অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଇ-କମର୍ସ ବ୍ୟବସାୟରେ ଟାଟା

ଇ-କମର୍ସ

 

ଭାରତର ଅନ୍ୟତମ ବୃହତ୍ ବ୍ୟବସାୟିକ ସାମ୍ରାଜ୍ୟ ଟାଟା ଗ୍ରୁପ ଇ-କମର୍ସ ବ୍ୟବସାୟରେ ପ୍ରବେଶ କରିଛି ।  ଇ-କମର୍ସ ମାଧ୍ୟମରେ ଟାଟା ପୋଷାକ ଏବଂ ଇଲୋଟ୍ରୋନିକ୍ସ ସାମଗ୍ରୀ ବିକ୍ରି କରିବ । କମ୍ପାନୀ ଟାଟା କ୍ଲିକ୍ ନାମକ ଏକ ୱେବ୍ସାଇଟ୍ର ବିକାଶ କରିଛି । ଦେଢ ବର୍ଷ ମଧ୍ୟରେ ଏହି ସାଇଟ୍ ରେ ବିକାଶ ପାଇଁ ଏକାଧିକ ନିୟୁତ ଡଲାର ଅର୍ଥ ବ୍ୟୟ କରିଛି । ଟାଟା ଗ୍ରୁପ ଏହାର ନିଜସ୍ୱ ଏବଂ ସହଯୋଗୀ କମ୍ପାନୀର ପୋଷାକ ଏବଂ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଏହି ସାଇଟ୍ ମାଧ୍ୟମରେ ବିକ୍ରି କରିବ । ଇ-କମର୍ସ ବ୍ୟବସାୟରେ ପ୍ରବେଶ କରି କମ୍ପାନୀ ରିହାତି ଯୁଦ୍ଧରେ ପ୍ରବେଶ କରିବାକୁ ଚାହେଁନାହିଁ । ବରଂ ଗ୍ରାହକଙ୍କୁ ଉତ୍ତମ ଉତ୍ପାଦ ଯୋଗାଇ ଦେଇ ଏକ ନିରନ୍ତର ବ୍ୟବସାୟିକ ପ୍ରକ୍ରିୟା ବିକାଶ କରିବାକୁ ଚାହେଁ  ।

ଇ-କମର୍ସର ଆକାର

ଭାରତରେ ଗତବର୍ଷ ଇ-କମର୍ସର ଆକାର ୧୧ ବିଲିଅନ ଡଲାର ଥିବା ବେଳେ ଆସନ୍ତା ୨୦୨୫ ସୁଦ୍ଧା ଏହା ୨୨୦ ବିଲିଅନ ଡଲାରରେ ପହଞ୍ଚିବ ବୋଲି ବ୍ୟାଙ୍କ ଅଫ୍ ମେରିଲ ଲିଞ୍ଚ ଆକଳନ କରିଛି । ତେବେ  ଇ-କମର୍ସ ବଜାରରେ ରିହାତି ବିକ୍ରିକୁ ଯଥେଷ୍ଟ ପ୍ରାଧାନ୍ୟ ଦିଆଯାଉଛି । ଏଥିଯୋଗୁ କମ୍ପାନୀଗୁଡିକ ପର୍ଯ୍ୟାପ୍ତ କ୍ଷତି ସହୁଛନ୍ତି । ଏ ନେଇ ଟାଟା ଗ୍ରୁପ ପକ୍ଷରୁ କୁହାଯାଇଛି ଯେ କମ୍ପାନୀ ଲାଭ ଉପରେ ପ୍ରାଧାନ୍ୟ ଦେବ । କେବଳ ରିହାତି ଦେଇ ବିକ୍ରି ବୃଦ୍ଧି କରିବା ଉପରେ ଗୁରୁତ୍ଵ ଦେବ  ନାହିଁ ।

ଇ-କମର୍ସ ବ୍ୟବସାୟ

ଭାରତରେ ସ୍ନାପାଡିଲ ଏବଂ ଫ୍ଲିପକାର୍ଟ ଭଳି ନୂଆ ଷ୍ଟାର୍ଟଅପ୍ କମ୍ପାନୀ ଇ-କମର୍ସ ବ୍ୟବସାୟ କରୁଥିବା ବେଳେ ଆମାଜନ ଭଳି ଅନ୍ତର୍ଜାତୀୟ କମ୍ପାନୀ ମଧ୍ୟ ଏଠାରେ କାର୍ଯ୍ୟ କରୁଛନ୍ତି । ଦ୍ଵିତୀୟ ପର୍ଯ୍ୟାୟରେ ଦେଶର କେତେକ ବୃହତ୍ କମ୍ପାନୀ ଏହି ବଜାରରେ ପ୍ରବେଶ କରିଛନ୍ତି । ଏମାନଙ୍କ ମଧ୍ୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରଜ୍ ଲିମିଟେଡ ଗତମାସରେ ଅନଲାଇନ୍ରେ ପୋଷାକ ବ୍ୟବସାୟ ଆରମ୍ଭ କରିଥିବାବେଳେ ଆଦିତ୍ୟ ବିର୍ଲା ଗ୍ରୁପ ଏବଂ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ ସେମାନଙ୍କ ଅନ୍ଲାଇନ୍ ରିଟେଲ ପ୍ଲାଟଫର୍ମ ଆରମ୍ଭ କରିଛନ୍ତି । ଏମାନଙ୍କ ପରେ ଟାଟା ଏ କ୍ଷେତ୍ରରେ ପ୍ରବେଶ କରିଛି । ଏହି ୱେବସାଇଟକୁ ଦେଖିବା ପାଇଁ ଲିଙ୍କକୁ ଯାଆନ୍ତୁ"https://www.tatacliq.com"

ଆଧାର – ଦୈନିକ ସମ୍ବାଦ

Last Modified : 12/10/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate