ସେଆର କରନ୍ତୁ

ଇ – ପର୍ସ

ଇ-ପର୍ସର ଅର୍ଥ ହେଉଛି ଇଲେକ୍ଟ୍ରୋନିକ ପର୍ସ । ଏହି ପର୍ସର ବ୍ୟବହାର ସମ୍ବନ୍ଧରେ ସୂଚନା ଦିଆଯାଇଛି ।

ଇ – ପର୍ସ କଣ?

ଇ-ପର୍ସର ଅର୍ଥ ହେଉଛି ଇଲେକ୍ଟ୍ରୋନିକ ପର୍ସ । କମ୍ପ୍ୟୁଟର କିମ୍ବା ସ୍ମାର୍ଟ ଫୋନ୍ ରେ ଅନ୍ଲାଇନରେ ଆର୍ଥିକ ଲେଣଦେଣ ପାଇଁ ଏହା ପାଇଁ ଏକ ପ୍ରକାର ଇଲେକ୍ଟ୍ରୋନିକ କାର୍ଡ଼ । ଇ –ପର୍ସର ବ୍ୟବହାର କ୍ରେଡ଼ିଟ କାର୍ଡ଼ କିମ୍ବା ଡେବିଟ କାର୍ଡ଼ ସହ ସମାନ ।

ଜଣେ ବ୍ୟକ୍ତି ବ୍ୟାଙ୍କ ଆକାଉଣ୍ଟରେ ଆର୍ଥିକ  କାରବାର ପାଇଁ ଏହି ଇ  ପର୍ସକୁ ବ୍ୟବହାର କରିପାରିବେ । ଇ-ପର୍ସର ମୁଖ୍ୟ ଲକ୍ଷ୍ୟ ହେଲା ଆର୍ଥିକ କାରବାରକୁ ସହଜ ସାଧ୍ୟ କରିବା ।

 

 

ଏହା କିପରି କାର୍ଯ୍ୟ କରେ

ଇ-ପର୍ସର ମୁଖ୍ୟ ଅଂଶ

ଇ-ପର୍ସର ମୁଖ୍ୟତଃ ୨ଟି ଅଂଶ ରହିଛି ।

  1. ସଫ୍ଟୱେୟାର
  2. ସୂଚନା

ସଫ୍ଟୱେୟାର  ଅଂଶରେ ଜଣଙ୍କର ବ୍ୟକ୍ତିଗତ ସୂଚନାକୁ ସୁରକ୍ଷା ପ୍ରଦାନ କରିବା ଏବଂ ସୂଚନା ଅଂଶରେ ଏକ ଡାଟାବେସ ପ୍ରସ୍ତୁତ କରାଯିବ ଯେଉଁଥିରେ ବ୍ୟକ୍ତିଙ୍କ ନାମ, ଠିକଣା, ଦେୟ ପ୍ରକାର, କେତେକ ଟଙ୍କା ଦେବାକୁ ପଡିବ, କ୍ରେଡ଼ିଟ ଓ ଡେବିଟ କାର୍ଡ଼ ଇତ୍ୟାଦି।

ମୁଁ କେମିତି ଇ – ପର୍ସକୁ ବ୍ୟବହାର କରିବ ?

ବ୍ୟବହାରକାରୀଙ୍କ ପାଇଁ

  • ଆପ୍ ଟିକୁ ନିଜର ଉପକରଣରେ ଡାଉନ୍ଲୋଡ କରନ୍ତୁ ।
  • ପ୍ରାସଙ୍ଗିକ ସୂଚନା ପ୍ରଦାନ କରନ୍ତୁ, ବ୍ୟବହାରକାରୀଙ୍କୁ ଏକ ପାସ୍ୱାର୍ଡ ମିଳିବ ।
  • ଡେବିଟ/କ୍ରେଡ଼ିଟ କିମ୍ବା ନେଟବ୍ୟାଙ୍କିଙ୍ଗ ଜାରିଆରେ ପଇସା ଭରନ୍ତୁ ।
  • ଅନ୍ଲାଇନରେ କିଣାକିଣି କଲାପରେ ଇ-ପର୍ସରୁ ଟଙ୍କା ଦେବା ପାଇଁ ମନକୁ ମନ ବ୍ୟବହାରକାରୀଙ୍କ ସୂଚନା ଚାଲିଯିବ ।
  • ଅନ୍ଲାଇନରେ ପେମେଣ୍ଟ ଥରେ ହୋଇଗଲା ପରେ, ବ୍ୟବହାରକାରୀ ଅନ୍ୟକୌଣସି ୱେବସାଇଟ ବ୍ୟବହାର କରିବାର ଆବଶ୍ୟକ ନାହିଁ, ମନକୁ ମନ ସୂଚନା ଅପଡେଟେଡ ହୋଇଯିବ ।

ବ୍ୟବସାୟିକଙ୍କ ପାଇଁ

  • ବ୍ୟବସାୟୀ ଏହି ଆପକୁ ନିଜ ଉପକରଣରେ ଡାଉନ୍ଲୋଡ କରିବେ ।
  • ପ୍ରାସଙ୍ଗିକ ସୂଚନା ପ୍ରଦାନ କଲାପରେ/ଏକ ପାସୱାର୍ଡ ମିଳିବ ।
  • ନିଜକୁ ଜଣେ ବ୍ୟବସାୟୀ ବୋଲି ଘୋଷଣା କରନ୍ତୁ ।
  • ପେମେଣ୍ଟ ଗ୍ରହଣ କରନ୍ତୁ ।

ମୁଁ କଣ କରିବି ଇ –ପର୍ସ ବ୍ୟବହାର କରିବା ପାଇଁ ?

  • ବ୍ୟାଙ୍କ ଆକାଉଣ୍ଟ
  • ସ୍ମାର୍ଟ ଫୋନ
  • 2G/3G/4G କନେକସନ
  • ଗୋଟିଏ ମାଗଣା ପର୍ସ ଆପ

ନିଶ୍ଚିତ ଅଭ୍ୟାସ କରନ୍ତୁ

  • ନିଜର ମୋବାଇଲ ନମ୍ବରକୁ ବ୍ୟାଙ୍କରେ ରେଜିଷ୍ଟର  କରାନ୍ତୁ । ଯାହାଦ୍ଵାରା ସମସ୍ତ ସୂଚନା ଆପଣ SMS ମାଧ୍ୟମରେ ପାଇପାରିବେ।
  • କୌଣସି ପରିସ୍ଥିତିରେ PIN ନମ୍ବର କାହାକୁ କୁହନ୍ତୁ ନାହିଁ ।
  • ବିଶ୍ଵାସଯୋଗ୍ୟ ବ୍ୟବସାୟୀଙ୍କ ସାଙ୍ଗରେ କାରବାର କରନ୍ତୁ ।
  • ATMରେ ଥିବା ବେଳେ, ଆପଣଙ୍କ ଉପରେ କାହାର ନିଜର ନାହିଁ, ଏକଥା ନିଶ୍ଚିତ କରନ୍ତୁ ।

ଆଧାର – ଭାରତ ଜାତୀୟ ଦେୟ ନିଗମ

3.03571428571
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top