অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମୋବାଇଲ ହେବ ମହିଳାଙ୍କ ସୁରକ୍ଷାର ସାରଥି

ମହିଳାଙ୍କୁ ସୁରକ୍ଷା ଦେବ ସ୍ମାର୍ଟଫୋନ

ଏଣିକି ମହିଳାଙ୍କୁ ସୁରକ୍ଷା ଦେବ ସ୍ମାର୍ଟଫୋନ । କଥାଟା ଶୁଣି ଆପଣଙ୍କୁ ଟିକେ ଅଜବ ଲାଗୁଥିବ ନିଶ୍ଟୟ । ମାତ୍ର ଏହି ତଥ୍ୟଟି ସଂପୂର୍ଣ୍ଣ ରୂପେ ସତ୍ୟ ଅଟେ । କାରଣ ଦେଶରେ ମହିଳାଙ୍କ ପ୍ରତି ବଢୁଥିବା ଅକଥନୀୟ ହିଂସାକୁ ଦୃଷ୍ଟିରେ ରଖି କୋରିଆର ଇଲୋକ୍ଟ୍ରନିକ୍ସ କଂପାନୀ ‘ଏଲଜି’ ଏକ ‘ପାନିକ୍ ବଟନ’ ସୁବିଧା ଥିବା ଲେସ୍ ମୋବାଇଲ ଫୋନର ଲଂଚ କରିଛି । ଏହି ମୋବାଇଲଟିରେ, ଆପତକାଳୀନ ସ୍ଥିତିରେ ୧୧୨ ନମ୍ବର ବଟନ ଡାଏଲ ଆପେ ଆପେ ହେବାର ସୁବିଧା ରଖାଯାଇଛି । ତେବେ ଏହି ମୋବାଇଲଟିର ନାଁ ‘କେ୧୦-୨୦୧୭’ ରଖାଯାଇଛି ।

ସ୍ମାର୍ଟଫୋନରେ ସୁରକ୍ଷା  ସୁବିଧା ଉପଲବ୍ଧ

ସୂଚନା ମୁତାବକ, ନିକଟରେ ଭାରତ ସରକାର ଦେଶରେ ବିକ୍ରି ହେଉଥିବା ସମସ୍ତ ମୋବାଇଲ ଫୋନରେପାନିକ୍ ବଟନର ସୁବିଧା ଦେବା ବାଧ୍ୟତାମୂଳକ ବୋଲି ଘୋଷଣା କରିଥିଲେ । ଆଉ ଏହାର ଶେଷ ସୀମା ୨୮ ଫେବୃୟାରୀ ତଥା ଆଜି ଯାଏଁ ରଖା ଯାଇଥିଲା । ତେବେ ଏହି ଆଦେଶ ଅନୁସାରେ, ମୋବାଇଲରେ ଏହି ସୁବିଧା ରହିବାଦ୍ୱାରା ଏହା ମହିଳାଙ୍କ ସୁରକ୍ଷା ପାଇଁ ଏକ ଭଲ ପଦକ୍ଷେପ ପରି କାମ କରିଥାଏ ।

ତେବେ କଂପାନୀର ମୁଖ୍ୟଙ୍କ ସୂଚନା ମୁତାବକ, ‘କେ୧୦-୨୦୧୭’ ସ୍ମାର୍ଟଫୋନରେ ଏହି ସୁବିଧା ଉପଲବ୍ଧ । ଏହି ସୁଇଚ୍ ଟିପିବା କ୍ଷଣି ଏହା ସିଧାସଳଖ ୧୧୨ ଆପତକାଳୀନ ନମ୍ବରକୁ ସଂଯୋଗ ହୋଇଯାଇଥାଏ । ଆଉ ଯାହାଦ୍ୱାରା ଆଲାରାମ ବାଜିଥାଏ । ଯାହା ଫଳରେ ବଡ ବଡ ବିପଦକୁ ଏଡାଯାଇପାରିବ । ତେବେ କଂପାନୀ ଏହି ମୋବାଇଲଟିର ମୂଲ୍ୟ ମାତ୍ର ୧୩,୯୯୦ ଟଙ୍କା ରଖିଛନ୍ତି । (ସୂତ୍ର - କନକନ୍ୟୁଜ)

ଆଧାର ଓଡିଶା ରେପୋଟର

Last Modified : 6/10/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate