অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବ୍ୟାଙ୍କିଙ୍ଗ୍ ସେବା

ବ୍ୟାଙ୍କିଙ୍ଗ୍ ସେବା

ଉପକ୍ରମ

ଆପଣ ବ୍ୟାଙ୍କିଙ୍ଗ୍ ସେବାରେ ଯଦି କିଛି ଅସୁବିଧା ସମ୍ମୁଖୀନ କରୁଛନ୍ତି ତେବେ  ,  ବ୍ୟାଙ୍କରେ ଏବଂ  ବ୍ୟାଙ୍କିଙ୍ଗ୍ ଲୋକପାଳଙ୍କ ନିକଟରେ କେମିତି ଅଭିଯୋଗ ଦାଖଲ କରିବେ ତାହା ଜାଣି ରଖନ୍ତୁ

ଜଣେ ଉପଭୋକ୍ତା ହିସାବରେ ଯେତେବେଳେ ଆପଣ ଦୈନନ୍ଦିନ ବ୍ୟାଙ୍କ ସେବାରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି , ଯେପରିକି ଏଟିଏମ ରୁ ଟଙ୍କା  ଉଠାଇବା ବେଳେ ଏଟିଏମରୁ ଟଙ୍କା ନବାହାରିବା, ବିନା ପୂର୍ବ ସୂଚନାଏ ଶୁକ୍ଳ ଆଦାୟ ହୋଇଯିବା ତଥା କ୍ରେଡିଟ କାର୍ଡ ସମ୍ବନ୍ଧୀୟ ଅସୁବିଧା ଆଦିର ସମ୍ମୁଖୀନ ହେଉଛନ୍ତି ସେତେବେଳେ ଏହାର ତୁରନ୍ତ ସମାଧାନ ପାଇଁ ଆପଣ ବ୍ୟାଙ୍କ ସହ ଯୋଗାଯୋଗ କରନ୍ତୁ   । ଯଦି ଆପଣଙ୍କ ସମସ୍ୟାର ସମାଧାନ ନ ହୁଏ , ତେବେ ନିମ୍ନଲିଖିତ ପଦ୍ଧତି ଅନୁସରଣ କରନ୍ତୁ   ।

ଅଭିଯୋଗ

  • ଆପଣଙ୍କ ଅଭିଯୋଗକୁ ଆପଣଙ୍କ ବ୍ୟାଙ୍କ ସଖାରେ ରହିଥିବା ଅଭିଯୋଗ ଦାଖଲ ବିବରଣୀ ଖାତାରେ ଲେଖନ୍ତୁ   ।  ଯଦି ଏହି ଖାତା ଆପଣଙ୍କର ଦ୍ରୁଷ୍ଟିଗୋଚର ନ ହୁଏ  , ତେବେ ତାହା ଆପଣଙ୍କୁ ପ୍ରଦାନ କରିବାକୁ ବ୍ୟାଙ୍କକୁ କହିରଖନ୍ତୁ   ।  ନଚେତ ଅନଲାଇନ ମାଧ୍ୟମରେ ବ୍ୟାଙ୍କର ୱେବସାଇଟକୁ ଯାଇ ଆପଣଙ୍କ ଅଭିଯୋଗ ଦାଖଲ କରନ୍ତୁ  ।
  • ବ୍ୟାଙ୍କରେ ବ୍ୟାଙ୍କିଙ୍ଗ୍ ଅଭିଯୋଗର ସମାଧାନ ପାଇଁ ଜଣେ ନୋଡାଲ ଅଫିସର ନିଯୁକ୍ତି ହୋଇଥାଆନ୍ତି   । ଆପଣଙ୍କ ଅଭିଯୋଗର ପ୍ରତିବିଧାନ କେଉଁ ଅଧିକାରୀ କରିବେ, ତାହା ବ୍ୟାଙ୍କିରେ ସର୍ବସାଧାରଣଙ୍କ ଗୋଚରାର୍ଥେ ପ୍ରଦର୍ଶିତ ହୋଇଥାଏ   ।  ଯଦି ସେପରି ନ ଅଟେ ତେବେ ଆପଣଙ୍କ ଅଭିଯୋଗର ପ୍ରତିବିଧାନ ପାଇଁ କେଉଁ ଅଫିସରଙ୍କ ସହ ସମ୍ପର୍କ କରିବେ ସେ ବିଷୟରେ ବ୍ୟାଙ୍କଠାରୁ ନିଶ୍ଚିତ ହୁଅନ୍ତୁ   ।
  • ଯଦି ଆପଣଙ୍କ ବ୍ୟାଙ୍କ ଆପଣଙ୍କ ଅଭିଯୋଗର ସମାଧାନ ଏକ ମାସ ମଧ୍ୟରେ ନକରେ ତେବେ ଆପଣ ଭାରତୀୟ ରିଜର୍ଭ  ବ୍ୟାଙ୍କର ବ୍ୟାଙ୍କିଙ୍ଗ୍ ଲୋକପାଳଙ୍କ କାର୍ଯ୍ୟାଳୟ ସହିତ ସମ୍ପର୍କ କରନ୍ତୁ   । ବିନା କୌଣସି ଶୁକ୍ଳରେ  ଭାରତୀୟ ରିଜର୍ଭ ବ୍ୟାଙ୍କର ଲୋକପାଳ ଆପଣଙ୍କ ଅଭିଯୋଗକୁ ତୁରନ୍ତ ସମାଧାନ କରିପାରିବେ   ।  ବ୍ୟାଙ୍କିଙ୍ଗ୍ ସେବାରେ ରହୁଥିବା ତ୍ରୁଟିର ସମାଧାନ କରିବା ଭାରତୀୟ ରିଜର୍ଭ ବ୍ୟାଙ୍କର ବ୍ୟାଙ୍କିଙ୍ଗ୍ ଲୋକପାଳଙ୍କ କାର୍ଯ୍ୟ ପରିସରଭୁକ୍ତ   ।
  • ଏକ ସାଧା କାଗଜରେ କିମ୍ବା ଇ-ମେଲ ମାଧ୍ୟମରେ ଆପଣଙ୍କ ଲିଖିତ ଅଭିଯୋଗ ଦାଖଲ କରିପାରିବେ  ।  ବ୍ୟାଙ୍କିଙ୍ଗ୍ ଲୋକପାଳ କାର୍ଯ୍ୟାଳୟର ଠିକଣା ଏବଂ ଇ-ମେଲ ଆଇଡି ଜାଣିବା ପାଇଁ ଆପଣ https://bankingombudsman.rbi.org.in ରେ ଲଗଇନ କରି  “ ବ୍ୟାଙ୍କିଙ୍ଗ୍ ଲୋକପାଳ “ ଙ୍କ ଠିକଣା କ୍ଲିକ କରନ୍ତୁ   ।
  • ଅନଲାଇନ ମାଧ୍ୟମରେ ଅଭିଯୋଗ ଦାଖଲ କରିବା ପାଇଁ https://bankingombudsman.rbi.org.in ଯାଆନ୍ତୁ ଏବଂ ଏଥିରେ ଥିବା ଅଭିଯୋଗ ଫର୍ମକୁ ଚୟନ କରନ୍ତୁ   ।

ସଂପୂର୍ଣ୍ଣ ବିବରଣୀ ପାଇଁhttps://bankingombudsman.rbi.org.in ରେ ଲଗଇନ କୁ ଯାଆନ୍ତୁ   ।

ଆଧାର : ଓଡିଶା  ସରକାର

Last Modified : 7/23/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate