অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଇ- ହସ୍ପିଟାଲ

ଅନଲାଇନରେ ପରିଚାଳିତ

ଏସସିବି ଡେଣ୍ଟାଲ କଲେଜ ଓ ହସ୍ପିଟାଲ ଏବେ ଅନଲାଇନରେ ପରିଚାଳିତ ହେବ । ଆଉଟଡୋରଠାରୁ ଆରମ୍ଭ କରି ଇନଡୋରରେ  ରୋଗୀ କେଉଁଭଳି ସେବା ପାଉଛି, ଡାକ୍ତର କ’ଣ ପରାମର୍ଶ ଦେଉଛନ୍ତି ପରୀକ୍ଷା ରିପୋର୍ଟ କ’ଣ ବାହାରିଛି ଏସବୁ ଅନଲାଇନରେ ଜାଣି ହେବ । ଏଥିପାଇଁ ନ୍ୟାସନାଲ ଇନଫରମେଟିକସ ସେଣ୍ଟର ( ଏନଆଇସି) ଦ୍ଵାରା ପରିଚାଳିତ ଇ- ହସ୍ପିଟାଲ କ୍ଲାଉଡ କମ୍ପ୍ୟୁଟିଙ୍ଗ ସର୍ଭ ଅଧୀନରେ ଡେଣ୍ଟାଲ ହସ୍ପିଟାଲକୁ ପଞ୍ଜୀକୃତ କରାଯାଇଛି । ଓଡିଶାରେ କ୍ୟାପିଟାଲ ହସ୍ପିଟାଲ, କଟକ ଶିଶୁଭାବନ ପରେ ଡେଣ୍ଟାଲ କଲେଜରେ ଅନଲାଇନ ସେବା ଆରମ୍ଭ କରାଯିବ ବୋଲି ସୂଚନା ଦିଆଯାଇଛି ଅପରପକ୍ଷରେ ଏନଆଇସି ପକ୍ଷରୁ ଅନଲାଇନରେ ଡାକ୍ତର ଆପଏଣ୍ଟମେଣ୍ଟ ସେବା ପାଇଁ ରେଜିଷ୍ଟ୍ରେସନ ସିଷ୍ଟମ ପୋର୍ଟାଲ ( ଓଆର୍ ଏସ୍) ଆରମ୍ଭ କରାଯିବାକୁ ଯୋଜନା ରହିଛି । ଭୁବନେଶ୍ଵର ଏମସ, କଟକ ଶିଶୁଭବନ, ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ ରୋଗ ଚିକିତ୍ସା କେନ୍ଦ୍ରରେ ଓଆର୍ ଏସ୍ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ବ୍ୟବସ୍ଥା ଆରମ୍ଭ ହୋଇଛି ।

ଇ- ହସ୍ପିଟାଲ

ଡେଣ୍ଟାଲ କଲେଜକୁ ଆସୁଥିବା ରୋଗୀମାନେ କେଉଁଠାକୁ ଗଲେ,କ’ଣ ଚିକିତ୍ସା ପାଇଲେ ତାହା ଅନଲାଇନରେ ସଂରକ୍ଷିତ କାରୀ ରହିବାକୁ କର୍ତ୍ତୃପକ୍ଷ ଅଗ୍ରହ ଦେଖାଇଥିଲେ । ଏଥିପାଇଁ ଏନଆଇସି ସଂପୂର୍ଣ୍ଣ ସୁରକ୍ଷିତ ହେବ ବୋଲି କର୍ତ୍ତୁପକ୍ଷ ହୃଦବୋଧ କରିଥିଲେ । ଏଥିପାଇଁ ଇ- ହସ୍ପିଟାଲରେ ଡେଣ୍ଟାଲ କଲେଜକୁ ସାମିଲ କରିବା ପାଇଁ ଏନଆଇସିକୁ ଅନୁରୋଧ କରଯାଇଥିଲା । ତେବେ ଇ- ସେବା ଆରମ୍ଭ କରିବା ପାଇଁ ଆବଶ୍ୟକ ଥିବା ଭତ୍ତିଭୂମି, ମାନବସମ୍ବଳ ଇତ୍ୟାଦି ଏବେ ଡେଣ୍ଟାଲ ହସ୍ପିଟାଲରେ ନାହିଁ । ଏଥିପାଇଁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବାକୁ ସରକାରଙ୍କୁ ଅନୁରୋଧ କରାଯାଇଛି । ଏଥିପୂର୍ବରୁ ଡେଣ୍ଟାଲ କଲେଜ ଓ ହସ୍ପିଟାଲର ଏକ ୱେବସାଇଟ୍ ତିଆରି କରିବାକୁ ପଡିବ । ଏଥିପାଇଁ ପ୍ରାୟ ୨ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ପରେ ଭିତ୍ତିଭୂମି ମଳିଗଲେ ଏନଆଇସି ଇ- ହସ୍ପିଟାଲ କାମ ଆରମ୍ଭ କରିବ । ଏହାଦ୍ଵାରା ରୋଗୀ ଆଉଟ୍ ଡୋରକୁ ଆସିଲେ ସେଠାରେ ପଞ୍ଜୀକରଣ ଟିକେଟ ସହ ଏକ ସ୍ଵତନ୍ତ୍ର ପରିଚୟ ସଂଖ୍ୟା ପ୍ରଦାନ କରାଯିବ । ଏହି ସଂଖ୍ୟାକୁ ସଂପୃକ୍ତ ରୋଗୀ ଜଣକ ଡାକ୍ତରୀ ପରାମର୍ଶ ହସ୍ପିଟାଲରେ ଆଡମିସନ୍, ଔଷଧ କିଣା ଇତ୍ୟାଦିର ତଥ୍ୟକୁ ଅନଲାଇନ ମାଧ୍ୟମରେ ଜାଣିପାରିବ । ମେଡିକାଲ ପରିସରରେ ଥିବା ଔଷଧ କାଉଣ୍ଟରକୁ ମାଧ୍ୟ ଏହା ସହିତ ସଂଯୋଗ କରିଯିବ ।

ହସ୍ପିଟାଲକୁ ପ୍ରଥମେ ମାଗଣାରେ ସଫଟଓୟାର ପ୍ରଦାନ କରାଯିବା ପରେ ଇ- ହସ୍ପିଟାଲ ପାଇଁ ସ୍ଵତନ୍ତ୍ର ଇ- କାଉଣ୍ଟର ଖୋଲାଯିବ । ରୋଗୀ ସଂଖ୍ୟାକୁ ଦୃଷ୍ଟିରେ ରଖି ହସ୍ପିଟାଲ କର୍ତ୍ତୃପକ୍ଷ ଯେତିକି କାଉଣ୍ଟର ଖୋଳିବେ ସେହି ଅନୁଯାୟୀ କମ୍ପ୍ୟୁଟର ସ୍କାନର , ପ୍ରିଷ୍ଟର, କର୍ମଚାରୀନିଯୁକ୍ତି ହେବା ଦରକାର । ସବୁଠୁ ଗୁରୁତ୍ଵପୂର୍ଣ୍ଣ ହେଉଛି ହାଇସ୍ପିଡ୍ ଲିଜ ଲାଇନ । ଏଥିପାଇଁ ବିଏସଏନଏଲ ସହିତ ଏନଆଇସି ଆଲୋଚନା କରିଛି । ଯଦି ଗୋଟିଏ ଲାଇନ ଧିମା ହୁଏ ତାହେଲେ ଅନ୍ୟ ଲାଇନ୍ ରେ ରୋଗୀକୁ ତଥ୍ୟ ଯାଇପାରୁଥିବା ଆବଶ୍ୟକ । ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭିତ୍ତିଭୂମି ମିଳିଗଲେ ଜୁଲାଇ ମାସ ବେଳକୁ ଏହି ସେବା ଆରମ୍ଭ କରିବାକୁ ଚେଷ୍ଟା କରାଯିବ । ଯଦି କର୍ତ୍ତୃପକ୍ଷ ଚାହିଁବେ ତାହାଲେ ଟିକେଟ କାଟିବା ପାଇଁ ରୋଗୀଙ୍କୁ ଧାଡିରେ ଆସିବା ପରିବର୍ତ୍ତେ ଓଆରଏସ୍ ପୋର୍ଟାଲରେ ସିଧାସଳଖ ଡାକ୍ତରଙ୍କ ଆପୋଏଣ୍ଟମେଣ୍ଟ ନେଇ ହେବ । ଏଥିପାଇଁ ଓଆରଏସ୍ ରେ ହସ୍ପିଟାଲକୁ ପଂଜୀକୃତ ହେବାକୁ ପଡିବ ।

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate