା /ରୋଇବା ପରେ  ।  ଏହାପରେ ପ୍ରତ୍ୟେକ ଦଳକୁ ସେମାନଙ୍କ ଆଲୋଚନାର ଫଳାଫଳ ଉପସ୍ଥାପନ କରିବାକୁ କୁହନ୍ତୁ   ।

ସୋପାନ ୨

ଧାନ ଫସଲରେ ସମନତ ପଦ୍ଧତିରେ ଘାସ ପରିଚାଳନା  (୩୦ ମିନିଟ)

ଏହି ସୋପାନରେ ତାଲିମ ସଂଯୋଜକ ଏକ ପାୱାର ପଏଣ୍ଟ ଉପସ୍ଥାପନ କରିବେ  (ଅଧିବେଶନ :୩ ସମାନତ ଘାସ ଦମନର ବିଭିନ୍ନ ପଦ୍ଧତି) ।  ନିଜେ ପ୍ରଶ୍ନ ପଚାରି ଓ ଶିକ୍ଷାର୍ଥୀମାନଏନକେ ପ୍ରଶ୍ନ ପଚାରିବକଉ ଦେଇ ଆଲୋଚନାକୁ ଜୀବନ୍ତ କରନ୍ତୁ  ।  ପ୍ରଥମ ସୋପାନରେ ଶିକ୍ଷାର୍ଥୀମାନେ ତାଲିକା କରୁଥିବା ବିଷୟରେ ଆଲୋଚନା କରନ୍ତୁ   ।

ସୋପାନ:-

ପ୍ରୟୋଗାତ୍ମକ ତାଲିମ ପାଇଁ କ୍ଷେତ ଭ୍ରମଣ(୧୦୦ ମିନିଟ)

ଶିକ୍ଷାର୍ଥୀମାନଙ୍କ ତିନୋଟି ଦଳରେ ବିଭକ୍ତ କରନ୍ତୁ । (ପ୍ରଥମ ସୋପାନ ପର) । ତାଲିମ ସଂଯୋଜକ ଶିକ୍ଷାର୍ଥୀମାନଙ୍କ କ୍ଷେତ ଭ୍ରମଣ ବିଷୟରେ ସଂକ୍ଷିପ୍ତ ସୂଚନା ପ୍ରଦାନ କରିବେ   ।  ଚିହ୍ନଟ କରାଯାଇଥିବା ତିନି ଜଳ କୃଷକଙ୍କ ଜମିକୁ ତିନୋଟି ଦଳକୁ ନିଅନ୍ତୁ   ।  ପ୍ରତ୍ୟେକ ଦଳ ଜଣେ କୃଷକଙ୍କ ସହିତ ଆଲୋଚନା କରି ତାଙ୍କ ଜମି ଏ ଦେଖାଯାଉଥିବା ପ୍ରମୁଖ ଘାସ ଓ ଧାନ ଜମି ଏ କରାଯାଉଥିବା ଘାସ ପରିଚାଳନା ବିଷୟରେ ତଥ୍ୟ ସଂଗ୍ରହ କରିବେ  । କୃଷକଙ୍କ ସହିତ ପ୍ରତ୍ୟେକ ଦଳ ନିମ୍ନ ବିଷୟ ରେ ଆଲୋଚନା କରିବେ   ।

  • କୃଷକଙ୍କ ବିଷୟରେ ତଥ୍ୟ: ନାମ , ଗ୍ରାମ,ବ୍ଲକ,ଜିଲ୍ଲା,  ମୋବାଇଲ ନମ୍ବର
  • କୁରସକଙ୍କ ଦ୍ଵାରା କରାଯାଇଥିବା ଧାନ ଚାଷ ପଦ୍ଧତି
  • ଘାସ ପରିଚାଳନା ନେଇ ତାଙ୍କର ସମସ୍ୟା କଣ
  • ତାଙ୍କ ଜମି ଏ ଦେଖାଯାଉଥିବା ସମସ୍ୟାମୂଳକ ଘାସ
  • କୃଷକଙ୍କ ଦ୍ଵାରା ଅବିବହାର କରାଯାଉଥିବା ଗୁରୁତ୍ଵପୂର୍ଣ୍ଣ ଘାସ ପରିଚାଳନା କାର୍ଯ୍ୟର ତାଲିକା ପ୍ରସ୍ତୁତ କରନ୍ତୁ   । ଫସଲ କ୍ୟାଲେଣ୍ଡର/ଫସଲର ଅଭିବୃଦ୍ଧି ସମଦ୍ୟ / ପ୍ରୟୋଗ ସମୟ ଅନୁସାରେ ଏସବୁ କାର୍ଯ୍ୟର ମାନଚିତ୍ର ପ୍ରସ୍ତୁତ କରନ୍ତୁ  ( ଉଦାହରଣ ସ୍ୱରୂପ ଜମି ପଡିଆ ଥିବାବେଳେ ବୁଣିବା /ରୋଇବାର ଠିକ ପୂର୍ବରୁ ଏବଂ ବୁଣିବା / ରୋଇବା ପରେ  ।
  • ସେ ଘାସମରା ଔଷଧ ବ୍ୟବହାର କରନ୍ତି କି  ?
  • ଯଦି ହିଁ , ତେବେ କେଉଁ ଘାସମରା ଔଷଧ , ଏହାର ପ୍ର୍ୟାଅଗ ସମ, ଏହାର ଦ୍ଵାରା ସେ ସନ୍ତୁଷ୍ଟ କି?
  • ଘାସମରା ଔଷଧର ଦାନ ଅଧିକ କି  (କୃଷକଙ୍କ ଧରଣକୁ ଲିପିବଦ୍ଧ କରନ୍ତୁ  ।
  • ଘାସମରା ଔଷଧ ସହଜ ଏ ବଜାରରେ ମିଳେ କି  ?
  • କେଉଁ ଘାସମରା ଔଷଧ ବ୍ୟବହାର କରାଯିବ   , ଏବିଷୟ ଏ କିପରି ନିଷ୍ପତ୍ତି ଗ୍ରହଣ କରନ୍ତୁ   ।  ସେ କେଉନ୍ଥର ଏ ବିଷୟ ଏ ତଥ୍ୟ ପାଇଥାନ୍ତି  ( ଔଷଧ ବିକ୍ରେତା , ସଂପ୍ରସାରଣ କର୍ମୀ, କୃଷି ବୈଜ୍ଞାନିକ , କୃଷି ବିଶ୍ଵବିଦ୍ୟାଳୟ   ।
  • ଔଷଧ ସ୍ପେ କରିବାବେଳେ ସେମାନେ ସୁରକ୍ଷା ଦ୍ରୁଷ୍ଟିକୁ ସତର୍କତା ଅବଲମ୍ବନ କରିଥାନ୍ତ କି
  • ଘାସ ଦମନ ପାଇଁ ମୋଟ କେତେ ଟଙ୍କା ଖର୍ଚ୍ଚ ହୁଏ  ।
  • ଧାନ ଫସଲରେ ଅନାବନା ଆଘାସ ଯୋଗୁଁ ଶତକଡା କେତେ କ୍ଷତି ହୁଏ
  • ସେମାନେ ଘାସ ପରିଚାଳନା ଉପରେ ଅଧିକ ଜ୍ଞାନ ବା ତାଲିମ ଆସା କରନ୍ତି କି

ଏହି ଆଲୋଚନା ପରେ ଦଳର ସଭ୍ୟ/ସଭ୍ୟାମାନେ ତାଙ୍କର  ୨/୪ ଟି କିଆରି ବୁଲି ସେଠାରେ ଅଧିକ ଭାବରେ ଦେଖାଯାଉଅଥିବା ଅନାବନା ଘାସ ସଂଗ୍ରହ କରିବେ  । ସେମାନେ ପ୍ରତି କିଆରିରୁ  ୫-୬ ଟି ଘାସ ସଂଗ୍ରହ କରି ନିମ୍ନ ତଥ୍ୟକୁ ଲିପିବଦ୍ଧ କରିବେ   ।

କିଆରି

ଘାସର ଜାତ

ସ୍ଥାନୟୟ ନାମ

ଘାସର ପ୍ରକାର

ଜମିର ପ୍ରକାର

ଏହି ଘାସ ଜମିରେ କେତେ ପରିମାଣରେ ରହୁଛି

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

ସୋପାନ୪

ପ୍ରତ୍ୟେକ ଦଳ ସେମାନଙ୍କ ରିପୋର୍ଟ ଉପସ୍ଥାପନ କରନ୍ତୁ  (୨୦ ମିନିଟ)

ତାଲିମ ସଂଯୋଜକ ପ୍ରତ୍ୟେକ ଦଳକୁ ସେମାନଙ୍କ କ୍ଷେତ ରିପୋର୍ଟ ଉପସ୍ଥାପନ କରିବାକୁ କହିବେ  (କୃଷକଙ୍କ ସହିତ ଆଲୋଚନା/ସାକ୍ଷାତକାରର ଫଳାଫଳ, ତାଙ୍କ କିଆରିର ସଂଗ୍ରହ କରୁଥିବା ଘାସ ବିଷୟକ ତଥ୍ୟ) । ପ୍ରତ୍ୟେକ ଉପସ୍ଥାପାନ ପରେ ଅନ୍ୟ ଦଳକୁ ପ୍ରଶ୍ନ ପଚାରିବା ପାଇଁ କୁହନ୍ତୁ  ।

ସୂଚନା : ଅଧିବେଶନ ୩: ଧାନରେ ସମାନତା ପଦ୍ଧତିରେ ଘାସ ଦମନ ଉପରେ ପାୱାର ପଏଣ୍ଟ ସାଇଡ ପାଇଁ ଦୟାକରି ପରିଶିଷ୍ଟ ୩ ଦେଖନ୍ତୁ   ।

ଆଧାର  :ଯାନ୍ତ୍ରିକ ପଦ୍ଧତିରେ ଧାନ ରୋପଣ

3.08333333333
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top