অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଓଡିଆ କଳାକୁ ବିଶ୍ଵ ଦରବାର ରେ ପହଞ୍ଚାଇବାର ପ୍ରୟାସ- ରାକେଶଙ୍କର Thoomri.com

ଓଡିଆ କଳାକୁ ବିଶ୍ଵ ଦରବାର ରେ ପହଞ୍ଚାଇବାର ପ୍ରୟାସ- ରାକେଶଙ୍କର Thoomri.com

ଉପକ୍ରମ

ଗୋଟିଏ ପ୍ରତିଷ୍ଠିତ ବୈଷୟି କମ ହାବିଦ୍ୟାଳୟରୁ ସେସ ଫଳତାର ସହ ସମ୍ପୂର୍ଣ୍ଣ କରିଥିଲେ କମ୍ପ୍ୟୁଟର ସାଇନ୍ସରେ ସ୍ନାତକ।  ଏହା ପରେ ଏମବିଏ ଓ ଅନ୍ୟ ମାନଙ୍କ ଭଳି ସେ ମଧ୍ୟ ଆକର୍ଷଣୀୟ ଦରମାରେ କର୍ପୋରେଟ କ୍ଷେତ୍ର ରେ ଆରମ୍ଭ କରିଥିଲେ ନିଜ କ୍ୟାରିଅର। ପ୍ରଥମ କିଛିଦିନ ସବୁ କିଛିଠିକ ଚାଲି ଥିଲା। ନିଜ ପିଢୀର ଅନ୍ୟାନ୍ୟ ସଫଳ ପ୍ରଫେସନାଲଙ୍କ ଭଳି ତାଙ୍କ ପାଖରେ ବିଥିଲା ସୌଖୀନ ଗାଡି, ଅତ୍ୟାଧୁନିକ ଫୋନ ଓ ବିଳାସ ସାମଗ୍ରୀ। ହେଲେ ମନ ତାଙ୍କର ମାନୁ ନଥିଲା। ସେ ସବୁ ବେଳେ ଚାହୁଁ ଥିଲେ ଭିନ୍ନ କିଛି କରିବାକୁ ଆଉ ନିଜର ନିଆରା ଛାପଛାଡି ଯିବାକୁ। ଛୋଟ ବେଳୁ ତାଙ୍କର କଳା, କଳାକାର ଓ କଳାତ୍ମକ ଜିନିଷ ପ୍ରତି ଥିଲା ଗଭୀର ଅନୁରକ୍ତି। ଆଉ ଭିନ୍ନ କିଛି କରିବାର ନିଶା ତାଙ୍କୁ ଏହି ଅନୁରକ୍ତିକୁ ଉଦ୍ୟୋଗରେ ରୂପାନ୍ତରିତ କରିବାର ପ୍ରେରଣା ଦେଲା। ଏହେ  ଉଛି Thoomri.comର ପ୍ରତିଷ୍ଠାତା ଯୁବ ଉଦ୍ୟୋଗୀରା କେଶ ପରିଡାଙ୍କ କାହାଣୀ। ହାତ ତିଆରି ଶାଢୀ ଠାରୁ ଆରମ୍ଭ କରି ବିଶ୍ଵ ପ୍ରସିଦ୍ଧ ଧୋକ୍ରାକାରିଗରୀ- ଓଡିଶାର ଏ ସମସ୍ତ କଳାତ୍ମକଦ୍ର ବ୍ୟକୁଗ୍ରାହକ ମାନଙ୍କ ପାଖରେ ପହଞ୍ଚାଇବା ପାଇଁ ସେ ଆରମ୍ଭ କରିଛନ୍ତିThoomri.com

ଓଡିଶା କଳାର ରାଜ୍ୟ।

ନିଜନି ଆରାପ୍ରୟାସ ଉପରେ ମତରଖିରା କେଶକୁ ହନ୍ତିଯେ, ଓଡିଶା ହେଉଛି କଳାର ରାଜ୍ୟ। ଶାଢୀ ଠାରୁ ଆରମ୍ଭ କରି ପଟ୍ଟଚିତ୍ର ଓ ଢୋକ୍ରାଯାଏ, ସବୁ ଥିରେ ଓଡିଆ କରିଗରୀ ରସ୍ଵତନ୍ତ୍ର୍ୟ ଓ ଉତ୍କର୍ଷତା ରହିଛି। ଏହି ସବୁ ଜିନିଷର ଓ ଡିଶା ବାହାରେ ବ୍ୟାପ କଚାହିଦା ମଧ୍ୟ ରହିଛି। ମାତ୍ର ଏହି ସବୁ କଳାରକଳାକାର ଓ ଶିଳ୍ପୀ ମାନେ ଅବହେଳିତ। ଏହି କଳାକାର ମାନଙ୍କୁ ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ହିଁ Thoomri.comର ପରିକଳ୍ପନା।

କଟକର ତାରକସି ହେଉ କି ରଘୁରାଜପୁର ର ପଟ୍ଟଚିତ୍ର ସୋନପୁର ଓସମ୍ବଲପୁରର ଶାଢୀ ହେଉ କି ଢେଙ୍କାନାଲର ଢୋକ୍ରାକଳା, ଏସମସ୍ତ ଜିନିଷ Thoomri.comରେ ଉପଲବ୍ଧ। Thoomri.com ଭଳି ଏକ ଅଭିନବ ପ୍ରୟାସ କାହିଁକି ଆରମ୍ଭ କଲେ ପ୍ରଶ୍ନର ଉତ୍ତର ଦେଇରା କେଶ କୁହନ୍ତି,

ଏହି ସବୁ ଜିନିଷ ପ୍ରତି ଗ୍ରାହକ ମାନଙ୍କର ଏକ ସ୍ଵତନ୍ତ୍ର ଆକର୍ଷଣ ରହିଛି। ଅନେକ ଓ ଡିଆଲୋକଙ୍କୁ ମୁଁ ବିଭିନ୍ନ ଅନ୍ତରାଷ୍ଟ୍ରୀୟ ୱେବସାଇଟରୁ ଏହି ସବୁ ଜିନିଷ ଅଧିକ ଟଙ୍କାରେ କିଣିବାର ଦେଖିଛି। ଗୁଣାତ୍ମକ କଳା କୃତିକୁଲୋକଙ୍କ ପାଖରେ ସଠିକ ଦାମରେ ପହଞ୍ଚାଇବା ପାଇଁହିଁ ଏହି ଉଦ୍ୟମ ଆରମ୍ଭ କରଯାଇ ଥିଲା।

୨୦୧୧ ମସିହାରେ ଚାକିରି ଛାଡିବା ପରେ ରାକେଶ ପ୍ରାୟ ଦେଢ ବର୍ଷ ଏହାଉପରେ ପ୍ରାରମ୍ଭିକ କାମକରିଥିଲେ। ଏଇ ସବୁକଳା କୃତିତିଆରି ହେଉଥିବା ସ୍ଥାନମାନଙ୍କୁ ସେନିଜେ ଯାଇଥିଲେ ଓ କଳାକାରମାନଙ୍କ ସହ ସିଧାସଳଖ କଥା ହେଇଥିଲେ। ତାଙ୍କର ଏହି ପ୍ରୟାସ ରେତାଙ୍କର ଦୁଇଭଉଣୀ ଶିଳ୍ପା ଓ ରିଚା ମଧ୍ୟ ବହୁତ ସାହାଯ୍ୟ କରିଥିଲେ ବୋଲି ରାକେଶ କୁହନ୍ତି। କଳାକାରମାନଙ୍କ ସହ କଥା ହେଲା ବେଳେ ରାକେଶ ବୁଝିପାରିଥିଲେ ଯେ ଓଡିଶାରେ ଏମିତି ଅନେକ କଳାକୃତି ଅଛି ଯାହାର ସଠିକ ପ୍ରଚାର ପ୍ରସାରଏ ଯାବତ ହୋଇ ପାରିନାହିଁ। ଏହି କଳାକୃତି ଗୁଡିକୁ ନିଜ ୱେବସାଇଟ ମାଧ୍ୟମରେ ଲୋକ ଲୋଚନକୁ ଆଣିବା ପାଇଁ ମଧ୍ୟ ସେ ପ୍ରୟାସ କରୁଛନ୍ତି। ଏହା ଛଡା କଳାକାରମାନଙ୍କର ଜୀବନ ଶୈଳୀରେ ସୁଧାର ଆଣିବା ମଧ୍ୟ ତାଙ୍କର ଲକ୍ଷ୍ୟ ବୋଲି ରାକେଶ କୁହନ୍ତି।

ଠୂମରୀ.କୋମ

ବର୍ତ୍ତମାନ, ଭାରତ ଭିତରେଯେ କୌଣସି ସ୍ଥାନରେ ଗ୍ରାହକଙ୍କ ପାଖରେ ଏହି ଓଡିଆ କଳାକୃତିକୁ Thoomri.com ପହଞ୍ଚାଉଛି। ନିକଟ ଭବିଷ୍ୟତରେ ବିଦେଶକୁ ଏହି କଳାକୃତି ସବୁ ପଠାଇବାର ଯୋଜନା ରଖିଛନ୍ତି ବୋଲି ରାକେଶ ମତ ଦିଅନ୍ତି। ବର୍ତ୍ତମାନ  Thoomri.com  ଟିମରେ ୧୫ ଜଣ କାମ କରୁଛନ୍ତି। ବାଙ୍ଗାଲୋର, କୋଲକାତା ଓ ଅନ୍ୟାନ୍ୟ ଭାରତୀୟ ସହରରେ ଏହି ସବୁ କଳାକୃତିର ବହୁଳ ଚାହିଦା ଅଛିବୋଲି ରାକେଶ କୁହନ୍ତି। Thoomri.com   ତାଙ୍କପାଇଁ ଏକ ନିଆରା ପରିଚୟ ସୃଷ୍ଟି କରିବା ସହ ତାଙ୍କୁ ଜଣେ ଗର୍ବିତ ଓଡିଆ ଭାବେ ପ୍ରତିପାଦିତ କରିପାରିଛି ବୋଲି ରାକେଶ ମତ ଦିଅନ୍ତି।

ଆଧାର

Team odia

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate