ହୋମ / ଇ-ଗଭର୍ଣ୍ଣ।ନ୍ସ / ଡିଜିଟାଲ୍ ଦେୟପୈଠ / କାର୍ଡ ଏବଂ ଅଙ୍କୀୟ ଦେୟ-ପୈଠକୁ ପ୍ରୋତ୍ସାହନ
ସେଆର କରନ୍ତୁ

କାର୍ଡ ଏବଂ ଅଙ୍କୀୟ ଦେୟ-ପୈଠକୁ ପ୍ରୋତ୍ସାହନ

ଗ୍ରାହକଙ୍କ ଦ୍ଵାରା ଇଲେକ୍ଟ୍ରୋନିକ ମାଧ୍ୟମରେ ଦେୟ ପଇଠକୁ ଅଙ୍କୀୟ ନେଣ-ଦେଣ କୁହାଯାଏ ଏବଂ ଏଥିରେ ସିଧା ସଳଖ ଏକାଉଣ୍ଟ ରୁ ଏକାଉଣ୍ଟ କୁ ବିତ୍ତ ସ୍ଥାନାନ୍ତରଣ ହୋଇଥାଏ ।

ଉପକ୍ରମ

ଗ୍ରାହକଙ୍କ ଦ୍ଵାରା ଇଲେକ୍ଟ୍ରୋନିକ ମାଧ୍ୟମରେ ଦେୟ ପୈଠକୁ ଅଙ୍କୀୟ ନେଣ-ଦେଣ କୁହାଯାଏ  ଏବଂ ଏଥିରେ ସିଧା ସଳଖ ଏକାଉଣ୍ଟ ରୁ ଏକାଉଣ୍ଟ କୁ ବିତ୍ତ ସ୍ଥାନାନ୍ତରଣ ହୋଇଥାଏ । ଏହି ଏକାଉଣ୍ଟ ବ୍ୟାଙ୍କରେ କିମ୍ବା ଅନ୍ୟ କୌଣସି ସେବା ପ୍ରଦାନକାରୀଙ୍କ ପାଖରେ ଖୋଲା ଯାଇପାରେ । ଏହି ସ୍ଥାନାନ୍ତରଣ ଡେବିଟ/କ୍ରେଡିଟ କାର୍ଡ, ମୋବାଇଲ, ୱାଲେଟ, ନେଟ୍ ବ୍ୟାଙ୍କିଙ୍ଗ, Electronic Clearance Service (ECS), National Electronic Fund Transfer System (NEFT), IMPS, ପୂର୍ବ-ଦତ୍ତ ଉପକରଣ କିମ୍ବା ଅନ୍ୟ କୌଣସି ମାଧ୍ୟମ ଦ୍ଵାରା କରାଯାଇ ପରେ ।

ଉଦ୍ଦେଶ୍ୟ

  • ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରେ କାର୍ଡ ଭିତ୍ତିକ/ ଅଙ୍କୀୟ ନେଣ-ଦେଣ ସୁବିଧାର ବିକାଶ ।
  • ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରେ ନଗଦ କାରବାର ର ସଙ୍କଟ ଓ ମୂଲ୍ୟ କମ୍ କରିବା ।
  • ଅର୍ଥନୈତିକ ବ୍ୟବସ୍ଥାରେ ନଗଦ ପରିଚାଳନାର ମୂଲ୍ୟ କମ୍ କରିବା ।
  • ଏକ ନେଣ-ଦେଣ ପ୍ରକ୍ରିୟାର ଇତିହାସ ତିଆରି କରି ଋଣ ଉପଲବ୍ଧି ଓ ଆର୍ଥିକ ଅନ୍ତର୍ଭୂକ୍ତି ନିଶ୍ଚିତ କରିବା ।
  • ଟିକସ ଫାଙ୍କି ରୋକିବା ଓ ନକଲି ମୁଦ୍ରା ପ୍ରଚଳନ ବନ୍ଦ କରିବା ।

ବିସ୍ତାର

  • ବିତ୍ତୀୟ ଦେୟ ପୈଠ ସେବାକୁ ଅଭିଗମ୍ୟତା ଓ ପ୍ରତ୍ୟେକ ନାଗରିକଙ୍କୁ  କାର୍ଡ ଭିତ୍ତିକ/ ଅଙ୍କୀୟ ନେଣ-ଦେଣ ସୁବିଧାର ଉପଯୋଗ ପାଇଁ ଯୋଗ୍ୟ କରିବା ।
  • ପ୍ରତ୍ୟେକ ସଂଗ୍ରହ ସ୍ଥଳକୁ କାର୍ଡ ଭିତ୍ତିକ/ ଅଙ୍କୀୟ ନେଣ-ଦେଣ ପାଇଁ ସଜ୍ଜିତ କରି ସରକାରୀ ସଂଗ୍ରହଗୁଡିକୁ ଅଙ୍କିକୃତ କରିବା
  • ନେଣ-ଦେଣ କାରବାରକୁ ଅଧିକ ଅଙ୍କୀୟ କରିବାକୁ ପ୍ରୋତ୍ସାହିତ କରି ନଗଦ କାରବାରକୁ ଯେତେ ସମ୍ଭବ କମ୍ କରିବା ।
  • ଦେଶରେ ଗ୍ରହଣିୟତା ଭୂମିକାରୂପ ବ୍ୟବସ୍ଥା ବୃଦ୍ଧି ଓ ଅଙ୍କୀୟ ନେଣ-ଦେଣକୁ ପ୍ରୋତ୍ସାହନ ।
  • ନିଗମ, ସଂସ୍ଥା ଓ ବ୍ୟବସାୟୀମାନଙ୍କ ଦ୍ଵାରା କାର୍ଡ ଭିତ୍ତିକ/ ଅଙ୍କୀୟ ନେଣ-ଦେଣ ପାଇଁ ପ୍ରୋତ୍ସାହନ ।

ଲକ୍ଷ

ସରକାରୀ, ନିୟମିତ ବ୍ୟବସାୟୀକ କାରବାରର ଆର୍ଥିକ କାରବାରରେ ନଗଦ ବଦଳରେ ଏକ ସମୟ ସୀମା ମଧ୍ୟରେ କାର୍ଡ ଭିତ୍ତିକ/ ଅଙ୍କୀୟ ନେଣ-ଦେଣକୁ ପ୍ରୋତ୍ସାହିତ କରିବା  ଏହି ଯୋଜନାର ଲକ୍ଷ ।

ସ୍ୱଳ୍ପ ଅବଧି ପଦକ୍ଷେପ

  • କାର୍ଡ ଏବଂ ଅଙ୍କୀୟ ଦେୟ ପୈଠକୁ ପ୍ରୋତ୍ସାହନ ନିମନ୍ତେ ଏକ ବର୍ଷ ମଧ୍ୟରେ ସ୍ୱଳ୍ପ ଅବଧି ପଦକ୍ଷେପ ଗୁଡିକ ହେଲା:
  • ସରକାରୀ ଦେୟ-ପୈଠ ଓ ସଂଗ୍ରହ କ୍ଷେତ୍ରରେ  କାର୍ଡ ଭିତ୍ତିକ/ ଅଙ୍କୀୟ ନେଣ-ଦେଣକୁ ପ୍ରୋତ୍ସାହନ :

ସରକାରୀ ବିଭାଗ/ ସଂସ୍ଥା/ କେନ୍ଦ୍ରୀୟ ସର୍ବସାଧାରଣ ଉପକ୍ରମ ମାନେ ନିମ୍ନୋକ୍ତ ପଦକ୍ଷେପ ମାନ ନେବେ:

  1. ଜରୁରୀ ସାମଗ୍ରୀ କିଣିବାପାଇଁ, ଉପଯୋଜ୍ୟ ସେବାପ୍ରଦାନ କାରୀଙ୍କୁ ଦେୟ ପାଇଁ, ସଂଗ୍ରହାଳୟକୁ ତଥା ସ୍ମାରକୀକୁ ଯିବା ପାଇଁ, ପେଟ୍ରୋଲ ପମ୍ପରେ ଦେବା ପାଇଁ, ଗ୍ୟାସ ସଂସ୍ଥାକୁ ଦେବା ପାଇଁ, ରେଳବାଇ ଟିକେଟ ପାଇଁ, କର ଦେବା ପାଇଁ ଯେଉଁ ଗ୍ରାହକ ମାନେ କାର୍ଡ ଭିତ୍ତିକ/ ଅଙ୍କୀୟ ନେଣ-ଦେଣ ପସନ୍ଦ କରୁଛନ୍ତି, ସେମାନଙ୍କ ପାଇଁ ସେବା ଦେୟ ଛାଡ କରିବା,
  2. MDR ମୂଲ୍ୟ ବହନ କରିବା ପାଇଁ ଉପଯୁକ୍ତ ପଦକ୍ଷେପ ନେବା, ଓ
  3. ପ୍ରତ୍ୟେକ POS ପାଇଁ ଉପଯୁକ୍ତ ଗ୍ରହଣିୟତା ଭୂମିକାରୂପ ବ୍ୟବସ୍ଥା ବୃଦ୍ଧି କରିବା ।
  • ଭୁପୃଷ୍ଠ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ, ଗ୍ରାମ୍ୟ ଉନ୍ନତି ମନ୍ତ୍ରାଳୟ ଏହା ବ୍ୟାଙ୍କ ପ୍ରଦତ୍ତ one-loop ବ୍ୟବସ୍ଥା ଓ ପାରଗମନ ଦେୟ-ପୈଠକୁ ଏକ ସମର୍ପିତ ଦରଖାସ୍ତ ସହ ବହୁମୂଖୀ ଉପଯୋଗୀତା ପାଇଁ ସୁବିଧାଜନକ କରିବେ ।
  • ଆର୍ଥିକ ସେବା ବିଭାଗ / ଭାରତୀୟ ରିଜର୍ଭ ବ୍ୟାଙ୍କ ନିଶ୍ଚିତ କରିବେ ଯେ PMJDY ଅନ୍ତର୍ଗତ ସମସ୍ତ ଯୋଗ୍ୟ ଏକାଉଣ୍ଟଧାରୀ ମାନଙ୍କୁ Ru-Pay କାର୍ଡ ସେବା ସହ  ଅନ୍ୟାନ୍ୟ ଅଙ୍କିୟ ବିତ୍ତୀୟ ସେବା ମଧ୍ୟ ପ୍ରାପ୍ତ ହେଉ ।
  • ଇଲେକ୍ଟ୍ରୋନିକ୍ ଏବଂ ସୂଚନା ପ୍ରଯୁକ୍ତି ବିଭାଗ, ସରକାରୀ ବିଭାଗ/ ସଂସ୍ଥା ଗୁଡିକ ଯେପରି ଏକ ନିର୍ଦ୍ଦିଷ୍ଟ ସୀମା ପରେ ସମସ୍ତ ଦେୟ-ପୈଠ କାର୍ଡ ଭିତ୍ତିକ/ ଅଙ୍କୀୟ ନେଣ-ଦେଣ PayGovIndia କିମ୍ବା ଅନ୍ୟ ସାଧନ ଦ୍ଵାରା ଦ୍ଵାରା ସମାପନ ହୁଏ, ସେଥି ପାଇଁ ଭୂମିକାରୂପ ବ୍ୟବସ୍ଥା ସହ ଏକ କାର୍ଯ୍ୟଯୋଜନା ନିରୂପିତ କରିବ ।
  • ଇଲେକ୍ଟ୍ରୋନିକ୍ ଏବଂ ସୂଚନା ପ୍ରଯୁକ୍ତି ବିଭାଗ,  PayGovIndia  କୁ ଏକ ‘ଏକତ୍ରୀକୃତ ପୋର୍ଟାଲ” ଭାବେ କେନ୍ଦ୍ର, ରାଜ୍ୟ ତଥା ସାର୍ବଜନୀକ କ୍ଷେତ୍ର ଉପକ୍ରମ ରେ ସମସ୍ତ ସଂଗ୍ରହପାଇଁ ବ୍ୟବହାର କରିବାକୁ ଏକ ଭୁମିକାରୁପ ବ୍ୟବସ୍ଥା କରିବ ।

କାର୍ଡ ଏବଂ ଅଙ୍କୀୟ ଦେୟ-ପୈଠ ବ୍ୟବସ୍ଥାର ବ୍ୟାପକ ଗ୍ରହଣିୟତା

ଆର୍ଥିକ ସେବା ବିଭାଗ / ଭାରତୀୟ ରିଜର୍ଭ ବ୍ୟାଙ୍କ ନିମ୍ନୋକ୍ତ ପଦକ୍ଷେପ ନେବେ:

  • କାର୍ଡ ଦ୍ଵାରା ନେଣ-ଦେଣ ଉପରେ MDR ରିହାତି ପ୍ରଦାନ
  • କିଛି ବିଶିଷ୍ଟ କାରବାର କ୍ଷେତ୍ର ପାଇଁ ଯଥା ଉପଯୋଜ୍ୟ ପଦାର୍ଥ ପାଇଁ ଦେୟ, ରେଳବାଇ ଟିକେଟ, ଇତ୍ୟାଦି ପାଇଁ ସମସ୍ତ ହିତାଧିକାରୀଙ୍କ ସହ ଏକ ପୃଥକୀକୃତ MDR ପ୍ରଚଳନ
  • ଦୁରସଞ୍ଚାର ବିଭାଗ ଓ ଅର୍ଥନୈତିକ ବିଭାଗ ଏକ ଏକତ୍ରୀକୃତ USSD ମଞ୍ଚ ତିଆରି କରିବେ ଯଦ୍ୱାରା ସମସ୍ତ ନେଣ-ଦେଣ କାରବାର ତ୍ୱରାନ୍ୱିତ ହୋଇ ପାରିବ

ସଚେତନତା ଓ ପରିବେଦନା ନିବାରଣ

  • ଦୂରସଞ୍ଚାର ବିଭାଗ ଓ ଅର୍ଥନୈତିକ ବିଭାଗ ନିମ୍ନୋକ୍ତ ପଦକ୍ଷେପ ନେବେ:
    • କୌଣସି ଧୋଖା ଆଧାରିତ ନେଣ-ଦେଣ ରେ ଗ୍ରାହକଙ୍କ ଏକାଉଣ୍ଟରେ ସେହି ରାଶି ପୁଣି ଜମା ହୋଇଯିବ ଏବଂ ଅନୁସନ୍ଧାନ ପରେ ପୁଣି ଚାଲୁ କରାଯିବ ।
    • ବ୍ୟାଙ୍କ ର ombudsman ଗ୍ରାହକ ମାନଙ୍କୁ ସେମାନଙ୍କ ବିଶ୍ଵାସ ଫେରେଇଆଣିବାକୁ ଚେଷ୍ଟିତ ହେବେ ।
    • କାର୍ଡ ଦ୍ଵାରା ନେଣ-ଦେଣ ଉପରେ ଏକ ଗ୍ରାହକ ସୁରକ୍ଷା ନୀତି ଗ୍ରହଣ କରିବାକୁ ପଡିବ

    ମଧ୍ୟମ ଅବଧି ପଦକ୍ଷେପ

    କାର୍ଡ ଏବଂ ଇଲେକ୍ଟ୍ରୋନିକ ମଧ୍ୟମ ରେ ନେଣ-ଦେଣ ପାଇଁ ଦୁଇ ବର୍ଷ ମଧ୍ୟରେ ନିମ୍ନୋକ୍ତ ପଦ୍ଧତ୍ତି ମାନ ଗ୍ରହଣ କରାଯାଇପାରେ:

    • ଆର୍ଥିକ ସେବା ବିଭାଗ / ଭାରତୀୟ ରିଜର୍ଭ ବ୍ୟାଙ୍କ ବ୍ୟବସାୟୀକ ନେଣ-ଦେଣ ପାଇଁ ବିଭିନ୍ନ ଦେୟକର୍ତା ଓ ଗ୍ରହିତା (ଟେଲିକମ୍, ଇଣ୍ଟର୍ନେଟ, ପୂର୍ବ-ଦତ୍ତ ସାଧନ ପ୍ରଦାନକାରୀ, ଇତ୍ୟାଦି ମାନଙ୍କ ପାଇଁ ଏକ ଆନ୍ତଃ-ମେରୁ ମାର୍ଗଦର୍ଶିକା ପ୍ରସ୍ତୁତ କରିବେ।
    • ଅର୍ଥନୈତିକ ବିଭାଗ ଏକ ବା ତଦୁର୍ଦ୍ଵ କମିଟି ଗଠନ କରିବେ ଯେଉଁଥିରେ ପ୍ରମୁଖ ହିତାଧିକାରୀ, ଭାରତୀୟ ରିଜର୍ଭ ବ୍ୟାଙ୍କର ପ୍ରତିନିଧି ଏବଂ ସମ୍ବନ୍ଧିତ ସରକାରୀ ଅଧିକାରୀ ସଭ୍ୟ ରହି ଏହି କାର୍ଯ୍ୟର ସମୀକ୍ଷା କରିବେ । ଏହି କମିଟିରେ ଅନ୍ୟ କାର୍ଯ୍ୟସହ ନିମ୍ନୋକ୍ତ ବିଷୟ ମଧ୍ୟ ଆଲୋଚିତ ହେବ ।
      1. ଯଦି ଦରକାର ପଡେ, ଶୋଧନ ଏବଂ ଉପନିବେଶ ପାଇଁ PSS  ଅଧିନିୟମ ଅନୁଯାୟୀ ଏକ ନିୟାମକ କାର୍ଯ୍ୟବିଧି ପ୍ରସ୍ତୁତି
      2. Leverage ପାଇଁ ଏକ ଅଦ୍ଵିତ୍ଵିୟ ପରିଚୟ ନମ୍ବର କିମ୍ବା ଅନ୍ୟ କୌଣସି ପରିଚୟ ପତ୍ର ଦ୍ଵାରା ଅଙ୍କିୟ  ନେଣ-ଦେଣ ନିମନ୍ତେ ଏକ କେନ୍ଦ୍ରୀଭୂତ KYC (ଗ୍ରହକଙ୍କୁ ଚିହ୍ନନ୍ତୁ) ପ୍ରକ୍ରିୟା ଆରମ୍ଭ ।
      3. Payment Gateway ପାଇଁ ଏକ “ଏକକ ଝରକା ପ୍ରଣାଳୀ” ବିକଶିତ କରିବ ଯେଉଁଥିରେ ସମସ୍ତ ପ୍ରକାରର ନେଣ-ଦେଣ ହୋଇପାରିବ ।
    • ଆର୍ଥିକ ସେବା ବିଭାଗ / ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ଵେତ ପ୍ରାମାଣିକରଣ ବ୍ୟବସ୍ଥା କୁ ‘କାର୍ଡ ଅଛି - କାର୍ଡ ନାହିଁ’ ନେଣ-ଦେଣ ନିମନ୍ତେ ଏକ ନିର୍ଦିଷ୍ଟ ସୀମା ତଳକୁ କିଛି ମାତ୍ରାରେ ଢିଲା କରିବେ । ଆର୍ଥିକ ସେବା ବିଭାଗ / ଭାରତୀୟ ରିଜର୍ଭ ବ୍ୟାଙ୍କ ଏକ ବହୁ ସ୍ତରୀୟ ପ୍ରାମାଣିକରଣ ବ୍ୟବସ୍ଥା ପ୍ରଚଳନ କରିବେ ।
    • ରାଜସ୍ୱ ବିଭାଗ ଦ୍ଵିଗୁଣ ଟିକସ ଆଦାୟ ବନ୍ଦ କରିବ

    ଆଧାର - ଅର୍ଥ ମନ୍ତ୍ରାଳୟ, ଅର୍ଥନୈତିକ କାର୍ଯ୍ୟ ବିଭାଗ

2.89285714286
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top