অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କେ.ଭି.କେ. ପୋର୍ଟାଲ

କେ.ଭି.କେ. ପୋର୍ଟାଲ ଉଦଘାଟିତ

ନୂଆଦିଲ୍ଳୀଠାରେ କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ରାଧାମୋହନ ସିଂହ ଶୁକ୍ରବାର (୦୮.୦୭.୨୦୧୬) ଆନୁଷ୍ଠାନିକଭାବେ କୃଷି ବିଜ୍ଞାନ କେନ୍ଦ୍ର (କେ.ଭି.କେ) ପୋର୍ଟାଲ ଉଦଘାଟନ କରିଛନ୍ତି। କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଏସ୍ .ଏସ୍ .ଆଲୁୱାଲିଆ, ଶ୍ରୀ ପୁରୁଷୋତମ ରୁପାଲା ଏବଂ ଶ୍ରୀ ସୁଦର୍ଶନ ଭଗତ ତଥା ଏ.ଡି.ଏଫ ସଚିବ ଶ୍ରୀ ଦେବେନ୍ଦ୍ର ଚୌଧୁରୀ ମଧ୍ୟ ସେହି ଉତ୍ସବରେ ଯୋଗ ଦେଇଥିଲେ।

କେ.ଭି.କେ. ପୋର୍ଟାଲ ର ଉପକାରିତା

ଏହି ଅବସରରେ ଉଦବୋଧନ ଦେଇ କେନ୍ଦ୍ର କୃଷି ତଥା କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ସିଂହ କହିଥିଲେ ଯେ, ଦେଶରେ ଏବେ ୬୪୫ କୃଷି ବିଜ୍ଞାନ କେନ୍ଦ୍ର (କେ.ଭି.କେ) ଅଛି। ଏହି କେନ୍ଦ୍ରଗୁଡିକ ଦେଶର ଗ୍ରାମୀଣ ଜିଲ୍ଳାମାନଙ୍କରେ ଅବସ୍ଥିତ। ପ୍ରତ୍ୟେକ କେ.ଭି.କେ ପକ୍ଷରୁ ଅତିକମରେ ଏକ ହଜାର ଚାଷୀଙ୍କ ସହିତ ପ୍ରତ୍ୟକ୍ଷ ସଂପର୍କ ରଖାଯାଇଛି। ଜାତୀୟ ସ୍ତରରେ ଗୋଟିଏ ସ୍ଥାନରେ କେ.ଭି.କେ ଗୁଡିକର ସୂଚନା ନାହିଁ। ସେହି କାରଣରୁ ଚାଷୀ ଓ ଅନ୍ୟମାନେ ତଥ୍ୟ ପାଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜାତୀୟ ସ୍ତରରେ କେ.ଭି.କେ. ଗୁଡିକର କାର୍ଯ୍ୟକାରୀତା ଉପରେ ସମୀକ୍ଷା କରିବା ନିମନ୍ତେ ଅନ-ଲାଇନ ର ସୁବିଧା ନାହିଁ କିମ୍ବା ଜନମତ ସଂଗ୍ରହ କରିବାର ସୁବିଧା ମଧ୍ୟ ନାହିଁ। ଏହିକାରଣରୁ ଉଦଘାଟିତ ପୋର୍ଟାଲ ଏକ ମଂଚ ସଦୃଶ୍ୟ ହେବ, ଯାହାକି ଚାଷୀମାନଙ୍କୁ ସୂଚନା ଦେବା ସହିତ ପରାମର୍ଶ ମଧ୍ୟ ଦେବ। ଏହାଛଡା କେ.ଭି.କେ ଗୁଡିକର ଅନ-ଲାଇନ ସମୀକ୍ଷା କରିପାରିବ ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ସିଂହ କହିଥିଲେ।

ଶ୍ରୀ ସିଂହ କହିଥିଲେ ଯେ, ଜିଲ୍ଳାସ୍ତରରେ କେ.ଭି.କେ. ଗୁଡିକ ହେଉଛନ୍ତି କୃଷି କାର୍ଯ୍ୟ ପାଇଁ ମୁଖ୍ୟ ଜ୍ଞାନ ଓ ସମ୍ବଳର କେନ୍ଦ୍ର। ଏହି ପୋର୍ଟାଲ ଜାତୀୟସ୍ତରରେ ତଦାରଖ କରିବାରେ ସହାୟକ ହେବା ସଙ୍ଗେ ସଙ୍ଗେ ଚାଷୀମାନଙ୍କୁ ସମୟାନୁବର୍ତୀ ସୂଚନା ଓ ଉପଦେଶ ମଧ୍ୟ ପ୍ରଦାନ କରିପାରିବ।

ଆଧାର - Odiapua

Last Modified : 12/11/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate