ଜାତୀୟ ଧାନ ଗବେଷଣା ଅନୁଷ୍ଠାନ, କଟକ ଦ୍ଵାରା ଏକ ବହୁଭାଷୀ ମୋବାଇଲ ଆପ ‘ରାଇସ୍ ଏକ୍ସପର୍ଟ (riceXpert)’ ପ୍ରସ୍ତୁତ କରାଯାଇଛି । ଚାଷୀ ଭାଇ ଓ ଭଉଣୀମାନେ ଏହି ଆପ୍ ମାଧ୍ୟମରେ ଧାନ ଫସଲର ରୋଗ, ପୋକ, ଅନାବନା ଘାସ, ଖାଦ୍ୟସାରର ଅଭାବ ତଥା ବିଷାକ୍ତ ଜନିତ ସମସ୍ୟାକୁ ସଠିକ ଭାବରେ ନିରୂପଣ ଓ ସମାଧାନ କରିପାରିବେ । ଏହି ଆପ୍ ମଧ୍ୟ ଜମିର ପ୍ରକାର ଅନୁସାରେ ଧାନର କିସମ, କୃଷି ଯନ୍ତ୍ରପାତି, ପାଣିପାଗ, ଧାନ ଚାଷ ସମ୍ବନ୍ଧିତ ନୂତନ ଜ୍ଞାନକୌଶଳ, ବିଶେଷଜ୍ଞଙ୍କ ପରାମର୍ଶ ତଥା ଉପଦେଶ, ଜମିର ପ୍ରକାର ତଥା କ୍ଷେତ୍ରଫଳ ଅନୁସାରେ ସଠିକ୍ ପରିମାଣର ସାର, ରୋଗ ପୋକ ନିରୂପଣ ସଂଗେ ସଂଗେ କୀଟନାଶକ, କବକ ନାଶକ ଆଦିର ସମାଧାନ ଜାଣିପାରିବେ । ଚାଷୀମାନେ ମଧ୍ୟ ନିଜରି ଉତ୍ପାଦିତ ଦ୍ରବ୍ୟର କ୍ରୟବିକ୍ରୟ ପାଇଁ ଏହି ଆପକୁ ଏକ ମାଧ୍ୟମ ରୂପେ ବ୍ୟବହାର କରିପାରିବେ । ଧାନ ଚାଷ ଜନିତ ସମସ୍ତ ସମସ୍ୟାର ସମାଧାନ ପାଇବା ପାଇଁ ଚାଷୀମାନେ ଏହି ଆପରେ ଲେଖି ସମସ୍ୟା ସମ୍ବନ୍ଧିତ ଫଟୋ ଉଠାଇ ବା ନିଜର ସମସ୍ୟାକୁ ସ୍ୱର ମାଧ୍ୟମରେ ରେକର୍ଡିଂ କରି ପଠାଇପାରିବେ । ବିଶେଷଜ୍ଞମାନଙ୍କଠାରୁ ସେଗୁଡ଼ିକର ସମାଧାନ, ତୁରନ୍ତ 'ମେସେଜ’ ମାଧ୍ୟମରେ ପାଇପାରିବେ । ସମସ୍ତ ଗବେଷକ, ବୈଜ୍ଞାନିକ, ଛାତ୍ରଛାତ୍ରୀ ତଥା କୃଷି ସଂପ୍ରସାରଣ; ଅଧିକାରୀ ଓ କର୍ମଚାରୀମାନଙ୍କ ପାଇଁ ଏହି ଆପ ମଧ୍ୟ ସହାୟକ ହେବ । ଆଣ୍ଡ୍ରୋଏଡ଼ ମୋବାଇଲର ଗୁଗୁଲ୍ ପ୍ଲେଷ୍ଟୋରରେ riceXpert ଲେଖି ଏହି ଆପ୍ କୁ ଡାଉନଲୋଡ୍ କରାଯାଇପାରିବ ।
ଏହି ଲିଙ୍କ ଉପରେ କ୍ଲିକ କରିକି ଡାଉନଲୋଡ୍ କରିପାରିବେ "‘ରାଇସ୍ ଏକ୍ସପର୍ଟ (riceXpert)’ ଆପ୍"
ସଂଗୃହିତ – ଡା. ଶ୍ୟାମାରଞ୍ଜନ ଦାସ ମହାପାତ୍ର ପ୍ରଧାନ ବୈଜ୍ଞାନିକ (କୀଟ ବିଜ୍ଞାନ) ଜାତୀୟ ଧାନ ଗବେଷଣା ଅନୁଷ୍ଠାନ, କଟକ-୭୫୩୦୦୬
Last Modified : 1/26/2020