অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଅନୁଗୋଳ ଜିଲ୍ଲାର ଅନ୍ଲାଇନ ସେବା

ଅନୁଗୋଳ ଜିଲ୍ଲାର ଅନ୍ଲାଇନ ସେବା

ଜମିବାଡି ସମ୍ବନ୍ଧରେ

  • ଜମି ପଟ୍ଟା କିପରି ଦେଖିବେ ଓଡିଶାର ସଂପୂର୍ଣ୍ଣ ଭୌଗୋଳିକ ମାନଚିତ୍ର ଭୁଲେଖକୁ ବୁଝାଏ। ଓଡିଶା ସରକାରଙ୍କ ଦ୍ଵାରା ଜମି ସମ୍ବନ୍ଧିୟ ତଥ୍ୟ ଭୁଲେଖରେ ଦର୍ଶାଯାଇଛି । ଏହି ବିଷୟରେ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ।
  • ଯାଆନ୍ତୁୱେବପୋର୍ଟାଲ ଲିଙ୍କ

    ତହସିଲ କାର୍ଯ୍ୟ।ଳୟ ଅନୁଗୋଳ, ଆଠମଲ୍ଲିକ,ବନରପାଳ, ଛେଣ୍ଡିପଦା, କଣିହାଁ,କିଶୋରନଗର, ତାଳଚେର, ପାଳଲହଡା

    ସ୍ଥାନ : ସବୁ ତହସିଲ କାର୍ଯ୍ୟ।ଳୟ ।  ସହର : ଅନୁଗୋଳ ।  ପିନ କୋଡ୍ : 759122

ଅଭିଯୋଗ ଦାଖଲ କିପରି କରିବେ ?

  • ଅନଲାଇନରେ ଅଭିଯୋଗ ସମାଧାନ
  • ଜନସାଧାରଣଙ୍କ ଆପତ୍ତି ଅଭିଯୋଗ ସମାଧାନ ପାଇଁ ଓଡିଶା ସରକାର ଅନଲାଇନ ସେବା ଯୋଗାଇ ଦେଇଅଛନ୍ତି । ଏହି ସେବାକୁ ଉପଯୋଗ କରି ସାଧାରଣ ନାଗରିକ ନିଜର ସମସ୍ୟା ମାନନୀୟ ମୁଖ୍ୟମନ୍ତ୍ରୀଙ୍କ ଠାରେ ଉପସ୍ଥାପନ କରିପାରିବେ । ଅଭିଯୋଗ ଜଣାଇବାକୁ : -

    ଯାଆନ୍ତୁୱେବପୋର୍ଟାଲ ଲିଙ୍କ

    ଜିଲ୍ଲା କାର୍ଯ୍ୟ।ଳୟ

    ସ୍ଥାନ : ଅନୁଗୋଳ ।  ସହର : ଅନୁଗୋଳ ।  ପିନ କୋଡ୍ : 759122

ଜାତୀୟ ବାର୍ଦ୍ଧକ୍ୟ ଭତ୍ତା ଯୋଜନା

  • ବିପିଏଲ ତାଲିକା ଅନ୍ତର୍ଭୁକ୍ତ ୬୦ବର୍ଷରୁ ଉର୍ଦ୍ଧ ବୃଦ୍ଧ, ବୃଦ୍ଧ ମାନଙ୍କୁ ଭତ୍ତା ପ୍ରଦାନ କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ ।
    ୬୦ ବର୍ଷରୁ ୭୯ବର୍ଷ ମଧ୍ୟରେ ଥିବା ବୃଦ୍ଧ, ବୃଦ୍ଧା ମାନଙ୍କୁ ମାସିକ ୩୦୦ ଟଙ୍କା ଭତ୍ତା ପ୍ରଦାନ କରାଯାଉଥିବା ବେଳେ ୮୦ ବର୍ଷରୁ ଉର୍ଦ୍ଧ ବୃଦ୍ଧା, ବୃଦ୍ଧ ମାନଙ୍କୁ ୫୦୦ଟଙ୍କା ପ୍ରଦାନ କରାଯାଇଥାଏ ।
    ମଧୁବାବୁ ପେନସନ ଯୋଜନା ପରି ଏହି ଯୋଜନାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସୁପାରିଶ କ୍ରମେ ଉପଜିଲ୍ଲାପାଳ ଭତ୍ତା ମଞ୍ଜୁର କରିଥାନ୍ତି ।
  • ଯାଆନ୍ତୁୱେବପୋର୍ଟାଲ ଲିଙ୍କ

    ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟ।ଳୟ

    ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟ।ଳୟ, କଲେକଟୋରେଟ, ଅନୁଗୋଳ
    ସ୍ଥାନ : ଅନୁଗୋଳ ।  ସହର : ଅନୁଗୋଳ ।  ପିନ କୋଡ୍ : ୭୫୯୧୨୨

ଜାତୀୟ ବିଧବା ଭତ୍ତା ଯୋଜନା

  • ବିପିଏଲ ତାଲିକା ଅନ୍ତର୍ଭୁକ୍ତ ୪୦ବର୍ଷରୁ ଉର୍ଦ୍ଧ ବିଧବାମାନଙ୍କୁ ଭତ୍ତା ପ୍ରଦାନ କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ ।ଏହି ଯୋଜନାରେ ମାସିକ ୩୦୦ ଟଙ୍କା ଭତ୍ତା ପ୍ରଦାନ କରାଯାଇଥାଏ।
  • ଯାଆନ୍ତୁୱେବପୋର୍ଟାଲ ଲିଙ୍କ

    ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟ।ଳୟ

    ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟ।ଳୟ,  ଜିଲ୍ଲା କାର୍ଯ।ଳୟ ପରିସର, ଅନୁଗୋଳ
    ସ୍ଥାନ : ଅନୁଗୋଳ ।  ସହର : ଅନୁଗୋଳ ।  ପିନ କୋଡ୍ :୭୫୯୧୨୨

ଜାତୀୟ ଭିନ୍ନକ୍ଷମ ଭତ୍ତା ଯୋଜନା

  • ବିପିଏଲ ତାଲିକା ଅନ୍ତର୍ଭୁକ୍ତ ୧୮ ବର୍ଷରୁ ଉର୍ଦ୍ଧ ଏବଂ ଶତକଡା ୮୦ରୁ ଉର୍ଦ୍ଧ ଭିନ୍ନକ୍ଷମମାନଙ୍କୁ ଭତ୍ତା ପ୍ରଦାନ କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ ।ଏହି ଯୋଜନାରେ ମାସିକ ୩୦୦ ଟଙ୍କା ଭତ୍ତା ପ୍ରଦାନ କରାଯାଇଥାଏ ।
  • ଯାଆନ୍ତୁୱେବପୋର୍ଟାଲ ଲିଙ୍କ

    ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟ।ଳୟ

    ସ୍ଥାନ : ଜିଲ୍ଲା କାର୍ଯ।ଳୟ ପରିସର, ଅନୁଗୋଳ ।  ସହର : ଅନୁଗୋଳ । ପିନ କୋଡ୍ : 759122

ଜାତୀୟ ପରିବାର ମଙ୍ଗଳ ଯୋଜନା

  • ବିପିଏଲ ପରିବାରଭୁକ୍ତ ପରିବାରର ୧୮ରୁ ୫୯ବର୍ଷ ମଧ୍ୟରେ ହୋଇଥିବା ମୁଖ୍ୟ ରୋଜଗାରକ୍ଷମ ବ୍ୟକ୍ତିଙ୍କର ସ୍ଵାଭାବିକ ବା ଆକସ୍ମିକ ମୃତ୍ୟୁ ହେଲେ ସେହି ପରିବାରକୁ ଏହି ସହାୟତା ପ୍ରଦାନ କରାଯାଇଥାଏ । ବର୍ତ୍ତମାନ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେଉଥିବା ହିତାଧିକାରୀମାନଙ୍କର ସହାୟତା ରାଶି ତା ୧୮.୧୦.୨୦୧୨ ରିଖ ଠାରୁ ଟ. ୧୦,୦୦୦/-ରୁ ଟ. ୨୦,୦୦୦/-କୁ ବଢାଇ ଦିଆଯାଇଅଛି ଏବଂ ଏହି ଯୋଜନାର ଅର୍ଥ ମଞ୍ଜୁରୀ ନିମନ୍ତେ ମଣ୍ଡଳ ଉନ୍ନୟନ ଅଧିକ।ରୀମାନଙ୍କୁ ତା. ୧୪.୦୧.୨୦୧୩ଠାରୁ କ୍ଷମତା ପ୍ରଦାନ କରାଯାଇଅଛି।
  • ଏହି ଯୋଜନାରେ ସରକାରଙ୍କ ଦ୍ଵାରା କୌଣସି ଧାର୍ଯ୍ୟ ଲକ୍ଷ୍ୟ ଦିଆଯାଉନହିଁ ।

    ଯାଆନ୍ତୁୱେବପୋର୍ଟାଲ ଲିଙ୍କ

    ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟ।ଳୟ

    ସ୍ଥାନ : ଜିଲ୍ଲା କାର୍ଯ।ଳୟ ପରିସର, ଅନୁଗୋଳ ।  ସହର : ଅନୁଗୋଳ ।  ପିନ କୋଡ୍ : 7599122

ମଧୁବାବୁ ଭତ୍ତା ଯୋଜନା

୧୯୭୫ ମସିହାରୁ କାର୍ଯ୍ୟକାରୀ ହେଉଥିବା ରାଜ୍ୟ ବାର୍ଦ୍ଧକ୍ୟ ଭତ୍ତା ଯୋଜନା ଏବଂ ୧୯୮୫ ମସିହାରୁ କାର୍ଯ୍ୟକାରୀ ହେଉଥିବା ଓଡିଶା ବିକଳାଙ୍ଗ ଭତ୍ତା ଯୋଜନାକୁ ସମିଶ୍ରଣ କରି ଜାନୁଆରୀ ୨୦୦୮ ମସିହାରୁ ଏହି ଯୋଜନା କାର୍ଯ୍ୟକାରୀ ହେଉଛି।

୬୦ ବର୍ଷରୁ ଉର୍ଦ୍ଧ ବୃଦ୍ଧ, ବୟସ ନିର୍ବିଶେଷରେ ବିଧବା, ନିରାଶ୍ରୟ, କୁଷ୍ଠରୋଗମୁକ୍ତ ମାନଙ୍କୁ ବର୍ଦ୍ଧକ୍ୟ / ବିଧବା ଭତ୍ତା ଏବଂ ୫ବର୍ଷରୁ ଉର୍ଦ୍ଧ ଶାରୀରିକ ଅକ୍ଷମ, ଦୃଷ୍ଟିହୀନ, ମୁକ ଓ ବଧିର ଏବଂ ମାନସିକ ଅନଗ୍ରସର ମାନଙ୍କୁ ଭତ୍ତା ଯୋଗାଇଦେବା ଏହି ଯୋଜନାର ମୂଳ ଲକ୍ଷ୍ୟ ।

୩୦ ବର୍ଷରୁ ଉର୍ଦ୍ଧ ଅବିବାହିତ ମହିଳାମାନଙ୍କୁ ମଧ୍ୟ ଏହି ଭତ୍ତା ଯୋଜନାର ଅନ୍ତର୍ଭୂକ୍ତ କରାଯାଇଛି ।

ଏହି ଭତ୍ତା ପାଇବା ପାଇଁ ଆବେଦନକାରି ନିମ୍ନଲିଖିତ ସର୍ତ୍ତ ପୂରଣ କରିବା ଦରକାର ।

  • ପରିବାର ଆୟ ବାର୍ଷିକ ୨୪୦୦୦/-ରୁ ଉର୍ଦ୍ଧ ହୋଇନଥିବ ।
  • ଆବେଦନକାରୀ ଓଡିଶାର ସ୍ଥାୟୀ ବାସିନ୍ଦା ହୋଇଥିବ ।
  • ଆବେଦନକାରୀ ଫୌଜଦାରୀ କିମ୍ବା ମକୋଦମାରେ ଲିପ୍ତ ନଥିବେ ।
  • ବିପିଏଲ୍ ତାଲିକାଭୁକ୍ତ ପରିବାରର ଆବେଦନକାରୀଙ୍କ ନିମନ୍ତେ କୌଣସି ଆୟସୀମା ନାହିଁ ।
  • ଭିନ୍ନକ୍ଷମ ମାନଙ୍କ କ୍ଷେତ୍ରରେ ଭିନ୍ନକ୍ଷମତାର ପରିମାଣ ୪୦%ରୁ ଉର୍ଦ୍ଧ ହୋଇଥିବା ଦରକାର ।

ଏହି ଭତ୍ତା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସୁପାରିଶ କ୍ରମେ ସଂପୃକ୍ତ ଉପଜିଲ୍ଲାପାଳ ମଞ୍ଜୁରୀ କରିଥାନ୍ତି ।
ଏହି ଭତ୍ତା ବାବଦରେ ପ୍ରତ୍ୟେକ ହିତାଧିକାରୀଙ୍କୁ ମାସିକ ୩୦୦ ଟଙ୍କା ହିସାବରେ ପ୍ରତ୍ୟେକ ମାସ ୧୫ ତାରିଖରେ (ଜନସେବା ଦିବସରେ) ଗ୍ରାମ ପଞ୍ଚାୟତ ମୁଖ୍ୟ ଆବସରେ ପ୍ରଦାନ କରାଯାଇଥାଏ ।
୮୦ବର୍ଷରୁ ଉର୍ଦ୍ଧ ହିତାଧିକାରୀମାନଙ୍କୁ ମାସିକ ୫୦୦ଟଙ୍କା ହିସାବରେ ଭତ୍ତା ପ୍ରଦାନ କରାଯାଇଥାଏ ।
ଏହି ଭତ୍ତାବାବଦର ସମସ୍ତ ଖର୍ଚ ରାଜ୍ୟ ସରକାର ବହନ କରିଥାନ୍ତି ।

ଯାଆନ୍ତୁୱେବପୋର୍ଟାଲ ଲିଙ୍କ

ସ୍ଥାନ : ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟ।ଳୟ,ଅନୁଗୋଳ ।  ସହର : ଅନୁଗୋଳ ।  ପିନ କୋଡ୍ : 759122

ବଂଶଗତ ପ୍ରମାଣପତ୍ର

ବଂଶଗତ ପ୍ରମାଣପତ୍ର କଣ ?ସାଧାରଣତ ପରିବାର ର ମୁଖ୍ୟ ବ୍ୟକ୍ତି ଙ୍କର ମୃତ୍ୟୁ ପରେ ତାଙ୍କର ବଂଶଗତ ଉତ୍ତରାଧିକାରୀ ଯେପରି ସ୍ତ୍ରୀ କିମ୍ବା ସ୍ଵାମୀ ,ପୁଅ ,ଝିଅ ,ପିତା / ମାତା ବଂଶଗତ ପ୍ରମାଣପତ୍ର ପାଇଁ ଆବେଦନ କରି ପାରିବେ । ଏହାର ଆବଶ୍ୟକତା କଣ ?

ଏହା ନିମ୍ନଲିଖିତ କାରଣ ପାଇଁ ଦରକାର

  • ପାରିବାରିକ ପେନସନ ପାଇଁ
  • ସରକରୀ ଦେୟ ପାଇବା ପାଇଁ , ମୃତ  ବ୍ୟକ୍ତି ଙ୍କର ଅନୁକମ୍ପା ରାସୀ ପାଇବା ପାଇଁ , କେନ୍ଦ୍ର ଓ ରାଜ୍ୟ ସରକାରି କର୍ମଚାରୀଙ୍କର  ସରକାରୀ ପ୍ରୋଭିଡ଼ିଏଣ୍ଟ ଫଣ୍ଡ,ଗ୍ର୍ଯାଚୁଇଟି ଏବ॰ ଏରିଅର ଦରମା ନିମନ୍ତେ ଆବଶ୍ୟକ ।
  • ୫୦ ,୦୦୦ /- ରୁ କମ ଅଣ ଷ୍ଟାଟୁଟାରୀ ଏକ୍ସ ଗ୍ରାସିଆ ଦେୟ ପାଇଁ ଆବଶ୍ୟକ ।

ଆଇନ ସମ୍ବନ୍ଧୀୟ ବୈଧତା

ଏହି ପ୍ରମାଣ ପାତ୍ର ଟି  ଫର୍ମ  ନ॰ – ଆଇ. ଭି  ଓଡିଶା ସାଧାରଣ ଓ ବିବିଧ ପ୍ରମାଣପତ୍ର ଧାରା ୧୯୮୪  ଅନୁଯାଇ ଉପଲବ୍ଧ ।

ସମ୍ପୃକ୍ତ ବିଭାଗ

  • ରାଜସ୍ୱ ଓ ପରିଚାଳନା ବିଭାଗ, ଓଡିଶା ସରକାର

ବଂଶଗତ ପ୍ରମାଣପତ୍ର ଆବେଦନ କରିବାର ପ୍ରଣାଳୀ

ଜଣେ ବ୍ୟକ୍ତି ଫର୍ମ ନ॰ – ଆଇ  ରେ  କୋର୍ଟ ଦେୟ ଟ. ୩.୦୦ ଲଗାଇ ନିଜର ତହସିଲ ରେ ଆବେଦନ କରିପାରିବେ।

  • ଆବଶ୍ୟକୀୟ ଦଲିଲ
  • ରାସନ କାର୍ଡ ର ନକଲ ,ଭୋଟର ପରିଚୟ ପତ୍ର ର ନକଲ ଓ ପଟା  ର ନକଲ ଆବଶକ୍ୟ  ଆବଶ୍ୟକ  (ଯଦି  ମୃତ ବ୍ୟକ୍ତି ଙ୍କ ନାମ ରେ ଥାଏ )
  • ମୃତ ବ୍ୟକ୍ତି ଙ୍କର ମୂତ୍ୟୁ ପ୍ରମାଣ ପତ୍ର
  • ଶପଥ ପାଠ
  • ମୃତ ବ୍ୟକ୍ତି ଙ୍କର ସେବା ପୁସ୍ତକ

ଅନୁମୋଦନ କରିବା ଅଧିକାରୀ

ରାଜସ୍ୱ ଅଧିକାରୀ ( ତହସିଲଦାର, ଅତିରିକ୍ତ ତହସିଲଦାର, ଉପ – ଜିଲ୍ଲାପାଳ , ଜିଲ୍ଲାପାଳ )

ଅଭିଯୋଗ ପଞ୍ଜୀକରଣ କରିବା ପାଇଁ ?

ଆବେଦନକାରୀ ୩ ମାସ ମ ଧ୍ୟରେ ଅପିଲ କରିପାରିବେ ।

  • ଉପ – ଜିଲ୍ଲାପାଳ ଯଦି ଅର୍ଡର ତହସିଲଦାର / ଅତିରିକ୍ତ ତହସିଲଦାର କରିଥାନ୍ତି ।
  • ଜିଲ୍ଲାପାଳ  ଯଦି ଅର୍ଡର  ଉପ – ଜିଲ୍ଲାପାଳ କରିଥାନ୍ତି ।
  • ରାଜସ୍ୱ ଉତ୍ତରାଞ୍ଚଳ ଅଧିକାରୀ ଯଦି ଅର୍ଡର ଜିଲ୍ଲାପାଳ କରିଥାନ୍ତି

କାର୍ଯ୍ୟାଳୟ ସମୟ

ଦିନ ୧୦.୦୦ ଟା ରୁ ସନ୍ଧ୍ୟା ୫.୦୦ ଯେ କୌଣସି କାର୍ଯକାରି ଦିବସରେ

ଯାଆନ୍ତୁୱେବପୋର୍ଟାଲ ଲିଙ୍କ

ତହସିଲ କାର୍ଯ୍ୟ।ଳୟ ଅନୁଗୋଳ, ଆଠମଲ୍ଲିକ, ବନରପାଳ, ଛେଣ୍ଡିପଦା, କଣିହାଁ, କିଶୋରନଗର, ତାଳଚେର, ପାଳଲହଡା

ସ୍ଥାନ : ସବୁ ତହସିଲ କାର୍ଯ୍ୟ।ଳୟ ।  ସହର : ଅନୁଗୋଳ ।  ପିନ କୋଡ୍ : 759122

ଜାତିଗତ ପ୍ରମାଣପତ୍ର

  • ଜାତିଗତ ପ୍ରମାଣପତ୍ର କଣ ?ଜାତି ପ୍ରମାଣପତ୍ର ବ୍ୟକ୍ତିର ଜାତିକୁ ଦର୍ଶାଇଥାଏ । ଉଦାହରଣ ସ୍ୱରୂପ ତଫସିଲଭୁକ୍ତ ଜାତି ଅଥବା ତଫସିଲଭୁକ୍ତ ଜନଜାତି ।
  • ଯାଆନ୍ତୁୱେବପୋର୍ଟାଲ ଲିଙ୍କ

    ତହସିଲ କାର୍ଯ୍ୟ।ଳୟ ଅନୁଗୋଳ, ଆଠମଲ୍ଲିକ, ବନରପାଳ, ଛେଣ୍ଡିପଦା, କଣିହାଁ, କିଶୋରନଗର, ତାଳଚେର, ପାଳଲହଡା

    ସ୍ଥାନ : ସବୁ ତହସିଲ କାର୍ଯ୍ୟ।ଳୟ ।  ସହର : ଅନୁଗୋଳ ।  ପିନ କୋଡ୍ : 759122

ସମ୍ପତ୍ତି/ହୋଲଡିଙ୍ଗ ଟାକ୍ସ/ଜନ୍ମ/ମୃତ୍ୟୁ ସାର୍ଟିଫିକେଟ ଏବଂ ଟେଲିଫୋନ ବିଲ ଦାଖଲ

  • ସମ୍ପତ୍ତି/ହୋଲଡିଙ୍ଗ ଟାକ୍ସ/ଜନ୍ମ/ମୃତ୍ୟୁ ସାର୍ଟିଫିକେଟ
  • ଯାଆନ୍ତୁୱେବପୋର୍ଟାଲ ଲିଙ୍କ

    ଅନୁଗୋଳ ଓ ତାଳଚେର ପୌରପାଳିକା, ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦ

  • ଟେଲିଫୋନ ବିଲ ଦାଖଲ
  • ଯାଆନ୍ତୁୱେବପୋର୍ଟାଲ ଲିଙ୍କ

ଆଧାର - "ଅନୁଗୋଳ ୱେବପୋର୍ଟାଲ ଲିଙ୍କ"

Last Modified : 2/22/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate