অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଶିକ୍ଷକମାନଙ୍କ ପାଇଁ ଷ୍ଟାର୍ଟଅପ୍

ଉପକ୍ରମ

ଭୁବନେଶ୍ୱରର ଚାରିଜଣ କଲେଜ୍ ପଢୁଆ ପିଲା ଆରମ୍ଭ କରିଛନ୍ତି ଏଭଳି ଏକ ଷ୍ଟାର୍ଟଅପ୍, ଯାହା ଶିକ୍ଷକମାନଙ୍କୁ ତାଙ୍କ ‌‌ଜ୍ଞାନ ବଢାଇବାରେ ସହାୟକ ହେବ ।  ସେମାନଙ୍କ ପାଇଁ ଗବେଷଣାର ନୂଆ ଦିଗ ଉନ୍ମୋଚନ କରିବ ।  ସେମାନଙ୍କୁ ଜାତୀୟ ଓ ଆନ୍ତର୍ଜାତୀୟ ସେମିନାରରେ ଯୋଗଦେବା ଲାଗି ବାଟ ଖୋଲିଦେବ । କେବଳ ସେତିକି ନୁହେଁ, ଏହି ଷ୍ଟାର୍ଟଅପ୍ ଆଗକୁ ବଢିଲେ, ଗୋଟିଏ ପ୍ଲାର୍ଟଫର୍ମରେ ଆମେ ଦେଶର ସମସ୍ତ ଅନୁଷ୍ଠାର ଶିକ୍ଷକମାନଙ୍କୁ ଯୋଡିପାରିବେ ଓ ସେମାନଙ୍କୁ ଖୋଜିପାରିବା ।  ଦେଖିବାକୁ ଗଲେ ଏହା ଛାତ୍ରଛାତ୍ରୀଙ୍କୁ ମଧ୍ୟ ପରୋକ୍ଷରେ ସାହାଯ୍ୟ କରିବ । ଏହି ଷ୍ଟାର୍ଟଅପ୍ ର ନାଁ ରହିଛି WeSocrates । ଏହା ହେଉଛି ଶିକ୍ଷକଶ୍ରେଣୀଙ୍କ ପାଇଁ ନେଟୱାର୍କିଂ, ଗବେଷଣା ଓ ଶିକ୍ଷଣର ଏକ ପ୍ଲାଟଫର୍ମ ।  ଆମର ଅଧ୍ୟାପକ, ପ୍ରଫେସର ଓ ରିଡରମାନଙ୍କ ପାଇଁ ଏହା ଏକ ସଂପୂର୍ଣ୍ଣ ସମାଧାନର ସୂତ୍ର ଉପଲବ୍ଧ କରାଇପାରିବ ।

ଷ୍ଟାର୍ଟଅପ୍ ର ପରିକଳ୍ପନା

ପ୍ରସିଦ୍ଧ ଦାର୍ଶନିକ ଓ ଶିକ୍ଷକ ସକ୍ରେଟିସ୍ ଙ୍କ ନାଁ ଅନୁସାରେ ଏହି ଷ୍ଚାର୍ଟଅପ୍ ପ୍ରୋଜେକ୍ଟର ନାମ WeSocrates ରଖାଯାଇଛି ।  ନାଁରୁ ଜଣାପଡେ ଏହା ହେଉଛି ଶିକ୍ଷକମାନଙ୍କ ପାଇଁ ଏକ ପ୍ରୋଜେକ୍ଟ ।  ଶିକ୍ଷକମାନେ ବିଭିନ୍ନ ବିଷୟରେ ସେମାନଙ୍କ ‌‍ଜ୍ଞାନ, ଦକ୍ଷତା ଆଦିକୁ ବଢାଇପାରିବେ ଓ ଅନ୍ୟଶିକ୍ଷକଙ୍କ ସହ ସମ୍ପର୍କ ରଖିପାରିବେ, ସେ ଦୃଷ୍ଟିରୁ WeSocrates ର ବ୍ୟବହାର ଅତ୍ୟନ୍ତ ଉପଯୋଗୀ ହୋଇପାରିବ ।  କେବଳ ସେତିକି ନୁହେଁ ବିଭିନ୍ନ ସ୍ଥାନରେ କୌଣସି ବିଷୟ ଉପରେ ଗବେଷଣା କିମ୍ବା ସେମିନାର୍ ଆଦି ସମ୍ପର୍କରେ ମଧ୍ୟ ଏଥିରୁ ସୂଚନା ପାଇହେବ ।  ଆଉ ସବୁଠୁ ବଡ କଥା ହେଉଛି, ଏସବୁ ସୁବିଧା ପାଇବା ସହ ଆପଣ ଏଥିରୁ ସାରା ଦେଶରେ ଥିବା ଶିକ୍ଷକମାନଙ୍କୁ ଜାଣିବା ପାଇଁ ଏହାକୁ ସର୍ଚ୍ଚ ଇଂଜିନ୍ ଭାବେ ମଧ୍ୟ ବ୍ୟବହାର କରିପାରିବେ । ଗତ ଫେବୃୟାରୀ ୫ରୁ ୭ ତାରିଖ ପର୍ଯ୍ୟନ୍ତ ଶ୍ରୀ ଶ୍ରୀ ୟୁନିଭରସିଟିରେ ହୋଇଥିବା ଷ୍ଟାର୍ଟଅପ୍ ସପ୍ତାହ ଭୁବନେଶ୍ୱର କାର୍ଯ୍ୟକ୍ରମରେ ଭାଗନେଇ ଚାରି ଜଣ ଛାତ୍ର ଏହି ଷ୍ଟାର୍ଟଅପ୍ ର ପରିକଳ୍ପନା କରିଥିଲେ ।  ଭୁବନେଶ୍ୱର ବିମଟେକ୍ ଅନୁଷ୍ଠାନର ଅଲିଶା ମହାପାତ୍ର ଓ ଶୁଭଦୀପ ସିଂହା ଏବଂ କଟକର ଶ୍ରୀ ଶ୍ରୀ ୟୁନିଭରସିଟିର ଛାତ୍ରୀ ଶିବାନୀ ଆରୋରା ଓ ଗ୍ରୀଷ୍ମା ପୁତ୍ରନଙ୍କୁ ନେଇ ଏହି ଚାରିଜଣିଆ ଟିମ୍ ଏହାକୁ ପ୍ରସ୍ତୁତ କରିଛନ୍ତି । ଏ ସମ୍ପର୍କରେ ଅଲିଶା କୁହନ୍ତି, ପ୍ରଥମେ ଏହି ଆଇଡିଆଇ ଶୁଭଦୀପ ଦେଇଥିଲେ ।  ତେବେ ଆମେ ଚାରିଜଣ ଏହା ଉପରେ କାମ କରିଛୁ ।  ଆମ ଶିକ୍ଷକମାନଙ୍କ ପାଇଁ କିଛି କରିବାର ଇଛା ଫଳରେ ଏହା ଆମେ କରିପାରିଛୁ ।

ଏ ସମ୍ପର୍କରେ ଶୁଭଦୀପଙ୍କ କହିବା କଥା ଯେ,ଏହି ଆଇଡିଆ ଆମପାଖକୁ ହଠାତ୍ ଆସିଥିଲା । ବିଭିନ୍ନ ଆବଶ୍ୟକତା ପାଇଁ ବିଭିନ୍ନ ପ୍ରକାର ଆପ୍ଲିକେସନ୍ ରହିଛି ।  ଷ୍ଟାର୍ଟଅପ୍ ସପ୍ତାହରେ ଆମ ମୁଣ୍ଡରେ ଏହି ଆଇଡିଆ ଆସିଲେ ଯେ ଆମକୁ ପଢାଉଥିବା ଶିକ୍ଷକମାନଙ୍କ ପାଇଁ କାହିଁକି ଏକ ୱାନ୍-ଷ୍ଟପ୍ ସପୋର୍ଟ ସଲ୍ୟୁସନ୍ କରାନଯିବ ? କିଭଳି ଆପ୍ଲିକେସନ୍ ଏଥିରେ କାମ କରିବ ଓ କିଭଳି ଏହା ଏକ ଷ୍ଟାର୍ଟଅପ୍ ଭାବେ ଉଭା ହୋଇପାରିବ, ଏହାକୁ ନେଇ ଗୋଟିଏ ଦିନ ବ୍ରେନଷ୍ଟୋର୍ମିଂ କରିବାକୁ ପଡିଥିଲା ।

ଷ୍ଟାର୍ଟଅପ୍ କାର୍ଯ୍ୟକ୍ରମ

ଷ୍ଟାର୍ଟଅପ୍ ସପ୍ତାହ ଭୁବନେଶ୍ୱର କାର୍ଯ୍ୟକ୍ରମରେ ୧୪ଟି ଟିମ୍ ର ପ୍ରାୟ ୮୦ରୁ ଅଧିକ ଅଂଶଗ୍ରହଣକାରୀ ଥିଲେ ।  ଅନେକ ଅନ୍ୟାନ୍ୟ ଓ ନୂଆ ଆଇଡିଆ ଏଠାରେ ଉପସ୍ଥାପିତ କରାଯାଇଥିଲା ।  କିନ୍ତୁ ଶେଷରେ ଏହି ରେସ୍ ରେ WeSocrates ହିଁ ୱିନର୍ ହୋଇଥିଲା ।  ଶ୍ରେଷ୍ଠ ଷ୍ଟାର୍ଟଅପ୍ ଆଇଡିଆ ଭାବେ ଏହାକୁ ମିଳିଥିଲା ସ୍ୱିକୃତୀ ।  ଏହାପରେ ଟିମ୍ ମେମ୍ବରମାନେ ଉତ୍ସାହିତ ହୋଇପଡିଛନ୍ତି । ଏ ନେଇ ଶିବାନୀ କୁହନ୍ତି, ଆମ ପାଇଁ ଏହା ଥିଲା ଏକ ବଡ ଅନୁଭବ ।  ଏଥିରେ ଆମକୁ ସଫଳତା ମିଳିବା ପରେ ଆମେ ସମସ୍ତ ଖୁସୀ ହେବା ସହ ଏହାକୁ ନେଇ ସ୍ୱପ୍ନ ଦେଖିବା ଆରମ୍ଭ କରିଛୁ ।  ଏହା ନିଶ୍ଚିତ ଭାବେ ଆମ ଜୀବନକୁ ବଦଳାଇଦେବ । ପ୍ରଥମ ପର୍ଯ୍ୟାୟରେ ଓଡିଶାର ଶିକ୍ଷକମାନଙ୍କୁ ନେଇ କାମ କରିବ ବୋଲି ସ୍ଥିର କରିଛି ।  ତାପରେ ଏହାକୁ ଧୀରେ ଧୀରେ ଦେଶରେ ଅନ୍ୟାନ୍ୟ ଅନୁଷ୍ଠାନର ଶିକ୍ଷକମାନଙ୍କୁ ଏଥିରେ ସାମିଲ କରାଯିବ ।  ତେବେ ଡାଟା ମ୍ୟାନେଜମେଣ୍ଟ ବର୍ତ୍ତମାନ ଏମାନଙ୍କ ପାଇଁ ବଡ ଚ୍ୟାଲେଂଜ୍ । କାରଣ ଏଠାରେ କେବଳ ଠିକ୍ ସୂଚନା ଦିଆଯିବା ଉପରେ ଗୁରୁତ୍ୱ ଦିଆଯାଉଛି ।

ଆଧାର - Akhand  social worker, freelance journalist

"http://www.wesocrates.co"

Last Modified : 3/4/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate