অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଡିଜିଲକର

ଏବେ ପଞ୍ଜୀକରଣ  କରନ୍ତୁ

ଏହି  ଭିଡିଓ ସାଇନ୍ ଇନ୍ ର ପଦ୍ଧତି  ଏବଂ ଡିଜିଲକର କିପରି ବ୍ୟବହାର କରିପାରିବେ ଦର୍ଶାଉଛି ।

ଡିଜିଲକର କ’ଣ

ଡିଜିଲକର  ବ୍ୟକ୍ତିଗତ ସମର୍ପିତ ସ୍ଥାନର ଭଣ୍ଡାର  ଯାହାକି  ପ୍ରତେକ  ନିବାସୀର ଆଧାର  ସଂଖ୍ୟା  ସହ ସଂଯୁକ୍ତ । ଡିଜିଲକର କୁ  ଇ –ଦଲିଲର  ନିରାପଦ ଭଣ୍ଡାର ଭାବେ   ଏବଂ ବିଭିନ୍ନ ପ୍ରେରକ ବିଭାଗ ମାନଙ୍କ ଦ୍ଵାରା  ପ୍ରେରିତ ଇ –ଦଲିଲର ସଂଯୋଜିତ ଭଣ୍ଡାର ୟୁନିଫର୍ମ୍ ସମ୍ପଦ ଚିହ୍ନଟକ।ରୀ (URI) ଭାବେ ବ୍ୟବହାର କରାଯାଏ ।  ଇ –ସ୍ଵାକ୍ଷରଯୋଗାଣ ସୁବିଧା ଡିଜିଲକର ଅଂଶ ସ୍ୱରୂପ ଇ-ଦଲିଲର  ଡିଜିଟାଲ ସ୍ଵାକ୍ଷର ଭାବେ  ବ୍ୟବହାର କରାଯାଏ ।

ଡିଜିଟାଲ (ସାଂଖିକ ) ଲକର ୱେଭ ପୋଟାଲ (ତରଙ୍ଗ ନିର୍ବାହିକା ) ବା  ମୋବାଇଲ ଅନୁପ୍ରୟୋଗ  ଦ୍ଵାରା ଅଭିଗମ୍ୟ ।

ଡିଜିଲକର  ପ୍ରମୁଖ  ଯନ୍ତ୍ରାଂଶ

ପ୍ରତେକ ନିବାସୀର ଡିଜିଲକର ବିବରଣ ବିଭାଗ ନିମ୍ନ ପ୍ରଦତ୍ତ :

  • ଡ୍ୟାସବୋର୍ଡ  - ଏହି ବିଭାଗ ପ୍ରଥମ ପୃଷ୍ଟା ଯେଉଁଠି ଆପଣ ଲଗିଂ କଲେ ତୁମେ ସମସ୍ତ ଦଲିଲର ସାରାଂଶ ଦେଖିପାରିବ ।
  • ପ୍ରେରିତ ଦଲିଲ  - ଏହି ବିଭାଗ ଆପଣଙ୍କ ପାଖକୁ ଡିଜିଲକରରେ ଅଂଶଗ୍ରହଣ କରିଥିବା ସରକାରୀ  ବିଭାଗ  କିମ୍ବା ଅନ୍ୟ ସଂସ୍ଥା ମାନଙ୍କଠାରୁ  ପ୍ରାପ୍ତ (URI) ସଂଯୁକ୍ତ ଦଲିଲ ବା ପ୍ରମାଣପତ୍ରମାନ  ଦର୍ଶାଏ ।
  • ଅପଲୋଡେଡ ଦଲିଲ  - ଆପଣ ଅପଲୋଡ କରିଥିବା  ସମସ୍ତ ଦଲିଲକୁ  ଏହି ବିଭାଗ ଦର୍ଶାଏ  । ଆପଣ ଦଲିଲସବୁକୁ  ଅଦ୍ୟତନ, ଇ –ସ୍ଵାକ୍ଷର ଏବଂ ସହଭାଗ  କରିପାରିବ ।
  • ସହଭାଗିତା ଦଲିଲ  - ଏହି ବିଭାଗ ଦଲିଲ ସମୁହର ସହଭାଗିତ।ର ଚିଠା ଦର୍ଶାଏ , ଯାହାକୁ ଆପଣ ଇ –ମେଲ ମାଧ୍ୟମରେ ଅନ୍ୟ ମାନଙ୍କ ସହିତ ସହଭାଗିତା  କରିଥାଆନ୍ତି ।
  • କାର୍ଯ୍ୟକଳାପ  - ଏହି ବିଭାଗ କାର୍ଯ୍ୟସମୁହଁ ର ବିବରଣୀ  ପ୍ରଦାନ କରିଥାଏ ଯାହା ଆପଣ ଡିଜିଲକରରେ ସମ୍ପାଦନ କରିଥାଆନ୍ତି ।
  • ପ୍ରେରକ - ଏହି ବିଭାଗ ସମସ୍ତ ବିଭାଗ ଏବଂ ସଂସ୍ଥାମାନଙ୍କର ସୂଚୀ ପ୍ରଦାନ କରିଥାଏ , ଯେଉଁମାନେ  ଆପଣଙ୍କ ଡିଜିଲକରରେ ବିବରଣୀ ପ୍ରଦାନକାରୀ ଭାବେ ପଞ୍ଜୀକୃତ କରାଇଥାନ୍ତି । ଯଦି ଏହି ବିଭାଗ ଗୁଡିକ ଆପଣଙ୍କ  ପାଖକୁ କିଛି ଦଲିଲ /ପ୍ରମାଣପତ୍ର  ପଠାଇଥାନ୍ତି , ଏହା ଆପଣଙ୍କ  ପ୍ରେରିତ ଦଲିଲ ବିଭାଗରେ  URI(ସଂଯୁକ୍ତ ) ରୂପେ ଦୃଶ୍ୟମାନ ହେବ  ।

ବ୍ୟବହାର ପ୍ରଣାଳୀ

ନିବ।ସୀମାନଙ୍କ ପାଇଁ

  • ଲଗ ଇନ ପାଇଁ  ଜଣେ ଆପଣଙ୍କ ମୋବାଇଲ  ଲଗ ଇନ କ୍ଷେତ୍ରରେ ପ୍ରବେଶ କରିବା ଜରୁରୀ ।
  • ଗୋଟିଏ ଏକାବଧି  ପ୍ରବେଶ ସଂକେତ (ପାସୱ।ର୍ଡ) ଆପଣଙ୍କ ମୋବାଇଲକୁ ପଠାଯାଏ ।
  • ଆବଶ୍ୟକ କ୍ଷେତ୍ରରେ ଏକାବଧି ପ୍ରବେଶ ସଂକେତ (ପାସୱ।ର୍ଡ) ଏଣ୍ଟରକରିବା ସହିତ ଉପଭୋକ୍ତାଙ୍କ ନାମ  ଏବଂ ପାସୱ।ର୍ଡକୁ ଚୟନ କରାଯାଏ । ଏହା ଆପଣଙ୍କ ଡିଜିଲକର ଏକାଉଣ୍ଟ  ସୃଷ୍ଟିକରେ ।
  • ଆପଣଙ୍କ ଡିଜିଲକରର   ଏକାଉଣ୍ଟର ସଫଳ  ସୃଷ୍ଟିପରେ , ଆପଣ ସ୍ଵଚ୍ଛାକୃତ ଭାବେ ଆଧାର ନମ୍ବର ସଂଯୋଗ କରି  ଅତିରିକ୍ତ ସେବା ପାଇପାରିବେ ।
  • ଏହା ସମାପନ ପରେ ,ନିବାସୀ  ଇ-ଦଲିଲର URIsକୁ  ଦେଖିପାରିବେ , ଯାହାକି ବହୁବିଧ ପ୍ରେରକଙ୍କ ଦ୍ଵାରା ଡିଜିଲକରରେ ଅପଲୋଡ କରାଯାଇଥିବ ।
  • ନିବାସୀ ତାଙ୍କ ଇ –ଦଲିଲକୁ ଡିଜିଟାଲ ଲକରରେ ଅପଲୋଡ କରିପାରିବେ ଏବଂ ସେଗୁଡିକୁ ଇ-ସ୍ଵାକ୍ଷର କରିପାରିବେ ।
  • ନିବାସୀ ନିଜସ୍ୱ ଦଲିଲକୁ ଅନୁରୋଧକାରୀଙ୍କ ଇ-ମେଲ ଠିକଣାରେ ସଂଯୁକ୍ତ କରି ଇ-ଦଲିଲକୁ ସମଭାଗୀ କରିପାରିବେ ।
  • ଥରେ ଉପରୋକ୍ତ କାର୍ଯ୍ୟକ୍ରମକୁ ସଫଳତା ପୂର୍ବକ  ସମ୍ପାଦନ କରି , ଆପଣ ଆପଣଙ୍କର  ଡିଜିଟାଲ ଲକରକୁ ସାଇନ-ଇନ କରି ଆଧାର ଅ।କ।ଉଣ୍ଟସ କିମ୍ବା ବ୍ୟାହାରକାରୀଙ୍କ ନାମ ଏବଂ ପାସୱାର୍ଡ କିମ୍ବା ସୋସିଆଲ ମିଡିଆ ଅ।କ।ଉଣ୍ଟସ୍ ସହ ସଂଲଗ୍ନ କରିପାରିବେ ।

ପ୍ରେରକମାନଙ୍କ ପାଇଁ

  • ଅଦ୍ଵିତୀୟ ପ୍ରେରକ ପରିଚୟ (ID) ପାଇବାପାଇଁ ପ୍ରେରକ ଡିଜିଟାଲ ଲକର ସିଷ୍ଟମରେ ପଞ୍ଜୀକୃତ କରିବା ଆବଶ୍ୟକ ।
  • ଥରେ ଗୋଟିଏ ଆଇଡି ନ୍ୟସ୍ତ ହୋଇଗଲେ ,ପ୍ରେରକ ମାନକ XMLଫର୍ମାଟରେ ଅବହିତ ରିପୋଜିଟାରୀ ସେବା ପ୍ରଦାନକାରୀ APIରେ ଦଲିଲ ଅପଲୋଡ କରିପାରିବ ।
  • ରିପୋଜିଟୋରୀରେ ଅପଲୋଡ କରାଯାଇଥିବା ପ୍ରତେକ ଦଲିଲର ଅଦ୍ଵିତୀୟ URI ଅଛି , ଯଥା – ପ୍ରେରକ ଆଇଡି, ଦଲିଲର ପ୍ରକାର ଏବଂ ଦଲିଲ ଆଇଡି ଆଧାର ନମ୍ବର ଜରିଆରେ ଦଲିଲ (URI) ରେସିଡେଣ୍ଟସ୍ ଡିଜିଟାଲ ଲକରରେ  ପ୍ରବେଶ କରାଯାଇପାରିବ ।

ଅନୁରୋଧକାରୀଙ୍କ ପାଇଁ

  • ଅନୁରୋଧକାରୀ  ପ୍ରଥମେ ଡିଜିଲକର ବୋର୍ଡର ପ୍ରବେଶ ପଥରେ ପ୍ରବେଶ କରିବା ସହିତ ପଞ୍ଜୀକୃତ କରିବା ଆବଶ୍ୟକ ।
  • ଅନୁରୋଧକାରୀ ଅଭିଗମ୍ୟତା ପ୍ରବେଶ ପଥ ଜରିଆରେ ଦଲିଲକୁ  (URI) ରେପୋଜିଟୋରୀଠାରୁ ନିରାପଦ ଭାବରେ ପୁନଃଉଦ୍ଧାର କରି  ବ୍ୟବହାର କରିପାରିବେ

ନିବାସୀ ଡିଜିଲକରର ବିଭିନ୍ନ ଯନ୍ତ୍ରାଂଶ  ସବୁ କ’ଣ ?

ପ୍ରତ୍ୟେକ ନିବାସୀ  ଡିଜିଟାଲ ଲକରର ବିଭାଗମାନ ନିମ୍ନ ପ୍ରଦତ୍ତ :

୧. ମୋର ପ୍ରମାଣପତ୍ର  : ଏହି ବିଭାଗରେ  ଦୁଇଟି ଅନୁବିଭାଗ ଅଛି ।

(କ ) ଡିଜିଟାଲ ଦଲିଲ – ନିବାସୀଙ୍କୁ ସରକାରୀ ବିଭାଗ  ବା ଅନ୍ୟ ସଂସ୍ଥାମାନଙ୍କ  ଦ୍ଵାରା ପଠାଯାଇଥିବା ଦଲିଲମାନଙ୍କର  ବିଷୟ ସୂଚୀ-ସଂଯୁକ୍ତ । ପ୍ରତେକ ଦଲିଲରେ ନିମ୍ନ ସୂଚନା ପ୍ରଦତ୍ତ :

  • URI
  • ଦଲିଲର ନାମ
  • ପ୍ରେରିତ ତାରିଖ
  • ସହଭାଗ ବିକଳ୍ପ

(ଖ) ଅପଲୋଡେଡ  ଦଲିଲ – ସମସ୍ତ ଦଲିଲର ଚିଠା  ଯାହା ନିବାସୀଙ୍କ ଦ୍ଵାରା ଅପଲୋଡ କରାଯାଇଛି , ତାହା ଏହି ଉପ-ବିଭାଗରେ ଦେଖିପାରିବେ । ପ୍ରତେକ ଦଲିଲର ସୂଚନା ନିମ୍ନ ପ୍ରଦତ୍ତ :

  • ଦଲିଲର ନାମ
  • ଅପଲୋଡ ତାରିଖ
  • ସ୍ଥିତି : ଦଲିଲ ଇ –ସ୍ଵାକ୍ଷରିତ ବା ନୁହେଁ ।
  • କ୍ରିୟା : ଡିଜିଟାଲ ଲକରରୁ  କୌଣସି  ଦଲିଲ ଅପସାରଣ  ବା ବିଲୋପନ ।
  • ବିସ୍ତୃତ ବିବରଣୀ
  • ଅପଲୋଡ ଦଲିଲକୁ ଇ –ମେଲ ଜରିଆରେ ସହଭାଗ କରାଇବା ।
  • ଡିଜି- ସ୍ଵାକ୍ଷର ଚୟନ : ଥରେ ଦଲିଲ ଇ –ସ୍ଵାକ୍ଷର  ହୋଇଗଲେ , ଏହା ଠିକ ଚିହ୍ନ  ଦର୍ଶାଇବ ।

୨. ମୋର ପରିଚ୍ଛେଦିକା

ଏହି ବିଭାଗ ନିବାସୀର ସଂପୂର୍ଣ ପରିଚ୍ଛେଦିକା ପ୍ରଦର୍ଶନ କରେ (ନାମ, ଜନ୍ମତାରିଖ, ଲିଙ୍ଗ, ନିବାସୀର ଠିକଣା, ଇମେଲ , ମୋବାଇଲ ନମ୍ବର ) ଯାହା ଇଉଆଇଡ଼ିଏଆଇ(UIDAI) ଡାଟାବେସ୍ ରେ ଉପଲବ୍ଧ ।

୩. ମୋର ପ୍ରେରକ

ଏହି ବିଭାଗ ନିବାସୀ ପାଖକୁ  ପ୍ରେରଣ କରିଥିବା ପ୍ରେରକର ନାମ  ଏବଂ ଦଲିଲ ସଂଖ୍ୟା ଦର୍ଶାଏ ।

୪. ମୋର ଅନୁରୋଧକାରୀ

ଏହି ବିଭାଗ ଅନୁରୋଧକାରୀଙ୍କ ନାମ  ଏବଂ ଦଲିଲ ସଂଖ୍ୟା ଦର୍ଶାଏ ।

୫. ନିର୍ଦ୍ଦେଶାଳୟ

ଏହି ବିଭାଗ ପ୍ରେରକ ଏବଂ ଅନୁରୋଧକାରୀଙ୍କ ସମ୍ପୂର୍ଣ ଚିଠା ପଞ୍ଜୀକୃତ  କରିଥାଏ ।

ମୁଁ କେମିତି ମୋର ଡିଜିଲକରରେ ଦଲିଲଟେ ଅପଲୋଡ କରିବି ?

ଦଲିଲ ଉପଲୋଡ ସୁବିଧା ‘ମୋର ପ୍ରମାଣପତ୍ର’ ବିଭାଗରେ ଉପଲବ୍ଧ ।

  • ଆପଣଙ୍କର ଦରକାର ପ୍ରଥମେ ଡ୍ରପ-ଡାଉନ  ତାଲିକାରୁ ଦଲିଲଟି (ମାଧ୍ୟମିକ ବିଦ୍ୟାଳୟ ପ୍ରମାଣପତ୍ର ,ଉଚ୍ଚ ବିଦ୍ୟାଳୟ ପ୍ରମାଣପତ୍ର , ପ୍ୟାନକାର୍ଡ ,ଭୋଟର ଆଇଡି) ଇତ୍ୟାଦିକୁ  ଚୟନ କରିବା ।
  • ଦଲିଲକୁ  ନାମ ପ୍ରଦାନ କରିବା ।
  • ଚୟନ କରିଥିବା ଦଲିଲ ଅନୁଯାୟୀ, ଆପଣଦଲିଲ ସମ୍ପର୍କିତ ବିସ୍ତୃତ ବିବରଣୀ ପୂରଣ କରିବାର ଅଛି ।
  • ଡିଜିଲକରରେ ଅପଲୋଡ କରିବାପାଇଁ ଆପଣଙ୍କ ସ୍ଥାନୀୟ ମେସିନରୁ ଫାଇଲଟିକୁ  ମନୋନୟନ କରନ୍ତୁ । ପ୍ରତେକ ଫାଇଲ ଯାହାକୁ ଅପଲୋଡ କରାଯିବ , ତାହା  ୱାନ ଏମବିରୁ ଅଧିକ ହୋଇନଥିବ । (ୱାନ ଏମବି ହେଉଛି ଫାଇଲର ସର୍ବାଧିକ ଆକାର ) ଏବଂ କେବଳ pdf, jpg, png, bmp ଓ gif ପ୍ରକାରର ଫାଇଲସବୁ ଗ୍ରହଣୀୟ ।
  • ଦଲିଲର ବିବରଣୀ ( ସର୍ବାଧିକ ୫୦ ଅକ୍ଷର) ଯୋଗାଇଦେବା ।
  • ଅପଲୋଡ ବୋତାମ ଟିପନ୍ତୁ ।

ସଫଳ ଅପଲୋଡ ପରେ ଦଲିଲଟି ‘ଅପଲୋଡେଡ ଡକୁମେଣ୍ଟ ଉପବିଭାଗରେ ତାଲିକାଭୁକ୍ତ  ହେବ ।

ମୁଁ କେମିତି ଇ-ଦଲିଲସବୁକୁ ମୋର ଡିଜିଟାଲ ଲକରରେ ସହଭାଗ କରିପାରିବି ।

  • ଆପଣଙ୍କ ଇ-ଦଲିଲର ସହଭାଗିତା ପାଇଁ (ଡିଜିଲକରର ଅନୁବିଭାଗରେ ପ୍ରଦତ୍ତ ଇଉଆରଆଇ ବା ଅପଲୋଡେଡ ଦଲିଲର ଉପବିଭାଗ )ରେ ତୁମେ ଚାହୁଁଥିବା ଦଲିଲ ଯୋଗସୂତ୍ରରେ ଚାପ ପ୍ରୟୋଗ କରିବା ଆବଶ୍ୟକ ।
  • ଦୟାକରି ସଂଳାପ ବାକ୍ସରେ ପ୍ରାପ୍ତେଷୁର ଇ-ମେଲ ଠିକଣା ଲେଖନ୍ତୁ ଏବଂ ସହଭାଗୀ ବୋତାମ ଉପରେ ଚାପ ପ୍ରୟୋଗ କରୁନ୍ତୁ।
  • ଇ-ମେଲ ମାଧ୍ୟମରେ ଗ୍ରହୀତାଙ୍କ ସହିତ ଦଲିଲକୁ ସହଭାଗୀ କରାଯାଇ ପାରିବ । ଗ୍ରହିତା ‘ ନୋ ରିପ୍ଲାଇ @ଡିଜିଲକର ଗଭର୍ନମେଣ୍ଟ .ଗଭ .ଇନ’ ଉତ୍ତର ପ୍ରାପ୍ତ କରିବ । ଇ-ମେଲର  ବିଷୟ ପଂକ୍ତିରେ  ଦଲିଲର ନାମ  ଏବଂ ଦଲିଲର ପ୍ରକାର ପ୍ରକାଶିତ ହେବ । ଇ-ମେଲର ବିଷୟବସ୍ତୁ  URI ସଂଯୁକ୍ତ ଏବଂ ଦଲିଲ ପ୍ରେରକର ନାମ  ଏବଂ ଆଧାର ନମ୍ବର  ସହ ସଞ୍ଜୋଜିତ ।
  • ପ୍ରାପ୍ତେଷୁ ଇ-ମେଲ ପ୍ରଦତ୍ତ  URI ସଂଯୋଗ ବ୍ୟବହାର କରି ଦଲିଲକୁ ପ୍ରବେଶ କରି ପାରିବେ ।

ଏହା କେମିତି ସାହାଯ୍ୟ କରେ ?

  • ଏହା ଭୌତିକ ଦଲିଲର ବ୍ୟବହାରକୁ କ୍ଷୁଦ୍ରତ୍ତମ  କରେ ଏବଂ ଇ-ଦଲିଲର ପ୍ରମାଣିକତା ପ୍ରଦାନ କରେ ।
  • ଏହା ସରକାରୀ ପ୍ରଦତ୍ତ ଦଲିଲକୁ ନିରାପଦ ପ୍ରବେଶାନୁମତି  ପ୍ରଦାନ କରେ । ଏହା ମଧ୍ୟ  ସରକାରୀ ବିଭାଗ ଏବଂ ସଂସ୍ଥାମାନଙ୍କ ପ୍ରଶାସନୀୟ ଶୀର୍ଷାଗ୍ର କୁ କମ୍ କରେ  ଏବଂ  ଏହା  ଦ୍ଵାରା ନିବାସୀ  ସେବା ପାଇବା ପାଇଁ ସହଜ ହୋଇଥାଏ ।

ଏବେ ପଞ୍ଜୀକୃତ କରନ୍ତୁ

ଡିଜିଲକର ସପୋର୍ଟ ଟିମ ଭାୟା ଇ-ମେଲ support@digilocker.gov.in

ଆଧାର - ଡିଜିଲକର

Last Modified : 1/18/2023



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate