ହୋମ / ଇ-ଗଭର୍ଣ୍ଣ।ନ୍ସ / ମୋବାଇଲ ପ୍ରଶାସନ / ୨୦୨୦କୁ ୧୦୦ କୋଟି ମୋବାଇଲ୍ ଉପଭୋକ୍ତ
ସେଆର କରନ୍ତୁ

୨୦୨୦କୁ ୧୦୦ କୋଟି ମୋବାଇଲ୍ ଉପଭୋକ୍ତ

୨୦୨୦ କୁ ୧୦୦ କୋଟି ମୋବାଇଲ୍ ଉପଭୋକ୍ତା ସଂଖ୍ୟା ପାଖାପାଖି ୧୦୦ କୋଟି ହେବ ।

ଦି ମୋବାଇଲ୍ ଇକୋନୋମି

୨୦୨୦ କୁ ୧୦୦ କୋଟି ମୋବାଇଲ୍ ଉପଭୋକ୍ତା ସଂଖ୍ୟା ପାଖାପାଖି ୧୦୦ କୋଟି ହେବ । ଏହିସମସ୍ୟା ମଧ୍ୟରେ ନୂଆ ମୋବାଇଲ୍ ଗ୍ରାହକଙ୍କ ସଂଖ୍ୟା ଏବଂ ବ୍ରଡବ୍ୟାଣ୍ଡ ସଂଯୋଗ ବୃଦ୍ଧି ପାଇବା ସହିତ ଦେଶର ମୋବାଇଲ୍ ଅର୍ଥନୀତି ଦ୍ରୁତ ଅଭିବୃଦ୍ଧି ଘଟିବ ବୋଲି ଏକ ନୂତନ ଅଧ୍ୟୟନରେ ପ୍ରକାଶ କରାଯାଇଛି । ଜିଏସ୍ ଏମ୍ ଏ  ( ଗ୍ଲୋବାଲ୍ ସିଷ୍ଟମ ମୋବାଇଲ୍ ଆସୋସିଏଶନ ) ଇଣ୍ଟେଲିଜେନ୍ସ ଦ୍ଵାରା ପ୍ରକାଶିତ ଏକ ନୂଆ ରିପୋର୍ଟ, ଦି ମୋବାଇଲ୍ ଇକୋନୋମି: ଇଣ୍ଡିଆ ୨୦୧୬’ ରେ ସର୍ଶାଯାଇଛି ଜେ ଜୁନ୍ ୨୦୧୬ ସୁଦ୍ଧା ଭାରତରେ ୬୧ କୋଟି ୬୦ ଲକ୍ଷ ଲୋକ ମୋବାଇଲ୍ ଉପଭୋକ୍ତା ହେବା ପରେ ବିଶ୍ଵରେ ଭାରତ ଦ୍ଵିତୀୟ ସର୍ବବୃହତ ମୋବାଇଲ୍ ବଜାର ହୋଇପାରିଛି । ଏଥିସହିତ ୨୭ କୋଟି ୫୦ ଲକ୍ଷ ଡିଭାଇସ୍ ଇନଷ୍ଟାଲ୍ କରିବା କ୍ଷେତ୍ରରେ ଭାରତ ସ୍ମାର୍ଟଫୋନ୍ ବଜାରରେ ଆମେରିକାକୁ ମଧ୍ୟ ଟପିଯାଇଛି । ମୋବାଇଲ୍ ସବୁ ଲୋକଙ୍କ ପାଇଁ ଗ୍ରହଣୀୟ ହେବା, ମୋବାଇଲ୍ ଦର ହ୍ରାସ ନେଟୱାର୍କ କ୍ଷେତ୍ରରେ ଅପରେଟର ମାନେ ଅଧିକ ପୁଞ୍ଜିନିବେଶ କରିବା ଏବଂ ଗୁଣାତ୍ମକ ମୋବାଇଲ୍ ସେବା ଦ୍ଵାରା ଭାରତରେ ୨୦୨୦ ସୁଦ୍ଧା ଅତିରିକ୍ତ ୩୩କୋଟି ନୂଆ ଗ୍ରାହକ ସୃଷ୍ଟି ହେବେ ବୋଲି ଉକ୍ତ ରିପୋର୍ଟରେ ଭବିଷ୍ୟବାଣୀ କରାଯାଇଛି । ୨୦୧୫ରେ ଭାରତସମୁଦାୟ ଲୋକସଂଖ୍ୟା ୪୭ ପ୍ରତିଶତଙ୍କ ପାଖରେ ମୋବାଇଲ୍ ସେବା ପହଞ୍ଚପାରିଥିବା ବେଳେ ୨୦୨୦ ସୁଦ୍ଧା ଏହା ୬୮ ପ୍ରତିଶତକୁ ଛୁଇଁବା ବୋଲି କୁହାଯାଉଛି ।

୩ଜି/ ୪ଜି ମୋବାଇଲ୍

ଭାରତରେ ୩ଜି/ ୪ଜି ମୋବାଇଲ୍ ବ୍ରଡ୍ ବ୍ୟାଣ୍ଡ ସଂଯୋଗ ଯୋଗାଇ ଦିଆଯାଉଥିବାବେଳେ ୨୦୨୦ ସୁଦ୍ଧା ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟା ୬୭କୋଟିକୁ ଟପିଯିବ ଯାହା କି ସମୁଦାୟ ମୋବାଇଲ୍ ଗ୍ରହକଙ୍କ ସଂଖ୍ୟାର ୪୮ ପ୍ରତିଶତ । ଏହି ସମୟ ମଧ୍ୟରେ ୪ ଜି ଗ୍ରହକଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇଥିବା । ୨୦୧୫ ସେସ ସୁଦ୍ଧା ୪ ଜି ଗ୍ରହକଙ୍କ ସଂଖ୍ୟା ୩ ନିୟୁତ ଥିବାବେଳେ ୩୦୨୦ ସୁଦ୍ଧା ଏହି ସଂଖ୍ୟା ୨୮୦ ନିୟୁତ ଛୁଇଁବ । ୨୦୧୬ ରୁ ୨୦୨୦ ମଧ୍ୟରେ ମୋବାଇଲ୍ ଶିଳ୍ପରେ ୩୪ସହ କୋଟି ଆମେରିକୀୟ ଡଲାର ପୁଞ୍ଜିନିବେଶ ହେବା ଆସା କରାଯାଉଛି ।

ଡିଜିଟାଲ୍ ଇଣ୍ଡିଆ

ମୋଟାମୋଟି ଭାବରେ କହିବାକୁ ଗଲେ ଭାରତର ମୋବାଇଲ୍ ଅର୍ଥନୀତିରେ ଏହି ସମୟ ମଧ୍ୟରେ ବ୍ୟାପକ ଅଭିବୃଦ୍ଧି ହେବ । ସମସ୍ତଙ୍କୁ ଇଣ୍ଟରନେଟ୍ ସେବା ଯୋଗାଇଦେବା ନିମନ୍ତେ ସରକାରଙ୍କ ‘ ଡିଜିଟାଲ୍ ଇଣ୍ଡିଆ’ ପଦଖେପାକୁ ଏହା ଭଲ ଭାବରେ ସହାୟତା କରିବା ବୋଲି ଜିଏସଏମଏ ର ମହାନିର୍ଦ୍ଦେଶ କ ମାଟ୍ ସ ଗ୍ରାନାରିଡ୍ ପ୍ରକାଶ କରିଛନ୍ତି । ଟେଲିକମ୍ ନୀତିରେ ଆଧୁନିକତା ଓ ସ୍ପେକଟ୍ରମ ଆବଣ୍ଟନାରେ ଦୀର୍ଘମିଆଦୀ ଯୋଜନା ସମେତ କେତେକ ମୁଖ୍ୟ କ୍ଷେତ୍ରରେ ସମୀକ୍ଷା ଓ ସଂସ୍କାର ଦ୍ଵାରା ଭାରତର ବୃହତ୍ ବଜାର ଦକ୍ଷତା ମୋବାଇଲ୍ ବ୍ରଡ୍ ବ୍ୟାଣ୍ଡ ସେବାକୁ ଆହୁରି ତ୍ୱରାନ୍ୱିତ କରିବ ।

ଆଧାର

yourstory

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top