ହୋମ / ଇ-ଗଭର୍ଣ୍ଣ।ନ୍ସ / ଡିଜିଟାଲ୍ ଦେୟପୈଠ / ଏକୀକୃତ ପୈଠ ବ୍ୟବସ୍ଥା ଓ ଚଳଣି
ସେଆର କରନ୍ତୁ

ଏକୀକୃତ ପୈଠ ବ୍ୟବସ୍ଥା ଓ ଚଳଣି

ସ୍ମାର୍ଟଫୋନ୍ ତଥା ମୋବାଇଲ ଜରିଆରେ ବିଭିନ୍ନ ନେଣଦେଣକୁ ସୁଗମ କରିବା ଏହାର ଅନ୍ୟତମ ଉଦ୍ଦେଶ୍ୟ ।

ଭାରତୀୟ ଜାତିୟ ଭୁଗତାନ ନିଗମ (National Payments Corporation of India) ସମସ୍ତ ପ୍ରକାର ଖୁଚୁରା ଦେଣନେଣକୁ ସହଜ କରିବା ପାଇଁ ଏକକ ଅନୁଷ୍ଠାନଭାବେ କାର୍ଯ୍ୟ କରୁଛି । ଏହା ଭାରତୀୟ ରିଜର୍ଭ ବ୍ୟାଙ୍କର ଏକ ଉଦ୍ୟମ । ଏକୀକୃତ ପୈଠ ବ୍ୟବସ୍ଥା NPCIର ଏକ ଅଭିନବ ପଦକ୍ଷେପ । ସ୍ମାର୍ଟଫୋନ୍ ତଥା ମୋବାଇଲ ଜରିଆରେ ବିଭିନ୍ନ ନେଣଦେଣକୁ ସୁଗମ କରିବା ଏହାର ଅନ୍ୟତମ ଉଦ୍ଦେଶ୍ୟ । ଏହି ବ୍ୟବସ୍ଥା ଦ୍ଵାରା  ଜନସାଧାରଣ ବିଭିନ୍ନ ଦେୟ ସହଜରେ ପୈଠ କରିବା ସହ ନିଜ ଇଚ୍ଛା ଅନୁସାରେ ଏବଂ ସ୍ଵାଧିନ ଭାବରେ ପ୍ରତି ମୂହୂର୍ତ୍ତରେ  ବ୍ୟାଙ୍କିଙ୍ଗ ସେବାର ଫାଇଦା ଉଠାଇ ପାରିବେ ।

UPI ସମ୍ବନ୍ଧରେ

ଏକୀକୃତ ପୈଠ ବ୍ୟବସ୍ଥା (UPI) ଜରିଆରେ ବର୍ତ୍ତମାନ ବ୍ୟାଙ୍କ ସେବା ଗ୍ରାହକ ନିଜ ସ୍ମାର୍ଟ ଫୋନ୍ ଦ୍ଵାରା ଯେକୌଣସି ସମୟରେ ଦେୟ ପୈଠ ପାଇଁ ପ୍ରକ୍ରିୟା ଆରମ୍ଭ କରିପାରିବେ । ଏହି ବ୍ୟବସ୍ଥା ଦ୍ଵାରା ତୁରନ୍ତ ପ୍ରେରକ ତଥା ପ୍ରାପ୍ତକର୍ତ୍ତାଙ୍କ ବିବରଣୀର ପରୀକ୍ଷା କରାଯାଇ ନିର୍ଦ୍ଦେଶିତ ରାଶିର ଦେଣଲେଣ ସମ୍ପୂର୍ଣ୍ଣ କରାଯାଏ । ୱେବ୍ସାଇଟ୍ ମାଧ୍ୟମରେ ମଗାଯାଇଥିବା ବସ୍ତୁର ଦାମ ପ୍ରାପ୍ତି ସମୟରେ ନଗଦରେ ନଦେଇ ଏହି ବ୍ୟବସ୍ଥା ଦ୍ଵାରା ସୁରକ୍ଷିତ ଭାବେ ଦେଶ ପୈଠ କରାଯାଇ ପାରେ । ଏତଦବ୍ୟତୀତ ବିଦ୍ୟୁତ୍ ଶୁଲ୍ଗ, ବିଦ୍ୟାଳୟ ଫି, ଅନ୍ୟାନ୍ୟ ଦେୟ ଗୁଡ଼ିକ ଅଧିକ ଜଟିଳ ପରୀକ୍ଷା ଯଥା ବାରକୋର୍ଡ ସତ୍ୟତା ନିରୂପଣ ଇତ୍ୟାଦି ନକରି ସହଜରେ ଜମା କରିହୁଏ । ଏହି ବ୍ୟବସ୍ଥାଟି NPCIର  24*7*365 ତୂରିତ ସେବା ଠାରୁ ମଧ୍ୟ ଅଧିକ ସହଜ, ସୁତରାଂ ତୁରନ୍ତ ଅର୍ଥର ଆଦାନ ପ୍ରଦାନ ପାଇଁ ଆଉ ଏକ ଆଗୁଆ ପଦକ୍ଷେପ ବ୍ୟାଙ୍କ ଗ୍ରାହକଙ୍କୁ ତା’ର ପୈଠକୃତ ଇ-ମେଲ ଜରିଆରେ ଚିହ୍ନଟ କରାଯାଏ । ବିଭିନ୍ନ ବ୍ୟାଙ୍କରେ ଥିବା ଖାତା ପାଇଁ ଭିନ୍ନ ଭିନ୍ନ ଇ-ମେଲ ଆଇଡି  ବ୍ୟବହାର କରିହେବ । ଗ୍ରାହକୀୟ ସୂଚନାର ଗୋପନୀୟତା ଏବଂ ସୁରକ୍ଷା ପାଇଁ ଜମାଖାତା ସମ୍ବନ୍ଧରେ ତଥ୍ୟ କେବଳ ସଂଯୁକ୍ତ ବ୍ୟାଙ୍କ ଅଧିନରେ ରହିବ ଏଣୁ ଦେଶ ପୈଠ ସମୟରେ କୌଣସି ନିର୍ଦ୍ଦିଷ୍ଟ ଜମାଖତା ନମ୍ବର ଦେବା ଆବଶ୍ୟକ ନୁହେଁ । ଗ୍ରାହକ ଇଚ୍ଛାକରେ ଚିହ୍ନଟ ପାଇଁ ନିଜ ମୋବାଇଲ ନମ୍ବର ସହ ବ୍ୟାଙ୍କ ନାମ ଲେଖିପାରନ୍ତି ଯଥା “9437491527 SBI” ।

ବ୍ୟବହାରର ଉଦାହରଣ

ଏକୀକୃତ ପୈଠ ବ୍ୟବସ୍ଥା ଜରିଆରେ ଦେଣଲେଣ ପ୍ରକ୍ରିୟା ଦାତା ବା ଗ୍ରହିତା ଆରମ୍ଭ କରିପାରିବେ । ଗ୍ରହିତା ଆରମ୍ଭ କରିଥିବା  ପ୍ରକ୍ରିୟାରେ ସୁରକ୍ଷା ଦୃଷ୍ଟିରୁ ଦାତାଙ୍କ ସ୍ଵୀକୃତି ଆବଶ୍ୟକ ପଡେ । ଏହାଦ୍ୱାରା ଦେଣଲେଣ କ୍ଷିପ୍ର ଏବଂ ସୁରକ୍ଷିତ  ଭାବେ କରିହୁଏ ।  ପୈଠକୃତ ବ୍ୟବସାୟୀଙ୍କ ବ୍ୟାଙ୍କ ସେବା  ଏବଂ ବିଭିନ୍ନ ମୋବାଇଲ ଆପ୍ସ ଆଧାରିତ ସେବା ଏହାର କେତେ ଗୁଡିଏ ସଫଳ ଉଦାହରଣ । ଆର କେତେକ ସ୍ଥଳରେ ଦାତା ଓ ଗ୍ରହିତା କୃଷକ ମୋବାଇଲ ବ୍ୟବହାର କରି  ସିମ୍ଲେସ ଇନ୍-ଆପ ମାଧ୍ୟମରେ ଦେଣନେଣ କରିପାରିବେ ।

ଉଦାହରଣ – ନିଜ ମୋବାଇଲ ଆପ ଜରିଆରେ ଦେୟ ପୈଠ

  • ଅଶୋକ ଜଣେ ଛାତ୍ର ସେ ନିଜ ଅଣ୍ଡ୍ରୋଏଡ ଫୋନ୍ ଦ୍ଵାରା ସିନେମା ଟିକେଟ ଚାହିଦା ଅନୁସାରେ କିଣି ପାରିବେ । Mystar ଆପ୍ ବ୍ୟବହାର ଦ୍ଵାରା ଏହା ସମ୍ଭବ ।
  • ସେ xବ୍ୟାଙ୍କର ଗ୍ରାହକ । ବ୍ୟାଙ୍କ ଦ୍ଵାରା ପ୍ରଚଳିତ ମୋବାଇଲ ଆପ୍ଟି ନିଜ ଆଣ୍ଟ୍ରୋଏଡ ଫୋନ୍ ରେ ଡାଉନ୍ଲୋଡ କରି ସେ ଦେୟ ପୈଠ କରିପାରିବ ।
  • ଯଦି ଟିକେଟ ଦାମ ୨୫ଟଙ୍କା, ସେ Mystar ଆପ୍ ଦ୍ଵାରା ସେ ଏହି ରାଶି ଦେବା ସହ ଟିକେଟ କିଣି ପାରିବ ।
  • Mystar ଆପ୍ ଏକୀକୃତ ପୈଠ ବ୍ୟବସ୍ଥା ଅନୁସାରେ ସମସ୍ତ ତଥ୍ୟର ଆଦାନ ପ୍ରଦାନ କରି ଏହି ପ୍ରକ୍ରିୟାଟି ସମ୍ପୁର୍ଣ୍ଣ କରିବ ।
  • X ବ୍ୟାଙ୍କର ଆପ୍ଟି ଏକୀକୃତ ପୈଠ ବ୍ୟବସ୍ଥାରେ ପୈଠକୃତ ଥିବାରୁ ଅଶୋକାକୁ ନିଜର ଦେୟ ପୈଠ କରିବା ପାଇଁ ସୁଯୋଗ ଦିଏ ।
  • ଅଶୋକ ସମସ୍ତ ତଥ୍ୟକୁ ପରୀକ୍ଷା କରିବାପରେ ଯଦି ସନ୍ତୁଷ୍ଟ ହୁଏ, ତେବେ ଦେଣ ପ୍ରକ୍ରିୟା ସମ୍ପୁର୍ଣ୍ଣ କରିବାକୁ ଆଦେଶ ଦିଏ।

ଉଦାହରଣ – ଘରୁ ଡି.ଟି.ଏଚ. ଦେୟ ପୈଠ ଶ୍ୟାମ ଡି.ଟି.ଏଚ. ସେବାର ଉପଭୋକ୍ତା ଅଟେ । ସେ ଯେକୌଣସି  ନୂତନ ସେବା ନେବା ପାଇଁ ଦେଣ ପୈଠ କରିବାକୁ ଚାହିଁଲେ ।

  • ଶ୍ୟାମ ଚ୍ୟାନେଲଟିକୁ ବାଛି ବର୍ତ୍ତମାନ ଶୁଳ୍କ ପୈଠକର ସ୍ଥାନରେ କ୍ଲିକ୍ କରେ ।
  • ତୁରନ୍ତ ସେବା ପ୍ରଦାନ କରି ସମ୍ପୁର୍ଣ୍ଣ ବିବରଣୀ ପ୍ରଦାନ ସହ ଏକୀକୃତ ପୈଠ ବ୍ୟବସ୍ଥା ଦ୍ଵାରା ରାଶି ଜମା ପାଇଁ କିମ୍ବା କୋର୍ଡ ଦିଏ ।
  • ଶ୍ୟାମ ନିଜ ମୋବାଇଲରେ UPI ଆପକୁ ଖୋଲି ଟିସି  ପରେ ଦିଆଯାଇଥିବା କିମ୍ବା କୋର୍ଡକୁ ସ୍କାନ କରେ ।
  • ଏହି ଆପ୍ ଟି ତାକୁ ପୈଠ ଟଙ୍କାକୁ ନିଏ ଯେଉଁଠି ପୂର୍ବରୁ ତାର ସର୍ବଶେଷ ତଥ୍ୟ ପଞ୍ଜୀକୃତ  ହୋଇଥାଏ ।
  • ସେ ତଥ୍ୟକୁ ପରୀକ୍ଷା କରିବା ସହ ଦେୟ ରାଶି ପୈଠ ପାଇଁ ଅନୁମୋଦନ କରେ । ଏହାଦ୍ୱାରା ରାଶି ପୈଠ ହୋଇଯାଏ ।
  • ସେ ଜମା ଦେଇଥିବା ରାଶିର ପ୍ରାପ୍ତିସୂଚନା ମୋବାଇଲରେ ମ୍ୟାସେଜ ଆକାରରେ ଆସେ । ଏହା ସହ ସେ ଇଚ୍ଛାକରୁଥିବା ଚ୍ୟାନେଲଟିକୁ ଦେଖିପାରେ ।

କାର୍ଯ୍ୟକାରିତା ଉଦାହରଣ

ସଂଯୋଗ – ହାଇପର ଲିଙ୍କ

ରମେଶ ଏକ  ଇ କମର୍ଶ କମ୍ପାନୀରୁ କିଛି କିଣିବା ସମୟରେ ନିଜର ପସନ୍ଦ ଚିହ୍ନଟ କରିବାପରେ କ୍ରୟ ପାଇଁ  ଆଦେଶ ଦିଏ । ଏଥିସହ ପୋର୍ଟାଲ କ୍ରୟର ବିବରଣୀ, ଦେୟ ଅର୍ଥ ଏବଂ ରମେଶର ଜମାଖତା ବିବରଣୀ ପ୍ରଦର୍ଶିତ କରିବା ସହ କେତେକ ସୁରକ୍ଷା ପ୍ରଶ୍ନର  ଠିକ୍ ଉତ୍ତର ମିଳିବାପରେ କ୍ରୟ ପ୍ରକ୍ରିୟା ସମ୍ପୁର୍ଣ୍ଣ କରେ ।

ଉଦାହରଣ – upi://paypa=zeeshan@npci&pn=Zeeshan%Khan&mc=0000&tid=cxnkjcnkjdfdvjndkjfvn&tr=4894398 cndhcd23&tn=Pay%to%rohit%stores&am=1010&cu=INR&refUrl=https://rohit.com/orderid=9298yw 89e8973e87389e78923ue892

ଉପରୋକ୍ତ ଆବଶ୍ୟକ ଲିଙ୍କଟିକୁ ବ୍ୟବହାର କରି ନିଜର ଦେୟ ବିଷୟରେ ସୂଚନା ଭରି, ପୈଠ ପାଇଁ ଅନ୍ୟାନ୍ୟ ସୁରକ୍ଷା ସୂଚନାଦେଇ ନିଜର ଅର୍ଡର ଦେଇପାରେ । ଏହାଦ୍ୱାରା ବିନା ଝମେଲାରେ ଦେୟ ପୈଠ କରି ସେବା ନେଇ ହୁଏ ।

କ୍ୟୁଆରକୋର୍ଡ଼ (QR କୋର୍ଡ)

ଏକ ଧଳା ପଟଳରେ ଅଙ୍କାଯାଇଥିବା କଳା ଛାପର ଆକାରକୁ ବିଭିନ୍ନ କ୍ୟୁ ଆର କୋର୍ଡ ପ୍ରସ୍ତୁତ କରାଯାଏ । ଏହି କାଚିଂ ପଦ୍ଧତିରେ ଚାରି ପ୍ରକାର ଆକୃତିର ବ୍ୟବହାର ହୁଏ ଯଥା - ଅଙ୍କ, ବାଇଟ,ବାଇନାରୀ ଏକୀକୃତ ପୈଠ ବ୍ୟବସ୍ଥା ମାଧ୍ୟମରେ ନେଣଦେଣ କରୁଥିବା କମ୍ପାନୀ ମାନେ ସହଜରେ ଆର୍ଥିକ କାରବାର କରିପାରିବେ ।

ଉଦାହରଣ –

upi://paypa=zeeshan@npci&pn=Zeeshan%Khan&mc=0000&tid=cxnkjcnkjdfdvjndkjfvn&tr=4894398 cndhcd23&tn=Pay%to%rohit%stores&am=1010&cu=INR&refUrl=https://rohit.com/orderid=9298 yw 89e8973e87389e78923ue892

NOTE to PSPs : QR codeର ଉପକାରିତାକୁ ଦେଖି ଏହାର ବହୁତ ବ୍ୟବହାର ପାଇଁ ଏକୀକୃତ ପୈଠ ବ୍ୟବସ୍ଥା ଗ୍ରହଣ କରୁଥିବା କମ୍ପାନୀମାନେ ଏହାକୁ ଏକ ସହଜ ବିକଳ୍ପ ଭାବେ ଗ୍ରହଣ କରୁଛନ୍ତି ।

ଅନ୍ୟାନ୍ୟ

ଏକୀକୃତ ପୈଠ ବ୍ୟବସ୍ଥା ନୂତନ ପ୍ରୟୋଗ ଏବଂ ସହଜ ପ୍ରଣାଳୀ ଉପରେ ଗୁରୁତ୍ଵ ଦେଇ ଆସୁଛି । ସହଜରେ  ଦେଣଲେଣକୁ  ସମ୍ପାଦନ କରାଇ  ଏକ ମୁଦ୍ରା ବିହୀନ ଅର୍ଥନିତୀକୁ ଗଢିବାରେ NICI କାର୍ଯ୍ୟକରୁଛି । ଏକ ବିଶେଷ ଧରଣର ଶବ୍ଦ ବ୍ୟବହାର ଦ୍ଵାରା ମଧ୍ୟ ଏହି ପ୍ରକ୍ରିୟାକୁ ସୁରକ୍ଷିତ ଏବଂ ଉପଯୋଗୀ କରିବା ପାଇଁ ଚେଷ୍ଟା ଚାଲିଛି । ଏକୀକୃତ ପୈଠ ବ୍ୟବସ୍ଥା ନୂତନ କୌଶଳ ଓ ପଦ୍ଧତି ବିକାଶପାଇଁ ଚେଷ୍ଟା କରୁଛି । ଉପୋଭକ୍ତା ପାଇଁ ନେଣଦେଣ ସହଜ କରିବା ଏହାର ଅନ୍ୟତମ ଲକ୍ଷ୍ୟ । QR କୋର୍ଡର ବ୍ୟବହାର ଦ୍ଵାରା ଆର୍ଥିକ କାରବାର ଆଗକୁ ଆହୁରି ଉପଯୋଗୀ ଏବଂ ସହଜ ହେବ ।

ଆଧାର - ଭାରତୀୟ ଜାତୀୟ ଭୋକତାନ ନିଗମ

2.96428571429
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top