অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସ୍ଵାଗତ୍ ଅନଲାଇନ୍

ଅନଲାଇନ୍ ସେବା

ଷ୍ଟେଟ୍ ୱାଇଡ୍ ଆଟେନସନ ଅନ୍ ପବ୍ଲିକ୍ ଗ୍ରିଭାନସ ବାଏ ଆପ୍ଲିକେସନ ଟେକ୍ନୋଲୋଜି (ସ୍ଵାଗତ) ଜନସାଧାରଣଙ୍କ ସ୍ଵର ହେଉଛି ପ୍ରକୃତ ଗଣତନ୍ତ୍ରର ମୂଳଦୁଆ ଏବଂ ସେମାନଙ୍କ ଆପତ୍ତି ଅଭିଯୋଗ ଶୁଣିବା ହେଉଛି ସରକାରୀ କଳର ପ୍ରାଥମିକତା  ପ୍ରଧାନମନ୍ତ୍ରୀ କହିଛନ୍ତି ।

ସ୍ଵାଗତ -2003 ଠାରୁ ରାଜ୍ୟରେ ପ୍ରଚଳିତ ହୋଇ ଆସୁଥିବା ଏକ ଜନହିତକାରୀ ଯୋଜନା ଯାହା ସାଧାରଣ ଜନତାଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ପ୍ରତ୍ୟକ୍ଷ ଯୋଗାଯୋଗ କରିବାର ସୁଯୋଗ ପ୍ରଦାନ କରିଥାଏ। ଗାନ୍ଧୀ ନଗରରେ ପ୍ରତ୍ୟେକ ମାସ ଚତୁର୍ଥ ଗୁରୁବାର ଦିନଟିକୁ ସ୍ଵାଗତ ଦିନ ଭାବରେ କାର୍ଯ୍ୟକାରୀ କରାଯାଇ ଏଠାରେ ଜନତାଙ୍କ ଆପତ୍ତି ଓ ଅଭିଯୋଗ ସ୍ଵୟଂ ମୁଖ୍ୟମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଶୁଣିଥାନ୍ତି।

ସ୍ଵାଗତ - ଅନ୍ଲାଇନ୍ ଜରିଆରେ ଜନତା ଅଭିଯୋଗ ଶୁଣାଣି ଓ ସମସ୍ୟା ସମାଧାନ କରୁଥିବା ବ୍ୟବସ୍ଥା ଯାହା ଜରିଆରେ ଜନତାଙ୍କର ଗୋଟିଏ ମାସର ଅଭିଯୋଗ ଯାହା ଅଭିଯୋଗ ପ୍ରକୋଷ୍ଠରେ ଗଚ୍ଛିତ ଥାଏ ତାହା ଉପରେ ବିଚାର ପାଇଁ ଅପେକ୍ଷା କରିଥାନ୍ତି। ଗୁଜରାଟର ତ୍ରିପାକ୍ଷିକ ନ୍ୟାୟିକ ବ୍ୟବସ୍ଥା ରହିଛି, ତାଲୁକା, ଜିଲ୍ଲା ଏବଂ ରାଜ୍ୟସ୍ତରୀୟ ସମସ୍ତ ପ୍ରକାର ଅଭିଯୋଗ ପ୍ରତ୍ୟକ୍ଷ ଭାବେ ମୁଖ୍ୟମନ୍ତ୍ରୀ ନିଜେ ହିଁ ଶୁଣାଣି କରିଥାନ୍ତି। ସମସ୍ୟା ସମାଧାନ କରାଯିବା ଉପରେ ପୁନଃଆଲୋଚନା କରାଯାଏ ଏବଂ କୌଣସି ପିଟିସନକୁ ଖାରଜ ବା ରଦ କରାଯାଏ ନାହିଁ।

ଅବଲୋକନ : ଅଧିବେଶନ ସମୟରେ

ଅଭିଯୋଗ ଗୁଡ଼ିକ ଦରଜ ହୋଇଥିବ, ସେହିସବୁକୁ ବିଚାରକୁ ନିଆଯି। ଅନଲାଇନରେ ଅପଲୋଡ୍ କରାଯାଇଛି କି ନାହିଁ ଯାହା ଫଳରେ ସଂପୃକ୍ତ ବିଷୟକୁ ବିଚାର କରୁଥିବା ପଦାଧିକାରୀମାନେ ଏହି ମାମଲାର ବିଚାର ବିମର୍ଷ ଜବାବ୍ 3 ରୁ 4 ଘଣ୍ଟା ମଧ୍ୟରେ ଦେଇପାରିବେ।

ଯେତେବେଳେ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସ ଜରିଆରେ ସମସ୍ତ ସଂପୃକ୍ତ ଜିଲ୍ଲାଧିକାରୀମାନଙ୍କ ସହିତ ଯୋଗାଯୋଗ ରକ୍ଷା କରିବେ ସେତେବେଳେ ବିଭାଗୀୟ ପଦାଧିକାରୀମାନେ ଅପରାହ୍ନ 3 ଘଟିକା ପୂର୍ବରୁ ଏହି ବିଷୟରେ ଆସୁଥିବା ପ୍ରତ୍ୟୁତ୍ତର ପାଇବା ପାଇଁ ପ୍ରସ୍ତୁତ ହୋଇଥିବେ।

ଆବେଦନକାରୀଙ୍କୁ ଜଣକ ପରେ ଜଣେ ଡକା ଯାଇଥାଏ ଏବଂ ନିଜେ ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ଅଭିଯୋଗକୁ ପୁଙ୍ଖାନୁପୁଙ୍ଖ ଭାବେ ପର୍ଯ୍ୟାଲୋଚନା ଓ ପରୀକ୍ଷା କରିଥାନ୍ତି।

ବିଭାଗ ଦ୍ଵାରା  ପଠାଯାଇଥିବା ତଥ୍ୟକୁ ଅନଲାଇନ୍ ଜରିଆରେ ଅଭିଯୋଗକାରୀଙ୍କ ଉପସ୍ଥିତିରେ ଜିଲ୍ଲାପାଳ/ ଜିଲ୍ଲା ଉନ୍ନୟନ ଅଧିକାରୀ /ଏସ୍ପି ଏବଂ ଅନ୍ୟାନ୍ୟ ପଦାଧିକାରୀଙ୍କ ଦ୍ଵାରା  ପ୍ରତ୍ୟକ୍ଷ ଅନୁଧ୍ୟାନ କରାଯାଇଥାଏ।

ପ୍ରତ୍ୟେକ ଅଭିଯୋଗର ବିଚାର ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ସଂପନ୍ନ କରାଯିବା ସହିତ ଗ୍ରହଣୀୟ ସମାଧାନ ପନ୍ଥା ଅନୁସରଣ କରାଯାଏ। କୌଣସି ବି ଅଭିଯୋଗକାରୀଙ୍କୁ ରିକ୍ତ ହସ୍ତରେ ଫେରିଯିବାକୁ ଦିଆଯାଏ ନାହିଁ।

 

ସ୍ଵାଗତ ବ୍ୟବସ୍ଥା ଆଇସିଟି ଭିତ୍ତିଭୂମି ଉପରେ ପର୍ଯ୍ୟବେସିତ, ବିଶେଷକରି ଏହି ବ୍ୟବସ୍ଥା ଗୁଜରାଟ ରାଜ୍ୟ ବ୍ୟାପୀ ନେଟୱର୍କ ଜିଏସଡବ୍ଲ୍ୟୁଏନ୍ ସହିତ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ ଯାହା 2001ରେ ପ୍ରଚଳିତ ହୋଇଥିଲା ଏହା କେନ୍ଦ୍ରୀୟ ରାଜ୍ୟ ସଚିବାଳୟ ଓ ସମସ୍ତ ବିଭାଗୀୟ ମନ୍ତ୍ରଣାଳୟ, 25ଟି ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ (ଦ୍ବିତୀୟ ରାଜ୍ୟ ସରକାରୀ ସ୍ତର), ଶତାଧିକ ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟ ଏବଂ 225ଟି ତାଲୁକା ମୁଖ୍ୟ ଦପ୍ତର (ରାଜ୍ୟ ସରକାରଙ୍କ ତୃତୀୟ ସ୍ତର) ସହିତ ପ୍ରତ୍ୟକ୍ଷ ସଂପୃକ୍ତି ବଜାୟ ରଖିଥାଏ। ଏକ ସରକଳ ଓ ଇଣ୍ଟ୍ରାନେଟ୍ ଭିତ୍ତିକ ଆବେଦନ ପତ୍ର (intranet-based application) ଏହି ସ୍ଵାଗତ କାର୍ଯ୍ୟକ୍ରମରେ ଅଭିଯୋଗ ଦାଖଲ ଓ ଶୁଣାଣି ସମ୍ପର୍କୀତ ବିଷୟକୁ ପରିଚାଳନା କରିବା ଲାଗି ପ୍ରଚଳନ କରାଯାଇଛି ଗୁଜରାଟ ମୁଖ୍ୟମନ୍ତ୍ରୀ ଏହି ସ୍ଵାଗତ କାର୍ଯ୍ୟକ୍ରମକୁ ଗ୍ରାମାଞ୍ଚଳରେ କାର୍ଯ୍ୟକାରୀ କରାଇଛନ୍ତି ଏହି କାର୍ଯ୍ୟକ୍ରମକୁ 1 ଫେବୃୟାରୀ 2011ଠାରୁ ସ୍ଵାଗତ କାର୍ଯ୍ୟକ୍ରମ ନାମରେ ନାମିତ କରାଯାଇଛି ସ୍ଵାଗତ ଅନଲାଇନ୍ କାର୍ଯ୍ୟକ୍ରମ ଗ୍ରାମାଞ୍ଚଳ ଲୋକଙ୍କୁ ନ୍ୟାୟିକ ସୁବିଧା ସୁଯୋଗ ପ୍ରଦାନ କରିବା ସହିତ ସେମାନଙ୍କ ସମସ୍ୟା ଓ ଅଭିଯୋଗର ତୁରନ୍ତ ସମାଧାନ କରାଯାଇପାରୁଛି।

ଆଧାର - ସ୍ଵାଗତ୍ ଅନଲାଇନ୍

Last Modified : 7/13/2022



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate