অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପ୍ୟାରେଣ୍ଟିଂ ଆପ୍

ଶିଖିବା – ଶିଖେଇବା ନିୟମ ସଂପୂର୍ଣ୍ଣ ବଦଳି ଗଲାଣି ସିଏ ମୋବାଇଲ୍ ବ୍ୟାଙ୍କିଙ୍ଗ,ବୁକିଂ ହେଉ କି ପ୍ୟାରେଣ୍ଟି ଡିଜିଟାଲ ଦୁନିଆରେ ଏବେ ସବୁକିଛି କରିବା ସହଜ ହୋଇଗଲାଣି, ଏମିତିକି ଟେକ୍ନୋଲୋଜି ଏବଂ ନୂଆନୂଆ ଆପ୍ସ ପ୍ୟାରେଣ୍ଟିଂକୁ ସହଜ କରିଦେଇଛି ।

ଆଜିର ଟେକ୍ନୋଲୋଜି ସବୁ ଜିନିଷକୁ ସହଜ କରିଦେଲାଣି । ଶିଖିବା – ଶିଖାଇବା ନିୟମ ସଂପୂର୍ଣ୍ଣ ବଦଳି ଗଲାଣି । ସିଏ ମୋବାଇଲ୍ ବ୍ୟାଙ୍କିଙ୍ଗ,ବୁକିଂ ହେଉ କି ପ୍ୟାରେଣ୍ଟି । ଡିଜିଟାଲ ଦୁନିଆରେ ଏବେ ସବୁକିଛି କରିବା ସହଜ ହୋଇଗଲାଣି, ଏମିତିକି ଟେକ୍ନୋଲୋଜି ଏବଂ ନୂଆନୂଆ ଆପ୍ସ ପ୍ୟାରେଣ୍ଟିଂକୁ ସହଜ କରିଦେଇଛି । ଏଠାରେ ମୋବାଇଲରେ ଥିବା ପ୍ଲେ ଷ୍ଟୋରକୁ ଯାଇ ପ୍ୟାରେଣ୍ଟିଂ ଆପ୍ସ ଡାଉନଲୋଡ୍ କରିବେ । ପ୍ୟାରେଣ୍ଟିଂ ସମ୍ବଦ୍ଧିତ କେତୋଟି ଆପ୍ସ ସମ୍ପର୍କରେ ସୂଚୀତ କରାଯାଉଛି ……

ମସସ୍ ମ୍ୟାପ୍

ଯେଉଁ ମା’ ମାନେ ଚାହିଁଥାନ୍ତି ତାଙ୍କ ପିଲା ଟିଭି ଓ କମ୍ପୁଟରଠୁ ଦୂରେଇ ରହୁ, ତେବେ ତାଙ୍କ ପାଇଁ ମସସ୍ ମ୍ୟାପ ବେଷ୍ଟ ଅପଶନ୍ । ଏହି ଆପ୍ସକୁ ଡାଉନଲୋଡ୍ କରି ନିଜ ଆଖପାଖରେ ଥିବା ଜିନ୍ସ ଫ୍ରେଣ୍ଟଲୀ ସ୍ଥାନ ଯେମିତିକି – ଖେଳପଡିଆ, ପାର୍କ, ରେଷ୍ଟୁରାଣ୍ଟ, ମ୍ୟୁଜିୟମ୍ ଏବଂ ଅନ୍ୟ ଇନଡୋର ଗେମ୍ ପଏଣ୍ଟ ଆଦି ସର୍ଚ୍ଚ କରିପାରିବେ । ଏହି ଆପ୍ ମା’ ଓ ପିଲା ପାଇଁ ବେଷ୍ଟ ଅନଲାଇନ୍ ଆପ୍ କ୍ୟାଟଲଗ୍ । ଏହି ଆପ୍ସର ଦୁଇଟି ଲାଭ – ପ୍ରଥମଟି ହେଲା ଦୁଇଜଣ ମିଶି ଏହାର ଲାଭ ଉଠାଇ ପାରିବେ । ଏହି ସ୍ଥାନ ମଧ୍ୟରୁ କେଉଁଟା ଆପଣଙ୍କ ପିଲା ଲାଗି ଉପଯୋଗୀ, ତାକୁ ଆଧାର କରି ସ୍ଥାନ ଚୟନ କରିପାରିବେ । ଏଥି ସହ ଆପଣ ଜାଣିଥିବା କେତେକ ନୂଆ ସ୍ଥାନକୁ ମଧ୍ୟ ଏହି ଆପ୍ ଦ୍ଵାରା ଆଡ୍ କରିପାରିବେ । ଏପରି କରିବା ଦ୍ଵାରା ଆପଣ ନିଜ ସମୟକୁ ବଞ୍ଚାଇ ପାରିବେ ।

ସ୍ମାର୍ଟସ୍କାର୍କ

ଯଦି ଆପଣଙ୍କ ପିଲା ସ୍କୁଲ ଯିବା ଲାଗି ଅନିଛା ପ୍ରକାଶ କରୁଛି, ତେବେ ମାତାପିତା ସ୍ମାର୍ଟ ହେବା ଜରୁରୀ ।  ସ୍ମାର୍ଟସ୍କାର୍କ ମାତାପିତାଙ୍କ ଆପ୍ ମାତାପିତାଙ୍କ ଲାଗି ପ୍ରଭାବଶାଳୀ ମାଧ୍ୟମ । ନିଜ ପିଲାକୁ ବୁଝିବା, ତା’ ସହ କିପରି କଥା ହେଲେ ସେ ସ୍କୁଲ ଯିବା ସକାଶେ  ରାଜି ହେବ ତାହା ଏହି ଆପ୍ ରେ ରହିଛି । ଏହି ଆପକୁ ପ୍ୟାରେଣ୍ଟସ୍ ପିଲାର ଟିଚର,  ଟ୍ୟୁସନ ଟିଚର, ଘରର ସମସ୍ତ ସଦସ୍ୟ ଏବଂ ଅନ୍ୟ ଲୋକଙ୍କୁ ଶେୟାର କରିପାରିବେ । ଏହି ଆପ୍ ଦ୍ଵାରା ଆପଣଙ୍କ ପିଲା ବ୍ୟବହାର ଶିଖିପାରିବେ । ଏହି ଆପଟି ୫-୧୩ ବର୍ଷର ପିଲାଙ୍କ ମାତାପିତାଙ୍କ ଲାଗି ବେଶ୍ ଉପୋଯୋଗୀ । ଉକ୍ତ ଆପ୍ ଦ୍ଵାରା ପିଲାର ଏକାଗ୍ରତା, ସ୍ମରଣଶକ୍ତି, ଓ ଆତ୍ମବିଶ୍ଵାସ ବଢିଥାଏ ।

ପମ୍ପିଙ୍କ କଣ୍ଟ୍ରୋଲ ପ୍ୟାନେଲ ମୋବାଇଲ ଆପ୍

ଫ୍ୟାମିଲି ମେମ୍ବର୍ସ ଏବଂ ପିଲାଙ୍କ ଲୋକେଶନ୍ ଉପରେ ନଜର ରଖିବାକୁ ହେଲେ ଏହା ବହୁତ ଫାଇଦାମନ୍ଦ ଏବଂ ସହଜ ଆପ୍ । ଯେଉଁ ମାତପିତାମାନେ ପିଲାଙ୍କୁ ନେଇ ଅଧିକ ଚିନ୍ତିତ ରହିଥାନ୍ତି, ଏହା ତାଙ୍କ ପାଇଁ ବେଷ୍ଟ ଆପ୍ ପରି କାମ କରିଥାଏ । ଏହି ଆପ୍ ଜରିଆରେ ଆପଣ ପିଲା ସହ ମେସେଜ୍ ଏକ୍ସଚେଞ୍ଜ କରିପାରିବେ । ଯଦି ଆବଶ୍ୟକ ମନେହୁଏ, ତେବେ ଏହି ଆପ୍ସକୁ ଲୋଡ୍ କରିପାରିବେ । ଏହାକୁ ମଧ୍ୟ ମାତାପିତା ପିଲା ପାଇଁ ସ୍ପେଶାଲ ନୋଟିଫିକେଶନ୍ ମଧ୍ୟ ସେଟ୍ କରିପାରିବେ ।

ମାମାବିୟର ଫ୍ୟାମିଲି ସେଫ୍ଟି  ଆପ୍

ଏହି ଆପ୍ ପିଲାଙ୍କ ଉପରେ  ନଜର ରଖିବା ସହ ପିଲାଙ୍କୁ ସୁରକ୍ଷା ଦେବାରେ ସାହାଯ୍ୟ କରିପାରେ । ମାମାବିୟର ଫ୍ୟାମିଲି ସେଫ୍ଟି  ଆପ୍ ସବୁକିଛି ସହଜ କରିଦେଇଛି, ଯାହାକୁ ପ୍ୟାରେଣ୍ଟସ୍ ପିଲା ସହ ସଂଯୋଗ କରିପାରିବେ । ପରିବାରର ସବୁ ସଦସ୍ୟ ଜଣେ ଅନ୍ୟ ଜଣକୁ ମେସେଜ୍ ପଠାଇପାରିବେ । ପ୍ୟାରେଣ୍ଟସ୍ ପିଲାର ସୋଶିଆଲ ମିଡିଆ ଆକାଉଣ୍ଟ ଲୋକେଶନ୍ ଆଦି ଉପରେ ଆପଣ ନଜର ରଖିପାରିବେ ।

ପିବିଏସ୍ ପ୍ୟାରେଣ୍ଟସ୍ ପ୍ଲେ ଆଣ୍ଡ ଲର୍ନ ଆପ୍

ପିଲାଙ୍କ ଶିକ୍ଷା ସମ୍ଭଦ୍ଧିତ ଏହା ପ୍ରଥମ ଆପ୍ । ଯାହା ବିଶେଷରୂପେ ପ୍ୟାରେଣ୍ଟସ୍ ପାଇଁ ପ୍ରସ୍ତୁତ ହୋଇଛି । ଏହି ଆପ୍ସରେ ମ୍ୟାଥେମେଟିକ୍ସ ଗେମ୍ସ ରହିଛି, ଯାହାକୁ ପିଲା ମାତାପିତା ମିଶି ଖେଳିପାରିବେ । ଏଥିରେ ଥିମ୍ ବେସ୍ ଇଣ୍ଟରଆକ୍ସିସ ଗେମ୍ ରହିଛି, ଯାହାକୁ ମାତାପିତା କିପରି ସହଜରେ ବୁଝିପାରିବେ ଏଥିରେ ସିମ୍ପଲ ଆକ୍ଟିଭିଟିଜ୍ ରହିଛି, ଯାହାକୁ ପିଲା ସହଜରେ କରିପାରିବ ଏବଂ ନିଜ ମ୍ୟାଥ୍ ସ୍କିଲ୍ କୁ ବଢାଇ ହେବ ତାହା ଏଥିରେ ଦିଆଯାଇଛି ।

ରେକର୍ଡ ମାଇଲଷ୍ଟୋନ୍

ଏହି ଫ୍ରି ଆପ୍ ସହାୟତାରେ ପ୍ୟାରେଣ୍ଟସ୍ ନିଜ ପିଲା ଲାଗି ସ୍ୱାସ୍ଥ୍ୟ ସମ୍ବଦ୍ଧୀୟ ରେକର୍ଡ ଅପଲୋର୍ଡ କରିପାରିବେ । ଏଥିରେ ପିଲାର ଓଜନ, ତା’ର ସ୍ୱାସ୍ଥ୍ୟ ସମ୍ବଦ୍ଧୀୟ ସବୁ ଟେଷ୍ଟ ଡାକ୍ତରଙ୍କ ଦ୍ଵାରା ଲିଖିତ ଔଷଧ ଏବଂ ତାକୁ କେତେବେଳେ କେଉଁସମୟରେ ପିଲା ଖାଇବ ତାହାର ପୁରା ଡାଟା ସେହି ଆପ୍ସରେ ରଖିପାରିବେ । ଏହି ଆପ୍ସ ସହାୟତାରେ ମାତାପିତା ନିଜ ପିଲାର ବିକାଶ ଉପରେ ନଜର ରଖିପାରିବେ ।

ବେଷ୍ଟ ଅଫ୍ ପ୍ୟାରେଣ୍ଟିଂ ଆପ୍

ପିଲାଙ୍କ ଡାଇତ୍ଵ ଉଠାଇବା, ତାକୁ ସମ୍ଭାଳିବା ବହୁତ କଷ୍ଟ । ଯାହାଙ୍କ ଦୁଇଟି କିମ୍ବା ତାଠୁ ଅଧିକ ପିଲା ତାଙ୍କ ପାଇଁ ଏହା କୌଣସି ପରିକ୍ଷାଠୁ କମ୍ ନୁହେଁ । ପିଲାଙ୍କ ଉପରେ ରାଗିବା କିମ୍ବା ହାତ ଉଠାଇବା ବଦଳରେ ‘ବେଷ୍ଟ ଅଫ୍ ପ୍ୟାରେଣ୍ଟିଂ ଆପ୍’ ରେ ଶିଖିବା ପ୍ରକ୍ରିୟା (ଏଜୁକେଶନାଲ୍ ପ୍ରୋସେସ୍) ଦ୍ଵାରା ତାଙ୍କୁ ସହଜରେ ହ୍ୟାଣ୍ଡେଲ କରାଯାଇପାରିବ । ଏହି ଆପ୍ କୁ ଏପରି ଡିଜାଇନ୍ କରାଯାଇଛି, ଯାହାକୁ ପ୍ୟାରେଣ୍ଟସ୍ ପ୍ୟାରେଣ୍ଟିଂ ସହ ଜଡିତ କେତେକ ସମସ୍ୟା .. ଯେମିତିକି ପିଲାକୁ କିପରି ସହଯୋଗ କରିବେ, ପିଲା ପ୍ରତିଟି କଥାରେ କନ୍ଦିବା, ଅଧିକ ରାଗିବା, କଥା ନ ମାନିବା, ପ୍ରତ୍ୟୁତ୍ତର ଦେବା, ଭାଇ ଭଉଣୀ ପ୍ରତି ଈର୍ଷା ପରାୟଣ ହେବା, ଖାଦ୍ୟ ନ ଖାଇବା, ସ୍କୁଲ ସମ୍ବଦ୍ଧିତ ସମସ୍ୟାକୁ ସରଲ ଉପାୟରେ କିପରି ହ୍ୟାଣ୍ଡେଲ କରିବେ ଏଥିରେ ରହିଛି । ଏହି ଆକ୍ସ ଜରିଆରେ ଆପଣ ନିଜ ଫ୍ୟାମିଲି ଲାଇଫକୁ ଏଞ୍ଜୟ କରିବା ସହ ଅବସାଦ ଏବଂ ଚିନ୍ତାଠାରୁ ଦୂରେଇ ରଖିପାରିବେ ।

ଏମାନେ କଣ କରନ୍ତି

ପୁଷ୍ପାରାଣୀ ଲେଙ୍କା (ଶିକ୍ଷୟିତ୍ରୀ, ଝାରପଡା, ଭୁବନେଶ୍ଵର)

ମୁଁ ପିଲା ପ୍ରତି ଅଧିକ ସଚେତନ ରୁହେ । ଆଜିକାଲି ଯୁଗ ଯାହା ହେଲାଣି, ତାହା ନ କହିଲେ ଭଲ । କାରଣ ଏବେ ଆମେ ଘରେ ଥାଇ ମଧ୍ୟ ନିଜକୁ ସୁରକ୍ଷା ମଣି ନ ଥାଉ । ସେଥିଲାଗି ମୁଁ ପିଲା ଲାଗି ପ୍ୟାରେଣ୍ଟିଂ ଆପ୍ ଲୋଡ୍ କରିଛି । ଯାହା ମୋ’ ପାଇଁ ବେଶ୍ ଉପଯୋଗୀ ବୋଲି ମନେକରୁଛି । ଏଥିରେ କିପରି ପିଲାର ଲାଳନପାଳନ କରିବେ ଏବଂ ସୁରକ୍ଷା ଦେବେ ଶେ ସମ୍ବଦ୍ଧରେ ଅନେକ କଥା ଜାଣି ହେଉଛି ।

ଦୀପିକା ରାଉତ (ବ୍ୟାଙ୍କ ମ୍ୟାନେଜର, ଶୈଳଶ୍ରୀ ବିହାର, ଭୁବନେଶ୍ୱର)

ଯେହେତୁ ଆମେ ଦୁଇଜଣ ଚାକିରିଆ,ସେଥିଲାଗି ଘରେ ଝିଅ କ’ଣ କରୁଛି,କେତେ ସମୟ ଖେଳୁଛି, ବୁଲୁଛି ତାହା ମୁଁ ସହଜରେ ଜାଣିପାରେ । ଯଦି ଝିଅକୁ ନେଇ କୁଆଡେ ବୁଲିବାର ଥାଏ, ତେବେ ମୁଁ ମମସ୍ ମ୍ୟାପରେ ତାହା ସର୍ଚ୍ଚ କରି ଦେଖେ କେଉଁଠିକି ଗଲେ ଭଲ ହେବ । ସେହି ଅନୁସାରେ ପ୍ଳାନ କରିଦିଏ । ଏହା ଆପ୍ ଯୋଗୁ ସମ୍ଭବ ହୋଇପାରୁଛି ବୋଲି କହିବି ।

ଆଧାର  : ପତ୍ରକାର

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate