ହୋମ / କୃଷି / ଶସ୍ୟ ଉତ୍ପାଦନ / ମୁଗ :ଏହାର ପୁଷ୍ଟିଗତ ଓ ବ୍ୟବସାୟିକ ଗୁରୁତ୍ଵ
ସେଆର କରନ୍ତୁ

ମୁଗ :ଏହାର ପୁଷ୍ଟିଗତ ଓ ବ୍ୟବସାୟିକ ଗୁରୁତ୍ଵ

ମୁଗ :ଏହାର ପୁଷ୍ଟିଗତ ଓ ବ୍ୟବସାୟିକ ଗୁରୁତ୍ଵ ର ସୂଚନା

ମୁଗର ପୁଷ୍ଟିଗତ ଓ କୃଷି ସମ୍ବନ୍ଧୀୟ ଗୁରୁତ୍ଵ

ବୁଟ ଓ ହରଡ ପରେ ମୁଗ ଉଭୟ ଆୟତନ ଓ ଉତ୍ପାଦନରେ ଭାରତରେ ତୃତୀୟ ସ୍ଥାନ ଅଧିକାର କରିଛି, ମାତ୍ର ଓଡିଶାରେ ଏହା ପ୍ରଥମ ସ୍ଥାନ ଅଧିକାର କରିଛି  । ତା ପରେ ବିରି ଓ ହରଡ ରହିଛି  ।

ଓଡିଶାରେ ମୁଗ ଖରିଫ, ରବି ଓ ଗ୍ରୀଷ୍ମ ଋତୁରେ ଚାଷ କରାଯାଏ  । ଓଡିଶା କୃଷି ପରିସଂଖ୍ୟାନ ୨୦୦୬-୦୭ ଅନୁଯାୟୀ ଗଞ୍ଜାମ ଜିଲ୍ଲାର ସର୍ବାଧିକ ଆୟତନ (୧୨୫.୧୮ ହଜାର ହେକ୍ଟର), ଉତ୍ପାଦନ (୪୯.୫୪ ହଜାର ଟନ୍) ଏବଂ ଉତ୍ପାଦକତା (୩୯୬ କିଗ୍ରା/ହେକ୍ଟର) ରହିଛି  । ତା ପରେ କଳାହାଣ୍ଡି (ଆୟତନ ୬୭.୮୩ ହଜାର, ଉତ୍ପାଦନ ୪୪.୫୭ ହଜାର ଟନ୍ ଏବଂ ଉତ୍ପାଦକତା ୬୫୭ କିଗ୍ରା/ହେକ୍ଟର) ରହିଛି  ।

ଖରିଫ ଋତୁରେ କଳାହାଣ୍ଡି ଜିଲ୍ଲା ଆୟତନ (୩୭.୭୧ ହଜାର ହେକ୍ଟର) ଉତ୍ପାଦନ (୨୪.୫୧ ହଜାର ଟନ୍) ଏବଂ ଉତ୍ପାଦକତା (୬୫୦ କି.ଗ୍ରା / ହେକ୍ଟର) ରେ ପ୍ରଥମ ସ୍ଥାନ ଅଧିକାର କରିଛି  । ତା ପରେ ବରଗଡ ଜିଲ୍ଲା (ଆୟତନ ୩୭.୦୫ ହଜାର ହେକ୍ଟର, ଉତ୍ପାଦନ ୧୧.୪୯ ହଜାର ଟନ୍ ଏବଂ ଉତ୍ପାଦକତା ୩୧୦ କି.ଗ୍ରା / ହେକ୍ଟର), ତା ପରେ ବଲାଙ୍ଗୀର (ଆୟତନ ୩୫.୧୨ ହଜାର ହେକ୍ଟର ଉତ୍ପାଦନ ୭.୭୩ ହଜାର ଟନ୍ ଏବଂ ଉତ୍ପାଦକତା ୨୨୦ କିଗ୍ରା / ହେକ୍ଟର ) ଏବଂ ନୂଆପଡା ଜିଲ୍ଲା (ଆୟତନ ୨୨.୭୯ ହଜାର ହେକ୍ଟର, ଉତ୍ପାଦନ ୭.୯୮ ହଜାର ଟନ୍ ଏବଂ ଉତ୍ପାଦକତା ୩୫୦ କି.ଗ୍ରା / ହେକ୍ଟର) ରହିଛି  ।

ମୁଗଚାଷର ମୋଟ ୭୩୯.୫୩ ହଜାର ହେକ୍ଟର ମଧ୍ୟରୁ ଖରିଫରେ ୩୦.୭% ଓ ରବିରେ ୬୯.୩% ଚାଷ କରାଯାଇଥାଏ  । ମୁଖ୍ୟ ମୁଗ ଚାଷ କରାଯାଉଥିବା ଜିଲ୍ଲାଗୁଡିକର ଆୟତନ ଓ ଉତ୍ପାଦକତା ଓଡିଶା ମାନଚିତ୍ରରେ ଦର୍ଶାଯାଇଛି  ।

ଓଡିଶାରେ ଜିଲ୍ଲାୱାରୀ ମୁଗ ଚାଷର ଉତ୍ପାଦନ ଓ ଉତ୍ପାଦକତା

ଜିଲ୍ଲା

କ୍ଷେତ୍ରଫଳ (’୦୦୦ ହେକ୍ଟର)

ଅମଳ (ହେକ୍ଟର ପ୍ରତି କି.ଗ୍ରା)

ଗଞ୍ଜାମ

୧୨୫.୧୮

୩୯୬

କଳାହାଣ୍ଡି

୬୭.୮୩

୬୫୭

ବଲାଙ୍ଗୀର

୫୧.୫୩

୨୬୮

ନୟାଗଡ

୫୦.୨୦

୨୬୦

ବରଗଡ

୪୪.୩୭

୩୩୦

କଟକ

୩୯.୯୦

୪୮୫

କେନ୍ଦ୍ରାପଡା

୩୪.୦୮

୪୧୦

ଖୋର୍ଦ୍ଧା

୩୩.୧୮

୪୧୪

ନୂଆପଡା

୩୧.୭୪

୩୪୯

ଜଗତସିଂହପୁର

୩୧.୦୬

୪୧୮

ଅନୁଗୁଳ

୩୦.୬୫

୩୨୦

ଢେଙ୍କାନାଳ

୨୨.୬୨

୩୧୦

ମୁଗର ପୁଷ୍ଟିମୂଲ୍ୟ

ମୁଗରେ ତିନୋଟି ମୁଖ୍ୟ ଉପାଦାନ ରହିଛି ଯଥା – ମଞ୍ଜି ଆବରଣ, ବୀଜପତ୍ର ଓ ଭ୍ରୁଣ, ଏବଂ ସମ୍ପୂର୍ଣ୍ଣ ଯଥାକ୍ରମେ ୧୨.୧ ୮୫.୬ ଏବଂ ୨.୩% ହୋଇଥାଏ  ।

ଭ୍ରୁଣରେ ସର୍ବାଧିକ ପରିମାଣରେ ପୁଷ୍ଟିସାର ଓ ଲିପିଡ଼ ଥିଲାବେଳେ ବୀଜପତ୍ର ଓ ମଞ୍ଜି ଆବରଣରେ ଯଥାକ୍ରମେ ଶ୍ଵେତସାର (ଷ୍ଟାର୍ଚ୍ଚ) ଓ ଅଶୋଧିତ (କ୍ରୁଡ ଫାଇବର) ଅଧିକ ସାନ୍ଧ୍ରତାରେ ରହିଥାଏ  । ସମ୍ପୂର୍ଣ୍ଣ ମଞ୍ଜିର ରାସାନିୟ ଉତ୍ପାଦନ ନିମ୍ନରେ ପ୍ରଦାନ କରାଯାଇଛି  ।

ଉପାଦାନ

ପ୍ରତି ୧୦୦ ଗ୍ରାମ୍ ରେ ମଞ୍ଜିରେ ଥିବା ପରିମାଣ

ପୁଷ୍ଟିସାର (ଗ୍ରାମ୍)

୨୨.୯

ସ୍ନେହସାର (ଗ୍ରାମ୍)

୧.୨

ମୋଟ ଶ୍ଵେତସାର (ଗ୍ରାମ୍)

୬୧.୮

ଅଶୋଧିତ ତନ୍ତୁ (ଗ୍ରାମ୍)

୪.୪

ପାଉଁଶ (ଗ୍ରାମ୍)

୩.୫

ଖଣିଜ ଲବଣ

 

କ୍ୟାଲସିୟମ (ମି.ଗ୍ରା)

୧୦୫.୦

ଫସଫରସ୍ (ମି.ଗ୍ରା)

୩୩୦.୦

ଲୌହ (ମି.ଗ୍ରା)

୭.୦

ସୋଡିୟମ (ମି.ଗ୍ରା)

୬.୦

ପୋଟାସିୟମ (ମି.ଗ୍ରା)

୧୧୩୨.୦

ଭିଟାମିନ୍ସ

 

ବି – କ୍ୟାରୋଟିନ ସମତୁଲ (ମି.ଗ୍ରା)

୫୫.୦

ଥାୟାମିନ୍ (ମି.ଗ୍ରା)

୦.୫୩

ରିବୋଫ୍ଲାବିନ (ମି.ଗ୍ରା)

୦.୨୬

ନିଆସିନ୍ (ମି.ଗ୍ରା)

୨.୫

ଆସ୍ କୋରବିକ୍ ଏସିଡ୍ (ମି.ଗ୍ରା)

୪.୦

ପୁଷ୍ଟିସାର

ବିଭିନ୍ନ କିସମଗତ ଗୁଣ ଅନୁସାରେ ମୁଗର ପୁଷ୍ଟିସାର ପରିମାଣ ୨୦.୬ ରୁ ୨୬.୦% ହୋଇଥାଏ  । ଏହି ପୁଷ୍ଟିସାରଗୁଡିକ ଆମିନୋଏସିଡ ପରିମାଣରେ ଅପେକ୍ଷାକୃତ ଅଧିକ ସୁଷମ ହୋଇଥାଆନ୍ତି  । କଞ୍ଚା ମୁଗ ପୁଷ୍ଟିସାରର ଜୀର୍ଣ୍ଣକାରକ ଶକ୍ତି ଶତକଡା ୭୭% ଜଣାଯାଇଛି ।

ଖଣିଜ ଲବଣ

ସାଧାରଣତଃ ମୁଗରେ କ୍ୟାଲସିୟମ, ଫସଫରସ୍, ଲୌହ, ସୋଡିୟମ ଓ ପୋଟାସିୟମ ଆଦି ଖଣିଜ ଲବଣ ରହିଥାଏ  । କ୍ୟାଲସିୟମ, ଆବରଣରେ ସର୍ବାଧିକ ପରିମାଣର ରହିଥାଏ ଏବଂ ତାପରେ ଭ୍ରୁଣ ଓ ବୀଜପତ୍ରରେ ତା ଠାରୁ କମ୍ ପରିମାଣରେ ଥାଏ  । ପକ୍ଷାନ୍ତର ଭ୍ରୁଣରେ ଫସଫରସ୍ ର ମୁଖ୍ୟାନ୍ସ ଥାଏ ଏବଂ ତା ଠାରୁ କମ୍ ବୀଜପତ୍ରରେ ରହିଥାଏ  । ଭ୍ରୁଣ ଓ ମଞ୍ଜି ଆବରଣରେ ଲୌହ ଅଧିକ ପରିମାଣରେ ରହିଥାଏ  ।

ଭିଟାମିନ୍ସ

*        ମୁଗ ମଞ୍ଜିରେ ଥାୟାମିନ (ବି), ରିବୋଫ୍ଲାବିନ(ବି - ୨) ଏବଂ ନିଆସିନ୍ ଭଳି ସାଧାରଣ ଭିଟାମିନ ରହିଥାଏ  ।

*        ଗଜା ହୋଇଥିବା ମୁଗ ମଞ୍ଜିରେ ଅନ୍ୟାନ୍ୟ ଭିଟାମିନଗୁଡିକ ଯଥେଷ୍ଟ ମାତ୍ରାରେ ଥାଏ  ।

ମୁଗ ଚାଷରେ ଥିବା ସୁବିଧା

  • ସମସ୍ତ ତିନିଗୋଟି ଋତୁରେ ଚାଷ କରାଯାଇପାରେ  ।
  • ବାୟୁମଣ୍ଡଳୀୟ ଯବକ୍ଷାରଜାନକୁ ବିବନ୍ଧନ କରିବାର ଦକ୍ଷତା ଥାଏ  ।
  • ଏହା ଏକ ସ୍ୱଳ୍ପ ଅବଧିର ଫସଲ ହୋଇଥିବାରୁ ବିଭିନ୍ନ ବହୁଫସଲି ଓ ଅନ୍ତଃଫସଲ ପଦ୍ଧତିରେ ଉପଯୋଗ ହୋଇଥାଏ  ।
  • ମୃତ୍ତିକା ଉର୍ବରତା ସ୍ଥିତି ବୃଦ୍ଧି କରାଏ  ।
  • ଏହା ଏକ ସବୁଜସାର ଫସଲ ଭାବରେ ବ୍ୟବହୃତ ହୁଏ  ।
  • ଏହା ପୁଷ୍ଟିସାରର ଏକ ଉତ୍ତମ ଉତ୍ସ ଓ ଗରିବ ଲୋକଙ୍କ ପାଇଁ ପୁଷ୍ଟିଗତ ନିରାପତ୍ତା ଯୋଗାଇଥାଏ  ।
  • ପାହାଡର ଗଡାଣି ଓ ଅନୁର୍ବର ମୃତ୍ତିକାରେ ଏହା ଚାଷ କରାଯାଇପାରିବ ଏହା ମୃତ୍ତିକା ଓ ଜଳର ସଂରକ୍ଷଣ କରିଥାଏ  ।

ପ୍ରକ୍ରିୟାକରଣ ଏବଂ ବ୍ୟବହାର

  • ମୁଗର ପ୍ରକ୍ରିୟାକରଣ କରାଯାଇ ବିଭିନ୍ନ ଭାବେ ଏହା ବିନିଯୋଗ କରାଯାଏ  । ଯଥା – ରାନ୍ଧିବା, ପେଷିବା, ଗଜା କରିବା, ପାଚନ କରିବା ଓ ଭାଜିବା  ।
  • ମୁଗର ପ୍ରକ୍ରିୟାକରଣରେ ପେଷିବା ଏକ ସାଧାରଣ କାର୍ଯ୍ୟ  । ହୃଷ୍ଟପୁଷ୍ଟ ମଞ୍ଜିଗୁଡିକ ଛୋଟଦାନା ଅପେକ୍ଷା ଭଲଭାବରେ ପେଷି ହୁଏ ଏବଂ ଅଧିକ ଅମଳ ଦିଏ  ।
  • ଗଜା ମୁଗ ଏକ ସାଧାରଣ ପରିବା / ଦେଶର ବିଭିନ୍ନ ସ୍ଥାନରେ ଏହା କଞ୍ଚା ଖିଆଯାଏ ।
  • ଭିଜାମୁଗ ଓ ଗଜାମୁଗ ଜୀର୍ଣ୍ଣ ପ୍ରକ୍ରିୟାକୁ ଉନ୍ନତ କରିଥାଏ  । ଗଜା ହେବା ସମୟରେ ଭିଟାମିନ ବି ୧, ବି ୨, ନିଆସିନ ଏବଂ ଭିଟାମିନ ସି ଯଥେଷ୍ଟ ପରିମାଣରେ ବୃଦ୍ଧି ପାଏ  ।
  • ରାନ୍ଧିବା ଦ୍ଵାରା ମୁଗର ସ୍ଵାଦ ଓ ପୁଷ୍ଟିଗତ ଗୁଣ ବୃଦ୍ଧିପାଏ  ।
  • ମୁଗ ମଞ୍ଜିଗୁଡିକ ଖୁବ୍ ପୁଷ୍ଟିଯୁକ୍ତ ଓ ଗୋଟା ବା ଫାଳି (ଡାଲି) ଭାବେ ଖିଆଯାଏ  । ସିଝା କିମ୍ବା ଗଜା ହୋଇଥିବା ମଞ୍ଜିରୁ ପଚନ ଦ୍ରବ୍ୟ ପ୍ରସ୍ତୁତ କରାଯାଏ  ।
  • ମୁଗ ଡାଲି (ଭାତ ସହିତ ଡାଲିକ୍ଷାରୀ) ଗଜା, ନୁଡୁଲ୍, ପାପଡ ଓ ଭଜା ମଞ୍ଜି ଭାବେ ଖିଆଯାଏ  ।
  • ଦଳା ବା ଚୁରା ଯାଇଥିବା ମୁଗ ଓ ବିରିରୁ (ଚୋପା ଛଡା ଫାଳି ମଞ୍ଜି) ପାପଡ ପ୍ରସ୍ତୁତ କରାଯାଏ  ।
  • ଉତ୍ତମ ଭାବେ ଭଜା ଯାଇଥିବା ଡାଲି ଏକ ଲୋକପ୍ରିୟ ଭାରତୀୟ ସୁଗନ୍ଧି ଖାଦ୍ୟ ଦ୍ରବ୍ୟ  ।
  • ଚୋପା ଛଡା ଫାଳି ଡାଲିକୁ ପାଣିରେ ଭିଯାଇ, ଚୁରି ଓ ସମାନ ଅନୁପାତରେ ଘିଅ ଓ ଚିନିରେ ଭାଜି ହାଲୁଆ ନାମକ ଏକ ସୁସ୍ଵାଦୁ ଖାଦ୍ୟ ପ୍ରସ୍ତୁତ କରାଯାଏ  ।

ମୂଲ୍ୟଯୁକ୍ତ କରିବା ସମ୍ଭାବନା ଓ ମୁଗର ଖର୍ଚ୍ଚ ଲାଭ ହିସାବ

ବ୍ୟବସାୟିକ ଚାଷ କରିବା ପୂର୍ବରୁ ଉତ୍ପାଦକାରୀଙ୍କର ଫସଲ ଖର୍ଚ୍ଚ ଲାଭ ସମ୍ବନ୍ଧୀୟ ଧାରଣା ରହିବା ଆବଶ୍ୟକ  । ଉତ୍ପାଦନକାରୀଙ୍କ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଆବଶ୍ୟକ ହେଉଥିବା ଫଳପ୍ରଦ ଯୋଜନା ଓ କାର୍ଯ୍ୟକାରିତା ପାଇଁ ଫସଲର ବିଭିନ୍ନ ଦିଗ ସମ୍ବନ୍ଧୀୟ ସୂଚନା ପ୍ରଦାନ କରାଯାଇଛି  ।

ମୁଗ ଚାଷର ଖର୍ଚ୍ଚ- ଲାଭ ଅନୁପାତ

ଶ୍ରମ

ୟୁନିଟ / ଶ୍ରମ ଦିବସ

ମୂଲ୍ୟ ହାର (ଟଙ୍କା)

ଖର୍ଚ୍ଚ (ଟଙ୍କା)

ଟ୍ରାକ୍ଟର ଦ୍ଵାରା ହଳ କରିବା ମୋଚପତ୍ର ଲଙ୍ଗଳ ଓ ଟାଇନ୍ ସହିତ ଓ ଅମଳ କରିବା

୬ ଘଣ୍ଟା

୩୦୦ / ଘଣ୍ଟା

୧୮୦୦.୦୦

ହିଡ ସଫା ଓ ଧାଡି ଠିକ୍ କରିବା

୫ ଶ୍ରମ ଦିବସ

୭୦ / ଦିବସ

୩୫୦.୦୦

କମ୍ପୋଷ୍ଟ ଓ ମୂଳସାର ପ୍ରୟୋଗ

୫ ଶ୍ରମ ଦିବସ

୭୦ / ଦିବସ

୩୫୦.୦୦

ବିହନ ବିଶୋଧନ ଓ ମଞ୍ଜି ବୁଣିବା

୧୨ ଶ୍ରମ ଦିବସ

୭୦ / ଦିବସ

୮୪୦.୦୦

ଜଳସେଚନ (ଆବଶ୍ୟକତା ଅନୁଯାୟୀ)

୪ ଶ୍ରମ ଦିବସ

୭୦ / ଦିବସ

୨୮୦.୦୦

ଅନ୍ତଃଚାଷ (କୋଡା ଖୁସା ଇତ୍ୟାଦି)

୨୫ ଶ୍ରମ ଦିବସ

୭୦ / ଦିବସ

୧୭୫୦.୦୦

ସାର ପ୍ରୟୋଗ ଓ ଖୁସାଇବା

୮ ଶ୍ରମ ଦିବସ

୭୦ / ଦିବସ

୫୬୦.୦୦

ଫସଲ ସୁରକ୍ଷା ରାସାୟନିକ ପ୍ରୟୋଗ

୯ ଶ୍ରମ ଦିବସ

୭୦/ ଦିବସ

୬୩୦.୦୦

ଅମଳ କରିବା ଓ ଅମଳ ପରବର୍ତ୍ତୀ କାର୍ଯ୍ୟ

୫୦ ଶ୍ରମ ଦିବସ

୭୦ / ଦିବସ

୩୫୦୦.୦୦

ମୋଟ (କ)

 

 

୧୧୨୫୦.୦୦

ସାମଗ୍ରୀ

ପରିମାଣ

ମୂଲ୍ୟହାର (ଟଙ୍କା)

ଖର୍ଚ୍ଚ (ଟଙ୍କା)

ବିହନର ମୂଲ୍ୟ

୨୫ କି.ଗ୍ରା

୪୦ / କି.ଗ୍ରା

୧୦୦୦.୦୦

ରାସାୟନିକ ବିହନ ପ୍ରତି କି.ଗ୍ରା ବିହନରେ ୨ ଗ୍ରାମ୍

୫୦ ଗ୍ରାମ୍

୧ଗ୍ରାମ୍

୫୦.୦୦

ଖତ ଓ କମ୍ପୋଷ୍ଟ

୫ ଟନ୍

୩୦୦ / ଟନ୍

୧୫୦୦.୦୦

ଜୈବସାର (ରାଇଜୋବିୟମ କଲଚର)

୫୦୦ ଗ୍ରାମ୍

୨୦ / କି.ଗ୍ରା

୧୦.୦୦

ରାସାୟନିକ ସାର

 

 

 

ଯବକ୍ଷାରଜାନ

୨୦ କି.ଗ୍ରା

୧୦.୯୦ / କି.ଗ୍ରା

୨୧୮.୦୦

ଫସଫରସ୍

୪୦ କି.ଗ୍ରା

୨୨.୮୮ / କି.ଗ୍ରା

୯୧୫.୦୦

ପଟାସ୍

୨୦ କି.ଗ୍ରା

୭.୭୧ / କି.ଗ୍ରା

୧୫୪.୨୦

ଗନ୍ଧକ

୨୦ କି.ଗ୍ରା

୬ / କି.ଗ୍ରା

୧୨୦.୦୦

ବୋରନ୍ / ମଲିବଡିନମ୍ (ଅଣୁସାର )

 

 

୧୮୦.୦୦

ଫସଲ ସୁରକ୍ଷା ରାସାୟନିକ

୩ ଥର ପ୍ରୟୋଗ

୪୦୦ / ପ୍ରୟୋଗ

୧୨୦୦.୦୦

ଜଳସେଚନ ବାବଦ ବ୍ୟୟ

୧୦ ଘଣ୍ଟା

୬୦ / ଘଣ୍ଟା

୬୦୦.୦୦

ମୋଟ (ଖ)

 

 

୫୯୪୭.୪୦

ସର୍ବମୋଟ (ମୋଟାମୋଟି)

 

 

୧୬,୦୦୦.୦୦

ଅମଳ (ହେକ୍ଟର ପ୍ରତି କ୍ଵିଣ୍ଟାଲ)

୩୦ / କିଗ୍ରା

୨୧,୦୦୦.୦୦

ନିଟ୍ ଲାଭ

 

 

୫୦୦୦.୦୦

ବିଶେଷ ବାର୍ତ୍ତା


¨      ହେକ୍ଟର ପ୍ରତି ମୁଗ ଚାଷରେ ମୋଟ ଖର୍ଚ୍ଚ ଟ ୧୬୦୦୦.୦୦ ଟଙ୍କା

¨      ଫସଲରୁ ନେଟ ଆୟ ଟ.୫୦୦୦.୦୦

¨      ମୁଗକୁ ଡାଲି ଏବଂ ଗଜା ହିସାବରେ ଖିଆଯାଏ ଏବଂ ନୁଡୁଲ୍, ପାପଡ, ଭଜା ଭଳି ମୂଲ୍ୟ ଯୁକ୍ତ ଦ୍ରବ୍ୟ ପ୍ରସ୍ତୁତ କରାଯାଏ  ।

¨      ମୁଗ ନୁଡୁଲ୍ସ ତିଆରି ହୁଏ  ।

¨      ସୂକ୍ଷ୍ମ ଭାବରେ ଗୁଣ୍ଡ କରାଯାଇଥିବା ବା ଦଳା ଯାଇଥିବା ମୁଗ ଓ ବିରି ଡାଲିରୁ ପାପଡ ପ୍ରସ୍ତୁତ କରାଯାଏ  ।

¨      ଉତ୍ତମ ଭାବେ ଭଜା ହୋଇଥିବା ମୁଗ ଡାଲି ଏକ ଭାରତୀୟ ସୁଗନ୍ଧି ଖାଦ୍ୟ ଭାବେ ଜନପ୍ରିୟ ହୋଇଛି  ।

ଆଧାର – ଓଡିଶା ଜଳ ବିଭାଜିକା ଉନ୍ନୟନ ମିଶନ

2.53846153846
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top