ହୋମ / ଇ-ଗଭର୍ଣ୍ଣ।ନ୍ସ / ଇ- ଶାସନ ସେବା ଅନଲାଇନ / ନିଜର ଆଧାର ବିବରଣୀ କିପରି
ସେଆର କରନ୍ତୁ

ନିଜର ଆଧାର ବିବରଣୀ କିପରି

ନିଜର ଆଧାର କାର୍ଡ ବିବରଣୀ କିପରି ପାଇବେ ସେ ସମ୍ବନ୍ଧୀୟ ସୂଚନା ।

ଆଧାର ହେଉଛି ଭାରତ ସରକାରଙ୍କ ତରଫରୁ ଭାରତୀୟ ଅନନ୍ୟ ଚିହ୍ନଟୀକରଣ କର୍ତ୍ତୃପକ୍ଷଙ୍କ ଦ୍ଵାରା ଜାରି କରାଯାଇଥିବା ୧୨ ଅଙ୍କ ବିଶିଷ୍ଟ ଏକ ପରିଚୟ ପ୍ରଦାନକାରୀ ସଂଖ୍ୟା । ଏହି ସଂଖ୍ୟା ଭାରତର ଯେ କୌଣସି ସ୍ଥାନରେ ପରିଚୟର ପ୍ରମାଣ ଭାବରେ କାମ କରିବ । ଡାକ ବିଭାଗ ଜରିଆରେ ପ୍ରାପ୍ତ ହୋଇଥିବା ଆଧାର ପତ୍ର ବା ଭାରତୀୟ ଅନନ୍ୟ ଚିହ୍ନଟୀକରଣ କର୍ତ୍ତୃପକ୍ଷ (ୟୁଆଇଡିଏଆଇ) ୱେବସାଇଟରୁ ଡାଉନଲୋଡ କରାହୋଇଥିବା ଇ-ଆଧାର ମଧ୍ୟ ସମାନ ଭାବରେ ପରିଚୟର ପ୍ରମାଣ ଭାବରେ ଗ୍ରହଣଯୋଗ୍ୟ ।

ଭାରତର ବାସିନ୍ଦା ହୋଇଥିବା ତଥା ଆଧାରରେ ପଞ୍ଜିକରଣ ପାଇଁ ୟୁଆଇଡିଏଆଇ ଧାର୍ଯ୍ୟ କରିଥିବା ଭେରିଫିକେସନ ବ୍ୟବସ୍ଥାକୁ ହାସଲ କରିପାରୁଥିବା ଯେକୌଣସି ବ୍ୟକ୍ତି, ସେ ଯେଉଁ ଲିଙ୍ଗ ବା ଯେଉଁ ବୟସର ବି ହୁଅନ୍ତୁ, ଆଧାରରେ ଯୋଗଦାନ ପାଇଁ ଆବେଦନ କରିପାରିବେ ।

ପ୍ରତ୍ୟେକ ବ୍ୟକ୍ତି କେବଳ ଥରେ ଯୋଗଦାନ କରିପାରିବେ । ଏହା ପାଇଁ କୌଣସି ଦେୟ ଦେବାକୁ ପଡେ ନାହିଁ । ପ୍ରତ୍ୟେକ ଆଧାର ସଂଖ୍ୟା ଜଣେ ବ୍ୟକ୍ତିର ପରିଚୟ ପ୍ରଦାନ କରୁଥିବା ଏକ ଅନନ୍ୟ ସଂଖ୍ୟା । ଗୋଟିଏ ସଂଖ୍ୟା କେବଳ ଜଣେ ବ୍ୟକ୍ତିକୁ ହିଁ ମିଳିଥାଏ ତେଣୁ ତାହା ଅନନ୍ୟ । ଅନ୍ୟ କେହି ସେହି ସଂଖ୍ୟା ପାଇବେ ନାହିଁ । ଏହି ସଂଖ୍ୟା ସାରା ଜୀବନ ପାଇଁ ବୈଧ । ଆଧାର ସଂଖ୍ୟା ଆପଣଙ୍କୁ ବ୍ୟାଙ୍କ ସେବା, ମୋବାଇଲ ଫୋନ କନେକସନ ତଥା ଅନ୍ୟ ସରକାରୀ ଓ ଅଣସରକାରୀ ସେବା ହାସଲ କରିବାରେ ସାହାଯ୍ୟ କରିବ ।

ଆଧାର ବିଷୟରେ ଅନ୍ୟ କିଛି ସୂଚନା

ଆଧାର:

  • ଏହାକୁ ଅନଲାଇନରେ ଓ ଖର୍ଚ୍ଚସାଶ୍ରୟୀ ମାଧ୍ୟମରେ ଅତି ସହଜରେ ପରଖା ଯାଇପାରେ ।
  • ସରକାରୀ ବା ବେସରକାରୀ ଡାଟାବେସରେ ବହୁ ପରିମାଣରେ ଥିବା ମିଥ୍ୟା ଓ ନକଲି ପରିଚୟକୁ ନିକାଲି ବାହାର କରିବାରେ ଏହା ଅତି ଦକ୍ଷ ଓ ଅନନ୍ୟ ।
  • ଆଧାର ସଂଖ୍ୟା ଏପରି ଏକ ସଂଖ୍ୟା ଯାହା ଜାତି, ବର୍ଣ୍ଣ, ଧର୍ମ ଓ ଭୌଗଳିକ ସ୍ଥିତି ଆଧାରିତ ନୁହେଁ । ଏହା ସର୍ମ୍ପୁର୍ଣ୍ଣ ଭାବରେ କମ୍ପ୍ୟୁଟର ଦ୍ଵାରା ଜାରି ହୋଇଥିବା ଏକ ଅନନ୍ୟ ସଂଖ୍ୟା ।

ଆପଣ ୩ଟି ଉପାୟରେ ନିଜ ଆଧାରର ସୂଚନା (ନାମ,ଠିକଣା, ମୋବାଇଲ ନମ୍ବର ଓ ଇ-ମେଲ୍ ପରିବର୍ତ୍ତନ)ଅପଡେଟ୍ କରିପାରିବେ ।

ଅନ୍ଲାଇନ୍

www.uidai.gov.in ପରିଦର୍ଶନ କରନ୍ତୁ ଏବଂ ‘ନିଜ ଆଧାର ତଥ୍ୟ ଅପଡେଟ୍ କରନ୍ତୁ’ ଉପରେ କ୍ଲିକ୍ କରନ୍ତୁ । ଆପଣଙ୍କ ପରିଚୟ ପ୍ରମାଣନ ପାଇଁ ଆପଣଙ୍କ ପଞ୍ଜୀକୃତ ମୋବାଇଲ ନମ୍ବରରେ ଏକ ଓଟିପି ପଠାଯିବ । ନିଜ ତଥ୍ୟ ଅପଡେଟ୍ କରନ୍ତୁ ଏବଂ ପ୍ରାମାଣିକ କାଗଜପତ୍ର ଅପଲୋଡ୍ କରନ୍ତୁ ।

ଡାକଯୋଗେ

www.uidai.gov.inରୁ ଅପଡେଟ୍ ଫର୍ମ ଡାଉନ୍ଲୋଡ କରନ୍ତୁ, ଅପଡେଟ୍ ହୋଇଥିବା ବିବରଣୀ ପୂରଣ କରନ୍ତୁ ଏବଂ ଆବଶ୍ୟକ କାଗଜପତ୍ର ସହିତ ଫର୍ମକୁ ନିମ୍ନଲିଖିତ ଠିକଣାରେ ପଠାନ୍ତୁ –

  • ୟୁଆଇଡିଏଆଇ
  • ପୋଷ୍ଟ ବକ୍ସ ନଂ.୧୦, ଛିନ୍ଦୱାଡା,

    ମଧ୍ୟପ୍ରଦେଶ – ୪୮୦୦୦୧

    କିମ୍ବା

  • ୟୁଆଇଡିଏଆଇ
  • ପୋଷ୍ଟ ବକ୍ସ ନଂ.୯୯, ବଞ୍ଜାରା ହିଲ୍ସ,

    ହାଇଦ୍ରାବାଦ -୫୦୦୦୩୪

ପର୍ମାନେଣ୍ଟ ଏନ୍ରୋଲ୍ମେଣ୍ଟ ସେଣ୍ଟର (ଫିସ)ଗୁଡ଼ିକରେ

ଟ.୧୫ର ନାମମାତ୍ର ଦେୟରେ ନିଜ ତଥ୍ୟ ତଥା ବାୟୋମେଟ୍ରିକ୍ ସୂଚନା ଅପଡେଟ୍  କରିବା ପାଇଁ ନିକଟସ୍ଥ ପିଇସି ପରିଦର୍ଶନ କରନ୍ତୁ । ଦୟାକରି ଧ୍ୟାନରେ ରଖନ୍ତୁ ଯେ ବାୟୋମେଟ୍ରିକ୍ ବିବରଣୀ କେବଳ ଏକ ପିଇସିରେ ଅପଡେଟ୍ କରାଯାଇପାରିବେ ।

ସୂଚନା

୫ବର୍ଷ ଏବଂ ୧୫ ବର୍ଷ ବୟସରେ ପିଲାମାନଙ୍କର ବାୟୋମେଟ୍ରିକ୍ ବିବରଣୀ ନିଶ୍ଚିତ ଭାବେ ଅପଡେଟ୍ କରାଯିବା ଆବଶ୍ୟକ ।

ଆଧାର – "ଦୈନିକ ଧରିତ୍ରୀ"

2.0
Ghanasyam khamari Jun 18, 2017 09:52 PM

Chakarkend

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top