অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବାଟ ଦେଖାଉଛି ‘ଟୁର୍ ଭୁବନେଶ୍ୱର’

ଉପକ୍ରମ

ରାଜଧାନୀ ଭୁବନେଶ୍ୱରର ଗଳି, କନ୍ଦିର ସୂଚନା ମିଳିବ କେବଳ ଗୋଟିଏ କ୍ଲିକରେ । ସହରର ପ୍ରମୁଖ ମନ୍ଦିର ଓ ପାର୍କଠୁ ନେଇ ଶପିଙ୍ଗ ମଲ୍, ସିନେମା ହଲ୍, ହୋଟେଲ, ରେଷ୍ଟୁରାଣ୍ଟ ଓ କ୍ଲବ୍ ଯାଏ । କେବଳ ଗୋଟିଏ ମାଧ୍ୟମରେ ଏସବୁ ତଥ୍ୟ ହାତପାହାନ୍ତାରେ ପାଇ ହେବ । ବାସ୍ ଖାଲି ଇଣ୍ଟରନେଟ୍ ଖୋଲି ୱେବସାଇଟ୍ ଖୋଲନ୍ତୁ ।

ଗାଇଡ୍ ମ୍ୟାପ୍ ର ଅଭାବ

ଏବେ ରାଜଧାନୀ ଓ ଏହାର ଆଖପାଖରେ ବହୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଶିକ୍ଷାନୁଷ୍ଠାନ ଖୋଲିଲାଣି । ଭୁବନେଶ୍ୱର ଶିକ୍ଷା ହବ୍ ପାଲଟିଛି । ବହୁ ଆଇଟି ଓ କର୍ପୋରେଟ୍ କମ୍ପାନୀ ବି ସହରକୁ ଆସିଲେଣି । ଏଠାରେ ପଢିବାରୁ ରାଜ୍ୟ ଓ ରାଜ୍ୟ ବାହାରୁ ଲକ୍ଷ ଲକ୍ଷ ପିଲା ଭୁବନେଶ୍ୱର ଦୌଡୁଛନ୍ତି । ଏହାଛଡା ମନ୍ଦିରମାଳିନୀ ସହରକୁ ପର୍ଯଟକମାନେ ବହୁ ସଂଖ୍ୟାରେ ବୁଲିବାକୁ ଆସୁଛନ୍ତି । ହେଲେ ଏଠାକୁ ଆସୁଥିବା ଲୋକେ ସହର ବାବଦରେ ଆବଶ୍ୟକ ସୂଚନା ପାଇବାରେ ସମସ୍ୟା ଭୋଗୁଛନ୍ତି । ସହରରେ କେଉଁଠି ଉପଯୁକ୍ତ ଗାଇଡ୍ ମ୍ୟାପ୍ କି ସୂଚନା କେନ୍ଦ୍ର ନାହିଁ । ଏହି ସମସ୍ୟା ଏଡାଇବାକୁ ସିଇଟି କଲେଜର କିଛି ଛାତ୍ର ଚିନ୍ତା କଲେ । ସେମାନଙ୍କର ଏହି ଚିନ୍ତାରୁ ଆରମ୍ଭ ହେଲା ଆଣ୍ଡ୍ରଏଡ୍ ମୋବାଇଲ୍ ଆପସ୍ ଓ ୱେବସାଇଟ୍ www.tourbbsr.in। ଭୁବନେଶ୍ୱରକୁ ନେଇ ବହୁ ଆବଶ୍ୟକୀୟ ସୂଚନା ଏଥିରେ ରହିଛି । ଏହି ୱେବସାଇଟ୍ ଦିନକୁ ଦିନ ଲୋକପ୍ରିୟ ମଧ୍ୟ ହେଉଛି । ଏହାକୁ ପ୍ରତିଦିନ ହଜାର ହଜାର ଲୋକ ଦେଖୁଛନ୍ତି ।

ମୋବାଇଲ୍ ଆପସ୍

ତେବେ ଏହି ମୋବାଇଲ୍ ଆପସ୍ ଓ ୱେବସାଇଟ୍ର ପ୍ରତିଷ୍ଠାତା ହେଉଛନ୍ତି ସିଇଟି କଲେଜର ତୃତୀୟ ବର୍ଷର ଛାତ୍ର ରୁଦ୍ରାକ୍ଷ ବଡୁ । ଗତ ଏପ୍ରିଲ ମାସରେ ସେ ପ୍ରଥମେ ଆରମ୍ଭ କରିଥିଲେ ଆଣ୍ଡ୍ରଏଡ୍ ମୋବାଇଲ୍ ଆପସ୍ । ପରେ ଅନ୍ୟ ସାଙ୍ଗମାନଙ୍କ ସହ ମିଶି ନିଜସ୍ୱ ବୈଷୟିକ ଜ୍ଞାନ ସହାୟତାରେ ଜୁନ୍ ପ୍ରଥମ ସପ୍ତାହରେ ଆରମ୍ଭ କରିଥିଲେ ୱେବସାଇଟ୍ ‘ଟୁର୍ ଭୁବନେଶ୍ୱର’ । ସମସ୍ତେ ନିଜ ପକେଟ ମନିରୁ କିଛି ଅର୍ଥ ଦେଇ ଏହାକୁ ଆରମ୍ଭ କଲେ । ଆଣ୍ଡ୍ରଏଡ୍ ମୋବାଇଲ ଆପସ୍ ତିଆରି ପାଇଁ ସେମାନଙ୍କୁ ଗୁଗୁଲ୍ ଡେଭଲପର ଗ୍ରୁପ୍ ସହାୟତା କରିଥିଲା । ସେହିପରି ନିଓ ସି ସଲୁ୍ୟସନ୍ ନାମକ ଏକ ଆଇଟି ସଂସ୍ଥା ସେମାନଙ୍କୁ ୱେବସାଇଟ୍ ପ୍ରସ୍ତୁତିରେ ଆର୍ଥିକ ସହାୟତା କରିଥିଲେ । ଏହି ୱେବସାଇଟ୍ ସହାୟତାରେ ସବୁ ପ୍ରମୁଖ ସ୍ଥାନର ସୂଚନା ସାଙ୍ଗକୁ ବୁ୍ୟଟିପାର୍ଲର, ଫଟୋଗ୍ରାଫର, ଟ୍ରାଭେଲ୍ ଏଜେଣ୍ଟ, ଜୁଏଲାରୀ ଦୋକାନ, ଇଣ୍ଟେରିଅର ଡିଜାଇନର ଓ ଅନ୍ୟ ଦୋକାନୀଙ୍କ ନମ୍ବର ଆଉ ଠିକଣା ଦେଖି ହେଉଛି । ଖାଲି ସେତିକି ନୁହେଁ ବହୁ ପ୍ରମୁଖ ଛକରେ ଠିଆ ହେଉଥିବା ଅଟୋବାଲାଙ୍କ ନାଁ ଓ ମୋବାଇଲ୍ ନମ୍ବର, ଅନ୍ୟ ସହରକୁ ଯାଉଥିବା ବସ ସମ୍ପର୍କରେ ସମ୍ପୂର୍ଣ୍ଣ ସୂଚନା, ଭୁବନେଶ୍ୱର ମହାନଗର ନିଗମର ସବୁ କର୍ପୋରେଟର, ଅଫିସରଙ୍କ ନମ୍ବର ରହିଛି ।

ରୁଦ୍ରାକ୍ଷ କୁହନ୍ତି

ୱେବସାଇଟର ପ୍ରତିଷ୍ଠାତା ରୁଦ୍ରାକ୍ଷ କୁହନ୍ତି, ରାଜଧାନୀ ଭୁବନେଶ୍ୱର ଏବେ ଶିକ୍ଷା, ଆଇଟି ଓ କର୍ପୋରେଟ୍ ହବ୍ ପାଲଟିଲାଣି । ରାଜ୍ୟର ଅନ୍ୟ ସ୍ଥାନ ଓ ରାଜ୍ୟ ବାହାରୁ ଆସୁଥିବା ଛାତ୍ରଛାତ୍ରୀ ଓ ଲୋକେ ସହରର କେଉଁଠି କଣ ଅଛି ଓ ସବୁ ସେବା ପାଇବା କଷ୍ଟକର ହୋଇପଡିଛି । ସମସ୍ତଙ୍କୁ ଇଣ୍ଟରନେଟରେ ଗୋଟିଏ ପ୍ଲାଟଫର୍ମରେ ସମସ୍ତ ସୂଚନା ଦେବାକୁ ଆମେ ଏହି ପ୍ରୟାସ କରିଛୁ । ସବୁ ବର୍ଗର ଲୋକଙ୍କ ଆବଶ୍ୟକ ସୂଚନା ଏଥିରେ ଦିଆଯାଇଛି । ଆଗକୁ ଆହୁରି ୱେବ୍ସାଇଟରେ ଖୁବଶୀଘ୍ର ଆଉ ଦୁଇଟି ଟ୍ୟାବ୍ ଷ୍ଟଡି ଓ କର୍ପୋରେଟ୍ ଅଫିସ ଯୋଡାଯିବ । ଏହି ୱେବ୍ସାଇଟରେ ଟୁରିଜିମ୍, ଟ୍ରାନ୍ସପୋର୍ଟ, ଟେଲିଫୋନ୍, ଲିଜର୍, ଫୁଡ୍(ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟସ୍) ଓ ଏମରଜେନ୍ସୀ ଭଳି ୭ଟି ଟ୍ୟାବ୍ ରହିଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଏମରଜେନ୍ସୀ ଟ୍ୟାବରେ ବହୁ ଜରୁରୀକାଳୀନ ସୂଚନା ଅଛି । ତତ୍କାଳ ଆମ୍ବୁଲାନ୍ସ ନମ୍ବର, ବିଭିନ୍ନ ହସ୍ପିଟାଲର ବ୍ଲଡବ୍ୟାଙ୍କ ନମ୍ବର, ଫାୟାର ବ୍ରିଗେଡ ଅଫିସ୍, ଫୁ୍ୟଜ୍ କଲ୍ ସେଣ୍ଟର, ସହରର ସବୁ ପ୍ରମୁଖ ହସ୍ପିଟାଲର ନମ୍ବର ଓ ଠିକଣା, ଜନସ୍ୱାସ୍ଥ୍ୟ ବିଭାଗର ନମ୍ବର ଓ କମିଶନରେଟ ପୁଲିସର ଡିସିପିଙ୍କଠୁ ସବୁ ଥାନାର ଅଧିକାରୀଙ୍କ ନମ୍ବର ରହିଛି ।

ରୁଦ୍ରାକ୍ଷ କୁହନ୍ତି, ଆଗାମୀ ଦିନରେ କଟକ ଓ ପୁରୀ ସହର ବାବଦରେ ସୂଚନା ଏଥିରେ ଯୋଡିବାକୁ ଯୋଜନା ଅଛି। ଏବେ ୱେବସାଇଟକୁ ଆହୁରି ଅଧିକ ଡେଭଲପ୍ କରିବାକୁ କାମ ଚାଲିଛି । ଅଧିକ ଟେକନୋଲୋଜି ଓ ଫିଚର ସପୋର୍ଟ କରୁଥିବା ଆଣ୍ଡ୍ରଏଡ୍ ମୋବାଇଲ ଆପସ୍ ମଧ୍ୟ ଡିଜାଇନ୍ ହେଉଛି । ଭୁବନେଶ୍ୱର ବାବଦରେ ଥିବା ଆହୁରି ବହୁ ତଥ୍ୟ ଏଥିରେ ଯୋଡାଯିବ ଓ ଏହାକୁ ୟୁଜର ଫ୍ରେଣ୍ଡଲି କରିବୁ ।

Aadhar

Smrutiranjan biswal

Last Modified : 12/11/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate