ସେଆର କରନ୍ତୁ

ସୂଚନା ଅଧିକାର ଅଧିନିୟମ

ସୂଚନା ଅଧିକାର ସମ୍ବନ୍ଧରେ ଜରୁରୀ ତଥ୍ୟ ଏହି ପୋର୍ଟାଲରେ ପାଇପାରିବେ

2005 ର ସଂ 22

ସରକାରୀ କର୍ତ୍ତୁପକ୍ଷ ଙ୍କ ନିୟନ୍ତ୍ରନରେ ଥିବା ତଥ୍ୟ ସମୂହର ସୂଚନା ସଂଗ୍ରହ ପାଇଁ ନାଗରିକମାନଙ୍କ ଅଧିକାରକୁ ରୂପାୟନ କରାଇ ସେମାନଙ୍କୁ ସୂଚନା ଅଧିକାର ପ୍ରଦାନର ଏକ ବାସ୍ତବବାଦୀ ଶାସନ ପ୍ରଣାଳୀର ଅୟମାରମ୍ଭ କରିବା ଉଦ୍ଦେଶ୍ୟରେ ତଥା ସମସ୍ତ ସ୍ତରରେ କାର୍ଯ୍ୟରତ ସରକାରୀ ଅଧିକାରୀମାନଙ୍କ ସ୍ଵଚ୍ଛତା ଏବଂ ଉତ୍ତରଦାୟିତ୍ଵକୁ ପ୍ରୋସ୍ଥାହିତ  କରିବା ସକାଶେ, କେନ୍ଦ୍ରୀୟ ସୂଚନା ଆୟୋଗ ଓ ରାଜ୍ୟ ସୂଚନା ଆୟୋଗଗୁଡିକର ଗଠନ ଓ ଏଥିସହ ସମ୍ପୃକ୍ତ ବା ଆନୁଷଙ୍ଗିକ ବିଷୟଗୁଡିକ ନିମନ୍ତେ ବ୍ୟବସ୍ଥା କରିବା ସକାଶେ ଏକ ଅଧିନିୟମ ।

ଯେହେତୁ ଭାରତର ସମ୍ବିଧାନ ଏକ ଗଣତାନ୍ତିକ ସାଧାରନତନ୍ତ୍ର ପ୍ରତିଷ୍ଠା କରିଛି :

ଏବଂ ଯେହେତୁ ଗଣତନ୍ତ୍ର, ବିଜ୍ଞ ନାଗରିକ ଓ ସୂଚନା ସ୍ଵଚ୍ଚତା ଆବଶ୍ୟକତ କରେ ଯାହାକି ଏହାର କାର୍ଯ୍ୟକାରିତା ଓ ଏଥିସହିତ ଦୁର୍ନୀତିର ନିରାକରଣ ତଥା ସରକାର ଓ ଏହାର ପରିକରଣଗୁଡିକ ଶାସିତମାନଙ୍କ ନିକଟରେ ଉତ୍ତରଦାୟୀ କରାଇବା ନିମନ୍ତେ ଅପରିହାର୍ଜ୍ୟ ;

ଏବଂ ଯେହେତୁ ବାସ୍ତବ କ୍ଷେତ୍ରରେ ସୂଚନାର ପ୍ରକଟିକରଣ ସରକାର ଦକ୍ଷ କାର୍ଯ୍ୟ ସମ୍ପାଦନ, ସୀମିତ ରାଜସ୍ୱ ସମ୍ବଳ ସର୍ବୋତ୍ତମ ଉପଯୋଗ ଏବଂ ସମ୍ବେଦନଶୀଳ ସୂଚନାର ଗୋପନୀୟତା ରକ୍ଷା କରିବା ସହ ଅନ୍ୟାନ୍ୟ ସାଧାରଣ ସ୍ଵାର୍ଥ ସମୂହର ସମ୍ଭାବ୍ୟ ବିରୁଦ୍ଧାଚରଣ କରିପାରେ ;

ଏବଂ ଯେହେତୁ ଏସବୁ ପରସ୍ପର ବିରୋଧୀ ସ୍ବାର୍ଥକୁ ଗଣତନ୍ତିକ ଆଦର୍ଶର ସର୍ବୋତ୍ତମତା ସହ ସମ୍ପର୍କ ସ୍ଥାପନ କରିବା ଆବଶ୍ୟକ ;

ତେଣୁ ବର୍ତ୍ତମାନ ଇଚ୍ଚୁକ ବ୍ୟକ୍ତି ବିଶେଷଙ୍କୁ ନିର୍ଦ୍ଧିଷ୍ଟ କେତେକ ସୂଚନା ପ୍ରଦାନ କରିବା ସମୀଚୀନ ;

ଭାରତ ଗଣରାଜ୍ୟର ଛପନତମ ବର୍ଷରେ ସଂସଦ ଦ୍ଵାରା ନିମ୍ନମତେ ଅଧିନିୟମିତ ଦେଉ –

ଅଧ୍ୟାୟ 1

ପ୍ରାରମ୍ଭିକ

1.(1) ଏହି ଅଧିନିୟମ , ସୂଚନାର ଅଧିକାର ଅଧିନିୟମ , 2005 ନାମରେ ଅଭିହିତ ହେବ

(2) ଜାମ୍ମୁ ଓ କାଶ୍ମୀର ରାଜ୍ୟ ବ୍ୟତୀତ ସମଗ୍ର ଭାରତବର୍ଷ ପ୍ରତି ଏହି ଅଧିନିୟମ ବିସ୍ତୁତ ହେବ ।

(3) ଧାରା 4 ଧାରା ର ଉପଧାରା (1) ଧାରା 5ର ଉପଧାରା (1)ଓ (2) ଧାରା 12,13,15,16,24,27,ଏବଂ 28ର ବ୍ୟବସ୍ଥା ଗୁଡ଼ିକ ତୁରନ୍ତ ବଳବତ୍ତର ହେବ ଏବଂ ଏହି ଅଧିନିୟମ ଅବଶିଷ୍ଟ ବ୍ୟବସ୍ଥା ଗୁଡ଼ିକ, ଅଧିନିୟମ ପ୍ରଣିତ ହେବାର ଏକଶତ କୋଡିଏତମ ଦିବସରେ ବଳବତ୍ତର ହେବ ।

2 .ପ୍ରସଙ୍ଗ ଅନ୍ୟଥା ଆବଶ୍ୟକ କରୁ ନଥିଲେ , ଏହି ଅଧିନିୟମରେ –

(କ)ଏକ କର୍ତ୍ତୁପକ୍ଷ ସମ୍ପର୍କରେ “ସମୁଚିତ ସରକାର “ ଅର୍ଥ –

 

  • I.            ଯେଉଁ କର୍ତ୍ତୁପକ୍ଷ, କେନ୍ଦ୍ରସରକାର ବା କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନିକ ଦ୍ଵାରା ପ୍ରତିଷ୍ଠିତ , ଗଠିତ, ମାଲିକାନା , ପ୍ରାପ୍ତ ନିୟନ୍ତ୍ରଣ ବା ପ୍ରତ୍ୟକ୍ଷ ଭାବରେ ଆର୍ଥିକ ସହାୟତା ପ୍ରାପ୍ତ ହୋଇଥାଏ , ସେ କ୍ଷେତ୍ରରେ କେନ୍ଦ୍ର ସରକାର ।
  • II.            ଯେଉଁ ସରକାରୀ କର୍ତ୍ତୁପକ୍ଷ, ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରତିଷ୍ଟିତ ଗଠିତ, ମାଲିକାନା ପ୍ରାପ୍ତ, ନିୟନ୍ତ୍ରଣ ବା ପ୍ରତେକ୍ଷ ଭାବେ ପରୋକ୍ଷ ଭାବେ ଅର୍ଥାତ ସହାୟତା ପ୍ରାପ୍ତ ହୋଇଥାଏ, କ୍ଷେତରେ ରାଜ୍ୟ ସରକାର ;
  •  

    (ଖ) “ କେନ୍ଦ୍ରୀୟ ସୂଚନା ଆୟୋଗ” ଅର୍ଥ ଧାରା 12 ର ଉପଧାରା (1) ଅନୁଯାୟୀ ଗଠିତ କେନ୍ଦ୍ରୀୟ ସୂଚନା ଆୟୋଗ ।

    (ଗ) “ କେନ୍ଦ୍ରୀୟ ସୂଚନା ଆୟୋଗ” ଅର୍ଥ ଧାରା 5 ର ଉପଧାରା (1) ଅନୁଯାୟୀ ପାଦନାମିତ କେନ୍ଦ୍ରୀୟ ଲୋକ ସୂଚନା ଅଧିକାରୀ ଏବଂ ଉକ୍ତ ଧାରାର ଉପଧାରା (2) ଅନୁଯାୟୀ ପାଦନାମିତ କେନ୍ଦ୍ରୀୟ ସହାୟକ ଲୋକ ସୂଚନା ଅଧିକାରୀ ମଧ୍ୟ ଏହାର ଅନ୍ତର୍ଭୁକ୍ତ ;

    (ଘ) “ ମୁଖ୍ୟ ସୂଚନା ଆୟୁକ୍ତ” ଓ “ସୂଚନା ଆୟୁକ୍ତ” ଅର୍ଥ ଧାରା 12 ର ଉପଧାରା (3) ଅନୁଯାୟୀ ନିଯୁକ୍ତି ମୁଖ୍ୟ ସୂଚନା ଆୟୁକ୍ତ ଓ ସୂଚନା ଆୟୁକ୍ତ ।

    (ଙ) “ସକ୍ଷମ କର୍ତ୍ତୁପକ୍ଷ” ଅର୍ଥ-

     

  • I.            ଲୋକସଭା କିମ୍ବା ରାଜ୍ୟ ବିଧାନସଭା କିମ୍ବା କେନ୍ଦ୍ରଶାସିତ ଅଞ୍ଚଳ ଯାହାର କି ଏପରି ବିଧାନସଭା ଅଛି ସେ କ୍ଷେତ୍ରରେ ତାହାର ବାଚସ୍ପତି ଏବଂ ରାଜ୍ୟ ପରିଷଦ କିମ୍ବା ଏକ ରାଜ୍ୟର ବିଧାନ ପରିଷଦ କ୍ଷେତ୍ରରେ, ତାହାର ଅଧକ୍ଷ୍ୟ ।
  • II.            ଉଚ୍ଚତମ ନ୍ୟାୟାଳୟ କ୍ଷେତ୍ରରେ ଭାରତର ମୁଖ୍ୟ ବିଚାରପତି ।
  • III.            ଏକ ଉଚ୍ଚତମ ନ୍ୟାୟାଳୟ କ୍ଷେତ୍ରରେ ଉଚ୍ଚତମ ନ୍ୟାୟାଳୟ ମୁଖ୍ୟ ବିଚାରପତି ।
  • IV.            ସମ୍ବିଧାନ ଦ୍ଵାରା କିମ୍ବା ସମ୍ବିଧାନ ଅନୁଯାୟୀ ପ୍ରତିଷ୍ଠିତ କିମ୍ବା ଗଠିତ ଅନ୍ୟାନ୍ୟ କର୍ତ୍ତୁପକ୍ଷଙ୍କ କ୍ଷେତ୍ରରେ ଯଥାସ୍ଥିତି, ରାଷ୍ଟ୍ରପତି କିମ୍ବା ରାଜ୍ୟପାଳ ।
  • V.            ସମ୍ବିଧାନର ଅଣୁଚ୍ଛେଦ 239 ଅନୁଯାୟୀ ନିଯୁକ୍ତ ପ୍ରଶାସନ ।
  •  

    (ଚ) “ସୂଚନା” ଅର୍ଥ ଯେକୌଣସି ପ୍ରକାରରେ ଯେକୌଣସି ଜିନିଷ ଏବଂ ଏଥିରେ ରେକର୍ଡ ,ଦସ୍ତାବିଜ , ମେମୋ, ଇ-ମେଲ, ମତାମତ, ପରାମର୍ଶ, ପ୍ରେସରିଲିଜ , କାଗଜପତ୍ର, ନମୁନା, ମଡେଲ, ଇଲୋକ୍ଟ୍ରୋନିକ, ବ୍ୟବସ୍ଥାରେ ଥିବା ତଥ୍ୟ ବଳିକୁ ଏବଂ ତତସହିତ ପ୍ରବୃତ ଅନ୍ୟ କୌଣସି ବିଧି ଅନୁଯାୟୀ ସରକାରୀ କର୍ତ୍ତୁପକ୍ଷଙ୍କ ଦ୍ଵାରା ପ୍ରାପ୍ତି ହୋଇପାରିବା ଭଳି ଯେକୋଣସି ବେସରକାରୀ ସଂସ୍ଥା ସମ୍ପ୍ରକିତ ସୂଚନା ମଧ୍ୟ ଅନ୍ତର୍ଭୁକ୍ତ ଅଟେ  ;

    (ଛ) “ ବିହିତ” ଅର୍ଥ ଯଥାସ୍ଥିତି, ସମୁଚିତ ସରକାର ବା ସକ୍ଷମ କର୍ତ୍ତୁପକ୍ଷଙ୍କ ଦ୍ଵାରା ଏଜୋ ଅଧିନିୟମ ଅନୁଯାୟୀ ପ୍ରଣିତ ନିୟାମାବଳି ଦ୍ଵାରା ବିହିତ।

    (ଜ) “ ସରକାର କର୍ତ୍ତୁପକ୍ଷ”  ଅର୍ଥ ଯେକୌଣସି କର୍ତ୍ତୁପକ୍ଷ ବା ସଂସ୍ଥା ବା ସ୍ୱାୟତ୍ତଶାସନ ଅନୁଷ୍ଠାନ ଯାହା ବି –

    (କ) ସମ୍ବିଧାନ ଦ୍ଵାରା ବା ସମ୍ବିଧାନ ଅନୁଯାୟୀ ;

    (ଖ) ସଂସଦ ଦ୍ଵାରା ପ୍ରଣିତ ଅନ୍ୟ କୌଣସି ବିଧି ଦ୍ଵାରା

    (ଗ) ରାଜ୍ୟ ବିଧାନ ମଣ୍ଡଳ ଦ୍ଵାରା ପ୍ରଣୀତ ଅନ୍ୟ କୌଣସି ବିଧି ଦ୍ଵାରା ।

    (ଘ) ସମୁଚିତ ସରକାରଙ୍କ ଦ୍ଵାରା ଜାରି ହୋଇଥିବା ଅଧିସୂଚନା ବା ଦିଆଯାଇଥିବା  ନିର୍ଦ୍ଦେଶନାମା ଦ୍ଵାରା ପ୍ରତିଷ୍ଠା ବା ଗଠନ କରାଯାଇଥିବା ଏବଂ ଏଥିରେ ନିନ୍ନୋକ୍ତ ସଂସ୍ଥାମାନ ମଧ୍ୟ ଅନ୍ତର୍ଭୁକ୍ତ –

     

  • I.             ସମୁଚିତ ସରକାରଙ୍କ ଦ୍ଵାରା ପ୍ରତେକ୍ଷ ଭାବରେ ବା ପରୋଖା ଭାବରେ ଅର୍ଥ ଯୋଗାଇ ଦିଆଯାଉଥିବା କୌଣସି ସ୍ଵମାଲିକାନା ପ୍ରାପ୍ତ , ସୁ ନିୟନ୍ତ୍ରିତ ବା ଆର୍ଥିକ ସହାୟତା ପ୍ରାପ୍ତ ନିକାୟ ;
  • II.            ସମୁଚିତ ସରକାରଙ୍କ ଦ୍ଵାରା ପ୍ରତେକ୍ଷ ଭାବରେ ବା ପରୋଖା ଭାବରେ ଅର୍ଥ ଯୋଗାଇ ଦିଆଯାଉଥିବା କୌଣସି ଅର୍ଥିକ ସହାୟତା ଯୋଗାଇ ବେସରକାରୀ ସଂଗଠନ ।
  •  

    (ଝ)’ ରେକର୍ଡ’ ଅର୍ଥ ଅନ୍ତର୍ଭୁକ୍ତ ହେବ –

     

  • I.            ଯେକୌଣସି ଦସ୍ତାବିଜ, ପାଣ୍ଡୁଲିପି ଏବଂ ନଥିପତ୍ର ।
  • II.            ଯେକୌଣସି ଦସ୍ତାବିଜ ମାଇକ୍ରୋଫିଲିମ , ମାଇକ୍ରୋଫିଚ ଏବଂ ପ୍ରତିଛବି ।
  • III.            ସେପରି ମାଇକ୍ରୋଫିଲିମରେ ଚିତ୍ରଣ ପ୍ରତିଛବି ବା ପ୍ରତିଛବି ଗୁଡିକର ଯେକୌଣସି ପୁନଃ ପ୍ରସ୍ତୁତି ଏବଂ ।
  • IV.            କମ୍ପ୍ୟୁଟର କିମ୍ବା ଅନ୍ୟ ଯେକୌଣସି ଯନ୍ତ୍ର ଦ୍ଵାରା ପ୍ରସ୍ତୁତ ଅନ୍ୟାନ୍ୟ ଜିନିଷ ;
  •  

    (ଞ) “ସୂଚନାର ଅଧିକାର” ଅର୍ଥ କୌଣସି ସରକାରୀ କର୍ତ୍ତୁପକ୍ଷ ରଖିଥିବା ବା ତାଙ୍କ ନିୟନ୍ତ୍ରନରେ ଥିବା ଏପରି କୌଣସି ସୂଚନା ଯାହାକି ଏହି ଅଧିନିୟମ ଅନୁଯାୟୀ ପ୍ରାପ୍ତ ହୋଇପାରିବ ଏବଂ ଏଥିରେ ନିମ୍ନଲିଖିତ ଅଧିକାରମାନ ଅନ୍ତର୍ଭୁକ୍ତ –

     

  • I.            କାର୍ଯ୍ୟ, ଦସ୍ତାବିଜ, ରେକର୍ଡ ନିରକ୍ଷଣ କରିବା ।
  • II.            ଦସ୍ତାବିଜ,ବା ରେକର୍ଡର ନୋଟ ଉଦ୍ଦୁତାଂଶ ବା ପ୍ରମାଣିତ ନକଲ ନେବା ।
  • III.            କୌଣସି ଜିନିଷ ର ପ୍ରାମାଣିକ ନମୁନା ଦେବା ।
  • IV.            ଯେବେ କମ୍ପ୍ୟୁଟର କିମ୍ବା ଅନ୍ୟ କୌଣସି ଯନ୍ତରରେ କୌଣସି ସୂଚନା ସଂରକ୍ଷିତ କରି ରକ୍ଷାଯାଇଥାଏ , ତେବେ ଉକ୍ତ ସଂରକ୍ଷିତ ସୂଚନାର ଡିସ୍କ, ଫ୍ଲପି , ଟେପ, ଭିଡିଓକ୍ୟାସେଟ  କିମ୍ବା ଅନ୍ୟ ଯେ କୌଣସି ଇଲୋକ୍ଟ୍ରୋନିକ ପଦ୍ଦତି କିମ୍ବା ଚାପା ନକଲ ଆକାରରେ ସୂଚନା, ନେବା ;
  •  

    (ଟ) “ରାଜ୍ୟ ସୂଚନା ଆୟୋଗ” ଅର୍ଥ ଧାରା  15 ର ଉପଧାରା (1) ଅନୁଯାୟୀ ଗଠିତ ରାଜ୍ୟ ସୂଚନା ଆୟୋଗ ।

    (ଠ) “ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ” ଏବଂ “ରାଜ୍ୟ ସୂଚନା ଆୟୁକ୍ତ”   ଅର୍ଥ ଧାରା 15ର ଉପଧାରା (3) ଅନୁଯାୟୀ ନିଯୁକ୍ତି ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ ଏବଂ ରାଜ୍ୟ ସୂଚନା ଆଉକ୍ତ ।

    (ଡ) “ତୃତୀୟ ପକ୍ଷ” ଅର୍ଥ ସୂଚନା ପାଇଁ ଅନୁରୋଧ କରୁଥିବା ନାଗରିକଙ୍କ ଭିନ୍ନ ଅନ୍ୟ ଜଣେ ବ୍ୟକ୍ତି ଏବଂ ଏକ ସରକାରୀ କର୍ତ୍ତୁପକ୍ଷ , ଏହାର ଅନ୍ତର୍ଭୁକ୍ତ

     

    ଅଧ୍ୟାୟ II

    ସୂଚନାର ଅଧିକାର ଏବଂ ସରକାରୀ କର୍ତ୍ତୁପକ୍ଷଙ୍କ କର୍ତ୍ତବ୍ୟ

    3. ଏହି ଅଧିନିୟମର ବ୍ୟବସ୍ଥାଗୁଡିକ ପ୍ରତିସାପେକ୍ଷ ରହି , ସମସ୍ତ ନାଗରିକଙ୍କର ସୂଚନା ପାଇବାର ଅଧିକାର ରହିଛି ।

    4. (1) ସମସ୍ତ ସରକାରୀ କର୍ତ୍ତୁପକ୍ଷ –

    (କ) ତାଙ୍କର ସମସ୍ତ ରେକର୍ଗୁଡିକୁ ସଠିକ କ୍ରମରେ ତାଲିକାଭୁକ୍ତ କରି ଏପରି ଭାବରେ ଓ ଏପରି ରୀତିରେ ସଜାଏ ରଖିବେ ଯେପରିକି ଏହି ଅଧିନିୟମ ଅନୁଯାୟୀ ସୂଚନା ଅଧିକାରକୁ ସହଜ ରେ କରାଯାଇପାରିବ  ଏବଂ ଆବଶ୍ୟକୀୟ ରେକର୍ଡଗୁଡିକ, ସମ୍ବଳକୁ ଦୁଷ୍ଟିରେ ରଖି ଯୁକ୍ତିଯୁକ୍ତ ସମୟସୀମା ମଧ୍ୟରେ କମ୍ପ୍ୟୁଟରୀକରଣ ବ୍ୟବସ୍ଥା କରିବେ , ତଥ୍ୟକୁ ସହଜରେ ପାଇବା ପାଇଁ ବିଭିନ୍ନ ବ୍ୟବସ୍ଥା ମାଧ୍ୟମରେ ସାରା ଦେଶରେ ନେଟୱର୍କ ଜାରିଆରେ ଏହାକୁ ପ୍ରସାର କରିବେ ।

    (ଖ) ଏହି ଅଧିନିୟମ ପ୍ରଣୀତ ହେବା ଦିନଠାରୁ ଏକଶତ କୋଡିଏ ଦିନ ମଧ୍ୟରେ ନିମ୍ନ ବିଷୟଗୁଡିକୁ ପ୍ରକାଶ କାରିବେ –

    • ନିଜ ସଂସ୍ଥାର ସବିଶେଷ ବିବରଣୀ, କୃତ୍ୟ ଏବଂ କର୍ତ୍ତବ୍ୟ ।
    • ଏହାର ଅଧିକାରୀ ବୃନ୍ଦ ଏବଂ କର୍ମଚାରୀମାନଙ୍କର କ୍ଷମତା ଓ କର୍ତ୍ତବ୍ୟ ।
    • ନିଷ୍ପତି ଗ୍ରହଣ ପ୍ରକ୍ରିୟାରେ ଅନୁଶ୍ରୁତ ପଦ୍ଦତି, ତଥା ତଦାରଖ ଓ ଉତ୍ତରଦାୟିତ୍ଵର ବିଭିନ୍ନ ସ୍ତର ।
    • ଏହାର କୃତ୍ୟ ସମ୍ପାଦନା ପାଇଁ ଧାର୍ଯ୍ୟ ରୀତି ।
    • ଏହାର ଅଧିକାରୀ ଏବଂ କର୍ମଚାରୀଙ୍କ ପଦବୀ ଓ ନାମ ପଞ୍ଜିକା ।
    • ଏହାର ସମସ୍ତ ଏଜେନ୍ସି ପାଇଁ ଆବଣ୍ଟନ ହୋଇଥିବା ବଜେଟ ଯହିଁରେ ସମସ୍ତ ଯୋଜନା, ପ୍ରସ୍ଥାବିତ ଖର୍ଚ୍ଚ ଏବଂ ହୋଇଥିବା ଖର୍ଚ୍ଚର ବିବରଣୀ ସୂଚିତ ହୋଇଥିବ
    • ଏହା ଦ୍ଵାରା ମଞ୍ଜୁର ହୋଇଥିବା ରିହାତି , ପରମିଡି ବା ପ୍ରାଧିକାର ଗ୍ରହିତାମାନଙ୍କର ସବିଶେଷ ବିବରଣୀ ।
    • ଇଲେକଟ୍ରୋନିକ୍ସ ମାଧ୍ୟମରେ ତାହାଙ୍କ ନିକଟରେ ଥିବା କିମ୍ବା ଉପଲବ୍ଧ ସୂଚନା ଗୁଡିକର ବିଶଦବିବରଣୀ
    • ଏହାର ବିନିୟମାବଳୀରେ ଥିବା କ୍ଷତିପୂରଣ ବ୍ୟବସ୍ଥା ସମତେ ପ୍ରତେକ ଅଧିକାରୀ ଓ କର୍ମଚାରୀ ଗ୍ରହଣ କରୁଥିବା ମାସିକ ପାରିଶ୍ରମିକ ।
    • ଲୋକ ସୂଚନା ଅଧିକାରୀଙ୍କ ନାମ , ପାଦନାମ ଓ ଅନ୍ୟାନ୍ୟ ସବିଶେଷ ବିବରଣୀ ।
    • ଯେପରି ବିହିତ ହୋଇପାରେ ସେପରି ଅନ୍ୟାନ୍ୟ ସୂଚନା ଏବଂ ଏହାପରେ ପ୍ରତିବର୍ଷ ଏହି ପ୍ରକାଶନଗୁଡିକୁ ଅଦ୍ୟତନ କରିବେ ।

    (ଗ) ଗୁରୁତ୍ଵପୂର୍ଣ୍ଣ ନୀତିନିୟମ ନିର୍ଦ୍ଦାରିତ କିମ୍ବା ଜନତାଙ୍କୁ ପ୍ରଭାବିତ କରୁଥିବା ନିଷ୍ପତିଗୁଡିକର ଘୋଷଣା କଲାବେଳେ ସମସ୍ତ ସୁସଂଗତ ତଥ୍ୟ ପ୍ରକାଶ କରିବେ ।

    (ଘ) ପ୍ରଭାବିତ ହେଉଥିବା ବ୍ୟକ୍ତିବିଶେଷମାନଙ୍କୁ ଏହାର ପ୍ରଶାସନିକ କିମ୍ବା ନ୍ୟାୟିକ କଳ୍ପ ନିଷ୍ପତିଗୁଡିକର କାରଣ ଦର୍ଶାଇବେ ।

    (2) ସମସ୍ତ ସରକାରୀ କର୍ତ୍ତୁପକ୍ଷ ଉପଧାରା (1)ର ଖଣ୍ଡ (ଖ) ର ଆବଶ୍ୟକତା ଅନୁଯାୟୀ ଇନ୍ଟାରନେଟ ସମେତ ଯୋଗାଯୋଗ ମାଧ୍ୟମ ଦ୍ଵାରା ନିୟମିତ ବ୍ୟବଧାନରେ ନିଜ ତରଫରୁ ଜନସାଧାରଣଙ୍କୁ ଯେତେ ଦୂର ସମ୍ଭବ ସୂଚନା ଦେବାପାଇଁ ନିରବଛିନ୍ନ ପ୍ରୟାସ ଜାରି ରଖିବେ,ଯାହା ଫଳରେ କି ଜନସାଧାରଣ ଏହି ଅଧିନିୟମ ବ୍ୟବହାର କରି ସୂଚନା ପାଇବା ପାଇଁ କମ ପ୍ରୟାସ କରିବେ ।

    (3) ଉପଧାରା (1) ଉଦ୍ଦେଶ୍ୟରେ ସମସ୍ତ ସୂଚନା ଏପରି ବିସ୍ତ୍ରୁତ ଭାବରେ ଏପରି ରୀତିରେ ପ୍ରୟାସ ହେବ ଯାହାକି ଜନସାଧାରଣଙ୍କୁ ସହଜରେ ମିଳିପାରିବ ।

    (4) ପ୍ରକୃତ ମୂଲ୍ୟ, ସ୍ଥାନୀୟ ଭାଷା ଏବଂ ସେସବୁ ଅଞ୍ଚଳରେ ଯୋଗାଯୋଗ ସର୍ବାଧିକ ସକ୍ରିୟ ମାଧ୍ୟମକୁ ବିଚାରକୁ ନେଇ ସମସ୍ତ ତଥ୍ୟ ପ୍ରସାର ହେବ ଏବଂ ଯାହାସ୍ଥିତି କେନ୍ଦ୍ରୀୟ ଲୋକ ସୂଚନା ଅଧିକାରୀ ବା ରାଜ୍ୟ ଲୋକ ସୂଚନା ଅଧିକାରୀଙ୍କ ଦ୍ଵାରା ଯେତେଦୂର ସମ୍ଭବ ଇଲୋକଟ୍ରୋନିକ ମାଧ୍ୟମରେ ସୂଚନାଟି ଯେପରି ବିହିତ ହୋଇପାରେ ସେହିପରି ଭାବରେ ମାଗଣାରେ କିମ୍ବା ସୁଲଭମୂଲ୍ୟ ଛାପାମୂଲ୍ୟ ବିନିମୟରେ ସହଜରେ ଉପଲବ୍ଧ ହେବ ।

    ସ୍ପଷ୍ପୀକରଣ-ଉପଧାରା (3) ଏବଂ (4) ଉଦ୍ଦେଶ୍ୟରେ ‘ ତଥ୍ୟ ପ୍ରସାର ‘ ର ଅର୍ଥ ସରକାରୀ କର୍ତ୍ତୁପକ୍ଷ କାର୍ଯ୍ୟଲଯ ପରିଦର୍ଶନ ସମେତ ନୋଟିସବୋର୍ଡ , ଖବରକାଗଜ , ସର୍ବସାଧାରଣରେ ଘୋଷଣା, ଗଣମାଧ୍ୟମରେ ପ୍ରଚାର ମାଧ୍ୟମରେ ଜନସାଧାରଣଙ୍କୁ ସୂଚନା ଜଣାଇବା ବା ପହଞ୍ଚାଇବା ।

    (5). (1)ଏହି ଅଧିନିୟମ ଅନୁଯାୟୀ ସୂଚନା ପାଇବା ନିମନ୍ତେ ଆବେଦନକାରୀମାନଙ୍କୁ ସୂଚନା ଯୋଗାଇଦେବାପାଇଁ ସମସ୍ତ ସରକାରୀ କର୍ତ୍ତୁପକ୍ଷ ଏହି ଅଧିନିୟମ ଲାଗୁ ହେବାର ଏକଶତ ଦିନ ମଧ୍ୟରେ ତାଙ୍କ କର୍ତ୍ତୁପକ୍ଷ ପ୍ରଶାସନିକ ଶାଖା ଆବଶ୍ୟକ ସଂଖ୍ୟକ ଅଧିକାରୀମାନଙ୍କୁ ଯଥାସ୍ଥିତି, କେନ୍ଦ୍ରୀୟ ଲୋକ ସୂଚନା ଅଧିକାରୀ ବା ରାଜ୍ୟ ଲୋକ ସୂଚନା ଅଧିକାରୀ ରୂପେ ପଦନାମିତ କରିବେ ।

    (2) ଏହି ଅଧିନିୟମ ଲାଗୁ ହେବାର ଏକଶତ ଦିନ ମଧ୍ୟରେ ଉପଧାରା (1) ରେ ଥିବା ବ୍ୟବସ୍ଥାଗୁଡିକ ପ୍ରତି ପ୍ରତିକୂଳ ପ୍ରଭାବ ନ ପକାଇ, ସମସ୍ତ ସରକାରୀ କର୍ତ୍ତୁପକ୍ଷ ସମସ୍ତ ଉପଖଣ୍ଡ କିମ୍ବା ଉପଜିଲ୍ଲାସ୍ତରରେ ଜଣେ ଅଧିକାରୀଙ୍କୁ ଯଥା ସ୍ଥିତି କେନ୍ଦ୍ରୀୟ ସହାୟକ ଲୋକ ସୂଚନା ଅଧିକାରୀ ବା ରାଜ୍ୟ ସହାୟକ ଲୋକ ସୂଚନା ଅଧିକାରୀ ଭାବେ ପଦନାମିତ କରିବେ , ଯେଉଁମାନେ କି ଏହି ଅଧିନିୟମ ଅନୁଯାୟୀ ସୂଚନା ବା ଅପିଲ ନିମନ୍ତେ ଆବେଦନକାରୀମାନଙ୍କ ଦରଖାସ୍ତ ଗ୍ରହଣ କରି ତାହା ଯଥା ସ୍ଥିତି କେନ୍ଦ୍ରୀୟ ଲୋକ ସୂଚନା ଅଧିକାରୀ ବା ରାଜ୍ୟ ଲୋକ ସୂଚନା ଅଧିକାରୀ ବା ଧାରା 19ର ଉପଧାରା (1) ରେ ବିନିର୍ଦ୍ଧିଷ୍ଟ ବରିଷ୍ଠ ଅଧିକାରୀ, କେନ୍ଦ୍ର ସୂଚନା ଆୟୋଗ ବା ରାଜ୍ୟ ସୂଚନା ଆୟୋଗଙ୍କ ନିକଟକୁ ଯଥାଶୀଘ୍ର ପଠାଇବେ ।

    ପରନ୍ତୁ କେନ୍ଦ୍ରୀୟ ସହାୟକ ଲୋକ ସୂଚନା ଅଧିକାରୀ ବା ଯଥାସ୍ଥିତି, ରାଜ୍ୟ ସହାୟକ ଲୋକ ସୂଚନା ଲୋକ ସୂଚନା ଅଧିକରିଙ୍କ ସମକକ୍ଷ ସୂଚନା ନିମିତ୍ତ ଆବେଦନ ବା ଅପିଲ ଦାଖଲ କରାଗଲେ, ଧାରା 7ର ଉପଧାରା (1) ଅନୁଯାୟୀ ଉତ୍ତର ଦିଆଯିବା ପାଇଁ ଯେଉଁ ସମୟ ଧାର୍ଯ୍ୟ ହୋଇଛି ତହିଁ ରେ ଆଉ ପାଞ୍ଚଦିନ ଅଧିକା ଯୋଗ କରାଯିବ  ।

    (3) ସମସ୍ତ କେନ୍ଦ୍ରୀୟ ଲୋକସୂଚନା ଅଧିକାରୀ ବା ଯଥାସ୍ଥିତି, ରାଜ୍ୟ ଲୋକସୂଚନା ଅଧିକାରୀ ବା ରାଜ୍ୟ ଲୋକ ସୂଚନା ଅଧିକାରୀ, ଆବଶ୍ୟକ ମନେକରିବା ମତେ ଅନ୍ୟ ଯେକୌଣସି ଅଧିକାରୀଙ୍କ ସହାୟତା ଲୋଡି ପାରିବେ ।

    (4) ନିଜର କର୍ତ୍ତବ୍ୟ ସଠିକ ଭାବେ ନିର୍ବାହ କରିବା ଉଦ୍ଦେଶ୍ୟରେ ଯଥାସ୍ଥିତି ରାଜ୍ୟ ଲୋକସୂଚନା ଅଧିକାରୀ ବା ରାଜ୍ୟ ଲୋକ ସୂଚନା ଅଧିକାରୀ, ଆବଶ୍ୟକ ମନେକରିବା ମତେ ଅନ୍ୟ ଯେକୌଣସି ଅଧିକାରୀଙ୍କ ସହାୟତା ଲୋଡି ପାରିବେ ।

    (5) ଉପଧାରା (4)ଅନୁଯାୟୀ ଯେଉଁ ଅଧିକାରୀମାନେ ସହାୟତା ଲୋଡିଯିବା ସେମାନେ ଯଥାସ୍ଥିତି ରାଜ୍ୟ ଲୋକସୂଚନା ଅଧିକାରୀ ବା ରାଜ୍ୟ ଲୋକ ସୂଚନା ଅଧିକାରୀ, ଆବଶ୍ୟକ ମନେକରିବା ମତେ ଅନ୍ୟ ଯେକୌଣସି ଅଧିକାରୀଙ୍କ ସହାୟତା ଲୋଡି ପାରିବେ  ।  ଏବଂ ଏହି ଅଧିନିୟମର କୌଣସି ବ୍ୟବସ୍ଥା ଉଲ୍ଲଂଘନ ଉଦ୍ଦେଶ୍ୟରେ , ସେହି ଅନ୍ୟ ଅଧିକାରୀ ରାଜ୍ୟ ଲୋକସୂଚନା ଅଧିକାରୀ ବା କେନ୍ଦ୍ରୀୟ ଲୋକ ସୁଚନା ଅଧିକାର ବା ରାଜ୍ୟ ଲୋକ ସୂଚନା ଅଧିକାରୀ ଭାବେ ବିବେଚିତ ହେବେ  ।

    (6) (1) ଏହି ଅଧିନିୟମ ଅନୁଯାୟୀ କୌଣସି ସୂଚନା ପାଇବାକୁ ଇଛୁକ ଜଣେ ବ୍ୟକ୍ତି ଇଂରାଜୀ ବା ହିନ୍ଦୀ କିମ୍ବା ସ୍ଥାନୀୟ ସରକାରୀ ଭାଷାରେ ଲିଖିତ ଆକାରରେ ଇଲୋକଟ୍ରୋନିକ ମାଧ୍ୟମରେ ନିଦ୍ଧାରିତ ଫିସ ସହ-

    (କ) ସଂପୃକ୍ତ ସରକାରୀ କର୍ତ୍ତୁପକ୍ଷ ଯଥାସ୍ଥିତି, କେନ୍ଦ୍ରୀୟ ଲୋକ ସୂଚନା ଅଧିକାରୀ ବା ରାଜ୍ୟଲୋକ ସୂଚନା ଅଧିକାରୀଙ୍କ                           ନିକଟକୁ ;

    (ଖ) କେନ୍ଦ୍ରୀୟ ସହାୟକ ଲୋକ ସୂଚନା ଅଧିକାରୀ ବା ରାଜ୍ୟ ସହାୟକ ଲୋକ ସୂଚନା ଅଧିକାରୀଙ୍କ ନିକଟକୁ

    ସେ କି ପ୍ରକାର ସୂଚନା ତାହା ଦର୍ଶାଇ ଆବେଦନ କରିପାରିବେ ।

    ପରନ୍ତୁ ଯେଉଁ କ୍ଷେତ୍ରରେ ଲିଖିତ ଆବେଦନ କରାଯାଇପାରିବ ନାହିଁ  ସେ କ୍ଷେତ୍ରରେ ଯଥାସ୍ଥିତି, କେନ୍ଦ୍ରୀୟ ଲୋକ ସୂଚନା ଆଦିକାରୀ ବା ରାଜ୍ୟ ଲୋକ ସୂଚନା ଅଧିକାରୀ ଆବେଦନକାରୀ ଙ୍କୁ ଯଥା ସମ୍ଭବ ସାହାଯ୍ୟ ସହଯୋଗ କରି ତାଙ୍କର ମୌଖିକ ଆବେଦନକୁ ଲେଖି ରଖିବେ ।

    (2) ସୂଚନା ଚାହୁଁଥିବା ବ୍ୟକ୍ତିବିଶେଷ ଆବେଦନର କାରଣ ସମ୍ପର୍କରେ ଉଲ୍ଲେଖ କରିବାର ଆବଶ୍ୟକତା ନାହିଁ କିମ୍ବା ତାଙ୍କର ଯୋଗାଯୋଗ ଠିକଣାକୁ ବାଦଦେଲେ ଅନ୍ୟ କୌଣସି ବ୍ୟକ୍ତିଗତ ବିବରଣୀ ଦର୍ଶାଇବା ମଧ୍ୟ ଆବଶ୍ୟକତା ନାହିଁ  ।

    (3) ଯେବେ ଏକ ସରକାରୀ କର୍ତ୍ତୁପକ୍ଷଙ୍କୁ ଏପରି କୌଣସି ସୂଚନା ନିମନ୍ତେ ଆବେଦନ କରାଯାଏ ଯାହାକି –

     

  • I.             ଅନ୍ୟ କୌଣସି ସରକାରୀ କର୍ତ୍ତୁପକ୍ଷଙ୍କ ଦାୟିତ୍ବରେ ଥିବା  ।
  • II.            ଆବେଦନ ବିଷୟବସ୍ତୁ ଅନ୍ୟ କୌଣସି ସରକାରୀ କର୍ତ୍ତୁପକ୍ଷ କାର୍ଯ୍ୟ ସହ ସମ୍ପୃକ୍ତ ଥିବ ।
  •  

    ତେବେ ଆବେଦନ ଗ୍ରହଣ କରିଥିବା ଅଧିକାରୀ ଆବେଦନପତ୍ର ଟି ଆବଶ୍ୟକ ହେବା ମତେ ସଂପୂର୍ଣ୍ଣ ବା ଆଂଶିକ ଭାବେ ସମ୍ପୃକ୍ତ ଅନ୍ୟ ସରକାରୀ କର୍ତ୍ତୁପକ୍ଷଙ୍କ ନିକଟକୁ ପଠାଇ ଏ ସମ୍ପର୍କରେ ଆବେଦନକାରୀଙ୍କୁ ତତକ୍ଷଣାତ ଅବଗତ କରାଇବେ ।

    ପରନ୍ତୁ ଏହି ଉପଧାରା ଅନୁସାରେ ଆବେଦନକୁ ଯଥାଶୀଘ୍ର ଏପରି ଭାବେ ହସ୍ତାନ୍ତର କରିବାକୁ ହେବ ଯେପରିକି  କୌଣସି କ୍ଷେତ୍ରରେ ଏହି ହସ୍ତାନ୍ତର ପ୍ରକ୍ରିୟା ଦରଖାସ୍ତ ମିଳିବାର ପାଞ୍ଚଦିନରୁ ଅଧିକ ବିଳମ୍ବ ହେବ ନାହିଁ ।

    7.(1) ଧାରା 5 ର ଉପଧାରା (2) କିମ୍ବା ଧାରା 6ରେ ଉପଧାରା (3)ର ବ୍ୟବସ୍ଥାଗୁଡିକ ପ୍ରତିସାପେକ୍ଷରହି , ଯଥାସ୍ଥିତି, କ୍ନେଦ୍ରିୟ ଲୋକ ସୂଚନା ଅଧିକାରୀ ବା ରାଜ୍ୟ ଲୋକ ସୂଚନା ଅଧିକାରୀ, ଧାରା 6 ଅନୁଯାୟୀ ଗ୍ରହଣ କରିଥିବା ଆବେଦନକୁ , ଯଥାଶୀଘ୍ର ସମ୍ଭବ, କିନ୍ତୁ ଯେକୌଣସି ପ୍ରକାର ତାହା ଗ୍ରହଣ କରିବାର 30 ଦିନ ମଧ୍ୟରେ ଫଏସଲା କରି ବିହିତ ଫିସ ପ୍ରଦାନ କରାଗଲେ ଏକେତ ସୂଚନା ପ୍ରଦାନ କରିବେ ନତୁବା ଧାରା 8ରୁ 9  ଦର୍ଶାଯାଇ ଥିବା କାରଣ ଭିତ୍ତିରେ ଏହାକୁ ଅଗ୍ରାହ୍ୟ କରିବେ ।

    ପରନ୍ତୁ କୌଣସି ବ୍ୟକ୍ତି ଙ୍କ ଜୀବନ ସମ୍ପର୍କିତ ସୂଚନା କୁ ଆବେଦନ ଗ୍ରହଣ କରିବାର 48 ଘଣ୍ଟା ମଧ୍ୟରେ ପ୍ରଦାନ କରାଯିବ ।

    (2) ଯଦି କୌଣସି କେନ୍ଦ୍ରୀୟ ଲୋକ ସୂଚନା ଅଧିକାରୀ ବା ଯଥାସ୍ଥିତି, ରାଜ୍ୟ ଲୋକ ସୂଚନା ଅଧିକାରୀ, ଉପଧାରା (1) ରେ ନିର୍ଦ୍ଦରିତ ସମୟସୀମା ମଧ୍ୟରେ ଆବେଦନର କୌଣସି ନିଷ୍ପତି ନ କରନ୍ତି , ତାହେଲେ ଯଥା ସ୍ଥିତି , ଲୋକ ସୂଚନା ଅଧିକାରୀ ବା ରାଜ୍ୟ ଲୋକ ସୂଚନା ଅଧିକାରୀ,  ଆବେଦନକୁ ପ୍ରତ୍ୟାକ୍ଷାନ କରିଛିନ୍ତି ବୋଲି ବିବେଚନା କରାଯିବ ।

    (3) ଯେବେ ସୂଚନା ପ୍ରଦାନର ବ୍ୟୟ ଭରଣା ପାଇଁ ଅଧିକ ଫିସ ପ୍ରଦାନ କରାଗଲେ ସୂଚନା ଯୋଗାଇ ଦିଆଯିବ ବୋଲି ନିଷ୍ପତି ଗ୍ରହଣ କରାଯାଏ । ତେବେ ଯଥାସ୍ଥିତି, ଲୋକ ସୂଚନା ଅଧିକାରୀ ବା ରାଜ୍ୟ ଲୋକ ସୂଚନା ଅଧିକାରୀ ଙ୍କୁ ନିମ୍ନଲିଖିତ ବିଷୟ, ପତ୍ର ଦ୍ଵାରା ଜଣାଇଦେବେ –

    (କ) ଉପଧାରା (1) ଅନୁଯାୟୀ ବିହିତ ଦେୟ ଠାରୁ ସମ୍ପୃକ ଅଧିକାରୀ କେଉଁ ଭିଟଟିରେ ଅତିରିକ୍ତ ଦେୟର ପରିମାଣ ଅବଧାରିତ କାଲେ ତାହାର ବିବରଣୀ ଦେଇ ଏହି ଅତିରିକ୍ତ ଦେୟ ଜମା କରିବା ପାଇଁ ଆବେଦନ କାରୀଙ୍କୁ ଅନୁରୋଧ କରିବେ ଏବଂ ଉକ୍ତ ପତ୍ର ପ୍ରେରଣ ଓ ଫିସ ପ୍ରଦାନ ମଧ୍ୟବତ୍ତୀ ସମୟକୁ ଆବେଦନ ଫଏସଲା କରିବାଲାଗି ଉକ୍ତ ଉପଧାରାରେ ସ୍ଥିରୀକୃତ ତିରିଶ ଦିନ ସମୟସୀମାରୁ ବାଦ ଦିଆଯିବ ।

    (ଖ) ଦେୟ ବୃଦ୍ଧି ନିଷ୍ପତି କୁ ପୁନର୍ବିଚାର କରିବା ପାଇଁ ତାଙ୍କର କ୍ଷମତା ରହିଛି କି ନାହିଁ , କେଉଁ ପ୍ରକାରେ ସୂଚନା ପ୍ରଦାନ କରାଯିବ , କେଉଁ ଅଧିକାରୀଙ୍କ ସମକ୍ଷରେ କେତେ ସମୟ ମଧ୍ୟରେ, କେଉଁ ପ୍ରକ୍ରିୟାରେ ଏବଂ କେଉଁ ଆକାରରେ ଅପିଲ କରାଯିଇ ପାରିବ ସେ ବିଷୟରେ ଅବଗତ କରାଇବେ ।

    (4) ଏହି ଅଧିନିୟମ ଅନୁଯାୟୀ କୌଣସି ରେକର୍ଡ ବା ତାହାର ଏକ ଅଂଶର ସୂଚନା ଯୋଗାଇବା ଯଦି ଆବଶ୍ୟକ ହେଉଥାଏ ଏବଂ ଯେଉଁ ବ୍ୟକ୍ତି ଙ୍କୁ ତାହା ଯୋଗାଇ ଦିଆଯିବ ସେ ଶାରୀରିକ ଭିନ୍ନକ୍ଷମ ହୋଇଥିବେ ସେ କ୍ଷେତ୍ରରେ ଯଥାସ୍ଥିତି  କ୍ନେଦ୍ରିୟ ଲୋକ ସୂଚନା ଅଧିକାରୀ ବା ରାଜ୍ୟ ଲୋକ ସୂଚନା ଅଧିକାରୀ,  ଉକ୍ତ ରେକର୍ଡ ବା ତାହାର ଏକ ଅଂଶର ନିରକ୍ଷଣ ପାଇଁ ସମୁଚିତ ସହାୟତା ଯୋଗାଇ ଦେବା ସମେତ ସେପରି ସୂଚନା ଦେବା ସକାଶେ ସହାୟତା ପ୍ରଦାନ କରିବେ ।

    (5) ମୁଦ୍ରିତ ବା ଇଲେକଟ୍ରୋନିକ ସୂଚନା ଦେବାକୁ ପଡୁଥିବା ସ୍ଥଳେ ଉପଧାରା (6)ର ବ୍ୟବସ୍ଥା ପ୍ରତି ସାପେକ୍ଷ ରହି ଦରଖାସ୍ତକାରୀ ବିହିତ ଫିସ ପ୍ରଦାନ କାଲେ , ତାହା ଦିଆଯିବ :

    ପରନ୍ତୁ ଧାରା 6 ର ଉପଧାରା (1) ଏବଂ ଧାରା 7ର ଉପଧାରା ସ୍ଥଳେ ଉପଧାରା (5) ଅନୁଯାୟୀ ବିହିତ ଫିସ ଯୁକ୍ତିଯୁକ୍ତ ହେବା ଆବଶ୍ୟକ ଏବଂ ସମୁଚିତ ସରକାରଙ୍କ ଦ୍ଵାରା ଚିହ୍ନଟ କରାଯାଇଥିବା ଦାରିଦ୍ର୍ୟ ସୀମାରେକ୍ଷା ତଳେ ଥିବା ବ୍ୟକ୍ତିମାନଙ୍କ ଠାରୁ ସେପରି ଫିସ ନିଆଯିବ ନାହିଁ ।

    (6) ଉପଧାରା (5) ରେ ଯାହା କିଛି ଥିବା ସତ୍ବେ , ଉପଧାରା (1) ଅନୁଯାୟୀ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଯଦି କୌଣସି ସରକାରୀ କର୍ତ୍ତୁପକ୍ଷ ସୂଚନା ପ୍ରଦାନ ନ ପାରନ୍ତି ତେବେ ଆବେଦନକାରୀଙ୍କୁ ବିନାମୂଲ୍ୟରେ ସୂଚନା ପ୍ରଦାନ କରାଯିବ ।

    (7) ଉପଥାରା (1) ଅନୁସାରେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ , କେନ୍ଦ୍ରୀୟ ଲୋକ ସୂଚନା ଅଧିକର ଯଥା ସ୍ଥିତି , ରାଜ୍ୟ ଲୋକ ସୂଚନା ଅଧିକାରୀ ଧାରା 11 ଅନୁଯାୟୀ ତୃତୀୟ ପକ୍ଷ କରୁଥିବା ଆବେଦନ ବିଚାରକୁ ନେବେ ।

    (8) ଉପଧାରା (1) ଅନୁଯାୟୀ କୌଣସି ଆବେଦନ ଆଗ୍ରାହ୍ୟ ହେବା ସ୍ଥଳେ କେନ୍ଦ୍ରୀୟ ଲୋକ ସୂଚନା ଅଧିକାରୀ ବା ଯଥା ସ୍ଥିତି ରାଜ୍ୟ ଲୋକ ସୂଚନା ଅଧିକାରୀ ଆବେଦନକାରୀଙ୍କୁ ନିମ୍ନୋକ୍ତ ପ୍ରକାର ଜଣାଇଦେବେ-

     

  • i.            ଆଗ୍ରାହ୍ୟର କାରଣ ।
  • ii.            କେତେ ଦିନର ଅବିଧି ମଧ୍ୟରେ ଏହି ଆଗ୍ରାହ୍ୟ ବିରୁଦ୍ଧରେ ଅପିଲ କରାଯାଇପାରିବ ; ଏବଂ
  • iii.            ଅପିଲ କର୍ତ୍ତୁପକ୍ଷଙ୍କ ସବିଶେଷ ବିବରଣୀ ।
  •  

    (9)ଯେଉଁ ଆକାରରେ ସୂଚନା ମଗାଯାଇଥିବା ସାଧାରଣତଃ ସେହି ଆକାରରେ ହିଁ ସୂଚନା ପ୍ରଦାନ କରାଯିବ ଯଦି ତାହା ସରକାରୀ କର୍ତ୍ତୁପକ୍ଷଙ୍କ ଅନନୁପାତି ସମ୍ବଳହାନି କରାଉଥିବା ଅଥବା ସମ୍ପୃକ୍ତ ରେକର୍ଡର ସୁରକ୍ଷା ଓ ସଂରକ୍ଷଣ ପରି ହାନିକାରକ ହେଊ ନ ଥିବ ।

    (8) ଏହି ଅଧିନିୟମରେ ଯାହାକିଛି ଥିବା ସତ୍ବେ ନିମ୍ନଲିଖିତ ସୂଚନା ଗୁଡିକୁ କୌଣସି ନାଗରିକ ଦିଆଯାଇପାରିବା ନାହିଁ  ।

     

  • i.            ଯେଉଁ ସୂଚନା ପ୍ରକଟ କାଲେ ଭାରତର ସାର୍ଭଭୌମତ୍ଵ ଓ ସଂହତି ଓ ଦେଶର ନିରାପତ୍ତା, ରକ୍ଷାକୌଶଳ, ବିଦେଶ ରାଷ୍ଟ୍ର ସହିତ କୌଣସି ବୈଜ୍ଞାନିକ ଅଥବା ଅର୍ଥନୈତିକ ସ୍ଵାର୍ଥ ପ୍ରତି ପ୍ରତିକୂଳ ପ୍ରଭାବ ପକାଇବ ବା କୌଣସି ଅପରାଧକୁ ଉଦ୍ଦୀପନା ଦେବାର ସମ୍ଭାବନା ଥିବା, ସେପରି କୌଣସି ସୂଚନା
  • ii.            ଯେଉଁ ସୂଚନା ପ୍ରକାଶ କରିବା ପାଇଁ କୌଣସି ନ୍ୟାୟାଳୟ ବା ଟ୍ରୀବୁନାଲ ବାରଣ କରିଥାନ୍ତି ବା ଯାହା ପ୍ରକଟ କଲେ ନ୍ୟାୟାଳୟ ଅବମାନନା ହେବାର ସମ୍ଭାବନା ଥାଏ ସେପରି କୌଣସି ସୂଚନା
  • iii.            ଯେଉଁ ସୂଚନା ପ୍ରକଟ କଲେ ସଂସଦ କିମ୍ବା ରାଜ୍ୟ ବ୍ୟବସ୍ଥାପକ ସଭାର ସ୍ଵାଧିକାର ଭଙ୍ଗ ହେବାର ସମ୍ଭାବନା ଥାଏ ସେପରି ସୂଚନା ।
  • iv.            ବିଶ୍ଵାସଜନିତ ସମ୍ପର୍କବଳରେ ଜଣେ ବ୍ୟକ୍ତି କୁ ପ୍ରାପ୍ତି ହୋଇଥିବା ସୂଚନା, ମାତ୍ର ଯଦି ସକ୍ଷମ କର୍ତ୍ତୁପକ୍ଷଙ୍କ ହୃଦବୋଧ ହୁଏ ଯେ ନିର୍ଦ୍ଧିଷ୍ଠ ସୂଚନାଟି ବୁହତ୍ତମ ଜଣସ୍ଵାର୍ଥ ଲାଗି ଉଦ୍ଦିଷ୍ଟ , ତେବେ ସେ କ୍ଷେତ୍ରରେ ଏହି ସୂଚନା ଦିଆଯାଇପାରିବା ।
  • v.            ବିଦେଶୀ ସରକାରଙ୍କଠାରୁ ମିଳୁଥିବା ଗୋପନୀୟ ସୂଚନା ।
  • vi.            ଯେକୌଣସି ବ୍ୟକ୍ତିଙ୍କ ଜୀବନ ଓ ଶାରୀରିକ ନିରାପତ୍ତାକୁ ବିପର୍ଣ୍ଣ କରୁଥିବା ସୂଚନା ବା ବିଧିକୁ କାର୍ଯ୍ୟକାରୀ; କରିବା ବା ନିରାପତ୍ତା ଉଦ୍ଦେଶ୍ୟ ରେ ଗୋପନୀୟଭାବେ ଯୋଗାଇ ଦିଆଯାଇଥିବା ସୂଚନା ବା ସାହାୟତାର ମୂଳ ଉଶ୍ଚ ପ୍ରକଟ କରୁଥିବା ସୁଚନା
  • vii.            ଅପରାଧୀମାନଙ୍କ ସମ୍ପର୍କରେ ଅନୁସନ୍ଧାନ ବା ପୂର୍ବାନୁମାନ ଅଥବା ଅଭିଯୋଜନ ପ୍ରକ୍ରିୟାରେ ବାଧା ସୃଷ୍ଟି କରିବାର ସମ୍ଭାବନା ଥିବା ଯେକୌଣସି ପ୍ରକାର ସୂଚନା ।
  • viii.             କ୍ଯାବିନେଟ କାଗଜପତ୍ର ତଥା ମନ୍ତ୍ରିମଣ୍ଡଳ , ଶାସନ ସଚିବ ଓ ଅନ୍ୟାନ୍ୟ ଅଧିକାରୀଙ୍କ ଆଲୋଚନା ରେକର୍ଡ ।
  •  

    ପରନ୍ତୁ ମନ୍ତ୍ରିମଣ୍ଡଳର ନିଷ୍ପତି, ଏହାର କାରଣ ଏବଂ କେଉଁ ଭିତ୍ତିରେ ନିଷ୍ପତି ଗ୍ରହଣ କରାଗଲା ଏହାର ବିବରଣୀ, ନିଷ୍ପତି ଗ୍ରହଣ କରାଯିବା ପରେ ଓ ତତସହିତ ଘଟଣାର ପରିସମାପ୍ତି ପରେ ଏହି ସୂଚନା ସାଧାରଣରେ ପ୍ରକାଶ କରାଯିବ ।

    ଅଧିକନ୍ତୁ ଏହି ଧାରା ଅନୁଯାୟୀ ବାରଣ କରାଯାଇଥିବା କୌଣସି ସୂଚନା ପ୍ରକାଶ କରାଯାଇ ପାରିବ ନାହିଁ ।

    (2) ସରକାରୀ ଗୋପନୀୟତା ଅଧିନିୟମ 1923 ରେ ଯାହା କିଛି ଥିବା ସତ୍ବେ ବା ଉପଧାରା (1) ରେ ଯାହାସବୁ ଛାଡ ବ୍ୟବସ୍ଥା ଥିଲେ ସୁଦ୍ଧା, ଜଣେ ସରକାରୀ କର୍ତ୍ତୁପକ୍ଷ ସୂଚନାଟିକୁ ଏପରି ସ୍ଥଳେ ପ୍ରକାଶ କରିପାରିବେ, ଯଦି ଏହା ସୁରକ୍ଷିତ ସ୍ଵାର୍ଥ ହାନି ଅପେକ୍ଷା ଜଣସ୍ଵାର୍ଥ ଲାଗି ଅଧିକ ଉଦ୍ଦିଷ୍ଟ ।

    (3) ଉପଧାରା (1)ର ଖଣ୍ଡ (କ), (ଗ) ଓ (ଝ)ର ବ୍ୟବସ୍ଥାଗୁଡିକ ପ୍ରତି ସାପେକ୍ଷ ରହି, ଧାରା-6 ଅନୁଯାୟୀ ଯେକୌଣସି ବ୍ୟକ୍ତି କରୁଥିବା ଆବେଦନକୁ ଗ୍ରହଣ କରାଯାଇ , 20 ବର୍ଷ ତଳେ ଘାତିଯାଇଥିବା ଯେକୌଣସି ଘଟନା, କାର୍ଯ୍ୟକ୍ରମ କିମ୍ବା ବିଷୟ ସମ୍ପର୍କରେ ତଥ୍ୟ ପ୍ରଦାନ କରାଯାଇପାରିବ ।

    ପରନ୍ତୁ କେଉଁ ଦିନରୁ ଉକ୍ତ କୋଡିଏ ବର୍ଷର ସମୟ ସୀମା ଗଣନା କରାଯିବ ସେ ସମ୍ପର୍କରେ ପ୍ରଶ୍ନ ଉଠିଲେ , ଏହି ଅଧିନିୟମରେ ସାଧାରଣ ଅପିଲ ବ୍ୟବସ୍ଥାର ସାପେକ୍ଷଟାରେ କେନ୍ଦ୍ର ସରକାରଙ୍କ ନିଷ୍ପତି ହିଁ ଚୁଡାନ୍ତ ହେବ ।

    (9) ଧାରା 8 ର ବ୍ୟବସ୍ଥାଗୁଡିକ ପ୍ରତି ପ୍ରତିକୂଳ ପ୍ରଭାବ ନ ପକାଇ, ଜଣେ କେନ୍ଦୀୟ ଲୋକ ସୂଚନା ଅଧିକାରୀ ବା ଯଥାସ୍ଥିତି ରାଜ୍ୟ ଲୋକ ସୂଚନା ଅଧିକାରୀ ସୂଚନା ଆବେଦନକୁ ଆଗ୍ରାହ୍ୟ କରି ଦେଇପାରିବେ, ଯଦି ତାହା ରାଜ୍ୟ ଭିନ୍ନ କୌଣସି ଜଣେ ବ୍ୟକ୍ତିଙ୍କର ପ୍ରତିଲିପ୍ୟଧିକାର ଉଲ୍ଲଂଘନ କରୁଥିବ ।

    (10)ଯଦି ସୂଚନା ପ୍ରଦାନରୁ ଛାଡ ଅଛି ବୋଲି କାରଣ ଦର୍ଶାଇ କୌଣସି ସୂଚନା ଦେବାର ଆଗ୍ରାହ୍ୟ କରାଯାଏ , ତେବେ ଏହି ଅଧିନିୟମରେ ଯାହା କିଛି ଥିବା ସତ୍ତେ , ସମ୍ପୃକ୍ତ ସୂଚନାର ଯେଉଁ ଅଂଶଟି ସୂଚନା ପ୍ରଦାନର ଛାଡ ବ୍ୟବସ୍ଥାରୁ ମୁକ୍ତ, ଓ ତାହା ଯୁକ୍ତିଯୁକ୍ତ ଭାବେ ଛାଡ ବ୍ୟବସ୍ଥା ଥିବା ସୂଚନାରୁ ଅଲଗା କରାଯାଇପାରିବ ତେବେ ସେହି ଅଂଶଟିକୁ ପୃଥକ ଭାବେ ପ୍ରଦାନ କରାଯାଇପାରିବ ।

    (2) ଉପଧାରା (1) ଅନୁଯାୟୀ ଯଦି କୌଣସି ରେକର୍ଡର କିଛି ଅଂଶପ୍ରଦାନ କରିବା ପାଇଁ ଅନୁମତି ଦିଆଯାଏ , ତେବେ କେନ୍ଦ୍ରୀୟ ଲୋକ ସୂଚନା ଅଧିକାରୀ ବା ଯଥାସ୍ଥିତି, ରାଜ୍ୟ ଲୋକସୂଚନା ଅଧିକାରୀ ଦରଖାସ୍ତକାରୀଙ୍କୁ ନିମ୍ନୋକ୍ତ ପ୍ରକାରେ ଅବଗତ କରାଇ ଏକ ନୋଟିସି ଦେବେ –

     

  • i.            ଆବେଦନ କରିଥିବା ସୂଚନା ର କିଛି ଅଂଶ, ଯାହାକି ପ୍ରକଟ କରାଯିବା ବ୍ୟବସ୍ଥାରୁ ଛାଡି କରାଯାଇଛି ସେପରି ସୂଚନା ଥିବା ଅଂଶକୁ ବାଦ ଦେଇ ଅନ୍ୟ ସୂଚନା ପ୍ରଦାନ କରାଯାଉଛି ।
  • ii.            ଏପରି ନିଷ୍ପତିର କାରଣ ଏବଂ କେଉଁ ଭିତ୍ତିଭୂମିରେ ଏହି ନିଷ୍ପତି ଆଧାରିତ ;
  • iii.            ନିଷ୍ପତି ଗ୍ରହଣ କରିଥିବା ବ୍ୟକ୍ତି ଙ୍କ ନାମ ଓ ପଦନାମ ;
  • iv.            ସେହି ଅଧିକାରୀ ଙ୍କ ଧାର୍ଯ୍ୟ କରାଯାଇଥିବା ଫିସର ସବିଶେଷ ବିବରଣୀ ଏବଂ ଦରଖାସ୍ତକାରୀ କେତେ ଫିସ ଦାଖଲ କରିବା ଆବଶ୍ୟକ ; ଏବଂ
  • v.            ସୂଚନାର ଯେଉଁ ଅଂଶ ପ୍ରକଟ କରାଯିବ ନାହିଁ ସେ ସମ୍ବନ୍ଧୀୟ ନିଷ୍ପତି ସମୀକ୍ଷା କରିବାରେ ତାହାଙ୍କ ଅଧିକାର , କେତେ ଫିସ ଦାଖଲ କରିବାକୁ ପଡିବ ବା କେଉଁ ଆକାରରେ ଦିଆଯିବ ତଥା ଯଥାସ୍ଥିତି, ଧାରା 19ର ଉପଧାରା (1) ଅନୁଯାୟୀ ବିନିର୍ଦ୍ଧିଷ୍ଟ ବରିଷ୍ଠ ଅଧିକାରୀଙ୍କ ବା କେନ୍ଦ୍ରୀୟ ସୂଚନା ଆୟୋଗ ବା ରାଜ୍ୟ ସୂଚନା ଆୟୋଗ ସବିଶେଷ ବିବରଣୀ ସମୟସୀମା , ପ୍ରକ୍ରିୟା ଓ ଅନ୍ୟ କୌଣସି ପ୍ରକାର ଆବେଦନ କରାଯାଇପାରିବ ।
  •  

     

    11 (1) ଯେବେ କେନ୍ଦ୍ରୀୟ ଲୋକ ସୂଚନା ଅଧିକାରୀ ବା ଯଥାସ୍ଥିତି, ଜଣେ ରାଜ୍ୟ ଲୋକ ସୂଚନା ଅଧିକାରୀ , ଏହି ନିୟମ ଏକ ଆବେଦନ କ୍ରମେ ଏକ ତୃତୀୟ ପକ୍ଷ ସମ୍ପୃକ୍ତ ଥିବା ବା ସେ ଯୋଗାଇ ଦେଇଥିବା ଏପରି କୌଣସି ସୂଚନା ବା ରେକର୍ଡକୁ ସଂପୂର୍ଣ୍ଣ ରୂପେ ବା ଆଂଶିକ ରୂପେ ପ୍ରକଟ କରିବା ପାଇଁ ସ୍ଥିର କରନ୍ତି ଯାହାକୁ ଉକ୍ତ ତୃତୀୟ ପକ୍ଷ ଗୋପନୀୟ ବୋଲି ବିବେଚନା କରୁଥିବେ , ତେବେ କେନ୍ଦ୍ରୀୟ ଲୋକସୂଚନା ଅଧିକାରୀ ବା ଯଥାସ୍ଥିତି , ରାଜ୍ୟ ଲୋକ ସୂଚନା ଅଧିକାର ଉକ୍ତ ଆବେଦନ ପାଇବାର ପାଞ୍ଚ ଦିନ ମଧ୍ୟରେ ଉକ୍ତ ତୃତୀୟ ପକ୍ଷକୁ ସେହି ଆବେଦନ ସମ୍ପର୍କରେ ଓ ଉକ୍ତ ସୂଚନା ବା ରେକର୍ଡକୁ ସଂପୂର୍ଣ୍ଣ ରୂପେ ବା ଆଂଶିକ ରୂପେ ପ୍ରକଟ କରିବା ପାଇଁ  ତାହାଙ୍କ ଅଭିପାୟ ସମ୍ପର୍କରେ ଏକ ଲିଖିତ ନୋଟିସ ଦେବେ ଏବଂ ଉକ୍ତ ସୂଚନା ପ୍ରକଟ ହେବା କି ନାହିଁ ସେ ସମ୍ପର୍କରେ ତୃତୀୟ ପକ୍ଷ ନିଜର ବ୍ୟକ୍ତବ୍ୟ ଲିଖିତ ଆକାରରେ ବା ମୌଖିକ ଆକାରରେ ଜଣାଇବା ପାଇଁ ସେହି ନୋଥିସରେ ଉଲ୍ଲେଖ କରିବେ ଏବଂ ସେହି ସୂଚନା କୁ ପ୍ରକଟ କରିବା ପାଇଁ ନିଷ୍ପତି ନେବା ବେଳେ ଉକ୍ତ ତୃତୀୟ ପକ୍ଷଙ୍କ ମତାମତ ପ୍ରତି ଧ୍ୟାନ ଦିଆଯିବ ।

    ପରନ୍ତୁ ବିଧି ଦ୍ଵାରା ସୁରକ୍ଷିତ ବ୍ୟବସାୟ ବା ବାଣିଜ୍ୟ ସମ୍ପ୍ରକିତ ସୂଚନା ଭିନ୍ନ ଅନ୍ୟ କୌଣସି ସୂଚନା ପ୍ରକଟ କରିବା ପାଇଁ ସେହି ସ୍ଥଳେ ମଞ୍ଜୁର କରାଯାଇପାରିବ ଯେଉଁସ୍ଥଳେ , ସେପରି ପ୍ରକଟନ ଫଳରେ ଉକ୍ତ ତୃତୀୟ ପକ୍ଷଙ୍କ ସମ୍ଭାବନା କ୍ଷତି ବା ସ୍ଵାର୍ଥହାନି ଅପେକ୍ଷା ଜନସ୍ଵାର୍ଥ ର ଅଧିକ ଗୃରୁତ୍ଵ ଥିବା ।

    (2) ଯଦି କୌଣସି ସୂଚନା ବା ରେକର୍ଡ ବା ତାହାର କୌଣସି ଅଂଶ ସମ୍ପର୍କର ତୃତୀୟ ପକ୍ଷଙ୍କୁ ଉପଧାରା (1) ଅନୁଯାୟୀ , ଯଥାସ୍ଥିତି କେନ୍ଦ୍ରୀୟ ଲୋକସୂଚନା ଅଧିକାରୀ ବା ରାଜ୍ୟ ଲୋକସୂଚନା ଅଧିକାରୀ ଏକ ନୋଟିସ ଜାରି କରିବେ , ତେବେ ସେପରି ନୋଟିସ ପାଇବାର ଦଶ ଦିନ ମଧ୍ୟରେ ପ୍ରସ୍ଥାବିତ ପ୍ରକଟନ ବିରୁଦ୍ଧରେ ଏକ ଆବେଦନ କରିବାକୁ ତୃତୀୟ ପକ୍ଷ ସୁଯୋଗ ଦେବେ ।

    (3) ଧାରା 7 ରେ ଯାହା କିଛି ଥିବା ସହିତ , ଉପଧାରା (2) ଅନୁଯାୟୀ ଯଦି ତୃତୀୟ ପକ୍ଷ ଙ୍କୁ ଆବେଦନ  କରିବାର ସୁଯୋଗ ଦିଆଯାଇଥାଏ , ତେବେ ଯଥାସ୍ଥିତି କେନ୍ଦ୍ରୀୟ ଲୋକସୂଚନା ଅଧିକାରୀ ବା ରାଜ୍ୟ ଲୋକସୂଚନା ଅଧିକାରୀ , ଧାରା 6 ଅନୁଯାୟୀ ଆବେଦନ ପାଇବାର ଚାଳିଶ ଦିନ ମଧ୍ୟରେ ଉକ୍ତ ସୂଚନା ବା ରେକର୍ଡକୁ ସଂପୂର୍ଣ୍ଣ ରୂପେ ବା ଆଂଶିକ ରୂପେ ପ୍ରକଟ କରାଯାଇପାରିବ ନାହିଁ , ସେ ନିଷ୍ପତି ଗ୍ରହଣ କରିବେ ଏବଂ ଏହି ନିଷ୍ପତି ସମ୍ପର୍କରେ ତୃତୀୟ ପକ୍ଷକୁ ଲିଖିତ ଭାବେ ନୋଟିସ ଦେବେ

    (4) ଉପଧାରା (3) ଅନୁଯାୟୀ ଦିଆଯାଇଥିବା ଏକ ନୋଟିସରେ ଯେଉଁ ତୃତୀୟ ପକ୍ଷଙ୍କୁ ନୋଟିସ ଦିଆଗଲା , ସେ ନିଷ୍ପତି ବିରୁଦ୍ଧରେ ଧାରା 19 ଅନୁଯାୟୀ ଏକ ଅପିଲ କରିବାକୁ ହକଦାର ବୋଲି ଏକ ବିବୃତି ମଧ୍ୟ ରହିବ  ।

    ଅଧ୍ୟାୟ- III

    କେନ୍ଦ୍ରୀୟ ସୂଚନା ଆୟୋଗ

    12 (1) କେନ୍ଦ୍ର ସରକାର ସରକାରୀ ଗେଜେଟରେ ଅଧିସୂଚନା ଦ୍ଵାରା ଏହି ଅଧିନିୟମ ଅନୁଯାୟୀ ଅର୍ପଣ କରାଯାଇଥିବା କ୍ଷମତା ପ୍ରୟୋଗ କରିବା ଏବଂ ସମର୍ପଣ କରାଯାଇଥିବା କୃତ୍ୟ ସମ୍ପାଦନ ନିମନ୍ତେ, କେନ୍ଦ୍ରୀୟ ସୂଚନା ଆୟୋଗ ନାମକ ଏକ ନିକାୟ ଗଠନ କରିବେ ।

    (2) କେନ୍ଦ୍ରୀୟ ସୂଚନା ଆୟୋଗ ନିମ୍ନଲିଖିତ ଭାବେ ଗଠିତ ହେବ –

     

  • i.             ମୁଖ୍ୟ ସୂଚନା ଆୟୁକ୍ତ ; ଏବଂ
  • ii.            ଆବଶ୍ୟକ ବିବେଚନା ହେବା ପ୍ରକାରେ ସର୍ବାଧିକ ଦଶ ଜଣ କେନ୍ଦ୍ରୀୟ ସୂଚନା ଆୟୁକ୍ତ ।
  •  

    (3)ମୁଖ୍ୟ ସୂଚନା ଆୟୁକ୍ତ ଏବଂ ସୂଚନା ଆୟୁକ୍ତମାନେ ନିମ୍ନଲିଖିତ ଭାବେ ଗଠିତ ଏକ କମିଟିର ସୁପାରିସ କ୍ରମେ ରାଷ୍ଟ୍ରପତିଙ୍କ ଦ୍ଵାରା ନିଯୁକ୍ତି ପାଇବେ –

     

  • i.            ପ୍ରଧାନମନ୍ତ୍ରୀ , କମିଟିର ଅଧ୍ୟକ୍ଷ  ।
  • ii.            ଲୋକସଭାରେ ବିରୋଧୀ ଦଳର ନେତା ; ଏବଂ
  • iii.            ପ୍ରଧାନମନ୍ତ୍ରୀ ଦ୍ଵାରା ମନୋନୀତ ଜଣେ କେନ୍ଦ୍ରୀୟ କ୍ୟାବିନେଟ ମନ୍ତ୍ରୀ ।
  •  

    ସ୍ପଷ୍ଠୀ କରଣ – ସନ୍ଦେହ ଦୂରୀକରଣ ନିମନ୍ତେ ଉଲ୍ଲେଖ କରାଯାଇପାରେ ଯେ ଲୋକସଭାରେ ବିରୋଧୀ ଦଳର ନେତା ସ୍ବୀକୃତିପ୍ରାପ୍ତ ହୋଇ ନ ଥିଲେ , ଲୋକସଭାରେ ସରକାରଙ୍କ ବିରୋଧରେ ଥିବା ଏକକ ସଂଖ୍ୟାଗରିଷ୍ଟାତ ଦଳର ନେତାଙ୍କୁ ବିରୋଧୀଦଳ ନେତା ଭାବେ ବିବେଚନା କରାଯିବ ।

    (4) କେନ୍ଦ୍ରୀୟ ସୂଚନା ଆୟୋଗର ବ୍ୟାପାର ସମୂହର ସାଧାରଣ ଅଧୀକ୍ଷଣ ,ନିର୍ଦ୍ଦେଶ ପ୍ରଦାନ ଓ ପରିଚାଳନା, ମୁଖ୍ୟ ସୂଚନା ଆୟୁକ୍ତଙ୍କ ଉପରେ ନ୍ୟସ୍ତ ରହିବା ଏବଂ ତାହାଙ୍କୁ ଅନ୍ୟ ସୂଚନା ଆୟୁକ୍ତମାନେ ସହାୟତା ପ୍ରଦାନ କରିବେ ଏବଂ ସେ ସ୍ଵୟଂଶାସିତ ଭାବରେ ଏହି ଅଧିନିୟମ ଅନୁଯାୟୀ ଅନ୍ୟ କୌଣସି କର୍ତ୍ତୁପକ୍ଷଙ୍କ ଅଧୀନ ନ ହୋଇ କେନ୍ଦ୍ରୀୟ ସୂଚନା ଆୟୋଗଙ୍କ ଦ୍ଵାରା ପ୍ରୟୋଗ କରାଯାଇପାରିବ ସମସ୍ତ କ୍ଷମତା ପ୍ରୟୋଗ କରିବେ ଏବଂ ସମସ୍ତ କାର୍ଯ୍ୟ ଓ ବିଷୟ ସମ୍ପାଦନ କରିବେ ।

    (5) ବିଧି, ବିଜ୍ଞାନ, ଓ ବୈଷୟିକ ବିଦ୍ୟା, ସମାଜସେବା , ମ୍ୟାନେଜମେଣ୍ଟ  , ଗଣମାଧ୍ୟମ ବା ପ୍ରଶାସନିକ ଓ ଶାସନ କ୍ଷେତ୍ରରେ ଗଭୀରଜ୍ଞାନ ଓ ଅଭିଜ୍ଞତା ସହ ସାଧାରଣ ଜୀବନରେ ପ୍ରଖ୍ୟାତ ବ୍ୟକ୍ତିମାନଙ୍କୁ ମୁଖ୍ୟ ସୂଚନା ଆୟୁକ୍ତ ଓ ସୂଚନା ଆୟୁକ୍ତ ଭାବେ ନିଯୁକ୍ତ ଦିଆଯିବ ।

    (6) ମୁଖ୍ୟ ସୂଚନା ଆୟୁକ୍ତ କିମ୍ବା କୌଣସି ସୁଚନା ଆୟୁକ୍ତ , ଯଥାସ୍ଥିତି ସଂସଦର ସଭ୍ୟ କିମ୍ବା କୌଣସି ରାଜ୍ୟ ବା କେନ୍ଦ୍ରଶାସିତ ଅଞ୍ଚଳର ବିଧାନମଣ୍ଡଳର ସଭ୍ୟ ହୋଇଥିବେ , କୌଣସି ଲାଭଜନକ ପଦ ଧାରଣ କରି ନ ଥିବେ, କୌଣସି ରାଜନୈତିକ ଦଳ ସହିତ ସମ୍ପୃକ୍ତ ହୋଇ ନ ଥିବେ ଏବଂ କୌଣସି ବ୍ୟବସାୟ କରୁ ନ ଥିବେ ବା କୌଣସି ବୃତ୍ତିରେ ସମ୍ପୃକ୍ତ ନ ଥିବେ  ।

    (7) କେନ୍ଦ୍ରୀୟ ସୂଚନା ଆୟୋଗଙ୍କ ମୁଖ୍ୟ କାର୍ଯ୍ୟଳୟ ଦିଲ୍ଲୀଠାରେ ରହିବା ଏବଂ କେନ୍ଦ୍ର ସରକାରଙ୍କର ପୂର୍ବ ଅନୁମୋଦନକ୍ରମେ କେନ୍ଦ୍ରୀୟ ସୂଚନା ଆୟୋଗ ଭାରତର ଅନ୍ୟାନ୍ୟ ସ୍ଥାନମାନଙ୍କରେ କାର୍ଯ୍ୟଳୟ ମାନ ସ୍ଥାପନ କରିପାରିବେ ।

     

    13 (1) ମୁଖ୍ୟ ସୂଚନା ଆଯୋକ୍ତ ତାଙ୍କ କାର୍ଯ୍ୟରେ ଯୋଗଦାନ ଦିବସଠାରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଉକ୍ତ ପଦରେ ରହିବେ ଏବଂ ସେ ପୁନଃ ନିଯୁକ୍ତି ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ ।

    ପରନ୍ତୁ ମୁଖ୍ୟ ସୂଚନା ଆୟୁକ୍ତ ପଞ୍ଚଷଠି ବର୍ଷ ବୟସ ଅତିକ୍ରମ କରିବା ପରେ ଉକ୍ତ ପଦବୀରେ କାର୍ଯ୍ୟ କରିପାରନ୍ତି ନାହିଁ   ।

    (2) ପ୍ରତ୍ୟେକ ସୂଚନା ଆୟୁକ୍ତ, କାର୍ଯ୍ୟରେ ଯୋଗଦାନ ଦିବସଠାରୁ ପାଞ୍ଚବର୍ଷ ପର୍ଯ୍ୟନ୍ତ କିମ୍ବା ପଞ୍ଚଷଠି ବର୍ଷ ହେବା ପର୍ଯ୍ୟନ୍ତ ଏ ଦୁଇଟି ମଧ୍ୟରୁ ଯେଉଁଟି ପ୍ରଥମେ ପଡିବ , ସେପର୍ଯ୍ୟନ୍ତ ପଦ ଧାରଣ କରିବେ ଏବଂ ସେପରି ସୂଚନା ଆୟୁକ୍ତ ରୂପେ ପୁନଃ ନିଯୁକ୍ତି ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ ।

     

    (3) ମୁଖ୍ୟ ସୂଚନା ଆୟୁକ୍ତ କିମ୍ବା ସୂଚନା ଆୟୁକ୍ତ କାର୍ଯ୍ୟରେ ଯୋଗଦେବା ପୂର୍ବରୁ ରାଷ୍ଟ୍ରପତି କିମ୍ବା ଉପଲକ୍ଷେ ରାଷ୍ଟ୍ରପତି ଦ୍ଵାରା ନୁଯୁକ୍ତି ଅନ୍ୟ କୌଣସି ବ୍ୟକ୍ତିଙ୍କ ସମକ୍ଷରେ ଏହି ଅଧିନିୟମ ପ୍ରଥମ ଅନୁସୂଚିତରେ ଥିବା ଫର୍ମ ଅନୁସାରେ ଶପଥ କିମ୍ବା ପ୍ରତିଜ୍ଞାନ କରି ସେଥିରେ ସ୍ଵାକ୍ଷର କରିବେ ।

    (4) ମୁଖ୍ୟ ସୂଚନା ଆୟୁକ୍ତ କିମ୍ବା କୌଣସି ସୂଚନା ଆୟୁକ୍ତ ଯେକୌଣସି ସମୟରେ ରାଷ୍ଟ୍ରପତିଙ୍କୁ ସମ୍ବୋଧିତ ହୋଇଥିବା ସ୍ଵହସ୍ତ ଲିଖିତ ଇସ୍ତଫା  ପତ୍ର ଦ୍ଵାରା ନିଜ ପଦରୁ ଇସ୍ତଫା ପ୍ରଦାନ କରିପାରିବେ ।

    ପରନ୍ତୁ ମୁଖ୍ୟ ସୂଚନା ଆୟୁକ୍ତ କିମ୍ବା ଯେକୌଣସି ସୁଚନା ଆୟୁକ୍ତ , ଧାରା 14 ରେ ବିନିର୍ଦ୍ଧିଷ୍ଟ ରୀତିରେ ନିଜ ପଦବୀରୁ ଅପସାରିତ ହୋଇପାରିବେ ।

    (5) (କ) ମୁଖ୍ୟ ସୂଚନା ଆୟୁକ୍ତଙ୍କୁ ଦେୟ ଦରମା ଓ ଭତ୍ତା ତଥା ତାଙ୍କ ସେବାର ଅନ୍ୟାନ୍ୟ ନିବନ୍ଧନ ଓ ସର୍ତ୍ତାବଳୀ , ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ସହ ସମାନ ହେବ ।

    (ଖ) ଜଣେ ସୂଚନା ଆୟୁକ୍ତଙ୍କୁ ଦେୟ ଦରମା ଓ ଭତ୍ତା ତଥା ତାଙ୍କ ସେବାର ଅନ୍ୟାନ୍ୟ ନିବନ୍ଦନ ଓ ସର୍ତ୍ତାବଳୀ , ଜଣେ ନିର୍ବାଚନ ଆୟୁକ୍ତଙ୍କ ସହ ସମାନ ହେବ ।

    ପରନ୍ତୁ ନିଯୁକ୍ତି ସମୟରେ ମୁଖ୍ୟ ସୂଚନା ଆୟୁକ୍ତ ବା ସୂଚନା ଆୟୁକ୍ତ ଯଦି କେନ୍ଦ୍ର ସରକାର ବା କୌଣସି ରାଜ୍ୟ ସରକାରଙ୍କ ଅଧୀନରେ ପୂର୍ବସେବା ପାଇଁ ଆଘାତଜନିତ ପେନସନ ଭିନ୍ନ ଅନ୍ୟ କୌଣସି ପେନସନ ପାଉଥିବେ ତେବେ ମୁଖ୍ୟ ସୂଚନା ଆୟୁକ୍ତ ବା ସୂଚନା ଆୟୁକ୍ତ ଭାବେ ସେବା ସକାଶେ ତାଙ୍କର ବେତନରୁ , ପେନସନ ସମାନୁପାତିକ ଅବସରକାଳୀନ ଛାଡି ପେନସନ ଓ ଅନ୍ୟ ଅବସରକାଳୀନ ସୁବିଧା ବାବଦ ଦେୟ ପେନସନ କରାଯିବ ।

    (6) ଏହି ଅଧିନିୟମ ଅନୁଯାୟୀ ମୁଖ୍ୟ ସୂଚନା ଆୟୁକ୍ତ ଓ ସୂଚନା ଆୟୁକ୍ତ ସେମାନଙ୍କର କାର୍ଯ୍ୟ , ଦକ୍ଷତାର ସହ ସମ୍ପାଦନ କରିବା ନିମନ୍ତେ କେନ୍ଦ୍ର ସରକାର ଆବଶ୍ୟକ ସଂଖ୍ୟକ ଅଧିକାରୀ ଓ କର୍ମଚାରୀ ନିଯୁକ୍ତି ବ୍ୟବସ୍ଥା କରିବେ ଏବଂ ଏହି ଅଧିନିୟମ ଅନୁଯାୟୀ ନିଯୁକ୍ତି ଅଧିକାରୀ ଓ ଓ କର୍ମଚାରୀମାନଙ୍କର ବେତନ, ଭତ୍ତା ଓ ସେବାର ନିବନ୍ଧବ ଓ ସର୍ତ୍ତାବଳୀ ବିହିତ ହେବାମତେ ହେବ ।

    14 (1) ଉପଧାରା (3)ର ବ୍ୟବସ୍ଥାଗୁଡିକ ପ୍ରତି ସାପେକ୍ଷ ରହି, ରାଷ୍ଟ୍ରପତିଙ୍କ ଦ୍ଵାରା ଏକ ରେଫରେନ୍ସ କ୍ରମେ ତଦନ୍ତ କରିବା ପରେ ଉଚ୍ଚତମ ନ୍ୟାୟାଳୟ ଯଦି ରିପୋର୍ଟ କରନ୍ତି ଯେ ମୁଖ୍ୟ ସୂଚନା ଆୟୁକ୍ତ ବା ଯଥାସ୍ଥିତି , କୌଣସି ସୂଚବା ଆୟୁକ୍ତ ଖରାପ ବ୍ୟବହାର କରିଛନ୍ତି ବା ଅସମର୍ଥ ଅଟନ୍ତି ଏବଂ ସେହି କାରଣରୁ ତାଙ୍କୁ ଅପସାରଣ କରିବା ଉଚିତ , ତେବେ ସେହି କାରଣରୁ ରାଷ୍ଟ୍ରପତି ଆଦେଶ ଦ୍ଵାରା ହିଁ ମୁଖ୍ୟ ସୂଚନା ଆୟୁକ୍ତ ବା କୌଣସି ସୂଚନା ଆୟୁକ୍ତଙ୍କୁ ତାଙ୍କ ପଦରୁ ଅପସାରଣ କରିବେ ।

    (2) ଯେଉଁ ମୁଖ୍ୟ ସୂଚନା ଆୟୁକ୍ତ ବା ସୂଚନା ଆୟୁକ୍ତଙ୍କ ସମ୍ବନ୍ଧରେ ଉପଧାରା (1) ଅନୁଯାୟୀ ଉଚ୍ଚତମ ନ୍ୟାୟାଳୟକୁ ଏକ ରେଫେରେନ୍ସ କରାଯାଇଥିବ ସେହି ରେଫେରେନ୍ସ ଉପରେ ଉଚ୍ଚତମ ନ୍ୟାୟାଳୟଙ୍କ ରିପୋର୍ଟ ପାଇ ତା ଉପରେ ରାଷ୍ଟ୍ରପତି ଆଦେଶ ନ ଦେବା ପର୍ଯ୍ୟନ୍ତ  ତଦନ୍ତ ସମୟ ମଧ୍ୟରେ ରାଷ୍ଟ୍ରପତି ତାଙ୍କୁ ପଦରୁ ନିଲମ୍ବିତ କରିପାରିବେ ଓ ଯଦି ଆବଶ୍ୟକ ମାନେ କରନ୍ତି ତେବେ କାର୍ଯ୍ୟ ରେ ଯୋଗ ଦେବାକୁ ମଧ୍ୟ ବାରଣ କରିପାରିବ ।

    (3) ଯଦି ମୁଖ୍ୟ ସୂଚନା ଆୟୁକ୍ତ ବା ଯଥାସ୍ଥିତି କୌଣସି ସୂଚନା ଆୟୁକ୍ତ -

     

  • i.            ଦେବାଳିଆ ବୋଲି ନ୍ୟାୟନିର୍ଣ୍ଣିତ ହୋଇଥିବେ ; କିମ୍ବା
  • ii.            ଏପରି ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିବେ, ଯାହାକି ରାଷ୍ଟ୍ରପତିଙ୍କ ମତରେ ନୈତିକ ଭ୍ରଷ୍ଟାଚାର ଅଟେ ; କିମ୍ବା
  • iii.            ନିଜ ପଦବୀରେ ଥିବା ସମୟରେ ପଦୀୟ କର୍ତ୍ତବ୍ୟର ପରିଧି ବାହାରେ ଅନ୍ୟ କୌଣସି ସବୈତନିକ କାର୍ଯ୍ୟରେ ନିଯୋଜିତ ହୋଇଥିବେ ; କିମ୍ବା
  • iv.            ରାଷ୍ଟ୍ରପତିଙ୍କ ମତରେ ଶାରୀରିକ ବା ମାନସିକ ଦୃଷ୍ଟିରୁ ଆଉ କାର୍ଯ୍ୟ କରିବାକୁ ଅସମର୍ଥ ଅଟନ୍ତି ; କିମ୍ବା
  • v.              ଏପରି ଆର୍ଥିକ ବା ଅନ୍ୟାନ୍ୟ ସ୍ଵାର୍ଥ ଜଡିତ କାର୍ଯ୍ୟରେ ଲିପ୍ତ ଯାହାକି ମୁଖ୍ୟ ସୂଚନା ଆୟୁକ୍ତ ବା କୌଣସି ସୂଚନା ଆୟୁକ୍ତ ଭାବେ ତାଙ୍କ କୃତ୍ୟ ସଂପାଦାନ କୁ ପ୍ରତିକୂଳ ପ୍ରଭାବ ପକାଇବ ;
  •  

    ତେବେ ଉପଧାରା (1) ରେ ଯାହା କିଛି ସତ୍ତ୍ୱେ, ରାଷ୍ଟ୍ରପତି ଆଦେଶ ଦ୍ଵାରା ମୁଖ୍ୟ ସୂଚନା ଆୟୁକ୍ତ ବା ସୂଚବା ଆୟୁକ୍ତ ପଦରୁ ଅପସାରଣ କରିପାରିବେ ।

    (4)କେନ୍ଦ୍ର ସରକାରଙ୍କ ଦ୍ଵାରା ବା ତରଫରୁ କରାଯାଇଥିବା କୌଣସି ଚୁକ୍ତି ବା ରାଜିନାମାରେ ମୁଖ୍ୟ ସୂଚନା ଆୟୁକ୍ତ କିମ୍ବା ଜଣେ ସୂଚନା ଆୟୁକ୍ତ ଯଦି କୌଣସି ମତେ ସମ୍ପୃକ୍ତ ବା ସ୍ଵାର୍ଥରେ ଥିବେ ବା ଏକ ନିଗମିତ କମ୍ପାନିର ସାଧାରଣ ସଦସ୍ୟମାନଙ୍କ ଭିତରୁ ଜଣେ ସଦସ୍ୟ ଭିନ୍ନ ଅନ୍ୟଥା ତହିଁରୁ କୌଣସି ପ୍ରକାରର ଲାଭ ବା କୌଣସି ସୁବିଧା ବା ପାରିଶ୍ରମିକ ନେଉଥିବେ ତେବେ, ଉପଧାରା (1) ଉଦ୍ଦେଶ୍ୟରେ ସେ ଖରାପ ବ୍ୟବହାର କରିଛନ୍ତି ବୋଲି ବିବେଚିତ ହେବେ  ।

    ଅଧ୍ୟାୟ IV

    ରାଜ୍ୟ ସୂଚନା ଆୟୋଗ

    15 (1) ସମସ୍ତ  ରାଜ୍ୟ ସରକାର, ସରକାରୀ ଗେଜେଟରେ ଅଧିସୂଚନା ଦ୍ଵାରା ଏହି ଅଧିନିୟମ ଅନୁଯାୟୀ ଅର୍ପଣ କରାଯାଇଥିବା କ୍ଷମତା ପ୍ରୟୋଗ କରିବା ଏବଂ ସମର୍ପଣ କରାଯାଇଥିବା କୃତ୍ୟ ସମ୍ପାଦନ କରିବା ନିମନ୍ତେ ସୂଚନା ଆୟୋଗ ନାମକ ଏକ ନିକାୟ ଗଠନ କରିବେ ।

    (2)  ରାଜ୍ୟ ସୂଚନା ଆୟୋଗ ନିମ୍ନଲିଖିତ ଭାବେ ଗଠିତ ହେବ -

    (କ) ରାଜ୍ୟମୁଖ୍ୟ ସୂଚନା ଆୟୁକ୍ତ ; ଏବଂ

    (ଖ) ଆବଶ୍ୟକ ବିବେଚନା ହେବା ପ୍ରକାରେ ସର୍ବାଧିକ ଦଶଜଣ ରାଜ୍ୟ ସୂଚନା ଆୟୁକ୍ତ ।

    (3) ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ ଏବଂ ରାଜ୍ୟ ସୂଚବା ଆୟୁକ୍ତମାନେ ନିମ୍ନଲିଖିତ ଭାବେ ଗଠିତ ଏକ କମିଟିର ସୁପାରିସକ୍ରମେ ରାଜ୍ୟପାଳଙ୍କ ଦ୍ଵାରା ନିଯୁକ୍ତି ପାଇବେ –

     

  • I.            ମୁଖ୍ୟମନ୍ତ୍ରୀ , କମିଟିର ଅଧ୍ୟକ୍ଷ ;
  • II.            ବିଧାନସଭାରେ ବିରୋଧୀ ଦଳର ନେତା ଏବଂ ;
  • III.             ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ମନୋନୀତ ଜଣେ କ୍ୟାବିନେଟ ମନ୍ତ୍ରୀ ।
  •  

    ସ୍ପଷ୍ଟୀକରଣ – ସନ୍ଦେହ ଦୂରୀକରଣ ନିମନ୍ତେ ଉଲ୍ଲେଖ କରାଯାଇପାରେ ଯେ, ବିଧାନସଭାରେ ବିରୋଧୀ ଦଳର ନେତା ସ୍ବୀକୃତିପ୍ରାପ୍ତ ହୋଇ ନ ଥିଲେ,ବିଧାନସଭାରେ ସରକାରଙ୍କ ବିରୋଧରେ ଥିବା ଏକକ ସଂଖ୍ୟା ଗରିଷ୍ଟ ନେତାଙ୍କୁ ବିରୋଧୀ ଦଳ ନେତା ଭାବରେ ବିବେଚାନା କରାଯିବ ।

    (4) ରାଜ୍ୟ ସୂଚନା ଆୟୋଗର ବ୍ୟାପାରର ସାଧାରଣ ଅଧିକ୍ଷଣ, ନିର୍ଦେଶ ପ୍ରଦାନ ଓ ପରିଚାଳନା, ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତଙ୍କ ଉପରେ ନ୍ୟସ୍ତ ରହିବ ଏବଂ ତାହାଙ୍କୁ ଅନ୍ୟ ରାଜ୍ୟ ସୂଚନା ଆୟୁକ୍ତମାନେ ସହାୟତା ପ୍ରଦାନ କରିବେ ଏବଂ ସେ ସ୍ଵୟଂଶାସିତ ଭାବରେ ଏହି ଅଧିନିୟମ ଅନୁଯାୟୀ ଅନ୍ୟ କୌଣସି କର୍ତ୍ତୁପକ୍ଷଙ୍କ ଅଧୀନ ନ  ହୋଇ ରାଜ୍ୟ ସୂଚନା ଆୟୋଗଙ୍କ ଦ୍ଵାରା ପ୍ରଯୋଗ କରାଯାଇପାରିବା ସମସ୍ତ କ୍ଷମତା ପ୍ରୟୋଗ କରିବେ ଏବଂ ସମସ୍ତ କାର୍ଯ୍ୟ ଓ ବିଷୟମାନ ସମ୍ପାଦନ କରିବେ ।

    (5) ବିଧି, ବିଞାନ ଓ ବୈଷୟିକ ବିଦ୍ୟା, ସମାଜସେବୀ, ମ୍ୟାନେଜମେଣ୍ଟ, ସମ୍ବାଦିକତା, ଗଣମାଧ୍ୟମ ବା ପ୍ରଶାସନ ଓ ଶାସନ କ୍ଷେତ୍ରରେ ଗଭୀର ଜ୍ଞାନ ଓ ଅଭିଞତା ସହ ସାଧାରଣ ଜୀବନରେ ଖ୍ୟାତି ସମ୍ପନ୍ନ ବ୍ୟକ୍ତିମାନଙ୍କୁ ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ ଏବଂ ରାଜ୍ୟ ସୂଚନା ଆୟୁକ୍ତ  ଭାବେ ନିଯୁକ୍ତି ଦିଆଯିବ ।

    (6) ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ କିମ୍ବା କୌଣସି ରାଜ୍ୟ ସୂଚନା ଆୟୁକ୍ତ, ଯଥାସ୍ଥିତି, ସଂସଦର ସଭ୍ୟ କିମ୍ବା କୌଣସି ରାଜ୍ୟ ବା କେନ୍ଦ୍ରଶାସିତ ଅଞ୍ଚଳର ବିଧାନମଣ୍ଡଳର ସଭ୍ୟ ହୋଇ ନ ଥିବେ, କୌଣସି ଲାଭଜନକ ପଦ ଧାରଣ କରି ନ  ଥିବେ, କୌଣସି ରାଜନୈତିକ ଦଳ ସହିତ ସମ୍ପୃକ୍ତ ହୋଇ ନ ଥିବେ ବା କୌଣସି ବ୍ୟବସାୟ କରୁ ନ ଥିବେ ବା କୌଣସି ବ୍ୟବସାୟ କରୁ ନ ଥିବେ ବା କୌଣସି ବୃତ୍ତିରେ ସମ୍ପୃକ୍ତ ନ ଥିବେ ।

    (7) ରାଜ୍ୟ ସୂଚନା ଆୟୋଗ ଙ୍କ ମୁଖ୍ୟ କାର୍ଯ୍ୟଳୟ ରାଜ୍ୟ ସରକାର, ସରକାରୀ ଗେଜେଟରେ ଅଧିସୂଚନା ଦ୍ଵାରା ଯେପରି ବିନିର୍ଦ୍ଧିଷ୍ଟ କରିବେ , ରାଜ୍ୟ ସେପରି ସ୍ଥାନରେ ରହିବା ଏବଂ ରାଜ୍ୟ ସରକାରଙ୍କର ପୂର୍ବ ଅନୁମୋଦନକ୍ରମେ ରାଜ୍ୟ ସୂଚନା ଆୟୋଗ ରାଜ୍ୟର ଅନ୍ୟାନ୍ୟ ସ୍ଥାନମାନଙ୍କରେ କାର୍ଯ୍ୟଳୟ ସ୍ଥାପନ କରିପାରିବେ ।

    16(1) ରାଜ୍ୟ ସୂଚନା ଆୟୁକ୍ତ ତାଙ୍କ କାର୍ଯ୍ୟରେ ଯୋଗ ଦାନ ଦିବାଷଠାରୁ ପାଞ୍ଚବର୍ଷ ପର୍ଯ୍ୟନ୍ତ ଉକ୍ତ ପଦରେ ରହିବେ ଏବଂ ସେ ପୁନଃ ନିଯୁକ୍ତି ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ :

    ପରନ୍ତୁ ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ ପଞ୍ଚଷଠି ବର୍ଷ ବୟସ ଅତିକ୍ରମ କରିବା ପରେ ଉକ୍ତ ପଦବୀରେ କାର୍ଯ୍ୟ କରିବେ ନାହିଁ ।

    (2) ସମସ୍ତ ରାଜ୍ୟ ସୂଚନା ଆୟୁକ୍ତ କାର୍ଯ୍ୟରେ ଯୋଗଦାନ ଦିବସଠାରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ କିମ୍ବା ତାଙ୍କୁ ପଞ୍ଚଷଠି ବର୍ଷ ହେବା ପର୍ଯ୍ଯନ୍ତ ଏ ଦୁଇଟି ମଧ୍ୟରୁ ଯେଉଁଟି ପ୍ରଥମେ ପଡିବ, ସେପର୍ଯ୍ଯନ୍ତ ପଦ ଧାରଣ କରିବେ ଏବଂ ସେପରି ସୂଚନା ଆୟୁକ୍ତ ରୂପେ ପୁନଃ ନିଯୁକ୍ତ ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ  ।

    ପରନ୍ତୁ କୌଣସି ରାଜ୍ୟ ସୂଚନା ଆୟୁକ୍ତ ଏହି ଉପଧାରା ଅନୁଯାୟୀ ପଦ ତ୍ୟାଗକରି 15 ର ଧାରା ଉପଧାରା (3) ରେ ବିର୍ନିର୍ଦ୍ଧିଷ୍ଟ ରୀତିରେ ରାଜ୍ୟ ମୁଖ୍ୟ ସୂଚବା ଆୟୁକ୍ତ ଭାବରେ ନିଯୁକ୍ତି ପାଇଁ ଯୋଗ୍ୟ ବିବେଚିତ ହେବେ ।

    ଅଧିକନ୍ତୁ ଯଦି ରାଜ୍ୟ ସୂଚନା ଆୟୁକ୍ତ , ରାଜ୍ୟ ମୁଖ୍ୟ ସୁଚନା ଆୟୁକ୍ତ ଭାବରେ ନିଯୁକ୍ତି ପାଆନ୍ତି , ତେବେ ରାଜ୍ୟ ସୂଚନା ଆୟୁକ୍ତ ଓ ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ ଭାବରେ ତାଙ୍କ ପଦର କାର୍ଯ୍ୟକାଳ ମୋଟ ପାଞ୍ଚ ବର୍ଷରୁ ଅଧିକ ହେବ ନାହିଁ ।

    (3) ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ କିମ୍ବା ରାଜ୍ୟ ସୂଚନା ଆୟୁକ୍ତ କାର୍ଯ୍ୟରେ ଯୋଗଦେବା ପୂର୍ବରୁ ରାଜ୍ୟପାଳ କିମ୍ବା ଏହି ଉପଲକ୍ଷେ ରାଜ୍ୟପାଲଙ୍କ ଦ୍ଵାରା ନିଯୁକ୍ତି ଅନ୍ୟ କୌଣସି ବ୍ୟକ୍ତିଙ୍କ ସମକକ୍ଷରେ ଏହି ଅଧିନିୟମର ପ୍ରଥମ ଅନୁସୂଚିରେ ଥିବା ଫର୍ମ ଅନୁସାରେ ଶପଥ କିମ୍ବା ପ୍ରୀତିଜ୍ଞାନ କରି ସେଥିରେ ସ୍ଵାକ୍ଷର କରିବେ ।

    (4) ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ କିମ୍ବା କୌଣସି ରାଜ୍ୟ ସୂଚନା ଆୟୁକ୍ତ ଯେକୌଣସି ସମୟରେ ରାଜ୍ୟପାଳଙ୍କୁ ସମ୍ବୋଧିତ ହୋଇଥିବା ସ୍ଵହସ୍ତ ଲିଖିତ ଇସ୍ତଫା ପ୍ରଦାନ କରିପାରିବେ ।

    ପରନ୍ତୁ ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ କିମ୍ବା ଯେକୌଣସି ରାଜ୍ୟ ସୂଚନା ଆୟୁକ୍ତ ଧାରା 17 ରେ ବିନିର୍ଦ୍ଧିଷ୍ଟ ରୀତିରେ ନିଜ ପଦବୀରୁ ଅପସାରିତ ହୋଇପାରିବେ ।

    (5) (କ) ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତଙ୍କୁ ଦେୟ ଦରମା ଓ ଭତ୍ତା ତଥା ତାଙ୍କ ସେବାର ଅନ୍ୟାନ୍ୟ ନିବନ୍ଧନ ଓ ସର୍ତ୍ତାବଳୀ, ଜଣେ ନିର୍ବାଚନ ଆୟୁକ୍ତଙ୍କ ସହ ସମାନ ହେବ ।

    (ଖ)ଜଣେ ରାଜ୍ୟ ସୂଚନା ଆୟୁକ୍ତଙ୍କୁ ଦେୟ ଦରମା ଓ ଭତ୍ତାତଥା ତାଙ୍କ ସେବାର ଅନ୍ୟାନ୍ୟ ନିବନ୍ଧନ ଓ ସର୍ତ୍ତାବଳୀ, ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କ ସହ ସମାନ ହେବ :

    ପରନ୍ତୁ ନିଯୁକ୍ତି ସମୟରେ ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ ବା ରାଜ୍ୟ ସୂଚନା ଆୟୁକ୍ତ ଯଦି କେନ୍ଦ୍ର ସରକାର ବା କୌଣସି ରାଜ୍ୟ ସରକାରଙ୍କ ଅଧୀନରେ ପୂର୍ବ ସେବା ଯୋଗୁଁ ଅକର୍ମଣ୍ୟତା ବା ଆଘାତଜନିତ ପେନସନ ଭିନ୍ନ ଅନ୍ୟ କୌଣସି ପେନସନ ପାଉଥିବେ,ତେବେ ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ ବା ରାଜ୍ୟ ସୂଚନା ଆୟୁକ୍ତ ଭାବେ ସେବା ସକାଶେ ତାଙ୍କର ବେତନରୁ ପେନସନ ସମାନୁପାତିକ ଅବସରକାଳୀନ ଗ୍ରାଚ୍ୟୁଟିକୁ ଛାଡି ପେନସନ , କମ୍ୟୁଟେଡ ପେନସନ ଓ ଅନ୍ୟ ଅବସରକାଳୀନ ସୁବିଧା ବାବଦ ଦେୟ ପେନସନ ହ୍ରାସ କରାଯିବ ।

    ଅଧିକନ୍ତୁ ନିଯୁକ୍ତି ସମୟରେ ରାଜ୍ୟମୁଖ୍ୟ ସୂଚନା ଆୟୁକ୍ତ କିମ୍ବା ରାଜ୍ୟ ସୁଚନା ଆୟୁକ୍ତ ଯଦି କୌଣସି କେନ୍ଦ୍ରୀୟ ଅଧିନିୟମ କିମ୍ବା ରାଜ୍ୟ ଅଧିନିୟମ ଦ୍ଵାରା ବା ଅନୁଯାୟୀ ପ୍ରତିଷ୍ଠିତ କୌଣସି ନିଗମ କିମ୍ବା କେନ୍ଦ୍ର ବା ରାଜ୍ୟ ସରକାରଙ୍କ ମାଲିକାନା କିମ୍ବା ନିୟନ୍ତ୍ରଣଧିନ କୌଣସି ସରକାରୀ କମ୍ପାନୀରେ ପୂର୍ବ ସେବା ଯୋଗୁଁ କୌଣସି ଅବସରକାଳୀନ ସୁବିଧା ସୁଯୋଗ ପାଉଥାନ୍ତି, ତେବେ ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ କିମ୍ବା ରାଜ୍ୟ ସୂଚନା ଆୟୁକ୍ତ ଭାବେ ତାଙ୍କ ବେତନରୁ ଅବସରକାଳୀନ ସମାନୁପାତିକ ପେନସନ ହ୍ରାସ କରାଯିବ ।

    ପୁନଶ୍ଚ ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ ଏବଂ ରାଜ୍ୟ ସୂଚନା ଆୟୁକ୍ତ ବେତନ ଭତ୍ତା ଓ ସେବାର ଅନ୍ୟାନ୍ୟ ସର୍ତ୍ତାବଳୀ , ସେମାନଙ୍କ ନିଯୁକ୍ତି ପରେ ସେମାନଙ୍କୁ କୌଣସି କ୍ଷତି ପହଞ୍ଚାଇଲା ଭଳି ପରିବର୍ତ୍ତନ କରାଯାଇପାରିବ ନାହିଁ ।

    (6) ଏହି ଅଧିନିୟମ ଅନୁଯାୟୀ ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ ଓ ରାଜ୍ୟ ସୂଚନା ଆୟୁକ୍ତ ସେମାନଙ୍କର କାର୍ଯ୍ୟ , ଦକ୍ଷତାର ସହ ସମ୍ପାଦନ କରିବା ନିମନ୍ତେ, ରାଜ୍ୟ ସରକାର ଆବଶ୍ୟକ ସଂଖ୍ୟକ ଅଧିକାରୀ ଓ କର୍ମଚାରୀ ନିଯୁକ୍ତିର ବ୍ୟବସ୍ଥା କରିବେ ଏବଂ ଏହି ଅଧିନିୟମ ଅନୁଯାୟୀ ନିଯୁକ୍ତ ଅଧିକାରୀ ଓ କର୍ମଚାରୀମାନଙ୍କର ବେତନ, ଭତ୍ତା ଓ ସେବାର ନିର୍ବନ୍ଧନ ଓ ସର୍ତ୍ତାବଳୀ ବିହିତ ହେବାମତେ ହେବ ।

    17 (1) ଉପଧାରା (3) ର ବ୍ୟବସ୍ଥା ଗୁଡିକପ୍ରତି ସାପେକ୍ଷ ରହି, ରାଜ୍ୟପାଳଙ୍କ ଦ୍ଵାରା ଏକ ରେଫରେନ୍ସ କ୍ରମେ ତଦନ୍ତ କରିବାପରେ ଉଚ୍ଚତମ ନ୍ୟାୟାଳୟ ଯଦି ରିପୋର୍ଟ କରନ୍ତି ଯେ, ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ ବା ଯଥାସ୍ଥିତି, କୌଣସି ରାଜ୍ୟ ସୂଚନା ଆୟୁକ୍ତ ଖରାପବ୍ୟବହାର କରିଛନ୍ତି ବା ଅସମର୍ଥ ଅଟନ୍ତି ଏବଂ ସେହି କାରଣରୁ ତାଙ୍କୁ ଅପସାରଣ କରିବା ଉଚିତ , ତେବେ ସେହି କାରଣରୁ ରାଜ୍ୟପାଳ, ଆଦେଶ ଦ୍ଵାରା ହିଁ ର୍ଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ ବା କୌଣସି ରାଜ୍ୟ ସୂଚନା ଆୟୁକ୍ତଙ୍କୁ ତାଙ୍କ ପଦରୁ ଅପସାରଣ କରିବେ ।

    (2)  ଯେଉଁ ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ ବା ରାଜ୍ୟ ସୂଚନା ଆୟୁକ୍ତଙ୍କ ସମ୍ବନ୍ଧରେ ଉପଧାରା (1) ଅନୁଯାୟୀ ଉଚ୍ଚତମ ନ୍ୟାୟାଳୟ କୁ ଏକ ରେଫେରେନ୍ସ କରାଯାଇଥିବ ,ସେହି ରେଫେରେନ୍ସ ଉପରେ ଉଚ୍ଚତମ ନ୍ୟାୟଳୟ ଙ୍କ ରିପୋର୍ଟ ପାଇ ତାଉପରେ ରାଜ୍ୟପାଳ ଆଦେଶ ନ ଦେବା ପର୍ଯ୍ୟନ୍ତ ତଦନ୍ତ ସମୟ ମଧ୍ୟରେ ରାଜ୍ୟପାଳ ତାଙ୍କୁ ପଦରୁ ନିଲମ୍ବିତ କରିପାରିବେ ଓ ଯଦି ଆବଶ୍ୟକ ମନେ କରନ୍ତି ତେବେ କାର୍ଯ୍ୟଳୟ ରେ ଯୋଗଦେବାରୁ ମଧ୍ୟ ବାରଣ କରିପାରିବେ ।

    (3) ଯଦି ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ ବା ଯଥା ସ୍ଥିତି କୌଣସି ରାଜ୍ୟ ସୂଚନା ଆୟୁକ୍ତ –

     

  • I.            ଦେବାଳିଆ ବୋଲି ନ୍ୟାୟନିର୍ଣ୍ଣିତ ହୋଇଥିବେ ; କିମ୍ବା
  • II.            ଏପରି ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିବେ, ଯାହାକି ରାଜ୍ୟପାଳ ଙ୍କ ମତରେ ନୈତିକ ଭ୍ରଷ୍ଟାଚାର ଅଟେ ; କିମ୍ବା
  • III.            ନିଜ ପଦବୀରେ ଥିବା ସମୟରେ ପଦୀୟ କର୍ତ୍ତବ୍ୟର ପରିଧି ବାହାରେ ଅନ୍ୟ କୌଣସି ସବୈତନିକ କାର୍ଯ୍ୟରେ ନିଯୋଜିତ ହୋଇଥିବେ ; କିମ୍ବା
  • IV.            ରାଜ୍ୟପାଳ ମତରେ ଶାରୀରିକ ବା ମାନସିକ ଦୃଷ୍ଟିରୁ ଆଉ କାର୍ଯ୍ୟ କରିବାକୁ ଅସମର୍ଥ ଅଟନ୍ତି ; କିମ୍ବା
  • V.            ଏପରି ଆର୍ଥିକ ବା ଅନ୍ୟାନ୍ୟ ସ୍ଵାର୍ଥ ଜଡିତ କାର୍ଯ୍ୟରେ ଲିପ୍ତ ଯାହାକି ମୁଖ୍ୟ ସୂଚନା ଆୟୁକ୍ତ ବା କୌଣସି ସୂଚନା ଆୟୁକ୍ତ ଭାବେ ତାଙ୍କ କୃତ୍ୟ ସଂପାଦାନ କୁ ପ୍ରତିକୂଳ ପ୍ରଭାବ ପକାଇବ ;
  •  

    ତେବେ ଉପଧାରା (1) ରେ ଯାହା କିଛି ଥିବା ସତ୍ତ୍ୱେ , ରାଜ୍ୟପାଳ ଆଦେଶ ଦ୍ଵାରା ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ ବା ଜଣେ ସୂଚନା ଆୟୁକ୍ତଙ୍କୁ ପଦରୁ ଅପସାରଣ କରିପାରିବେ ।

    (4) ରାଜ୍ୟ ସରକାରଙ୍କ ଦ୍ଵାରା ବା ତରଫରୁ କରାଯାଇଥିବା କୌଣସି ଚୁକ୍ତି ବା ରାଜିନାମାରେ ମୁଖ୍ୟ ସୂଚନା ଆୟୁକ୍ତ କିମ୍ବା ଜଣେ ସୂଚନା ଆୟୁକ୍ତ ଯଦି କୌଣସି ମତେ ସମ୍ପୃକ୍ତ ବା ସ୍ଵାର୍ଥରେ ଥିବେ ବା ଏକ ନିଗମିତ କମ୍ପାନିର ସାଧାରଣ ସଦସ୍ୟମାନଙ୍କ ଭିତରୁ ଜଣେ ସଦସ୍ୟ ଭିନ୍ନ ଅନ୍ୟଥା ତହିଁରୁ କୌଣସି ପ୍ରକାରର ଲାଭ ବା କୌଣସି ସୁବିଧା ବା ପାରିଶ୍ରମିକ ନେଉଥିବେ ତେବେ, ଉପଧାରା (1) ଉଦ୍ଦେଶ୍ୟରେ ସେ ଖରାପ ବ୍ୟବହାର କରିଛନ୍ତି ବୋଲି ବିବେଚିତ ହେବେ  ।

    ଅଧ୍ୟାୟ V

    ସୂଚନା ଆୟୋଗର କ୍ଷମତା ଏବଂ କୃତ୍ୟ ଅପିଲ ଏବଂ ଶାସ୍ତି

    18 .(1) ଏହି ଅଧିନିୟମର ବ୍ୟବସ୍ଥାଗୁଡିକର ସାପେକ୍ଷଟାରେ ନିମ୍ନଲିଖିତ ବ୍ୟକ୍ତିବିଶେଷଙ୍କ ଠାରୁ ଅଭିଯୋଗ ଗ୍ରହଣ କରିବା ଏବଂ ତାହାର ବିଧିବଦ୍ଧ ତଦନ୍ତ କରିବା କେନ୍ଦ୍ରୀୟ ସୂଚନା ଆୟୋଗ ବା ଯଥାସ୍ଥିତ, ରାଜ୍ୟ ସୂଚନା ଆୟୋଗଙ୍କ କର୍ତ୍ତବ୍ୟ ହେବ –

    (କ) ଯେଉଁ ବ୍ୟକ୍ତି ଏହି ଅଧିନିୟମ ଅନୁଯାୟୀ ଏକେତ ଏପରି କୌଣସି ଅଧିକାରୀ ନିଯୁକ୍ତ ହୋଇ ନ ଥିବା କାରଣରୁ ଯଥାସ୍ଥିତି , କେନ୍ଦ୍ରୀୟ ସୂଚନା ଆୟୁକ୍ତ ବା ରାଜ୍ୟ ସୂଚନା ଆୟୁକ୍ତଙ୍କୁ ଆବେଦନ ପ୍ରଦାନ କରିବାକୁ ଅସମର୍ଥ ହୋଇଛନ୍ତି ନତୁବା କେନ୍ଦ୍ରୀୟ ସହାୟକ ଲୋକସୂଚନା ଅଧିକାରୀ , ଏହି ଅଧିନିୟମ ଅନୁଯାୟୀ ସୂଚନା ପ୍ରାପ୍ତି ପାଇଁ ତାଙ୍କର ଆବେଦନ ବା ଅପିଲକୁ ଗ୍ରହଣ କରି, ତାହା କେନ୍ଦ୍ରୀୟ ଲୋକ ସୂଚନା ଅଧିକାରୀ ବା ରାଜ୍ୟ ଲୋକ ସୂଚନା ଅଧିକାରୀ ବା ଧାରା 19ର ଉପଧାରା (1) ରେ ବିନିର୍ଦ୍ଧିଷ୍ଟ ବରିଷ୍ଠ ଅଧିକାରୀ ବା ଯଥାସ୍ଥିତି, କେନ୍ଦ୍ରୀୟ ସୂଚନା ବା ରାଜ୍ୟ ସୂଚନା ଆୟୋଗଙ୍କ ନିକଟକୁ ପଠାଇବା ପାଇଁ ପ୍ରତ୍ୟାଖାନ କରିଛନ୍ତି ।

    (ଖ) ଏହି ଅଧିନିୟମ ଅନୁସାରେ କୌଣସି ସୂଚନା ପ୍ରାପ୍ତି ନିମନ୍ତେ ଯାହାଙ୍କର ଆବେଦନ ପ୍ରତ୍ୟାଖ୍ୟାତ ହୋଇଛି ।

    (ଗ) ଏହି ଅଧିନିୟମ ଅନୁଯାୟୀ ବିନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ଯିଏ ସୂଚନା ପାଇନାହାନ୍ତି :

    (ଘ) ଦାଖଲ କରିବାକୁ ପଡୁଥିବା ଫିସକୁ ଯିଏ ଯୁକ୍ତିଯୁକ୍ତ ନୁହେଁ  ବୋଲି ବିବେଚନା କରନ୍ତି  ।

    (ଙ) ଯିଏ ବିଶ୍ଵାସ କରନ୍ତି ଯେ  ଏହି ଅଧିନିୟମ ଅନୁଯାୟୀ ତାଙ୍କୁ ଦିଆଯାଇଥିବା ତଥ୍ୟ ଅସଂପୂର୍ଣ୍ଣ , ବିଭ୍ରାନ୍ତିକର ବା ମିଥ୍ୟା ; ଏବଂ

    (ଚ) ଏହି ଅଧିନିୟମ ଅନୁଯାୟୀ ଆବେଦନ କରିବା କିମ୍ବା ରେକର୍ଡପତ୍ର ଯାଞ୍ଚ କରିବା ସମ୍ବନ୍ଧୀୟ ଯେକୌଣସି ବିଷୟବସ୍ତୁ ।

    (2) ଯଦି କେନ୍ଦ୍ରୀୟ ସୂଚନା ଆୟୁକ୍ତ ବା ଯଥାସ୍ଥିତି ରାଜ୍ୟ ସୂଚନା ଆୟୁକ୍ତଙ୍କ ହୃଦବୋଧ ହେବ ଯେ, ବିଷୟଟିରେ ତଦନ୍ତ ନିମନ୍ତେ ଯୁକ୍ତିଯୁକ୍ତ କାରଣ ରହିଛି, ତେବେ ସେ ଏହାର ବିଧିବଦ୍ଧ ତଦନ୍ତ ଆରମ୍ଭ କରିପାରିବେ ।

    (3) ସିଭିଲ ପ୍ରକ୍ରିୟା ସଂହିତା, 1908 ଅନୁଯାୟୀ ଏକ ମକଦ୍ଦମାର ବିଚାର କଲାବେଳେ ଏକ ସଭିଲ ନ୍ୟାୟାଳୟର ଯେଉଁ କ୍ଷମତାମାନ ରହିଛି, ଏହି ଅଧିନିୟମ ଅନୁଯାୟୀ କୌଣସି ବିଷୟର ତଦନ୍ତ କଲାବେଳେ ଯଥାସ୍ଥିତି, କେନ୍ଦ୍ରୀୟ ସୂଚନା ଆୟୁକ୍ତ ବା ରାଜ୍ୟ ସୂଚନା ଆୟୁକ୍ତଙ୍କ ସେହି କ୍ଷମତାମାନ ରହିବା ,ଯଥା –

     

  • I.            ସମ୍ପୃକ୍ତ ବ୍ୟକ୍ତିମାନଙ୍କ ନିକଟକୁ ସମନ ଜାରି କରିବା ଓ ସେମାନଙ୍କୁ ହାଜର ହେବା ନିମନ୍ତେ ବାଧ୍ୟ କରିବା ଏବଂ ଶପଥ ପୂର୍ବକ ମୌଖିକ ବ ଲିଖିତ ସାକ୍ଷ୍ୟ ପ୍ରଦାନ କରିବା ଏବଂ  ଦସ୍ତାବୀଜ ବା ଦ୍ରବ୍ୟ ଉପସ୍ଥାପନା କରିବା :
  • II.            ଆବଶ୍ୟକୀୟ ଦସ୍ତାବିଜଗୁଡିକର ଆବିଷ୍କାର ଓ ନିରୀକ୍ଷଣ କରିବା ।
  • III.            ଆଫିଦେଟିଭି ଦ୍ଵାରା ସାକ୍ଷ୍ୟ ଗ୍ରହଣ କରିବା ।
  • IV.            କୌଣସି ନ୍ୟାୟାଳୟ ବା ଦପ୍ତରରୁ ସରକାରୀ ରେକର୍ଡ ବା ତାହାର ନକଲମାନ ବରାଦ କରିବା :
  • V.            ସାକ୍ଷୀ କିମ୍ବା ଦସ୍ତାବିଜ ଗୁଡିକର ପରୀକ୍ଷା ନିରୀକ୍ଷା ପାଇଁ ସମନ ଜାରି କରିବା ଏବଂ
  • VI.            ବିହିତ ଅନ୍ୟାନ୍ୟ ବିଷୟମାନ  ।
  •  

    (4) ସଂସଦ ବା ରାଜ୍ୟ ବିଧାନମଣ୍ଡଳର ଅନ୍ୟାନ୍ୟ  ଅଧନିୟମରେ ଅସଙ୍ଗତ ଯାହା କିଛି ଥିବା ସହିତ , ଏହି ଅଧିନିୟମ  ଅନୁଯାୟୀ କୌଣସି ଅଭିଯୋଗର ତଦନ୍ତ କଲାବେଳେ କେନ୍ଦ୍ରୀୟ ସୂଚନା ଆୟୋଗ ବା ଯଥାସ୍ଥିତି ରାଜ୍ୟ ସୂଚନା ଆୟୋଗ ସରକାରୀ କର୍ତ୍ତୁପକ୍ଷଙ୍କ ନିୟନ୍ତ୍ରଣାଧୀନ କୌଣସି ରେକର୍ଡକୁ ,ଯାହାପ୍ରତି ଏହି ଅଧିନିୟମ ପ୍ରଯୁଜ୍ୟ, ପରୀକ୍ଷା ନିରୀକ୍ଷା କରିପାରେବେ ଏବଂ କୌଣସି କାରଣରୁ ସେପରି କୌଣସି ରେକର୍ଡ ତାଙ୍କୁ ଦେବାପାଇଁ ମନା କରାଯାଇପାରିବ ନାହିଁ  ।

    19. (1) ଯେଉଁ ବ୍ୟକ୍ତି, ଧାରା 7 ର ଉପଧାରା (1) ବା ଉପଧାରା (3) ର ଖଣ୍ଡ (କ) ରେ ବିନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ କୌଣସି ନିସ୍ପତି ନ ପାଆନ୍ତି କିମ୍ବା ,ଯଥାସ୍ଥିତି କେନ୍ଦ୍ରୀୟ ଲୋକ ସୂଚନା ଅଧିକାରୀ ବା ରାଜ୍ୟ ଲୋକ ସୂଚନା ଅଧିକାରୀଙ୍କ ନିଷ୍ପତିରେ ଖିବୁଧ ହୁଅନ୍ତି, ସେ, ସେପରି କଳାବଧିର ଅବସାନ ତାରିଖଠାରୁ ବା ନିଷ୍ପତି ପାଇବା ତାରିଖଠାରୁ,ତିରିଶଦିନ ମଧ୍ୟରେ ସମସ୍ତ ସରକାରୀ କର୍ତ୍ତୁପକ୍ଷଙ୍କ କେନ୍ଦ୍ରୀୟ ଲୋକ ସୂଚନା ଅଧିକାରୀ ବା ଯଥାସ୍ଥିତି ରାଜ୍ୟ ଲୋକ ସୂଚନା ଅଧିକାରୀଙ୍କଠାରୁ ବରିଷ୍ଠ ଅଧିକାରୀଙ୍କ ସମକ୍ଷରେ ଅପିଲ କରିପାରିବ :

    ପରନ୍ତୁ ଯଦି ପଜ୍ୟାପ୍ତ କାରଣ ହେତୁ ଅପିଲକାରୀ ଠିକ ସମୟରେ ଅପିଲ ଦାଖଲ କରି ପାରିନାହାନ୍ତି ବୋଲି ଉକ୍ତ ଅଧିକାରୀଙ୍କର ହୃଦବୋଧ ହେବ , ତେବେ ସେ ଉକ୍ତ ତିରିଶ ଦିନ କାଳାବଧିର ଅବସାନ ପରେ ମଧ୍ୟ ଅପିଲଟି ବିଚାରପାଇଁ ଗ୍ରହଣ କରିପାରିବେ ।

    (2) ଧାରା 11 ଅନୁଯାୟୀ ତୃତୀୟ ପକ୍ଷ ସୂଚନା ପ୍ରକାଶ କରିବାକୁ ଜଣେ କେନ୍ଦ୍ରୀୟ ଲୋକ ସୂଚନା ଅଧିକାରୀ ବା, ଯଥାସ୍ଥିତି ଜଣେ ରାଜ୍ୟ ଲୋକ ସୂଚନା ଅଧିକାରୀଙ୍କ ଆଦେଶ ବିରୁଦ୍ଧରେ ଏକ ଅପିଲ କରାଯାଉଥିବା ସ୍ଥଳେ, ଉକ୍ତ ଅପିଲ ଆଦେଶ ତାରିଖଠାରୁ ତିରିଶ ଦିନ ମଧ୍ୟରେ ସଂପୃକ୍ତ ତୃତୀୟ ପକ୍ଷଙ୍କ ଦ୍ଵାରା ଆଗତ କରାଯିବ ।

    (3) ଯେଉଁ ତାରିଖରେ ନିଷ୍ପତି ନିଆଯିବା ଉଚିତ ଥିଲା ବା ନିଷ୍ପତି ପ୍ରକୃତିରେ ମିଳିଲା, ସେହି ତାରିଖଠାରୁ ନବେ ଦିନ ମଧ୍ୟରେ ଉପଧାରା (1) ଅନୁଯାୟୀ ନିଷ୍ପତି ବିରୁଦ୍ଧରେ ଏକ ଦ୍ଵିତୀୟ ଅପିଲ , କେନ୍ଦ୍ରୀୟ ସୂଚନା ଆୟୋଗ ବା ରାଜ୍ୟ ସୂଚନା ଆୟୋଗ ନିକଟରେ ଆଗତ କରାଯିବ ;

    ପରନ୍ତୁ ଯଦି ଠିକ କାରଣ ହେତୁ ଅପିଲକାରୀ ଠିକ ସମୟରେ ଅପିଲ ଦାଖଲ କରିପାରିବେ ନାହିଁ ଯଥାସ୍ଥିତି କେନ୍ଦ୍ରୀୟ ସୂଚନା ଆୟୋଗ ବା ରାଜ୍ୟ ସୂଚନା ଆୟୋଗଙ୍କ ହୃଦବୋଧ ହେବ , ତେବେ ସେ ଉକ୍ତ ନବେ ଦିନ କାଲାବଧିର ଅବସାନ ପରେ ମଧ୍ୟ ଅପିଲଟି ବିଚାର ପାଇଁ ଗ୍ରହଣ କରିପାରିବେ ।

    (4) ଯଦି ଏକ ତୃତୀୟ ପକ୍ଷର ସୂଚନା ସମ୍ବନ୍ଧରେ କେନ୍ଦ୍ରୀୟ ଲୋକ ସୂଚନା ଅଧିକାର ବା ଯଥାସ୍ଥିତି, ରାଜ୍ୟ ଲୋକ ସୂଚନା ଅଧିକାରୀଙ୍କ କୌଣସି ନିଷ୍ପତି ବିରୁଦ୍ଧରେ ଏକ ଅପିଲ ଆଗତ କରାଯାଇଥାଏ , ତେବେ କେନ୍ଦ୍ରୀୟ ସୂଚନା ଆୟୋଗ ବା ଯଥାସ୍ଥିତି ରାଜ୍ୟ ସୂଚନା ଆୟୋଗ , ସେହି ତୃତୀୟ ପକ୍ଷଙ୍କୁ ଶୁଣାଣୀର ଏକ ଯୁକ୍ତିଯୁକ୍ତ ସୁଯୋଗ ଦେବେ ।

    (5) କୌଣସି ଏକ ଅପିଲ କାର୍ଯ୍ୟବିଧିରେ, ଏକ ଆବେଦନକୁ ଆଗ୍ରାହ୍ୟ କରିବା ଯଥାର୍ଥ ଥିଲା ପ୍ରମାଣ କରିବା ଭାର , ଯଥାସ୍ଥିତି ଯେଉଁ କେନ୍ଦ୍ରୀୟ ଲୋକସୂଚନା ଅଧିକାରୀ ବା ରାଜ୍ୟ ଲୋକ ସୂଚନା ଅଧିକାରୀ ଉକ୍ତ ଆବେଦନକୁ ଆଗ୍ରାହ୍ୟ କରିଥିଲେ ତାଙ୍କ ଉପରେ ନ୍ୟସ୍ତ ହେବ ।

    (6) ଉପଧାରା (1) ବା ଉପଧାରା (2) ଅନୁଯାୟୀ ଏକ ଅପିଲ, ଯଥାସ୍ଥିତି ଅପିଲ ମିଳିବାର ତିରିଶଦିନ ମଧ୍ୟରେ ବା କାରଣମାନ ଅଭିଲିଖିତ କରି ତାହା ଦାଖଲ ହେବା ତାରିଖଠାରୁ ସମୁଦାଯ ୪୫ଦିନରୁ ଅନଧିକ ବର୍ଦ୍ଧିତ କାଲାବଧି ମଧ୍ୟରେ ଫଏସଲା କରାଯିବ ।

    (7)କେନ୍ଦ୍ରୀୟ ସୂଚନା ଆୟୋଗ ବା ଯଥା ସ୍ଥିତି, ରାଜ୍ୟ ସୂଚନା ଆୟୋଗଙ୍କ ନିସ୍ପତି ବାଧ୍ୟକର ଅଟେ ।

    (8) ନିଷ୍ପତି ନେବା ପାଇଁ କେନ୍ଦ୍ରୀୟ ସୂଚନା ଆୟୋଗ ବା ଯଥାସ୍ଥିତି ରାଜ୍ୟ ସୂଚନା ଆୟୋଗଙ୍କ ନିମ୍ନୋକ୍ତ କ୍ଷମତା ରହିବ –

    (କ)   ଏହି ଅଧିନିୟମର ବ୍ୟବସ୍ଥାଗୁଡ଼ିକୁ ସାବ୍ୟସ୍ତ କରିବାକୁ ଆବଶ୍ୟକ ଯେକୌଣସି ପଦକ୍ଷେପ ନେବାପାଇଁ ସରକାରୀ କର୍ତ୍ତୁପକ୍ଷଙ୍କୁ ନିମ୍ନୋକ୍ତ ଆଦେଶ ସମେତ ଯେ କୌଣସି ଆଦେଶ ଦେଇପାରିବେ ।

     

  • I.            ଯଦି ଆବେଦନ କରାଇଥାଏ , ତେବେ ଏକ ନିର୍ଦ୍ଧିଷ୍ଟ ଫର୍ମରେ ସୂଚନା ପ୍ରଦାନ କରିବା ;
  • II.            ଜେନ କେନ୍ଦ୍ରୀୟ ଲୋକ ସୂଚନା ଅଧିକାରୀ ବା ଯଥାସ୍ଥିତି, ରାଜ୍ୟ ଲୋକ ସୂଚନା ଅଧିକାରୀଙ୍କୁ ନିଯୁକ୍ତି ଦେବା ;
  • III.            କେତେକ ସୂଚନା ବା କେତେକ ବର୍ଗ ସୂଚନା ପ୍ରକାଶ କରିବା ।
  • IV.            ରେକର୍ଡଗୁଡିକର ରକ୍ଷଣାବେକ୍ଷଣା, ପରିଚାଳନା ଏବଂ ନଷ୍ଟ କରିବାର ପ୍ରକ୍ରିୟାରେ ଆବଶ୍ୟକୀୟ ପରିବର୍ତ୍ତନ ଆଣିବା ;
  • V.            ଅଧିକାରୀମାନଙ୍କୁ ସୂଚନା ଅଧିକାର ସମ୍ବନ୍ଧୀୟ ପ୍ରଶିକ୍ଷଣ ବ୍ୟବସ୍ଥାରେ ଉନ୍ନତ୍ତି ଘଟାଇବା ।
  • VI.            ଧାରା 4ର ଧାରା (1) ର ଖଣ୍ଡ (ଖ)ର ଅନୁପାଳନ ନିମନ୍ତେ ତାହାଙ୍କୁ ଏକ ବାର୍ଷିକ ରିପୋର୍ଟ ଯୋଗାଇଦେବା ;
  •  

    (ଖ) ଅଭିଯୋଗକାରୀଙ୍କ କୌଣସି କ୍ଷତି ବା ଅନ୍ୟାନ୍ୟ ହାନି ହୋଇଥିଲେ ସରକାରୀ କର୍ତ୍ତୁପକ୍ଷ ତାଙ୍କୁ କ୍ଷତିପୂରଣ ଆଦେଶ ଦେଇପାରିବେ ;

    (ଗ)ଏହି ଅଧିନିୟମରେ ବ୍ୟବସ୍ଥିତ ଯେକୌଣସି ଶାସ୍ତି ବିଧାନ କରିପାରିବେ ।

    (ଘ)ଦରଖାସ୍ତ ଖାରଜ କରିପାରିବେ ।

    (9)କେନ୍ଦ୍ରୀୟ ସୂଚନା ଆୟୋଗ କିମ୍ବା, ଯଥାସ୍ଥିତି ରାଜ୍ୟ ସୂଚନା ଆୟୋଗ, ଅଭିଯୋଗକାରୀ ଏବଂ ସରକାରୀ କର୍ତ୍ତୁପକ୍ଷଙ୍କୁ କୌଣସି ଅପିଲ ଅଧିକାର ସମେତ ନିଜର ନିଷ୍ପତିର ନୋଟିସ ପ୍ରଦାନ କରିବେ ।

    (10)କେନ୍ଦ୍ରୀୟ ସୂଚନା ଆୟୋଗ ବା ଯଥାସ୍ଥିତି, ରାଜ୍ୟ ସୂଚନା ଆୟୋଗ ବିହିତ ହେବା ମତେ ପ୍ରକ୍ରିୟା ଅନୁସାରେ ଅପିଲର ନିଷ୍ପତି କରିବେ ।

    20 (1) ଯଦି କେନ୍ଦ୍ରୀୟ ସୂଚନା ଆୟୋଗ ବା ଯଥାସ୍ଥିତି, ରାଜ୍ୟ ସୂଚନା ଆୟୋଗ କୌଣସି ଅଭିଯୋଗ ବା ଅପିଲର ନିଷ୍ପତି ନେବାବେଳେ ମତପୋଷଣ କରନ୍ତି ଯେ କେନ୍ଦ୍ରୀୟ ଲୋକ ସୂଚନା ଅଧିକାରୀ ବା ଯଥାସ୍ଥିତି, ରାଜ୍ୟ ଲୋକସୂଚନା ଅଧିକାରୀ , କୌଣସି ଯୁକ୍ତିଯୁକ୍ତ କାରଣ ନଥାଇ ସୂଚନା ପ୍ରାପ୍ତି ନିମନ୍ତେ ଦରଖାସ୍ତ ଗ୍ରହଣ କରିବାକୁ ପ୍ରତ୍ୟାଖ୍ୟାନ କରିଛନ୍ତି କିମ୍ବା ଧାରା 7 ର ଉପଧାରା (1) ଅନୁଯାୟୀ ବିନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ସୂଚନା ଯୋଗାଇଦେଇ ନାହାନ୍ତି  କିମ୍ବା ମନ୍ଦ ଉଦ୍ଦେଶ୍ୟ ରାଖୀ ସୂଚନା ଯୋଗାଇବା ପାଇଁ ଆବେଦନକୁ ମନା କରିଛନ୍ତି କିମ୍ବା ଜାଣିଶୁଣି ଅସତ୍ୟ, ଅସମ୍ପୂର୍ଣ୍ଣ ବା ଭ୍ରମାତ୍ମକ ସୂଚନା ପ୍ରଦାନ କରିଛନ୍ତି କିମ୍ବା ଆବେଦନର ବିଷୟବସ୍ତୁ ଥିବା ସୂଚନାକୁ ନଷ୍ଟ କରି ଦେଇଛନ୍ତି କିମ୍ବା ସୂଚନା ପ୍ରଦାନ କରିବାରେ କୌଣସି ପ୍ରକାର ବାଧା ସୃଷ୍ଟି କରିଛନ୍ତି ତେବେ ଆୟୋଗ ଦରଖାସ୍ତ ଗ୍ରହଣ କରାଯିବା ପର୍ଯ୍ୟନ୍ତ ବା ସୂଚନା ପ୍ରଦାନ କରାଯିବା ପର୍ଯ୍ୟନ୍ତ ଦିନକୁ ଦୁଇଶହ ପଚାଶ ଟଙ୍କା ହାରରେ ଶାସ୍ତି ବିଧାନ କରିପାରିବେ, କିନ୍ତୁ କୌଣସି କ୍ଷେତ୍ରରେ ସେପରି ଶାସ୍ତିର ସମୁଦାଯ ପରିମାଣ ପଚାଶ ହଜାର ଟଙ୍କାରୁ ଅଧିକ ହେବ ନାହିଁ  ।

    ପରନ୍ତୁ ତାଙ୍କୁ ଦଣ୍ଡ ବିଧାନ କରିବା ପୂର୍ବରୁ କେନ୍ଦ୍ରୀୟ ଲୋକ ସୂଚନା ଅଧିକାରୀ ବା , ଯଥାସ୍ଥିତି , ରାଜ୍ୟ ଲୋକ ସୂଚନା ଅଧିକାରୀଙ୍କୁ ଶୁଣାଣିର ଏକ ଯୁକ୍ତିଯୁକ୍ତ ସୁଯୋଗ ଦିଆଯିବ ।

    (2) ଯଦି କେନ୍ଦ୍ରୀୟ ସୂଚନା ଆୟୋଗ ବା ଯଥାସ୍ଥିତି, ରାଜ୍ୟ ସୂଚନା ଆୟୋଗ କୌଣସି ଅଭିଯୋଗ ବା ଅପିଲର ନିଷ୍ପତି ନେବାବେଳେ ମତପୋଷଣ କରନ୍ତି ଯେ ,କେନ୍ଦ୍ରୀୟ ଲୋକ ସୂଚନା ଅଧିକାରୀ ବା ଯଥାସ୍ଥିତି , ରାଜ୍ୟ ଲୋକ ସୂଚନା ଅଧିକାରୀ କୌଣସି ଯୁକ୍ତିଯୁକ୍ତ କାରଣ ନ ଥାଇ ଏବଂ ଆପତ୍ତି ଲଗାତାର ସୂଚନା ପ୍ରାପ୍ତି ପାଇଁ ଆବେଦନକୁ ଗ୍ରହଣ କରିବାର ବିଫଳ ହୋଇଛନ୍ତି କିମ୍ବା ଧାରା 7ର ଉପଧାରା (1)ଅନୁଯାୟୀ ବିନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ସୂଚନା ଯୋଗାଇ ଦେଇପାରିନାହିଁ କିମ୍ବା ମନ୍ଦ ଉଦ୍ଦେଶ୍ୟ ରଖି ସୂଚନା ଯୋଗାଇଦେବା ପାଇଁ ଆବେଦନକୁ ମନା କରିଛନ୍ତି କିମ୍ବା ଜାଣିଶୁଣି ଅସତ୍ୟ ,ଅସମ୍ପୂର୍ଣ୍ଣ ବା ଭ୍ରମାତ୍ମକ ସୂଚନା ପ୍ରଦାନ କରିଛନ୍ତି କିମ୍ବା ଆବେଦନର ବିଷୟବସ୍ତୁ ଥିବା ସୂଚନାକୁ ନଷ୍ଟ କରିଦେଇଛନ୍ତି କିମ୍ବା ସୂଚନା ପ୍ରଦାନ କରିବାରେ କୌଣସି ପ୍ରକାର ବାଧା ସୃଷ୍ଟି କରିଛନ୍ତି , ତେବେ କେନ୍ଦ୍ରୀୟ ଲୋକ ସୂଚନା ଅଧିକାରୀ ବା ଯଥାସ୍ଥିତି ରାଜ୍ୟ ଲୋକ ସୂଚନା ଅଧିକାରୀଙ୍କ ବିରୁଦ୍ଧରେ ତାଙ୍କ ପ୍ରତି ପ୍ରଯୁଜ୍ୟ ସେବା ନିଯମାବଳୀ ଅନୁଯାୟୀ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଆୟୋଗ ସୁପାରିସ କରିବେ ।

    ଅଧ୍ୟାୟ VI

    ବିବିଧ

    21. ଏହି ଅଧିନିୟମ ଅନୁଯାୟୀ ବା ତଦଧୀନ ପ୍ରଣୀତ କୌଣସି ନିୟମାବଳି ଅନୁଯାୟୀ ସଦ୍ ବିଶ୍ଵାସରେ କରାଯାଇଥିବା କିମ୍ବା କରିବା ପାଇଁ ଆଶାୟିତ କୌଣସି କାର୍ଯ୍ୟ ପାଇଁ କୌଣସି ବ୍ୟକ୍ତିଙ୍କ ବିରୁଦ୍ଧରେ କୌଣସି ମକଦ୍ଦମା, ଅଭିଯୋଜନ କିମ୍ବା ଅନ୍ୟ କୌଣସି ବିଧିକ କାର୍ଯ୍ୟବିଧି କରାଯିବ ନାହିଁ  ।

    22. ସରକାରୀ ଗୋପନୀୟତା ଅଧିନିୟମ, 1923 ଓ ସେହି ସମୟରେ ପ୍ରବୃତ୍ତ ଅନ୍ୟ କୌଣସି ବିଧି ବା ଏହି ଅଧିନିୟମ ଭିନ୍ନ ଅନ୍ୟ କୌଣସି ବିଧିର ମାନ୍ୟତା ଥିବା କୌଣସି ବିଲେଖରେ ଅସଙ୍ଗତ ଯାହା କିଛି ଥିବା ସତ୍ତ୍ୱେ, ଏହି ଅଧିନିୟମ ବ୍ୟବସ୍ଥାଗୁଡ଼ିକ ପ୍ରଭାବୀ ହେବ ।

    23.ଏହି ଅଧିନିୟମ ଅନୁଯାୟୀ ଦିଆଯାଇଥିବା କୌଣସି ଆଦେଶ ସମ୍ପର୍କରେ କୌଣସି ନ୍ୟାୟାଳୟ, କୌଣସି ମକଦ୍ଦମା, ଆବେଦନ କିମ୍ବା ଅନ୍ୟ କୌଣସି କାର୍ଯ୍ୟବିଧି ଗ୍ରହଣ କରିବେ ନାହିଁ ଏବଂ ଏହି ଅଧିନିୟମ ଅନୁଯାୟୀ ଅପିଲ ଭିନ୍ନ ଅନ୍ୟ କୌଣସି ପ୍ରକାରେ ଏଭଳି ଆଦେଶ ଉପରେ ପ୍ରଶ୍ନ କରାଯାଇପାରିବ ନାହିଁ ।

    24. (1) ଦ୍ଵିତୀୟ ଅନୁସୂଚୀରେ ବିନିର୍ଦ୍ଧିଷ୍ଟ ଗୁପ୍ତ ସୂଚନା ଓ ନିରାପତ୍ତା ସଂଗଠନଗୁଡିକ , ଯାହା କେନ୍ଦ୍ର ସରକାରଙ୍କ ଦ୍ଵାରା ସ୍ଥାପିତ, ସେଗୁଡିକ ପ୍ରତି ବା ସେପରି ସଂଗଠନଗୁଡିକ ସେହି ସରକାରଙ୍କୁ ଦେଉଥିବା କୌଣସି ସୂଚନା ପ୍ରତି, ଏହି ଅଧିନିୟମର କୌଣସି ବିଷୟ ପ୍ରଯୁଜ୍ୟ ହେବ ନାହିଁ  ।

    ପରନ୍ତୁ ଭ୍ରଷ୍ଠାଚାରର ଅଭିକଥନ ଏବଂ ମାନବିକ ଅଧିକାରର ଉଲ୍ଲଙ୍ଗନ ସମ୍ବନ୍ଧୀୟ ସୂଚନା ଏହି ଉପଧାରା ଅନୁଯାୟୀ ବାଦ ଦିଆଯିବ ନାହିଁ ।

    (2) କେନ୍ଦ୍ର ସରକାର ସରକାରୀ ଗେଜେଟରେ ଅଧିସୂଚାନା ଦ୍ଵାରା, ସରକାରଙ୍କ ଦ୍ଵାରା ସ୍ଥାପିତ ଅନ୍ୟ କୌଣସି ଗୁପ୍ତସୂଚନା ବା ନିରାପତ୍ତା ସଂଗଠନକୁ ଅନ୍ତର୍ଭୁକ୍ତ କରିବା ପାଇଁ ସେଥିରେ ଥିବା କୌଣସି ସଂଗଠନକୁ ଏଥିରୁ ବାଦ ଦେବା ପାଇଁ, ଅନୁସୂଚୀରେ ସଂଶୋଧନ କରିପାରିବେ ଏବଂ ଏପରି ଅଧିସୂଚନା ପ୍ରକାଶିତ ହେବା ମାତ୍ରେ ଏଭଳି ସଂଗଠନ ଅନୁସୂଚିତରେ ଅନ୍ତର୍ଭୁକ୍ତ ବା ଯଥା ସ୍ଥିତି, ଅନୁସୂଚୀରୁ ବାଦ ହେଲା ବୋଲି ବିବେଚିତ ହେବ ।

    (3) ଉପଧାରା(2) ଅନୁଯାୟୀ ସମସ୍ତ ଅଧିସୂଚନା ସଂସଦର ସମସ୍ତ ଗୃହରେ ଉପସ୍ଥାପନ କରାଯିବ ।

    (4) ରାଜ୍ୟ ସରକାରଙ୍କ ଦ୍ଵାରା ସ୍ଥାପିତ ସେପରି କୌଣସି ଗୁପ୍ତସୂଚନା ଓ ନିରାପତ୍ତା ସଂଗଠନ ପ୍ରତି ,ଏହି ଅଧିନିୟମର କୌଣସି ବିଷୟ ପ୍ରଯୁଜ୍ୟ ହେବ ନାହିଁ , ଯାହାକି ଉକ୍ତ ସରକାର ଅଧିସୂଚନା ଦ୍ଵାରା ସମୟକୁ ସମୟ ସରକାରୀ ଗେଜେଟରେ ବିନିର୍ଦ୍ଧିଷ୍ଟ କରିବେ ।

    ଅଧିକନ୍ତୁ ମାନବିକ ଅଧିକାର ଉଲ୍ଲଙ୍ଗନ ଅଭିକଥନ ସମ୍ବନ୍ଧୀୟ ସୂଚନା ଯଦି ମଗାଯାଏ, ତେବେ କେବଳ ରାଜ୍ୟ ସୂଚନା ଆୟୋଗଙ୍କର ଅନୁମୋଦନକ୍ରମେ ତାହା ଦିଆଯିବ ଏବଂ ଧାରା 7ରେ ଯାହା କିଛି ଥିବା ସତ୍ତ୍ୱେ, ଆବେଦନ ଗ୍ରହଣର ହେବା ତାରିଖ ଠାରୁ ପଇଁଚାଳିଶ ଦିନ ମଧ୍ୟରେ ଏଭଳି ସୂଚନା ଗୋଗାଇ ଦିଆଯିବ ।

    (5) ଉପଧାରା(4) ଅନୁଯାୟୀ ନିର୍ଗମିତ ସମସ୍ତ ଅଧିସୂଚନା ରାଜ୍ୟ ବିଧାନମଣ୍ଡଲରେ ଉପସ୍ଥାପନ କରାଯିବ ।

    25. (1) କେନ୍ଦ୍ରୀୟ ସୂଚନା ଆୟୋଗ କିମ୍ବା, ଯଥାସ୍ଥିତି, ରାଜ୍ୟ ସୂଚନା ଆୟୋଗ ସମସ୍ତ ବର୍ଷ ଶେଷରେ ଯଥା ସମ୍ଭବ ଶୀଘ୍ର, ସେହି ବର୍ଷ ମଧ୍ୟରେ ଏହି ଅଧିନିୟମର ବ୍ୟବସ୍ଥାଗୁଡିକର କାର୍ଯ୍ୟକାରିତା ସମ୍ପର୍କିତ ଏକ ରିପୋର୍ଟ ପ୍ରସ୍ତୁତ କରିବେ ଏବଂ ତାହାର ଏକ ନକଲ ସମୁଚିତ ସରକାରଙ୍କ ନିକଟକୁ ପଠାଇବେ ।

    (2) ସମସ୍ତ ମନ୍ତ୍ରଣାଳୟ ବା ବିଭାଗ ସେମାନଙ୍କର ନିଜ ନିଜ ଅଧିକାରିତାରେ ଥିବା ସରକାରୀ କର୍ତ୍ତୁପକ୍ଷଙ୍କ ସମ୍ପର୍କିତ ସୂଚନା ସଂଗ୍ରହ କରିବେ ଏବଂ ଏହି ଉପଧାରା ଅନୁଯାୟୀ ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ହେବା ମତେ ସେପରି ସୂଚନା ଯଥାସ୍ଥିତି, କେନ୍ଦ୍ରୀୟ ସୂଚନା ଆୟୋଗ ବା ରାଜ୍ୟ ସୂଚନା ଆୟୋଗଙ୍କୁ ଯୋଗାଇ ଦେବେ ଏବଂ ଏହି ଧାରା ଉଦ୍ଦେଶ୍ୟରେ ସେହି ସୂଚନା ସମ୍ପର୍କିତ ଆବଶ୍ୟକତା ଅନୁପାଳନ କରିବେ ଓ ସୂଚନା ଯୋଗାଇଦେବା ପାଇଁ ରେକର୍ଡ ରଖିବେ ।

    (3) ଯେଉଁ ବର୍ଷ ସମ୍ପର୍କରେ ରିପୋର୍ଟ କରାଯାଉଥିବ ସେପରି ସମସ୍ତ ରିପୋର୍ଟରେ ନିମ୍ନଲିଖିତ ସୂଚନାମାନ ଉଲ୍ଲେଖ କରାଯିବ –

    1. I.            ସମସ୍ତ ସରକାରୀ କର୍ତ୍ତୁପକ୍ଷଙ୍କୁ କେତେ ସଂଖ୍ୟକ ଆବେଦନ କରାଯାଇଛି ;
    2. II.            କରାଯାଇଥିବା ଆବେଦନ ମଧ୍ୟରୁ କେତେ ସଂଖ୍ୟକ ନିଷ୍ପତିରେ ଦରଖାସ୍ତକାରୀମାନେ ଦସ୍ତାବିଜ ସମ୍ପର୍କିତ ସୂଚନା ପାଇବାକୁ ହକଦାର ନୁହନ୍ତି ବୋଲି ଆଗ୍ରାହ୍ୟ କରାଯାଇଛି ଏବଂ ଏହି ଅଧିନିୟମରେ କେଉଁ ଧାରା ଅନୁଯାୟୀ ଏପରି ନିଷ୍ପତି ନିଆଯାଇଛି ଏବଂ କେତେଥର ଏହି ଧାରାର ଉପଭୋଗ କରାଯାଇଛି ।
    3. III.            କେନ୍ଦ୍ରୀୟ ସୂଚନା ଆୟୋଗ ବା ଯଥାସ୍ଥିତି, ରାଜ୍ୟ ସୂଚନା ଆୟୋଗଙ୍କ ନିକଟକୁ କେତୋଟି ଅପିଲ କରାଯାଇଛି, ଏହି ଅପିଲ ସ୍ଵଭାବ ଏବଂ ଫଳାଫଳ ;
    4. IV.            ଏହି ଅଧିନିୟମ ପ୍ରଯୋଗକ୍ରମେ କୌଣସି ଅଧିକାରୀଙ୍କ ବିରୁଦ୍ଧରେ ଗ୍ରହଣ କରାଯାଇଥିବା ଶୃଙ୍ଖଳାଗତ କାର୍ଯ୍ୟ ସମ୍ପର୍କିତ ବିବରଣୀ ;
    5. V.            ସମସ୍ତ ସରକାରୀ କର୍ତ୍ତୁପକ୍ଷଙ୍କ ଦ୍ଵାରା ଏହି ଅଧିନିୟମ ଅନୁଯାୟୀ କେତେ ଫିସ ଆଦାୟ କରାଯାଇଛି ।
    6. VI.            ସରକାରୀ କର୍ତ୍ତୁପକ୍ଷମାନେ ଏହି ଅଧିନିୟମର ଅନ୍ତନିହିତ ଉଦ୍ଦେଶ୍ୟ ଓ ଅଭିପ୍ରାୟକୁ କାର୍ଯ୍ୟ କାରୀ କରିବା ଦିଗରେ କରିଥିବା ଉଦ୍ୟମ ସମ୍ପର୍କିତ ତଥ୍ୟାବଳୀ ;

    (4) କେନ୍ଦ୍ର ସରକାର ବା ଯଥା ସ୍ଥିତି , ରାଜ୍ୟ ସରକାର ସମସ୍ତ ବର୍ଷ ଶେଷରେ ଯଥା ସମ୍ଭବ ଶୀଘ୍ର ଉପଧାରା (1) ରେ ସୂଚିତ, ଯଥାସ୍ଥିତି, କେନ୍ଦ୍ରୀୟ ସୂଚନା ଆୟୋଗ ବା ରାଜ୍ୟ ସୂଚନା ଆୟୋଗଙ୍କ ରିପୋର୍ଟର ଏକ ନକଲ, ଯଥାସ୍ଥିତି, ସଂସଦର ଉଭୟ ଗୃହରେ ବା ଯେଉଁଠାରେ ରାଜ୍ୟ ବିଧାନମଣ୍ଡଳର ଦୁଇଟି ଗୃହ ଥିବ ସେଠାରେ ଉଭୟ ଗୃହରେ ଆଗତ କରେବେ ଏବଂ ଯେଉଁଠାରେ ରାଜ୍ୟ ବିଧାନମଣ୍ଡଲର ଗୋଟିଏ ଗୃହ ଥିବ ସେଠାରେ ସେହି ଗୃହରେ ଆଗତ କରିବେ ।

    (5) କେନ୍ଦ୍ରୀୟ ସୂଚନା ଆୟୋଗ ବା ଯଥାସ୍ଥିତି, ରାଜ୍ୟ ସୂଚନା ଆୟୋଗଙ୍କୁ ଯଦି ପ୍ରତୀତ ହୁଏ ଯେ , ଏକ ସରକାରୀ କର୍ତ୍ତୁପକ୍ଷ ଏହି ଅଧିନିୟମ ଅନୁଯାୟୀ ତାଙ୍କ କୃତ୍ୟ ସମ୍ପାଦନ କଲାବେଳେ ଯେଉଁ ପଦ୍ଧତି ଅନୁସରଣ କରୁଛନ୍ତି ତାହା ଏହି ଅଧିନିୟମର ବ୍ୟବସ୍ଥା ବା ଭିତର ଉଦ୍ଦେଶ୍ୟର ଅନୁରୂପ ନାହିଁ , ତେବେ ତାଙ୍କ ମତରେ ସେପରି ଅନୁରୂପତା ଆଣିବା ପାଇଁ ଯେଉଁ ସବୁ ପଦକ୍ଷେପ ନିଆଯିବା ଦରକାର ସେପରି ପଦକ୍ଷେପମାନ ସୁଚାଇ କର୍ତ୍ତୁପକ୍ଷଙ୍କୁ ଏକ ସୁପାରିଶ କରିପାରିବ

    26.(1) ସାନୁଚିତ ସରକାର, ନିଜର ଆର୍ଥିକ ଓ ଅନ୍ୟାନ୍ୟ ସମ୍ବଳକୁ ଦ୍ରୁଷ୍ଟିରେ ରଖି :-

    1. I.            ସାଧାରଣ ଜନତା ବିଶେଷକରି ପ୍ରତିକୂଳ ପରିସ୍ଥିତିରେ ବସବାସ କରୁଥିବା ଗୋଷ୍ଠୀର ଲୋକମାନେ ଏହି ଅଧିନିୟମରେ ଥିବା ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ବୋଧଗମ୍ୟ ହେବାଭଳି ଶିକ୍ଷା ଓ ସଚେତନ କାର୍ଯ୍ୟକ୍ରମମାନ ଆୟୋଜନ କରିବେ ;
    2. II.            ଖଣ୍ଡ (କ) ରେ ସୁଚିତା କାର୍ଯ୍ୟକ୍ରମର ପ୍ରସ୍ତୁତି ଓ ଆୟୋଜନରେ ଅଂଶଗ୍ରହଣ କରିବା ପାଇଁ ଏବଂ ନିଜେ ସେପରି କାର୍ଯ୍ୟକ୍ରମମାନ ଆୟୋଜନ କରିବା ପାଇଁ ସରକାରୀ କର୍ତ୍ତୁପକ୍ଷଙ୍କୁ ଉତ୍ସାହିତ କରିବେ ;
    3. III.            ସରକାରୀ କର୍ତ୍ତୁପକ୍ଷମାନଙ୍କୁ ସେମାନଙ୍କକାର୍ଯ୍ୟକଳାପ ସମ୍ପର୍କରେ ସଠିକ ସୂଚନା ଠିକ ସମୟରେ ଓ ଫଳପ୍ରଦଭାବେ ପ୍ରସାର କରିବା ପାଇଁ ପ୍ରୋତ୍ସାହିତ କରିବେ ; ଏବଂ
    4. IV.            ସରକାରୀ କର୍ତ୍ତୁପକ୍ଷମାନଙ୍କ ଯଥାସ୍ଥିତି କେନ୍ଦ୍ରୀୟ ଲୋକସୂଚନା ଅଧିକାରୀ ବା ରାଜ୍ୟ ଲୋକସୂଚନା ଅଧିକାରୀମାନଙ୍କୁ ପ୍ରଶିଖିତ କରିବେ ଏବଂ ସରକାରୀ କର୍ତ୍ତୁପକ୍ଷଙ୍କ ଉପଭୋଗ ପାଇଁ ପ୍ରଶିଖିତ ଉପକରଣ ଯୋଗାଇଦେବେ ।

    (2) ଏହି ଅଧିନିୟମ ପ୍ରାରମ୍ଭ ତାରିଖଠାରୁ ଅଠର ମାସ ମଧ୍ୟରେ ସମୁଚିତ ସରକାର, ସହଜରେ ବୋଧଗମ୍ୟ ହେବାଭଳି ନିଜର ସରକାରୀ ଭାଷାରେ ସୂଚନା ସମ୍ବଳିତ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବେ , ଯାହାଫଳରେ କୌଣସି ଉଚ୍ଛୁକ ବ୍ୟକ୍ତି ଏହି ଅଧିନିୟମ ଅନୁଯାୟୀ ଯୁକ୍ତିଯୁକ୍ତ ଭାବେ ନିଜର ଅଧିକାର ସାବ୍ୟସ୍ତ କରିପାରିବେ ।

    (3) ଯଦି ଆବଶ୍ୟକ ହୁଏ, ତେବେ ସମୁଚିତ ସରକାର ଉପଧାରା (2)ରେ ସୂଚିତ ମାର୍ଗଦର୍ଶନକୁ ନିୟମିତ ବ୍ୟବଧାନରେ ଅଦ୍ୟତନ କରି ପ୍ରକାଶ କରିବେ ଏବଂ ଉପଧାରା (2)ର ବ୍ୟାପକତା ବିରୁଦ୍ଦାଚରଣ ନକରି ନିମ୍ନଲିଖିତ ବିଷୟ ଉପରେ ଏହି ନିର୍ଦ୍ଦେଶାବଳୀ ଉଲ୍ଲେଖ ରହିବ –

    1. I.             ଏହି ଅଧିନିୟମ ଉଦ୍ଦେଶ୍ୟ ;
    2. II.            ଧାରା 5ର ଧାରା (1) ଅନୁଯାୟୀ ନିଯୁକ୍ତି ପାଇଥିବା ସମସ୍ତ ସରକାରୀ କର୍ତ୍ତୁପକ୍ଷଙ୍କ କେନ୍ଦ୍ରୀୟ ଲୋକ ସୂଚନା ଅଧିକାରୀ ବା ରାଜ୍ୟ ଲୋକ ସୂଚନା ଅଧିକାରୀଙ୍କ ଡାକ ଠିକଣା, ଫୋନଓ ଫ୍ୟାକ୍ସ ନମ୍ବର ଏବଂ ଯଦି ଥାଏ ତେବେ ଇ-ମେଲ ଠିକଣା ।
    3. III.            କେନ୍ଦ୍ରୀୟ ଲୋକ ସୂଚନା ଅଧିକାରୀ ବା, ଯଥାସ୍ଥିତି, ରାଜ୍ୟ ଲୋକ ସୂଚନା ଅଧିକାରୀଙ୍କୁ କେଉଁ ରୀତିରେ ଓ ପଦ୍ଧତିରେ ସୂଚନା ପ୍ରାପ୍ତି ନିମନ୍ତେ ଆବେଦନ କରାଯିବ ।
    4. IV.            ଏହି ନିୟମ ଅନୁଯାୟୀ ଏକ ସରକାରୀ କର୍ତ୍ତୁପକ୍ଷଙ୍କ କେନ୍ଦ୍ରୀୟ ଲୋକ ସୂଚନା ଅଧିକାରୀ ବା ଯଥାସ୍ଥିତି, ରାଜ୍ୟ ଲୋକ ସୂଚନା ଅଧିକାରୀଙ୍କ କର୍ତ୍ତବ୍ୟ କଣ ଓ ତାଙ୍କ ଠାରୁ କେଉଁ ପ୍ରକାର ସହାୟତା ମିଳିପାରିବ ;
    5. V.            କେନ୍ଦ୍ରୀୟ ସୂଚନା ଆୟୋଗ ବା ଯଥାସ୍ଥିତି , ରାଜ୍ୟ ସୂଚନା ଆୟୋଗଙ୍କ ଠାରୁ କେଉଁ ପ୍ରକାରର ସହାୟତା ମିଳିପାରିବ ;
    6. VI.            ଏହି  ଅଧିନିୟମ ଦ୍ଵାରା ଅର୍ପିତ ବା ନ୍ୟସ୍ତ ଅଧିକାର ଓ କର୍ତ୍ତବ୍ୟ ସମ୍ବନ୍ଧୀୟ କୌଣସି କାର୍ଯ୍ୟ କିମ୍ବା କାର୍ଯ୍ୟରେ ବିଫଳତା କ୍ଷେତ୍ରରେ ଉପଲବ୍ଧ ହେବା ସମସ୍ତ ପ୍ରକାର ବିଧିଗତ ପ୍ରତିକାର ବ୍ୟବସ୍ଥା ସମେତ ଆୟୋଗ ଙ୍କ ନିକଟରେ ଅପିଲ କରିବାର ରୀତି ।
    7. VII.            ଧାରା 4 ଅନୁସାରେ କେଉଁ କେଉଁ ବର୍ଗର ରେକର୍ଡମାନ ସ୍ଵେଛାକୃତ ପ୍ରକାଶ କରାଯିବ ସେ ବିଷୟକ ବ୍ୟବସ୍ଥା ;
    8. VIII.            କୌଣସି ସୂଚନା ପାଇବା ପାଇଁ ଆବେଦନ ସମ୍ବନ୍ଧୀୟ ନୋଟିସ ଏବଂ
    9. IX.            ଏହି ଅଧିନିୟମ ଅନୁସାରେ ସୂଚନା ପାଇବା ସମ୍ପର୍କରେ କରାଯାଇଥିବା ବା ନିର୍ଗମିତ କୌଣସି ଅତିରିକ୍ତ ବିନିମୟ କିମ୍ବା ପରିପତ୍ର ।

    (4) ସମୁଚିତ ସରକାର ଯଦି ଆବଶ୍ୟକ ହୁଏ ତେବେ ନିୟମିତ ବ୍ୟବଧାନରେ ଏହି ନିର୍ଦେଶାବଳିକୁ ଅଦ୍ୟତନ କରିବେ ଓ ପ୍ରକାଶ କରିବେ ।

    27.(1) ଏହି ଅଧିନିୟମ ଅନ୍ତର୍ଗତ ବ୍ୟବସ୍ଥାଗୁଡିକୁ କାର୍ଯ୍ୟକାରୀ କରିବା ନିମନ୍ତେ ସମୁଚିତ ସରକାର , ସରକାରୀ ଗେଜେଟରେ ଅଧିସୂଚନା ଦ୍ଵାରା ନିୟମାବଳି ପ୍ରଣୟନ କରିପାରିବେ ।

    (2) ବିଶେଷତଃ ଏବଂ ପୂର୍ବବର୍ତ୍ତୀ କ୍ଷମତାର ବ୍ୟାପକତା ପ୍ରତି କୌଣସି ପ୍ରତିକୂଳ ପ୍ରଭାବ ନ ପକାଇ ଏହି ନିୟମାବଳୀରେ ନିମ୍ନୋକ୍ତ ସମସ୍ତ ବା ଯେକୌଣସି ବିଷୟ ପାଇଁ ବ୍ୟବସ୍ଥା କରାଯିଇପାରିବ :-

    1. I.            ଧାରା 4 ର ଉପଧାରା (4) ଅନୁଯାୟୀ ମାଧ୍ୟମରେ ମୂଲ୍ୟ କିମ୍ବା ଯୋଗାଇ ଦେବାକୁ ଥିବା ବସ୍ତୁର ଛାପା ମୂଲ୍ୟ ;
    2. II.            ଧାରା 6 ର ଉପଧାରା (1) ଅନୁଯାୟୀ ପ୍ରଦେୟ ଫିସ ;
    3. III.            ଧାରା 7 ର ଉପଧାରା (1) ଓ (5) ଅନୁଯାୟୀ ପ୍ରଦେୟ ଫିସ ;
    4. IV.            ଧାରା 13 ର ଉପଧାରା (6) ଏବଂ ଧାରା 16ର ଉପଧାରା (6) ଅନୁଯାୟୀ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ପ୍ରଦେୟ ବେତନ ଓ ଭତ୍ତା ଏବଂ ସେବା ର ନିର୍ବଦ୍ଧନ ଓ ସର୍ତ୍ତାବଳୀ ;
    5. V.            ଧାରା 19ର ଉପଧାରା (10) ଅନୁଯାୟୀ କେନ୍ଦ୍ରୀୟ ସୂଚନା ଆୟୋଗ ବା ରାଜ୍ୟ ସୂଚନା ଆୟୋଗଙ୍କ ଦ୍ଵାରା ଅପିଲ ନିଷ୍ପତି କରିବା ପାଇଁ ଅବଲମ୍ବନ ହେବା ପ୍ରକ୍ରିୟା ଏବଂ
    6. VI.            ବିହିତ ହେବା ପାଇଁ ଆବଶ୍ୟକଥିବା ବା ବିହିତ ହେବା ମତେ ଅନ୍ୟ କୌଣସି ବିଷୟ ।

    28.(1) ଏହି ଅଧିନିୟମ ଅନ୍ତର୍ଗତ ବ୍ୟବସ୍ଥାଗୁଡିକୁ କାର୍ଯ୍ୟକାରୀ କରିବା ନିମନ୍ତେ ସକ୍ଷମ କର୍ତ୍ତୁପକ୍ଷ , ସରକାରୀ ଗେଜେଟରେ ଅଧିସୂଚନା ଦ୍ଵାରା ନିଯମାବଳୀ ପ୍ରଣୟନ କରିପାରିବେ ।

    (2) ବିଶେତତଃ ଓ ପୂର୍ବବର୍ତ୍ତୀ କ୍ଷମତାର ବ୍ୟାପକତା ପ୍ରତି କୁଳ ପ୍ରଭାବ ନ ପକାଇ ଏହି ନିୟମାବଳୀରେ ନିମ୍ନୋକ୍ତ ସମସ୍ତ ବା ଯେକୌଣସି ବିଷୟ ପାଇଁ ବ୍ୟବସ୍ଥା କାଯାଇପାରିବା ଯଥା –

    • I.            ଧାରା 4ର ଉପଧାରା (4) ଅନୁଯାୟୀ ମାଧ୍ୟମରେ ମୂଲ୍ୟ କିମ୍ବା ଯୋଗାଇ ଦେବାକୁ ଥିବା ବସ୍ତୁର ଛାପା ମୂଲ୍ୟ ;
    • II.            ଧାରା 6 ର ଉପଧାରା (1) ଅନୁଯାୟୀ ପ୍ରଦେୟ ଫିସ ;
    • III.            ଧାରା 7ର ଉପଧାରା (1) ଅନୁଯାୟୀ ପ୍ରଦେୟ ଫିସ ; ଏବଂ
    • IV.            ବିହିତ ହେବାପାଇଁ ଆବଶ୍ୟକଥିବା ବା ବିହିତହେବା ମତେ ଅନ୍ୟ କୌଣସି ବିଷୟ ।
    29.(1) ଏହି ଅଧିନିୟମ ଅନୁଯାୟୀ କେନ୍ଦ୍ର ସରକାରଙ୍କ ଦ୍ଵାରା ପ୍ରଣୀତ ସମସ୍ତ ନିୟମ ଏହା ପ୍ରଣିତ ହେବା ପରେ ଯଥା ସମ୍ଭବ ଶୀଘ୍ର ସଂସଦର ସମସ୍ତ ଗୃହ ସମକ୍ଷରେ ତାହା ଅଧିବେଶନରେ ଥିବା କାଳରେ ମୋଟ ତିରିଶ ଦିନ କାଳାବିଧି ଲାଗି ଉପସ୍ଥାପିତ ହେବ ଯେଉଁ କାଳାବିଧି କି ଗୋଟିଏ ଅଧିବେଶନ ବା ଦୁଇଟି କ୍ରମାଗତ ଅଧିବେଶନରେ ଅନ୍ତର୍ଭୁକ୍ତ ହୋଇପାରିବ ଓ ଯଦି ଯେଉଁ ଅଧିବେଶନରେ ଏପରି ଉପସ୍ଥାପିତ ହୁଏ ସେହି ଅଧିବେଶନ ବା ତାହାର ଅବ୍ୟହିତ ପରବର୍ତ୍ତୀ ଅଧିବେଶନ ଅବସାନ ପୂର୍ବରୁ ଉଭୟ ଗୃହ ନିୟମରେ କୌଣସି ରୂପଭେଦନ କରିବା ଲାଗି ସହମତି ହୁଅନ୍ତି ବା ନିୟମତି ଏହିପରି ପ୍ରଣୀତ ହେବା ଅନୁଚିତ ବୋଲି ସହମତି ହୁଅନ୍ତି ତେବେ ସେହି ନିୟମଟି ତାହାପରେ ସେହି ରୂପଭେଦତ ଆକାରରେ ହିଁ ପ୍ରଭାବୀ ହେବ ବା ଯଥାସ୍ଥିତି ପ୍ରଭାବହୀନ ହେବ ।

     

    (2) ଏହି ନିୟମ ଅନୁଯାୟୀ ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରଣୀତ ସମସ୍ତ ନିୟମ, ଯଥା ସମ୍ଭବ ଶୀଘ୍ର ଅଧିସୂଚିତ ହେବା ପରେ ଯଥାସମ୍ଭବ ଶୀଘ୍ର ରାଜ୍ୟ ବିଧାନମଣ୍ଡଳରେ ଉପସ୍ଥାପିତ ହେବ ।

    30 .(1) ଏହି ଅଧିନିୟମ ବ୍ୟବସ୍ଥାଗୁଡିକୁ କାର୍ଯ୍ୟକାରୀ କରିବାରେ ଯଦି କୌଣସି ଅସୁବିଧା ଉପୁଜେ , ତେବେ ଉକ୍ତ ଅସୁବିଧାକୁ ଦୂର କରିବା ସକାଶେ କେନ୍ଦ୍ର ସରକାର ଯେପରି ଆବଶ୍ୟକ ବା ସୀମାଚୀନ ମାନେ କରିବେ ଏହି ଅଧିନିୟମର ବ୍ୟବସ୍ଥାଗୁଡିକୁ ସହ ସଙ୍ଗତ ହେଉ ନ ଥିବା ସେପରି ବ୍ୟବସ୍ଥାମାନ, ଆଦେଶ ଦ୍ଵାରା ସରକାରୀ ଗେଜେଟରେ ପ୍ରକାଶିତ କରି , ପ୍ରଣୟନ କରିପାରିବେ ।

    (2) ଏହି ଧାରା ଅନୁଯାୟୀ ପ୍ରଣୀତ ସମସ୍ତ ଆଦେଶ, ତାହା ପ୍ରଣୟନ କରାଯିବା ପରେ ପରେ ଯଥାସମ୍ଭବ ଶୀଘ୍ର ସଂସଦର ସମସ୍ତ ଗୃହରେ ଉପସ୍ଥାପନ କରାଯିବ ।

    31. ଏତ୍ ଦ୍ଵାରା ସୂଚନାର ସ୍ଵାଧୀନତା ଅଧିନିୟମ 2002 ନିରସିତ ହେଲା ।

    ଆଧାର :

    ଓଡିଶା ସୂଚନା କମିଶନ

    2.0
    ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

    ( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

    Enter the word
    ନେବିଗତିଓଂ
    Back to top