অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଫୁଡ ଡେଲିଭରି ଷ୍ଟାର୍ଟଅପମାନଙ୍କ ଅନ୍ତର ଆରମ୍ଭ

ଖାଦ୍ୟ ପ୍ରସ୍ତୁତି ଓ ବିତରଣ

ବିଗତ ଏକ ବର୍ଷ ମଧ୍ୟରେ ଆମ ଦେଶରେ ଖାଦ୍ୟ ପ୍ରସ୍ତୁତି ଓ ବିତରଣ ଉପରେ ପର୍ଯ୍ୟବେସିତ ଷ୍ଟାର୍ଟଅପ ଗୁଡିକ ଛତୁ ଫୁଟିଲା ଭଳି ଖୋଲିବାରେ ଲାଗିଛି। ଏମାନେ ମୁଖ୍ୟତଃ ଆପ୍ ମାଧ୍ୟମରେ ବ୍ୟବସାୟ କରନ୍ତି। ଯେଉଁଥିରେ ଜଣେ ଗ୍ରାହକ ଆପ୍ ମାଧ୍ୟମରେ ଖାଦ୍ୟ ଅର୍ଡର ବୁକିଂ କରେ, ଯାହାକୁ ଏହି କମ୍ପାନୀମନେ ନିଜର ବିତରଣ ସେବା ଦ୍ଵାରା ଲୋକଙ୍କ ନିକଟରେ ପହଞ୍ଚାଇଥାଆନ୍ତି। ଏମାନେ ଏକ ରେସ୍ତୋରାଂ ବା ଖାଦ୍ୟ ତିଆରି କରୁଥିବା ଏକ ସଂସ୍ଥା ସହ ଅନୁବନ୍ଧିତ ହୋଇଥାନ୍ତି। ଏହି ସଂସ୍ଥାମାନଙ୍କ ଠାରୁ ରନ୍ଧା ଖାଦ୍ୟନେଇ ସେମାନେ ଗ୍ରାହକ ନିକଟରେ ପହଂଚିଥାନ୍ତି। କିନ୍ତୁ ଅନେକ ସମୟରେ ଦେଖାଯାଏ ଯେ ଏହି ଆପ୍ ମାନଙ୍କ ଖାଦ୍ୟର ମାନ ଉପରେ କୌଣସି ନିୟନ୍ତ୍ରଣ ନଥାଏ।

ସଠିକ୍ ପରିଚାଳନା

ବର୍ତ୍ତମାନ କିନ୍ତୁ ଦେଖାଯାଉଛି ଯେ ଏହି ଆପ୍ ମାନେ ସଠିକ୍ ପରିଚାଳନା ଅଭାବରୁ ଲାଭ କରିବାରେ ବିଫଳ ହେଉଛନ୍ତି। କାରଣ ଏମାନଙ୍କ ପରିବହନ ଓ ପରିବେଷଣ ଖର୍ଚ୍ଚ ଖାଦ୍ୟର ଖର୍ଚ୍ଚକୁ ବଳି ଯାଉଛି। ବର୍ତ୍ତମାନ ଅନେକଙ୍କ ଖାଦ୍ୟ ପରିବେଷଣ ଓ ପରିବହନ ଖର୍ଚ୍ଚ ଖାଦ୍ୟ ତିଆରିର ତିନିଗୁଣ ହେଇଯାଉଛି। ଯାହା ଆଦୌ ଶୁଭଙ୍କର ଲକ୍ଷଣ ନୁହେଁ। ଏଥିପାଇଁ ସେମାନଙ୍କୁ ନିଜର ପରିବହନ ସେବାକୁ ଅଧିକ ବ୍ୟାପକ କରିବାକୁ ପଡିବ କିନ୍ତୁ ଖର୍ଚ୍ଚକୁ ସବୁବେଳେ କମ ରଖିବାକୁ ହେବ ନହେଲେ ଲାଭ ହାସଲ କରିବା ଏକ ସ୍ଵପ୍ନ ହୋଇ ରହିଯିବ। ଏଠାରେ ସେମାନେ ଏକ ବଡ ଅଞ୍ଚଳକୁ ସେବା ଯୋଗାନ୍ତି ଫଳରେ ସେ ଅଞ୍ଚଳର ଭୂଗୋଳ ସହ ସେମାନେ ଠିକ ଭାବେ ପରିଚିତ ନଥାନ୍ତି ଯାହାଦ୍ଵାରା ଖାଦ୍ୟ ସାମଗ୍ରୀ ରେସ୍ତୋରାଂରୁ ନେଇ ପୁଣି ଏକ ନିର୍ଦ୍ଧିଷ୍ଟ ଜାଗାରେ ପହଞ୍ଚିବାକୁ ଅନେକ ସମୟ ଓ ଅର୍ଥ ବ୍ୟୟହୁଏ, ଯାହା ଲାଭ ବଦଳରେ କ୍ଷତି କରେ। ତାହା ଛଡା ଆପ୍ ଗୁଡିକର ଖାଦ୍ୟ ପହଞ୍ଚାଇବା ସେମାନଙ୍କ ଅଧିନରେ ନଥାଏ। ଏହା ସମ୍ପୁର୍ଣ ରେସ୍ତୋରା ଉପରେ ନିର୍ଭର କରେ। ତେଣୁ ଖାଦ୍ୟ ଦେବା ସମୟ ଠିକ ନହେବାରୁ ଅନେକ ଅସୁବିଧା ଉପୁଜିଥାଏ।

ଏହାର ସମାଧାନ କରିବାକୁ ଏବେ ଅନେକ କମ୍ପାନୀ ନୂତନ ଉପାୟ ଅବଲମ୍ବନ କରୁଛନ୍ତି। ସେମାନେ ସମ୍ପୁର୍ଣ ସହରକୁ ସେବା ନ ଦେଇ ଏକ ନିର୍ଦ୍ଧିଷ୍ଟ ଅଞ୍ଚଳରେ ସେବା ଦେଉଛନ୍ତି। ଯାହାଫଳରେ ସେମାନେ କମ ସମୟରେ ରେସ୍ତୋରାରୁ ଖାଦ୍ୟ ନେଇ ଗ୍ରାହକ ନିକଟରେ ପହଂଚିବା ସହ ସଠିକ୍ ସେବା ବି ଦେଇପାରୁଛନ୍ତି। ଏହିପରି ସେବା ଏବେ ଔଷଧ ଓ ଗ୍ରୋସରୀ ସାମଗ୍ରୀ ଯୋଗାଉଥିବା କମ୍ପାନୀ ମଧ୍ୟ ଦେଉଛନ୍ତି।

ସମ୍ମୁଖିନ ହେଉଥିବା ପ୍ରମୁଖ ସମସ୍ୟା

୧.ସମୟାନୁବର୍ତ୍ତି ସେବା-ଜଣେ ଗ୍ରାହକ ଖାଦ୍ୟ ଚାରି ଘଣ୍ଟା ଭିତରେ ଅବଶ୍ୟକ କରେ। କାରଣ ଅଧିକ ଡେରି ହେଲେ ଖାଦ୍ୟ ଥଣ୍ଡା ହେଇଯାଏ। ତେଣୁ ସେହି ସମୟ ଭିତରେ ଖାଦ୍ୟ ନେଇ ଯୋଗାଇବା ସବୁଠାରୁ ବଡ ଆହ୍ଵାନ।

୨. ଖାଦ୍ୟ ପ୍ରସ୍ତୁତି- ଖାଦ୍ୟ ସାଧାରଣ ଭାବେ ତିଆରି ହେବାର ୧ ଘଣ୍ଟା ଭିତରେ ଥଣ୍ଡା ହେଇଯାଏ ତେଣୁ ଏହାକୁ ରେସ୍ତୋରାରୁ ପ୍ୟାକିଂ କରି ସଙ୍ଗେ ସଙ୍ଗେ ନନେଲେ ଏହା ଥଣ୍ଡା ହେଇଯାଏ। ଏହାହିଁ ଆପ୍ ମାନଙ୍କ ପାଇଁ ସବୁଠାରୁ ବଡ ଅସୁବିଧା। କାରଣ ଅନ୍ୟ ବ୍ୟବସାୟରେ ୨-୪ ଘଣ୍ଟା ଡେରି ହେଲେ ଜଣେ ଚଳେଇଦେବ। କିନ୍ତୁ ଏହା ଖାଦ୍ୟରେ ହେଲେ ସେ ତାହାର ଆଦେଶକୁ ରଦ୍ଦ କରିଦେବ। କାରଣ କେହିବି ଥଣ୍ଡା ଖାଦ୍ୟ ଖାଇବାକୁ ପସନ୍ଦ କରିବେନି।

ଆହୁରି ଏକ ଅସୁବିଧା ହେଲା ଏମାନେ ଗୋଟେ ଦିନରେ ଏକ ନିର୍ଦ୍ଧିଷ୍ଟ ସଂଖ୍ୟାରେ ଖାଦ୍ୟ ପ୍ରସ୍ତୁତି କରିପାରିବେ ତାହା ଠାରୁ ଅଧିକ ନୁହେଁ। ଏବଂ ତାହାକୁ ନେଇ ନିର୍ଦ୍ଧିଷ୍ଟ ସମୟରେ ଗ୍ରାହକ ନିକଟରେ ଦେବା ଆହୁରି ଏକ ବଡ ଅସୁବିଧା, କାରଣ କର୍ମଚାରୀ ମାନଙ୍କ ସଂଖ୍ୟା ସୀମିତ।

Aadhar

Team odia

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate