অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଡ୍ରାଇଭିଙ୍ଗ ଲାଇସେନ୍ସର କପିକୁ ଡିଜିଟାଲ ଲକର ନାମକ ଆପରେ ରଖିବ

ଉପକ୍ରମ

ଅନେକ ଲୋକ ଡ୍ରାଇଭିଙ୍ଗ ଲାଇସେନ୍ସ କିମ୍ବା ଗାଡି କାଗଜପତ୍ର ସାଙ୍ଗରେ ନେବାକୁ ଭଲ ପାଆନ୍ତି ନାହିଁ । ତେଣୁ ଅନେକ ସମୟରେ ଟ୍ରାଫିକ ପୋଲିସ ଧରିଲେ ଚାଲାଣ କାଟିବାକୁ ପଡିଥାଏ । ତେଣୁ ଚାଲାଣ କାଟିବାରୁ ବଞ୍ଚିବାକୁ ଲୋକ ଡ୍ରାଇଭିଙ୍ଗ ଲାଇସେନ୍ସ ଓ ଆରସିର ଅସଲି କାଗଜପତ୍ର ସାଙ୍ଗରେ ନେଇଥାନ୍ତି । କିନ୍ତୁ ସରକାର ଏବେ ସାଙ୍ଗରେ ଡ୍ରାଇଭିଙ୍ଗ ଲାଇସେନ୍ସର ଅସଲି କପି ରଖିବା ନିୟମରେ ପରିବର୍ତନ ଆଣିଛନ୍ତି । ଏଣିକି ସାଙ୍ଗରେ ଡ୍ରାଇଭିଙ୍ଗ ଲାଇସେନ୍ସ ନ ରଖିଲେ ମଧ୍ୟ ଆପଣଙ୍କୁ ଆଉ ଚାଲାଣ କାଟିବାକୁ ପଡିବ ନାହିଁ । ଏଥିପାଇଁ ଆପଣଙ୍କୁ ଡ୍ରାଇଭିଙ୍ଗ ଲାଇସେନ୍ସର କପିକୁ ଡିଜିଟାଲ ଲକର ନାମକ ଆପରେ ରଖିବାକୁ ପଡିବ । ଏହି ଆପରେ ଡ୍ରାଇଭିଙ୍ଗ ଲାଇସେନ୍ସର ସମସ୍ତ ତଥ୍ୟ ରଖିବାକୁ ପଡିବ ।

କ’ଣ ଏହି ଡିଜିଟାଲ ଲକର

images

ଭାରତ ଏବେ କ୍ଷିପ୍ର ଗତିରେ ଡିଜିଟାଲ ଆଡକୁ ଗତି କରୁଛି । ତେଣୁ ଦେଶର ସମସ୍ତ ଲୋକଙ୍କୁ ଡିଜିଟାଲ ବ୍ୟବସ୍ଥା ସହ ଯୋଡିବାକୁ ସରକାର ବିଭିନ୍ନ ପ୍ରକାର ପ୍ରୟାସ କରୁଛନ୍ତି । ଏଥିମଧ୍ୟରୁ ଡିଜିଟାଲ ଲକର ଅନ୍ୟତମ । ଡିଜିଟାଲ ଲକର ମାଧ୍ୟମରେ ବିଭିନ୍ନ ଦରକାରୀ ସାର୍ଟିଫିକେଟ ଓ କାଗଜପତ୍ରକୁ ସୁରକ୍ଷିତ ରଖା ଯାଇପାରିବ । ସରକାରଙ୍କ ତରଫରୁ ଏହି ଆପକୁ ବିନା ମୂଲ୍ୟରେ ଉପଲବ୍ଧ କରାଯାଇଛି । ସରକାରୀ ସଂସ୍ଥାରେ ମଧ୍ୟ ଏହି ଆପକୁ ଆପଣ ବ୍ୟବହାର କରିପାରିବେ । ଅନେକ ସମୟରେ ସରକାରୀ ସଂସ୍ଥାରେ ବିଭିନ୍ନ ସାର୍ଟିଫିକେଟ ଦରକାର ହୋଇଥାଏ ସେଭଳି ସମୟରେ ମଧ୍ୟ ଏହି ଆପ ସାହାଯ୍ୟରେ ଆପଣ ଇ-ସାଇନିଂ ଦ୍ୱାରା ସବୁକିଛି କାମ ବେଶ ଆରାମରେ କରି ପାରିବେ । ଏବେ ସୁଦ୍ଧା ୩୧ଟି ସଂସ୍ଥା ଏହି ଆପରେ ନିଜକୁ ଯୋଡିଛନ୍ତି । ୭୬ ଲକ୍ଷରୁ ଅଧିକ ଲୋକ ଏବେ ଡିଜିଲକର ଆପରେ ନିଜକୁ ରେଜିଷ୍ଟର କରିଛନ୍ତି ।

କିପରି ଖୋଲିବେ ଆକାଉଣ୍ଟ

ଡିଜିଟାଲ ଲକର ବା ଡିଜିଲକରେ ବେଶ ସହଜରେ ଆକାଉଣ୍ଟ ଖୋଲିହେବ । ଏଥିପାଇଁ ଆପଣଙ୍କୁ ସରକାରୀ ୱେବସାଇଟ ଏଚଟିଟିପିଏସ ଡିଜିଟାଲ ଲକର ଡଟ ଗଭ୍ ଡଟ ଇନ ଲିଙ୍କରେ ଆକାଉଣ୍ଟଖୋଲିବାକୁ ପଡିବ । ଏଥିପାଇଁ ଆପଣଙ୍କ ଆଧାରକାର୍ଡ ନିତାନ୍ତ ଆବଶ୍ୟକ ।

କିପରି କରିବେ ସାଇନ ଇନ

dl 1

ଏହି ଆପରେ ସାଇନ ଇନ୍ କରିବାକୁ ହେଲେ ଆଧାର ନମ୍ବର ନିହାତି ଆବଶ୍ୟକ । ଏହାପରେ ଆପଣଙ୍କୁ ଭେରିଫିକେସନ ପାଇଁ ଦୁଇଟି ବିକଳ୍ପ ମଧ୍ୟରୁ ଗୋଟିଏ ବିକଳ୍ପ ବାଛିବାକୁ ପଡିବ । ପ୍ରଥମତଃ ଓଟିପି କୋର୍ଡରେ କ୍ଲିକ କଲେ ଆପଣଙ୍କ ଆକାଉଣ୍ଟର ପାସୱାର୍ଡ ଆଧାରକାର୍ଡରେ ଦିଆଯାଇଥିବା ମୋବାଇଲ ନମ୍ବରରେ ଆସିଯିବ । ଏହି ପାସୱାର୍ଡକୁ ବ୍ୟବହାର କରି ଆକାଉଣ୍ଟକୁ ବ୍ୟବହାର କରି ପାରିବେ । ନଚେତ୍ ଦ୍ୱିତୀୟ ବିକଳ୍ପ ଭାବେ ଯଦି ଆପଣ ଫିଙ୍ଗରପ୍ରିଣ୍ଟ ବିକଳ୍ପ ବାଛୁଥାନ୍ତି ତେବେ ଏହି ଆପରେ ଏକ ପେଜ ଖୋଲିବ ଯେଉଁଠି ଆପଣଙ୍କୁ ଆପଣଙ୍କ ଆଙ୍ଗୁଠିର ଛାପ ଦେବାକୁ ପଡିବ । ଯଦି ଫିଙ୍ଗରପ୍ରିଣ୍ଟ ବୈଧ ଥାଏ, ତେବେ ଆପଣ ଏହି ଆକାଉଣ୍ଟ ପାଇଁ ୟୁଜର ନେମ ଓ ପାସୱାର୍ଡ ପାଇପାରିବେ । ଏହି ଆପରେ କିପରି ଜରୁରୀ

କାଗଜପତ୍ର ଅପଲୋଡ କରିବେ

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ୟୁଜର ନେମ ଓ ପାସୱାର୍ଡ ବ୍ୟତୀତ ବିଭିନ୍ନ ସୋସିଆଲ ମିଡିଆରେ ଥିବା ଆକାଉଣ୍ଟ ଯେପରିକି ଫେସବୁକ, ଟ୍ୱିଟର ଓ ଜିମେଲର ଆକାଉଣ୍ଟ ସହ ମଧ୍ୟ ଏହି ଆପକୁ ଲିଙ୍କ କରି ଖୋଲାଯାଇପାରିବ ।
ଏହି ଆପରେ ଆପଣ ବିଭିନ୍ନ ଜରୁରୀ କାଗଜପତ୍ର ଓ ସାର୍ଟିଫିକେଟ ଅପଲୋଡ କରି ପାରିବେ । ଯଦି ଆପଣ ସାର୍ଟିଫିକେଟ ଅପଲୋଡ କରିବାକୁ ଚାହୁଁଥାନ୍ତି ତେବେ ମାଇଁ ସାର୍ଟିଫିକେଟ ଅପ୍ସନ ଉପରେ କ୍ଲିକ୍ କରନ୍ତୁ । ଏହାପରେ ଅପଲୋଡ ଡଳ୍ୟୁମେଣ୍ଟ ଲିଙ୍କ ଉପରେ କ୍ଲିକ୍ କରି ସାର୍ଟିଫିକେଟ ଅପଲୋଡ କରନ୍ତୁ । ଏହିଭଳି ଭାବେ ଆପଣ ସମସ୍ତ ସାର୍ଟିଫିକେଟ ଅପଲୋଡ କରି ପାରିବେ ।

କେଉଁ କେଉଁ ଫାଇଲ ଅପଲୋଡ ହୋଇପାରିବ

dl checking

ଏହି ଡିଜି ଲକର ଆପରେ ପିଡିଏଫ, ଜେପିଜି, ପିଏନଜି, ଜେପିଇଜି, ଜିଆଇଏଫ ଓ ବିଏମପି ଫର୍ମାଟର ଫାଇଲ ଅପଲୋଡ କରାଯାଇ ପାରିବ ।

ତେବେ ଅପଲୋଡ କରାଯାଇଥିବା ଫାଇଲର ସାଇଜ ୧ ଏମବିରୁ କମ ରହିବା ଆବଶ୍ୟକ । ଏବେ ସାର୍ଟିଫିକେଟ ଅପଲୋଡ କରିବା ପାଇଁ ୧୦ ଏମବିର ସ୍ୱେଶ ମିଳିବ ଯାହାକୁ ପରବର୍ତ୍ତୀ ସମୟରେ ୧ ଜିବିକୁ ବୃଦ୍ଧି କରାଯିବ ।

କିପରି କରିବେ ସେୟାର

ବିଭିନ୍ନ ସାର୍ଟିଫିକେଟ ଅପଲୋଡ କରିବା ପରେ ଏହି ଆପରେ ସେୟାର କରିବା ପାଇଁ ଏକ ବିକଳ୍ପ ରହିଥାଏ । ସେୟାର ଅପ୍ସନ ଉପରେ କ୍ଲିକ୍ କଲେ ଏକ ଡାୟଲଗ ବକ୍ସ ଖୋଲିବ । ଯେଉଁ ବ୍ୟକ୍ତି ବା ସଂସ୍ଥାକୁ ଏହି କାଜଗପତ୍ର ସେୟାର କରିବାକୁ ଚାହୁଁଥିବେ ସେମାନଙ୍କ ଇମେଲ ଆଇଡି ଏହି ଡାଏଲଗ ବକ୍ସରେ ଲେଖି ସେୟାର କରିପାରିବେ ।

ସୌଜନ୍ୟ- ନ୍ୟୁଜ୍ ଏଇଟିନ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate