ହୋମ / ଇ-ଗଭର୍ଣ୍ଣ।ନ୍ସ / ଇ- ଶାସନ ସେବା ଅନଲାଇନ / ଇଭିଏମ୍ ସୁରକ୍ଷା ବିଶେଷତ୍ୱ( ବାରମ୍ବାର ଉଠୁଥିବା ପ୍ରଶ୍ନର ଉତ୍ତର)
ସେଆର କରନ୍ତୁ

ଇଭିଏମ୍ ସୁରକ୍ଷା ବିଶେଷତ୍ୱ( ବାରମ୍ବାର ଉଠୁଥିବା ପ୍ରଶ୍ନର ଉତ୍ତର)

ଇଲେକ୍ଟ୍ରୋନିକ ଭୋଟିଂ ମେସିନ୍(EVM)କୁ ନେଇ ସାଧାରଣଜନତାଙ୍କ ମଧ୍ୟରେ ଉଠୁଥିବା ପ୍ରଶ୍ନର ଉତ୍ତର

ଗତ କିଛିଦିନ ମଧ୍ୟରେ ଇଲେକ୍ଟ୍ରୋନିକ ଭୋଟିଂ ମେସିନ୍(EVM)କୁ ନେଇ ସାଧାରଣଜନତାଙ୍କ ମଧ୍ୟରେ ଉଠୁଥିବା ପ୍ରଶ୍ନର ଉତ୍ତରରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ କୁହାଯାଇଛି ଯେ ଇସିଆଇ-ଇଭିଏମ୍ ଏବଂ ତା’ସହିତ ସମ୍ବନ୍ଧିତ ସମସ୍ତ ପ୍ରଣାଳୀ ସୁଦୃଢ଼, ସୁରକ୍ଷିତ ଏବଂ ଟାମ୍ପରିଂରୁ ମୁକ୍ତ ।

ଇଭିଏମ ଭୋଟଦାନ ଏବଂ ଗଣତି କିଭଳି ସୁରକ୍ଷିତ ସେ ସମ୍ପର୍କରେ ନିମ୍ନରେ କେତେକ ପ୍ରଶ୍ନୋତ୍ତର ମାଧ୍ୟମରେ ବିସ୍ତୃତ ସୂଚନା ଦିଆଯାଇଛି । ଏହାର ନିର୍ମାଣ ଠାରୁ ଆରମ୍ଭ କରି ସଂରକ୍ଷିତ ରଖିବା ପର୍ଯ୍ୟନ୍ତ କଡ଼ା ପ୍ରଶାସନିକ ଉପାୟ ଅବଲମ୍ବନ କରାଯାଇଥାଏ  ।

ଇଭିଏମ୍ ଟାମ୍ପରିଂର ଅର୍ଥ କ’ଣ ?

ଟାମ୍ପରିଂର ଅର୍ଥ କଂଟ୍ରୋଲ୍ ୟୁନିଟରେ ଲାଗିଥିବା ମାଇକ୍ରୋ ଚିପ୍ସରେ ଥିବା ସଫ୍ଟୱେର ପ୍ରୋଗ୍ରାମକୁ ବଦଳାଇବା କିମ୍ବା ମନ୍ଦ ଉଦ୍ଦେଶ୍ୟ ରଖି ସଫ୍ଟୱେର ପ୍ରୋଗ୍ରାମ୍ ଆରମ୍ଭ କରିବା ଏବଂ ବାଲାଟ୍ ୟୁନିଟରେ ପ୍ରେସ୍ କରାଯାଉଥିବା ସୁଇଚକୁ ଏପରି ପ୍ରେସ କରିବା ଯାହା କଂଟ୍ରୋଲ୍ ୟୁନିଟରେ ସ୍ୱଚ୍ଛ ପରିଣାମ ପହଂଚାଇବାରେ ବାଧା ସୃଷ୍ଟି କରୁଥିବ ।

ଇସିଆଇ-ଇଭିଏମକୁ ହ୍ୟାକ୍ କରିବା ସମ୍ଭବ କି ?

ନା । ଇଭିଏମ୍ ମେସିନରେ ଏମ୍-1 ମଡେଲଗୁଡ଼ିକର ନିର୍ମାଣ 2006 ସୁଦ୍ଧା କରାଯାଇଥିଲା । କେତେକଙ୍କ ଦାବି ସତ୍ତ୍ୱେ ଏମ୍-1 ମେସିନ୍ ଏପରି ଢଙ୍ଗରେ ନିର୍ମାଣ କରାଯାଇଥିଲା ଯେ ଏହାକୁ ହ୍ୟାକ୍ କରିବା ସମ୍ଭବ ନୁହେଁ ।

2006 ରେ ବୈଷୟିକ ମୂଲ୍ୟାଙ୍କନ ସମିତିର ସୁପାରିସ ଆଧାରରେ ଏବଂ 2012 ସୁଦ୍ଧା ନିର୍ମିତ ଇଭିଏମ୍ ଏମ୍-2 ମଡେଲରେ ଅତିରିକ୍ତ ସୁରକ୍ଷା ବିଶେଷତ୍ୱ ରୂପରେ ଏନକ୍ରିରପଟେଡ୍ ଫାର୍ମ ଅର୍ଥାତ୍ ଉପରକୁ ଖୋଦେଇ ହୋଇଥିବା ପ୍ରମୁଖ କୋଡଗୁଡ଼ିକର ଡାଏନାମିକ୍ କୋଡିଂ ସାମିଲ୍ କରାଯାଇଥିଲା, ଯାହାର ଫଳସ୍ୱରୂପ ବାଲାଟ୍ ୟୁନିଟକୁ କଂଟ୍ରୋଲ୍ ୟୁନିଟ୍ ପର୍ଯ୍ୟନ୍ତ ବାର୍ତ୍ତା ହସ୍ତାନ୍ତର କରିବା ସମ୍ଭବ ହେଲା । ଏଥିରେ ପ୍ରତ୍ୟେକ ପ୍ରେସ୍ର ରିଏଲ୍ ଟାଇମ୍ ସିଟିଂ ମଧ୍ୟ ସାମିଲ ଥିଲା । ଯାହାଦ୍ୱାରା ମନ୍ଦ ଉଦ୍ଦେଶ୍ୟ ରଖି କରାଯାଇଥିବା ପ୍ରେସ କ୍ରମ ଜାଣିହେବ ।

ଇସିଆଇ-ଇଭିଏମ୍ କମ୍ପ୍ୟୁଟର ନିୟନ୍ତ୍ରିତ ନୁହେଁ, ଏହା ଷ୍ଟାଣ୍ଡ ଆଲୋନ୍ ଅର୍ଥାତ୍ ସ୍ୱତନ୍ତ୍ର ମେସିନ୍ । ଇଣ୍ଟରନେଟ୍ କିମ୍ବା ଅନ୍ୟ କୌଣସି ନେଟ୍ୱାର୍କ ସହିତ କୌଣସି ସମୟରେ ଏହାକୁ ସଂଯୋଗ କରାଯାଇପାରିବ ନାହିଁ । ଏଣୁ କୌଣସି ରିମୋଟ୍ ଡିଭାଇସ୍ ଜରିଆରେ ମଧ୍ୟ ଏହାକୁ ହ୍ୟାକ୍ କରାଯାଇପାରିବ ନାହିଁ  ।

ଏହା ବ୍ୟତୀତ କୌଣସି ହାର୍ଡୱେର୍ ପାର୍ଟ କିମ୍ବା ୱେରଲେସ୍ ୱାଇଫାଇ କିମ୍ବା ବ୍ଲୁଟୁଥ୍ ଡିଭାଇସ୍ ଜରିଆରେ ମଧ୍ୟ ଏଥିରେ ଟାମ୍ପରିଂ ସମ୍ଭବ ନୁହେଁ, କାରଣ କଂଟ୍ରୋଲ୍ ୟୁନିଟ୍(CU) ବାଲାଟ୍ ୟୁନିଟ୍ (BU) କେବଳ ଏନକ୍ରିପଟେଡ୍ ବା ଡାଇନାମିକାଲି କୋଡେଡ୍ ଡାଟା ସ୍ୱୀକାର କରିଥାଏ । ଏଥିରେ କୌଣସି ଅନ୍ୟପ୍ରକାରର ଡାଟା ସ୍ୱୀକାର କରାଯାଇପାରିବ ନାହିଁ ।

ନିର୍ମାତାଙ୍କ ଦ୍ୱାରା ଇସିଆଇ-ଇଭିଏମରେ କୌଣସି ଗଡ଼ବଡ଼ି (ମ୍ୟାନିପୁଲେସନ୍) କରାଯାଇପାରିବ କି ?

ସମ୍ଭବ ନୁହେଁ ।

ସଫ୍ଟୱେର ସୁରକ୍ଷା ପ୍ରସଙ୍ଗରେ ନିର୍ମାତାଙ୍କ ସ୍ତରରେ କଡ଼ା ସୁରକ୍ଷା ପ୍ରୋଟୋକଲ୍ ଲାଗୁ କରାଯାଇଥାଏ  । ଏହି ମେସିନଗୁଡ଼ିକ 2006 ଠାରୁ ଭିନ୍ନ ଭିନ୍ନ ବର୍ଷରେ ନିର୍ମାଣ କରାଯାଉଛି  । ନିର୍ମାଣ କରାଯିବା ପରେ ଇଭିଏମକୁ ରାଜ୍ୟର ଏବଂ କୌଣସି ରାଜ୍ୟର ଆଭ୍ୟନ୍ତରୀଣ ଜିଲ୍ଲାକୁ ପଠାଯାଇଥାଏ  । କେଉଁ ପ୍ରାର୍ଥୀ କେଉଁ ନିର୍ବାଚନ କ୍ଷେତ୍ରରୁ ଲଢ଼ିବ ଏବଂ ବାଲାଟ୍ ୟୁନିଟରେ ପ୍ରାର୍ଥୀଙ୍କ ସିକୁଏନ୍ସ କ’ଣ ରହିବ, ଏହି ସୂଚନା ନିର୍ମାତା ମାନେ ଜାଣିବାର କୌଣସି ସୁଯୋଗ ନଥାଏ । କେବଳ ସେତିକି ନୁହେଁ, ପ୍ରତ୍ୟେକ ଇସିଆଇ-ଇଭିଏମରେ ଏକ ସିରିଏଲ୍ ନମ୍ବର ରହିଛି ଏବଂ ନିର୍ବାଚନ ଆୟୋଗ ଇଭିଏମ୍-ଟ୍ରାକିଂ ସଫ୍ଟୱେରର ବ୍ୟବହାର କରି ନିଜ ଡାଟା ବେସରୁ ଏହା ଜାଣିପାରିବେ ଯେ କେଉଁ ମେସିନ୍ କେଉଁ ଠାରେ ରହିଛି । ଏଣୁ ନିର୍ମାଣ ସ୍ତରରେ ହ୍ୟାକିଂର କୌଣସି ସୁଯୋଗ ନାହିଁ  ।

ସିୟୁର ଚିପ୍ ଭିତରେ କୌଣସି ଟ୍ରୋଜନ୍ ହର୍ସ ପୂରାଇବା ସମ୍ଭବ କି ?

ଇଭିଏମରେ ଭୋଟିଂ ମେସିନ୍ର ସିକ୍ୱେନ୍ସ ନିମ୍ନୋକ୍ତ ପ୍ରକାରେ କରାଯାଉଥିବାରୁ ଏହା ଭିତରେ ଟ୍ରୋଜନ୍ ହର୍ସ ଭର୍ତ୍ତି କରିବାର ଆଶଙ୍କା ନଥାଏ । ନିର୍ବାଚନ ଆୟୋଗଙ୍କ ଦ୍ୱାରା କରାଯାଇଥିବା କଡ଼ା ସୁରକ୍ଷା ଉପାୟ ଫିଲ୍ଡରେ ଟ୍ରୋଜନ୍ ହର୍ସର ପ୍ରବେଶ ଅସମ୍ଭବ କରାଇଦେଇଥାଏ ।

ଯେତେବେଳେ କଂଟ୍ରୋଲ୍ ୟୁନିଟରେ କୌଣସି ବାଲାଟ୍ ସୁଇଚ୍ ପ୍ରେସ୍ କରାଯାଇଥାଏ, ତାହା ସିୟୁ ଏବଂ ବିୟୁଙ୍କୁ ଭୋଟ୍ ରେଜିଷ୍ଟର କରିବା ଲାଗି ଅନୁମତି ଦେଇଥାଏ ଏବଂ ବିୟୁରେ ସୁଇଚ୍ ପ୍ରେସ୍ ହେବା ଲାଗି ପ୍ରତୀକ୍ଷା କରିଥାଏ  । ଏହି ଅବଧି ସମୟରେ ସିୟୁରେ ସମସ୍ତ ସୁଇଚ୍ ସେହି ଭୋଟ୍ କାଷ୍ଟ ହେବାର ସମସ୍ତ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ନିଷ୍କ୍ରିୟ ହୋଇଯାଇଥାଏ  । କୌଣସି ମତଦାତାଙ୍କ ଦ୍ୱାରା ସୁଇଚ୍(ପ୍ରାର୍ଥୀଙ୍କ ଭୋଟ୍ ବଟନ୍) ମଧ୍ୟରୁ କୌଣସି ଗୋଟିଏକୁ ଦବାଇବା ପରେ ବିୟୁ ସେହି ସୁଇଚ୍ ସମ୍ବନ୍ଧୀୟ ସୂଚନା ସିୟୁକୁ ପ୍ରଦାନ କରିଥାଏ  । ସିୟୁକୁ ଡାଟା୍ ପ୍ରାପ୍ତ ହୋଇଥାଏ ଏବଂ ତାହା ତତକ୍ଷଣାତ୍ ବିୟୁରେ ଏଲ୍ଇଡି ଲ୍ୟାମ୍ପର ଚମକ ସହିତ ତାହାର ପ୍ରାପ୍ତି ସ୍ୱୀକାର କରିଥାଏ  । ସିୟୁରେ ବାଲାଟ୍କୁ ସକ୍ଷମ କରିବା ପରେ କେବଳ ‘ପ୍ରଥମେ ଟିପା ଯାଇଥିବା ବଟନ୍’କୁ ସିୟୁ ଦ୍ୱାରା ସେନ୍ସ ଏବଂ ସ୍ୱୀକାର କରାଯାଇଥାଏ  । ଏହାପରେ କୌଣସି ମତଦାତା ଅନ୍ୟ ସୁଇଚଗୁଡ଼ିକୁ ଯେତେ ଦବାଇଲେ ମଧ୍ୟ କୌଣସି ପ୍ରଭାବ ପଡ଼ିନଥାଏ, କାରଣ ପରେ ଟିପା ଯାଇଥିବା ବଟନ୍ ପାଇଁ ସିୟୁ ଏବଂ ବିୟୁ ମଧ୍ୟରେ କୌଣସି କମ୍ୟୁନିକେସନ୍ ହୋଇନଥାଏ ଏବଂ ବିୟୁ କୌଣସି ସୁଇଚ୍ ଟିପିବାକୁ ରେଜିଷ୍ଟର କରିନଥାଏ  । ଅନ୍ୟ ଅର୍ଥରେ କହିଲେ ସିୟୁର ବ୍ୟବହାର କରି ସକ୍ଷମ କରାଯାଇଥିବା ପ୍ରତ୍ୟେକ ବାଲାଟ୍ ନିମନ୍ତେ କେବଳ ଏକ ବୈଧ ସୁଇଚ୍ ପ୍ରେସ୍ (ପ୍ରଥମେ ପ୍ରେସ୍ କରାଯାଇଥିବା ସୁଇଚ୍) ହୋଇଥାଏ  । ପୁଣ ଥରେ ବୈଧ ସୁଇଚ୍ ପ୍ରେସ୍ ହେବା (ଭୋଟିଂ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା) ପରେ ସିୟୁ ଏବଂ ବିୟୁ ମଧ୍ୟରେ କୌଣସି ଗତିବିଧି ଯେପର୍ଯ୍ୟନ୍ତ ହୋଇନଥାଏ ଯେପର୍ଯ୍ୟନ୍ତ ସିୟୁ ଦ୍ୱାରା ଅନ୍ୟ ବାଲାଟ୍ ସକ୍ଷମ କରିବାରେ ପ୍ରେସ ବ୍ୟବସ୍ଥା କରାଯାଇନଥାଏ । ଏଣୁ ଦେଶରେ ବ୍ୟବହାର କରାଯାଉଥିବା ଇଲେକ୍ଟ୍ରୋନିକ୍ସ ଭୋଟିଂ ମେସିନରେ ତଥାକଥିତ୍ ‘ସିକୁଏନ୍ସଡ୍ ସୁଇଚ୍ ପ୍ରେସିଙ୍ଗ୍’ ଅର୍ଥାତ୍ ‘ଲଗାତାର ବଟନ୍ ଦବାଇବା’ ଜରିଆରେ ମନ୍ଦଉଦ୍ଦେଶ୍ୟ ଥିବା ବାର୍ତ୍ତା ପଠାଇବା ସମ୍ଭବ ନୁହେଁ ।

ଇସିଆଇ-ଇଭିଏମ୍ ସହିତ ଭୌତିକ ରୂପରେ ଟ୍ୟାମ୍ପରିଂ କରାଯାଇପାରିବ କି ବା ଏହାର କୌଣସି ଅଂଶବିଶେଷକୁ ବଦଳାଯାଇପାରିବ କି ?

ଇସିଆଇ-ଇଭିଏମରେ ପୁରୁଣା ମଡେଲ୍ ଏମ୍ 1 ଏବଂ ଏମ୍ 2 ରେ ବିଦ୍ୟମାନ ସୁରକ୍ଷା ବିଶେଷତ୍ୱ ବ୍ୟତୀତ 2013 ରେ ନିର୍ମାଣ କରାଯାଇଥିବା ନୂଆ ଏମ୍ 3 ଇଭିଏମରେ ଟ୍ୟାମ୍ପର ଡିଟେକ୍ସନ୍ ଏବଂ ସେଲ୍ଫ ଡାଇଗ୍ନୋଷ୍ଟିକ୍ସ ଭଳି ଅତିରିକ୍ତ ବିଶେଷତ୍ୱ ରହିଛି  । ଟ୍ୟାମ୍ପର ଡିଟେକ୍ସନ ବିଶେଷତ୍ୱ କାରଣରୁ ଯେତେବେଳେ କୌଣସି ବ୍ୟକ୍ତି ମେସିନ୍ ଖୋଲିବା ଲାଗି ପ୍ରୟାସ କରିଥାଏ, ଇଭିଏମ୍ ନିଷ୍କ୍ରିୟ ହୋଇଯାଇଥାଏ । ସେଲ୍ଫ ଡାଇଗ୍ନୋଷ୍ଟିକ୍ସ ବିଶେଷତ୍ୱ କାରଣରୁ ଯେତେବେଳେ କୌଣସି ଇଭିଏମରେ ସ୍ୱିଚ୍ ଅନ୍ କରାଯାଇଥାଏ, ତାହା ସମ୍ପୂର୍ଣ୍ଣ ଭାବେ ମେସିନରେ ଯାଂଚ କରିଥାଏ । ଏହାର ହାର୍ଡୱେର୍ କିମ୍ବା ସଫ୍ଟୱେରରେ କୌଣସି ପ୍ରକାର ପରିବର୍ତ୍ତନରୁ ଏହା ଜାଣିହୋଇଥାଏ ।

ଉପରୋକ୍ତ ବିଶେଷତ୍ୱ ସହିତ ନୂଆ ମଡେଲ୍ ଏମ୍ 3 ର ଏକ ପ୍ରୋଟୋ ଟାଇପ୍ ଖୁବଶୀଘ୍ର ପ୍ରସ୍ତୁତ ହୋଇଯିବ । ଏକ ବୈଷୟିକ ବିଶେଷଜ୍ଞ ସମିତି ଏହାର ଯାଂଚ କରିବ ଏବଂ ଏହାପରେ ନିର୍ମାଣ ଆରମ୍ଭ ହୋଇଯିବ । ଉପରୋକ୍ତ ବ୍ୟତୀତ ବିଶେଷତ୍ୱଗୁଡ଼ିକ ଏବଂ ନୂଆ ପ୍ରାଦ୍ୟୋଗିକୀୟ ଉନ୍ନତି ସହିତ ଏମ୍ 3 ଇଭିଏମ୍ର କ୍ରୟ ନିମନ୍ତେ ସରକାରଙ୍କ ଦ୍ୱାରା ପାଖାପାଖି 2 ହଜାର କୋଟି ଟଙ୍କା ଜାରି କରାଯାଇଛି ।

ଇସିଆଇ-ଇଭିଏମକୁ ଟ୍ୟାମ୍ପରିଂ ମୁକ୍ତ କରିବା ନିମନ୍ତେ ନବୀନତମ ପ୍ରାଦ୍ୟୋଗିକୀୟ ବିଶେଷତ୍ୱ କ’ଣ?

ଇସିଆଇ-ଇଭିଏମ୍ ମେସିନକୁ 100 ପ୍ରତିଶତ ଟ୍ୟାମ୍ପରିଂ ମୁକ୍ତ କରିବା ନିମନ୍ତେ ଅନେକଗୁଡ଼ିକ ପଦକ୍ଷେପ ବ୍ୟତୀତ ୱାନ୍ ଟାଇମ୍ ପ୍ରୋଗ୍ରାମ କରାଯାଇଥିବା (OTP) ମାଇକ୍ରୋ କଂଟ୍ରୋଲର୍ସର କୋଡ ଗତିଶୀଳ କୋଡିଂ, ପ୍ରତ୍ୟେକର ପ୍ରେସ୍ କରିବାର ତିଥି ଏବଂ ସମୟର ଷ୍ଟାମ୍ପିଂ, ଉନ୍ନତ ଇନକ୍ରିପସନ୍ ପ୍ରାଦ୍ୟୋଗିକୀ ଏବଂ ଇଭିଏମ୍ ଲଜିଷ୍ଟିକ୍ସର ସଂଚାଳନ ନିମନ୍ତେ ଇଭିଏମ୍ ଟ୍ରାକିଂ ସଫ୍ଟୱେର ଭଳି ସର୍ବାଧିକ ପରିଷ୍କୃତ ପ୍ରଦ୍ୟୋଗିକୀୟ ବିଶେଷତ୍ୱର ଉପଯୋଗ କରାଯାଇଥାଏ । ଏହା ବ୍ୟତୀତ ନୂଆ ମଡେଲ୍ ଏମ୍ 3 ଇଭିଏମରେ ଟ୍ୟାମ୍ପର ଡିଟେକ୍ସନ୍ ଏବଂ ସେଲ୍ଫ ଡାଇଗ୍ନୋଷ୍ଟିକ୍ସ ଭଳି ଅତିରିକ୍ତ ବିଶେଷତ୍ୱ ମଧ୍ୟ ରହିଛି  । କାରଣ, ସଫ୍ଟୱେର ଓଟିପି ଉପରେ ଆଧାରିତ, ପ୍ରୋଗ୍ରାମକୁ ନା ବଦଳାଯାଇପାରିବ ନା ଏହାକୁ ରି-ରାଇଟ୍ କିମ୍ବା ରି-ରେଡ୍ କରାଯାଇପାରିବ । ଏହିପରି ଏହି ଇଭିଏମ୍ ଟ୍ୟାମ୍ପରିଂ ମୁକ୍ତ ହୋଇପାରିଛି  । ଯଦି କେହି ଏପରି ପ୍ରୟାସ କରିଥାଏ, ତା’ହେଲେ ମେସିନ୍ ନିଷ୍କ୍ରିୟ ହୋଇଯାଇଥାଏ ।

ଷ୍ଟୋର୍ କରି ରଖିବା ସ୍ଥାନରେ ଟ୍ୟାମ୍ପରିଂ କରିବା କେତେ ସମ୍ଭବ ?

ଜିଲ୍ଲା ମୁଖ୍ୟାଳୟରେ ଇଭିଏମକୁ କଡ଼ା ସୁରକ୍ଷା ମଧ୍ୟରେ ରଖାଯାଇଥାଏ । ଏହାର ସୁରକ୍ଷା ସମୟ ସମୟରେ ଯାଂଚ କରାଯାଇଥାଏ । ଅଧିକାରୀ ଷ୍ଟ୍ରଙ୍ଗ ରୁମକୁ ଖୋଲନ୍ତି ନାହିଁ, କିନ୍ତୁ ସେମାନେ ଏହାର ଯାଂଚ କରିଥାନ୍ତି ଯେ ଏହା ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ଅଛି ନା ନାହିଁ ଏବଂ ତାଲା ସମୁଚିତ ଅବସ୍ଥାରେ ଅଛି ନା ନାହିଁ । କୌଣସି ଅନଧିକୃତ ବ୍ୟକ୍ତିକୁ କୌଣସି ସ୍ଥିତିରେ ଇଭିଏମ୍ ନିକଟକୁ ଯିବା ଲାଗି ଅନୁମତି ମିଳିନଥାଏ । ନିର୍ବାଚନ ସମୟ ନଥିଲେ ଏହି ଅବଧି ସମୟରେ ସମସ୍ତ ଇଭିଏମ୍ର ବାର୍ଷିକ ଭୌତିକ ସତ୍ୟତା ଯାଂଚ ଡିଇଓଙ୍କ ଦ୍ୱାରା କରାଯାଇଥାଏ ଏବଂ ଇସିଆଇଙ୍କୁ ରିପୋର୍ଟ ପଠାଯାଇଥାଏ । ନିରୀକ୍ଷଣ ଏବଂ ଯାଂଚ କାର୍ଯ୍ୟ ଏବେ ନିକଟରେ ସମ୍ପନ୍ନ କରାଯାଇଛି  ।

ସ୍ଥାନୀୟ ସଂସ୍ଥା ନିର୍ବାଚନରେ ଇଭିଏମ୍ ଟ୍ୟାମ୍ପରିଂ କରିବାର ଅଭିଯୋଗ କେତେଦୂର ସତ୍ୟ ?

ନ୍ୟାୟାଧିକାର କ୍ଷେତ୍ର ସମ୍ବନ୍ଧରେ ସୂଚନାର ଅଭାବ କାରଣରୁ ଏ ସମ୍ପର୍କରେ ଭୁଲ୍ ଧାରଣା ରହିଛି  । ନଗରପାଳିକା କିମ୍ବା ପଂଚାୟତ ନିର୍ବାଚନ ଭଳି ଗ୍ରାମୀଣ ସଂସ୍ଥା ନିର୍ବାଚନରେ ଉପଯୋଗ କରାଯାଉଥିବା ଇଭିଏମ୍ ଭାରତର ନିର୍ବାଚନ ଆୟୋଗଙ୍କର ହୋଇନଥାଏ । ସ୍ଥାନୀୟ ସଂସ୍ଥା ନିର୍ବାଚନ ରାଜ୍ୟ ନିର୍ବାଚନ ଆୟୋଗ(SEC)ର ଅଧିକାର କ୍ଷେତ୍ର ଅନ୍ତର୍ଗତ ଆସିଥାଏ, ଯେଉଁମାନେ ନିଜସ୍ୱ ମେସିନ୍ କିଣିଥାନ୍ତି ଏବଂ ସେମାନଙ୍କର ନିଜର ପରିଚାଳନା ପ୍ରଣାଳୀ ଥାଏ । ଭାରତର ନିର୍ବାଚନ ଆୟୋଗ ଉପରୋକ୍ତ ନିର୍ବାଚନରେ ଏସଇସି ଦ୍ୱାରା ଉପଯୋଗ କରାଯାଉଥିବା ଇଭିଏମରେ କାର୍ଯ୍ୟପ୍ରକ୍ରିୟା ପାଇଁ ଦାୟୀ ନୁହନ୍ତି  ।

ଇସିଆଇ-ଇଭିଏମ୍ କିପରି ଟ୍ୟାମ୍ପରିଂ ହୋଇନପାରିବ, ତାହା ସୁନିଶ୍ଚିତ କରିବା ନିମନ୍ତେ ଯାଂଚ ଏବଂ ନିରୀକ୍ଷଣର ବିଭିନ୍ନ ସ୍ତର କ’ଣ ?

ପ୍ରଥମ ସ୍ତର ଯାଂଚ : ବିଇଏଲ/ଇସିଆଇଏଲ ଇଞ୍ଜିନିୟର ପ୍ରତ୍ୟେକ ଇଭିଏମ ବୈଷୟିକ ଏବଂ ଭୌତିକ ଯାଂଚ ପରେ ମୌଳିକତା ପ୍ରମାଣିତ କରିଥାଏ, ଯାହାକି ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସମ୍ମୁଖରେ କରାଯାଇଥାଏ । ତ୍ରୁଟିପୂର୍ଣ୍ଣ ଇଭିଏମକୁ ପୁଣିଥରେ ଫ୍ୟାକ୍ଟ୍ରିକୁ ପଠାଇ ଦିଆଯାଇଥାଏ । ଏଫ୍ଏଲ୍ସି ହଲ୍କୁ ସଫା ସୁତୁରା କରାଯାଇଥାଏ, ପ୍ରବେଶକୁ ନିଷିଦ୍ଧ କରାଯାଇଥାଏ ଏବଂ ଭିତରେ କାହାକୁ ମଧ୍ୟ କ୍ୟାମେରା, ମୋବାଇଲ୍ ଫୋନ୍ କିମ୍ବା ସ୍ପାଇ ପେନ୍ ଆଣିବାର ଅନୁମତି ଦିଆଯାଇନଥାଏ । ରାଜନୈତିକ ଦଳଗୁଡ଼ିକର ପ୍ରତିନିଧିମାନଙ୍କ ଦ୍ୱାରା ବଛାଯାଇଥିବା 5 ପ୍ରତିଶତ ଇଭିଏମ୍ ଉପରେ ସର୍ବନିମ୍ନ 1 ହଜାର ମତର ଏକ କୃତ୍ରିମ ମତଦାନ କରାଯାଇଥାଏ ଏବଂ ସେମାନଙ୍କ ଆଗରେ ଏହାର ପରିଣାମ ପ୍ରଦର୍ଶିତ କରାଯାଇଥାଏ । ସମ୍ପୂର୍ଣ୍ଣ ପ୍ରକ୍ରିୟାର ଭିଡିଓଗ୍ରାଫି କରାଯାଇଥାଏ ।

ତଥ୍ୟସମ୍ମିଶ୍ରଣ: କୌଣସି ବିଧାନସଭା ଏବଂ ପରେ କୌଣସି ମତଦାନ କେନ୍ଦ୍ରକୁ ଆବଂଟିତ କରାଯିବା ସମୟରେ ଇଭିଏମ୍କୁ ଦୁଇ ଥର ଭଲ ଭାବେ ଯାଂଚ କରାଯାଇଥାଏ  । ମତଦାନ ପୂର୍ବରୁ ନିର୍ବାଚନ ଦିନ ପ୍ରାର୍ଥୀଙ୍କ ମତଦାନ ଏଜେଂଟ ମାନଙ୍କ ଆଗରେ ମତଦାନ କେନ୍ଦ୍ରରେ କୃତ୍ରିମ ମତଦାନ ସଂଚାଳନ କରାଯାଇଥାଏ । ମତଦାନ ପରେ ଇଭିଏମକୁ ସିଲ୍ କରିଦିଆଯାଇଥାଏ ଏବଂ ମତଦାନ ଏଜେଂଟ ସିଲ୍ ଉପରେ ନିଜ ହସ୍ତାକ୍ଷର କରିଥାନ୍ତି । ମତଦାନ ଏଜେଂଟ ପରିବହନ ସମୟରେ ଷ୍ଟ୍ରଙ୍ଗ ରୁମ୍ ପର୍ଯ୍ୟନ୍ତ ଯାଇପାରିଥାନ୍ତି ।

ଷ୍ଟ୍ରଙ୍ଗ ରୁମ୍ : ପ୍ରାର୍ଥୀ କିମ୍ବା ସେମାନଙ୍କ ପ୍ରତିନିଧି ଷ୍ଟ୍ରଙ୍ଗ ରୁମରେ ନିଜର ବ୍ୟକ୍ତିଗତ ସିଲ୍ ଲଗାଇପାରିବେ, ଯେଉଁଠି ମତଦାନ ହେବା ପରେ ଇଭିଏମଗୁଡ଼ିକୁ ଷ୍ଟୋର କରି ରଖାଯାଇଥାଏ ଏବଂ ସେମାନେ ଷ୍ଟ୍ରଙ୍ଗରୁମକୁ ନିଜ ସମ୍ମୁଖରେ ଶିବିର ମଧ୍ୟ କରିପାରିବେ । ଏହି ଷ୍ଟ୍ରଙ୍ଗରୁମ୍ର ସୁରକ୍ଷା 24 ଘଂଟା ପର୍ଯ୍ୟନ୍ତ ବହୁସ୍ତରୀୟ ଉପାୟରେ କରାଯାଇଥାଏ  ।

ମତଗଣନା କେନ୍ଦ୍ର : ମତଦାନ କରାଯାଇଥିବା ଇଭିଏମକୁ ମତଗଣନା କେନ୍ଦ୍ରକୁ ଅଣାଯାଇଥାଏ ଏବଂ ମତଗଣନା ଆରମ୍ଭ ହେବା ପୂର୍ବରୁ ପ୍ରାର୍ଥୀଙ୍କ ପ୍ରତିନିଧିମାନଙ୍କ ସମ୍ମୁଖରେ ସିଲ୍ ଏବଂ ସିୟୁର ବିଶିଷ୍ଟ ପରିଚୟ ପ୍ରଦର୍ଶିତ କରାଯାଇଥାଏ ।

ଟ୍ୟାମ୍ପର କରାଯାଇଥିବା କୌଣସି ଇଭିଏମ୍ ବିନା ସୂଚନାରେ ମତଦାନ ପ୍ରକ୍ରିୟାରେ ପୁନଃ ସାମିଲ କରାଯାଇଥାଏ ?

ଏହାର ପ୍ରଶ୍ନ ଉଠୁନାହିଁ ।

ଇସିଆଇ ଦ୍ୱାରା ଇଭିଏମକୁ ଟ୍ୟାମ୍ପରିଂ ମୁକ୍ତ କରିବା ନିମନ୍ତେ ନିଆଯାଇଥିବା ଯାଂଚ ଏବଂ ନିରୀକ୍ଷଣର ଦୃଢ଼ ପଦକ୍ଷେପକୁ ଦେଖି ଏହା ସ୍ପଷ୍ଟ ଯେ ମେସିନ୍ ସହିତ ଟ୍ୟାମ୍ପରିଂ କରିବା ଅସମ୍ଭବ ।

ଆଧାର :PIB

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top