ସ୍ମାର୍ଟ ଫୋନ୍ ବ୍ୟବହାର କଲେ ତାହାର ଖରାପ ପ୍ରଭାବ ମସ୍ତିଷ୍କ ଉପରେ ପଡିଥାଏ ବୋଲି ଅନେକେ କହନ୍ତି, ହେଲେ ତାହା ଏ ପର୍ଯ୍ୟନ୍ତ ବିଜ୍ଞାନିକ ଦୃଷ୍ଟିକୋଣରୁ ପ୍ରମାଣ ହୋଇପାରି ନାହିଁ । କିନ୍ତୁ କାନରେ ବାରମ୍ବାର ଇଲେକ୍ଟ୍ରୋନିକ୍ ଜିନିଷ ଲଗାଇ ଶୁଣିଲେ ତାହାର ପ୍ରଭାବ ହୁଏତ କିଛି ପଡିପାରେ । କିନ୍ତୁ ସବୁଠାରୁ ବଡ କଥା ହେଲା ମୋବାଇଲ୍ ଫୋନ୍ ବ୍ୟବହାର କରି ଗାଡି ଚଳାଇଲେ କିଭଳି ଦୁର୍ଘଟଣା ଘଟୁଛି ତାହାର ନିଜର ଅନେକ ରହିଛି । କାରଣ ଗାଡି ଚଳାଇବା ସମୟରେ ମୋବାଇଲ୍ ରେ କଥା ହେଲେ କିମ୍ବା ଗୀତ ଶୁଣିଲେ ଅନ୍ୟମନସ୍କ ହେବା ଦ୍ଵାରା ଦୁର୍ଘଟଣା ଘଟିଥାଏ । ତେଣୁ ଏହି ସମୟରେ ମୋବାଇଲ ବ୍ୟବହାର କରନ୍ତୁ ନାହିଁ ।
ମୋବାଇଲ୍ ଫୋନ୍ ବ୍ୟବହାର ଦ୍ଵାରା ସ୍ନାୟୁ ଉପରେ ପ୍ରଭାବ ପଡୁଛି, ବ୍ରେନ୍ ଟ୍ୟୁମର ହେଉଛି ବୋଲି ଅନେକ କହନ୍ତି । ହେଲେ ତାହା ଏପର୍ଯ୍ୟନ୍ତ ପ୍ରମାଣିତ ହୋଇନାହିଁ । ତେଣୁ ସ୍ମାର୍ଟ ଫୋନ୍ ଯେତେ କମ୍ ବ୍ୟବହାର କରିବେ ସେତେ ଭଲ । ଏଥିପାଇଁ ଇୟର ଫୋନ୍ ବ୍ୟବହାର କଲେ ତାହାର ପ୍ରଭାବ କେତେକାଂଶରେ କମ୍ ପଡିଥାଏ । ଲାପଟପ୍ କୁ କେବେ କୋଳରେ ରଖନ୍ତୁ ନାହିଁ । ଯଦି ଆପଣ ଅନେକ ସମୟ କମ୍ପ୍ୟୁଟର କିମ୍ବା ଲାପଟପ୍ ବ୍ୟବହାର କରୁଛନ୍ତି, ତେବେ ସେହି ଅନୁସାରେ ଚଷମା ଲେନ୍ସ ଅଲଗା କରନ୍ତୁ । କାରଣ ଏହାର ପ୍ରଭାବ ଆଖି ଉପରେ ପଡିଥାଏ । ଆଜିକାଲି ତ ଇଲେକ୍ଟ୍ରୋନିକ ଗେଜେଟ୍ ବ୍ୟବହାର ବହୁଳ ପରିମାଣରେ ହେଉଛି । ଏହାର ଶରୀର ଉପରେ କେତେ ପ୍ରଭାବ ପଡୁଛି ତାହା ଏ ପର୍ଯ୍ୟନ୍ତ ପ୍ରମାଣିତ ହୋଇପାରିନାହିଁ । କିନ୍ତୁ ସତର୍କ ରହିବା ଦରକାର ।
ଆଧାର – ଦୈନିକ ଧରିତ୍ରୀ
Last Modified : 12/10/2019