ହୋମ / ଇ-ଗଭର୍ଣ୍ଣ।ନ୍ସ
ସେଆର କରନ୍ତୁ

ଇ-ଗଭର୍ଣ୍ଣ।ନ୍ସ

ଏହି ବିଭାଗରେ ଜାତୀୟ ଇ-ପ୍ରଶାସନ ପରିକଳ୍ପନା, କାର୍ଯ୍ୟାରମ୍ଭ, ସମ୍ବଳ ଓ ରାଜ୍ୟ ସ୍ତରରେ ବିଭିନ୍ନ ଇ-ପ୍ରଶାସନ କାର୍ଯ୍ୟଧାରା ସମ୍ପର୍କରେ ସୂଚନା ଦିଆଯ଼ାଇଛି l

  • ଇ ପ୍ରଶାସନ ଦ୍ଵାରା ନିଯୁକ୍ତି

    ଇ ପ୍ରଶାସନ ଦ୍ଵାରା ନିଯୁକ୍ତି

    ଓଡିଶାରେ ବର୍ତ୍ତମାନ ‘ଇ ପ୍ରଶାସନ କୁ’ ଗୁରୁତ୍ଵ ଦିଆଯାଉଛି । ସାଧାରଣ ବ୍ୟକ୍ତିଟି ସରକାରୀ କାର୍ଯ୍ୟ କିପରି ସୁରୁଖୁରୁରେ କରିପାରିବ ସେଥି ପାଇଁ ବେକାରୀ ଯୁବକ,ଯୁବତୀକୁ ତାଲିମ ପ୍ରଦାନ କରାଯାଇ ଜନ ସେବା କେନ୍ଦ୍ରରେ ଅବସ୍ଥାପିତ କରାଯାଉଛି ।

  • ଜନସେବା କେନ୍ଦ୍ର ସ୍ଥାପନ

    ଜନସେବା କେନ୍ଦ୍ର ସ୍ଥାପନ

    ଗାଁ ଗହଳି,ଦୁର୍ଗମ ଆଦିବାସୀ ଅଞ୍ଚଳରେ ଜନ ସେବା କେନ୍ଦ୍ରର ଆଦୃତ ବଢିଯାଇଛି । ତେଣୁ ଅଧିକରୁ ଅଧିକ ଜନସେବା କେନ୍ଦ୍ର ସରକାରଙ୍କ ତରଫରୁ ଉଦ୍ ଘାଟନ କରାଯାଇଛି ।

  • ସାଧାରଣ ଲୋକଙ୍କ ସୁବିଧା

    ସାଧାରଣ ଲୋକଙ୍କ ସୁବିଧା

    ଜନସେବା କେନ୍ଦ୍ର ଗୁଡିକରେ ସାଧାରଣ ଲୋକଟିଏ ଆସି ସେଠାରେ ଥିବା କର୍ମଚାରୀ ଙ୍କ ସାହାଯ୍ୟରେ ନିଜର ଇଲେକଟ୍ରିକ ବିଲ, ବ୍ୟାଙ୍କ ପାଶ ବୁକ, ମୋବାଇଲ ରିଚାର୍ଜ ଇତ୍ୟାଦି କାର୍ଯ୍ୟ କରିପାରୁଛି ।

ସେବା ପ୍ରଦାନକାରୀ ପ୍ରଣାଳୀର ରୂପାନ୍ତରଣ

ଭାରତରେ ଇ-ପ୍ରଶାସନ ଏକ ଯୋଗାଯୋଗ ମାଧ୍ୟମ ପର୍ଯ଼ାୟରେ ପ୍ରବେଶ କରିଛି ଏବଂ କେନ୍ଦ୍ର ସରକାରଙ୍କ ଏଜେନ୍ସୀ ଓ ରାଜ୍ୟ ସରକାରଙ୍କ ବିଭାଗ ମାନଙ୍କ ଦ୍ଵାରା ସାଧାରଣ ଲୋକ ମାନଙ୍କୁ ବିଭିନ୍ନ ସେବା ପ୍ରଦାନ କରାଯ଼ାଉଛି l ଜାତୀୟ ଇ-ପ୍ରଶାସନ ପରିକଳ୍ପନା ଯାହାକି ୨୦୦୬ ମସିହାରେ ଆରମ୍ଭ କରାଯ଼ାଇଥିଲା ଲୋକ ମାନଙ୍କୁ ତାଙ୍କ ନିଜ ଅଞ୍ଚଳରେ ସମସ୍ତ ସରକାରୀ ସେବାକୁ ପ୍ରଦାନ କରିବାକୁ, ସେ ସୁବିଧା ପ୍ରଦାନ ପାଇଁ ଭାରତରେ ସାଧାରଣ ସେବା କେନ୍ଦ୍ର ତିଆରି କରାଯ଼ାଉଛି l ୩୧ ମାର୍ଚ ୨୦୧୪ ସୁଦ୍ଧା ୧, ୩୩,୮୪୭ ଟି ସାଧାରଣ ସେବା କେନ୍ଦ୍ର ବିଭିନ୍ନ ବ୍ରାଣ୍ଡ ନାମରେ କାମ କରୁଛି ଓ ଲୋକ ମାନଙ୍କୁ ବିଭିନ୍ନ ପ୍ରକାରର ସେବା ପ୍ରଦାନ କରୁଛି l ବିଭିନ୍ନ ସଂସ୍ଥା ମାନଙ୍କ ଦ୍ଵାରା ପ୍ରଦାନ କରାଯାଉଥିବା ଅଭିନବ ସୂଚନା ଏବଂ ପ୍ରଯୁକ୍ତି ସେବା ଏବଂ ବିଶେଷ ଭାବରେ ସାଧାରଣ ସେବା କେନ୍ଦ୍ର ର ଲାଭ ନେବା ପାଇଁ ଭାରତ ପ୍ରସ୍ତୁତ ରହିଛି l ଭାରତ ବିକାଶ ପ୍ରବେଶ।ଗାର ଆବଶ୍ୟକ ହେଉଥିବା ସାମଗ୍ରୀ ଓ ସେବାକୁ ସ୍ଥାନୀୟ ଭାଷାରେ ପ୍ରଦାନ କରିଥାଏ ଯାହା ଦ୍ଵାରା ସମାଜରେ ବଂଚିତ ବର୍ଗର ଲୋକ ମାନଙ୍କର ଜୀବନରେ ଏହାର ପ୍ରଭେଦ ଦେଖିବାକୁ ମିଳେ l

ଏହି ପୋର୍ଟାଲର ଇ-ପ୍ରଶାସନ ସ୍ତମ୍ବ ର ମୁଖ୍ୟ ଉଦ୍ଦେଶ୍ୟ ହେଲା ଭାରତ ରେ ଚାଲୁରହିଥିବା ଇ-ପ୍ରଶାସନ ଆନ୍ଦୋଳନକୁ ସହଯୋଗ ଦେବା ଯେମିତିକି, ଗୋଟିଏ ନିର୍ଦିଷ୍ଟ ସ୍ଥାନରେ ଅନଲାଇନ ମାଧ୍ୟମ ରେ ନାଗରିକ ସେବା ଉପଲବ୍ଧ କରାଇବା, ରାଜ୍ୟ ପ୍ରଯୋଜିତ ଇ-ପ୍ରଶାସନ ସେବା, ଅନଲାଇନ ମାଧ୍ୟମ ରେ ଆଇନଗତ ସେବା ସମ୍ପର୍କରେ ସଚେତନତା ସୃଷ୍ଟି କରିବା, ମୋବାଇଲ ପ୍ରଶାସନ, ନାଗରିକ ସୂଚନା ଅଧିକାର ଇତ୍ୟାଦି l ଗ୍ରାମ୍ୟ ସ୍ତରୀୟ ଉଦ୍ୟୋଗୀ ମାନଙ୍କର ସଶକ୍ତିକରଣ କରିବାର ଗୁରୁତ୍ଵକୁ ଆଖି ଆଗରେ ରଖି ଏହି ପୋର୍ଟାଲରେ ସ୍ଵତନ୍ତ୍ର ଭାବେ ଏକ ଗ୍ରାମ୍ୟ ସ୍ତରୀୟ ଉଦ୍ୟୋଗୀ କୋଣ ନାମରେ ଏକ ବିଭାଗ ରଖାଯ଼ାଇଛି, ଯ଼ାହା ସେମାନଙ୍କୁ ସମସ୍ତ ଉଚ୍ଚମାନର ସମ୍ବଳ ସାମଗ୍ରୀ ଯ଼ୋଗାଇବ ଓ ସେମାନଙ୍କୁ ନିଜ ଭାଷାରେ ଅଭିଜ୍ଞତାର ଆଦାନ ପ୍ରଦାନ ପାଇଁ ମଞ୍ଚ ପ୍ରଦାନ କରିବ l

ଭାରତରେ ଇ-ପ୍ରଶାସନ

ଏହି ବିଭାଗରେ ଜାତୀୟ ଇ-ପ୍ରଶାସନ ପରିକଳ୍ପନା, କାର୍ଯ୍ୟାରମ୍ଭ, ସମ୍ବଳ ଓ ରାଜ୍ୟ ସ୍ତରରେ ବିଭିନ୍ନ ଇ-ପ୍ରଶାସନ କାର୍ଯ୍ୟଧାରା ସମ୍ପର୍କରେ ସୂଚନା ଦିଆଯ଼ାଇଛି l

ନାଗରିକ ସୂଚନା ଅଧିକାର ଆକ୍ଟ ୨୦୦୫ ସମ୍ପର୍କରେ

ସୂଚନା ଅଧିକାର ଆଇନ ୨୦୦୫ ଭାରତୀୟ ସଂସଦର ଏକ ଆଇନ ଯ଼ାହା ନାଗରିକ ମାନଙ୍କୁ ସୂଚନା ପ୍ରଦାନ କରିବା ପାଇଁ ବ୍ୟବହାରିକ ବ୍ୟବସ୍ଥା ସ୍ଥାପନ କରିଥାଏ । ଏହା ଜାମ୍ମୁ କାଶ୍ମୀର ବ୍ୟତୀତ ଅନ୍ୟ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ଲାଗୁ ହୋଇଛି l

ଇ- ପ୍ରଶାସନ ସେବା ଅନଲାଇନ

ଏହି ବିଭାଗ ଅନଲାଇନ ନାଗରିକ ସେବା ସମନ୍ଧୀୟ ବିସ୍ତ୍ରୁତ ଓ ଏହା ସହିତ ସମ୍ପର୍କିତ ଅନ୍ୟ ଆବଶ୍ୟକୀୟ ସଂଯୋଗ (ଇଂରାଜୀରେ ଲିଙ୍କ), ସୂଚନା ଓ ସଂକ୍ଷିପ୍ତ ପରିଚୟ ପ୍ରଦାନ କରେ l

ଗ୍ରାମ୍ୟ ସ୍ତରୀୟ ଉଦ୍ୟୋଗୀ (ଇଂରାଜୀରେ ଭିଏଲଇ) ମାନଙ୍କ ପାଇଁ ସମ୍ବଳ

ଏହି ବିଭାଗରେ ସାଧାରଣ ସେବା କେନ୍ଦ୍ର ମାନଙ୍କର ବିସ୍ତୃତ ବିବରଣୀ, ଅନ୍ୟ ଆବଶ୍ୟକୀୟ ସଂଯୋଗ ଓ ସେବା ସମ୍ପର୍କରେ ସୂଚନା ଦିଆଯ଼ାଇଥାଏ l

ମୋବାଇଲ ଶାସନକାର୍ଯ୍ୟ

ଏହି ବିଭାଗରେ ଭାରତରେ ବଢୁଥିବା ମୋବାଇଲ ଶାସନକାର୍ଯ୍ୟ ବା ଶାସନରୀତି ସମ୍ପର୍କରେ ବିବରଣୀ ଓ ଅନ୍ୟ ଆବଶ୍ୟକୟ ସଂଯୋଗ ଓ ସେବା ସମ୍ପର୍କରେ ସୂଚନା ଦିଆଯ଼ାଇଥାଏ l

ଭାରତରେ ନ୍ୟାୟିକ ସେବା

ଏହି ବିଭାଗରେ ଅନଲାଇନ ଆଇନ ସେବା ବା ବିଚାର ବିଭାଗୀୟ ସେବା ସମ୍ବନ୍ଧୀୟ କାର୍ଯ୍ୟକ୍ରମ ସମ୍ପର୍କରେ ବିବରଣୀ ଓ ଅନ୍ୟ ଉପଯୁକ୍ତ ଆବଶ୍ୟକୀୟ ସଂଯୋଗ (ଇଂରାଜୀରେ ଲିଙ୍କ) ଓ ସେବା ସମ୍ପର୍କରେ ସୂଚନା ଦିଆଯ଼ାଇଥାଏ l

ଦେବାଶିଷ ବରାଳ Nov 20, 2017 09:27 AM

ମହାଶୟ,ଭୂରାଜସ୍ୱ ଦାଖଲ ପାଇଁ ଗୋଟିଏ ଥର ନିର୍ଦ୍ଧାରିତ ଟଙ୍କା(ରାଜସ୍ୱ ନିରୀକ୍ଷକଙ୍କ ଦ୍ଵାରା ବକେୟା+ ବ୍ୟାଙ୍କ ଦ୍ଵାରା ନିର୍ଦ୍ଧାରିତ ମୂଳଟଙ୍କା ଯାହାକି ଜମିପାଶ ବହି ଆଧାରରେ ) ନିର୍ଦ୍ଧାରିତ ବ୍ୟାଙ୍କରେ ଦାଖଲ କରି ସବୁଦିନ ପାଇଁ ରାଜସ୍ୱ ମଣ୍ଡଳ ଦପ୍ତର କୁ ଦୌଡିବାରୁ ମୁକ୍ତି ମିଳିଲେ ଭଲ ହୁଅନ୍ତା।ବ୍ୟାଙ୍କ ମୂଳଟଙ୍କା ସୁରକ୍ଷିତ ରଖିବା ସହ ନିର୍ଦ୍ଧିଷ୍ଟ ପ୍ରଜାର ସମସ୍ତ ଖାତାର ଖଜଣା କୁ ବର୍ଷ ଶେଷରେ ହେଉଥିବାସୁଧରୁ ତହସିଲ ଆକାଉଣ୍ଟରେ ସିଧାଦାଖଲ କରିବ।ଜମି ରେଜେଷ୍ଟ୍ରି ଦପ୍ତର ରେ ଜମି କିଣା ବେଳରେ ଏହା କ୍ରେତା ଠାରୁ ଅସୁଲ କରାଯାଇପାରିବ।ପ୍ରତି ପଟ୍ଟା/ଖାତା କୁ ଆଧାର ସଂଯୋଗ କରାଗଲେ ଜଣେ ପ୍ରଜାର ସାରା ରାଜ୍ୟରେ ଥିବା ସମସ୍ତ ଜମିର ଜମି ପାଶ ବହି କମ୍ପୁଟର ଦ୍ଵାରା ଆପେ ଆପେ ବନାଯାଇ ପାରିବ।ଏଥି ପାଇଁ ସମସ୍ତ ଯୁଗ୍ମ ଧାରକ ଖାତାକୁ ଯୁଦ୍ଧକାଳୀନଭିତିରେ ଭଙ୍ଗାଯିବା ଆବଶ୍ୟକ।ଜମି କିଣା ବିକା ବେଳେ ଏହି କମ୍ପୁଟର ଦ୍ଵାରା ଆପେ ଆପେ ସୃଷ୍ଟ ଜମି ପାଶ ବହି ବାଧ୍ୟତା କରାଯାଉ। ଏହାଦ୍ବାରା କ୍ରେତା ରେଜେଷ୍ଟ୍ରି ଦପ୍ତରରୁ ମଧ୍ୟ ପଟ୍ଟା ପାଇପରିବ।ସମସ୍ତ ପଟ୍ଟା କମ୍ପୁଟର ବାରକୋଡ ଦ୍ବାରା ସୁରକ୍ଷିତ କରାଯାଇପାରିବ।

ଲିଙ୍ଗରାଜ ବେହେରା Nov 16, 2017 07:28 PM

ମୁ ଓଡିଶା ଇ ଡିଷ୍ତିକ୍ତ ପ୍ରୋଗ୍ରାମ କୁ csc ସହିତ ଯୋଗ କରିବାକୁ ଅନୁରୋଧ କରୁଛି

Parthasarathi das Apr 28, 2017 09:57 PM

Hello sir iam partha sarathi das. S/o- surendra prasad das .at/po-gud. Via-anatapur. Ps-soro. Dist-baleswer. Odisha-756045.e-mail-*****@gmail.com . Mob-99*****49.90*****49 I am opening the csc center and free computer center or kiosk bank please help me sir

ଅଶ୍ବିନୀ ବେହେରା Feb 04, 2017 04:22 AM

ମୁଁ ହୋଟେଲ ଖୋଲିବା ପାଇଁ ଚାହୁଁଚି, ମତେ ସହାୟତା ଦରକାର।

Manas Kumar Nayak,Baliapal,Balasore Jan 19, 2017 10:40 PM

VLE ମାନଙ୍କୁ ଆର୍ଥିକ ସହାୟତା କଲେ ସେମାନେ ଆହୁରି ବଢିଆ କାମ କରିବେ॰ ଆଉ ଡିଜିଟାଲ ଇଣ୍ଡିଆ ପ୍ରୋଜେକ୍ଟକୁ ପୁରା କରିବେ ॰ ଏହା ମୋର ଆଶା॰

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
Back to top