অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଶିଳ୍ପ ସଂସ୍ଥାଙ୍କ ପାଇଁ ଏଣିକି ଅନଲାଇନରେ ସରକାରୀ କାମ

ମୁଖ୍ୟ ଉଦ୍ୟେଶ

ଶିଳ୍ପସଂସ୍ଥାମାନେ ବିଭିନ୍ନ ସରକାରୀ କାମ ପାଇଁ ବାରମ୍ବାର ବିଭିନ୍ନ ଅଫିସକୁ ଦୌଡିଥାନ୍ତି | ପୁଣି ଅଫିସ୍ ରେ ଏସବୁ କାମ କରିବା ବ୍ୟବସ୍ଥା ମଧ୍ୟ ଜଟିଳ | ଏଥିପାଇଁ ଅନେକ ଶିଳ୍ପ ସଂସ୍ଥା ରାଜ୍ୟରେ ବ୍ୟବସାୟ ଆରମ୍ଭ କରିବାକୁ ଅନାଗ୍ରହ ପ୍ରକାଶ ମଧ୍ୟ କରନ୍ତି | କିନ୍ତୁ ଏସବୁ ସମାଧାନ ଆସିଯାଇଛି | ରାଜ୍ୟରେ ଆରମ୍ଭ ହୋଇଯାଇଛି ଅଟୋମେଟେଡ୍ ପୋଷ୍ଟ ଆଲଟମେଣ୍ଟ ଆପ୍ଲିକେସନ୍ | ଓଡିଶାରେ ଅଧିକ ଶିଳ୍ପସଂସ୍ଥାକୁ ଆକୃଷ୍ଟ କରିବା ଓ ବ୍ୟବସାୟକୁ ସହଜ କରିବା ଲକ୍ଷ୍ୟରେ ରାଜ୍ୟ ଶିଳ୍ପ ଉନ୍ନୟନ୍ନ ନିଗମ(ଇଡକୋ) ପକ୍ଷରୁ ଏହି ଆପ୍ଲିକେସନ୍ ପ୍ରସ୍ତୁତ ହୋଇଛି | ଦୀର୍ଘ ବର୍ଷ ଧରି ଚାଲିଆସିଥିବା ବ୍ୟବସ୍ଥାର ସରଳୀକରଣ ଆବେଦନ, ଦେୟ ପ୍ରଦାନ ଓ ଅନ୍ୟାନ୍ୟ କାର୍ଯ୍ୟରେ ସ୍ୱଚ୍ଛତା ଓ ଦାୟିତ୍ୱବୋଧତା ବଜାୟ ରଖିବା ଏହାର ମୁଖ୍ୟ ଉଦ୍ଦେଶ୍ୟ |

ଆପ୍ଲିକେସନର କାର୍ଯ୍ୟକାରିତା

 

ଏହି ବ୍ୟବସ୍ଥାରେ ଅନେକ ଗୁଡିଏ ବିଶିଷ୍ଟତା ରହିଛି | ଅତିରିକ୍ତ ଜମି ଆବଣ୍ଟନ, ଜମି ପ୍ରତିବଦଳ, ଏକତ୍ରିକରଣ, ନାମ ଓ ଶୈଳୀ ପରିବର୍ତ୍ତନ, ମାଲିକାନା ସତ୍ତ୍ୱ ବଦଳାଇବା, ବନ୍ଧକ ପାଇଁ ଅନୁମତି, ନିର୍ଦ୍ଦେଶକ ପରିବର୍ତ୍ତନ, ମାମଲାଗୁଡିକ ହସ୍ତାନ୍ତର ଓ ଅନ୍ୟାନ୍ୟ ଜମି ଆବଣ୍ଟନ ଆଦି ପାଇଁ ଏହି ଆପ୍ଲିକେସନ୍ ସହାୟକ ହେବ | ପୂର୍ବରୁ ଏସବୁ ଅନଲାଇନ୍ ରେ କରିବା ସୁବିଧା ନଥିଲା | ଏଥିପାଇଁ ଇଡକୋ ଅଫିସ୍ ଯିବାକୁ ପଡୁଥିଲା | ରାଜ୍ୟରେ ସହଜ ବ୍ୟବସାୟ(ଇଜ୍ ଅଫ୍ ଡୁଇଙ୍ଗ ବିଜିନେସ୍)ବ୍ୟବସ୍ଥାର ୭୦ ପ୍ରତିଶତ ପୂରଣ ହୋଇଛି | ଏହି ଆପ୍ଲିକେସନ୍ ଫଳରେ ଏ କ୍ଷେତ୍ରରେ ଦେଶର ପ୍ରଥମ ତିନିଟି ରାଜ୍ୟ ମଧ୍ୟରେ ଓଡିଶା ସ୍ଥାନ ପାଇବ ବୋଲି ଆଶା କରାଯାଉଛି | ଇଡକୋ ଅଧିନରେ ଥିବା ୯୮୧ଟି ଶିଳ୍ପ ସଂସ୍ଥା, ୧୦୪ଟି ଶିଳ୍ପାଂଚଳ, ୨ଟି ଅର୍ଥନୈତିକ ଜୋନ୍, ଗୋଟିଏ ଶିଳ୍ପ ପାର୍କ, ଚାରି ହଜାର ବ୍ୟାବସାୟିକ ୟୁନିଟ୍ ଏହି ବ୍ୟବସ୍ଥାରୁ ଲାଭ ପାଇପାରିବେ | ଅନଲାଇନ୍ ମାଧ୍ୟମରେ ସେମାନେ ସବୁ କିଛି ନିଜ ଅଫିସରେ ଥାଇ ଜାଣିପାରିବେ |

ନିର୍ଦେଶକଙ୍କ ମୁଖରୁ

ଏ ସମ୍ପର୍କରେ ଇଡକୋ ପରିଚାଳନା ନିର୍ଦ୍ଦେଶକ ସଂଜୟ କୁମାର ସିଂହ କହନ୍ତି, ଏହି ଆପ୍ଳିକେସନ୍ ଦ୍ୱାରା ଆମେ ମଧ୍ୟ ବହୁତ ସୁବିଧା ପାଇବୁ | ଆମେ ନିର୍ଦ୍ଧାରିତ ସମୟରେ ପ୍ରକଳ୍ପଗୁଡିକୁ ଅନୁମୋଦନ ଦେବ ସହ ଉଦ୍ୟୋଗୀମାନଙ୍କ ଅଭିଯୋଗ ଓ ଅନୁରୋଧକୁ ସହଜରେ ଗ୍ରହଣ କରିପାରିବୁ | କ୍ଷେତ୍ର ପରିଦର୍ଶନ ପାଇଁ ମୋବାଇଲ୍ ଆପ୍ ର ବ୍ୟବହାର ସହ ଏମ୍‌ଆଇଏସ୍ ରିପୋର୍ଟ ସମ୍ପର୍କରେ ତଥ୍ୟ ମିଳିପାରିବ |

କିପରି କାମ କରିବ ଏହି ଆପ୍ଳିକେସନ୍

 

ଗତ ୨୭ ତାରିଖରୁ ଇଡକୋ ସହ ସମ୍ବନ୍ଧିତ ଶିଳ୍ପସଂସ୍ଥା ଓ ଉଦ୍ୟୋଗମାନେ ଅଟୋମେଟେଡ୍ ପୋଷ୍ଟ ଆଲଟମେଣ୍ଟ ଆପ୍ଲିକେସନ୍ ରେ ନିଜକୁ ପଂଜିକୃତ କରିପାରିବେ | ଏଥିପାଇଁ ସେମାନଙ୍କୁ "www.idco.in" ଖୋଲିବାକୁ ପଡିବ | ଲଗ୍ ଇନ୍ ସ୍ଥାନରେ ଉଦ୍ୟୋଗମାନଙ୍କ ପାଇଁ ଉଦ୍ଦିଷ୍ଟ ବଟନ୍ ଉପରେ କ୍ଲିକ୍ କରିବାକୁ ପଡିବ | ନୂଆ ଉଦ୍ୟୋଗପତିମାନଙ୍କୁ ସାଇନ୍ ଅପ୍ କରିବାକୁ ପଡିବ | ନିର୍ଧାରିତ ଫର୍ମ ପୂରଣ କରିବାକୁ ହେବ | ଆପଣ ଯେଉଁ କାମ ପାଇଁ ଆପ୍ଳିକେସନ୍ ଖୋଲିଛନ୍ତି, ତାହାର ଦରକାରୀ କାଗଜପତ୍ର ଅପଲୋଡ୍ କରିବାକୁ ପଡିବ | ତାପରେ ରେଜିଷ୍ଟ୍ରେସନ୍ ବଟମ୍ ଉପରେ କ୍ଲିକ୍ କରିବାକୁ ହେବ | ଏଥିରେ କୌଣସି ସମସ୍ୟା ହେଲେ ଇଡକୋ ପକ୍ଷରୁ ଏକ ହେଲ୍ପ ଲାଇନ୍ ନମ୍ବର ମଧ୍ୟ ରଖାଯାଇଛି | ତାହା ହେଲା ୧୮୦୦-୩୪୫-୧୭୩୩ | ଏହି ନମ୍ବରକୁ ଫୋନ୍ କରି ଏହି ବିଷୟରେ ଅଧିକ ତଥ୍ୟ ଜାଣିହେବ | ଅଟୋମେଟେଡ୍ ପୋଷ୍ଟ ଆଲଟମେଣ୍ଟ ଆପ୍ଲିକେସନ୍ ମାଧ୍ୟମରେ ଉଦ୍ୟୋଗଗୁଡିକ ଅନଲାଇନ୍ ପଂଜିକରଣ, ଆବଣ୍ଟନ ପରବର୍ତ୍ତୀ ଆବେଦନ, ମଂଜୁର, ଦେୟ ପ୍ରଦାନ, ଏସଏମଏସ୍ ଆଲର୍ଟ ବ୍ୟବସ୍ଥା, ତଥ୍ୟ ସଂଶୋଧନ, ମୋବାଇଲ୍ ମାଧ୍ୟମରେ ସ୍ଥିତି ଅନୁଧ୍ୟାନ ଆଦି କରିପାରିବେ |

ଆଧାର

AKHAND

www.idco.in"

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate