অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କଟକ-ଭୁବନେଶ୍ୱରରେ ଚାଲିବ ହାଇସ୍ପିଡ୍ ମନୋ ରେଲ୍

ଉପକ୍ରମ

କଟକ ଓ ଭୁବନେଶ୍ୱରରେ ମନୋରେଲ୍ ସେବାଭୁବନେଶ୍ୱରର ପରିବହନ ବ୍ୟବସ୍ଥା ସ୍ମାର୍ଟ ହେବ । ଖାଲି ଭୁବନେଶ୍ୱର ନୁହେଁ ଟ୍ୱିନ୍ ସିଟି କଟକ-ଭୁବନେଶ୍ୱର ମଧ୍ୟରେ ହାଇସ୍ପିଡ୍ ପରିବହନ ସେବା ମନୋ ରେଲ୍ ଆରମ୍ଭ ହେବ । କଟକର ବାଦାମବାଡିରୁ ଭୁବନେଶ୍ୱରର ଫାୟାର ଷ୍ଟେସନ୍ ଯାଏ ଏହି ଦ୍ରୁତଗାମୀ ମନୋରେଲ୍ ସେବା ଆରମ୍ଭ କରିବାକୁ ଯୋଜନା ହୋଇଛି । ଏଥିପାଇଁ ସରକାରଙ୍କୁ ଡିପିଆର୍ (ବିସ୍ତୃତ ପ୍ରକଳ୍ପ ରିପୋର୍ଟ) ପ୍ରଦାନ କରିଛି ଦାୟିତ୍ୱ ନେଇଥିବା ସଂସ୍ଥା ।

ମନୋ ରେଲ୍

ଏହି ହାଇସ୍ପିଡ୍ ମନୋ ରେଲ୍ ଟ୍ରେନ୍ ପାଇଁ ସ୍ୱତନ୍ତ୍ର ଟ୍ରାକ୍ ତିଆରି ହେବ । ସହର ଭିତରେ ଝୁଲା ଟ୍ରାକ୍ (ଫ୍ଲାଏଓଭର ଭଳି) ବା ଭୂତଳ ଟ୍ରାକ୍ (ଅଣ୍ଡରଗ୍ରାଉଣ୍ଡ)ରେ ଏହି ଟ୍ରେନ୍ ପାଇଁ ଟ୍ରାକ୍ ଗଡ଼ିବ । ସ୍ୱତନ୍ତ୍ର ଟ୍ରାକ୍ ହୋଇଥିବାରୁ ଖୁବ କମ୍ ସମୟ ଭିତରେ ଏହି ହାଇସ୍ପିଡ୍ ଟ୍ରେନ୍ ଯାତ୍ରୀଙ୍କୁ ନେଇ ପହଞ୍ଚାଇ ଦେବ । ମନୋ ରେଲ୍ ଗଡିଲେ ଟ୍ରାଫିକ ସମସ୍ୟା ମଧ୍ୟ ବହୁ ମାତ୍ରାରେ କମିଯିବ । ଏଥିସହ ଲୋକେ ଅତ୍ୟାଧୁନିକ ପରିବହନ ସେବା ପାଇପାରିବେ । ଲାଇଟ୍ ରେଲ୍ ଟ୍ରାନଜିଟ୍ ସିଷ୍ଟମରେ ଏହି ମନୋରେଲ୍ ଗଡିବ । ଏଥିରେ ମାତ୍ର ଦୁଇରୁ ତିନୋଟି ବଗି ଲାଗିବ । ଏହା ତିଆରି କରିବାକୁ ପ୍ରାୟ ୪୧୭୦ କୋଟି ଟଙ୍କା ଖର୍ଚ୍ଚ ହେବ । କଟକରୁ ଭୁବନେଶ୍ୱର ପହଞ୍ଚିବାକୁ ମାତ୍ର ୧୦ରୁ ୧୫ ମିନିଟ୍ ସମୟ ଲାଗିବ ବୋଲି ପ୍ରାଥମିକ ଭାବେ ଅନୁମାନ କରାଯାଉଛି । ଏହି ଲାଇଟ୍ ରେଲ୍ ଟ୍ରାନଜିଟ୍ ସିଷ୍ଟମର ମନୋ ରେଲ୍ ସେବା ବିଦେଶରେ ବେଶି ଲୋକପ୍ରିୟ । ଟ୍ରାଫିକ୍ ଭିଡ଼କୁ ଏଡାଇବା ସହ କମ୍ ସମୟରେ ଯାତାୟତ କରିବାକୁ ଲୋକେ ଏହାକୁ ବେଶି ପସନ୍ଦ କରନ୍ତି । ସୁରକ୍ଷା ଦୃଷ୍ଟିରୁ ମଧ୍ୟ ଏହା ସର୍ବୋକୃଷ୍ଟ । ମାଲେସିଆର କୁଆଲାଲମପୁର ସହରରେ ଥିବା ଏହି ମନୋ ରେଲ୍ ୨୭କିମି ଦୂରର ରାସ୍ତାକୁ ସଂଯୋଗ କରୁଛି । ଏହା ମଧ୍ୟରେ ୨୫ଟି ଷ୍ଟେସନ ରହିଛି । ଏହାକୁ ଅତିକ୍ରମ କରିବାକୁ ପ୍ରାୟ ୧୬ ମିନିଟ୍ ସମୟ ଲାଗୁଛି । ସେହିପରି ଯୁକ୍ତରାଷ୍ଟ୍ର (ୟୁକେ)  ନଟିଂହାମ୍ ରେ ଚାଲୁଥିବା ହାଇସ୍ପିଡ୍ ମନୋ ରେଲ୍ ରେ ୧୪ କିମି ଦୂରତାର ରାସ୍ତାକୁ ଅତିକ୍ରମ କରିବାକୁ ୮ ମିନିଟ୍ ସମୟ ନେଉଛି ।

ମନୋ ରେଲ୍ ରେ ବ୍ୟବସ୍ଥା

ଏଥିରେ ଥରକେ ପାଖାପାଖି ୨୦୦ ଯାତ୍ରୀ ଯାତାୟତ କରି ପାରୁଛନ୍ତି । ସେହିପରି ଭାରତର ମୁମ୍ବାଇ ସହରରେ ଚାଲୁଥିବା ମନୋ ରେଲ୍ ଘଣ୍ଟାକୁ ୮୦ କିମି ବେଗରେ ଯାତାୟତ କରୁଛି । ସେହିପରି ଦେଶର ଅନ୍ୟ ବଡ ସହର ଦିଲ୍ଲୀ, ଗୁରୁଗାଓଁ, କୋଲକାତା, ବାଙ୍ଗାଲୋର, ହାଇଦ୍ରାବାଦ, ଜୟପୁର, କୋଚି ଭଳି ସହରରେ ମାସ୍ ରାପିଡ୍ ଟ୍ରାନଜିଟ୍ ସିଷ୍ଟମ ଚାଲୁଛି ।

କଟକ ଓ ଭୁବନେଶ୍ୱରରେ ମନୋରେଲ୍ ସେବା

Twin City କଟକ ଓ ଭୁବନେଶ୍ୱରରେ ମନୋରେଲ୍ ସେବା ଆରମ୍ଭ କରିବାକୁ ସରକାର ପ୍ରାୟ ଦୁଇ ବର୍ଷ ତଳୁ ପରିକଳ୍ପନା କରିଥିଲେ । ଏଥିପାଇଁ ହାଇଦ୍ରାବାଦ୍ର ବାଲାଜୀ ରେଲରାଡ୍ ସିଷ୍ଟମସ୍ ଲିଃକୁ(ବାରସିଲ୍)କୁ ଡିପିଆର୍ ପ୍ରସ୍ତୁତ କରିବାକୁ ଦାୟିତ୍ୱ ଦେଇଥିଲେ । ସେତେବେଳେ ଟ୍ୱିନସିଟିରେ ମାସ୍ ରାପିଡ୍ ଟ୍ରାନଜିଟ୍ ସିଷ୍ଟମ(ଏମଆରଟିଏସ୍) ପାଇଁ ନିଷ୍ପତ୍ତି ହୋଇଥିଲା । ହେଲେ ଡିପିଆର୍ ପ୍ରସ୍ତୁତି ବେଳେ ଏହି ଯୋଜନାରେ ପରିବର୍ତ୍ତନ କରାଯାଇଛି । ଏବେ କମ୍ପାନୀ ସରକାରଙ୍କ ପାଖରେ ଦାଖଲ କରିଥିବା ଡିପିଆର୍ରେ ଟ୍ୱିନସିଟିରେ ବର୍ତ୍ତମାନ ସମୟରେ ଏମଆରଟିଏସ୍ ଚାଲି ପାରିବନି ବୋଲି ଦର୍ଶାଇଛି । ଏହାର କାରଣ ଭାବେ କମ୍ପାନୀ ଦେଖାଇଛି ଯେ, ମାସ୍ ରାପିଡ୍ ଟ୍ରାନଜିଟ୍ ସିଷ୍ଟମର ନିୟମ ଅନୁଯାୟୀ କଟକ-ଭୁବନେଶ୍ୱରର ସଂଯୋଗ କରୁଥିବା ରାସ୍ତାରେ ଅତି କମ୍ ରେ ୧୮ ହଜାର ଗାଡିମୋଟର ଚଳାଚଳ କଲେ ଏମ୍ଆରଟିଏସ କାର୍ଯ୍ୟକାରୀ ହୋଇପାରିବ । ମାତ୍ର ଏବେ ମାତ୍ର ୪ ହଜାର ଗାଡିମୋଟର ଚଳାଚଳା କରୁଛି । ୧୮ ହଜାର ଛୁଇଁବାକୁ ୨୦୪୧ ମସିହା ଯାଏ ଅପେକ୍ଷା କରିବାକୁ ପଡିବ । ଏଥିପାଇଁ ଏବେ ପାଇଁ ମାସ୍ ରାପିଡ୍ ଟ୍ରାନଜିଟ୍ ସିଷ୍ଟମ ବଦଳରେ ଲାଇଟ୍ ରେଲ୍ ଟ୍ରାନଜିଟ୍ ସିଷ୍ଟମ୍ (ଏଲଆରଟିଏସ୍) ଚଲାଇବାକୁ ଡିପିଆର୍ ରେ ପ୍ରସ୍ତାବ ଦିଆଯାଇଛି ।

ଏଲ୍ଆରଟିଏସରେ କମ୍ ସଂଖ୍ୟକ ବଗି ରହିବ । ଏହାକୁ କଟକ ବାଦାମବାଡିରୁ ଭୁବନେଶ୍ୱର ଫାୟାରଷ୍ଟେସନ୍ ଯାଏ ଚଲାଇବାକୁ ଯୋଜନା ହୋଇଛି। ଏଥିପାଇଁ ପ୍ରାୟ ୪୧୭୦ କୋଟି ଟଙ୍କାର ବ୍ୟୟ ଆକଳନ କରାଯାଇଛି । ସରକାରୀ ଓ ଘରୋଇ ଭାଗୀଦାରିତା(ପିପିପି ମୋଡ଼)ରେ ଏହାକୁ ତିଆରି କରାଯିବ ।

ଲେଖା ଏବଂ ପ୍ରାପ୍ତ - ସ୍ମୃତିରଞ୍ଜନ ବିଶ୍ଵାଳ

Last Modified : 3/2/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate