ହୋମ / କୃଷି / ଶସ୍ୟ ଉତ୍ପାଦନ / ମୁଗ – ଏହାର କୀଟ ପରିଚାଳନା
ସେଆର କରନ୍ତୁ

ମୁଗ – ଏହାର କୀଟ ପରିଚାଳନା

ମୁଗ – ଏହାର କୀଟ ପରିଚାଳନା ର ସୂଚନା

ମୁଗ କୀଟର ପରିଚାଳନା

ବହୁ ପ୍ରକାର ପୋକ ଦ୍ଵାରା ମୁଗ ଫସଲ ଆକ୍ରାନ୍ତ ହୁଏ  ଏମାନଙ୍କ ମଧ୍ୟକୁ କେତେକ ଯଥେଷ୍ଟ କ୍ଷତି କରୁଥିବାରୁ ମୁଖ୍ୟ କୀଟ ଭାବରେ ବିବେଚିତ କରାଯାଏ, କେତେକ କାଁ ଭାଁ ଦେଖାଯାଉଥିବାରୁ ଏମାନଙ୍କୁ ଗୌଣ ପୋକ ଭାବରେ ଧରାଯାଇଛି  । ସମସ୍ୟାକୁ ଉପଯୁକ୍ତ ଭାବେ ଚିହ୍ନଟ କରାଯାଇ ଠିକ୍  ସମୟରେ ପଦକ୍ଷେପ ନେଲେ ଏହି କ୍ଷତିର ବହୁଅଂଶକୁ ପ୍ରତିହତ କରାଯାଇପାରିବ  । ମୁଗ ଫସଲରେ ରହିଥିବା ହିତକାରୀ ଓ କ୍ଷତିକାରକ ପୋକ ସମ୍ବନ୍ଧରେ କୃଷକମାନେ ଅବଗତ ହେବା ସହିତ ସମସ୍ୟାର ସମାଧାନ ପାଇଁ ଆବଶ୍ୟକ ପରିଚାଳନା ପଦ୍ଧତି ଆବଶ୍ୟକ ହୋଇଥାଏ  ।

ଧଳାମାଛି (ବେମିସିଆ ଟାବାସୀ)

ଶୀତ ସମୟରେ ପ୍ରାପ୍ତ ବୟସ୍କ ପୋକ ସଂଖ୍ୟା ଅଧିକ ଥିଲେ ବି ଏହି ପୋକ ବର୍ଷସାରା ଛୁଆ ଜନ୍ମ କରିଥାଏ ଓ ଫସଲରେ ସମସ୍ତ ବୃଦ୍ଧି ଅବସ୍ଥାରେ ଦେଖିବାକୁ ମିଳେ  । ପ୍ରାପ୍ତ ବୟସ୍କ ପୋକଗୁଡିକ କ୍ଷୁଦ୍ର ପ୍ରଜାପତି ଭଳି ଏବଂ ଡେଣାରେ ଧଳା ମହମ ଗୁଣ୍ଡ ଲାଖି ରହିଥାଏ  । ପତ୍ରର ତଳପଟରେ ଛୋଟ ମୂଳ ଥିବା ଅଣ୍ଡାଗୁଡିକ ଲାଖି ରହିଥାନ୍ତି  । ଅର୍ଭକଗୁଡିକ ବାହାରିଲା ପରେ ବୃତ୍ତାକାର ଦିଶନ୍ତି ଏବଂ ସଙ୍ଗେ ସଙ୍ଗେ ସେମାନେ ପାଟିକୁ ଗଛର ତନ୍ତୁ ସହିତ ଲଗାଇ ସ୍ଥିର ଭାବରେ ରହିଥାଆନ୍ତି  ।

ଫସଲ ବୃଦ୍ଧିର ପ୍ରଥମ ଅବସ୍ଥାରେ ରୋଗ ସଂକ୍ରମଣ ହୋଇଥାଏ  । ପ୍ରଥମ ନିର୍ମୋଚିତ ଅର୍ଭକ ପତ୍ର ଉପରେ ଗୁରୁଣ୍ଡି ଗୁରୁଣ୍ଡି ଚାଲନ୍ତି ଓ ରସ ଶୋଷଣ କରିଥାନ୍ତି  । ଉଭୟ ଅର୍ଭକ ଓ ପ୍ରାପ୍ତ ବୟସ୍କ ପୋକ ତଳୁ ସାଧାରଣତଃ ରସ ଶୋଷଣ କରନ୍ତି  । ସେମାନେ ମଧୁ ଶିଶିର କ୍ଷରଣ କରନ୍ତି ଓ ଏଥିରେ କଳା ଫିମ୍ପି ବଢିଥାଏ ଯାହାକି ଆଲୋକ ସଂଶ୍ଲେଷଣରେ ବାଧା ସୃଷ୍ଟି କରେ  । ଧଳାମାଛି ହଳଦିଆ ମୋଜାଇକ ଭାଇରସ୍ ର (ୱାଇଏମ୍ ଭି) ବାହକ ଏବଂ ଅଧିକାଂଶ ଫସଲର କ୍ଷତି ଏହି ଭୂତାଣୁ ଯୋଗୁଁ ହୋଇଥାଏ  । କାରଣ ଅଳ୍ପ ସଂଖ୍ୟକ ପୋକ ଏହି ରୋଗ ସଂକ୍ରମଣ କରିଦିଅନ୍ତି  । ୱାଇ.ଏମ୍.ଭି.ର ତୀବ୍ର ସଂକ୍ରମଣ ହେଲେ ଅଳ୍ପ ସଂଖ୍ୟକ ଛୁଇଁ ସୃଷ୍ଟି ହୋଇଥାଏ  । ଛୁଇଁର ଆକାର କମିଯାଏ, ମଞ୍ଜି ଲୋଚାକୋଚା ହୋଇଯାଏ ଏବଂ ଲମ୍ବରେ କ୍ଷୁଦ୍ର ହୁଏ  । ମୁଗ ଫସଲରେ ୱାଇ.ଏମ୍.ଭି.୭୦% କ୍ଷତି ଘଟାଇଥାଏ  ।

ପତ୍ରଡିଆଁ ରୋଗ (ଏମ୍ପୋଆସ୍କା କେରି)

ପ୍ରାପ୍ତ ବୟସ୍କ ପୋକଗୁଡିକ ସବୁଜ, ଆକାରରେ ଛୋଟ, ଦେହ ଉପରେ ଡେଣାଗୁଡିକ ମୋଡି ହୋଇ ଛାତ ଆକାରର ଦେଖାଯାଏ  । ମାଈ ପୋକ ତଳେ ଅଣ୍ଡା ଦିଏ ଏବଂ ପତ୍ରର ଶିରା ଚାରିପଟେ ତାହା ବେଢି ରହିଥାଏ  । ଅର୍ଭକଗୁଡିକ କିଳା ଆକୃତିର ଏବଂ ପ୍ରାପ୍ତ ବୟସ୍କ ପୋକ ଭଳି ଦେଖାଯାଏ (ଡେଣା ବ୍ୟତୀତ) ଏବଂ ବ୍ୟାଘାତ ସୃଷ୍ଟି କଲେ ଏମାନେ କୋଣେଇ କିମ୍ବା ପାର୍ଶ୍ଵ ଗତିରେ ଗମନ କରନ୍ତି  ।

ଉଭୟ ଅର୍ଭକ ଏବଂ ପ୍ରାପ୍ତ ବୟସ୍କ ପୋକ ପତ୍ରର ତଳପଟରୁ ରସ ଶୋଷଣ କରନ୍ତି  । ରସକ୍ଷୟ ଓ ସମ୍ଭବତଃ ବିଷାକ୍ତ ଦ୍ରବ୍ୟ ପ୍ରବେଶ ଯୋଗୁଁ ଗଛର କ୍ଷତି ହୋଇଥାଏ  । ଆକ୍ରାନ୍ତ ପତ୍ର ମଳିନ ପଡେ  । ଧାରରେ ହଳଦିଆ ପଡି କପ ଆକାରର ହୋଇଯାଏ  । ଅତିଶୟ ଆକ୍ରମଣ ଯୋଗୁଁ ନାଲିବାଦାମୀ ପତ୍ର ଏବଂ ପରବର୍ତ୍ତୀ ସମୟରେ ପତ୍ର ଝଡିଯାଏ  ।

ଜଉପୋକ (ଆଫ୍ରିସ୍ କ୍ରାସିଭୋରା)

ପ୍ରାପ୍ତବୟସ୍କ ପୋକମାନେ କଳା ଓ ଚିକ୍କଣ, ୨ ମି.ମି. ଲମ୍ବ ଏବଂ ଡେଣାଯୁକ୍ତ  । ବିନା ସଂଗମରେ ସେମାନେ ଛୁଆ ଜନ୍ମ କରିଥାଆନ୍ତି  । ଅର୍ଭକଗୁଡିକ ମହମରେ ଆବୃତ ହୋଇଥାଆନ୍ତି  । ଏହା ଯୋଗୁଁ ସେମାନେ ଧୂସର ଓ ମଳିନ ଦେଖାଯାଆନ୍ତି  । ମେଘୁଆ ପାଗ, ଆର୍ଦ୍ର ପରିବେଶରେ ସେମାନଙ୍କର ବଂଶ ବୃଦ୍ଧି ହୁଏ  । ଅର୍ଭକ ଏବଂ ପ୍ରାପ୍ତ ବୟସ୍କ ପୋକଗୁଡିକ କଅଁଳିଆ ଅଗପତ୍ର କଅଁଳିଆ କାଣ୍ଡ, ଛୁଇଁ ଏବଂ ଛୋଟ ଛୋଟ ଗଛରୁ ରସ ଶୋଷଣ କରନ୍ତି  । ଛୋଟ ଗଛର କଅଁଳିଆ ପତ୍ର ବଙ୍କା ହୋଇଯାଏ  । ସେମାନେ ମଧୁ ଶିଶିର କ୍ଷରଣ କରୁଥିବାରୁ, ଏହା ଉପରେ ଫିମ୍ପି ବଢିଯାଏ  ।

ଉକୁଣିଆ ପୋକ (ଟେଇନିଓଥ୍ରୀପସ୍ ସ୍ପିସିସ୍)

ପ୍ରାପ୍ତ ବୟସ୍କ ପୋକଗୁଡିକର ଛୋଟ, ଗାଢ ବାଦାମୀ ଏବଂ ଝାଲିରୀଯୁକ୍ତ ଡେଣା ଥାଏ  । ସେମାନେ କୋମଳ ପତ୍ର ଫୁଲ ଏବଂ ଛୁଇଁ ଖାଆନ୍ତି  । ଏମାନଙ୍କ ଆକ୍ରମଣ ଯୋଗୁଁ ଫୁଲଗୁଡିକ ଖୋଲିବା ଆଗରୁ ଝରିପଡେ  । ଆକ୍ରାନ୍ତ ପୁଷ୍ପସ୍ତବକ ଅସ୍ଵାଭାବିକ ଦେଖାଯାଏ  ଏବଂ ଫୁଲ ଝଡିବା ଲକ୍ଷଣ ଦେଖାଯାଏ  । ଏପରିକି କୌଣସି ଫୁଲ ବଢି ଛୁଇଁ ହେଲେ ମଧ୍ୟ ତାହା ଅସ୍ଵାଭାବିକ ହୋଇଯାଏ  । ପାକଲା ହୋଇଥିବା ଛୁଇଁଗୁଡିକର ମଞ୍ଜି ଲୋଚାକୋଚା ଏବଂ ଆକାରରେ ଛୋଟ ହୁଏ  । ଏହା ପତ୍ରମୋଚା ରୋଗର ବାହକ ଭାବେ କାର୍ଯ୍ୟ କରେ  ।

ଛୁଇଁ ଶୋଷକ ବଗ (କ୍ଲାଭିଗ୍ରାଲା ସ୍ପିସିସ୍)

ପ୍ରାପ୍ତ ବୟସ୍କ ପୋକଗୁଡିକ ବାଦାମୀ ଧୂସର ରଙ୍ଗ ଏବଂ ଏହାର ବେକ ପାଖରେ କଣ୍ଟା ବାହାରିଥାଏ  । ଅଣ୍ଡାଗୁଡିକ ମାଳି ଭଳି ପତ୍ର କିମ୍ବା ଛୁଇଁ ଉପରେ ଧାଡି ଧାଡି ହୋଇ ରହିଥାଏ  । ବଢୁଥିବା ଛୁଇଁ ଉପରେ ଚିକ୍କଣ ବାଦାମୀ ଅର୍ଭକ ଦେଖାଯାଆନ୍ତି । ଛୁଇଁ କାନ୍ଥ ମଧ୍ୟଦେଇ, ଅର୍ଭକ ଓ ପ୍ରାପ୍ତ ବୟସ୍କ ପୋକ, ବଢୁଥିବା ମଞ୍ଜିରୁ ରସଶୋଷଣ କରନ୍ତି  । ଖାଇବା ସ୍ଥାନରେ ଛୁଇଁଗୁଡିକ ଉପରେ ହଳଦିଆ ଚକଡାମାନ ଦେଖାଯାଏ  । ମଞ୍ଜିଗୁଡିକ ଲୋଚାକୋଚା ହୋଇଯାଏ ଏବଂ ଗଜା ଶକ୍ତି ହରାଏ  ।

କାଣ୍ଡ ମାଛି (ଓଫିଓମିଆ ଫେଜିଓଲି)

ପ୍ରାପ୍ତ ବୟସ୍କ ପୋକ ଚିକ୍କଣ କଳା ମାଛି ଏବଂ ଏହା ୨ ମି.ମି. ଲମ୍ବ ହୋଇଥାଏ  । ଅଣ୍ଡା ଦେବା ଉଦ୍ଦେଶ୍ୟରେ ସ୍ଥାନ ନିରୂପଣ କରିବା ପାଇଁ ମାଈପୋକ କଅଁଳିଆ ପତ୍ର ଉପରେ ବୁଲୁଥାଏ  । ଏହା ଲମ୍ବ ଭାବରେ ଡିମ୍ବ ସ୍ଥାପକକୁ ପତ୍ର ମଧ୍ୟରେ ପ୍ରବେଶ କରାଏ  ଓ ଏକ ବୃତ୍ତାକାରଗର୍ତ୍ତ ସୃଷ୍ଟି କରି ଅଧିଚର୍ମ ମଧ୍ୟରେ ଅଣ୍ଡାଗୁଡିକୁ ଖୁନ୍ଦିଦିଏ  । ଅଣ୍ଡାରୁ ଛୁଆ ଜନ୍ମ ହେବାପରେ ଶୂକ ପତ୍ର ଉପରେ ଗତିକରେ ଏବଂ କାଣ୍ଡ ଭିତରକୁ କଣା କରେ  । କୋଷା ହେବା ଆଗରୁ ପ୍ରାପ୍ତ ବାସ୍କ ପୋକ ବାହାରିଯିବା ପାଇଁ କାଣ୍ଡ ମଧ୍ୟରେ ଏହା ଏକ ଗାତ ସୃଷ୍ଟି କରିଥାଏ  । ମୁଖ୍ୟତଃ କାଣ୍ଡରେ କିମ୍ବା ଶାଖା ଡାଳରେ କୋଷା ଅବସ୍ଥା  ପାରିକରିଥାଏ  ।

ଅଂସେଇ ହେଉଛି ଏହାର ନଷ୍ଟ କରିବା ଅବସ୍ଥା ପତ୍ର ମଝି ଶିରାରେ ଉପ ଅଧିଚର୍ମରେ ଏହା ସୁଡଙ୍ଗ କରେ କିମ୍ବା ପତ୍ରଡେମ୍ଫ ମଧ୍ୟକୁ କଣା କରି କଅଁଳ କାଣ୍ଡ ପାର୍ଶ୍ଵ ଶାଖାରେ ପ୍ରବେଶ କରେ  । କଅଁଳିଆ ଗଛରେ ନଷ୍ଟ ହୋଇଥିବା ପ୍ରଥମ ଦୁଇଟି ପତ୍ର ଝୁଲିପଡିବା ଏବଂ ହଳଦିଆ ପଡିବା ଭଳି ଅତିଶୟ କ୍ଷତି ଲକ୍ଷଣ ଦେଖାଯାଏ  । ତେଣୁ ଗଛଗୁଡିକ ଅସମୟରେ ପତ୍ରଝଡା ଦିଅନ୍ତି  । ଏହା ଶୁଖିଯାଏ ଅତିଶୟ ମାତ୍ରାରେ ରୁଗୁଡିଆ ହୋଇଯାଏ  । ଆକ୍ରମଣର ପ୍ରଥମଅବସ୍ଥାରେ ଶୂକ ଓ କୋଷା ଥିବା ସ୍ଥାନ ଫୁଲିଯାଏ ଓ ସଢିବା ଆରମ୍ଭ ହୁଏ  । ପୁରୁଣା ଗଛଗୁଡିକରୁ ମଧ୍ୟ ପତ୍ର ଝଡିଯାଏ ଓ ଗଛ ରୁଗୁଡିଆ ହୁଏ କିନ୍ତୁ ସାଧାରଣତଃ ଗଛ ମରେ ନାହିଁ  ।

ଫ୍ଲି ଭୃଙ୍ଗ (ମଦୁରାସିଆ ଓବସ୍ କ୍ୟୁରେଲା)

ପ୍ରାପ୍ତବୟସ୍କ ପୋକ କ୍ଷୁଦ୍ର (୨ ମି.ମି) ବାଦାମୀ ଭୃଙ୍ଗ, ଭୃଙ୍ଗ ଶାବକଗୁଡିକ ଧଳା ଚେର ଓ ଚେର ଗୁଟିକା କିମ୍ବା ମାଟିରେ ବିଘଟିତ ବସ୍ତୁ ଖାଇଥାନ୍ତି  । ଗଜା ହୋଇଥିବା କଅଁଳ ବୀଜପତ୍ରକୁ ପ୍ରାପ୍ତ ବୟସ୍କ ଭୃଙ୍ଗମାନେ ଖାଇଥାଆନ୍ତି ଏବଂ ପୁରୁଣା ପତ୍ରରେ କଣା କରିଦିଅନ୍ତି  ।

ନୀଳ ପ୍ରଜାପତି (ଲାମ୍ଫିଡେସ୍ ବୋଇଟିକସ୍)

ନୀଳ ପ୍ରଜାପତିର ଡେଣା ଉପର ପଟ ନୀଳରଙ୍ଗ  । ତଳପଟରେ ମଳିନ ବାଦାମୀ ସହିତ ଅଣଓସାରିଆ ଧଳାପଟି ଥାଏ । ଏହାର ପଛଡେଣାରେ ଗୋଟିଏ ବା ଦୁଇଟି କଳାଦାଗ ରହିଛି ଏବଂ କେଶ ଭଳି ଉଦଗତ ଅଂଶ ରହିଛି  । ଗୋଟିକିଆ ନୀଳରଙ୍ଗର ଚିତ୍ରିତ ଅଣ୍ଡା, କଅଁଳିଆ କଢିରେ ଦେଇଥାଏ  । ଶୂକଗୁଡିକ ସବୁଜ, ଡିମ୍ବାକୃତି, ଚଟକା ଓ ଅର୍ଦ୍ଧଚନ୍ଦ୍ରାକୃତି  । କୋଷାବସ୍ଥା ମାଟିରେ କିମ୍ବା ଫସଲର ନଷ୍ଟାବଶେଷରେ ସମ୍ପନ୍ନ ହୋଇଥାଏ  ।

ଜନ୍ମ ହେବାର କିଛି ଘଣ୍ଟା ମଧ୍ୟରେ ଶୂକ କଢ, ଫୁଲ ଏବଂ ସବୁଜ ଛୁଇଁ ମଧ୍ୟରେ ପ୍ରବେଶ କରେ ଓ ବଢୁଥିବା ଦାନା ଖାଏ  । ଛୁଇଁଗୁଡିକ ପାକଲା ହେଲା ପରେ ମଧ୍ୟରେ ଗାତଗୁଡିକ ଦେଖିହୁଏ  ।

ଚିତ୍ରିତ ଛୁଇଁ ବିନ୍ଧା ପୋକ (ମାରୁକା ଟିଷ୍ଟୁଲାଲିସ୍)

ପ୍ରାପ୍ତ ବୟସ୍କ ପ୍ରଜାପତିଟି ଏକ ମଧ୍ୟମ ଧରଣର ପୋକ, ଆଗଡେଣା ଗାଢ ବାଦାମୀ ରଙ୍ଗ  । ଏହାର ଆଗପଟ ଧାରରେ ଏକ ସ୍ପଷ୍ଟ ଧଳାଗାର ରହିଥାଏ  । ପଛଡେଣାଗୁଡିକ ହେଉଛି ଧଳାରଙ୍ଗ  । ପ୍ରାପ୍ତ ବୟସ୍କ ଶୂକ ପ୍ରାୟ ୨ ସେ.ମି. ଲମ୍ବ, କଳା ଭାତୁଡି ଚିହ୍ନ ଥିବା ବାଦାମୀ ସବୁଜ ରଙ୍ଗ  ।

ଶୂକ ପତ୍ରଗୁଡିକୁ ଜାଲି ଦ୍ଵାରା ବାନ୍ଧିଥାଏ  । ବେଳେବେଳେ ଫୁଲ ଏବଂ ଛୁଇଁଗୁଡିକ ମଧ୍ୟ ଜାଲି ଦ୍ଵାରା ବାନ୍ଧି ହୋଇଯାଏ  । ଅଳ୍ପ ବୟସର ଶୂକ କଢ, ଫୁଲ ବା ଛୁଇଁ ମଧ୍ୟରେ ପ୍ରବେଶ କରେ  । ଏହା ଛୁଇଁ ମଧ୍ୟରେ ଥିବା ମଞ୍ଜିକୁ ଖାଇଥାଏ  । ପ୍ରବେଶ ପଥ ମଳ ଦ୍ଵାରା ମୁଦି ଦେଇଥାଏ  । ଶୂକ ମଧ୍ୟ କୋମଳ ଡାଳ ମଧ୍ୟରେ ପ୍ରବେଶ କରିପାରେ  ।

ବୁଟ ବିନ୍ଧା ପୋକ (ହେଲିକୋଭରପା ଆର୍ମିଜେରା)

ପ୍ରାପ୍ତ ବୟସ୍କ ପୋକ ମଧ୍ୟମ ଧରଣ ଫିକା ମଳିନ ବାଦାମୀ ହଳଦିଆ ଏକ ଶାକ୍ତ ପ୍ରଜାପତି  । ଆଗଡେଣାଗୁଡିକ ଓଲିଭ ସବୁଜରୁ ଫିକା ବାଦାମୀ, ମଝିରେ ଗାଢ ବାଦାମୀ ଗୋଲାକାର ଦାଗ ଥାଏ  । ପଛଡେଣା ମଳିନ, ଧୂଆଁଳିଆ ଧଳା ସହିତ ପ୍ରଶସ୍ତ କଳା ଧାର ରହିଛି  । ଶୂକଟି ୩.୫. ସେ.ମି. ଲମ୍ବ, ରଙ୍ଗରେ ପରିବର୍ତ୍ତନୀୟ କିନ୍ତୁ ସାଧାରଣତଃ ସବୁଜ ଧୂସର, ସାମାନ୍ୟ କେଶ ଯୁକ୍ତ ଏବଂ ଗାଢ ହଳଦିଆ ପଟିଥାଏ  ।

ଅଳ୍ପ ବୟସର ଶୂକ କିଛି ସମୟ ପାଇଁ ସବୁଜ ପେଶୀଗୁଡିକୁ କୋରି ପତ୍ର ଖାଇଥାଏ  ଏବଂ ତା ପରେ ଛୁଇଁ ମଧ୍ୟକୁ ପ୍ରବେଶ କରେ ଏବଂ ଏହାର କେବଳ ମୁଣ୍ଡ ଭିତରକୁ ପୁରାଇ ଓ ଅନ୍ୟ ସମସ୍ତ ଅଂଶ ବାହାରକୁ ରଖି ମଞ୍ଜି ଖାଇଥାଏ  ।

ଧୂଆଁପତ୍ର ଶୂକ (ସ୍ପୋଡପ୍ ଟେରା ଲିଟୁରା)

ପ୍ରଜାପତିଗୁଡିକ ସବଳ, ଗାଢ ବାଦାମୀ, ଆଗ ଡେଣା ଧୂସର ବାଦାମୀ ଓ ଏଥିରେ ଢେଉ ଢେଉକା ଧଳା ଚିହ୍ନ ଥାଏ  । ପଛଡେଣା ଅସ୍ଵଚ୍ଛ, ବା ଅର୍ଦ୍ଧ ସ୍ଵଚ୍ଛ ସହିତ ଧଳା ଧାରରେ ଗାଢ ବାଦାମୀ ଗାର ଥାଏ  । ଅଣ୍ଡାଗୁଡିକ ମଳିନ ଧଳା, ଗୋଲାକାର, ଗୁଚ୍ଛ ଆକାରରେ ହୋଇଥାଏ, ମଳଦ୍ଵାର କେଶ ଗୁଚ୍ଛ ଦ୍ଵାରା ଆବୃତ  । ଶୂକ ଗୁଡିକ ୪୦ ରୁ ୫୦ ମି.ମି.  । ଫିକା ବାଦାମୀ ସହିତ ସବୁଜରୁ ବାଇଗଣୀ କଳାଦାଗ ଥାଏ  । ଉପାଧାରାରେ ଅଣଓସାରିଆ ହଳଦିଆ ଦାଗ ରହିଥାଏ  ଏବଂ ଓ କଡରେ କଳା ଧାଡିମାନ ଥାଏ  ।

ସଦ୍ୟ ଜନ୍ମିତ ଶୂକ ସବୁଜ କଣା କୋରି ଦଳଦଳ ହୋଇ ଖାଇଥାଆନ୍ତି  । ପରେ ସେମାନେ ପୃଥକ ହୋଇଯାଆନ୍ତି  । ରାତିରେ ପ୍ରବଳ ବେଗରେ ପତ୍ର ଖାଇଥାଆନ୍ତି  । ସେମାନଙ୍କର କ୍ଷତି ଯୋଗୁଁ ପତ୍ରଗୁଡିକ କଙ୍କାଳସାର ହୋଇଯାଏ  ।

ଛଞ୍ଚାଣ ପୋକ (ଏକରନ୍ ସିଆ ଷ୍ଟାଇକ୍ସ)

ପ୍ରାପ୍ତ ବୟସ୍କ ପୋକ ବିରାଟ ଆକାରର, ଗାଢ ହଳଦିଆ ପ୍ରଜାପତି ଗଳାର ଉପର ଅଂଶରେ ଏକ ମସ୍ତିଷ୍କ ଖୋଳପା ଦାଗ ଥାଏ  । ଆଗ ଡେଣାଗୁଡିକ କଳା, ହଳଦିଆ ନୀଳ ଏବଂ ଧୂସର ଗୁଣ୍ଡ କାତି ସଦୃଶ ଦ୍ରବ୍ୟରେ ପରିପୂର୍ଣ୍ଣ  । ପଛଡେଣାଗୁଡିକ ହଳଦିଆ ଓ ମୂଳ ଅଂଶଗୁଡିକ କଳା  । ଶୂକଗୁଡିକ ପ୍ରାୟ ୯୦ ରୁ ୧୦୦ ମି.ମି. ଲମ୍ବ, ସବୁଜ, ଗାଢ ସବୁଜ ତୀର୍ଯ୍ୟକ ପଟି ଏବଂ ପିଠି ଉପରେ ଶେଷ ଭାଗକୁ ସ୍ପଷ୍ଟର ହଳଦିଆ ଶିଙ୍ଗ ଭଳି ସ୍ପଷ୍ଟ ଭାବେ ଦେଖାଯାଉଥିବା ଉଦଗତ ଅଂଶ ରହିଥାଏ  । ଶୂକମାନେ ପ୍ରବଳ ବେଗରେ ପତ୍ର ଖାଆନ୍ତି ଓ ଗଛକୁ ପତ୍ର ଶୂନ୍ୟ କରିଦିଅନ୍ତି  । ବେଳେବେଳେ ପୋକ ବହୁତ କ୍ଷତି ସାଧନ କରେ  ।

ବାଘୁଆ ପୋକ (ମିଲାବ୍ରିସ୍ ପୁଶ୍ଚୁଲାଟା)

ବୟସ୍କ ପୋକ ମୁଣ୍ଡ, ବେକ ଓ ପେଟ ଥିବା ଏକ ମଧ୍ୟମ ଆକାରର ଏକ ଭୃଙ୍ଗ  । କଠିନ ଡେଣାଗୁଡିକ କଳାରଙ୍ଗ (ଇଲାଇଟ୍ରା)  । ଏହା ଉପରେ କମଳା ରଙ୍ଗର ଗୋଲାକାର ଦାଗ ଅଛି ଓ ଡେଣା ଉପରେ ଅଡୁଆରେ ଦୁଇଟି ଢେଉଢେଉକା କମଳାରଙ୍ଗର ପଟି ରହିଛି  । ଏହି ପୋକ ସାଧାରଣତଃ ମାଟିରେ ଅଣ୍ଡା ଦେଇଥାଏ  । ବୟସ୍କ ପୋକ ମୁଗ ଫୁଲ ଖାଇଥାଏ ଓ ଛୁଇଁ ହେବା ପ୍ରଭାବିତ ହୋଇଥାଏ  । ବାଧାଦେଲେ ଏମାନେ ଏକ ପ୍ରକାର ଉତ୍କଟ ହଳଦିଆ ରଙ୍ଗର ତରଳ ପଦାର୍ଥ ନିର୍ଗତ କରିଥାନ୍ତି  । ଏହାକୁ କାନ୍ଥାରିଡିନ୍ ବୋଲି କୁହାଯାଏ  ଓ କୋମଳ ଚର୍ମରେ ଏହା ଫୋଟକା କରିଦିଏ  ।

ମୁଗ ଫସଲରେ ସମନ୍ଵିତ କୀଟ ପରିଚାଳନା

*        ଗଭୀର ଖରାଟିଆ ଚାଷ କରିବା ଦ୍ଵାରା ମାଟିରେ ଥିବା କୋଷାଗୁଡିକ ଖରା ଖାଇଥାଆନ୍ତି ଓ ପକ୍ଷୀମାନେ ଏମାନଙ୍କୁ ଖାଇ ନଷ୍ଟ କରିଦିଅନ୍ତି  ।

*        ଶୋଷକ ପୋକଦାଉରୁ ରକ୍ଷା କରିବା ପାଇଁ ଥାୟୋମେଥୋସ୍କାମ ୭୦ ସେଚିତଗୁଣ୍ଡ ପ୍ରତି କି.ଗ୍ରା ବିହନରେ ୩ ଗ୍ରାମ୍ ବିଶୋଧନ ବ୍ୟବହାର କରନ୍ତୁ  ।

*        ସୁଷମ ସାର ନ୍ୟାୟୋଚିତ ଭାବରେ ପ୍ରୟୋଗ କରିବା ଓ ଅତ୍ୟଧିକ ଯବକ୍ଷାରଜାନ ସାର ବ୍ୟବହାର ନ କରିବା  ।

*        ବୁଟ ବିନ୍ଧା ପୋକ ଓ ଧୂଆଁପତ୍ର ପୋକର ପରିଚାଳନା ପାଇଁ ଫସଲ ଧାରରେ ଯନ୍ତା ଫସଲ ଭାବେ ଗେଣ୍ଡୁ ଓ ଜଡା ଚାଷ କରିବା  ।

*        ପକ୍ଷୀ ଆଶ୍ରୟସ୍ଥଳ ସ୍ଥାପନ କରିବା  ।

*        ପ୍ରତିକାରାତ୍ମକ ଫସଲ ସୁରକ୍ଷା ପଦ୍ଧତି ଭାବେ ପ୍ରାପ୍ତ ବୟସ୍କ ବୁଟ ବିନ୍ଧା ପୋକ ଓ ଧୂଆଁପତ୍ର ଶୂକର ସନ୍ନିରୀକ୍ଷଣ ପାଇଁ ହେକ୍ଟର ପ୍ରତି ୫-୧୦ତୀ ସଙ୍ଗ ଆକର୍ଷକ ଯନ୍ତା ବ୍ୟବହାର କରନ୍ତୁ  ।

*        ସ୍ଥାନୀୟ ପ୍ରାକୃତିକ ଶତ୍ରୁ ଯଥା – ଇନ୍ଦ୍ରଗୋପୀ ଭୃଙ୍ଗ, ଟ୍ରାଇକୋଗ୍ରାମା, ଆପାଣ୍ଟେଲିସ୍ ସଂରକ୍ଷଣ ଉପରେ ଗୁରୁତ୍ଵ ଦେବା  ।

*        ୫% ନିମ୍ବ ମଞ୍ଜି ଶସ ନିର୍ଯ୍ୟାସ କିମ୍ବା ଆଧାରିତ କୀଟନାଶକ ସିଞ୍ଚନ କରନ୍ତୁ  ।

*        ଜୈବ କୀଟନାଶକ ଯଥା – ଏଚଏଏନ୍ ପିଭି ୨୫୦ ଶୂକ ସମତୁଲ ଶୀତ ଗୁଡ ଓ ରାଣୀପଲ ମିଶାଇ କିମ୍ବା ହେକ୍ଟର ପ୍ରତି ଏକ କିଗ୍ରା ବିଟିକେ ମିଶାଇ ସିଞ୍ଚନ କରନ୍ତୁ  ।

*        ବାଘୁଆ ପୋକ, ବୁଟ ବିନ୍ଧା ପୋକ, ଧୂଆଁପତ୍ର ଶୂକର ଅଣ୍ଡାପୁଞ୍ଜ ଓ ଜାଲିପତ୍ର ହାତରେ ସଂଗ୍ରହ କରି ନଷ୍ଟ କରିଦିଅନ୍ତୁ  ।

*        ଆର୍ଥିକ ଦେହଳୀ ସୀମା ଦେଖି ଆବଶ୍ୟକ ସ୍ଥଳେ ଏଣ୍ଡୋସଲଫାନ୍ / କୁଇନାଲଫସ୍ / କ୍ଲୋରୋପାଇରିଫସ୍ / ପ୍ରୋଫେନୋଫସ୍ ହେକ୍ଟର ପ୍ରତି ୧ ଲିଟର ହିସାବରେ କିମ୍ବା ଏସିଫେଟ ହେକ୍ଟର ପ୍ରତି ୧ କି.ଗ୍ରା. ହିସାବରେ ସିଞ୍ଚନ କରନ୍ତୁ ।

ବିଶେଷ ବାର୍ତ୍ତା

*        ଅଧିକ ସଂଖ୍ୟାରେ କୀଟ ମୁଗକୁ ଆକ୍ରମଣ କରନ୍ତି  ।

*        ଏମାନଙ୍କ ମଧ୍ୟରୁ ଶୋଷକ ପୋକ ଯଥା ଧଳାମାଛି, ଉକୁଣିଆ ପୋକ, ପତ୍ରଡିଆଁ ପୋକ, ଛୁଇଁ ଶୋଷକ ବଗ, ଜଉପୋକ, ପତ୍ରଖିଆ ପୋକ ଯଥା – ଫ୍ଲି ଭୃଙ୍ଗ, ଧୂଆଁ ପତ୍ର ଶୂକ, ଛଞ୍ଚାଣ ପୋକ, କାଣ୍ଡଖିଆ ପୋକ ଯଥା କାଣ୍ଡ ମାଛି ଓ ଛୁଇଁ ବିନ୍ଧା ପୋକ ଯଥା – ବୁଟ ଛୁଇଁ ବିନ୍ଧା ପୋକ, ବିଚିତ୍ର ଛୁଇଁ ବିନ୍ଧା ପୋକ, ନୀଳ ପ୍ରଜାପତି ମୁଖ୍ୟ  ।

*        ସଅଳ ଋତୁ ଶୋଷକ ପୋକ ପାଇଁ ଥାୟୋମେଥୋସ୍କାମରେ ବିହନ ବିଶୋଧନ କରନ୍ତୁ  ।

*        ଆବଶ୍ୟକ ସ୍ଥଳେ ରାସାୟନିକ ବାୟୋରେସନାଲ, ଉଦ୍ଭିଦଜାତ ଦ୍ରବ୍ୟ ଓ ସଙ୍ଗ ଆକର୍ଷକ ଯନ୍ତା ବ୍ୟବହାର ଓ ପକ୍ଷୀ ଆଶ୍ରୟ ସ୍ଥଳ ସ୍ଥାପନ କରିବା ଦ୍ଵାରା ମୁଖ୍ୟ କୀଟକୁ ନିୟନ୍ତ୍ରଣ କରିବା ସହିତ, ପରିବେଶ ଉପରେ କୁପ୍ରଭାବ ପଡିନଥାଏ  ।

ଆଧାର – ଓଡିଶା ଜଳ ବିଭାଜିକା ଉନ୍ନୟନ ମିଶନ

2.83333333333
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top