ହୋମ / ଇ-ଗଭର୍ଣ୍ଣ।ନ୍ସ / ଡିଜିଟାଲ ଇଣ୍ଡିଆ / ଭୁବନେଶ୍ଵର ଷ୍ଟେସନ ୱାଇଫାଇ
ସେଆର କରନ୍ତୁ

ଭୁବନେଶ୍ଵର ଷ୍ଟେସନ ୱାଇଫାଇ

ରବିବାରଠାରୁ ଆପଣ ଯଦି ସ୍ମାର୍ଟଫୋନ ଧରି ଭୁବନେଶ୍ଵର ରେଳ ଷ୍ଟେସନକୁ ଯାଉଛନ୍ତି ସେଠାରେ ଆପଣଙ୍କୁ ମାଗଣାରେ ୱାଇଫାଇ ଇଣ୍ଟରନେଟ ସେବା ମିଳିପାରିବ । ଭାରତୀୟ ରେଳବାଇର ସହଯୋଗୀ ସଂସ୍ଥା ରେଲଟେଲ ପକ୍ଷରୁ ଭୁବନେଶ୍ଵର ରେଳ ଷ୍ଟେସନ ହାଇସ୍ପିଡ ମାଗଣା ୱାଇଫାଇ ସେବା ଆରମ୍ଭ କରାଯାଇଛି । ଆସନ୍ତା ରବିବାର ସକାଳେ ରେଳମନ୍ତ୍ରୀ ସୁରେଶ ପ୍ରଭାକର ପ୍ରଭୁ ଏବଂ ରେଳ ମନ୍ତ୍ରୀ ମନୋଜ ସିହ୍ନା ଯାତ୍ରୀଙ୍କ ପାଇଁ ୱାଇଫାଇ ସେବାର ଉଦଘାଟନ କରିବେ ।

ଉପକ୍ରମ

ରବିବାରଠାରୁ ଆପଣ ଯଦି ସ୍ମାର୍ଟଫୋନ ଧରି ଭୁବନେଶ୍ଵର ରେଳ ଷ୍ଟେସନକୁ ଯାଉଛନ୍ତି ସେଠାରେ ଆପଣଙ୍କୁ ମାଗଣାରେ ୱାଇଫାଇ ଇଣ୍ଟରନେଟ ସେବା ମିଳିପାରିବ । ଭାରତୀୟ ରେଳବାଇର ସହଯୋଗୀ ସଂସ୍ଥା ରେଲଟେଲ ପକ୍ଷରୁ ଭୁବନେଶ୍ଵର ରେଳ ଷ୍ଟେସନ ହାଇସ୍ପିଡ ମାଗଣା ୱାଇଫାଇ ସେବା ଆରମ୍ଭ କରାଯାଇଛି । ଆସନ୍ତା ରବିବାର ସକାଳେ ରେଳମନ୍ତ୍ରୀ ସୁରେଶ ପ୍ରଭାକର ପ୍ରଭୁ ଏବଂ ରେଳ ମନ୍ତ୍ରୀ ମନୋଜ ସିହ୍ନା ଯାତ୍ରୀଙ୍କ ପାଇଁ ୱାଇଫାଇ ସେବାର ଉଦଘାଟନ କରିବେ । ରେଳଟେଲ ଏବଂ ଗୁଗୁଲ ସହାୟତାରେ ଇଣ୍ଟରନେଟ ଏଠାରେ ୱାଇଫାଇ ସେବା ଆରମ୍ଭ କରାଯାଉଛି । ସମ୍ପ୍ରତି ଭୁବନେଶ୍ଵର ସହିତ ଦେଶର ୧୦ଟି ପ୍ରମୁଖ ରେଲୱେ ଷ୍ଟେସନରେ ଏହି ସେବା ଉପଲ୍ଲବ୍ଧ ହେଉଥିବା ବେଳେ ଚଳିତ ବର୍ଷ ଶେଷ ସୁଦ୍ଧା ଦେଶର ୧୦୦ଟି ରେଳ ଷ୍ଟେସନରେ ଏହି ସେବା ଯୋଗାଇ ଡିଜାଯିବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ବର୍ତ୍ତମାନ ରେଳ ଷ୍ଟେସନରେ ଦୈନିକ ୧.୫ ନିୟୁତ ଯାତ୍ରୀ ଉପକୃତ ହେଉଛନ୍ତି । ପୂର୍ବତଳ ରେଳପଥ ସୂତ୍ରରୁ ହସ୍ତଗତ ସୂଚନା ଅନୁସାରେ ଭୁବନେଶ୍ଵର ରେଳ ଷ୍ଟେସନରେ ରେଳଟେଲର ଫାଇବାର ନେଟୱର୍କ ସହାୟତାରେ ନିର୍ମିତ ହୋଇଥିବାବେଳେ ଏହା ଯାତ୍ରୀଙ୍କୁ ହାଇସ୍ପଡ ବ୍ରଡବ୍ୟାଣ୍ଡ ସେବା ପ୍ରଦାନ କରିବାରେ ସକ୍ଷମ ହେବ ।

ବ୍ୟବହାର

ଭୁବନେଶ୍ଵର ଏହି ପ୍ରକଳ୍ପ ଲାଗି ପ୍ରାୟ ୩୦ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ ହୋଇଛି । ରେଳ ଷ୍ଟେସନ ମଧ୍ୟରେ ଥିବା ଜାତି ପ୍ରଥମେ ନିଜ ସ୍ମାର୍ଟଫୋନରେ ରେଳୱେୟାର ୱାଇଫାଇକୁ ସଂଯୋଗ କରିବେ ଏବଂ ଏହା ପରେ ତାଙ୍କୁ ନିଜର ମୋବାଇଲ ନିମ୍ବର ସେଥିରେ ଏଣ୍ଟ୍ରି କରି ରେଜିଷ୍ଟର ହେବାକୁ ପଡିବ । ତା ପରେ ତାଙ୍କ ମୋବାଇଲ କୁ ଏକ ୱାନଟାଇମ ପାସୱାଡ ମିଳିବ ଏବଂ ଏହାକୁ ରେଡିଷ୍ଟ୍ରେଶନ ସ୍ଥାନରେ ଭରିଦେବା ପରେ ସବୁଦିନ ପାଇଁ ସେଠାରେ ୱାଇଫାଇ ବ୍ୟବହାର କରିହେବ । ଏହି ସେବା ଦ୍ଵାରା ଏଣିକି ଯାତ୍ରୀ ହାଇ –ଡେଫିନେସନଯୁକ୍ତ ଭିଡିଓ ଷ୍ଟ୍ରାମିଂ କରିବାର ସୁଯୋଗ ଲାଭ କରିବା ସହିତ ସେମାନଙ୍କର ଗନ୍ତବ୍ୟସ୍ଥଳ ସମ୍ପର୍କରେ ସୁଚାନ ସଂଗ୍ରହ ଏବଂ ରେଳ ଇ – ପୁସ୍ତିକା ଏବଂ ରେଳବଐର ଅନ୍ୟ ପୋର୍ଟାଲ ସପିଙ୍ଗ କରି ସେବା ପାଇ ପାରିବେ । ଗୁଗୁଲ ୱାଇଫାଇ ସେବା ନିମନ୍ତେ ଭାରତୀୟ ରେଳବାଇ ତଥା ରେଳଟେଲ ଆବଶ୍ୟକ ଜ୍ଞାନକୌଶଳ ଯୋଗାଇ ଦେଇଛି । ଗୁଗୁଲ ସହାୟତାରେ ଆଗାମୀ ଦିନରେ ଦେଶର ୪୦୦ ରେଳ ଷ୍ଟେସନରେ ୧୦ ନିୟୁତ ରେଳଯାତ୍ରୀଙ୍କୁ ଇଣ୍ଟରନେଟ ସେବା ଉପଲ୍ଲବ୍ଧ କରାଇବାର ଯୋଜନା ରହିଛି । ଏହି ରେଳ ଷ୍ଟେସନର ୬ଟି ଫ୍ଲାଟଫର୍ମ ସମେତ ପ୍ରତୀକ୍ଷାଳୟ , ରେଷ୍ଟୁରାଣ୍ଟ ଆଦି ସ୍ଥାନରେ ୱାଇଫାଇ ଉପଲ୍ଲବ୍ଧ ହେବ । ଭୁବନେଶ୍ଵର ପରେ ନିକଟରେ କଟକ , ସମ୍ବଲପୁର, ବାଲେଶ୍ଵର , ଖୋର୍ଦ୍ଧାରୋଡ ଓ ଯାଜପୁର କେନ୍ଦୁଝର ରୋଡ ରେଳ ଷ୍ଟେସନରେ ଆଗାମୀ ଦିନରେ ୱାଇଫାଇ ସେବା ମିଳିପାରିବ ।

ଗୁଗୁଲ ଇଣ୍ଡିଆନ ଆଵ୍କେସ

ଗୁଗୁଲ ଇଣ୍ଡିଆନ ଆଵ୍କେସ ପ୍ରୋଜେକ୍ଟ ମୁଖ୍ୟ ଗୁଲଜାର ଆଜାଡ କହିଛନ୍ତି , ଭୁବନେଶ୍ଵର ରେଳ ଷ୍ଟେସନରେ ରବିବାର ଠାରୁ ୱାଇଫାଇ ଜରିଆରେ ଇଣ୍ଟରନେଟ ସେବା ଆରମ୍ଭ ହୋଇଥିବାବେଳେ ଆଗାମୀ ଦିନରେ ଛୋଟ ଛୋଟ ରେଳୱେ ଷ୍ଟେସନସରେ ଚଳିତ ବର୍ଷ ଶେଷ ସୁଦ୍ଧା ମାଗଣା ଉପଲ୍ଲବ୍ଧ ହେବ ଫଳରେ ରେଳଯାତ୍ରୀଙ୍କ ବହୁବିଧି ଆବଶ୍ୟକତା ପୂରଣ ହୋଇପାରିବ । ରେଳଟେଲର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଆର କେ ବହୁଗୁଣା କହିଛନ୍ତି, ଭାରତୀୟ ରେଳୱେର ଆଧୁନିକିକରଣ ନିମନ୍ତେ ରେଳମନ୍ତ୍ରୀ ସୁରେଶ ପ୍ରଭୁଙ୍କ ଦ୍ଵାରା ପ୍ରସ୍ତୁତ କରାଯାଇଥିବା ଏହି ଯୋଜନା ମାଧ୍ୟମରେ ରେଳଯାତ୍ରୀଙ୍କୁ ମାଗଣାରେ ହାଇସ୍ପିଡ ଯୁକ୍ତ ୱାଇଫାଇ ସେବା ଯୋଗାଇ ଦିଆଯାଉଛି । ଭୁବନେଶ୍ଵର ରେଳ ଷ୍ଟେସନରେ ଯାତ୍ରୀଙ୍କ ପାଇଁ ଅତ୍ୟାବଶ୍ୟକ ସେବା ମାଧ୍ୟମରେ ୱାଇଫାଇ ସେବା ଅନ୍ତର୍ଭୁକ୍ତ କରଯାଇଥିଲା । ଏହି ସେବା ରେଳ ଯାତ୍ରୀଙ୍କ ପାଇଁ ବେସ ଉପଯୋଗୀ ସାବ୍ୟସ୍ତ ହେବା ସହିତ ଏହି ପ୍ରକଳ୍ପର ସଫଳତା କ୍ଷେତ୍ରରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ସକ୍ଷମ ହେବ । ଏହାରେ ଯାତ୍ରୀଙ୍କୁ ବହୁବିଧ ଅତ୍ୟାଧୁନିକ ସୁବିଧା ସୁଯୋଗ ମିଳୁଥିବାବେଳେ ବର୍ତ୍ତମାନ ଇଣ୍ଟରନେଟ ସେବା ବେସ ଉପଯୋଗୀ ହୋଇପାରିବ ବୋଲି ଶ୍ରୀ ବହୁଗୁଣା କହିଛନ୍ତି ।

ଆଧାର : ସମାଜ

3.13793103448
ଗୌର ଜେନା Oct 29, 2018 05:08 PM

ଭୁବନେଶ୍ୱର ରେଳ ଷ୍ଟେସନ ୱାଇଫାଇ ହେବ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ I ଏହା ଫଳରେ ଟ୍ରେନକୁ ଅପେକ୍ଷାରତ ଯାତ୍ରୀମାନଂକର ଅନେକ ସମୟରେ ସମୟ ଅନ୍ୟ ଉପାୟରେ ଉପଯୋଗ କରିପାରିବେ I ବେଳେ ବେଳେ ଯୁବକମାନେ ଖରାପ ୱେବ୍ସାଇଟ ଦେଖିବାରେ ମଝିରାହୀ ଟ୍ରେନ ହରାଇବାର ନଜିର ରହିଛି I ତେଣୁ ସରକାର ସେକ୍ସ ସମ୍ବଧୀୟ ଖବର ସରବରାହ ବନ୍ଦ କରିଦେଲେ ବହୁତ ଭଲ ହୁଅନ୍ତା I

Nirod Chandra Sandha Aug 10, 2017 12:48 PM

ଭୁବନେଶ୍ଵର ରେଳ ଷ୍ଟେସନ ୱାଇଫାଇ ହୋଇଛି ବୋଲି ଜାଣି ବହୁତ ଖୁସି ଲାଗିଲା । ଏହା ଆଜିକାଲି ଯୁବ ପିଢିଙ୍କ ପାଇଁ ଅତ୍ୟନ୍ତ ଆବଶ୍ୟକ ଥିଲା ।

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top