ସେଆର କରନ୍ତୁ

ସୂଚନା ଅଧିକାର ଆଇନ୍ ସମ୍ପର୍କରେ

ସୂଚନା ଅଧିକାର ଆଇନ୍, ୨୦୦୫ ଅନୁଯାୟୀ ବିଭିନ୍ନ ସରକାରୀ ଅଫିସ୍ ରେ ସୂଚନା ଦେବା ପାଇଁ ଅଫିସରମାନେ ନିଯୁକ୍ତି ପାଉଛନ୍ତି ।

ସୂଚନା ଅଧିକାର ଆଇନ୍

 

ସୂଚନା ଅଧିକାର ଆଇନ୍, ୨୦୦୫ ଅନୁଯାୟୀ ବିଭିନ୍ନ ସରକାରୀ ଅଫିସ୍ ରେ ସୂଚନା ଦେବା ପାଇଁ ଅଫିସରମାନେ ନିଯୁକ୍ତି ପାଉଛନ୍ତି । ଏଥିରେ କୌଣସି ଫାଇଲ୍ ରେ ବା ଚିଠି ସମ୍ପର୍କରେ ସୂଚନା ଜାଣିବାକୁ ହେଲେ ଉପଯୁକ୍ତ ମୂଲ୍ୟ ଦେଇ ଆବେଦନ କରିବାର ବ୍ୟବସ୍ଥା ଅଛି । ଏପରି ଆବେଦନ ଏକ ମାସ ସମୟ ମଧ୍ୟରେ ବିଚାର କରିବା ଉଚିତ୍ ସୂଚନା ଦେବା ବାଧ୍ୟତାମୂଳକ କରାଯାଇଅଛି । ଏହା ଣ କରାଗଲେ କଠୋର ଦଣ୍ଡ ବ୍ୟବସ୍ଥା କରାଯାଇଅଛି । ଏହି ଆଇନ୍ ବଳରେ ଆପଣମାନେ ସରକାରୀ ସଂସ୍ଥାରୁ ଆବଶ୍ୟକୀୟ ସୂଚନା ପାଇପାରିବେ ।

 

ଖାଉଟି ଆଇନ୍ ସମ୍ପର୍କରେ

ଜିନିଷ ଖର୍ଦ୍ଦି କଲେ ବା ସେବା ନେଲେ (ସେବା ଡାକ୍ତରୀ ସେବା, ଶିକ୍ଷା ସେବା, ମାଇକ୍ ଲାଇଟ ଆଦି ଭଡା ନେବା ଇତ୍ୟାଦି) ଯଦି ସେଗୁଡିକ ତ୍ରୁଟିଯୁକ୍ତ ହୁଏ, ତେବେ ସେଥିପାଇଁ ଆପଣଙ୍କୁ ଆଗେ Civil Courtରେ ମକଦ୍ଦମା କରିବାକୁ ପଡୁଥିବା । ଏଥିପାଇଁ ଆପଣଙ୍କୁ ବହୁତ ଖର୍ଚ୍ଚ କରିବାକୁ ପଡୁଥିଲା । ଏହି ସମୟ ସାପେକ୍ଷ ମଧ୍ୟ ଥିଲା । ଖାଉଟି ଆଇନ୍ ଏହାକୁ ଦୂର କରିବା ଆପଣଙ୍କୁ ଶୀଘ୍ର ନ୍ୟାୟ ଦେବା ବ୍ୟବସ୍ଥା କରିଅଛି। ଖାଉଟି ଅଦାଲତରେ କେଶ୍ କଲେ ଆପଣଙ୍କୁ କୋର୍ଟ ଫିସ୍ ଦେବାକୁ ପଡିବ ନାହିଁ । ଏଣୁ ଆପଣ ଖାଉଟି ହିସାବରେ କୌଣସି ଅସୁବିଧାର ସମ୍ମୁଖୀନ ହେଲେ ବା କ୍ଷତିଗ୍ରସ୍ତ ହେଲେ ଆପଣ ଖାଉଟି ଅଦାଲତରେ କେଶ୍ କରି ଶୀଘ୍ର ପ୍ରତିକାର ପାଇପାରିବେ ।

ଶ୍ରମିକ କ୍ଷତିପୂରଣ ଆଇନ୍ ୧୯୨୩ ସମ୍ପର୍କରେ

କାରଖାନାରେ ଦୁର୍ଘଟଣା ଘଟି ଶ୍ରମିକମାନଙ୍କର ବହୁ ପ୍ରକାର କ୍ଷତି ହୋଇଥାଏ । ସେହି କ୍ଷୟକ୍ଷତିର ଭରଣା ପାଇଁ ଶ୍ରମିକ କ୍ଷତିପୂରଣ ଆଇନ୍ ୧୯୨୩ ମସିହାରେ ପ୍ରଣୀତ ହୋଇଛି । ଦୁର୍ଘଟଣା ଘଟିଲେ ସାଧାରଣତଃ ଶ୍ରମିକର ତିନି ପ୍ରକାର କ୍ଷତି ଘଟିଥାଏ । - ଯଥା- ମୃତ୍ୟୁ, ପୂର୍ଣ୍ଣ ରୋଜଗାର କ୍ଷମତା ନଷ୍ଟ ହେବା ବା ଆଂଶିକ ରୋଜଗାର କ୍ଷମତା ହ୍ରାସ। ଏତଦ୍ ବ୍ୟତୀତ କେମିକାଲ୍, ଏସିଡ୍ ଓ ଅନ୍ୟ କେତେ ପ୍ରକାରର କାର୍ଯ୍ୟ ଅଛି ଯେଉଁ କାର୍ଯ୍ୟ ଅଛି ଯେଉଁ କାର୍ଯ୍ୟ କଲେ ଯକ୍ଷ୍ମା, ପକ୍ଷଘାତ, ଚକ୍ଷୁଶକ୍ତିହାନୀ, ଶ୍ରବଣ ଶକ୍ତି ନଷ୍ଟ ହେବା ପ୍ରଭୃତି ରୋଗ ହୋଇ ସୁସ୍ଥ ଶ୍ରମିକକୁ ଆଂଶିକ ବା ପୂର୍ଣ୍ଣଭାବେ ରୋଜଗାର କରିବାର କ୍ଷମତା ନଷ୍ଟ କରାଇଦିଏ । ସେଥିପାଇଁ ଏହି ଆଇନ୍ ମାଧ୍ୟମରେ ଶ୍ରମିକ କ୍ଷତିପୂରଣ ପାଇବା ବନ୍ଦୋବସ୍ତ କରାଯାଇଛି । ଦୁର୍ଘଟଣାଭୁକ୍ତ ଶ୍ରମିକ ଏଥିପାଇଁ ନିଜ ଅଞ୍ଚଳର ସହକାରୀ ଶ୍ରମ ସଂସ୍ଥାପନ ବା ଏଡିଏମ୍ ବା ଶ୍ରମ ସଂସ୍ଥାପକ, ଓଡିଶା, ଭୁବନେଶ୍ଵର ଙ୍କୁ ଆବେଦନ କଲେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ । କୌଣସି ଶ୍ରମିକ ଯଦି ନିଶାର ବଶବର୍ତ୍ତୀ ହୋଇ ଆଦେଶ ଅମାନ୍ୟ କରି ବା ବିପଦମୁକ୍ତ ହେବା ପୋଷାକ ପରିଧାନ ନ କରି ଦୁର୍ଘଟଣାଗ୍ରସ୍ତ ହୁଏ, ତା ହେଲେ ସେ କ୍ଷତିପୂରଣ ଟଙ୍କା ପାଇବାକୁ ହକ୍ ଦାର ହେବ ନାହିଁ । ପ୍ରକାଶ ଥାଉକି ଦୁର୍ଘଟଣାଟି ଭାରତର ଯେ କୌଣସି ସ୍ଥାନରେ ଘଟିଥିଲେ ମଧ୍ୟ ଶ୍ରମିକ ବା ତାଙ୍କର ଉତ୍ତରାଧିକାରୀମାନେ ସୁବିଧା ଅନୁଯାୟୀ ଭାରତ ବର୍ଷର ଯେକୌଣସି ସ୍ଥାନରେ ଉପଯୁକ୍ତ କୋର୍ଟରେ କ୍ଷତିପୂରଣ ପାଇଁ କେଶ୍ କରିପାରିବେ ।

ଠିକା ଶ୍ରମିକ ନିୟନ୍ତ୍ରଣ ବା ଉଚ୍ଛେଦ ଆଇନ୍,୧୯୭୦

ଏହି ଆଇନ୍ ଠିକାଦାରମାନଙ୍କ ପାଖରେ କାମ କରୁଥିବା ଶ୍ରମିକମାନଙ୍କ ପାଇଁ ଉଦ୍ଦିଷ୍ଟ । କୌଣସି ମୂଳ ମାଲିକ କିମ୍ବା ସେମାନଙ୍କ ଦ୍ଵାରା ନିଯୁକ୍ତି ଠିକାଦାରମାନେ ଶ୍ରମ ବିଭାଗରେ ନିଜ ସଂସ୍ଥାକୁ ବିନନ୍ଧିକୃତ ନ କରି ଶ୍ରମିକମାନଙ୍କୁ କାର୍ଯ୍ୟରେ ଲଗାଇଲେ ତାହା ବିନିୟମ କାର୍ଯ୍ୟ ହେବ । ଶ୍ରମିକମାନଙ୍କୁ ମଜୁରୀ ପ୍ରଦାନ ବେଳେ ମୂଳ ମାଲିକ ବା ତାଙ୍କର ପ୍ରତିନିଧି ମଜୁରୀ ପ୍ରଦାନ ଖାତାରେ ଦସ୍ତଖତ ଦେବା ଆଇନ୍ ଅନୁମୋଦିତ ଅଟେ । ଏହି ଆଇନ୍ ରେ ଶ୍ରମିକମାନଙ୍କ ପାଇଁ କ୍ୟାଣ୍ଟିନ୍, ବିଶ୍ରାମ ସ୍ଥାନ, ପ୍ରାଥମିକ ଚିକିତ୍ସା ଏବଂ ଅନ୍ୟାନ୍ୟ ସୁବିଧା ପ୍ରଭୃତିର ବ୍ୟବସ୍ଥା ଅଛି । ଠିକା ଶ୍ରମିକମାନଙ୍କର ଅସୁବିଧା ଠିକାଦାରମାନେ ନ ଶୁଣିଲେ ଶ୍ରମିକମାନେ ସେମାନଙ୍କର ଆପତ୍ତି ମୂଲ ମାଲିକ – ଯଥା ବିଡିଓ, ଏକ୍ଜିକ୍ୟୁଟିଭ୍ ଇଞ୍ଜିନିୟର, ଡିଏଫ୍ଓ ଏବଂ ପ୍ରୋଜେକ୍ଟ ଇଞ୍ଜିନିୟରମାନଙ୍କୁ ଜଣାଇବା ଉଚିତ୍, କାରଣ ଆଇନ୍ ଅନୁଯାୟୀ ଶ୍ରମିକମାନେ ମୂଳ ମାଲିକମାନଙ୍କ ଠାରୁ ସମସ୍ତ ନ୍ୟାୟୋଚିତ ସୁବିଧା ପାଇବାକୁ ହକ୍ ଦାର । ଏଥିରେ ବ୍ୟତିକ୍ରମ ହେଲେ ଶ୍ରମିକମାନେ ସ୍ଥାନୀୟ ଶ୍ରମ ବିଭାଗ କର୍ମଚାରୀ ବା ଅଫିସର୍ ଙ୍କୁ ଅବଗତି କରାଇବା ଉଚିତ୍ ।

ମୋଟରଯାନ ଜନିତ ଦୁର୍ଘଟଣାରେ କ୍ଷତିପୂରଣ ପାଇବା ସମ୍ପର୍କରେ

ମୋଟର ଯାନରେ ଆପଣଙ୍କର ଧକ୍କା ହେଲେ ସେଥିପାଇଁ ଡ୍ରାଇଭର ଓ ମାଲିକ ନାମରେ କ୍ରିମିନାଲ୍ କେଶ୍ ହୋଇ ସେମାନେ ଦଣ୍ଡ ପାଇବେ । କ୍ରିମିନାଲ୍ କେଶ୍ ହେଉ ବା ନ ହେଉ ଆପଣ ଧକ୍କାଗ୍ରସ୍ତ ହୋଇ ଶାରିରୀକ କ୍ଷତି ବା ଆପଣଙ୍କ ସମ୍ପତ୍ତି ନଷ୍ଟ ହେଲେ ସେଥିପାଇଁ ଆପଣ ମୋଟର ଆକ୍ସିଡ଼େଣ୍ଟ୍ କ୍ଲେମ୍ ଟ୍ରିବ୍ୟୁନାଲ୍ ରେ ମକଦ୍ଦମା କରି କ୍ଷତିପୂରଣ ଡ୍ରାଇଭର, ଗାଡିର ମାଲିକ କିମ୍ବା ଗାଡିର Insurance Company ଠାରୁ ପାଇପାରିବେ । ଯଦି ଆପଣଙ୍କର ଧକ୍କାରେ ମୃତ୍ୟୁ ଘଟେ ତା ହେଲେ ଆପଣଙ୍କ ଉପରେ ନିର୍ଭରଶୀଳ ବ୍ୟକ୍ତିମାନେ ଉପରୋକ୍ତ ବ୍ୟକ୍ତିମାନଙ୍କ ନାମରେ କେଶ୍ କରି କ୍ଷତିପୂରଣ ପାଇପାରିବେ ।

ପ୍ରକାଶ ଥାଉ କି ଭାରତର ଯେ କୌଣସି ସ୍ଥାନରେ ଧକ୍କା ଘଟିଥିଲେ ଆପଣ ସେଥିପାଇଁ ଆପଣ ଭାରତ ବର୍ଷର ଯେ ଯେକୌଣସି ମୋଟର ଆକ୍ସିଡ଼େଣ୍ଟ୍ କ୍ଲେମ୍ ଟ୍ରିବ୍ୟୁନାଲ୍ ରେ ମୋକଦ୍ଦମା କରିପାରିବେ ।

ଆଧାର–ORISSA LAW REVIEWS

3.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top