ହୋମ / ଇ-ଗଭର୍ଣ୍ଣ।ନ୍ସ / ମୋବାଇଲ ପ୍ରଶାସନ / ଭାରତୀୟ ଷ୍ଟେଟ ବ୍ୟାଙ୍କର ମୋବାଇଲ ବ୍ୟାଙ୍କିଙ୍ଗ ସେବା
ସେଆର କରନ୍ତୁ

ଭାରତୀୟ ଷ୍ଟେଟ ବ୍ୟାଙ୍କର ମୋବାଇଲ ବ୍ୟାଙ୍କିଙ୍ଗ ସେବା

ଷ୍ଟେଟ ବ୍ୟାଙ୍କ ଫ୍ରିଡମ- ନିଜ ବ୍ୟାଙ୍କ ଏବେ ନିଜ ମୋବାଇଲରେ

ଉପକ୍ରମ

ଘରରୁ ଦୂରରେ ରହି ମଧ୍ୟ ଆପଣ ଏବେ ଆପଣଙ୍କ ଖାତାର ସଞ୍ଚୟ ରାଶି ସମ୍ବନ୍ଧରେ ଜାଣି ପାରିବେ ତଥା ନିଜ ସମ୍ପର୍କୀୟଙ୍କୁ ମଧ୍ୟ ଟଙ୍କା ପଠାଇପାରିବେ ଓ ଯେକୌଣସି ସମୟରେ ବିଲ ପୈଠ ମଧ୍ୟ କରିପାରିବେ । ଷ୍ଟେଟ ବ୍ୟାଙ୍କ ଫ୍ରୀଡମ ସହଜରେ, ସୁବିଧାରେ, ଯେକୌଣସି ସମୟରେ ଯେଉଁ ଜାଗାରେ ଥାଇ ମଧ୍ୟ ଏହାର ସେବା ନେଇ ପାରିବେ । ଷ୍ଟେଟ ବ୍ୟାଙ୍କ ଫ୍ରିଡମ ଆପ ଦ୍ଵାରା ନିଜ ସ୍ମାର୍ଟ ଫୋନରୁ ଡାଉନଲୋଡ କରିବାକୁ ପଡିବ

ଏହି ଆପ ରୁ ମିଳୁଥିବା ସେବା

  • ପାଣ୍ଠି ବଦଳ କରିବା(ନିଜ ବ୍ୟାଙ୍କରୁ ବା ଅନ୍ୟ ବ୍ୟାଙ୍କରୁ )
  • ବ୍ୟାଙ୍କରୁ ଟଙ୍କା ପ୍ରଦାନ କରିବା
  • ନିଜ ଖାତାର ଜମା ରାଶିର ସ୍ଥିତି
  • ଚେକ ବୁକ ପାଇବା ପାଇଁ
  • ଡିମାଣ୍ଡ ଡ୍ରାଫ୍ଟ କରିବା ପାଇଁ
  • ମୋବାଇଲ ରିଚାର୍ଜ କରିବା ପାଇଁ
  • ବିଲ ପ୍ରଦାନ କରିବା(ଟାଟା ସ୍କାଇ, ବିଗ ଟିଭି , ଡିଶ ଟିଭି ତଥା ଅନ୍ୟାନ୍ୟ ଟେଲି ସୋପିଙ୍ଗ ବିଲ)

ବ୍ୟାଙ୍କିଙ୍ଗ ସେବାର ପ୍ରାଧାନ୍ୟ

  • ମୋବାଇଲ ବ୍ୟାଙ୍କିଙ୍ଗ ସେବାର ଲାଭ ପାଇବା ପାଇଁ ଗ୍ରାହକମାନଙ୍କୁ ପ୍ରଥମେ ବ୍ୟାଙ୍କରେ ପଞ୍ଜୀକରଣ କରିବାକୁ ପଡିବ
  • ଏହି ସେବା ନିଶୁଳ୍କ ଅଟେ କିନ୍ତୁ ଗ୍ରାହକଙ୍କୁ ଏସଏମ ଏସ /ଜିପିଆରଏସ ଶୁଳ୍କ ବହନ କରିବାକୁ ପଡିବ

ଏହି ସେବା କେମିତି ପାଇବେ

ମୋବାଇଲ ବ୍ୟାଙ୍କିଙ୍ଗ ସେବା ପାଇବାପାଇଁ ନିମ୍ନଲିଖିତ ମାଧ୍ୟମରେ ଦେଖନ୍ତୁ

ଏହି ସେବା ଜିପିଆରଏସ ସକ୍ଷମ ଫୋନରେ ଏହି ଲିଙ୍କରେ "https://m.onlinesbi.com/" ଏସବିଆଇ ଅନଲାଇନ ପାଇପାରିବେ

ପଞ୍ଜୀକରଣର ପ୍ରକ୍ରିୟା

  • ଏସଏମ ଏସ MBSREG ଏହି ନମ୍ବର 9223440000 କୁ କରନ୍ତୁ । ୟୁଜର ଆଇଡି, MPIN ଲିଙ୍କ ଓ ଡାଉନଲୋଡ ପାଇଁ
  • ପାଇଥିବା ଲିଙ୍କରୁ ଷ୍ଟେଟ ବ୍ୟାଙ୍କ ଫ୍ରିଡମ ଏପ୍ଲିକେସନକୁ ଡାଉନଲୋଡ କରନ୍ତୁ ।
  • ତାପରେ ପଠାଯାଇଥିବା MPIN କୁ ବଦଳ କରି ଦିଅନ୍ତୁ
  • ଷ୍ଟେଟ ବ୍ୟାଙ୍କ ଏଟିଏମ ବା ବ୍ୟାଙ୍କ ଶାଖାକୁ ତୁରନ୍ତ ଯାଇ ପଞ୍ଜୀକରଣ ପ୍ରକ୍ରିୟା ପୁରା କରିବେ

ବିକଳ୍ପ ପ୍ରକ୍ରିୟା ୧

ଯେକୌଣସି ଷ୍ଟେଟ ବ୍ୟାଙ୍କ ଏଟିଏମକୁ ଯାଇ ଏଟିଏମ କିମ୍ବା ଡେବିଟ କାର୍ଡ ଉପଯୋଗ କରି ସକ୍ରିୟ କରନ୍ତୁ । ମୋବାଇଲ ପଞ୍ଜୀକରଣ /ମୋବାଇଲ ବ୍ୟାଙ୍କିଙ୍ଗ ପଞ୍ଜୀକରଣ  ତା’ପରେ ପଞ୍ଜୀକରଣ କରନ୍ତୁ ଏବଂ ବ୍ୟାଙ୍କରେ ପଞ୍ଜୀକୃତ ୧୦ ଅଙ୍କ ବିଶିଷ୍ଟ ମୋବାଇଲ ନମ୍ବର ଦବାନ୍ତୁ ।

ବିକଳ୍ପ ପ୍ରକ୍ରିୟା ୨

ତ୍ଵରିତ ସକ୍ରିୟ କରିବା ପାଇଁ ଗୃହ ଶାଖାରେ ପଞ୍ଜୀକରଣ ଫର୍ମ ଜମା କରେ

ଆଧାର

ଭାରତୀୟ ଷ୍ଟେଟ ବ୍ୟାଙ୍କ

"www.statebankofindia.com"

"http://www.sbi.co.in/"

3.6
Nirod Chandra Sandha May 04, 2017 04:41 PM

ଷ୍ଟେଟ ବ୍ୟାଙ୍କ ଫ୍ରୀଡମ ସହଜରେ, ସୁବିଧାରେ, ଯେକୌଣସି ସମୟରେ ଯେଉଁ ଜାଗାରେ ଥାଇ ମଧ୍ୟ ଏହାର ସେବା ନେଇ ପାରିବେ ।ଯାହା ଲୋକମାନେ ମୋବାଇଲ ବ୍ୟାଙ୍କିଙ୍ଗ ସେବା ଦ୍ୱାରା ପାଇପାରିବେ .

Vikaspediaodisha May 19, 2016 09:00 AM

ଏହି ସୁଚନା ବହୁତ ଉପକାରିତ

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top