অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଆଧାର କାର୍ଡ଼ ପାଇଁ ବାୟୋମେଟ୍ରିକ୍ ଉପକରଣମାନ

ବାୟୋମେଟ୍ରିକ୍ ଉପକରଣ କେତେ ପ୍ରକାର ଓ କଣ କଣ

ବାୟୋମେଟ୍ରିକ୍ ଉପକରଣ ହେଉଛି ସେହି ଉପକରଣମାନ, ଯାହା ଆଧାର ନମ୍ବରଧାରୀଙ୍କଠାରୁ ବାୟୋମେଟ୍ରିକ୍ ଡାଟା ଇନପୁଟ୍ ଅର୍ଥାତ୍ ଆଙ୍ଗୁଠିଚିହ୍ନ/ଆଇରିସ୍/ଉଭୟ ତଥ୍ୟ ସଂଗ୍ରହ ପାଇଁ ବ୍ୟବହାର କରାଯାଏ । ଏହି ବାୟୋମେଟ୍ରିକ୍ ଉପକରଣଗୁଡ଼ିକ ଦୁଇଟି ଶ୍ରେଣୀରେ ବିଭକ୍ତ କରାଯାଇଛି ସେଗୁଡ଼ିକ ହେଉଛି, ଡିସ୍କ୍ରିଟ୍ ଡିଭାଇସ୍ ଏବଂ ଇଣ୍ଟିଗ୍ରେଟେଡ୍ ଡିଭାଇସ୍ ।

ଡିସ୍କ୍ରିଟ୍ ଡିଭାଇସ୍:ଏପ୍ରକାର ଉପକରଣଗୁଡ଼ିକ ବାୟୋମେଟ୍ରିକ୍ ଉପକରଣ (ଆଙ୍ଗୁଠିଚିହ୍ନ/ଆଇରିସ୍)ର ଅନ୍ତର୍ଗତ ଯାହା PC/ଲାପଟପ୍/ମାଇକ୍ରୋ ATM ଇତ୍ୟାଦି ହୋଷ୍ଟ ଡିଭାଇସ୍ ସହ ସଂଯୋଗ ଦରକାର କରେ ।

ଇଣ୍ଟିଗ୍ରେଟେଡ୍ ଡିଭାଇସ୍:ଇଣ୍ଟିଗ୍ରେଟେଡ୍ ଡିଭାଇସର ଡିଭାଇସ୍ ପ୍ୟାକେଜ୍ ଅର୍ଥାତ୍ ଫୋନ୍/ଟାବଲେଟ୍ ଇତ୍ୟାଦି ସହ ସମ୍ମିଳିତ ସେନସର୍ ରହିଥାଏ ।

ବାୟୋମେଟ୍ରିକ୍ ଉପକରଣଗୁଡ଼ିକ ବିଭିନ୍ନ ସ୍ଥାନରେ ସ୍ଥାପନ କରାଯାଇଥିବା ଫର୍ମ ଫ୍ୟାକ୍ଟରଗୁଡ଼ିକ ହେଲା:

  • ହ୍ୟାଣ୍ଡ-ହେଲ୍ଡ ବା ହାତରେ ଧରାଯାଉଥିବା / PoS ଉପକରଣ ଯେପରିକି ମାଇକ୍ରୋ ATM, ଉପସ୍ଥାନ ନେବା ଉପକରଣ
  • PC ସହ ସଂଯୁକ୍ତ USB ଉପକରଣ
  • ବାୟୋମେଟ୍ରିକ୍ ସେନସର୍ ଥିବା ମୋବାଇଲ୍ ଫୋନ୍
  • ATM, MNREGA ନିଯୁକ୍ତି ଅନୁରୋଧ କିଓସ୍କ ଭଳି କିଓସ୍କଗୁଡ଼ିକ

ଅନୁରୋଧକାରୀ ସଂସ୍ଥା ବା ରିକ୍ୱେଷ୍ଟିଂ ଏଣ୍ଟିଟି ସେମାନଙ୍କ ସେବା ବିତରଣ ଆବଶ୍ୟକତା, ସେବାର ସ୍ୱଭାବ, କାରବାରର ଆୟତନ, ବାଞ୍ଛିତ ସଠିକତା ସ୍ତର ଏବଂ ସେବା ବିତରଣ ସହ ଜଡ଼ିତ ସମ୍ଭାବ୍ୟ ସମସ୍ୟାକୁ ଆଧାର କରି ଉପଯୁକ୍ତ ପ୍ରମାଣିକରଣ ପ୍ରକାର (ବାୟୋମେଟ୍ରିକ୍ ମୋଡାଲିଟି ବା ପ୍ରସଙ୍ଗ କ୍ଷେତ୍ରରେ FP/ଆଇରିସ୍) ଚୟନ କରିପାରନ୍ତି । ଆଙ୍ଗୁଠିଚିହ୍ନ/ଆଇରିସ୍/ ଉଭୟର ମିଶ୍ରଣ ଭାବରେ ମୋଡାଲିଟି ଚୟନ ହୋଇସାରିବା ପରେ ବାୟୋମେଟ୍ରିକ୍ସ(ଆଙ୍ଗୁଠିଚିହ୍ନ/ଆଇରିସ୍/ ଉଭୟ) ସହ OTPକୁ ମିଶାଇ ବହୁ-ଉପାଦାନ ପ୍ରମାଣିକରଣ, ରିକ୍ୱେଷ୍ଟିଂ ଏଣ୍ଟିଟି ସ୍ୱୀକ଼ତିପ୍ରାପ୍ତ ବାୟୋମେଟ୍ରିକ୍ ଉପକରଣ (ଆଙ୍ଗୁଠିଚିହ୍ନ/ ଆଇରିସ୍) ଅଧିଗ୍ରହଣ କରିବା ପାଇଁ ସ୍ୱୀକ଼ତିପ୍ରାପ୍ତ ଉପକରଣ ଯୋଗାଣକାରୀଙ୍କର (ଉପରେ ୱେବସାଇଟରେ ଉଲ୍ଲେଖ କରାଯାଇଥିବା ଭଳି)ଙ୍କର ପ୍ରକାଶିତ ତାଲିକା ବ୍ୟବହାର କରିପାରିବେ ।

ସୁରକ୍ଷାର ସ୍ତରକୁ ଆଧାର କରି, ଉପକରଣଗୁଡ଼ିକ ପବ୍ଲିକ୍ ଡିଭାଇସ୍ ଏବଂ ପଞ୍ଜୀକୃତ ବା ରେଜିଷ୍ଟର୍ଡ ଡିଭାଇସ୍ ଭାବରେ ଶ୍ରେଣୀବିଭକ୍ତ କରାଯାଇଛି ।

‘‘ପବ୍ଲିକ୍ ଡିଭାଇସ୍’’ କହିଲେ ଆଧାର ବ୍ୟବସ୍ଥା ସହ ପଞ୍ଜୀକୃତ ହୋଇନଥିବା ଉପକରଣଗୁଡ଼ିକର ଶ୍ରେଣୀକୁ ବୁଝାଏ ଏବଂ ସେମାନେ UIDAIର ଆଧାର ପ୍ରମାଣୀକରଣ API ବୈଶିଷ୍ଟ୍ୟତାରେ ନିରୂପିତ ଏନକ୍ରିପସନ୍ ବ୍ୟବହାର କରନ୍ତି । ଆଧାର ଅଥେଣ୍ଟିକେସନ୍ ସର୍ଭର, ଏହି ପବ୍ଲିକ୍ ବା ସାର୍ବଜନୀନ ଉପକରଣଗୁଡ଼ିକୁ ଗୋଟି ଗୋଟି କରି ଚିହ୍ନଟ କରେ ନାହିଁ ।

‘‘ରେଜିଷ୍ଟର୍ଡ ଡିଭାଇସ୍’’ କହିଲେ ଏନକ୍ରିପସନ୍ କୀ ମ୍ୟାନେଜମେଣ୍ଟ ବା ପରିଚାଳନା ପାଇଁ ଆଧାର ବ୍ୟବସ୍ଥା ସହ ପଞ୍ଜୀକୃତ ଉପକରଣଗୁଡ଼ିକୁ ବୁଝାଏ । ଆଧାର ଅଥେଣ୍ଟିକେସନ୍ ସର୍ଭର ଏହି ଉପକରଣଗୁଡ଼ିକ ଗୋଟି ଗୋଟି କରି ଚିହ୍ନଟ କରିପାରେ ଏବଂ ଏଗୁଡ଼ିକର ବୈଧତା ପ୍ରମାଣ କରିଥାଏ ଏବଂ ଏନକ୍ରିପସନ୍ କୀଗୁଡ଼ିକ ପ୍ରତ୍ୟେକ ପଞ୍ଜୀକୃତ ଉପକରଣ ଉପରେ ପରିଚାଳନା କରେ । ପବ୍ଲିକ୍ ଡିଭାଇସ୍ ତୁଳନାରେ ଏହା ଦୁଇଟି ପ୍ରମୁଖ ଅତିରିକ୍ତ ବୈଶିଷ୍ଟ୍ୟ ଯୋଗାଇଥାଏ:

  • ଉପକରଣ ଚିହ୍ନଟକରଣ:– ଉପକରଣ ପ୍ରମାଣୀକରଣ, ଅନୁମାର୍ଗୀଣୀୟତା ବା ଟ୍ରେସେବିଲିଟି, ଆନାଲିଟିକ୍ସ, ଏବଂ ପ୍ରବଞ୍ଚନାପୂର୍ଣ୍ଣ ପରିଚାଳନାକୁ ଅନୁମତି ଦେଉଥିବା ସ୍ୱତନ୍ତ୍ର ଚିହ୍ନଟକାରୀ ବା ଆଇଡେଣ୍ଟିଫାୟର ଥିବା ପ୍ରତ୍ୟେକ ଭୌତିକ ସେନସର୍ ଉପକରଣ ।
  • ଗଚ୍ଛିତ ବାୟୋମେଟ୍ରିକ୍ସ ବ୍ୟବହାରର ନିରାକରଣ– ପ୍ରତ୍ୟେକ ବାୟୋମେଟ୍ରିକ୍ ରେକର୍ଡ ପ୍ରୋସେସ୍ କରାଯାଇଥାଏ ଏବଂ ସେନସରରୁ ହୋଷ୍ଟ ମେସିନକୁ ଏନକ୍ରିପ୍ଟ ହୋଇନଥିବା ବାୟୋମେଟ୍ରିକ୍ର ଟ୍ରାନ୍ସମିଶନ୍ ନକରି ସୁରକ୍ଷିତ ଜୋନ୍ ଭିତରେ ଏନକ୍ରିପ୍ଟ କରଯାଏ ।

ବାୟୋମେଟ୍ରିକ୍ ତଥ୍ୟ ପାଇଁ ଡାଟା ଫର୍ମାଟ୍:ଅଧୁନାତନ ବା ଲାଟେଷ୍ଟ ଆଧାର ପ୍ରମାଣୀକରଣ API ବୈଶିଷ୍ଟ୍ୟତାଦ୍ୱାରା ନିର୍ଦ୍ଧାରିତ ISO ଷ୍ଟାଣ୍ଡାର୍ଡ ଡାଟା ଫର୍ମାଟ୍ ଅନୁସାରେ କାମ କରିବା ପାଇଁ FP କିମ୍ବା ଆଇରିସ୍ ପାଇଁ ବାୟୋମେଟ୍ରିକ୍ ଡାଟା ସହମତି ଦରକାର କରେ ।

ବାୟୋମେଟ୍ରିକ୍ ଉପକରଣ ପ୍ରମାଣିକରଣ ଏବଂ ବିଶେଷ ବିବରଣୀଗୁଡ଼ିକ

ଅନୁରୋଧକାରୀ ସଂସ୍ଥାଗୁଡ଼ିକ ବାୟୋମେଟ୍ରିକ୍ ଉପକରଣଗୁଡ଼ିକ ବିଭିନ୍ନ ସ୍ଥାନରେ ସ୍ଥାପନ କରିବେ ଏବଂ ସେଗୁଡ଼ିକୁ ସମାନଙ୍କ ଡୋମେନ୍/କ୍ଲାଏଣ୍ଟ ଆପ୍ଲିକେସନରେ ସମ୍ମିଳିତ କରିବେ । କ୍ଲାଏଣ୍ଟ ଆପ୍ଲିକେସନରେ ବ୍ୟବହୃତ ହେବାକୁ ଥିବା ଆଙ୍ଗୁଠିଚିହ୍ନ/ଆଇରିସ୍ ଉପକରଣଗୁଡ଼ିକ UIDAI ଦ୍ୱାରା ଜାରି କରାଯାଇଥିବା ଅଧୁନାତନ ବା ଲାଟେଷ୍ଟ ବିଶେଷ ବିବରଣି ସମର୍ଥନ କରିବା ଉଚିତ ।

କେତେକ ଡିଭାଇସ୍ ଭେଣ୍ଡର / OEM ଙ୍କୁ ଅନ୍ତର୍ଭୁକ୍ତ କରି UIDAI ପ୍ରୁଫ୍-ଅଫ୍-କନସେପ୍ଟ (POC) ମାଧ୍ୟମରେ ସମୀକ୍ଷା ଅଧ୍ୟୟନ କରିଥାଏ ଏବଂ ପର୍ଯ୍ୟାୟକ୍ରମେ ସମୟ ସମୟରେ ଉପକରଣର ବିଶେଷ ବିବରଣୀ ଉନ୍ନତ କରିଥାଏ । ବିଶେଷ ବିବରଣୀ ଥରେ ଚୂଡ଼ାନ୍ତ ହେଲା ପରେ , STQC ଭଳି ଏକ ପ୍ରମାଣୀକରଣ ସଂସ୍ଥା ଉପକରଣ ପ୍ରମାଣୀକରଣ ପାଇଁ ତାକୁ ବିଚାରକୁ ନେବେ।

ଯେଉଁଠାରେ ଆଧାର ପ୍ରମାଣୀକରଣ ପାଇଁ ବାୟୋମେଟ୍ରିକ୍ ଉପକରଣ ବ୍ୟବହୃତ ହୁଏ, UIDAI ନିମ୍ନଲିଖିତ ବାୟୋମେଟ୍ରିକ୍ ଉପକରଣ ବିବରଣୀ ଅନୁଯାୟୀ କାମ କରିବା ପାଇଁ ଅନୁରୋଧକାରୀ ସଂସ୍ଥାଙ୍କୁ ସୁପାରିସ କରିଥାନ୍ତି ।

ସେମାନଙ୍କ ବାୟୋମେଟ୍ରିକ୍ ଡିଭାଇସଗୁଡ଼ିକୁ ସ୍ୱୀକୃତି ପ୍ରଦାନ କରିବା ପାଇଁ STQC ଭଳି ଡିଭାଇସ୍ ଭେଣ୍ଡର/OEMଗୁଡ଼ିକ ଏକ ପ୍ରମାଣିକରଣ ସଂସ୍ଥାକୁ କହିପାରନ୍ତି ଏବଂ ବାୟୋମେଟ୍ରିକ୍ ଉପକରଣ ପ୍ରାମାଣିକରଣ ପ୍ରାପ୍ତ କରିବା ପାଇଁ ପ୍ରକ୍ରିୟାSTQC ୱେବସାଇଟରେ ଉପଲବ୍ଧ । ବାୟୋମେଟ୍ରିକ୍ ଡିଭାଇସ୍, ବ୍ୟତିକ୍ରମ ସମ୍ଭାଳିବା ପ୍ରକ୍ରିୟା, ସୁରକ୍ଷାଗତ ସମସ୍ୟା ଇତ୍ୟାଦି ବିଷୟରେ ଅଧିକ ବିବରଣି ପାଇଁ ଦୟାକରି ଆଧାର ପ୍ରଯୁକ୍ତି ଓ ‍ସ୍ଥାପତ୍ୟ– ନିୟମ, ଡିଜାଇନ୍, ଉତ୍ତମ ଅଭ୍ୟାସ ଓ ମୁଖ୍ୟ ଶିକ୍ଷା ଦେଖନ୍ତୁ |

UIDAIର ସୁରକ୍ଷା ନୀତିକୁ ସମର୍ଥନ କରି କାମ କରିବା ପାଇଁ ଅନୁରୋଧକାରୀ ସଂସ୍ଥାଗୁଡ଼ିକ ସେମାନଙ୍କ Sub-AUA/ ଅପରେଟର/ଏଜେଣ୍ଟମାନଙ୍କୁ ତାଲିମ ଦେବେ ।

ଆଧାର - "UIDAI,ଭାରତ ସରକାର"

Last Modified : 6/21/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate