অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଦରଜୀଙ୍କୁ ଗ୍ରାହକଙ୍କ ଘର ଦୁଆରେ ପହଞ୍ଚାଇବାର ଅଭିନବ ପ୍ରୟାସ: ବାଙ୍ଗାଲୋର ରେ ଚାରି ଓ ଡିଆଯୁବକଙ୍କ ଦ୍ଵାରା ପ୍ରତିଷ୍ଠିତ yourtailor.in

ଦରଜୀଙ୍କୁ ଗ୍ରାହକଙ୍କ ଘର ଦୁଆରେ ପହଞ୍ଚାଇବାର ଅଭିନବ ପ୍ରୟାସ: ବାଙ୍ଗାଲୋର ରେ ଚାରି ଓ ଡିଆଯୁବକଙ୍କ ଦ୍ଵାରା ପ୍ରତିଷ୍ଠିତ yourtailor.in

ରେଡିମେଡ ପୋଷାକର  ଚାହିଦା

ଛୋଟଦୋକାନ  ଠାରୁ ଆରମ୍ଭକରି ସପିଙ୍ଗମଲଯାଏ ସବୁଠାରେ ଆଜି ରେଡିମେଡ ପୋଷାକ ବହୁଳ ଭାବେ ଉପଲବ୍ଧ । ତାସ ତ୍ତ୍ୱେବି ଦରଜୀ ତିଆରି ପୋଷାକ ପ୍ରତି ଲୋକମାନଙ୍କ ଆଗ୍ରହରେ ସେମିତିକିଛି ବିଶେଷ ଫର କପଡି ନାହିଁ। ବିଶେଷ କରି ମହିଳାମାନଙ୍କ ମଧ୍ୟରେ  ଆଜିବି ତିଆରି ପୋଷାକ ପିନ୍ଧିବାର କ୍ରେଜ ରହିଛି । ରାମ୍ପରୁ ରେଡକାର୍ପେଟ, ସବୁଠି ତିଆରି ପୋଷାକ ରପ୍ର ଭୁତ୍ଵ। ସଠିକ ମାପ ଓ ନିଜ ପସନ୍ଦ ଅନୁସାରେ ଡିଜାଇନ ପାଇଁହିଁ ମହିଳାମାନେ ତିଆରି ପୋଷାକକୁ ରେଡିମେଡ  ପୋଷାକ ଅପେକ୍ଷା ଅଧିକ ପସନ୍ଦ କରନ୍ତି। ମାତ୍ର ଡ୍ରେସ ତିଆରି ପାଇଁ ଦେଲା ବେଳେ ଦରଜି ବାପା ରମ୍ପରିକ ଟେଲର ଦୋକାନ ମାନଙ୍କରଅଣ ପେଷାଦାର ମନୋଭାବ, ଅଧିକ ସିଲେଇ ମଜୁରୀ ଓ ସମୟ ସାପେ କ୍ଷତା ଆଦି ସମସ୍ୟା ଗୁଡିକ ମହିଳାମାନଙ୍କୁ ସମପରିମାଣ ରେ ବିରକ୍ତ ମଧ୍ୟ କରିଥାଏ। ଏହି ସବୁ ସମସ୍ୟାର ସମାଧାନ ପାଇଁ ଆରମ୍ଭହେଇଛି ଅଭିନବଷ୍ଟାର୍ଟଅପ yourtailor.in। ଚାରିଜଣ ଓଡିଆ ଇଞ୍ଜିନିୟରଙ୍କ ଦ୍ଵାରା ବାଙ୍ଗାଲୋରରେ ଆରମ୍ଭହେଇଥିବା ଏହି କମ୍ପାନୀ ମହିଳାମାନଙ୍କ ପାଇଁ ସେମାନଙ୍କ ସଠିକ ମାପ ଓ ପସନ୍ଦ ଅନୁସାରେ ଡ୍ରେସ ତିଆରି କରି ସେମାନଙ୍କ ଘରେ ପହଞ୍ଚାଇ ଦେଉଛି। ଗତ ଅକ୍ଟୋବର ରେ ଆରମ୍ଭ ହେଇଥିବା ଏହି କମ୍ପାନୀ ବର୍ତ୍ତମାନ ସୁଦ୍ଧା ୩୦୦ରୁ  ଊର୍ଦ୍ଧ୍ଵ ସନ୍ତୁଷ୍ଟ ଗ୍ରାହକ ତିଆରି କରିପାରିଛି।

ପରିକଳ୍ପନା

ବୁଲୁପଟ୍ଟନାୟକ,  ସଞ୍ଜୟ, ମାନସଧଳ ଓ ଭେଙ୍କଟ ହେଉଛନ୍ତି yourtailor.inର ସଂସ୍ଥାପକ। ଏପରି ଏକଅଭିନବ ପରିକଳ୍ପନା ସେମାନେ କିପରି କାଲେ ତାହାର ଉତ୍ତର ଦେଇ ବୁଲୁ କୁହନ୍ତି, ଆମେ ସମସ୍ତେ ବିବାହିତ। ଆମର ପତ୍ନୀମାନେ ନିଜ ପୋଷାକ ସିଲେଇ  ପାଇଁ ସାମ୍ନାକରୁ ଥିବା ଅସୁବି ଧାଗୁଡି କହିଁଆମକୁ ଏପରି କିଛି କରିବାକୁ ପ୍ରେରଣା ଦେଇଥିଲା। ଜଣେ ମହିଳାଙ୍କ ପାଇଁ ନିଜ ବ୍ୟସ୍ତ ବହୁଳ ଜୀବନରୁ ସମୟ ବାହାର କରି ଦରଜି ପାଖକୁଯିବା  ଏକ କଷ୍ଟ ସାଧ୍ୟ ବ୍ୟାପାର। କର୍ମ  ଜୀବି ମହିଳାମାନେ ଏକ୍ଷେତ୍ରରେ ଅଧିକ ସମସ୍ୟାର ସମ୍ମୁଖୀନ ହେଇ ଥାଆନ୍ତି। ତାଛଡା ପାରମ୍ପରିକ ଦରଜୀମାନେ ଅନେ କସମୟରେ ଅଣପେଷାଦାର ମନୋଭାବ ଦେଖାଇ ଥାଆନ୍ତି। ଡ୍ରେସ ତିଆରି ପାଇଁ ସେମାନେ ଅଧିକ ସମୟ ନେବା ସହ ଅଧିକ ମଜୁରୀ ମଧ୍ୟ ଦାବି କରିଥାନ୍ତି। ଏ ସମସ୍ତ ସମସ୍ୟାର ସମାଧାନ ପାଇଁହିଁ yourtailor.inର ଆରମ୍ଭ ହେଇଥିଲା। ଘରେ ବସିନିଜ କମ୍ପ୍ୟୁଟରରୁ ପେଷାଦାର ଦରଜୀଙ୍କ ସହସାକ୍ଷାତ ପାଇଁ  ସମୟ ଠିକ କରିବାଠାରୁ ଆରମ୍ଭ କରି ନିଜ ଇଚ୍ଛାରେ ନିଜ ପୋଷାକର ଡିଜାଇନ କରିବା ସୁବିଧା- ଏସବୁ yourtailor.in ରେ ଉପଲବ୍ଧ। yourtailor.in ରେ ଉପଲବ୍ଧ ସଫ୍ଟୱେରକୁ ଉପଯୋଗ କରି ମହିଳାମାନେ ନିଜ ପସନ୍ଦର ଡିଜାଇନ ଅର୍ଡର କରିପାରନ୍ତି। ମାପ ନେବା ପାଇଁ ଦରଜୀ ସମ୍ପୃକ୍ତ ମହିଳାଙ୍କ ଘରେ ନିର୍ଦ୍ଧାରିତ ସମୟରେ ପହଞ୍ଚିଥାଆନ୍ତି। ଅର୍ଡର କରିବାର ପାଞ୍ଚଦିନ ମଧ୍ୟରେ ମହିଳାଙ୍କ ପାଖେ ତିଆରି ଡ୍ରେସ ଟିପହଞ୍ଚିଯାଏ। ପାରମ୍ପରିକ ଟେଲର ଦୋକାନ ମାନଙ୍କ ତୁଳନାରେ ଏହି ୱେବସାଇଟ କମ ପଇସା ମଧ୍ୟ ନେଇଥାଏ। ତାଛଡା ଗ୍ରାହକ ଚାହିଁଲେ ୱେବସାଇଟରେ ଉପଲବ୍ଧ ପେଷା ଦାରଡି ଜାଇନରଙ୍କ ପାଖରେ ମଧ୍ୟ ନିଜ ପୋଷାକ ସିଲାଇ କରିପାରିବେ। ଗ୍ରାହକ ସନ୍ତୁଷ୍ଟି ଓ କମସ ମୟରେ ଡେଲି ଭରୀହିଁ yourtailor.inକୁ ଅଳ୍ପଦିନ ମଧ୍ୟରେ ମହିଳାମାନଙ୍କ ମଧ୍ୟରେ ଲୋକପ୍ରିୟ କରିପାରିଛି ବୋଲି ସଂସ୍ଥାପକ ମାନେ ମତ ଦିଅନ୍ତି। ବର୍ତ୍ତମାନ yourtailor.inରେ କେବଳ ମହିଳାମାନଙ୍କ ପାଇଁ ଏହି ସୁବିଧା ଉପଲବ୍ଧ। ଆଗାମୀ ଦିନରେ ଛୋଟପିଲାଙ୍କ ପାଇଁ ଏହି ସୁବିଧା ଯୋଗାଇ ଦେବାକୁ ସଂସ୍ଥାପକ ମାନେ ଲକ୍ଷ୍ୟ  ଖିଛନ୍ତି।

ଗ୍ରାହକଙ୍କ ଘରଦୁଆରରେ ପେଷାଦାର ଦରଜୀ ପହଞ୍ଚାଇବା ଭଳି ଅଭିନବ ଯୋଜନା କୁ କାର୍ଯ୍ୟକାରୀ କରିବା ଏତେ ସହଜ ନଥିଲା ବୋଲି ସଂସ୍ଥାପକ ମାନେ ମତଦିଅନ୍ତି। ଏହି କାମ  ପାଇଁ ସଠିକ ଟିମଟି ଏଗଢିବାକୁ ସେମାନଙ୍କୁ ଅନେକ ପରିଶ୍ରମ କରିବାକୁ ପଡିଥିଲା। ଉଭୟ ଅନଲାଇନ ଓ ଅଫଲାଇନ କାର୍ଯ୍ୟ ମଧ୍ୟରେ ସଠିକ ସମନ୍ଵୟ ରଖିବା ପାଇଁ ସେମାନେ କଠିନ ପରିଶ୍ରମ କରିଥିଲେ। ବର୍ତ୍ତମାନ  ଉଭୟ ଭୁବନେଶ୍ଵର ଓ ବାଙ୍ଗାଲୋରରେ କମ୍ପାନୀ ପକ୍ଷରୁ ଏହି ସେବା ଯୋଗାଇଦିଆଯାଉଛି। ଆଗାମୀ ଦିନରେ ଅନ୍ୟାନ୍ୟ ସହରମାନଙ୍କରେ ଏହି ସେବା ଉପଲବ୍ଧ କରାଇବାର ଲକ୍ଷ୍ୟ ରଖିଛନ୍ତି ସଂସ୍ଥାପକ ମାନେ। ନିଜ ୱେବସାଇଟରେ ଉପଲବ୍ଧ ଟେକ୍ନୋଲୋଜିକୁ ଆହୁରି ଉନ୍ନତ କରିବା ସହବ୍ୟ ବସାୟ ବଢାଇବା ପାଇଁ ଏମାନେ ୬୦ଲକ୍ଷ ଟଙ୍କାର ପୁଞ୍ଜିନି ବେଶ ମଧ୍ୟ କରିଛନ୍ତି ବୋଲିସଂସ୍ଥାପକ ମାନେ ମତ ଦିଅନ୍ତି।

ଆଧାର

Team odia

Last Modified : 12/11/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate