অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଛୋଟ ବ୍ୟବସାୟିକ ସଂସ୍ଥା ପାଇଁ କ୍ଲାଉଡ ଟେକ୍ନୋଲୋଜି ସେବା ଯୋଗାଉଛି ମାଇକ୍ରୋସଫ୍ଟ

ଛୋଟ ବ୍ୟବସାୟିକ ସଂସ୍ଥା ପାଇଁ କ୍ଲାଉଡ ଟେକ୍ନୋଲୋଜି ସେବା ଯୋଗାଉଛି ମାଇକ୍ରୋସଫ୍ଟ

ଉପକ୍ରମ

ଏବେ ରାଜ୍ୟର କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀମାନେ ମଧ୍ୟ ନିଜ ସଂସ୍ଥାରେ ଅତ୍ୟାଧୁନିକ ଟେକ୍ନୋଲୋଜିର ଉପଯୋଗ କରିପରିବେ। ମାଇକ୍ରୋସଫ୍ଟ କ୍ଲାଉଡ ଏହା ସମ୍ଭବ କରିପାରିଛି। ଆଧୁନିକ ତୀବ୍ର ପ୍ରତିଯୋଗିତାମୂଳକ ଯୁଗରେ ଛୋଟ ବଡ଼ ଯେକୌଣସି ବ୍ୟବସାୟରେ ସଫଳତା ପାଇଁ ଆଇଟିର ଉପଯୋଗ ଜରୁରୀ ହୋଇପଡିଛି। କିନ୍ତୁ ମାଇକ୍ରୋସଫ୍ଟ ପରି ବିଶ୍ଵର ଏକ ଅଗ୍ରଣୀ ଆଇଟି କମ୍ପାନିର ଆଇଟି ସେବା ଗ୍ରହଣ କରିବା ସାଧାରଣତଃ ବଡ଼ ବଡ଼ କମ୍ପାନିମାନେ ହିଁ ଭାବି ପାରିବେ। କିନ୍ତୁ ଛୋଟ କମ୍ପାନି, ଏପରିକି ଷ୍ଟାର୍ଟ-ଅପ ମାନେ କଣ ଏହାର ଫାଇଦା ଉଠାଇପାରିବେ? ଏହା ସମ୍ଭବ ବୋଲି କହିଛି ମାଇକ୍ରୋସଫ୍ଟ ଓ ତାହାର ଗୋଲ୍ଡ ପ୍ରାଟନର ଇନ୍2ଆଇଟି ଟେକ୍ନୋଲୋଜି। ଛୋଟ କମ୍ପାନି ଏପରିକି ମାତ୍ର ୫ ଜଣ କର୍ମଚାରୀ ଥିବା କମ୍ପାନି ମଧ୍ୟ ମାଇକ୍ରୋସଫଟ କ୍ଲାଉଡ ଏଣ୍ଟରପ୍ରାଇଜ ଟେକ୍ନୋଲୋଜିର ବ୍ୟବହାର କରିପାରିବ ବୋଲି କମ୍ପାନି କହିଛି। ପୁଣି ବଡ଼ କମ୍ପାନି ପାଇଁ ଯେଉଁ କ୍ଵାଲିଟିର ସେବା ଦିଆଯାଉଛି, ଛୋଟ କମ୍ପାନିମାନେ ସେହି କ୍ଵାଲିଟିର ସେବା ପାଇପାରିବେ।

କାର୍ଯ୍ୟ ଦକ୍ଷତା

କମ୍ପାନି ରାଜ୍ୟରେ ବାଣିଜ୍ୟ କ୍ଷେତ୍ରକୁ ମାଇକ୍ରୋସଫ୍ଟର ଏଣ୍ଟରପ୍ରାଇଜ୍ ଗ୍ରେଡର ଜ୍ଞାନକୌଶଳ ଆଣିବାରେ ସକ୍ଷମ ହୋଇଛି। କମ୍ପାନୀ ମାଇକ୍ରୋସଫ୍ଟର ବିସ୍ତୃତ ଶୃଙ୍ଖଳାର କ୍ଲାଉଡ୍ ସେବା ଯଥା- ଅଫିସ ୩୬୫, ଆଜ୍ୟୁର ଏବଂ ସିଆରଏମ୍ ଅନଲାଇନ୍ ଗ୍ରାହକଙ୍କ ପ୍ରଦାନ କରୁଛି। ସରକାରୀ, ଶିକ୍ଷା, ବିଏଫ୍ଏସ୍ଆଇ, ୟୁଟିଲିଟି ଏବଂ ଏଣ୍ଟରପ୍ରାଇଜ୍ କ୍ଷେତ୍ରର ଗ୍ରାହକମାନେ ଏହି ସୁବିଧା ଦ୍ଵାରା ବିଶେଷ ଭାବରେ ଉପକୃତ ହୋଇ ପାରିବେ। ଏହି ଭଳି ସେବା ମାଧ୍ୟମରେ ରାଜ୍ୟରେ ବାଣିଜ୍ୟକୁ ବୃଦ୍ଧି କରିବା ସହିତ ଉତ୍ପାଦକତା ବଢାଇବା ତଥା ଲାଭବାନ କରାଇବାରେ ସକ୍ଷମ ହେବ। ଅତ୍ୟାଧୁନିକ ଜ୍ଞାନକୌଶଳଯୁକ୍ତ କ୍ଲାଉଡ୍ ମାଧ୍ୟମରେ ବାଣିଜ୍ୟକୁ ଯୋଗାଣକାରୀ, ବଣ୍ଟନକାରୀ ଏବଂ ସରକାରୀ ଏଜେନ୍ସିଙ୍କ ପାଖରେ ପହଞ୍ଚାଇବାରେ ଏହା ଉପକାରୀ ହେବ। ନାସକମ୍ ରିପୋର୍ଟ ମୁତାବକ ଭାରତୀୟ ସୂଚନା ପ୍ରଯୁକ୍ତିବିଦ୍ୟା କ୍ଷେତ୍ର ବାର୍ଷିକ ୧୧ପ୍ରତିଶତ ହାରରେ ବୃଦ୍ଧି ଘଟୁଥିବା ବେଳେ ବାର୍ଷିକ ରାଜସ୍ଵ ଲାଭ ତିନିଗୁଣା ହୋଇ ଆଗାମୀ ୨୦୨୫ ସୁଦ୍ଧା ୩୫୦ ବିଲିୟନ ଡଲାରରେ ପହଞ୍ଚିବ। ସେହିଭଳି ଗ୍ରାଟର୍ଣ୍ଣର ରିପୋର୍ଟରେ ଦେଶରେ ସରକାରୀ କ୍ଲାଉଡ୍ ବଜାର ଆସନ୍ତା ୨୦୧୮ସୁଦ୍ଧା ୧.୯ ବିଲିୟନ ଡଲାରରେ ପହଞ୍ଚିବ ବୋଲି ଆକଳନ କରାଯାଇଛି।

ଓଡିଶାରେ ଏହାର ପ୍ରଭାବ

ଓଡିଶା ଭାରତବର୍ଷର ଏକ ପ୍ରଗତିଶୀଳ ବଜାର ହୋଇଥିବା କାରଣରୁ ଏଠାରେ ବିଭିନ୍ନ ପ୍ରକାରର ଉଦ୍ୟୋଗ ସହିତ ବୃହତ୍ ଏବଂ କ୍ଷୁଦ୍ର ମଧ୍ୟମ ବାଣିଜ୍ୟ ମଧ୍ୟ ସୁଯୋଗ ସୃଷ୍ଟି ହେଉଛି। ଏହି କ୍ଷେତ୍ର ଗୁଡିକରେ ମାଇକ୍ରୋସଫ୍ଟର ଜ୍ଞାନକୌଶଳ ପ୍ରବର୍ତ୍ତନ କରାଗଲେ ବାଣିଜ୍ୟ ବିକାଶରେ ଏହା ସହାୟତା ପ୍ରଦାନ କରିବ। ଏହା ସହିତ ମାଇକ୍ରୋସଫ୍ଟ ଭଳି ଜ୍ଞାନକୌଶଳ ପ୍ରଦାନକାରୀ ନୂତନ ଜ୍ଞାନ କୌଶଳ ବ୍ୟବହାର କରିବା ପାଇଁ ଗ୍ରାହକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରୁଛି। ମାଇକ୍ରୋସଫ୍ଟର ଅଫିସ ୩୬୫, ଆଜ୍ୟୁର ଏବଂ ସିଆଇଏମ୍ ଅନଲାଇନ୍ ଭାରତ ଡାଟା ସେଣ୍ଟରରେ ଉପଲବ୍ଧ ହେଉଥିବା ବେଳେ ଅତି ଉଚ୍ଚ ମାନର ନିରାପତ୍ତା ଏବଂ ନିୟାମକ ସୁବିଧା ପ୍ରଦାନ କରିଥାଏ। ମାଇକ୍ରୋସଫ୍ଟ ୧୦ହଜାରରୁ ଊର୍ଦ୍ଧ୍ଵ ସହଯୋଗୀ ନେଟୱର୍କ ସହିତ ଗ୍ରାହକଙ୍କ ଆବଶ୍ୟକତା ଏବଂ ବାଣିଜ୍ୟିକ ଚ୍ୟାଲେଞ୍ଜକୁ ଗ୍ରହଣ କରିବା ସହିତ ବୃହତ୍ ଉଦ୍ୟୋଗ ତଥା କ୍ଷୁଦ୍ର ମଧ୍ୟମ ବାଣିଜ୍ୟ ଗୁଡିକୁ କ୍ଲାଉଡ୍ ସେବା ପ୍ରଦାନ କରୁଛି। ଇନ୍2ଆଇଟି ଟେକ୍ନୋଲୋଜି ବାର୍ଷିକ ୭୫ପ୍ରତିଶତ ହାରରେ ଅଭିବୃଦ୍ଧି କରୁଥିବା ବେଳେ ମାଇକ୍ରୋସଫ୍ଟ ଅଫିସ୍ ୩୬୫, ଆଜ୍ୟୁର ଏବଂ ସିଆରଏମ୍ ସେବାକୁ ଗ୍ରହଣ କରିଛି। ରାଜ୍ୟରେ ଅଧିକ ହାରରେ ବାଣିଜ୍ୟ ପାଇଁ ଏହା ଲକ୍ଷ୍ୟ ଧାର୍ଯ୍ୟ ।

"ବାଣିଜ୍ୟ ପାଇଁ କ୍ଲାଉଡ୍ ଟେକ୍ନୋଲୋଜି ଅତୁଳନୀୟ ସୁଯୋଗ ଆଣୁଥିବା ବେଳେ ବାଣିଜ୍ୟ ଲକ୍ଷ୍ୟ ହାସଲ କରିବା ତଥା ଆଇଟି ଆବଶ୍ୟକତା ପରିପୂରଣ ଦିଗରେ ସହାୟକ ହୋଇଥାଏ। ଆମର କ୍ଲାଉଡ ଭିତ୍ତିକ ସେବା ସ୍ଥାନୀୟ ଡାଟା ସେଣ୍ଟର ମାଧ୍ୟମରେ ଉପଲବ୍ଧ ହେଉଥିବା କାରଣରୁ ନୂତନ ବଜାର ଗ୍ରହଣ, ଗ୍ରାହକ ସମ୍ପର୍କ ଏବଂ ମୂଲ୍ୟ ପରିଚାଳନା ଦିଗରେ ଏହା ସହାୟକ ହୁଏ। ଇନ୍2ଆଇଟି ଟେକ୍ନୋଲୋଜି ସହିତ ମିଳିତ ହୋଇ ଆମେ ଅତ୍ୟନ୍ତ ଆନନ୍ଦିତ। ଏହା ମାଧ୍ୟମରେ ଓଡିଶା ବଜାରରେ ବାଣିଜ୍ୟ ପାଇଁ ଉତ୍କୃଷ୍ଟ କ୍ଲାଉଡ୍ ଜ୍ଞାନକୌଶଳ ଆଣିବାରେ ସହାୟକ ହୋଇ ପାରିବ। ଏହା ସହିତ ଆମର ଲକ୍ଷ୍ୟ ଦିଗରେ ଅଗ୍ରସର ହେବା ସହିତ ବାଣିଜ୍ୟ ଅଭିବୃଦ୍ଧି ପାଇଁ ଟେକ୍ନୋଲୋଜିକୁ ଗୁରୁତ୍ଵ ପ୍ରଦାନ ଦିଗରେ ଆମର ଉଦ୍ୟମ ଜାରି ରହିବ, " ବୋଲି ଆଲୋକ ଲାଲ୍, ନିର୍ଦ୍ଦେଶକ ଆପସ ଏଣ୍ଡ ସର୍ଭିସ୍ ମାର୍କେଟିଂ, ମାଇକ୍ରୋସଫ୍ଟ ଇଣ୍ଡିଆ କହିଛନ୍ତି।

ଆଧାର

ମାଇକ୍ରୋସୋଫ୍ଟ ଇଣ୍ଡିଆ  "ମାଇକ୍ରୋସୋଫ୍ଟ କ୍ଲାଉଡ"

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate