অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଜାତୀୟ ଆଜୀବିକା ସେବା

ଜାତୀୟ ଆଜୀବିକା ସେବାର ଲକ୍ଷ ହେଉଛି ଯେଉଁମାନଙ୍କର କାମ ଦରକାର ଓ ଯେଉଁମାନେ ସେମାନଙ୍କୁ କର୍ମସଂସ୍ଥାନ ଯୋଗାଇ ପାରିବେ, ତଥା ଯେଉଁମାନଙ୍କର ତାଲିମ ଓ ଦିଶାଜ୍ଞାନ ଦରକାର ଓ ଯେଉଁ ମାନେ ତାହା ଦେଇପାରିବେ; ସେମାନଙ୍କ ମଧ୍ୟରେ ଦୁରତ୍ଵ କମ କରିବା । ଏହି ସେବା କର୍ମ ସଂସ୍ଥାନ ଖୋଜୁଥିବା ଲୋକ, ନିଯୁକ୍ତିକର୍ତା, ପରାମର୍ଶଦାତା, ତାଲିମଦାତା ଓ ନିଯୁକ୍ତିଦାତା ସଂସ୍ଥା ଇତ୍ୟାଦିଙ୍କୁ ଗୋଟିଏ ମଞ୍ଚରେ ଏକାଠି କରାଇ ଥାଏ ଓ ସୂଚନା ସମ୍ମେଳନ ଦ୍ଵାରା ଲୋକଙ୍କ ସଶକ୍ତିକରଣ କରାଇ ଥାଏ ।

ଏହି ସେବା ଦେଶର ସମସ୍ତ ଲୋକଙ୍କୁ, ବିଶେଷକରି ଯୁବାବର୍ଗଙ୍କୁ ଏକ ଉତ୍ତମ ସଂଯୋଜିତ ସୂଚନା ପ୍ରଯୁକ୍ତି ସଂରଚନା ପୋର୍ଟାଲ ମାଧ୍ୟମରେ ଦେଶର ସମସ୍ତ ପ୍ରାନ୍ତରେ ଥିବା ଆଜୀବିକା କେନ୍ଦ୍ର, ବହୁଭାଷୀ କଲ୍ ସେଣ୍ଟର, ଏବଂ ଆଜୀବିକା ପରମର୍ଶଦାତାମାନଙ୍କ ଦ୍ଵାରା ପହଞ୍ଚିଥାଏ ।

ଜାତୀୟ ଆଜୀବିକା ସେବା: ଏହାର ଉପାଦାନ

  1. NCS ପୋର୍ଟାଲ: ବୋତାମ ଟିପିଲେ ନିଯୁକ୍ତି ସୁଯୋଗ
  2. ଆଧାର ଭିତ୍ତିକ ପ୍ରାମାଣିକରଣ ଦ୍ଵାରା ଏହି ପୋର୍ଟାଲ ନିଯୁକ୍ତି ଖୋଜୁଥିବା ବ୍ୟକ୍ତି, ନିଯୁକ୍ତି ପ୍ରଦାନକାରୀ, ପରାମର୍ଶଦାତା ଓ ତାଲିମ ପ୍ରଦାନକାରୀ ମାନଙ୍କୁ  ଗୋଟିଏ ମଞ୍ଚରେ ଏକାଠି କରାଇଥାଏ । ଏଥିରେ ପଞ୍ଜୀକରଣ ଅନ୍-ଲାଇନ ଓ ମାଗଣା । ଏହୋ ପୋର୍ଟାଲ ୫୩ ଟି ଶିଲ୍ପ ବିଭାଗ ଯଥା ସୂଚନା ପ୍ରଯୁକ୍ତି, ବସ୍ତ୍ରଶିଳ୍ପ, ଜଣ ବାହନ, ଔଷଧ ତଥା ଅନ୍ୟାନ୍ୟ କ୍ଷେତ୍ର ରେ ୩୦୦୦ ରୁ ଅଧିକ ନିଯୁକ୍ତି ବିକଳ୍ପ ଉପରେ ସୂଚନା ପ୍ରଦାନ କରିଥାଏ । ନିଯୁକ୍ତି ଖୋଜୁଥିବା ବ୍ୟକ୍ତି ଏହା ମାଧ୍ୟମରେ ଶିଳ୍ପ ବାତାବରଣ ବିଷୟରେ ସଚେତନ ହୋଇପାରିଥାଏ ।

  3. ନିଯୁକ୍ତି କେନ୍ଦ୍ର: ଆଜୀବିକା ସମ୍ପର୍କୀୟ ସେବାର ନାଭିକେନ୍ଦ୍ର
  4. ଯଦି କୌଣସି ବ୍ୟକ୍ତି  ଅନ୍-ଲାଇନ ପଞ୍ଜୀକରଣ କରି ନ ପାରନ୍ତି, ତେବେ ସେ ନିକଟସ୍ଥ ନିଯୁକ୍ତି କେନ୍ଦ୍ର କୁ ଯାଇ ସେଠାରୁ ନିଯୁକ୍ତି, ଆଜୀବିକା, ନିଯୁକ୍ତି ମେଳା ତଥା ଅନ୍ୟାନ୍ୟ ନିଯୁକ୍ତି ସମ୍ପର୍କୀୟ ତଥ୍ୟାବଳି ପାଇପାରିବେ । ସରକାର ବର୍ତମାନ ନିଯୁକ୍ତି ମେଳା, ନିଯୁକ୍ତି କାର୍ଯ୍ୟ।ଳୟ, ବିଶ୍ଵ ବିଦ୍ୟାଳୟ ନିଯୁକ୍ତି ସୂଚନା ବ୍ୟୁରୋ ଗୁଡିକୁ ନିଯୁକ୍ତି କେନ୍ଦ୍ର ରୂପେ ରୂପାନ୍ତର କରୁଛନ୍ତି । ନିଯୁକ୍ତି କେନ୍ଦ୍ର ଗୁଡିକ ସମ୍ପର୍କରେ ସୂଚନା ପାଇଁ ଏଠାରେ କ୍ଲିକ କରନ୍ତୁ ।

  5. କଲ୍-ସେଣ୍ଟର: NCS ମଞ୍ଚରେ ପ୍ରାରମ୍ଭ ପାଇଁ ହେଲ୍ପ-ଲାଇନ୍
  6. ଏହା କୌଣସି କାରଣରୁ ପଞ୍ଜୀକରଣ କରି ପାରୁନଥିବା ବ୍ୟକ୍ତି କିମ୍ବା ନିଯୁକ୍ତି ସମ୍ପର୍କିତ ଅନ୍ୟ କୌଣସି ଅସୁବିଧାର ସମ୍ମୁଖୀନ ହେଉଥିବା ବ୍ୟକ୍ତିଙ୍କୁ ସାହାଜ୍ୟ କରିବା ପାଇଁ ଉଦ୍ଦିଷ୍ଟ । ଏହି ସେବା ବୁଧବାର ଠାରୁ ଶନିବାର ପର୍ଯ୍ୟନ୍ତ ସକାଳ ୮.୦୦ ରୁ ସନ୍ଧ୍ୟା ୮.୦୦ ପର୍ଯ୍ୟନ୍ତ 1800-425-1514 ମାଧ୍ୟମରେ ଉପଲବ୍ଧ ।

ହିତାଧାରୀଙ୍କ  ସଂଯୁକ୍ତି

ନିଯୁକ୍ତି ଖୋଜୁଥିବା ବ୍ୟକ୍ତି:

ବର୍ତ୍ତମାନ ନିଯୁକ୍ତି ଖୋଜୁଥିବା ବ୍ୟକ୍ତିମାନେ ୫୩ ଟି ଶିଲ୍ପ ବିଭାଗ ଯଥା ସୂଚନା ପ୍ରଯୁକ୍ତି, ବସ୍ତ୍ରଶିଳ୍ପ, ଜଣ ବାହନ, ଔଷଧ ତଥା ଅନ୍ୟାନ୍ୟ କ୍ଷେତ୍ର ରେ ୩୦୦୦ ରୁ ଅଧିକ ନିଯୁକ୍ତି ବିକଳ୍ପ ବିଷୟରେ ଏହି ମଞ୍ଚରୁ ସୂଚନା ପାଇପାରିବେ । ଏଥିରେ  ଅନ୍-ଲାଇନ ପଞ୍ଜୀକରଣ କରିପାରନ୍ତି ନତୁବା ନିଯୁକ୍ତି କେନ୍ଦ୍ରରେ କିମ୍ବା ସାଧାରଣ ସେବା କେନ୍ଦ୍ରରେ ଅଫ୍-ଲାଇନ ମାଧ୍ୟମରେ ନିମ୍ନୋକ୍ତ ସେବା ପାଇପାରିବେ :

  • ନିଯୁକ୍ତି ସୁଯୋଗ ଖୋଜିବା ତଥା ଦରଖାସ୍ତ କରିବା
  • ତାଲିମ/ କୌଶଳ ବିଷୟରେ ସୂଚନା ପାଇବା: ଯେଉଁମାନେ ସ୍କୁଲ ଶିକ୍ଷା ସମାପ୍ତ କରିସାରିଛନ୍ତି କିମ୍ବା ନୂତନ କରି ସ୍ନାତକ କରିଛନ୍ତି, ସେମାନେ ନିଜର ଯୋଗ୍ୟତା / କୌଶଳ ବର୍ଦ୍ଧନ ପାଇଁ ସୂଚନା ପ୍ରଯୁକ୍ତି ଓ ମୃଦୁ କୌଶଳ ସହିତ ବିଭିନ୍ନ ପାଠ୍ୟକ୍ରମ ତଥା ତାଲିମ ପ୍ରଦାନକାରୀଙ୍କ ସମ୍ପର୍କରେ ସୂଚନା ପାଇ ପାରିବେ । ବର୍ଦ୍ଧିତ କୌଶଳ ସହ ସେମାନେ ଅଧିକ ଭଲ ନିଯୁକ୍ତି ପାଇ ପାରିବେ ।
  • ନିଯୁକ୍ତି ପରାମର୍ଶଦାତାଙ୍କ ସହ ସାକ୍ଷାତ
  • ଯଦି କୌଣସି ବ୍ୟକ୍ତି ନିଜର ଦକ୍ଷତା, ନିଯୁକ୍ତି, କେଉଁ ନିଯୁକ୍ତି ତାଙ୍କ ପାଇଁ ଶ୍ରେଷ୍ଠ, ଅନ୍ୟାନ୍ୟ ଭଲ ନିଯୁକ୍ତି ସମ୍ପର୍କରେ ସୂଚନା ଇତ୍ୟାଦି ବିଷୟରେ କୌଣସି ଦ୍ଵନ୍ଦରେ ପଡନ୍ତି, ତେବେ ସେ NCS ର ନିଯୁକ୍ତି ପରାମର୍ଶଦାତାଙ୍କୁ ସାକ୍ଷାତ କରିପାରିବେ । ଏହି ପରାମର୍ଶଦାତାମାନେ ରାଷ୍ଟ୍ରୀୟ ସ୍ତରରେ ଥିବା  ନେଟୱର୍କ ସହ ଜଡିତ ଓ ସେମାନେ ଉତ୍ତମ ପରାମର୍ଶ ଦେଇ ପାରିବେ । ନିଯୁକ୍ତି ଖୋଜୁଥିବା ବ୍ୟକ୍ତି ପରମର୍ଶଦାତାଙ୍କ ବିଷୟରେ ସବିଶେଷ ତଥ୍ୟ ଯଥା ସେମାନଙ୍କ ଫୋନ ନମ୍ବର ଇତ୍ୟାଦି ଜାଣି ପାରିବେ ଓ ସେମାନଙ୍କ ସହ ସମ୍ପର୍କ କରିପାରିବେ । କିପରିଭାବେ ପରାମର୍ଶ ନେବେ ଯଥା ଫୋନ ରେ, ବ୍ୟକ୍ତିଗତ ସାକ୍ଷାତରେ କିମ୍ବା ଭିଡିଓ ସମ୍ମେଳନ ମାଧ୍ୟମରେ; ତାହା ନିଯୁକ୍ତି ଖୋଜୁଥିବା ବ୍ୟକ୍ତି ଉପରେ ନିର୍ଭର କରେ ।
  • ନିଯୁକ୍ତି ମେଳା ତଥା ଅନ୍ୟାନ୍ୟ ଘଟଣାକ୍ରମ ରେ ଭାଗ ନେଇପାରିବେ ।
  • ନିଜ କ୍ଷେତ୍ରରେ ମିଳୁଥିବା ସୁବିଧା ସମ୍ପର୍କରେ ଜାଣି ପାରିବେ ।
  • ବିବରଣୀ ପାଇପାରିବେ ।

ଏହା ସମ୍ବନ୍ଧରେ ଅଧିକ ଓ ସବିଶେଷ ତଥ୍ୟ ପାଇଁ   ଏଠାରେ କ୍ଲିକ କରନ୍ତୁ ।

ନିଯୁକ୍ତି ପ୍ରଦାନକାରୀ

ଏହି ଦେଶବ୍ୟାପୀ ତଥ୍ୟ କୁ ଆଧାର କରି ନିଯୁକ୍ତି ପ୍ରଦାନକାରୀ ସଂସ୍ଥା ମାନେ ସେମାନଙ୍କ ପାଇଁ ଉପଯୁକ୍ତ ଓ କୁଶଳୀ କର୍ମଚାରୀ ପାଇ ପାରିବେ । ସେମାନେ ଏଥିରେ  ଅନ୍-ଲାଇନ ପଞ୍ଜୀକରଣ କରିପାରନ୍ତି ନତୁବା ଅଫ୍-ଲାଇନ ମାଧ୍ୟମରେ ନିମ୍ନୋକ୍ତ ସେବା ପାଇପାରିବେ :

  • ନୂତନ ନିଯୁକ୍ତି ସୁଯୋଗ ବିଷୟରେ ସୂଚନା ପ୍ରଦାନ
  • ଉପଯୁକ୍ତ ପ୍ରାର୍ଥୀ/ ପ୍ରତ୍ୟାଶୀ ଖୋଜିବା
  • ସାକ୍ଷାତକାର ପାଇଁ ଆମନ୍ତ୍ରଣ କରିବା
  • ନିଯୁକ୍ତି ମେଳା ତଥା ଅନ୍ୟାନ୍ୟ ଘଟଣାକ୍ରମରେ ଭାଗ ନେବା
  • ନିଜ କ୍ଷେତ୍ର ରେ ମିଳୁଥିବା ସୁବିଧା ସମ୍ପର୍କରେ ଜାଣିବା
  • ବିବରଣୀ ପାଇବା

ଏହା ସମ୍ବନ୍ଧରେ ଅଧିକ ଓ ସବିଶେଷ ତଥ୍ୟ ପାଇଁ   ଏଠାରେ କ୍ଲିକ କରନ୍ତୁ ।

ପରାମର୍ଶଦାତା:

ପରାମର୍ଶଦାତା ହେଉଛନ୍ତି ଜଣେ ତାଲିମପ୍ରାପ୍ତ ବୃତ୍ତିଧାରୀ ବ୍ୟକ୍ତି ଯିଏକି ଆପଣଙ୍କୁ ସକାରାତ୍ମକରୂପେ ଆପଣଙ୍କ ନିଯୁକ୍ତି ଦିଗରେ ବିଭିନ୍ନ ଦ୍ଵନ୍ଦ, ନିଜର ଦକ୍ଷତା ବୃଦ୍ଧି, ଆତ୍ମସଚେତନତା, କୌଶଳ ବିକାଶ ଇତ୍ୟାଦି ସମସ୍ୟା ସମାଧାନ ଉପରେ ଉପଯୁକ୍ତ ପରାମର୍ଶ ଦେଇପାରନ୍ତି । ଏହି ପୋର୍ଟାଲ ମାନସ-ମିତି (psychometric) ତଥା ଅନ୍ୟାନ୍ୟ ନିରୀକ୍ଷଣ କରିବା ପାଇଁ ସଜ୍ଜିତ ଓ ସେଥିସହ ନିଯୁକ୍ତି ଖୋଜୁଥିବା ବ୍ୟକ୍ତିଙ୍କ ପାଇଁ କେଉଁ ପ୍ରକାରର କାର୍ଯ୍ୟ ଉପଯୁକ୍ତ, ନିଜର ସାମର୍ଥ୍ୟ କଣ, ତାହା ଜାଣିବାରେ ସାହାଯ୍ୟ କରିଥାଏ । ଏହି ପରିକ୍ଷଣର ଫଳାଫଳ ନିଯୁକ୍ତି ଖୋଜୁଥୁବା ବ୍ୟକ୍ତିଙ୍କ ବିବରଣୀ ସହ ପୋର୍ଟାଲରେ ଅପ୍ଲୋଡ କରାଯାଏ । ଏଥି ସହ ପରମର୍ଶଦାତା ନିଯୁକ୍ତି ଖୋଜୁ ଥିବା ବ୍ୟକ୍ତିଙ୍କର ଦୁର୍ବଳତା ମଧ୍ୟ ଜାଣିପାରନ୍ତି ଯଦ୍ୱାରା ସେମାନେ ସେହି ବ୍ୟକ୍ତିଙ୍କୁ ଉପଯୁକ୍ତ ପରାମର୍ଶ ଦେଇପାରନ୍ତି ।

ଯେଉଁ ପରାମର୍ଶଦାତାମାନେ ଏହି ପୋର୍ଟାଲ ରେ ପଞ୍ଜୀକୃତ ସେମାନେ ନିମ୍ନୋକ୍ତ ସେବା ପାଇ ପାରିବେ:

  • ପରାମର୍ଶ ପଞ୍ଜିକା/ ତିଥିପତ୍ର ପ୍ରସ୍ତୁତି
  • ପରାମର୍ଶ ଅଧିବେଶନ ସାରଣୀ ପ୍ରସ୍ତୁତି
  • ଅଧିବେଶନ ବୁକିଙ୍ଗ ଅନୁମୋଦନ/ ନିରସ୍ତିକରଣ
  • ସେବା ଓ ରୂପରେଖ ଅପଡେଟ କରିବା
  • ନିଯୁକ୍ତି ପାଇଁ ଦରଖାସ୍ତ କରିବା ତଥା ପସନ୍ଦ ବ୍ୟବସ୍ଥା
  • ନିଯୁକ୍ତି ମେଳା ତଥା ଅନ୍ୟାନ୍ୟ ଘଟଣାକ୍ରମରେ ଭାଗ ନେବା
  • ନିଜ କ୍ଷେତ୍ର ରେ ମିଳୁଥିବା ସୁବିଧା ସମ୍ପର୍କରେ ଜାଣିବା

ଏହା ସମ୍ବନ୍ଧରେ ଅଧିକ ଓ ସବିଶେଷ ତଥ୍ୟ ପାଇଁ    ଏଠାରେ କ୍ଲିକ କରନ୍ତୁ।

ନିଯୁକ୍ତି କେନ୍ଦ୍ର:

ନିଯୁକ୍ତି ଖୋଜୁଥିବା ବ୍ୟକ୍ତିଙ୍କ ଆଗ୍ରହ, ସୁଯୋଗ ଓ ବୃତ୍ତିଗତ ପାରସ୍ପରିକ ବିଚାର ବିମର୍ଶ ଦିଗରେ ନିଯୁକ୍ତି କେନ୍ଦ୍ର ଗୁଡିକ ବିଭିନ୍ନ ସଂବ୍ୟବସାୟିକ ସେବା ପ୍ରଦାନ କରିଥାନ୍ତି । ପଞ୍ଜୀକୃତ ହୋଇ ନିଯୁକ୍ତି କେନ୍ଦ୍ର ଗୁଡିକ ନିମ୍ନୋକ୍ତ ସେବାଗୁଡିକ ପାଇପାରିବେ:

  • ବ୍ୟବହାରକାରୀ ତଥା ଭୂମିକା ପରିଚାଳନା
  • ନିଯୁକ୍ତି ଖୋଜୁଥିବା ବ୍ୟକ୍ତି, ନିଯୁକ୍ତି ପ୍ରଦାନକାରୀ, ପରାମର୍ଶଦାତା ଓ ନିଯୁକ୍ତି ଯୋଗାଉଥିବା ସଂସ୍ଥା ଇତ୍ୟାଦିଙ୍କୁ ପଞ୍ଜୀକରଣ କରାଇବା
  • ମାପଦଣ୍ଡ ଅନୁଯାୟୀ ପ୍ରତି ଖୋଜିବା
  • ନିଯୁକ୍ତି କେନ୍ଦ୍ର ପାଇଁ ଆଲୋଚନା ମଞ୍ଚ କରିବା
  • ନିଯୁକ୍ତି ମେଳା ଓ ଅନ୍ୟାନ୍ୟ ଘଟଣା ସୃଷ୍ଟି କରିବା
  • ଅନ୍ତରୀଣ ପରାମର୍ଶ ପଞ୍ଜିକା/ ତିଥିପତ୍ରରେ ଦୃଷ୍ଟିପାତ

ନିଯୁକ୍ତି କେନ୍ଦ୍ର ବିଷୟରେ ଦିଶାନିର୍ଦ୍ଦେଶ ପାଇଁ  ଏଠାରେ କ୍ଲିକ କରନ୍ତୁ ।

ଏହି ସେବା ସମୂହ ବିଷୟରେ ପୁଙ୍ଖାନୁପୁଙ୍ଖ ଜାଣିବା ପାଇଁ   ଏଠାରେ କ୍ଲିକ କରନ୍ତୁ ।

କୌଶଳ ପ୍ରଦାତା:

ଯେଉଁମାନେ ନିଯୁକ୍ତି ଖୋଜୁଥିବା ବ୍ୟକ୍ତିମାନଙ୍କୁ ସେମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ବିଶେଷ ତାଲିମ ଦିଅନ୍ତି, ସେମାନଙ୍କ ପାଇଁ ଏହି ମଞ୍ଚରେ ନିମ୍ନୋକ୍ତ ସୁଧା ଉପଲବ୍ଧ:

  • କୌଶଳ ପ୍ରଦାତାଙ୍କ ବିଷୟରେ ତଥ୍ୟ ପ୍ରଦାନ ଓ ତଥ୍ୟ ଅପଡେଟ କରିବା
  • ତାଲିମ ଖୋଜୁଥିବା ବ୍ୟକ୍ତି ମାନଙ୍କ ଏକ ବିଶାଳ ତଥ୍ୟାଧାରକୁ ଅଭିଗମ୍ୟତା
  • ବିଭିନ୍ନ କୌଶଳ ବିକାଶ ତାଲିମ ଓ ନିଯୁକ୍ତି ବିଷୟରେ ସୂଚନା
  • ନିଜ କ୍ଷେତ୍ର ରେ ମିଳୁଥିବା ସୁବିଧା ସମ୍ପର୍କରେ ଜାଣିବା
  • ବିବରଣୀ ପାଇବା

ଏହି ସେବା ସମୂହ ବିଷୟରେ ପୁଙ୍ଖାନୁପୁଙ୍ଖ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ ।

ନିଯୁକ୍ତି ଯୋଗାଉଥିବା ସଂସ୍ଥା:

ନିଯୁକ୍ତି ଯୋଗାଉଥିବା ସଂସ୍ଥା ଗୁଡିକ ବେସରକାରୀ । NCS ପୋର୍ଟାଲ ଏହି ସଂସ୍ଥା ମାନଙ୍କୁ ଉପଯୁକ୍ତ ପ୍ରାର୍ଥୀ/ ପ୍ରତାଶୀଙ୍କୁ ଚିହ୍ନଟ କରିବା, ନିଯୁକ୍ତି ପ୍ରଦାନ କରିବା ଦିଗରେ ସାହାଯ୍ୟ କରିଥାଏ । ପଞ୍ଜୀକୃତ ହୋଇ ନିଯୁକ୍ତି ଯୋଗାଉଥିବା ସଂସ୍ଥା ଗୁଡିକ ନିମ୍ନୋକ୍ତ ସେବାଗୁଡିକ ପାଇପାରିବେ:

  • ନିଯୁକ୍ତି ପ୍ରଦାନକାରୀ ସଂସ୍ଥା/ ଅନୁଷ୍ଠାନ ପକ୍ଷରୁ ନୂତନ ନିଯୁକ୍ତି ସମ୍ବନ୍ଧରେ ସୂଚନା ପ୍ରଦାନ
  • ନିଯୁକ୍ତି ପ୍ରବିଷ୍ଟି ବିଷୟରେ ଦୃଷ୍ଟିପାତ ତଥା ଅପଡେଟ କରିବା
  • ଉପଯୁକ୍ତ ପ୍ରାର୍ଥୀଙ୍କ ବିବରଣୀ ଖୋଜିବା ତଥା ଡାଉନ୍ଲୋଡ କରିବା
  • ସାକ୍ଷାତକାର ପାଇଁ ଆମନ୍ତ୍ରଣ କରିବା
  • ନିଯୁକ୍ତି ମେଳା ତଥା ଅନ୍ୟାନ୍ୟ ଘଟଣାକ୍ରମରେ ଭାଗ ନେବା
  • ନିଜ କ୍ଷେତ୍ର ରେ ମିଳୁଥିବା ସୁବିଧା ସମ୍ପର୍କରେ ଜାଣିବା
  • ପ୍ରଦତ୍ତ ନିଯୁକ୍ତିର ସ୍ଥିତି ଜାଣିବା

ଏହା ସମ୍ବନ୍ଧରେ ଅଧିକ ଓ ସବିଶେଷ ତଥ୍ୟ ପାଇଁ   ଏଠାରେ କ୍ଲିକ କରନ୍ତୁ ।

ସରକାରୀ ବିଭାଗ:

ଏହି ପୋର୍ଟାଲ ମାଧ୍ୟମରେ ସରକାରୀ ସଂସ୍ଥାଗୁଡ଼ିକ ନିଜ ଚାହିଦା ମୁତାବକ ପ୍ରାର୍ଥୀ/ ପ୍ରତ୍ୟାଶୀ ଖୋଜି ପାରିବେ ଓ ନିଯୁକ୍ତ କରି ପାରିବେ । ଏଥି ପାଇଁ ସେମାନଙ୍କୁ ଏହି ପୋର୍ଟାଲରେ ପଞ୍ଜୀକରଣ କରିବାକୁ ପଡିଥାଏ ଓ ପଞ୍ଜୀକୃତ ହେଲେ ନିମ୍ନୋକ୍ତ ସେବାଗୁଡିକ ପାଇପାରିବେ:

  • ନୂତନ ନିଯୁକ୍ତି ସମ୍ବନ୍ଧରେ ସୂଚନା ପ୍ରଦାନ
  • ଉପଯୁକ୍ତ ପ୍ରାର୍ଥୀ ସନ୍ଧାନ
  • ସାକ୍ଷାତକାର ପାଇଁ ଆମନ୍ତ୍ରଣ କରିବା
  • ନିଯୁକ୍ତି ମେଳା ତଥା ଅନ୍ୟାନ୍ୟ ଘଟଣାକ୍ରମରେ ଭାଗ ନେବା
  • ନିଜ କ୍ଷେତ୍ର ରେ ମିଳୁଥିବା ସୁବିଧା ସମ୍ପର୍କରେ ଜାଣିବା
  • ବିବରଣୀ ପାଇବା

ଏହା ସମ୍ବନ୍ଧରେ ଅଧିକ ଓ ସବିଶେଷ ତଥ୍ୟ ପାଇଁ ଏଠାରେ କ୍ଲିକ କରନ୍ତୁ ।

ଉପଲବ୍ଧ ଅନ୍ୟାନ୍ୟ ସେବା

ଆଞ୍ଚଳିକ ସେବା:

ଏକ ଅନନ୍ୟ ସେବା ଭାବେ ଏହି ପୋର୍ଟାଲ ଘରୋଇ ସେବା ଯଥା: ଡ୍ରାଇଭର, ପାଣି ଯୋଗାଣ/ ମରାମତି, ବିଦ୍ୟୁତ ମିସ୍ତ୍ରୀ, ବଢେଇ ଓ ଅନ୍ୟାନ୍ୟ ସେବା ଯୋଗାଉଥିବା ପରିବାର ମାନଙ୍କୁ ଗୋଟିଏ ମଞ୍ଚକୁ ଆଣେ । ଏହାଦ୍ୱାରା ଘରୋଇ କ୍ଷେତ୍ରରେ ଆବଶ୍ୟକ ପଡୁଥିବା ବିଭିନ୍ନ ସେବାର ଚାହିଦା ମେଣ୍ଟିଥାଏ ତଥା ଏହା ତୃଣମୂଳ ସ୍ତରରେ ବସ କରୁଥିବା ଲିକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିଥାଏ । ସୁରକ୍ଷା ଦୃଷ୍ଟିରୁ ଏହାକୁ ଆଧାର ପ୍ରାମାଣିକରଣ ଦ୍ଵାରା ନିଶ୍ଚିତ କରାଯାଏ ।

ଏହା ସେବା ପାଇଁ ଏଠାରେ କ୍ଲିକ କରନ୍ତୁ ।

ଉଦ୍ୟୋଗୀ ମାନଙ୍କ ପାଇଁ ସୂଚନା:

ପ୍ରଯୁକ୍ତି, ବିତ୍ତ ଓ ଖୋଲା ବଜାର କୁ ଅଧିକ ଅଭିଗମ୍ୟତା ଥାଇ ଆତ୍ମନିଯୁକ୍ତ ବ୍ୟକ୍ତି ମାନଙ୍କ ମଧ୍ୟରେ ବୃଦ୍ଧି ଓ ହୋଇ ଅନ୍ୟମାନଙ୍କୁ ନିଯୁକ୍ତି ସୁଯୋଗ ଦେବାପାଇଁ ପାଇଁ ଏକ ବିଶାଳ କ୍ଷମତା ରହିଛି ।  ଏହି ଉଦ୍ଦ୍ୟେଶ୍ୟ ନେଇ ସେମାନଙ୍କୁ ତାଙ୍କ ଉଦ୍ୟମିତା ଦିଗରେ ସାମଗ୍ରୀ ଓ ଉପଯୋଗୀ ସମ୍ପର୍କ ସ୍ଥାପନ କରିବା ସହ NCS ପ୍ରୋତ୍ସାହନ ଦେଇ ଥାଏ ।

ଅଧିକ ସୂଚନା ପାଇଁ   ଏଠାରେ କ୍ଲିକ କରନ୍ତୁ ।

ଆଧାର - ନ୍ୟାସନାଲ କେୟାର ସର୍ଭିସ

Last Modified : 1/18/2023



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate