ହୋମ / କୃଷି / ଶସ୍ୟ ଉତ୍ପାଦନ / ଯାନ୍ତ୍ରିକ ପଦ୍ଧତିରେ ଧାନ ରୋପଣ(ମ୍ୟାଟ ବା ମସିଣା ପ୍ରକାରର ନର୍ସରୀ)
ସେଆର କରନ୍ତୁ

ଯାନ୍ତ୍ରିକ ପଦ୍ଧତିରେ ଧାନ ରୋପଣ(ମ୍ୟାଟ ବା ମସିଣା ପ୍ରକାରର ନର୍ସରୀ)

ମ୍ୟାଟ ବା ମସିଣା ପ୍ରକାରର ନର୍ସରୀ

ଉପକ୍ରମିକା

ଜନ୍ତ୍ର ସାହାଯ୍ୟରେ ଧାନରୋଇବା ପାଇଁ ମସିଣା ପଦ୍ଧତିରେ ଚାରା ଉତ୍ପପାଦନ ଆବଶ୍ୟକ ହୋଇଥାଏ।ତାଳି ପ୍ରସ୍ତୁତି ପ୍ରକ୍ରିୟା ଅନୁସାରେ ମସିଣା ଚାରା ସାଧାରଣ ଚାରା ଠାରୁ ଭିନ୍ନ ହୋଇଥାଏ।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ ପାରମ୍ପରିକ ପଦ୍ଧତିରେ ପ୍ରସ୍ତୁତ କରାଯାଇଥିବା ତଳିକୁ ଧାନରୁଆ ଜନ୍ତ୍ର ରେ ବ୍ୟବହାର କରାଯାଇପାରିବ ନାହିଁ।

ମସିଣା ପଦ୍ଧତିରେ ତାଳି ପ୍ରସ୍ତୁତି ବିଷୟକ ବିଭିନ୍ନ କାର୍ଯ୍ୟ ଓ ପରିଚାଳନା ସମ୍ବନ୍ଧରେ ଏହି ଅଧିବେଶନରେ ଆଲୋଚିତ ହେବ । ଯେହେତୁ ଅନେକ କୃଷକ ଓ ସେବାପ୍ରଦାନକାରୀ ମସିଣା ପଦ୍ଧତିରେ ପ୍ରସ୍ତୁତ ଧାନ ତଳି ବିକ୍ରି କରି ଯଥେଷ୍ଟ ଆୟ କରୁଛନ୍ତି ,ତେଣୁ ଏହି ପଦ୍ଧତିର ତଳି ପ୍ରସ୍ତୁତି ର ବ୍ଯବସାୟିକ ଦିଗ ଉପରେ ଆଲୋଚନା କରାଯିବ ।

ଏହି ଅଧିବେଶନକୁ ତିନି ଭାଗରେ ବିଭକ୍ତ କରାଯାଇଛି ।

  • ମସିଣା ପ୍ରକାରର ତଳି ପ୍ରସ୍ତୁତି
  • ମସିଣା ପ୍ରକାରର ତଳି ପ୍ରସ୍ତୁତି ପାଇଁ ଫସଲ ପରିଚାଳନା
  • ବ୍ୟବସାୟିକ ଭିତ୍ତିରେ ମସିଣା ପ୍ରକାର ତଳି ପ୍ରସ୍ତୁତି

ଏହି ଅଧିବେଶନ ପରେ ଶିକ୍ଷାର୍ଥୀ ମାନେ ନିମ୍ନ ବିଷୟରେ ସକ୍ଷମ ହୋଇଥିବେ ।

  • ସାଧାରଣ ତଳି ଓ ମସିଣା ପ୍ରକାରର ତଳି ମାଧରେ ପ୍ରଭେଦ ଜାଣିପାରୁଥିବେ।
  • ଆର୍ଦ୍ଦ ଓ ଶୁଷ୍କ ଅବସ୍ଥା ରେ ମସିଣା ପ୍ରକାରର ତଳି ଉତ୍ପପାଦନ ପାଇଁ ଆବଶ୍ୟକୀୟ ପ୍ରସ୍ତୁତି ,ଆବଶ୍ୟକୀୟ ସାମଗ୍ରୀ ଓ ପ୍ରଣାଳୀ ବିଷୟରେ ବୁଝାଇ ପାରୁଥିବେ ।
  • ମସିଣା ପ୍ରକାର ଚାରା ଉତ୍ପପାଦନ ପାଇଁ ତଳି ପଟାଳିର ଉପଯୁକ୍ତ ପରିଚାଳନା ପଦ୍ଧତି ବିଷୟରେ ବୁଝାଇପାରୁଥିବେ ।
  • ବ୍ୟବସାୟିକ ଭିତ୍ତିରେ ମସିଣା ପ୍ରକାରର ଚାରା ଉତ୍ପପାଦନ କରି ଅଧିକ ଆୟ କରିବାର ସମ୍ଭାବନା ବିଷୟରେ ହୃଦୟଙ୍ଗମ କରିପାରୁଥିବେ

ମ୍ୟାଟ ବା ମସିଣା ପ୍ରକାରର ତଳି ପ୍ରସ୍ତୁତି

ଶ୍ରେଣୀଗୃହ ଶିକ୍ଷା :

ମସିଣା ପ୍ରକାର ତଳି ପ୍ରସ୍ତୁତି ସାଧାରଣ ସୂଚନା ସହିତ ଏହାର ଉପକାରିତା ଓ ଅପକାରିତା ବିଷୟରେ ବର୍ଣ୍ଣନା କରି ଏହି ଅଧିବେଶନ ଆରମ୍ଭ କରାଯାଉ ।ତଳି ପ୍ରସ୍ତୁତି ପ୍ରଣାଳୀ ଏକାଗ୍ର ଭାବେ ଶିକ୍ଷାଲାଭ ନିମନ୍ତେ ଶିକ୍ଷାର୍ଥୀ ମାନଙ୍କୁ ପ୍ରୋତ୍ସାହିତ କରାଯାଉ ।ପ୍ରଶ୍ନ ପଚାରି ନିଜ ମନର ସନ୍ଦେହ ଦୂର କରିବା ନିମନ୍ତେ ଶିକ୍ଷାର୍ଥୀ ମାନଙ୍କୁ ଉତ୍ସାହିତ କରନ୍ତୁ ।ଏହି ଅଧିବେଶନରେ ନିମ୍ନ ବିଷୟରେ ଆଲୋଚନା କରନ୍ତୁ ।

ମସିଣା ପ୍ରକାରର ତଳି କହିଲେ କଣ ବୁଝାଯାଏ ?

ଛିଦ୍ର ହୋଇଥିବା ପଲିଥିନ ଉପରେ ପତଳା ଭାବେ (୦.୫ ରୁ ୦.୭୫ ଇଞ୍ଚ) ମାଟି ରାଖୀ ତା ଉପରେ ଧାନ ଚାରା ଉତ୍ତପାଦାନକୁ ମସିଣା ପ୍ରକାର ତଳି ପ୍ରସ୍ତୁତି କୁହାଯାଏ।ପଲିଥିନ ଯୋଗୁଁ ଚାରା ଗଛ ଚେର ତଳକୁ ଯାଇ ମାଟିରେ ପ୍ରବେଶ କରିପାରେ ନାହିଁ। ବରଂ ଚେରର ଏକ ବହଳ ଗୁଚ୍ଛ ସୃଷ୍ଟି ହୋଇଥାଏ । ଧାନ ରୁଆ ଜନ୍ତ୍ର ର ଟ୍ରେ ସହିତ ଖାପ ଖୁଆଇବା ପରି ମସିଣା ତଳିକୁ ବିଭିନ୍ନ ଆକାରରେ କଟାଯାଇଥାଏ।

ମସିଣା ପ୍ରକାର ତଳି ଘରା ର ଉପକାରିତା

  • ଏକ ଏକର ପାଇଁ ପାରମ୍ପରିକ ତଳି ଘେରା ତୁଳନା ରେ ଏହି ପଦ୍ଧତିରେ କମ ଜାଗା ଆବଶ୍ୟକ ହୋଇଥାଏ।(୩୦ ବର୍ଗ ମିଟର ବନାମ ୪୦୦ ବର୍ଗ ମିଟର )
  • ପ୍ରାୟ ୧୪ ରୁ ୧୮ ଦିନରେ ୧୮ ରୁ ୨୦ ସେଣ୍ଟିମିଟର ଉଚ୍ଚତାର (୨ ରୁ ୩ ପତ୍ର ବିଶିଷ୍ଟ )ସୁସ୍ଥ ଚାରା ପ୍ରସ୍ତୁତ ହୋଇଥାଏ।
  • ଚାରା ଗଛ ଉପୁଡା ଯାଉ ନ ଥିବାରୁ ଚେର ବିଶେଷ କ୍ଷତିଗ୍ରସ୍ତ ହୁଏ ନାହିଁ। ଫଳରେ ରୋପଣ ଜନିତ ଆଘାତ ହ୍ରାସ ହେବା ଯୋଗୁଁ ଗଛ ଶୀଘ୍ର ଚେର ଧରେ ଓ ପିଲା ଦେଇଥାଏ।
  • ତଳି ପକାଇବା ପାଇଁ କମ ଶ୍ରମ ଶକ୍ତି ଆବଶ୍ୟକ ହୁଏ।

ମସାଣି ତଳି ଘରା ର ଅପକାରିତା

  • କେବଳ ଛୋଟୋ ଓ ସୁସ୍ଥ ସବଳ ଚାରା ଗଛ ରୁଆ ଯାଇପାରିବ ।ଅଧିକ ଦିନର ଚାରା ଋଆଯାଇପାରିବ ନାହିଁ।
  • ପାରମ୍ପରିକ ପଦ୍ଧତିରେ ତଳି ପ୍ରସ୍ତୁତି ତୁଳନାରେ ଅଧିକ ବ୍ୟୟ(ଯଥା ପୋଲିଥିନ ,ଫ୍ରେମ ଖତ ଆଦି) କରିବାକୁ ପଡିଥାଏ।
  • ଏହି ପଦ୍ଧତି ପାଇଁ ଅଧିକ ଜ୍ଞାନ ଆବଶ୍ୟକ ହେଉଥିବାରୁ ଉପଯୁକ୍ତ ଭାବେ ଚାରା ଉତ୍ପପାଦନ ନିମନ୍ତେ ଅଧିକ ସମୟ ଲାଗିଥାଏ।

ଜମିରେ ପ୍ରୟୋଗାତ୍ମକ ଶିକ୍ଷା

ମସିଣା ପଦ୍ଧତିରେ ତଳି ପ୍ରସ୍ତୁତି କାର୍ଯ୍ୟ ଉପରେ ଶ୍ରେଣୀ ଗୃହ ଶିକ୍ଷା ଶେଷ ହେବା ପରେ ଶିକ୍ଷାର୍ଥୀ ମାନଙ୍କୁ ନିକଟସ୍ଥ ଜମିକୁ ନେଇ ଏହା ଉପରେ ପ୍ରୟୋଗାତ୍ମକ ଶିକ୍ଷା ପ୍ରଦାନ କରାଯାଉ ।“ତାଲିମ ପାଇଁ ଯୋଜନା ଓ ପ୍ରସ୍ତୁତି “ବିଭାଗର ବର୍ଣ୍ଣନା କରାଯାଇଥିବା ପରି ପ୍ରୟୋଗାତ୍ମକ ଶିକ୍ଷା ନିମନ୍ତେ ନିମ୍ନ ସାମଗ୍ରୀମାନ ପ୍ରସ୍ତୁତ ହୋଇ ରହିଥିବା ଦରକାର ।

  • ଚାଷ ହୋଇ, କାଦୁଅ କରାଯାଇ ସମତୁଲ ହୋଇଥିବା ଜମି
  • ପ୍ରାୟ ୨୦ ମିଟର ଲମ୍ବ ,୧.୫ ମିଟର ଓସାର ଏବଂ ୧୦-୧୫ ସେଣ୍ଟିମିଟର ଉଚ୍ଚତାର ତଳି ପଟାଳି ପ୍ରସ୍ତୁତ ହୋଇଥିବା ଦରକାର ।
  • ବିଶୋଧିତ ଓ ଗଜା ହୋଇଥିବା ବିହନ (ଏକର ପ୍ରତି ୮- ୧୦ କି.ଗ୍ରା ସଙ୍କର କିସମ ବା ୧୫ - ୧୮ କି ଗ୍ରା ସାଧାରଣ କିସମ) ଦରକାର। ଏଥି ସହିତ ମସିଣା ପ୍ରକାର ତଳି ପ୍ରସ୍ତୁତି ପାଇଁ ନିମ୍ନ ସାମଗ୍ରୀ ମାନ ଆବଶ୍ୟକ ହେବ ।

ଆବଶ୍ୟକୀୟ ସାମଗ୍ରୀ :

ମସିଣା ନର୍ସରୀ ପ୍ରସ୍ତୁତି ପାଇଁ ନିମ୍ନ ତାଲିକା ଅନୁସାରେ ସାମଗ୍ରୀ ମାନଙ୍କ ବିଷୟରେ ତାଲିମଦାତା ବର୍ଣ୍ଣନା କରିବା ସହିତ ନର୍ସରୀ ପାଇଁ ସେସବୁ ର ଗୁରୁତ୍ଵ ବିଷୟରେ ପ୍ରକାଶ କରିବେ ।

  1. ଉନ୍ନତ ମାନର ବିହନ :ସଂକର କିସମ ପାଇଁ ଏକ ପ୍ରତି ୮-୧୦ କିଲୋଗ୍ରାମ ଏବଂ ସାଧାରଣ କିସମ ପାଇଁ ଏକର ପ୍ରତି ୧୫-୧୮ କିଲୋଗ୍ରାମ
  2. ତଳି ପଟାଳି ର ଆୟତନ :ଏକ ଏକର ଜମିରେ ରୋଇବା ପାଇଁ ୨୦ ମିଟର ଲମ୍ବ x୧.୫ ମିଟର ପ୍ରସ୍ଥ ବିଶିଷ୍ଟ ପଟାଳି।
  3. ଛିଦ୍ରଯୁକ୍ତ ପଲିଥିନ :୨୦ ମିଟର ଲମ୍ବx୧.୫ ମିଟର ପ୍ରସ୍ଥ
  4. ମାଟି ସଫା କରିବା ଚାଲୁଣି
  5. ମାଟି ଓ ଗୋବର ଖତ ର ମିଶ୍ରଣ (୪ ଭାଗ ମାଟି ଓ ୧ ଭାଗ ଖତ)
  6. ପଣି ଦେବା ପାଇଁ ଝରା
  7. ଲୁହା ଫ୍ରେମ :ମାଟିର ଗଭୀରତା ବଜାୟ ରଖିବା ପାଇଁ ଲୁହାର ଫ୍ରେମ (୧.୨ମିଟର ଲମ୍ବ x୧.୨ ମିଟର ପ୍ରସ୍ଥ )ଆବଶ୍ୟକ।ଏହି ଫ୍ରେମ ଟି ନିମ୍ନାମତେ ହେବା ଦରକାର ।
  • ଆଦ୍ର ନର୍ସରୀ ନିମନ୍ତେ ୦.୫ ଇଞ୍ଚ ମୋଟେଇ ଲୁହା ଫ୍ରେମ
  • ଶୁଷ୍କ ନର୍ସରୀ ନିମାନେ ୦.୭୫ ଇଞ୍ଚ ମୋଟେଇ ଲୁହ ଫ୍ରେମ
  1. ଅଖା ମୁଣି
  2. ମସିଣା ତଳି କାଟିବା ପାଇଁ ଦାଆ ବା ଧାରୁଆ ଛୁରୀ
  3. ବିହନ ବିଶୋଧନ ନିମନ୍ତେ ସୁରକ୍ଷା ପାଇଁ ଗ୍ଳୋଭ ଓ ମୁଖା

ମସିଣା ନର୍ସରୀ ର ପ୍ରକାରଭେଦ :

ପ୍ରସ୍ତୁତି ପ୍ରଣାଳୀ ଅନୁସାରେ ଦୁଇ ପ୍ରକାରର ମସିଣା ନର୍ସରୀ ରହିଥାଏ।

କ.ଆଦ୍ର ମସିଣା ନର୍ସରୀ     ଖ.ଶୁଷ୍କ ମସିଣା ନର୍ସରୀ

ଆଦ୍ର ମସିଣା ନର୍ସରୀ

ପ୍ରସ୍ତୁତି ପ୍ରଣାଳୀ :

ତାଲିମ ର ଦିନେ ପୂର୍ବରୁ ଏହି କାର୍ଯ୍ୟମନ କରନ୍ତୁ।ପ୍ରୟୋଗାତ୍ମକ ତାଲିମ ସମୟରେ ଏ ବିଷୟରେ ଶିକ୍ଷାର୍ଥୀ ମାନଙ୍କୁ ବୁଝାଇ ଦିଅନ୍ତୁ ।

  1. ଜମିକୁ କାଦୁଅ କରି ଗୋଟିଏ ଦିନ ପାଇଁ ଛାଡି ଦିଅନ୍ତୁ ।
  2. ଏହା ପରେ 20 ମିଟର ଲମ୍ବ,1.5 ମିଟର ପ୍ରସ୍ଥ ଓ 10-15 ସେଣ୍ଟିମିଟର ଉଚ୍ଚତା ବିଶିଷ୍ଟ ପଟାଳି ପ୍ରସ୍ତୁତ କରନ୍ତୁ ।ଏହି ପଟାଳିରେ ମାଟି ବସିଯିବା ପାଇଁ 1-2 ଦିନ ଛାଡି ଦିଅନ୍ତୁ ।
  3. ଏହି ପଟାଳିମାନଙ୍କ ମାଧରେ 60-80 ସେଣ୍ଟିମିଟର ଅସରର ନାଳ କରନ୍ତୁ ।

ତାଲିମ ସମୟରେ ନିମ୍ନ କାର୍ଯ୍ୟମାନଙ୍କୁ ଅନୁଧ୍ୟାନ କରିବା ନିମନ୍ତେ ଶିକ୍ଷାର୍ଥୀମାନଙ୍କୁ କୁହନ୍ତୁ ।

  1. ନାଳରେ ସଢା ଗୋବର ଖତ ରାଖୀ ଏଥିରେ ପାଣି ଭର୍ତି କରନ୍ତୁ ।ଖତ କୁ ମାଟି ସହିତ ମିଶାଇ ଏକ ମଣ୍ଡ ପ୍ରସ୍ତୁତ କରନ୍ତୁ ।
  2. ପଟାଳି ଉପରେ ଛିଦ୍ର ଯୁକ୍ତ ପଲିଥିନ ବିଛାଇ ଦିଅନ୍ତୁ।ଏହା ମାଧରେ ପବନ ରହିଥିଲେ ବାହାର କରିଦିଅନ୍ତୁ
  3. ତଳି ପଟାଳିରେ ବିଛାଯାଇଥିବା ପଲିଥିନ ଉପରେ ଲୁହ ଫ୍ରେମ ରଖନ୍ତୁ।ପୋଲିଥିନ ଉପରେ ଖତ ଓ ମାଟିର ମିଶ୍ରଣକୁ ରଖନ୍ତୁ ।
  4. ପଟା ସାହାଯ୍ୟରେ ପଟାଳିକୁ ସମତୁଲ ରଖନ୍ତୁ ।
  5. ବିହନକୁ ପଟାଳି ଉପରେ ସମାନ ଭାବରେ ବୁନତୁ ।ପ୍ରଥମେ ଚାରି କଦରୁ ଆରମ୍ଭ କରି ପରେ ମଝିରେ ବୁଣନ୍ତୁ।
  6. ସମଗ୍ର ନର୍ସରୀ କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ 3 ,4 ଓ 5 ରେ ବର୍ଣ୍ଣିତ ପଦକ୍ଷେପମାନ ଗ୍ରହଣ କରନ୍ତୁ ।
  7. ବିହନ କୁ ପକ୍ଷୀ ତଥା ଅନ୍ୟାନ୍ୟ ଶତ୍ରୁ କବଳରୁ ରକ୍ଷା କରିବା ନିମନ୍ତେ ଏହା ଉପରେ ପତଳା ଭାବେ ନଡା ବା କଦଳୀ ପାତ୍ର ଘୋଡାଇ ଦିଅନ୍ତୁ ।ପ୍ରାୟ 2-3 ଦିନ ପରେ ଆବରଣ ବାହାର କରିଦିଅନ୍ତୁ ।

ଚିତ୍ର ରେ କାର୍ଯ୍ୟ ପଦ୍ଧତି:

ଶୁଷ୍କ ମସିଣା ନର୍ସରୀ

ପ୍ରସ୍ତୁତି ପ୍ରଣାଳୀ

  • ପଟାଳି ପ୍ରସ୍ତୁତି ପୂର୍ବରୁ ଜମିକୁ ହଳ କରି ମଇ ଦେଇ ଦିଅନ୍ତୁ ।କାଦୁଅ କରିବା ଆବଶ୍ୟକ ନାହିଁ।
  • କୋଡିଏ ମିଟର ଲମ୍ବ ,୧.୫ ମିଟର ପ୍ରସ୍ଥ ଓ ୧୦-୧୫ ସେଣ୍ଟିମିଟର ଉଚ୍ଚତା ବିଶିଷ୍ଟ ପଟାଳି ପ୍ରସ୍ତୁତ କରନ୍ତୁ।
  • ଘାସ ନଥିବା ସ୍ଥାନରୁ ମାଟି ନେଇ ତାହାକୁ ଚଳାଇ ଦିଅନ୍ତୁ।ଏଥିପାଇଁ ୨ ମେସର ଚାଲୁଣି ବ୍ୟବହାର କଲେ ଗୁଣ୍ଡା ମାଟି ମିଳିବ ।
  • ଗୁଣ୍ଡମାଟି ସହିତ ୪:୧ ଅନୁପାତରେ ଶଢା ଗୋବର ଖତ ମିଶାନ୍ତୁ ।ଅନ୍ୟ ଏକ ପୋଲିଥିନ ଥିଲେ ତା ଉପରେ ରାଖୀ ଓ ମାଟି ମିଶାଇ ଦେବା  ଭଲ ।
  • ଏହାପରେ ଆଦ୍ର ମସିଣା ନର୍ସରୀ ପରି ପ୍ରଣାଳୀ ଅବଲମ୍ବନ କରନ୍ତୁ ।

ଚିତ୍ରରେ କାର୍ଯ୍ୟ ପଦ୍ଧତି

ଫସଲ ପରିଚାଳନା ପଦ୍ଧତି

ତଳି ପଟାଳି ପରେ ଶିକ୍ଷାର୍ଥୀମାନଙ୍କୁ ଶ୍ରେଣୀଗୃହକୁ ନିଅନ୍ତୁ । ଧାନ ଫସଲରୁ ଅଧିକ ଅମଳ ପାଇବା ନିମନ୍ତେ ନିମ୍ନଲିଖିତ ଫସଲ ପରିଚାଳନା ପଦ୍ଧତି ବିଷୟରେ ଶିକ୍ଷାର୍ଥୀ ମାନଙ୍କୁ ଭଲଭାବେ ବୁଝାଇ ଦିଅନ୍ତୁ ।

ବିହନ କିସମ ଚୟନ

ଜମିର ପ୍ରକାର ଉପରେ ନିର୍ଭର କରି ନିମ୍ନଲିଖିତ ବିହନମାନ ବ୍ୟବାହାର କରାଯାଇପାରେ ।

ଖାଲ ଓ ମାଧ୍ୟମ ଜମି ପାଇଁ

ସ୍ଵର୍ଣ ସବ୧,ସ୍ଵର୍ଣ, ପୂଜା ,ସାବିତ୍ରୀ (ସିଆର ୧୦୦୯ ),ସିଆର ୧୦୧୮ ,ସିଆର ୧୦୦୯-ସବ ୧,ରାଣୀଧାନ,ପ୍ରତୀକ୍ଷା ,ବୀଣାଧାନ ୧୧

ଢିପ ଜମି ପାଇଁ

ସହଭାଗୀ ଧାନ,ଲାଇଟ ,ଖଣ୍ଡଗିରୀ,ଡିଆରଆର ୪୨

ବନ୍ୟାପ୍ଳାବିତ ଅଞ୍ଚଳ ପାଇଁ

ସ୍ଵର୍ଣ ସବ ୧ ,ସିଆର୧୦୦୯-ସବ ୧,ବିନାଧ୍ହନ ୧୧

ବିହନ ବିଶୋଧନ

ବିହନ ବିଶୋଧନ ଦ୍ଵାରା ଧାନ ଫସଲରେ କବକ ଜନିତ ରୋଗ ହେବାର ଆଶଙ୍କା ହ୍ରାସ ପାଇଥାଏ।ନିମ୍ନଲିଖିତ ପଦ୍ଧତିରେ ବିହନ ବିଶୋଧନ କରାଯାଇପାରିବ ।

ବିହନ ବିଶୋଧନ ପଦ୍ଧତି

  • ବିହନ ବିଶୋଧନ ପୂର୍ବରୁ ହାତରେ ଗ୍ଲୋଭସ ଓ ମୁହଁରେ ମୁଖା ପିନ୍ଧନ୍ତୁ। କବକନାଶକଗୁଡିକ ବିଷାକ୍ତ ପଦାର୍ଥ ।ତେଣୁ ନିଜର ସୁରକ୍ଷା ବିଷୟ ଭୁଲାନ୍ତୁ ନାହିଁ।
  • ପ୍ରତି କିଲୋଗ୍ରାମ ବିହନ ସହିତ ୨ ଗ୍ରାମ କାର୍ବେଣ୍ଡ।ଜିମ ବା ଭିଟାଭାକ୍ସ ମିଶାଇ ବିହନ ବିଶୋଧନ କରନ୍ତୁ ।
  • ବିହନକୁ ୧୦ ଲିଟର ପାଣି ମାଧରେ ପକାଇ ୧୨-୧୬ ଘଣ୍ଟା ପର୍ଯ୍ୟନ୍ତ ଛାଡି ଦିଅନ୍ତୁ ।
  • ପାଣି ଉପରେ ଭାସୁଥିବା ଅଗାଡିକୁ ବାହାର କଋ ଦିଅନ୍ତୁ ।
  • ଧାନ କୁ ପାଣିରୁ ବାହାର କରି ଅଖାରେ ଭର୍ତ୍ତି କରି ୨୪ ଘଣ୍ଟା ରଖନ୍ତୁ ।
  • ନିୟମିତ ବ୍ୟବଧାନରେ ବିହନ ଭର୍ତ୍ତି ବସ୍ତା ଉପରେ ପାଣି ସିଞ୍ଚନ୍ତୁ।ପବନ ଚଳଚଳ ପାଇଁ ଏହାକୁ ଓଲଟପାଲଟା କରନ୍ତୁ। ଏହାଦ୍ଵାରା ବିହନ ଓଦା ରହିବ ଓ ଉତ୍ତାପ ଦ୍ଵାରା ନଷ୍ଟ ହେବା ନାହିଂ। ପ୍ରାୟ ୨୪ ଘଣ୍ଟା ପରେ ବିହନରୁ ଗଜା ବାହାରିବ ।
  • ଚୋଟୋ ଚୋଟୋ ଚେର ଦେଖାଗଲେ ବିହନ ବୁଣିବା ପାଇଁ ପ୍ରସ୍ତୁତି ହୋଇଯାଏ ।
  • ବିହନରୁ ଲମ୍ବା ଚେର ବାହାରିଥିଲେ ଏହା ବୁଣିବା ନିମନ୍ତେ ଉପଯୁକ୍ତ ହୋଇନଥାଏ।

ଜଳ ପରିଚାଳନା

ଉଭୟ ଶୁଷ୍କ ଓ ଆଦ୍ର ତଳି ପଟାଳି ପାଇଁ ଜଳ ପରିଚାଳନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ।ଜଳଭାଗ ବା ଅତ୍ୟଧିକ ଜଳ ଯୋଗୁଁ ତଳି ନଷ୍ଟ ହୋଇଯାଏ ।

  • ଗୋଟିଏ ଝରା ବ୍ୟବହାର କରି ମସିଣା ତଳି ପଟାଳିରେ ଜଳସେଚନ କରନ୍ତୁ ।
  • ତଳି ପଟାଳିକୁ ଓଦା ରଖିବା ନିମନ୍ତେ ପ୍ରଥମ ୩-୪ ଦିନ,ଦୈନିକ ୫-୮ ଥର ଜଳ ସିଂଚନ କରନ୍ତୁ ।ଏହା ପରେ ପଟାଳି ନିକଟରେ ଥିବା ନାଳରେ ପାଣି ଭାରି ଦିଅନ୍ତୁ।
  • ରୋଇବାର ଦିନେ ପୂର୍ବରୁ ଜଳସେଚନ କରିଦିଅନ୍ତୁ ।ଏହି ସମୟରେ ତଳି ପଟାଳିରେ ପାଣି ଜମି ରହିଥିଲେ ନିଗାଡି ଦିଅନ୍ତୁ ।
  • ରୋଇବା ପୂର୍ବରୁ ମସିଣା ତଳି ଶୁଖିଲା ରହିବା ଉଚିତ ।ଶୁଖିଲା ମଶିଣକୁ ସହଜରେ କଟାଯାଏ।ଏବଂ ରୋଇବା ପାଇଁ ଭଲ ହୋଇଥାଏ ।ଜଳ ସିଂଚନ କରି ବା ଜଳସେଚନ ସାହାଯ୍ୟରେ ତଳି ପଟାଳିକୁ ଓଦା ରଖନ୍ତୁ ।

ଖାଦ୍ୟସାର ପରିଚାଳନା

  • ବୁଣିବାର ୧ ସପ୍ତାହ ପରେ ୫୦୦ ଗ୍ରାମ ବାଲି ସହ ମିଶାଇ ୧୦୦ ଗ୍ରାମ ଡିଏପି ସାରା ପ୍ରୟୋଗ କରନ୍ତୁ।ଏକ ଏକର ଜମିରେ ରୋଇବା ପାଇଁ ଉଦ୍ଧିଷ୍ଟ ତଳି ପାଇଁ ୧୦୦ ଗ୍ରାମ ଡିଏପି ଯଥେଷ୍ଟ ଅଟେ।
  • ଖାଦ୍ୟସାର ଅଭାବ ଯୋଗୁଁ ଗଛ ହଳଦିଆ ପଡିଗଲେ ଶତକଡା ୦.୫ ଭାଗ ଜିଙ୍କ ସଲଫେଟ(୨୧%)ସହିତ ଶତକଡା ୨.୫ ଭାଗ ୟୁରିଆ ମିଶାଇ ସ୍ପ୍ରେ କରନ୍ତୁ ।ପୂର୍ବର ଲକ୍ଷଣ ଦେଖାଗଲେ ,ପୁଣିଥରେ ଏହି ଖାଦ୍ୟସାର ସ୍ପ୍ରେ  କରନ୍ତୁ ।
  • ଲୌହ ଅଭାବ ଜନିତ ଲକ୍ଷଣ ଦେଖାଗଲେ (ପତରଶିରା ହଳଦିଆ ପଡିବା ଓ ପାତ୍ର  ସୁଖିବା )ଶତକଡା ୦.୫ ଭାଗ ଫେରସ ସଲଫେଟ(ଲିଟର ପ୍ରତି ୫ ଗ୍ରାମ)ସ୍ପ୍ରେ କରନ୍ତୁ।

ତଳିପଟାଳିରେ ଅନାବନା ଘାସ ପରିଚାଳନା

ମସିଣା ତଳି ପଟାଳି ପ୍ରସ୍ତୁତି ବେଳେ ଘାସ ମୁକ୍ତ ମାଟି ଓ ଖତ ବ୍ୟବହାର କରାଯାଇଥିଲେ ଅନାବନା ଘାସ ସମସ୍ୟା ସୃଷ୍ଟି କରି ନଥାଏ। ମତିରୁ ବାହାରୁଥିବା ଘାସ ଗଛ ପଲିଥିନ ଦ୍ଵାରା ବାଧା ପକାଇଥାଏ।ତଥାପି ଅନାବନା ଘାସ ଦେଖାଗଲେ ଏହାକୁ ଉପଡି ଦେବା ଆବଶ୍ୟକ ।

ରୋଇବା ପାଇଁ ମସିଣା ତଳି କତଯାଇଥିବା

  • ପ୍ରାୟ ୧୮-୨୦ ସେଣ୍ଟିମିଟର ଉଚ୍ଚତର (୨-୩ ପାତ୍ର ର ହୋଇଗଲେ)ତାଳୀରୁଆ ଯନ୍ତ୍ର ସାହାଯ୍ୟରେ ରୋଇବା ପାଇଁ ଉପଯୁକ୍ତ ହୋଇଥାଏ।
  • ଉପଯୁକ୍ତ ଭାବେ ତଳି ପଟାଳି ପରିଚାଳନା କରାଯାଇଥିଲେ ଚାରା ଗଛଗୁଡିକ ଏହି ଉଚ୍ଚତା ର ହେବା ପାଇଁ ୧୪-୧୮ ଦିନ ଆବଶ୍ୟକ କରିଥାନ୍ତି ।
  • କଟିବନା ପୂର୍ବରୁ ଦେଖିବା କଥା ତାଲିପାଟଳି ଶୁଖିଲା ହୋଇଥିବା ।ଉପଯୁକ୍ତ ଆକାରରେ ତଳି ମସିଣା କାଟିବା ପାଇଁ ଦାଆ ବା ଧ୍ହାରୁଆ ଛୁରି ବ୍ୟବହାର କରନ୍ତୁ ।ବ୍ୟବହାର କରାଯାଉଥିବା ଧାନରୁଆ ଯନ୍ତ୍ର ର ତଳି ରଖିବା ସ୍ଥାନ ବା ଟ୍ରେର ଓସାର ଅନୁସାରେ ମଶିଣର ଆକାର ନିର୍ଦ୍ଧାରିତ ହୋଇଥାଏ ।ସାଧାରଣତଃ ନିମ୍ନ ମାପ ଅନୁସାରେ ମଶିଣର ଓସାର ନିର୍ଦ୍ଧାରିତ ହୋଇଥାଏ ।
  • ଭିଏସଟି କମ୍ପାନୀ ଦ୍ଵାରା ପ୍ରସ୍ତୁତ ଧାନରୁଆ ଯନ୍ତ୍ର ପାଇଁ ୬୦ ସେଣ୍ଟିମିଟର x୨୨.୫ସେଣ୍ଟିମିଟର
  • କୁବୋଟା ବା ମହି ଦ୍ଵାରା ପ୍ରସ୍ତୁତ ଧାନରୁଆ ଯନ୍ତ୍ର ପାଇଁ ୬୦ ସେଣ୍ଟିମିଟର x ୩୦ ସେଣ୍ଟିମିଟର
  • ଦୂରସ୍ଥାନକୁ ପରିବହନ ବେଳେ ଦେଖିବା କଥା ଯେପରି ମସିଣା ତଳିଗୁଡିକ ଶୁଖି ନ ଯାଏ ।ଏହା ଉପରେ ନିୟମିତ ଜଳ ସିଂଚନ କରି ଏହାକୁ ଓଦା ରଖାଯାଇ ପାରିବ ।ସାଧାରଣ ଭାବରେ ମସିଣା ତଳି କଟା ଯିବା ପରେ ପରେ ରୋଇବା ଆବଶ୍ୟକ।

ମସିଣା ପ୍ରକାରର ତଳି ଉତ୍ପପାଦନ

ଏକ ବ୍ୟବସାୟିକ ସୁଯୋଗ

ମସିଣା ପ୍ରକାରର ତଳି ଉତ୍ପପାଦନ ଗ୍ରାମାଞ୍ଚଳ କୃଷକ ,ମହିଳା ,ବେକାର ଯୁବକ ଓ ସେବା ପ୍ରଦାନକାରୀ ପାଇଁ ଗୋଟିଏ ଉତ୍ତମ ବ୍ୟବସାୟିକ ସୁଯୋଗ ପ୍ରଦାନ କରିପାରିବ। ଗୋଷ୍ଠୀଗତ ଭାବେ ମସିଣା ପ୍ରକାର ତଳି ଉତ୍ପପାଦନ କରି କେତେକ ଲୋକ ସଫଳ ହୋଇଛନ୍ତି ।ଏହି ତଳିକୁ ସେମାନେ ଅନ୍ୟାନ୍ୟ କୃଷକ ବାଧାନରୁଆ ଯନ୍ତ୍ର ଭଡା ଦେଉଥିବା ବ୍ୟକ୍ତି ବିକ୍ରି କରିଥାନ୍ତି ।

ସଫଳତମ ମସିଣା ପ୍ରକାର ତଳି ଉଦ୍ୟୋଗୀଙ୍କ ଅନୁଭୂତି :

ଏହି ଅଧିବେଶନରେ ମସିଣା ପ୍ରକାର ତଳି ଉତ୍ପପାଦନକୁ ବ୍ୟବସାୟ ଭାବେ ଗ୍ରହଣ କରିଥିବା ଉଦ୍ୟୋଗୀଙ୍କୁ ଆମନ୍ତ୍ରଣ କରନ୍ତୁ ।ଶିକ୍ଷାର୍ଥୀ ମାନଙ୍କୁ ତାଙ୍କ ଅନୁଭୂତି ବିଷୟରେ କହିବା ପାଇଁ ଉଦ୍ୟୋଗଙ୍କୁ କୁହନ୍ତୁ ।ଆସିଥିବା ବ୍ୟକ୍ତି ନିମ୍ନ ମତେ ପଚରା ଯାଇପାରେ ।

  • ଆପଣ ପ୍ରଥମେ କେତେ ଅର୍ଥ ବିନିଯୋଗ କରିଥିଲେ ?
  • ଏକ ଏକର ଜମିରେ ରୋଇବା ନିମନ୍ତେ ଆପଣ କେଉଁ ଉପାୟ ଅବଲମ୍ବନ କରିଥାନ୍ତି ?
  • ମସିଣା ପ୍ରକାର ତଳି ପାଇଁ କୃଶକ ଓ ସେବା ପ୍ରଦାନକାରୀଙ୍କ ର କିପରି ଚାହିଦା ରହିଥାଏ?
  • ଏହି ବ୍ୟବସାୟରେ ଆପଣ କି କି ଆହ୍ଵାନର ସମ୍ମୁଖୀନ ହୋଇଥାନ୍ତି ?
  • ଆପଣଙ୍କ ବ୍ୟବସାୟ ଯୋଗୁଁ କୃଷକ ଓ ଧନରୁଆ ଯନ୍ତ୍ର ଭଡା ଦେଉଥିବା ବ୍ୟକ୍ତି କିପରି ଲାଭବାନ ହୋଇଥାନ୍ତି ?

ଏହି ଆଲୋଚନା ପରେ ମସିଣା ପ୍ରକାର ତଳି ଉତ୍ପପାଦନକୁ କିପରି ବ୍ୟବସାୟ ଭାବେ ଗ୍ରହଣ କରାଯାଇପାରିବ ,ସେ ବିଷୟରେ ଶିକ୍ଷାର୍ଥୀ ମାନେ ପ୍ରାରମ୍ଭିକ ଜ୍ଞାନ ହାସଲ କରିପାରିବେ ।ଏହା ମଧ୍ୟ ମସିଣା ପ୍ରକାର ତଳି ଉତ୍ପପାଦନକୁ କିପରି ବ୍ୟବସାୟ ଭାବେ ଗ୍ରହଣ କରାଯିବ ,ସେ ବିଷୟରେ ଶିକ୍ଷାର୍ଥୀ ମାନେ ପ୍ରାରମ୍ଭିକ ଜ୍ଞାନ ହାସଲ କରିପାରିବେ ।ଏହା ମଧ୍ୟ ମସିଣା ପ୍ରକାର ତଳି ଉତ୍ପପାଦନ କୁ ଏକ ଭାବେ ଗ୍ରହଣ କରିବା ନିମନ୍ତେ ଚାର। ଉତ୍ପପାଦନକାରୀଙ୍କୁ ପ୍ରୋତ୍ସାହିତ କରିବା ।

ଏହି ଆଲୋଚନା ପରେ ମସିଣା ପ୍ରକାର ତଳି ଉତ୍ପପାଦନ କୁ କିପରି ବ୍ୟବସାୟ ଭାବେ ଗ୍ରହଣ କରାଯାଇପାରିବ,ସେ ବିଷୟରେ ଶିକ୍ଷାର୍ଥୀମାନେ ପ୍ରାରମ୍ଭିକ ଜ୍ଞାନ ହାସଲ କରିପାରିବେ ।ଏହା ମଧ୍ୟ ମସିଣା ପ୍ରକାର ତଳି ଉତ୍ପପାଦନ କୁ ଏକ ବ୍ୟବସାୟ ଭାବେ ଗ୍ରହଣ କରିବା ନିମନ୍ତେ ଚାରା ଉତ୍ପପାଦନକାରୀଙ୍କୁ ପ୍ରୋତ୍ସାହିତ କରିବା ।

ଲାଭକ୍ଷତି ହିସାବ

  • ନିମ୍ନଲିଖିତ ଲାଭକ୍ଷତି ହିସାବ ଏକ ସରଲା ଉଦାହରଣ ଅଟେ।ଏହାକୁ ଆଲୋଚନା ମାଧ୍ୟମରେ ବୁଝାଇ ଦିଆଯାଇପାରେ।
  • ମସିଣା ପ୍ରକାର ତଳି ପ୍ରସ୍ତୁତିରୁ କେତେ ଲାଭ ମିଳିପାରିବ ,ଏକଥା ଶିକ୍ଷାର୍ଥୀ ମାନଙ୍କୁ ଜଣାଇବା ହେଉଛି ଏହି ଲାଭ କ୍ଷତି ହିସାବ ବୁଝାଇବାର ଉଦ୍ଦେଶ୍ୟ ।
  • ନିମ୍ନ ସାରଣୀ ରେ ପ୍ରଦାନ କରାଯାଇଥିବା ସାମଗ୍ରୀମାନଙ୍କୁ ପଢନ୍ତୁ ।ଏଥିପାଇଁ କେତେ ଖର୍ଚ୍ଚ ହେବା ସେ କଥା ଶିକ୍ଷାର୍ଥୀ ମାନେ ଆଲୋଚନା କରି କୁହନ୍ତୁ ।

ଲାଭକ୍ଷତି ହିସାବ

  • ମସିଣା ପ୍ରକାର ତଳି ପ୍ରସ୍ତୁତି ବେଳେ ବାସ୍ତବ ଦୃଷ୍ଟିରୁ କେତେ ଖର୍ଚ୍ଚ ହେବା ,ସେ କଥା ଶିକ୍ଷାର୍ଥୀ ମାନେ ଜାଣିବା ଆବଶ୍ୟକ ।
  • ଖର୍ଚ୍ଚ ବିଷୟ ଲେଖିବା ପାଇଁ ଧଳା ବୋର୍ଡ ବା ଫ୍ଲିପ ଚାର୍ଟ ବ୍ୟବହାର କରନ୍ତୁ ।
  • ଶିକ୍ଷାର୍ଥୀଙ୍କ ପାଇଁ ଏହି ହିସାବ ଅଧିକ ପ୍ରାସଙ୍ଗିକ ହେବା ନିମନ୍ତେ ସେମାନଙ୍କୁ ନିଜ ଅଞ୍ଚଳରେ ଧାନ ତଳିର ବଜାର ମୂଲ୍ୟ ପଚାରନ୍ତୁ ।ସେମାନେ ଜାଣି ନଥିଲେ ଗୋଟିଏ ଗ୍ରହଣ ଯୋଗ୍ୟ ମୂଲ୍ୟ କୁହନ୍ତୁ।
  • ଗୋଟିଏ ନିର୍ଦ୍ଧିଷ୍ଟ ଆକାରର ତଳି ପଟାଳିରୁ କେତେ ତାଙ୍କ ମିଳିପାରିବ ,ଏକଥା ହିସାବ କରନ୍ତୁ। ତଳିର ମୂଲ୍ୟ ସହିତ ପଟାଳିର ଆକାର ଗୁଣନ କରି ଏହା ଜାଣିହେବ ।
  • ମୋଟ ଆୟରୁ ଖର୍ଚ୍ଚ ବିୟୋଗ କରି ଲାଭ ପରିମାଣ ଜାଣନ୍ତୁ ।

ଏହି ହିସାବ କରିବା ପାଇଁ ନିମ୍ନ ସରଣୀକୁ ଅନୁସରଣ କରାଯାଇପାରେ

ଖରିଫ ଋତୁରେ ଏକ ଏକର ଜମିରେ ରୋଇବା ପାଇଁ ମସିଣା ପ୍ରକାର ତଳି ଉତ୍ପପାଦନ ପାଇଁ ହେଉଥିବା ଖର୍ଚ୍ଚର ହିସାବ

ଖର୍ଚ୍ଚ

ଉଦ୍ୟୋଗୀ(ଟଙ୍କାରେ )

କୃଷକ(ଟଙ୍କାରେ)

ବିହନ ଖର୍ଚ୍ଚ

୩୭୨

୩୪୬

ହଳ କରିବା ଓ କାଦୁଅ କରିବା (ଟ୍ରାକ୍ଟର )ଖର୍ଚ୍ଚ

୭୨

୮୧

ରସାୟନିକ ସାର ଖର୍ଚ୍ଚ

୩୭

ଜୈବିକ ଖତ (ପରିବହନ ସହିତ)ଖର୍ଚ୍ଚ

୨୪

୫୭

ଘାସମରା ଔଷଧ ଖର୍ଚ୍ଚ

ଜୀବନାଶକ ଔଷଧ ଖର୍ଚ୍ଚ

୧୦

ଜଳସେଚନ ଖର୍ଚ୍ଚ

୧୦

୫୯

ଶ୍ରମିକ ଖର୍ଚ୍ଚ

୧୫୪

୨୧୨

ଅନ୍ୟାନ୍ୟ ଖର୍ଚ୍ଚ (ପଲିଥିନ ,ନଡା ଇତ୍ୟାଦି)

୫୬

୭୨

ମୋଟ ୧ (ତଳି ଉପଡିବା ଖର୍ଚ୍ଚ ବ୍ୟତୀତ)

୭୦୨

୮୭୪

ତଳି ଉପଡିବା ଖର୍ଚ୍ଚ

୧୮୭

୨୧୦

ମୋଟ ୨ (ତଳି ଉପଡିବା ଖର୍ଚ୍ଚ ସହିତ )

୮୮୯

୧୦୮୪

 

ଓଡିଶାର ତିନୋଟି ଜିଲ୍ଲାରେ (ପୁରୀ ,ବାଲେଶ୍ଵର ଓ ଭଦ୍ରକ )ମସିଣା ପ୍ରକାର ତଳି ଉତ୍ପପାଦନ କରୁଥିବା ୩୦ ଜଣ ଉଦ୍ୟୋଗୀ ଏବଂ ନିଜ ବ୍ୟବହାର ପାଇଁ ମସିଣା ପ୍ରକାର ତଳି ଉତ୍ପପାଦନ କରୁଥିବା ୪୩ ଜଣ କୃଷକ ଙ୍କୁ ନେଇ କରାଯାଇଥିବା ଏକ ସର୍ଭେ ର ଫଳାଫଳ ଆଧାରରେ ।

ଓଡିଶାର ତିନୋଟି ଜିଲ୍ଲାରେ (ପୁରୀ ,ବାଲେଶ୍ଵର ଓ ଭଦ୍ରକ)ମସିଣା ପ୍ରକାର ତଳି ଉତ୍ପପାଦନ କରୁଥିବା ୩୦ ଜଣ ଉଦ୍ଯୋଗୀ ଏବଂ ନିଜ ବ୍ୟବହାର ପାଇଁ ମସିଣା ପ୍ରକାର ତଳି ଉତ୍ପପାଦନ କରୁଥିବା ୪୩ ଜଣ କୃଶକଙ୍କୁ ନେଇ କରାଯାଇଥିବା ଏକ ସର୍ଭେ ର ଫଳଫଳ ଆଧାରରେ ।

ଓଡିଶାର ଅଧିକାଂଶ କୃଷକ ଆଦ୍ର ମସିଣା ପ୍ରକାର ତଳି ଉତ୍ପପାଦନ କରନ୍ତି ।ତେବେ ଶୁଷ୍କ ମସିଣା ପ୍ରକାର ତଳି ଉତ୍ପପାଦନ ପାଇଁ ଅଧିକ ଶ୍ରମ ଶକ୍ତି ଓ ଜଳସେଚନ ଆବଶ୍ୟକ ହେଉଥିବା ଯୋଗୁଁ ଖର୍ଚ୍ଚ ସାମାନ୍ୟ ଅଧିକ (୧୦୦ ଟଙ୍କା )ହୋଇପାରେ ।

ମସିଣା ପ୍ରକାର ତଳି ଉତ୍ପପାଦନ ରୁ ଲାଭ (ଏକ ଏକର ଜମିରେ ରୋଇବା ପାଇଁ ତଳି ।ଏହି ଖର୍ଚ୍ଚ ମୂଲ୍ୟରେ ତଳି ଉପଡିବା ଖର୍ଚ୍ଚ ମିଶି ନାହିଁ।)

ମ୍ୟାଟ ତଳି ବ୍ୟବସାୟ ରେ ଲାଭାଂଶ (ତଳି ଏକ ଏକର ଜମିରେ ରୋପଣ ହେବା ଆବଶ୍ୟକ ।ତଳି ଉପଡିବା ପାଇଁ ଖର୍ଚ୍ଚ ବାଦ ଦିଆଯାଇଛି ।)

ଏକ ଏକର ଜମିରେ ରୋଇବା ପାଇଁ ଉଦ୍ଧିଷ୍ଟ ତଳି ପ୍ରସ୍ତୁଟି ଦ୍ଵାରା ଜେନ ମସିଣା ପ୍ରକାର ତଳି ପ୍ରସ୍ତୁତକାରୀ ୩୪୮ ଟଙ୍କା ଲାଭ ପାଇବେ ।ଏକ ଏକର ଜମିରେ ରୋଇବା ନିମନ୍ତେ ମସିଣା ତଳି କିଣିବା ପାଇଁ କୃଷକ ବା କ୍ରେତା ଙ୍କୁ ୧୦୧୫ ଟଙ୍କା ଦେବାକୁ ପଡିଥାଏ ।ନିଜ ଦ୍ଵାରା ତଳି ଉତ୍ପପାଦନ ଖର୍ଚ୍ଚ (୮୭୪ ଟଙ୍କା )ତୁଳନାରେ ଏହା ୧୭୬ ଟଙ୍କା ଅଧିକ ଅଟେ।କିନ୍ତୁ ଏହାଦ୍ବାରା ସେ ସମସ୍ୟାର ସମ୍ମୁଖୀନ ନ ହୋଇ ସୁସ୍ଥସବଳ ଧାନ ତଳି ପାଇଥାନ୍ତି

ମସିଣା ପ୍ରକାର ତଳି କ୍ରେତା ଙ୍କ ବିଷୟରେ ତଥ୍ୟ ସଂଗ୍ରହ

ତଳି ବ୍ୟବସାୟରୁ ଅଧିକ ଲାଭ ପାଇବା ନିମନ୍ତେ ଖାତା ପତ୍ର ପରିଚାଳନା ର ଗୁରୁତ୍ଵ ବିଷୟରେ ଶିକ୍ଷାର୍ଥୀମାନଙ୍କୁ  ବୁଝାଇ ଦିଅନ୍ତୁ ।ତଳି ବିକ୍ରି ପାଇଁ ମିଳିଥିବା ବରାଦ ବିଷୟରେ ତଥ୍ୟ ସଂଗ୍ରହ ନିମନ୍ତେ ନିମ୍ନ ସାରଣୀ ବ୍ୟବହାର କରାଯାଇପାରେ ।ଏହି ତଥ୍ୟ ଆଗାମୀ ବର୍ଷ ମସିଣା ତଳି ପ୍ରସ୍ତୁତି ପାଇଁ ଯୋଜନା କରିବାରେ ସାୟକ ହେବ।ଏଥି ସହିତ ମସିଣା ତଳି ବିକ୍ରି ପାଇଁ ଯଥେଷ୍ଟ କ୍ରେତା ରହିଛନ୍ତି ଓ ଲାଭଜନକ ହୋଇପାରିବ ବୋଲି ଧାରଣ ଜନମି ପାରିବ ।

କୃଶକଙ୍କ ନାମ  ଓ ଠିକଣା

ମୋବାଇଲେ ନଂ

ଜମିର ପରିମାଣ

ଧନରୁଆ ଯିବା ତାରିଖ

(ଆନୁମାନିକ )

 

 

 

 

 

 

 

 

 

 

 

 

 

ଅଧିବେଶନ ଶେଷରେ କୌଣସି ସନ୍ଦେହ ଥିଲେ ଏ ବିଷୟରେ ପଚାରିବା ପାଇଁ ଶିକ୍ଷାର୍ଥୀ ମାନଙ୍କୁ କୁହନ୍ତୁ।ସେସବୁ ସନ୍ଦେହ ଦୂର କରିବା ପାଇଁ ଚେଷ୍ଟା କରନ୍ତୁ ।

ଆଧାର :ଯାନ୍ତ୍ରିକ ପଦ୍ଧତିରେ ଧନରୋପଣ

3.08333333333
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top