অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଅନ୍ ଲାଇନ ରୋଜଗାର

ଇନ୍ ଷ୍ଟାଗ୍ରାମ

ମଣିଷ ଜୀବନକୁ ଇଣ୍ଟରନେଟ୍ ଯେତିକି ସହଜ କରିଦେଇଛି, ସେହିପରି ରୋଜଗାର ଲାଗି ନୂଆନୂଆ ବାତ ମଧ୍ୟ ଦେଖାଇଛି  । ଯେମିତି ସେଲ୍ଫିରେ କେବଳ ନିଜ ଫଟୋ ଉଠାଇବେନି କି ଇନଷ୍ଟାଗ୍ରାମରେ କେବଳ ପୋଷ୍ଟ ସେୟାର କରିବେନି; ଏଥିରୁ ଲକ୍ଷାଧିକ ଟଙ୍କା ରୋଜଗାର ମଧ୍ୟ କରିପାରିବେ  ।

ଫଟୋ ଶେୟାରିଂ ଆପ୍ ଇନଷ୍ଟାଗ୍ରାମ ନିକଟରେ ଭାରତରେ ପ୍ରଥମ ଇନଷ୍ଟାଗ୍ରାମ ଆୱାର୍ଡ ସମ୍ପର୍କରେ ଘୋଷଣା କରିଛି  । ଏଥିରେ ପ୍ରଥମ ସ୍ଥାନର ବିଜେତା ହୋଇଛନ୍ତି ଭାରତୀୟ କ୍ରିକେଟ ଟିମ୍ ର ଅଧିନାୟକ ବିରାଟ କୋହଲି  । କେବଳ ଲୋକପ୍ରିୟତା ନୁହେଁ, ଇନଷ୍ଟାଗ୍ରାମ ମାଧ୍ୟମରେ ରୋଜଗାର କରିବାରେ ବି ବିରାଟ ଆଗୁଆ  । ଫୋର୍ବସର ଏକ ରିପୋର୍ଟ ଅନୁସାରେ, ବିରାଟ କୋହଲି ନିଜର ପ୍ରତି ପୋଷ୍ଟରୁ ପ୍ରାୟ ୩.୨ କୋଟି ଟଙ୍କା ରୋଜଗାର କରିଥାନ୍ତି  । ତାଙ୍କ ପୃଷ୍ଠାରେ ୟୁଜର୍ସ ଏନଗେଜମେଣ୍ଟ ବା ବ୍ୟବହାରୀକାରୀଙ୍କ ଉପସ୍ଥିତି ଏବଂ ପ୍ରଦତ୍ତ ବିଜ୍ଞାପନରୁ ସେ ଏହି ରୋଜଗାର କରିପାରନ୍ତି  । ଅବଶ୍ୟ ଇନଷ୍ଟାଗ୍ରାମରେ ଏପରି ରୋଜଗାର କରିବା ସହଜ ହୋଇନଥାଏ, କିନ୍ତୁ ଏହା ଅସମ୍ଭବ ନୁହେଁ  । ଏହି ଆକାଉଣ୍ଟକୁ ପେସାଗତ ଭାବେ ପରିଚାଳନା କରିପାରିଲେ ଭଲ ରୋଜଗାର ହୋଇପାରିବ  । ଇନଷ୍ଟାଗ୍ରାମରେ ଦୁଇପ୍ରକାର ଆକାଉଣ୍ଟ କରାଯାଇଥାଏ – ବ୍ୟକ୍ତିଗତ ଏବଂ ବ୍ୟବସାୟିକ  । ବ୍ୟବସାୟିକ ଆକାଉଣ୍ଟରେ ନିଜ ପୋଷ୍ଟକୁ ବିଜ୍ଞାପନ ସହାୟତାରେ ପ୍ରମୋଟ କରିପାରିବେ  । ଏଥିସହିତ ଫାଲୋଅରମାନଙ୍କ ବିଶ୍ଳେଷଣ ବି କରିପାରିବେ  ଏବଂ ସେମାନେ ଆପଣଙ୍କ ପୋଷ୍ଟ ସହିତ କେତେ ଜଡିତ ରହୁଛନ୍ତି, ଏହାର ରିପୋର୍ଟ ମଧ୍ୟ ଆପଣଙ୍କ ପାଖରେ ପହଞ୍ଚିବ  । ଅବଶ୍ୟ ଇନଷ୍ଟାଗ୍ରାମରେ ବ୍ୟବସାୟ କରିବା ଲାଗି କିଛି ପରୀକ୍ଷାନିରୀକ୍ଷା କରିବାକୁ ହେବ  । ପ୍ରଥମେ ଜାଣିବାକୁ ପଡିବ ଯେ ଟାର୍ଗେଟ ଅଡିଏନ୍ସ ବା ଯେଉଁମାନଙ୍କ ପାଖରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛନ୍ତି, ସେମାନେ କେମିତି ଏବଂ ସେମାନେ କେଉଁ ସମୟରେ ଅନଲାଇନ୍ ରହିଥାନ୍ତି  ତଥା କିପରି ପୋଷ୍ଟ ପସନ୍ଦ କରନ୍ତି  । ଏହି ତଥ୍ୟ ଜାଣିପାରିଲେ ନିଜ ଇନଷ୍ଟାଗ୍ରାମ ପେଜ୍ କୁ ବ୍ୟବସ୍ଥିତ କରିପାରିବେ  । ଯେତେବେଳେ ବି କୌଣସି ପୋଷ୍ଟ ଅପଡେଟ୍ କରିବେ, ବିଷୟ ସମ୍ବନ୍ଧୀୟ ହ୍ୟାସଟ୍ୟାଗ୍  ବ୍ୟବହାର କରିବା ଉଚିତ  । ଗୋଟିଏ ପୋଷ୍ଟରେ ୩୦ରୁ ଅଧିକ ହ୍ୟାସଟ୍ୟାଗ୍ ବ୍ୟବହାର କରାଯାଇପାରିବ ନାହିଁ  ।

ଫଲୋଅର ବଢାଇବା ପାଇଁ

  • ଫଟୋ ଲାଇକ୍ କରନ୍ତୁ

ଅନ୍ୟମାନଙ୍କ ଇନଷ୍ଟାଗ୍ରାମ ପେଜ୍ ରର ଆସିଥିବା ପୋଷ୍ଟକୁ ବି ଲାଇକ୍ କରନ୍ତୁ  । କିନ୍ତୁ ଏହା ଆପଣଙ୍କ ପୃଷ୍ଠାର ବିଷୟ ସହିତ ସମ୍ବନ୍ଧିତ ଥିବା ଉଚିତ  । ଏଥିରୁ କେତେକ ଭଲ ପୋଷ୍ଟରେ କମେଣ୍ଟ ମଧ୍ୟ କରିପାରନ୍ତି  । ଏହାଦ୍ଵାରା ସେସବୁ ପୃଷ୍ଠାର ଫଲୋଅରମାନଙ୍କ ଦ୍ରୁଷ୍ଟି ଆପଣଙ୍କ ପୃଷ୍ଠା ଉପରେ ପଡିବ  ଏବଂ ସେମାନେ ଆପଣଙ୍କ ପୃଷ୍ଠାକୁ ଫଲୋ କରିବାର ସମ୍ଭାବନା ମଧ୍ୟ ବୃଦ୍ଧି ପାଇବ  ।

  • ପ୍ରତିଯୋଗିତାର ସହାୟତା

ଏଥିପାଇଁ ଆପଣ ନିଜ ପୃଷ୍ଠାରେ ଦେଇଥିବା ଫଟୋ ରିପୋଷ୍ଟ କରିବା ଲାଗି ନିଜ ଫଲୋଅରମାନଙ୍କୁ କହିବାକୁ ହେବ  । ଏଥିସହିତ ସେମାନଙ୍କୁ ଜଣାଇବେ ଯେ ଆପଣଙ୍କ ପୃଷ୍ଠାକୁ ହ୍ୟାସଟ୍ୟାଗ୍ ରେ ଲେଖନ୍ତୁ  । ସେମାନେ ନିଜ ପୃଷ୍ଠାରେ ଏପରି କରିବା ମାତ୍ରେ ତାଙ୍କ ଫଲୋଅରମାନେ ଆପଣଙ୍କ ସହିତ ଜଡିତ ହୋଇଚାଲିବେ

  • ଜିଓ ଟ୍ୟାଗିଙ୍ଗ

କୌଣସି ପ୍ରସିଦ୍ଧ ସ୍ଥାନକୁ ଯାଉଥିଲେ ଲୋକେସନ୍ କୁ ଜିଓଟ୍ୟାଗ କରିପାରିବେ  । ଏହାଦ୍ୱାରା ଇନଷ୍ଟାଗ୍ରାମରେ କେହି ସେ ସ୍ଥାନ ଖୋଜିଲେ ଆପଣଙ୍କ ପୃଷ୍ଠାରେ ପହଞ୍ଚିଯିବ  । ଉଭୟଙ୍କ ରୁଚି ସମାନ ହୋଇଥିଲେ ସେ ଆପଣଙ୍କୁ ଫଲୋ କରିବା ସ୍ଵାଭାବିକ  ।

ଆକାଉଣ୍ଟ ପରିଚାଳନା ଏମିତି କରନ୍ତୁ

  • ଆଫିଲିଏଟେଡ ମାର୍କେଟିଂ

ଏଥିରେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ କେତେକ ଛୋଟ କମ୍ପାନୀର ଉତ୍ପାଦ ପ୍ରଚାର କରିପାରିବେ  । ଯଦି ଆପଣଙ୍କ ପୃଷ୍ଠାରେ ଏହି କମ୍ପାନୀର ଉତ୍ପାଦ ବିକ୍ରି ହେଲା ତେବେ ଆପଣଙ୍କୁ ଅର୍ଥ ମିଳିଥାଏ  । ଉତ୍ପାଦ ଆପଣଙ୍କ ଆକାଉଣ୍ଟରୁ ବିକ୍ରି ହୋଇଛି ବୋଲି ପ୍ରମୋ କୋଡ୍ କିମ୍ବା ରେଫରାଲ ଲିଙ୍କ୍ ରୁ ଜଣାପଡେ  । ଇନଷ୍ଟାଗ୍ରାମ ଆପଣଙ୍କୁ ପୋଷ୍ଟରେ ଲିଙ୍କ୍ ଶେୟାର କରିବାର ଅନୁମତି ଦେଉନଥିବାରୁ ପୋଷ୍ଟ କ୍ୟାପସନରେ ପ୍ରମୋ କୋଡ୍ ବ୍ୟବହାର କରିପାରିବେ  ।

  • ପ୍ରଭାବଶାଳୀ ହୁଅନ୍ତୁ

ଇନଷ୍ଟାଗ୍ରାମରେ କିଛି ବିଶେଷ ଭିଡିଓ କିମ୍ବା ଫଟୋ (ପର୍ଯ୍ୟଟନ, ଖାଦ୍ୟ ଇତ୍ୟାଦି ଆଧାରିତ) ଅପ୍ ଲୋଡ କଲେ ସମାନ ରୁଚି ରଖୁଥିବା ବ୍ୟକ୍ତି ଏହି ଆକାଉଣ୍ଟକୁ ଫଲୋ କରିଥାନ୍ତି  । ଯଦି ଆପଣଙ୍କ ଆକାଉଣ୍ଟ ଲୋକପ୍ରିୟ ହୋଇପାରିଲା ତେବେ ଆପଣ ଇନଫ୍ଲୁଏନ୍ସର  ବା ପ୍ରଭାବଶାଳୀ ହୋଇପାରିବେ  । ଫଳରେ ଆପଣଙ୍କ ପୃଷ୍ଠାର ବିଷୟ ସହ ଜଡିତ ବ୍ରାଣ୍ଡ ଆପଣଙ୍କ ଆକାଉଣ୍ଟରେ ନିଜ ଉତ୍ପାଦର ବିଜ୍ଞାପନ ଦେବା ଲାଗି ଆଗ୍ରହୀ ହେବେ ଏବଂ ରୋଜଗାର ବଢିବ  ।

  • ଫଟୋ ବିକ୍ରି କରନ୍ତୁ

ଫଟୋଗ୍ରାଫର ଏବଂ ଗ୍ରାଫିକ ଡିଜାଇନରଙ୍କ ପାଇଁ ଇନଷ୍ଟାଗ୍ରାମରେ ରୋଜଗାରର ସୁଯୋଗ ରହିଛି  । ଏହା ଏକ କମେଣ୍ଟ ଶେୟାରିଂ ଆପ୍ ପରି କାମ କରେ  । ଇନଷ୍ଟାଗ୍ରାମ ଆକାଉଣ୍ଟରେ ଆପଣ ଫଟୋ, ଡିଜାଇନ ବିକ୍ରି କରିପାରିବେ  । ଏଥିପାଇଁ କେବଳ ଏଗୁଡ଼ିକୁ ଆକାଉଣ୍ଟରେ ଅପ୍ ଲୋଡ କରି ଉପଯୁକ୍ତ ହ୍ୟାସଟ୍ୟାଗ୍ ଉପଯୋଗ କରିବାକୁ ହେବ, ଯେପରି ଏହା ଅଧିକ ଲୋକଙ୍କ ପାଖରେ ପହଞ୍ଚିପାରିବ  ।

ଆଧାର –ୱେବ  ସୂଚନା  ବ୍ୟୁର

Last Modified : 1/1/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate