অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଶିକ୍ଷା ସମ୍ପର୍କିତ ସମସ୍ତ ଉପକରଣ ଏବେ ଗୋଟିଏ ଜାଗାରେ: ଶିକ୍ଷା ସାମଗ୍ରୀ ବ୍ୟବସାୟକୁ ସମନ୍ଵିତ ଓ ସରଳ କରୁଛି EduAwake

ଶିକ୍ଷା ସମ୍ପର୍କିତ ସମସ୍ତ ଉପକରଣ ଏବେ ଗୋଟିଏ ଜାଗାରେ: ଶିକ୍ଷା ସାମଗ୍ରୀ ବ୍ୟବସାୟକୁ ସମନ୍ଵିତ ଓ ସରଳ କରୁଛି EduAwake

ଶିକ୍ଷା ସମ୍ପର୍କିତ ଉପକରଣ

ପୃଥିବୀରେ ଯେତେ ପିଲା ସ୍କୁଲ ଯାଆନ୍ତି ତାଙ୍କ ମଧ୍ୟରେ ସଂଖ୍ୟାଧିକ ହେଲେ ଭାରତୀୟ। ହେଲେ ଯେତେବେଳେ ସ୍କୁଲ ଶିକ୍ଷା ସମ୍ପର୍କିତ ଉପକରଣ ଯେମିତିକି ପାଠ୍ୟ ପୁସ୍ତକ କିମ୍ବା ଗାଇଡ ବହି, ଶିକ୍ଷା ସମ୍ପର୍କିତ ଡ଼ିଭିଡ଼ି ଓ ଅନ୍ୟ ଉପକରଣ କେହି ଖୋଜେ, ସେ ଏହି ସବୁ ଜିନିଷ ସହଜରେ ଗୋଟିଏ ଜାଗାରେ ବା ଗୋଟିଏ ଛାତ ତଳେ ସହଜରେ ପାଏନି। ଏହି ଆବଶ୍ୟକତା କୁ ପୂରଣ କରିବା ପାଇଁ ଆରମ୍ଭ ହେଇଛି EduAwake। ବାଙ୍ଗାଲୋରର ଏହି ଷ୍ଟାର୍ଟଅପ ସ୍କୁଲ, ଅଭିଭାବକ, ଶିକ୍ଷା ବିଶେଷଜ୍ଞ ଓ ସ୍କୁଲ ସାମଗ୍ରୀ ବିକ୍ରେତାମାନଙ୍କୁ ଗୋଟିଏ ସ୍ଥାନରେ ଏକତ୍ର କରିପାରିଛି।

ଏହି ଅଭିନବ ପ୍ରୟାସ ସମସ୍ତଙ୍କ ପାଇଁ ଲାଭଜନକ ସାବ୍ୟସ୍ତ ହେଇଛି। ସ୍କୁଲମାନେ ସେମାନଙ୍କ ଆବଶ୍ୟକ ଉପକରଣ ଏବେ ଗୋଟିଏ ଜାଗାରୁ ମୋଟା ଆକାରରେ କିଣି ପାରୁଛନ୍ତି। ଅଭିଭାବକ ମାନଙ୍କୁ ଆଉ ଅଲଗା ଅଲଗା ଜିନିଷ ପାଇଁ ଅଲଗା ଅଲଗା ଜାଗାକୁ ଯିବାକୁ ପଡୁ ନାହିଁ। ଖାଲି ସେତିକି ନୁହେଁ ଏହା ଲେଖକ, ଟ୍ୟୁଟର, ଶିକ୍ଷା ଉପକରଣ ବିକ୍ରେତା ଓ ଏହି କ୍ଷେତ୍ରରେ କାମ କରୁଥିବା ଅନ୍ୟ ଷ୍ଟାର୍ଟଅପ ମାନଙ୍କୁ ମଧ୍ୟ ସେମାନଙ୍କ ସେବା ବିଷୟରେ ଅନ୍ୟମାନଙ୍କୁ ଜଣାଇବାର ମାଧ୍ୟମ ସାଜିଛି।

କେମିତି ହେଲା ଆରମ୍ଭ

ନିଜ ଅସୁବିଧାର ସମାଧାନ ଖୋଜିବାରୁ ହିଁ EduAwake ମୂଳଦୁଆ ପଡିଥିଲା।

ସଂସ୍ଥାର ସହ ସଂସ୍ଥାପକ ମାର୍ଟିନ ପଲଙ୍କ ମତରେ, ନିଜ ପିଲାଙ୍କ ପାଇଁ ଆବଶ୍ୟକ ପାଠ୍ୟ ସାମଗ୍ରୀ କିଣିଲାବେଳେ ଆମେ ବୁଝି ପାରିଲୁ ଯେ ଏଭଳି ଅନେକ ଜିନିଷ ଅଛି ଯାହା ବିଷୟରେ ଆମର ଧାରଣା ନାହିଁ। ଅନେକ ଅଭିଭାବକ ସେମାନଙ୍କ ପିଲାଙ୍କ ପାଠ୍ୟ ଉପକରଣ ପାଇଁ ବାର୍ଷିକ ବଜେଟ କରିଥାନ୍ତି। ମାତ୍ର ମଝିରେ ମଝିରେ ବିଜ୍ଞାନ ଅଲମ୍ପିଆଡ କିମ୍ବା ଏନଟିଏସଇ ଭଳି ଅତିରିକ୍ତ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଆବଶ୍ୟକ ପାଠ୍ୟ ପୁସ୍ତକ ଓ ଗାଇଡ କିଣିବାକୁ ପଡେ। ଏହି ଖର୍ଚ୍ଚ ପାଇଁ ଅନେକ ଅଭିଭାବକ ସଚେତନ ନଥାନ୍ତି। ଏହି ଆବଶ୍ୟକତା ପୂରଣ କରିବା ପାଇଁ ଆମେ ସମସ୍ତ ପାଠ୍ୟ ସାମଗ୍ରୀକୁ ଗୋଟିଏ ଜାଗାରେ ଉପଲବ୍ଧ କରାଇବା ପାଇଁ ପ୍ରୟାସ କଲୁ।

୨୦୧୪ ମସିହା ଅଗଷ୍ଟ ମାସରେ ମାର୍ଟିନ ନିଜ ବନ୍ଧୁ ଶ୍ରବଣ ଲକ୍ଷ୍ମଣଙ୍କ ସହ ମିଶି Givevalue Technology Solutions Pvt Ltd ପ୍ରତିଷ୍ଠା କଲେ ଓ ଶିକ୍ଷା ଉପକରଣ ଗୁଡିକର ଅନଲାଇନ ବିକ୍ରି ପାଇଁ www.eduawake.com ୱେବସାଇଟ ଆରମ୍ଭ କଲେ।

ବ୍ୟବସାୟ ମଡେଲ

EduAwake ହେଉଛି ଗୋଟିଏ ସମନ୍ଵିତ ବଜାର। ଏହା ଉଭୟ ଶିକ୍ଷାନୁଷ୍ଠାନ ଓ ଶିକ୍ଷା ଉପକରଣ ବିକ୍ରେତା ମାନଙ୍କୁ ଯୋଡିଥାଏ। ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଆବଶ୍ୟକ ଅଧିକାଂଶ ଶିକ୍ଷା ଉପକରଣ ଏଠାରେ ଉପଲବ୍ଧ। ବର୍ତ୍ତମାନ ଏଠାରେ ୧୨୦୦ ପ୍ରକାରର ସାମଗ୍ରୀ ଉପଲବ୍ଧ। ତା ମଧ୍ୟରେ ରହିଛି ଶିକ୍ଷା ଉପକରଣ, ବହି, କଣ୍ଢେଇ, ପଜଲ, ସ୍କୁଲ ଷ୍ଟେସନାରୀ, ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ଗାଇଡ ବହି ଇତ୍ୟାଦି। ଏ ସମସ୍ତ ସାମଗ୍ରୀକୁ ସେମାନଙ୍କ ବିଷୟ, ଶ୍ରେଣୀ, ଭାଷା, ବୋର୍ଡ ଓ ପ୍ରକାର ହିସାବରେ ବର୍ଗୀକରଣ କରାଯାଇଛି।

ଏହା ଉପରେ ଅଧିକ ସୂଚନା ଦେଇ ଶ୍ରବଣ କୁହନ୍ତି, ଗତ କିଛି ମାସ ମଧ୍ୟରେ ପାଖାପାଖି ୧୨ ହଜାର ଲୋକ ଆମ ୱେବସାଇଟ ପରିଦର୍ଶନ କରିଛନ୍ତି। ୨୦୦ ରୁ ଅଧିକ ଲୋକ ଏହାର ସଦସ୍ୟ ମଧ୍ୟ ହେଇଛନ୍ତି। ସବୁଠାରୁ ମଜା କଥାଟି ହେଲା ଆମେ ଏହି ୱେବସାଇଟର ଡିଜିଟାଲ ମାର୍କେଟିଂ ପାଇଁ ସେମିତି କିଛି ଆଖି ଦୃଶିଆ କାମ କରିନୁ। ଜାନୁଆରୀରୁ ମେ ମାସ ମଧ୍ୟରେ ଆମ ୱେବସାଇଟରେ ଅଧିକ କିଣାବିକା ହୋଇଥାଏ।

ଏହି ୱେବସାଇଟ ବିକ୍ରେତାମାନଙ୍କ ଠାରୁ କମିଶନ ନେଇଥାଏ ଓ ସ୍କୁଲମାନଙ୍କ ଠାରୁ ପଞ୍ଜୀକରଣ ଦେୟ ମଧ୍ୟ ଆଦାୟ କରିଥାଏ। ଏହାଛଡା ବିଭିନ୍ନ ସ୍କୁଲ ଓ ବିକ୍ରେତା ମାନଙ୍କ ଠାରୁ ବିଜ୍ଞାପନ ଭାବେ ଅର୍ଥ ମଧ୍ୟ ପାଇଥାଏ।

ସେମାନଙ୍କ ୱେବସାଇଟ ଅନ୍ୟମାନଙ୍କ ଠାରୁ କିପରି ଅଲଗା ବୋଲି ପ୍ରଶ୍ନର ଉତ୍ତର ଦେଇ ମାର୍ଟିନ କୁହନ୍ତି, ଏହି କ୍ଷେତ୍ରରେ ଅନେକ ଇ-କମର୍ସ ୱେବସାଇଟ କାମ କରୁଛନ୍ତି। ହେଲେ ଆମ ଛଡା କୌଣସି ବି ୱେବସାଇଟ କେବଳ ଶିକ୍ଷା ଉପକରଣ ଉପରେ ନିଜର ବ୍ୟବସାୟ କେନ୍ଦ୍ରିତ କରନ୍ତି ନାହିଁ। ଏହା ହିଁ ଆମଙ୍କୁ ଆମ ପ୍ରତିଦ୍ଵନ୍ଦୀଙ୍କ ଠାରୁ ଅଲଗା ଭାବେ ଉପସ୍ଥାପିତ କରେ।

ନିଜ ଅନୁଭୂତିରୁ ଶିକ୍ଷା ଓ ଭବିଷ୍ୟତ ଲକ୍ଷ୍ୟ

ଆରମ୍ଭ ଦିନ ଗୁଡିକ କଠିନ ସମୟ ଥିଲା ବୋଲି ମାର୍ଟିନ କୁହନ୍ତି। ପିଅନଙ୍କ ଠାରୁ ଆରମ୍ଭ କରି ବିକ୍ରେତା ଓ ଶିକ୍ଷା ନିର୍ଦ୍ଦେଶକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ସହ ସେମାନଙ୍କୁ ଯୋଗାଯୋଗ କରିବାକୁ ପଡିଥିଲା। ସମସ୍ତଙ୍କ ମଧ୍ୟରେ ଠିକ ତାଳମେଳ ତିଆରି କରିବା ସେମାନଙ୍କ ପାଇଁ ଚ୍ୟାଲେଞ୍ଜ ଥିଲା। ହେଲେ ଧୀରେ ଧୀରେ ସେମାନେ ନିଜ ଲକ୍ଷ୍ୟ ପଥରେ ଆଗକୁ ବଢିଥିଲେ।

୨୦୧୬ ମାର୍ଚ୍ଚ ସୁଦ୍ଧା ୫୦୦ ନୂଆ ବିକ୍ରେତା ଓ ୪୦୦୦ ହଜାର ପ୍ରକାରର ନୂଆ ଜିନିଷ ନିଜ ୱେବସାଇଟ ସହ ଯୋଡିବା ପାଇଁ ଉଭୟ ସଂସ୍ଥାପକ ଲକ୍ଷ୍ୟ ରଖିଛନ୍ତି। ଏହା ଛଡା ଏହି କ୍ଷେତ୍ରରେ ନୂତନ ବୈଷୟିକ ଜ୍ଞାନ କୌଶଳର ଉପଯୋଗ କରିବାକୁ ମଧ୍ୟ ସେମାନେ ପ୍ରୟାସ ଜାରି ରଖିଛନ୍ତି। ମାର୍ଟିନଙ୍କ ମତରେ, “ଭାରତରେ ଆହୁରି ୪୦ ହଜାର ସ୍କୁଲ ଓ ୨୦ ଲକ୍ଷ ଶିକ୍ଷକଙ୍କ ଆବଶ୍ୟକତା ରହିଛି। ଆମେ ଏହି କ୍ଷେତ୍ରରେ ଅଧିକ କିଛି କରିବା ପାଇଁ ଚେଷ୍ଟା କରୁଛୁ।“

"eduawake.com"

 

Last Modified : 12/11/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate